Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ରୁ  ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ମୋଟ୍ ୩୧ଦିନ ପାଇଁ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ବସିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ବସିବ।

ରାଜ୍ୟ ବଜେଟ ଆସନ୍ତା ୨୨ ତାରିଖରେ ଉପସ୍ଥାପିତ ହେବ। ମାର୍ଚ୍ଚ ୩୧ରେ ବ୍ୟୟ ମଂଜୁରୀ ବିଲ୍ ଆଗତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର

କଟକଣା ଭିତରେ ବିଧାନସଭା ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର, ଆଜି କୋଭିଡ କଟକଣା ଭିତରେ ବିଧାନସଭା ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଆଜି ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ନବୀନ ନିବାସରୁ ଭିଡିଓ କନଫ୍ରେନସିଂରେ ଯୋଡି ହୋଇଥିବା ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟତଃ ଦିଂବଗତ ନେତା, କୋଭିଡ ଯୋଦ୍ଧା ଏବଂ ଶହୀଦଙ୍କ ପାଇଁ ଶୋକ ଆଗତ କରାଯାଇଥିଲା। ଏହାପରେ ଗୃହରେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନୀ କରାଯାଇ ଅପରାହ୍ନ 3 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା।।

Categories
ଆଞ୍ଚଳିକ

ଶଙ୍କର ସୁବୁଦ୍ଧି ହେଲେ ବାଚସ୍ପତିଙ୍କ ପ୍ରତିନିଧି

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ ଦାୟିତ୍ତ୍ଵ ଦେଇଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ସୁଚାରୁ ରୂପେ ନିଜ ଦାୟିତ୍ତ୍ଵ ତୁଲାଇଥିବା ବେଳେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ନେବାପରେ ଜନସେବାରେ ନିଜକୁ ମନନିବେଶ କରିଛନ୍ତି।

ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଜିଲ୍ଲା ପରିଷଦ ବୈଠକରେ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କ ପ୍ରତିନିଧି ରୂପରେ ଯୋଗଦେବେ। ଏନେଇ ଡ଼ଃ.ପାତ୍ର ଚିଠି ସଂଖ୍ୟା ୩୧୯/୧୪/୨୦ରେ ଏକ ଲିଖିତ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।

ଏହାକୁ ନେଇ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ପୂର୍ବତନ ସାଂସଦ ପ୍ରତିନିଧି ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ପାତ୍ର, କିଶୋର ଚନ୍ଦ୍ର ପାତ୍ର, ସମବାୟବିତ କୈଳାଶ ରଣା, ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ପ୍ରମୁଖ ନୂତନ ରୂପରେ ଚୟନ ହୋଇଥିବା ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେଶନ,କରୋନା ପାଇଁ କାଣ୍ଟଛାଣ୍ଟ

ଭୁବନେଶ୍ବର, ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ଆଠ ଦିନିଆ ମୌସୁମୀ ଅଧିବେଶନ। ଅକ୍ଟୋବର ୭ ପର୍ଯ୍ୟନ୍ତ ଏହି ମୌସୁମୀ ଅଧିବେଶନ ଚାଲିବ। ଗାନ୍ଧି ଜୟନ୍ତୀକୁ ଛାଡ଼ି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। କରୋନା ମହାମାରୀ ପାଇଁ ଚଳିତ ବର୍ଷ ଅଧିବେସନକୁ ପୁରା କାଣ୍ଟଛାଣ୍ଟ କରାଯାଇଛି। ସେହିପରି ପ୍ରଶ୍ନକାଳକୁ ମଧ୍ୟ ବାତିଲ କରାଯାଇଛି। ଅକ୍ଟୋବର 4 ତାରିଖ ରବିବାର ପଡୁଥିଲେ ମଧ୍ୟ ସେଦିନ ମଧ୍ୟ ଗୃହକାର୍ଯ୍ୟ ରହିବ ବୋଲି ବିଧାନସଭା କାର୍ଯ୍ୟାଳୟ ତରଫରୁ କୁହାଯାଇଛି।