Categories
ଆଜିର ଖବର ଜାତୀୟ ଖବର

ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନର ହଙ୍ଗମା ପରେ ଆପ କାଉନସିଲର ପୱନ ସହରାୱତ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ​​ଜିତିଥିବା ଆମ୍ ଆଦମୀ ପାର୍ଟିକୁ ଆଜି ଝଟକା ଲାଗିଛି। ବୱାନା ୱାର୍ଡର କାଉନସିଲର ପୱନ ସହରାୱତ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେଇଛନ୍ତି। ପୱନ ସହରାୱତ କହିଛନ୍ତି ଯେ, ସେ ନୈତିକତା ଆଧାରରେ AAP ଛାଡିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଭୋଟ୍ ଦେବା ବେଳେ ମୋବାଇଲରେ ଫଟୋ ଉଠାଇବା ଏବଂ ମହିଳାଙ୍କୁ ଦୁର୍ବ୍ୟବହାର କରିବା ପାଇଁ AAP ନିର୍ଦ୍ଦେଶ ଦେଇଛି। ବିଜେପି କାର୍ଯ୍ୟରତ ସଭାପତି ବିରେନ୍ଦ୍ର ସଚ୍ଚେଦେବ ସ୍ଥାୟୀ କମିଟି ନିର୍ବାଚନ ପୁନର୍ବାର କରାଯିବାକୁ ଦାବି କରିଛନ୍ତି। ମୋବାଇଲ୍ ଏବଂ କଲମକୁ ଅନୁମତି ଦିଆନଯାଉ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏମସିଡି ନିର୍ବାଚନର ପ୍ରାୟ ଅଢେଇ ମାସ ପରେ, ମେୟର ନିର୍ବାଚନରେ ​​AAP ର ଶୈଳୀ ଓବରୟ ବିଜେପିର ରେଖା ଗୁପ୍ତାଙ୍କୁ ପରାସ୍ତ କରିଥିବାବେଳେ AAP ର ଆଲେ ମହମ୍ମଦ ଇକବାଲ ବିଜେପି ପ୍ରାର୍ଥୀ କମଲ ବାଗଡିଙ୍କୁ ପରାସ୍ତ କରି ଡେପୁଟି ମେୟର ହୋଇଥିଲେ। ଏହା ପରେ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ​​ବହୁ ଅସନ୍ତୋଷ ଦେଖାଦେଇଥିଲା। ପ୍ରକାଶ ଯୋଗ୍ୟ ଯେ, ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ MCD ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ୧୩୪ ୱାର୍ଡ ଜିତିଥିଲା ​​ଏବଂ ବିଜେପିର ୧୫ ବର୍ଷ ପୁରୁଣା ଶାସନକୁ ସମାପ୍ତ କରିଥିଲା। ଅନ୍ୟପକ୍ଷରେ ୧୦୪ ୱାର୍ଡରେ ବିଜୟ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। କଂଗ୍ରେସ ଦଳର ପ୍ରଦର୍ଶନ MCD ନିର୍ବାଚନରେ ​​ଅତ୍ୟନ୍ତ ନୈରାଶ୍ୟଜନକ ଥିଲା ଏବଂ ଦଳ ୨୫୦ ସଦସ୍ୟ ବିଶିଷ୍ଟ ଗୃହରେ ମାତ୍ର ୯ ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ‘ଆପ’ କୁ ଲିଗାଲ ନୋଟିସ ପଠାଇଲେ ଏଲଜି: ୪୮ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଓକିଲ ଜରିଆରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହାଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି। ନିକଟରେ ଦିଲ୍ଲୀ ବିଧାନସଭା ଅଧିବେଶନରେ ଆମ୍ ଆଦମୀ ପାର୍ଟି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ଖଦି ଗ୍ରାମୋଦ୍ୟଗ ଚେୟାରମ୍ୟାନ୍ ବିନୟ କୁମାର ସକ୍ସେନାଙ୍କ ନିର୍ଦ୍ଦେଶରେ ପୁରୁଣା ନୋଟଗୁଡିକ ଭୁଲ ଭାବରେ ନୂଆ ରୂପରେ ପରିଣତ କରାଗଲା ଏବଂ ଏଥିରେ ୧୪୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିଲା। ଏହି ଅଭିଯୋଗ ପରେ ସେ ଏହି ପଦକ୍ଷେପ ନେଇଛନ୍ତି।

ଏଲଜି ଦ୍ୱାରା ପଠାଯାଇଥିବା ନୋଟିସରେ ଏହା ଉପରେ ଆପତ୍ତି ପ୍ରକାଶ କରାଯାଇଛି। ଏହି ପ୍ରସଙ୍ଗରେ ବିଧାନସଭାରେ ଉଠାଯାଇଥିବା ସ୍ଲୋଗାନ ଏବଂ ଟ୍ୱିଟରରେ ବ୍ୟବହୃତ ହ୍ୟାସଟ୍ୟାଗ (# ଏଲଜି ସକ୍ସେନା କୋ ଗିରଫ୍ତାର କରୋ, # ଏଲଜି ସକ୍ସେନା ଚୋର ହୈ) କୁ ମଧ୍ୟ ନୋଟିସରେ ପ୍ରଶ୍ନ କରାଯାଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆମ୍ ଆଦମୀ ପାର୍ଟି, ଆତିଶି, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଏବଂ ଜସ୍ମିନ୍ ଶାହାଙ୍କୁ ଏହାର ଉତ୍ତର ଦେବାକୁ କୁହାଯାଇଛି। ଯଦି ଏହି ସମୟ ମଧ୍ୟରେ ସେମାନେ ଉତ୍ତର ଦେବେ ନାହିଁ, ତେବେ ଅଧିକ ଆଇନଗତ ପଦକ୍ଷେପ ନେବାକୁ କୁହାଯାଇଛି।

Categories
ବିଶେଷ ଖବର

ଗୋଆରେ ଟିଏମସି-ଆପକୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧୀ, କହିଲେ ବାହାରୁ ଆସୁଥିବା ଲୋକେ କରିପାରିବେ ନାହିଁ ଶାସନ

ପାଣାଜୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ଗୋଆରେ ଏକ ରାଲିରେ ସମ୍ବୋଧିତ କରି କହିଛନ୍ତି ଯେ, ଗୋଆର ସବୁଠାରୁ ବଡ ଆବଶ୍ୟକତା ହେଉଛି ଗୋଆ ପୁଣିଥରେ ଗୋଆର ଲୋକଙ୍କ ହାତକୁ ଫେରିବା ଉଚିତ୍। ଏହି ସମୟରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିବାବେଳେ ସେ କହିଥିଲେ ଯେ, ବାହାରୁ ଆସୁଥିବା ଲୋକମାନେ ଆପଣଙ୍କ ରାଜ୍ୟକୁ ଶାସନ କରିପାରିବେ ନାହିଁ। ଏହାସହିତ ନାମ ନନେଇ ତୃଣମୂଳ କଂଗ୍ରେସକୁ ପ୍ରିୟଙ୍କା ଘେରିଥିଲେ ଏବଂ କହିଥିଲେ ଯେ, ବହୁ ବାହ୍ୟ ଦଳ ଏଠାକୁ ଆସିଛନ୍ତି। ସେ ଗୋଆକୁ ମଜବୁତ କରିବାକୁ କିମ୍ବା ବିକାଶ କରିବାକୁ ଆସିନାହାଁନ୍ତି, ବରଂ ନିଜକୁ ଏକ ଜାତୀୟ ଦଳ ଭାବରେ ଉପସ୍ଥାପନ କରିବାକୁ ସେମାନେ ଏଠାକୁ ଆସିଛନ୍ତି। ସେମାନେ ଚାହୁଁଛନ୍ତି ଯେ, ତାଙ୍କ ଦଳ ବଢୁ। ସେମାନେ ଗୋଆର ଲୋକମାନେ ଆଗକୁ ବଢନ୍ତୁ ବୋଲି ଚାହୁଁ ନାହାଁନ୍ତି।

ଏହି ସମୟ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି ତାଙ୍କ ଦଳ ଗୋଆରେ କ୍ଷମତାକୁ ଆସେ, ତା’ହେଲେ ରୋଜଗାର ସୃଷ୍ଟି ପାଇଁ ସରକାରୀ ପାଣ୍ଠିରୁ ୫୦୦ କୋଟି ଟଙ୍କା ମୁକ୍ତ ହେବ ଏବଂ ମହିଳାମାନେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ପାଇବେ। ଫେବୃଆରୀ ୧୪ ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଆର ନୁଭେମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ଏହା ମଧ୍ୟ କହିଛନ୍ତି ଯେ, ସରକାରୀ ଚାକିରୀ ଆବଣ୍ଟନରେ “ସ୍କାମ” ଯାଞ୍ଚ କରିବା ପାଇଁ ଏକ କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ।

ସେ କହିଛନ୍ତି ଯେ ନ୍ୟାୟ ଯୋଜନା ଅନୁଯାୟୀ ପଛୁଆ ବର୍ଗର ପରିବାରକୁ ମାସକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଯାହା ସେମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରିବ ଏବଂ ଅର୍ଥନୀତିରେ ପୁଞ୍ଜି ମଧ୍ୟ ଆସିବ। ମଡଗାଓଁ ଏବଂ ପାନଜୀରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ। ଏହାସହିତ ମହିଳା ନେତୃତ୍ୱାଧୀନ ପୋଲିସ ଷ୍ଟେସନ ସଂଖ୍ୟା ବୃଦ୍ଧି କରିବାକୁ କଂଗ୍ରେସ ପ୍ରତିଶୃତି ଦେଇଛି।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ଟଙ୍କାରୁ ଅଧିକ ହେବାକୁ ଦିଆଯିବ ନାହିଁ। ଏବଂ ଦଳ ଅତିରିକ୍ତ ରାଶି ଉପରେ ସବସିଡି ଦେବ ବୋଲି ଦଳ ଘୋଷଣା କରିଛି। ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ପରେ ବିଜେପି କିଛି ଆଞ୍ଚଳିକ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀଙ୍କ ସହ ଏକ ମିଳିତ ସରକାର ଗଠନ କଲା।

ପ୍ରିୟଙ୍କା କହିଛନ୍ତି, “ଆପଣ ଜାଣନ୍ତି ଯେ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ବଢାଇବା ପାଇଁ ମୁଁ ବହୁତ ପରିଶ୍ରମ କରୁଛି। ଉତ୍ତରପ୍ରଦେଶରେ ଆମେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଛୁ। ଏହା କରିବାର ଦୁଇ-ତିନୋଟି କାରଣ ଅଛି। ମହିଳାଙ୍କ ଜନସଂଖ୍ୟା ୫୦ ଶତ ପ୍ରତିଶତ, ତେଣୁ ୫୦ ପ୍ରତିଶତ ପ୍ରତିନିଧିତ୍ୱ ପାଇବା ସେମାନଙ୍କର ଅଧିକାର। ”

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସରକାରର ନୂଆ ଅବକାରୀ ନୀତିକୁ ବିରୋଧ କରି ଚକା ଜାମ କଲା ବିଜେପି, ‘ଆପ’ ର ଟାର୍ଗେଟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ନୀତି ବିରୋଧରେ ବିଜେପି ଆଜି ବିରୋଧ ପ୍ରଦର୍ଶନ କରୁଛି। ଯାହାଫଳରେ ନୂଆ ବର୍ଷର ପ୍ରଥମ ସୋମବାର ଦିନ ରାଜଧାନୀ ରାସ୍ତାରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ ବିଜେପିର ‘ଚକ୍କା ଜାମ’ ହେତୁ ଅକ୍ଷରଧାମ, ବଦରପୁର ସୀମା, ଲୋନି ସୀମା, ଲକ୍ଷ୍ମୀ ନଗର, ଆଜାଦପୁର, ପଞ୍ଜାବୀ ବାଗ ଏବଂ ନାଙ୍ଗଲୋଇରେ ଜାମ ହୋଇଛି।

ଏହା ବ୍ୟତୀତ ଏନଏଚ-୨୪ ଏବଂ ରାଜୌରୀ ଉଦ୍ୟାନ ରାସ୍ତାରେ ଭାରି ଟ୍ରାଫିକ୍ ମଧ୍ୟ ଦେଖାଯାଉଛି। ଦିଲ୍ଲୀ ପୋଲିସକୁ କ୍ରମାଗତ ଭାବେ ଦିଲ୍ଲୀର ଅନ୍ୟ ସ୍ଥାନରୁ ଜାମ ଖବର ଆସୁଛି। ଏଭଳି ପରିସ୍ଥିତିରେ, ଯେଉଁମାନେ କାମ ପାଇଁ ରାସ୍ତାରେ ବାହାରକୁ ଆସିଥିଲେ, ସେମାନେ ନିଜକୁ ଜାମରେ ଫସି ରହି ବହୁତ ବିରକ୍ତ ଅନୁଭବ କରୁଛନ୍ତି।

ଏଠାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଦ୍ୱାରା କରାଯାଇଥିବା ଏହି ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯ, ବିଜେପି ନେତା, କାର୍ଯ୍ଯକର୍ତ୍ତା ଏବଂ ମଦ ମାଫିଆଙ୍କର ଏହି ଏକ୍ସାଇଜ୍ ନୀତି ଚୋରି ବନ୍ଦ କରିଦେଇଛି। ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ, ନୂଆ ଏକ୍ସାଇଜ୍ ପଲିସିରେ ଦିଲ୍ଲୀର ବିଜେପି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ କେଜ୍ରିୱାଲ ସରକାର ଦିଲ୍ଲୀରେ ୩୫୦୦ କୋଟି ଟଙ୍କା ଚୋରି ବନ୍ଦ କରିଦେଇଛି। ଲୋକଙ୍କ କାମ ପାଇଁ ଏହି ଟଙ୍କା ବର୍ତ୍ତମାନ ସରକାର ଗ୍ରହଣ କରୁଛନ୍ତି, ପୂର୍ବରୁ ଏହି ଟଙ୍କା ବିଜେପି ନେତା ଏବଂ ମଦ ମାଫିଆଙ୍କ ପକେଟକୁ ଯାଉଥିଲା।

ଏହାପୂର୍ବରୁ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଦିଲ୍ଲୀ ସରକାରଙ୍କ ଉପରେ ଆକ୍ରମଣ କରି କହିଥିଲେ ଯେ, ପଞ୍ଜାବରେ ମଦ ନିଷେଧକୁ ରୋକିବା ପାଇଁ କେଜ୍ରିୱାଲ ବିଭିନ୍ନ କଥା କହୁଥିବାବେଳେ ସେ ଦିଲ୍ଲୀକୁ ଏକ ମଦ ସହର ଭାବେ ପରିଣତ କରିବାକୁ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଏହା କେବେ କରିବାକୁ ଦେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଶୀତକାଳୀନ ଅଧିବେଶନ: ସର୍ବଦଳୀୟ ବୈଠକକୁ ବହିଷ୍କାର କଲା ଆପ, ୧୦ ଟି ପ୍ରସଙ୍ଗ ଉଠାଇଲା ଟିଏମସି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ଆଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ତୃଣମୁଲ କଂଗ୍ରେସର ସୁଦୀପ ବାନାର୍ଜୀ, ଡେରେକ ଓ’ବ୍ରାଇନ୍, ଡିଏମକେର ଟିଆର ବାଲୁ, ଟି ଶିବ ଏବଂ ଏନସିପିର ଶରଦ ପାୱାର ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସରକାର ଡ଼ାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସରକାର ସମ୍ମୁଖରେ ତୃଣମୂଳ କଂଗ୍ରେସ ଦ୍ୱାରା ୧୦ଟି ପ୍ରସଙ୍ଗ ଉଠିଥିଲା।

ଟିଏମସି ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ହେଉଛି ବେକାରୀ, ଇନ୍ଧନ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଆଇନରେ ଏମଏସପି ଅନ୍ତର୍ଭୂକ୍ତ କରିବା, ଲାଭଜନକ PSU ଗୁଡ଼ିକରେ ବିନିଯୋଗକୁ ବନ୍ଦ କରିବା, ବିଏସଏଫର ଅଧିକାର, ପେଗାସସ୍ ପ୍ରସଙ୍ଗ, କରୋନା ପରିସ୍ଥିତି, ମହିଳା ସଂରକ୍ଷଣ ବିଲ୍ ଏବଂ ଡୁ ନଟ ବୁଲଡୋଜ ବିଲ୍।

ଏଠାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ସର୍ବଦଳୀୟ ବୈଠକକୁ ବହିସ୍କାର କରିଥିଲେ। ସଞ୍ଜୟ ସିଂ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ନା ସଂସଦରେ କହିବାକୁ ଦିଆଯାଉଛି ନା ସର୍ବାଦଳୀୟ ବୈଠକରେ ସୁଯୋଗ ଦିଆଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସଞ୍ଜୟ ବୈଠକ ଛାଡି ଚାଲି ଯାଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ହେବ। ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକ ବିଲ୍ ଆଗତ କରିବେ ବୋଲି ଆଶା କରାଯାଉଛି। ଏହି ବିଲ୍ ଉପରେ ସପକ୍ଷରେ ତଥା ବିରୋଧର ତୀବ୍ର ସଂଘର୍ଷ ହୋଇପାରେ। ଏହି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀଦଳ ଉଠାଇଥିବା ପ୍ରସଙ୍ଗଗୁଡ଼ିକର ସନ୍ତୁଳିତ ଉତ୍ତର ଦେବା ସରକାରଙ୍କ ପକ୍ଷରୁ ଏକ ପ୍ରୟାସ ହେବ।

ସଂସଦର ଏହି ଅଧିବେଶନରେ ବିରୋଧୀମାନେ ପେଗାସସ୍ ସ୍ପାଏୱେୟାର ସହିତ ଫୋନ୍ ଟ୍ୟାପ୍ ପ୍ରସଙ୍ଗ ମଧ୍ୟ ଉଠାଇ ପାରିବେ। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆଜି ସନ୍ଧ୍ୟାରେ ସଂସଦର ଉପର ଗୃହରେ ରାଜନୈତିକ ଦଳଗୁଡ଼ିକର ନେତାଙ୍କ ଏକ ବୈଠକ ଡାକିଛନ୍ତି। ବିଶ୍ୱାସ କରାଯାଏ ଯେ, ଏହି ଅଧିବେଶନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପାରେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ନିର୍ବାଚନ: ଭୋଟ ପୂର୍ବରୁ ହନୁମାନଙ୍କ ଶରଣ ପଶିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ

ନୂଆଦିଲ୍ଲୀ- ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସବୁଦଳ ନିଜନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ ଲାଗିପଡିଛନ୍ତି। ତେବେ ଭୋଟଗ୍ରହଣ ପୂର୍ବରୁ ବିଭିନ୍ନ ଦଳର ନେତାମାନେ ମନ୍ଦିର ଯାଇ ଭଗବାନଙ୍କ ନିକଟରେ ଶରଣ ପଶିଛନ୍ତି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରୀୱାଲ ନୂଆଦିଲ୍ଲୀର ଏକ ସର୍ବପୁରାତନ ହନୁମାନ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥିଲେ।

କେଜରୀୱାଲ ସ୍ତ୍ରୀଙ୍କ ସେହି ମନ୍ଦିରରେ ଦୀର୍ଘ ସମୟ ରହି ପୂଜା କରିଥିଲେ। ଠିକ ସେହିପରି ଦିଲ୍ଲୀର ବିଜେପି ମୁଖ୍ୟ ମନୋଜ ତିୱାରୀ ମଧ୍ୟ ଗତକାଲି ଅନ୍ୟ ଏକ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ପ୍ରଚାର ବନ୍ଦ ଥିବାରୁ ମନୋଜ ଭୋଟ ପ୍ରଚାର କରି ନ ଥିଲେ ମଧ୍ୟ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅପିଲ କରିଥିଲେ।