Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସହିତ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି ଡଙ୍ଗାରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇସିଜି କହିଛି ଯେ, ଏହି ଅପରେସନ୍ ଡିସେମ୍ବର୨୫ ତାରିଖ ଏବଂ ୨୬ ତାରିଖ ରାତିରେ କରାଯାଇଥିଲା।

ଆଇସିଜି ଅଧିକାରୀ କହିଛନ୍ତି ଯେ, ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ଗୁଜୁରାଟ ଏଟିଏସକୁ ସୂଚନା ମିଳିଥିଲା। ଏହା ପରେ ଡିସେମ୍ମ୍ବର ୨୫ ତାରିଖ ଏବଂ ୨୬ ତାରିଖ ରାତିରେ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସହିତ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା।

ଏହା ପରେ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଅଟକାଯାଇଇଥିଲା। ଯେତେବେଳେ ଯାଞ୍ଚ କରାଯାଇଥିଲା, ସେଥିରୁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ୪୦କିଲୋଗ୍ରାମ ନିଶା ସାମଗ୍ରୀ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।