Categories
ଆଞ୍ଚଳିକ

ବାଣପୁରରେ ଆଞ୍ଚଳିକ ବିଶ୍ୱକର୍ମା ସମିତିର ସାଧାରଣ ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ରବିବାର ପୂର୍ବାହ୍ନରେ ମା’ ମେଘାମ୍ବରି ଠାକୁରାଣୀ କଲ୍ୟାଣ ମଣ୍ଡପ ଠାରେ ବାଣପୁର,ବାଲୁଗାଁ ଓ ଚିଲିକା ବିଶ୍ୱକର୍ମା ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଜୟ ମହାରଣାଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଯୋଗ ଦେଇଥିଲେ। ଚିଲିକା ନିର୍ବାଚନମଣ୍ଡଳୀର ବାଲୁଗାଁ, ବଡକୁଳ, ଭେଟେଶ୍ୱର ନାଚୁଣୀ, କୁମାରାଙ୍ଗ ଓ ଚିଲିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ମହାରଣା ସମ୍ପ୍ରଦାୟ ଯୋଗଦାନ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ବୋର୍ଡ଼ କଲ୍ୟାଣ ଯୋଜନାରେ, ମହାରଣା ସମ୍ପ୍ରଦାୟଙ୍କୁ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଆଞ୍ଚଳିକ ବଢ଼େଇ ଜାତିର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା। ବଢ଼େଇ ସମାଜର ବିଭିନ୍ନ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସାମାଜିକ ସୁରକ୍ଷା ଯୋଜନାରେ କିଭଳି ଅଧିକରୁ ଅଧିକ ବ୍ୟକ୍ତି ଉପକୃତ ହୋଇପାରିବେ ମୁଖ୍ୟ ଅତିଥି ଶ୍ରୀ ମହାରଣା ପ୍ରତିଶୃତି ଦେଇଥିଲେ।

ଆଜିର ବୈଠକରେ ପାଞ୍ଚ ଶହରୁ ଉର୍ଦ୍ଧ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ବୈଠକରେ ବିଶ୍ୱକର୍ମା ସମାଜର ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଦାବୀ ଜଣାଇବା ପାଇଁ ସର୍ବସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା।