Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଟିମ୍ ଇଣ୍ଡିଆକୁ ଅଭିନନ୍ଦନ!

ଭାରତ ଚମତ୍କାର ପ୍ରଦର୍ଶନ କରିଛି ଏବଂ ଦମ୍‌ଦାର ଢଙ୍ଗରେ ଫାଇନାଲରେ ପ୍ରବେଶ କରିଛି।

ଦୃଢ଼ ବ୍ୟାଟିଂ ଏବଂ ଭଲ ବୋଲିଂ ପାଇଁ ଆମ ଦଳ ଏହି ମ୍ୟାଚ୍ ଜିତିପାରିଛି।

ଫାଇନାଲ ପାଇଁ ଶୁଭେଚ୍ଛା!’

ପ୍ରଧାନମନ୍ତ୍ରୀ ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।

ସେ ପୋଷ୍ଟ କରି କହିଛନ୍ତି ଯେ, ‘ଉଲ୍ଲେଖନୀୟ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଆଜିର ସେମି ଫାଇନାଲ ଆହୁରି ଚମତ୍କାର ହୋଇଥିଲା। ଏହି ମ୍ୟାଚରେ ମହମ୍ମଦ ଶାମିଙ୍କ ବୋଲିଂକୁ ଆଗାମୀ ପିଢ଼ିର କ୍ରିକେଟ ପ୍ରେମୀ ମଧ୍ୟ ମନେ ରଖିବେ।

ଭଲ ଖେଳିଲ ଶାମି!’