Categories
ଆଞ୍ଚଳିକ

ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷ୍ମାନ ଭଵଃ ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ବାଲୁଗାଁରେ ଭାରପ୍ରାପ୍ତ ଅଧିକ୍ଷକ ଡା ସଂଗ୍ରାମ କେଶରୀ ସାହୁ ଉଦଘାଟନ କରିଥିବା ବେଳେ ବାଣପୁରରେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମିଳିତ ଭାବେ ଉଦଘାଟନ କରିଥିଲେ।

ଉଭୟ ମେଡିକାଲରେ ଜିଲ୍ଲାର ବହୁ ବିଶେଷଜ୍ଞ ଯୋଗଦେଇ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ରୋଗୀ ମାନେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମେଡ଼ିସିନ ମଧ୍ୟ ନେଇଥିଲେ। ବାଣପୁର ମେଡିକାଲରେ ୧୦୧୨ ଏବଂ ବାଲୁଗାଁ ମେଡିକାଲ ସମୁଦାୟ ୧୦୬୯ ଜଣ ରୋଗୀ ସ୍ୱାସ୍ଥ୍ୟ ମେଳାରେ ପଞ୍ଜିକରଣ କରିଥିବା ଜଣାପଡିଛି।

ବାଣପୁର ମେଡିକାଲରେ ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ଭାରପ୍ରାପ୍ତ ଅଧିକ୍ଷକ ଡା ରମାକାନ୍ତ ନାୟକ ପରିଚାଳନା କରିଥିବା ବେଳେ ବାଲୁଗାଁ ମେଡିକାଲରେ ବିପିଏମ ଆରତୀ ଦାସ ପରିଚାଳନା କରିଥିଲେ।