Categories
ଆଞ୍ଚଳିକ

ବାଲୁଗାଁ: ଉଠା ଦୋକାନୀକୁ ଉଚ୍ଛେଦ କଲା ପ୍ରଶାସନ

ବାଲୁଗାଁ: ଦିନକୁଦିନ ବ୍ୟସ୍ତବହୁଳ ବାଲୁଗାଁ ସହରରେ ବେଆଇନ ଭାବେ ଉଠା ଦୋକାନ ବଜାର ଗଢି ଉଠୁଥିବା ବେଳେ ଟ୍ରାଫିକ ସମସ୍ୟାର ମୂଳ କାରଣ ପାଲଟିଛି। ସହରର ପ୍ରମୁଖ ରାସ୍ତା ହେଉ ଅବା ଆଇବି ରୋଡ଼ ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ବେପାର ଜାରି ରଖିଥିବା ବେଳେ ଗ୍ରାହକମାନେ ଉକ୍ତ ଦୋକାନ ସମ୍ମୁଖରେ ଗାଡି ମୋଟର ରଖି ଅନାୟାସରେ ଜିନିଷପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଅଯଥା ରାସ୍ତା ଜାମ ହେବା ସହ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗିରହୁଛି।

ଏହିପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ରାସ୍ତା ଉଭୟ ପାର୍ଶ୍ୱରୁ ଉଠା ଦୋକାନୀଙ୍କୁ ଉଛେଦ ପ୍ରକ୍ରିୟା ଜାରି କରାଯାଇଛି। ଏଥିସହିତ ସମସ୍ତ ଉଠା ଦୋକାନୀ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହି ବେପାର କରିବାକୁ କହିଥିବା ବେଳେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଉଠା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇଆଇସି ଶ୍ରୀ ପରିଡା ତାଗିଦ କରିଛନ୍ତି।