Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଆଥଲେଟିକ ରେ ୨୭ ପଦକ ଜିତିଥିବାରୁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ। ଆମ ଆଥଲେଟମାନେ ୨୭ଟି ପଦକ ଜିତିଛନ୍ତି ଯାହା କି ଚାମ୍ପିୟନଶିପର ଏକ ସଂସ୍କରଣରେ ବିଦେଶ ମାଟିରେ ସର୍ବାଧିକ। ଏହି ସଫଳତା ପାଇଁ ଆମ ଆଥଲେଟମାନଙ୍କୁ ଅଭିନନ୍ଦନ। ଏହା ଆମକୁ ଗୌରବାନ୍ୱିତ କରେ।’