Categories
ଆଜିର ଖବର ଜାତୀୟ ଖବର

ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ

ମୁମ୍ବାଇ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ନୀତା ଅମ୍ବାନୀ ମହିଳାମାନଙ୍କୁ ଫିଟ୍ ରହିବାକୁ ଆହ୍ବାନ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି – “ତୁମେ ନିଜ ପାଇଁ ଶେଷ ଥର କେବେ କିଛି କରିଥିଲ?” ସେ କହିଛନ୍ତି ଯେ ଆମେ ମହିଳାମାନେ ସବୁବେଳେ ଅନ୍ୟମାନଙ୍କର ଯତ୍ନ ନେଉ – କେତେବେଳେ ଜଣେ ମା ଭାବରେ, କେତେବେଳେ ଜଣେ ସ୍ତ୍ରୀ ଭାବରେ, କେତେବେଳେ ଜଣେ ବୋହୂ ଭାବରେ ଏବଂ କେତେବେଳେ ଜଣେ ଝିଅ ଭାବରେ। ଆମର ଆବଶ୍ୟକତା ସବୁବେଳେ ଅନ୍ୟ କାହା ପାଇଁ ଥାଏ ଏବଂ ଏହି ବ୍ୟସ୍ତତାରେ ଆମେ ନିଜକୁ ଭୁଲିଯାଉ।”

ସେ ଆମକୁ ମନେ ପକାଇ ଦେଇଛନ୍ତି ଯେ ଜୀବନର ଏହି ବ୍ୟସ୍ତବହୁଳତାରେ, ଆମର ଶରୀର ଧୀରେ ଧୀରେ ଆମକୁ ସଙ୍କେତ ଦେବାକୁ ଆରମ୍ଭ କରେ ଯେ ସବୁକିଛି ଆଉ ସମାନ ନାହିଁ, କିନ୍ତୁ ଆମେ ତାହା ଶୁଣିବା ପାଇଁ ସମୟ ପାଆନ୍ତି ନାହିଁ। ଆଉ ଯଦି ଆମେ ମହିଳାମାନେ ନିଜର ଯତ୍ନ ନେବୁ ନାହିଁ, ତେବେ କିଏ କରିବ? ୩୦ ବର୍ଷ ବୟସ ପରେ, ମହିଳାମାନଙ୍କ ମାଂସପେଶୀ ଓ ହାଡ଼ ଘନତ୍ଵ ଦୁର୍ବଳ ହେବାକୁ ଲାଗେ। ବୟସ ବୃଦ୍ଧି ସହିତ ଏହି ପ୍ରକ୍ରିୟା ଦ୍ରୁତ ହୁଏ। ତେଣୁ, ୫୦ ଏବଂ ୬୦ ବର୍ଷ ବୟସ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ।

ନୀତା ଅମ୍ବାନୀ ତାଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବ୍ୟାୟାମକୁ ବର୍ଣ୍ଣନା କରି କହିଛନ୍ତି – “ମୋର ବୟସ ୬୧ ବର୍ଷ ଏବଂ ମୁଁ ସପ୍ତାହରେ ୫ ରୁ ୬ ଦିନ ବ୍ୟାୟାମ କରେ। କୌଣସି ଦିନ ଗୋଡ଼ର ବ୍ୟାୟାମ, ଆଉ କେଉଁ ଦିନ ଶରୀରର ଅନ୍ୟ ଭାଗ ଓ ଅଙ୍ଗର ବ୍ୟାୟାମ, କେତେବେଳେ ଯୋଗ, କେତେବେଳେ ପହଁରିବା, କେତେବେଳେ ଏକ ଘଣ୍ଟାର ନୃତ୍ୟ। ଯେତେବେଳେ ମୁଁ ଭ୍ରମଣ କରେ, ମୁଁ ୫୦୦୦-୭୦୦୦ ପାଦ ଚାଲିବାକୁ ଚେଷ୍ଟା କରେ।” ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ସେ ସମସ୍ତ ମହିଳାଙ୍କୁ ଆହ୍ବାନ କରିଛନ୍ତି – “ନିଜକୁ ଏକ ପ୍ରତିଶ୍ରୁତି ଦିଅ ଯେ ତୁମେ ନିଜ ପାଇଁ ସମୟ ଦେବ, ତୁମର ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବ ଏବଂ ତୁମର ଶକ୍ତିକୁ ଚିହ୍ନିବ। ତୁମେ ସପ୍ତାହରେ ୪ ଦିନ ମାତ୍ର ୩୦ ମିନିଟ୍ ବ୍ୟାୟାମ କରିବ।”

ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବୟସ ସାଙ୍ଗରେ ଲଢ଼ିବାର ବିଷୟ ନୁହେଁ, ଏହା ହୋଉଛି ବୟସ ଅନୁସାରେ ଜୀବନ ବଞ୍ଚିବା ଶିଖିବା ବୋଲି ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ଯଦି ମୁଁ ୬୧ ବର୍ଷ ବୟସରେ ଏହା କରିପାରୁଛି, ତେବେ ଆପଣମାନେ ମଧ୍ୟ ଏହା କରିପାରିବେ।

ସୂଚନାଯୋଗ୍ୟ ଯେ ‘ହର୍ ସର୍କଲ’ ହେଉଛି ରିଲାଏନ୍ସ ଫାଉଣ୍ଡେସନର ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ, ଯାହା ମହିଳା ସଶକ୍ତିକରଣ ପାଇଁ କାମ କରେ। ସେ ମହିଳାମାନଙ୍କୁ ଆଜି ପ୍ରଥମ ପଦକ୍ଷେପ ନେବାକୁ ଏବଂ ଆଗକୁ ଆସି ହର୍ ସର୍କଲର ‘ଷ୍ଟ୍ରଙ୍ଗ ହର୍’ ଅଭିଯାନର ଅଂଶ ହେବାକୁ ଆହ୍ୱାନ କରିଛନ୍ତି!

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୮ ଜଣ ମହିଳା ରେଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଦ୍ୱାରା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସହ ମିଳିତ ଭାବେ ଭୁବନେଶ୍ୱରର ରେଳ ଅଡିଟୋରିୟମ୍‌ରେ ଆନ୍ତର୍ଜାତୀୟ ମହିଳା ଦିବସ 2025 ପାଳନ କରାଯାଇଥିଲା।

ଏହି ଅବସରରେ ମହିଳା ରେଳ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି କବିତା ଫୁଙ୍କୱାଲ୍ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରତ୍ୟେକ ମହିଳା ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା, ବିଭିନ୍ନ ଆହ୍ୱାନକୁ ଦୂର କରିବା ଏବଂ ନିଜ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ସହିତ ନିଜ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଉଚିତ।

ଶ୍ରୀମତୀ ଫୁଙ୍କୱାଲ୍ ମଧ୍ୟ ରେଳପଥ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଓ ଅସାଧାରଣ ଅବଦାନ ପାଇଁ ସମ୍ମାନିତ କରିଥିଲେ। ଏହି ଅବସରରେ, ଖୋର୍ଦ୍ଧା ରୋଡ ମଣ୍ଡଳର ମଣ୍ଡଳ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପି. ଭରଲକ୍ଷ୍ମୀ ମହିଳାମାନଙ୍କ ମଧ୍ୟରେ ଥିବା ସାଧାରଣ ସ୍ତ୍ରୀ ରୋଗ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ, ବିଶାଖାପାଟଣାର ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ଆଲା ଅରୁଣାଶ୍ରୀ ରେଳ ପରିଚାଳନାର ବିଭିନ୍ନ ଦିଗରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରି ଭାରତୀୟ ରେଳପଥକୁ ପରିବର୍ତ୍ତନ କରିବାରେ ସେମାନଙ୍କୁ ଯୋଦ୍ଧା ଭାବରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ 28 ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା, ଯେଉଁଥିରେ ଅନ୍ତର୍ଭୁକ୍ତ:

▪ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ 18 ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

▪ କବିତା ପାଠ, ରଙ୍ଗୋଲି ଏବଂ ପୂଜା ଥାଳି ସାଜସଜ୍ଜା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ପାଇଁ 10 ଜଣ ମହିଳା ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଖୋର୍ଦ୍ଧା ରୋଡ, ୱାଲଟିୟର, ରାୟଗଡା ଏବଂ ସମ୍ବଲପୁର ରେଳ ମଣ୍ଡଳ ମୁଖ୍ୟାଳୟ ସହ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା।

ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ସାଧାରଣ) ସୂର୍ଯ୍ୟ ପ୍ରକାଶ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରି ରେଳପଥରେ ମହିଳା କର୍ମଚାରୀମାନଙ୍କ ଆନ୍ତରିକ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମହିଳା ରେଳ କର୍ମଚାରୀଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୮ରେ ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଗସ୍ତ କରିବେ। ଏହା ତାଙ୍କର ଗଞ୍ଜାମକୁ ୨ୟ ଗସ୍ତ ଅଟେ। ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ଶେଷ କିସ୍ତି ଓ ଦ୍ୱିତୀୟ ପର୍ଯ୍ୟାୟ ର ପ୍ରଥମ କିସ୍ତି ବଂଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ହିତାଧିକାରୀ ସୁୁଭଦ୍ରାରେ ସାମିଲ ହୋଇଥିବା ବେଳେ ଉକ୍ତ ଦିନ ଏକ କୋଟି ଟିପିଯିବେ।

ସୁଭଦ୍ରାରେ ଯେଉଁମାନେ ମାର୍ଚ୍ଚ ୮ରେ ଯୋଡି ହେବେ ସେମାନଙ୍କ ଉଭୟ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ମଧ୍ୟ ଟଙ୍କା ମିଳିବ। ଗଞ୍ଜାମ ଜିଲ୍ଲା ରେ ୯ ଲକ୍ଷ ରୁ ଅଧିକ ମହିଳା ଏହି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି। ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ ଆସି ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ଉକ୍ତ ଦିନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏନେଇ ଗୁରୁବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ଏକ ବୈଠକ ମଧ୍ୟ ହୋଇଥିବା ଜଣାପଡିଛି। କେଉଁ ପ୍ରକଳ୍ପର ଶିଳାନ୍ୟାସ ହେବ ଏବଂ କେଉଁ ପ୍ରକଳ୍ପର ଉଦଘାଟନ କରାଯିବ ସେନେଇ ଏକ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି ଗଞ୍ଜାମ ପ୍ରଶାସନ। ଆଉ କିଛି ଦିନ ଗଲେ କେଉଁ ସ୍ଥାନରେ ଏବ କେତେ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହେବ ତାହା ଜଣାପଡିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସହିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

 ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସହିତ ମିଳିତ ସହଯୋଗରେ ଆଜି ପୂର୍ବତଟ ରେଳପଥ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ 2024 ପାଳନ କରାଯାଇଛି।

ମହିଳା ରେଳ କର୍ମଚାରୀଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦୁଃବ୍ୟ ଶର୍ମା କହିଛନ୍ତି ଯେ, ପ୍ରତ୍ୟେକ ମହିଳା ନିଜର ଲୁକ୍କାୟିତ ଶକ୍ତି ଜାଣିବା ଉଚିତ୍ ଏବଂ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଏବଂ ନିଜର ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବା ପାଇଁ ଆଗକୁ ବଢିବା ସହ ସମସ୍ତ ବାଧାବିଘ୍ନର ମୁକାବିଲା କରିବା ଉଚିତ୍।

ଶ୍ରୀମତୀ ଶର୍ମା ମଧ୍ୟ ଏହି ଅବସରରେ ଉଲ୍ଲେଖନୀୟ ରେଳବାଇ ମହିଳା କର୍ମଚାରୀଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଏମ କେ ବେହେରା କହିଛନ୍ତି ଯେ ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଯୋଦ୍ଧା ଅଟନ୍ତି ଏବଂ ଭାରତୀୟ ରେଳବାଇର ପରିବର୍ତ୍ତନ ପାଇଁ ସେମାନଙ୍କ ଉଦ୍ୟମ କ୍ରମାଗତ ଭାବେ ଉଲ୍ଲେଖନୀୟ ଅଟେ।

ଏହି ଅବସରରେ ମୋଟ 76 ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ପାରଦର୍ଶିତା ଓ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 14 ମହିଳା ରେଳ କର୍ମଚାରୀଙ୍କୁ ଇକୋରୋ ଦ୍ୱାରା ସମ୍ମାନିତ କରାଯାଇଥିଲା। 32 ମହିଳା ରେଳ କର୍ମଚାରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରଦର୍ଶନ ପାଇଁ ଇକୋରୋ ଦ୍ୱାରା ମଧ୍ୟ ପୁରସ୍କୃତ କରାଯାଇଥିଲା।  ଏହା ବ୍ୟତୀତ, ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 30 ମହିଳା ରେଳ କର୍ମଚାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉତ୍ସବ ଖୋର୍ଦ୍ଧା ରୋଡ, ୱାଲଟିୟର ଏବଂ ସମ୍ବଲପୁରର ରେଳ ମଣ୍ଡଳ ମୁଖ୍ୟାଳୟ ସହିତ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମଧ୍ୟ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଉପସ୍ଥିତ ରେଳବାଇ ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ ମହିଳାମାନେ ପ୍ରଗତିର ପ୍ରତୀକ ! ମହିଳା ସଶକ୍ତିକରଣ ରାଷ୍ଟ୍ର ବିକାଶକୁ ସହାୟତା କରିବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ଶ୍ରୀମତୀ ଶର୍ମା ମଧ୍ୟ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଆତ୍ମାକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡଃ ଶ୍ରୀମତୀ ଅରୁନ୍ଧତୀ ସେନାପତି କହିଛନ୍ତି ଯେ ବିତ୍ପାତ ଓ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ଅତି ପ୍ରଶଂସନୀୟ। ସେ ମଧ୍ୟ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଭାବରେ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ବିଷୟରେ ଆଲୋକପାତ କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏବଂ ଇକୋରୋ ସଭାପତି ଦିବ୍ୟା ଶର୍ମା ମଧ୍ୟ ଏହି ଅବସରରେ ୫୦ ଜଣ ରେଳବାଇ ମହିଳାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠାପର ସେବା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ରେଳବାଇର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।  ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ସହିତ ଏହାର ମହିଳା କଲ୍ୟାଣ ସଂଗଠନର ମିଳିତ ଆନୁକୂଲ୍ୟରେ ରେଳବାଇ ଅଡିଟୋରିୟମ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି।

ଆନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଆଲୋଚନାଚକ୍ର “ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲି ପାଇଁ ଦାୟିତ୍ୱଭାର ସମ୍ଭାଳିବା” ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚିତ ହୋଇଥିଲା ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥର ପ୍ରମୁଖ ଟେଲିକମ ଓ ସାଙ୍କେତିକ ଯନ୍ତ୍ରୀ ଏସ୍ ମାଙ୍ଗା ଭି ରେଳପଥର ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ, ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ସୁନାମଧନ୍ୟ ଆଣିପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମୂଲ୍ୟବାନ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସିଗନାଲ୍ ଆଣ୍ଡ ଟେଲିକମ୍ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) ର ମହିଳା କର୍ମଚାରୀଙ୍କ ସମେତ ଆମର ମହିଳା ଲୋକୋ ପାଇଲଟ୍, ସହାୟକ ଲୋକୋ ପାଇଲଟ୍, ଗାର୍ଡ, ଟ୍ରାକମ୍ୟାନ୍ ମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ। ଏହା ବ୍ୟତୀତ ରେଳପଥର ଅନ୍ୟ ସ୍ଥାନ ମାନଙ୍କରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରରେ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସ୍ବେଛାସେବୀ ସଂସ୍ଥା ଅସ୍ତିତ୍ବର ଆବାହିକା ମମତା ଦାଶ ପୂର୍ବ ତଟ ରେଳବାଇର ମହିଳା କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି କରିଛନ୍ତି ଯେ, ମହିଳାମାନେ ପ୍ରଗତିର ଗତି! ମହିଳା ସଶକ୍ତିକରଣ ରାଷ୍ଟ୍ରଗୁଡିକର ଦକ୍ଷତା ବୃଦ୍ଧି ପାଇଁ ନେତୃତ୍ୱ ନେବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ସେ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଜୀବନ ଶକ୍ତିକୁ ମଧ୍ୟ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡ। ଅରୁନ୍ଧତୀ ସେନାପତି କହିଛନ୍ତି ଯେ କୋଭିଡ଼୧୯ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ସେବା ଅତି ପ୍ରଶଂସନୀୟ ଏଥିପାଇଁ ମହିଳା ରେଳ କର୍ମଚାରୀ ଏବଂ ମହିଳାମାନଙ୍କ ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ।

ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଏବଂ ସମ୍ମାନଜନକ ସେବା ସହିତ କୋଭିଡ19 ମହାମାରୀ ଲକଡାଉନ୍ ସମୟରେ କଠିନ ପରିଶ୍ରମ କରିଥିବା ୨୩ ଜଣ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମଜାଳିଆ ଇଭେଣ୍ଟ ଏବଂ କୁଇଜ୍ ମଧ୍ୟ ଆୟୋଜିତ କରାଯାଇଥିବାବେଳେ ମହିଳା ସଶକ୍ତିକରଣ ଉପରେ ରେଳବାଇର ମହିଳା କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଠାରେ ମଧ୍ୟ ଆୟୋଜିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ମହିଳା ଦିବସ: ଟାଙ୍ଗୀର କୋଭିଡ ଭ୍ୟାକ୍ସିନେଟର ସୁଜାତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୋଭିଡ୍ ଟୀକା ଦାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଙ୍ଗୀର ସୁଜାତା ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ନିର୍ଦ୍ଦେଶାଳୟ ସମ୍ମିଳନୀ କକ୍ଷରେ ସୁଜାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୁଜାତାଙ୍କୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଛନ୍ତି।

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଜାତା ପ୍ରଧାନ ଅସ୍ଥାୟୀ ଭାକ୍ସିନେଟର ଭାବେ କାର୍ଯ୍ୟରତ ଅଛନ୍ତି। ଟାଙ୍ଗୀ ବ୍ଲକରେ ଜନ ସାଧାରଣଙ୍କୁ ମୋଟ ୧ ଲକ୍ଷ ୩୦ ହଜାର କୋଭିଡ୍ ଡୋଜ୍ ଦିଆଯାଇଥିବା ବେଳେ ଲୋକମାନଙ୍କୁ ସୁଜାତା ଏକାକୀ ୫୦ ହଜାର ଡୋଜ୍ କୋଭିଡ୍ ଟୀକା  ଦେଇଥିବା ଜଣା ପଡିଛି। ଟାଙ୍ଗୀ ବ୍ଲକରେ ୧୦ ଜଣ ଭାକ୍ସିନେଟର କାର୍ଯ୍ୟ କରୁଥିବା ବେଳେ ସୁଜାତା ଏକାକୀ ୫୦ ହଜାର ଡୋଜ୍ ଟୀକା ଦେଇଥିବା ଜଣା ପଡିଛି। ଏହା ସହ କୋଭିଡ୍ ସମୟରେ ତାଙ୍କର ନିଷ୍ଠା ସାହସ ବେଶ୍ ପ୍ରଶଂସନୀୟ। ସେଥିପାଇଁ ତାଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଟାଙ୍ଗୀ ବ୍ଲକ ଲେଣ୍ଡୋ ପଂଚାୟତର ଗୋପୀନାଥ ପୁର ଗ୍ରାମରେ ସୁଜାତାଙ୍କ ଘର।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଯାହା କଲେ ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ଭୋପାଳ, ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ନୂଆ କଥା କରିଛନ୍ତି। ତାହା ହେଲା  ଶିବରାଜ ସପତ୍ନୀକ ଭୋପାଳ ନିକଟରେ ଥିବା ଦିଦି କାଫେକୁ ଖାଇବାକୁ ଯାଇଥିଲେ। ଏକ ପଞ୍ଚାୟତ କ୍ୟାମ୍ପସ ଭିତରେ ନିର୍ମିତ ହୋଇଥିବା ଦିଦି କାଫେ ହେଉଛି କେବଳ ମହିଳା ବା ଦିଦିମାନଙ୍କ ଦ୍ବାରା ପରିଚାଳିତ ହୋଟେଲ।

ସପତ୍ନିକ ମୁଖ୍ୟମନ୍ତ୍ରୀଙ୍କୁ ଦେଖ୍ ଦିଦିମାନେ ଇତସ୍ତତଃ ହୋଇପଡିଥିଲେ। ହେଲେ କିଛି ବ୍ୟସ୍ତ ହୁଅ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ମହିଳା ଦିବସରେ ତୁମ କାଫେକୁ ଖାଇବାକୁ ଆସିଛି ବୋଲି କହିଥିଲେ। ଏହାପରେ ଦିଦିମାନେ ତାଙ୍କ କାଫେର ସବୁଠୁ ସ୍ବାଦିଷ୍ଠ ଖାଦ୍ୟ ପରଷି ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ମହିଳା ଦିବସ, ଏବେ ବି ଓଡିଶାରେ ମହିଳାମାନେ ସେହି ସ୍ଥାନକୁ ଛୁଇଁବାରେ ବାକି ଅଛି

ଭୁବନେଶ୍ବର, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର 85 ବର୍ଷରେ ପଦାର୍ପଣ କଲାଣି। ହେଲେ ଏ ପର୍ଯ୍ୟନ୍ତ ନାରୀମାନେ ଯେପରି ଉପରକୁ ଯିବା କଥା ସେହିପରି ସ୍ଥିତି ସୃଷ୍ଟି ହୋଇ ନାହିଁ। ଏହିପରି କେତୋଟି ପ୍ରସଂଗ ଆମେ ଉପସ୍ଥାପିତ କରୁଛୁ ଯାହା ନାରୀମାନେ ସେହିପରି ସ୍ଥିତିକୁ ଉଠି ପାରି ନାହାଁନ୍ତି।

  • ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ।
  • ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି।
  • ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ।
  • ଓଡିଶା ବିଧାନସଭାର ବାଚସ୍ପତି ପଦରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ନିର୍ବାଚିତ ହୋଇ ନାହାନ୍ତି।
  • ବିଧାନସଭାର ବିରୋଧୀ ଦଳ ନେତା ଭାବେ ଆଜିଯାଏ ଜଣେ ବି ମହିଳାଙ୍କୁ ଦାୟିତ୍ଵ ମିଳିନାହିଁ।
  • ରାଜ୍ୟର ମୁଖ୍ୟ ଶାସନ ସଚିବ ବା ପୋଲିସ ମହାନିର୍ଦ୍ଦେଶକ ପଦରେ କୌଣସି ମହିଳା ଆଜି ଯାଏଁ ଅବସ୍ଥାପିତ ହୋଇ ନାହାନ୍ତି।
  • ଓଡିଶା ହାଇକୋର୍ଟରେ କେହି ବି ମହିଳା ମୁଖ୍ୟ ବିଚାରପତି ଏ ଯାବତ ସ୍ଥାୟୀ ନିଯୁକ୍ତି ପାଇନହାନ୍ତି। ପ୍ରଥମଥର ଲାଗି ବର୍ତ୍ତମାନ ଜଷ୍ଟିସ ସଞ୍ଜୁ ପଣ୍ଡା ଓଡିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଦାୟିତ୍ବରେ ରହିଛନ୍ତି।
  • ଓଡିଶା ବିଧାନସଭାର ଇତିହାସରେ କେବେହେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୫% ରୁ ଅଧିକ ହୋଇନାହିଁ।
  • ଚଳିତ ବିଧାନସଭାରେ ମାତ୍ର ୧୫ ଜଣ ମହିଳା ବିଧାୟକ ରହିଛନ୍ତି।
  • ଲୋକସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ନୀତିକୁ ସମର୍ଥନ କରି ଓଡିଶାର ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୮ ଟିରେ ମହିଳାଙ୍କୁ ଟିକଟ ଦେଇଥିଲା। ପ୍ରଥମଥର ଲାଗି ଓଡିଶାରୁ ୭ ଜଣ ମହିଳା ଲୋକସଭା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ତେବେ ବିଧାନସଭାରେ ଏହି ନିୟମ ବିଲକୁଲ ଲାଗୁ ହୋଇନାହିଁ।
  • ଆଜିର ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ଦୁଇଜଣ ମହିଳା ମନ୍ତ୍ରୀ ରହିଛନ୍ତି।