Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ପାଇଁ ଭଲ ଖବର: କ୍ରମାଗତ ହ୍ରାସ ପାଉଛି କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୭ ହଜାର ୨୯୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୫୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୭୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୬

ବାଲେଶ୍ଵର ଜିଲ୍ଲାରୁ- ୨୩୪

ବରଗଡ ଜିଲ୍ଲାରୁ- ୮୫

ଭଦ୍ରକ ଜିଲ୍ଲାରୁ- ୯୪

ବଲାଙ୍ଗୀରି ଜିଲ୍ଲାରୁ- ୧୩୮

ବୌଦ୍ଧ ଜିଲ୍ଲାରୁ- ୯୩

କଟକ ଜିଲ୍ଲାରୁ – ୪୮୨

ଦେବଗଡ ଜିଲ୍ଲାରୁ- ୬୧

ଢେଙ୍କାନାଳ ଜିଲ୍ଲାରୁ- ୧୩୩

ଗଞ୍ଜାମ ଜିଲ୍ଲାରୁ- ୭୫

ଜଗତସିଂହପୁର ଜିଲ୍ଲାରୁ- ୧୦୮

ଯାଜପୁର ଜିଲ୍ଲାରୁ- ୨୧୯

ଝାରସୁଗୁଡା ଜିଲ୍ଲାରୁ- ୩୫

କଳାହାଣ୍ଡି ଜିଲ୍ଲାରୁ- ୧୮୮

କନ୍ଧମାଳ ଜିଲ୍ଲାରୁ- ୭୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୧୪

କେନ୍ଦୁଝର ଜିଲ୍ଲାରୁ- ୧୩୭

ଖୋର୍ଦ୍ଧା ଜିଲ୍ଲାରୁ- ୧୫୦୦

କୋରାପୁଟ ଜିଲ୍ଲାରୁ- ୧୨୮

ମାଲକାନଗିରି ଜିଲ୍ଲାରୁ- ୫୨

ମୟୂରଭଞ୍ଜ ଜିଲ୍ଲାରୁ- ୨୧୮

ନବରଙ୍ଗପୁର ଜିଲ୍ଲାରୁ- ୯୫

ନୟାଗଡ ଜିଲ୍ଲାରୁ- ୨୦୫

ନୂଆପଡା ଜିଲ୍ଲାରୁ- ୫୬

ପୁରୀ ଜିଲ୍ଲାରୁ- ୬୩

ରାୟଗଡା ଜିଲ୍ଲାରୁ- ୨୨୫

ସମ୍ବଲପୁର ଜିଲ୍ଲାରୁ- ୧୫୮

ସୋନପୁର ଜିଲ୍ଲାରୁ- ୨୦

ସୁନ୍ଦରଗଡ ଜିଲ୍ଲାରୁ- ୫୦୧

ଷ୍ଟେଟ ପୁଲରୁ- ୨୯୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୧୭ ଏବଂ ବର୍ତ୍ତମାନ ୭୭ ହଜାର ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର

ଓଡ଼ିଶା ଟେଲିକମ୍ ମାଇକ୍ରୋୱେଭ ମଜଦୁର ସଂଘ କର୍ମଚାରୀମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ

ଭୁବନେଶ୍ୱର: ବି.ଏସ୍‌.ଏନ୍‌.ଏଲ୍ କର୍ମଚାରୀ କାଜୁଆଲ ମଜଦୁର ସଂଘ ସେମାନଙ୍କର ୯ ଦଫା ଦାବି ନେଇ ଆଜି ବି.ଏସ୍‌.ଏନ୍‌.ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏହି ବିକ୍ଷୋଭ ଦାବି ପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେମାନେ ଘୋଷଣା କରିଥିଲେ।

ବି.ଏସ୍‌.ଏନ୍‌.ଏଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ଦାବି ଏବଂ ସମସ୍ୟା ନେଇ ବର୍ଷ ବର୍ଷ ଧରି କର୍ଣ୍ଣପାତ କରୁନଥିବାରୁ ଏବଂ କୋର୍ଟରେ କେସ୍ ଥିବାର ବାହାନା ଦେଖାଇ ସେମାନଙ୍କ ଦାବି ପ୍ରତି ଅଣଦେଖା କରୁଥିବାରୁ କର୍ମଚାରୀମାନେ ନିଜର ଘୋର ଅସନ୍ତୋଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତକୁ ବି.ଏସ୍‌.ଏନ୍‌.ଏଲ୍ କର୍ତ୍ତୃପକ୍ଷ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଟି.ଏସ୍‌.ଏମ୍ ମାନଙ୍କୁ ନିର୍ଦ୍ଦିଷ୍ଟ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବା ସହ ଚାକିରୀ ନିୟମିତ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରିବା, ଟି.ଏସ୍‌.ଏମ୍ ମାନଙ୍କୁ ଅବସରକାଳୀନ ଭତ୍ତା, ମେଡ଼ିକାଲ ସୁବିଧା ଏବଂ ଗ୍ରାଚୁଇଟି ପ୍ରଦାନ କରିବା, ୨୦୨୧ ଜୁଲାଇ ଠାରୁ ଟି.ଏସ୍‌.ଏମ୍ ମାନଙ୍କୁ ବକେୟା ମହଙ୍ଗାଭତ୍ତା ପ୍ରଦାନ କରିବା, କୋଭିଡ଼ରେ ମୃତ୍ୟୁବରଣ କରିଥିବା କର୍ମଚାରୀମାନଙ୍କୁ ବିଭାଗ ତରଫରୁ ଆର୍ôଥକ ସାହାଯ୍ୟ ପ୍ରଦାନ କରିବା, ମହାସଂଘର ସାଧାରଣ ସମ୍ପାଦକଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ଆଣିବା, ଫୋନ୍ ମେକାନିକାଲ ପରୀକ୍ଷାର ଫଳ ତୁରନ୍ତ ପ୍ରକାଶ କରିବା, ଆଉଟଡ଼ୋର୍‌ରେ କାମ କରୁଥିବା ଟି.ଏସ୍‌୍‌.ଏମ୍ ମାନଙ୍କୁ ବିଭାଗ ତରଫରୁ ସେଲ୍ ଫୋନ୍ ଓ ନେଟ୍‌ପ୍ୟାକ ପ୍ରଦାନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକୁ କର୍ତ୍ତୃପକ୍ଷ ମାନି ନେବା ପାଇଁ ଆନ୍ଦୋଳନ କରିଛନ୍ତି।

ଏପରିକି ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨୦୦୯ରେ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅନ୍ୟାନ୍ୟ କୋର୍ଟରେ କେସ୍ ଚାଲିଛି ବୋଲି କହି ଅଣଦେଖା କରି ଆସୁଛନ୍ତି। ଏଠାରେ ଉଲ୍ଲେଖଥାଉକି, ଇଷ୍ଟର୍ଣ୍ଣ ଟେଲିକମ୍ ରିଜନରେ କାର୍ଯ୍ୟ କରୁଥିବା ଟେମ୍ପୋରାରୀ ଷ୍ଟାଟସ ମଜଦୁର (ଟି.ଏସ୍‌.ଏମ୍‌) ସଂଘ ଓ ଇଷ୍ଟର୍ଣ୍ଣ ଟେଲିକମ୍ ପ୍ରୋଜେକ୍ଟରେ ଓଡ଼ିଶାରେ କାର୍ଯ୍ୟ କରୁଥିବା ମୋଟ ୪୪୧ଜଣ କର୍ମଚାରୀ ସେମାନଙ୍କ ଉକ୍ତ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ସଂଘର ସଭାପତି ଜନାର୍ଦ୍ଦନ ରଣସିଂ ଏବଂ ସାଧାରଣ ସମ୍ପାଦକ ଲଡୁକିଶୋର ଗୌଡ଼ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୭ ହଜାର ୨୯୧ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୮ ହଜାର ୫୨୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୨୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୯୫୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୨୨୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୬୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୮୩

ବାଲେଶ୍ଵର ଜିଲ୍ଲାରୁ- ୩୪୩

ବରଗଡ ଜିଲ୍ଲାରୁ- ୧୩୦

ଭଦ୍ରକ ଜିଲ୍ଲାରୁ- ୯୭

ବଲାଙ୍ଗୀରି ଜିଲ୍ଲାରୁ- ୨୧୮

ବୌଦ୍ଧ ଜିଲ୍ଲାରୁ- ୫୫

କଟକ ଜିଲ୍ଲାରୁ – ୫୬୧

ଦେବଗଡ ଜିଲ୍ଲାରୁ- ୬୨

ଢେଙ୍କାନାଳ ଜିଲ୍ଲାରୁ- ୯୬

ଗଞ୍ଜାମ ଜିଲ୍ଲାରୁ- ୫୦

ଜଗତସିଂହପୁର ଜିଲ୍ଲାରୁ- ୧୨୧

ଯାଜପୁର ଜିଲ୍ଲାରୁ- ୨୦୩

ଝାରସୁଗୁଡା ଜିଲ୍ଲାରୁ- ୮୩

କଳାହାଣ୍ଡି ଜିଲ୍ଲାରୁ- ୧୭୩

କନ୍ଧମାଳ ଜିଲ୍ଲାରୁ- ୯୮

କେନ୍ଦ୍ରାପଡା ଜିଲ୍ଲାରୁ- ୧୦୯

କେନ୍ଦୁଝର ଜିଲ୍ଲାରୁ- ୧୩୨

ଖୋର୍ଦ୍ଧା ଜିଲ୍ଲାରୁ- ୧୭୦୫

କୋରାପୁଟ ଜିଲ୍ଲାରୁ- ୧୧୧

ମାଲକାନଗିରି ଜିଲ୍ଲାରୁ- ୫୭

ମୟୂରଭଞ୍ଜ ଜିଲ୍ଲାରୁ- ୨୨୯

ନବରଙ୍ଗପୁର ଜିଲ୍ଲାରୁ- ୧୪୮

ନୟାଗଡ ଜିଲ୍ଲାରୁ- ୧୯୨

ନୂଆପଡା ଜିଲ୍ଲାରୁ- ୧୬୦

ପୁରୀ ଜିଲ୍ଲାରୁ- ୧୧୬

ରାୟଗଡା ଜିଲ୍ଲାରୁ- ୨୯୫

ସମ୍ବଲପୁର ଜିଲ୍ଲାରୁ- ୧୭୬

ସୋନପୁର ଜିଲ୍ଲାରୁ- ୨୮୨

ସୁନ୍ଦରଗଡ ଜିଲ୍ଲାରୁ- ୬୪୬

ଷ୍ଟେଟ ପୁଲରୁ- ୩୬୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୬୦୮ ଏବଂ ବର୍ତ୍ତମାନ ୮୧ ହଜାର ୭୬୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୮ ହଜାର ୮୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୫୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୪୨

ବାଲେଶ୍ଵର ଜିଲ୍ଲାରୁ- ୩୪୬

ବରଗଡ ଜିଲ୍ଲାରୁ- ୧୪୧

ଭଦ୍ରକ ଜିଲ୍ଲାରୁ- ୧୧୨

ବଲାଙ୍ଗୀରି ଜିଲ୍ଲାରୁ- ୨୧୭

ବୌଦ୍ଧ ଜିଲ୍ଲାରୁ- ୮୬

କଟକ ଜିଲ୍ଲାରୁ – ୭୮୯

ଦେବଗଡ ଜିଲ୍ଲାରୁ- ୭୫

ଢେଙ୍କାନାଳ ଜିଲ୍ଲାରୁ- ୯୦

ଗଜପତି ଜିଲ୍ଲାରୁ- ୯୮

ଗଞ୍ଜାମ ଜିଲ୍ଲାରୁ- ୮୮

ଜଗତସିଂହପୁର ଜିଲ୍ଲାରୁ- ୧୬୫

ଯାଜପୁର ଜିଲ୍ଲାରୁ- ୨୫୩

ଝାରସୁଗୁଡା ଜିଲ୍ଲାରୁ- ୧୧୮

କଳାହାଣ୍ଡି ଜିଲ୍ଲାରୁ- ୨୨୬

କନ୍ଧମାଳ ଜିଲ୍ଲାରୁ- ୧୦୦

କେନ୍ଦ୍ରାପଡା ଜିଲ୍ଲାରୁ- ୧୩୪

କେନ୍ଦୁଝର ଜିଲ୍ଲାରୁ- ୧୨୬

ଖୋର୍ଦ୍ଧା ଜିଲ୍ଲାରୁ- ୨୨୬୨

କୋରାପୁଟ ଜିଲ୍ଲାରୁ- ୧୫୭

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୮୦

ନବରଙ୍ଗପୁର ଜିଲ୍ଲାରୁ- ୧୯୨

ନୟାଗଡ ଜିଲ୍ଲାରୁ- ୨୧୬

ନୂଆପଡା ଜିଲ୍ଲାରୁ- ୧୯୯

ପୁରୀ ଜିଲ୍ଲାରୁ- ୧୪୯

ରାୟଗଡା ଜିଲ୍ଲାରୁ- ୧୮୭

ସମ୍ବଲପୁର ଜିଲ୍ଲାରୁ- ୧୨୭

ସୋନପୁର ଜିଲ୍ଲାରୁ- ୮୯

ସୁନ୍ଦରଗଡ ଜିଲ୍ଲାରୁ- ୯୩୨

ଷ୍ଟେଟ ପୁଲରୁ- ୪୬୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୭୬୭ ଏବଂ ବର୍ତ୍ତମାନ ୮୫ ହଜାର ୩୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ତଳ ମୁହାଁ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୯ ହଜାର ୮୩୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୮୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୨୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୧୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୭୧୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୬୦

ବାଲେଶ୍ଵର ଜିଲ୍ଲାରୁ- ୨୯୦

ବରଗଡ ଜିଲ୍ଲାରୁ- ୧୪୧

ଭଦ୍ରକ ଜିଲ୍ଲାରୁ- ୧୧୭

ବଲାଙ୍ଗୀରି ଜିଲ୍ଲାରୁ- ୨୩୨

ବୌଦ୍ଧ ଜିଲ୍ଲାରୁ- ୯୩

କଟକ ଜିଲ୍ଲାରୁ – ୬୨୮

ଦେବଗଡ ଜିଲ୍ଲାରୁ- ୫୫

ଢେଙ୍କାନାଳ ଜିଲ୍ଲାରୁ- ୧୦୦

ଗଜପତି ଜିଲ୍ଲାରୁ- ୯୨

ଗଞ୍ଜାମ ଜିଲ୍ଲାରୁ- ୫୩

ଜଗତସିଂହପୁର ଜିଲ୍ଲାରୁ- ୧୮୦

ଯାଜପୁର ଜିଲ୍ଲାରୁ- ୨୦୯

ଝାରସୁଗୁଡା ଜିଲ୍ଲାରୁ- ୧୪୪

କଳାହାଣ୍ଡି ଜିଲ୍ଲାରୁ- ୨୩୯

କନ୍ଧମାଳ ଜିଲ୍ଲାରୁ- ୧୦୯

କେନ୍ଦ୍ରାପଡା ଜିଲ୍ଲାରୁ- ୯୨

କେନ୍ଦୁଝର ଜିଲ୍ଲାରୁ- ୧୧୦

ଖୋର୍ଦ୍ଧା ଜିଲ୍ଲାରୁ- ୨୫୨୮

କୋରାପୁଟ ଜିଲ୍ଲାରୁ- ୨୦୩

ମାଲକାନଗିରି ଜିଲ୍ଲାରୁ- ୫୦

ମୟୂରଭଞ୍ଜ ଜିଲ୍ଲାରୁ- ୧୫୨

ନବରଙ୍ଗପୁର ଜିଲ୍ଲାରୁ- ୧୮୭

ନୟାଗଡ ଜିଲ୍ଲାରୁ- ୧୯୪

ନୂଆପଡା ଜିଲ୍ଲାରୁ- ୨୦୫

ପୁରୀ ଜିଲ୍ଲାରୁ- ୧୬୫

ରାୟଗଡା ଜିଲ୍ଲାରୁ- ୨୨୧

ସମ୍ବଲପୁର ଜିଲ୍ଲାରୁ- ୧୮୧

ସୋନପୁର ଜିଲ୍ଲାରୁ- ୨୦୭

ସୁନ୍ଦରଗଡ ଜିଲ୍ଲାରୁ- ୧୦୦୧

ଷ୍ଟେଟ ପୁଲରୁ- ୫୦୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୬ ହଜାର ୧୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୯ ହଜାର ୪୨୩ ଏବଂ ବର୍ତ୍ତମାନ ୮୮ ହଜାର ୧୫୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୦ ହଜାର ୩୬୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୧୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୪

ବାଲେଶ୍ଵର ଜିଲ୍ଲାରୁ- ୨୮୬

ବରଗଡ ଜିଲ୍ଲାରୁ- ୧୭୨

ଭଦ୍ରକ ଜିଲ୍ଲାରୁ- ୧୨୯

ବଲାଙ୍ଗୀରି ଜିଲ୍ଲାରୁ- ୨୮୮

ବୌଦ୍ଧ ଜିଲ୍ଲାରୁ- ୧୨୦

କଟକ ଜିଲ୍ଲାରୁ – ୭୭୪

ଦେବଗଡ ଜିଲ୍ଲାରୁ- ୪୭

ଢେଙ୍କାନାଳ ଜିଲ୍ଲାରୁ- ୯୫

ଗଜପତି ଜିଲ୍ଲାରୁ- ୮୮

ଗଞ୍ଜାମ ଜିଲ୍ଲାରୁ- ୬୯

ଜଗତସିଂହପୁର ଜିଲ୍ଲାରୁ- ୧୫୨

ଯାଜପୁର ଜିଲ୍ଲାରୁ- ୨୫୬

ଝାରସୁଗୁଡା ଜିଲ୍ଲାରୁ- ୧୬୮

କଳାହାଣ୍ଡି ଜିଲ୍ଲାରୁ- ୧୭୧

କନ୍ଧମାଳ ଜିଲ୍ଲାରୁ- ୯୧

କେନ୍ଦ୍ରାପଡା ଜିଲ୍ଲାରୁ- ୯୯

କେନ୍ଦୁଝର ଜିଲ୍ଲାରୁ- ୧୬୮

ଖୋର୍ଦ୍ଧା ଜିଲ୍ଲାରୁ- ୨୯୪୬

କୋରାପୁଟ ଜିଲ୍ଲାରୁ- ୧୭୪

ମାଲକାନଗିରି ଜିଲ୍ଲାରୁ- ୫୬

ମୟୂରଭଞ୍ଜ ଜିଲ୍ଲାରୁ- ୨୯୫

ନବରଙ୍ଗପୁର ଜିଲ୍ଲାରୁ- ୧୫୬

ନୟାଗଡ ଜିଲ୍ଲାରୁ- ୨୯୨

ନୂଆପଡା ଜିଲ୍ଲାରୁ- ୧୭୩

ପୁରୀ ଜିଲ୍ଲାରୁ- ୧୪୬

ରାୟଗଡା ଜିଲ୍ଲାରୁ- ୨୭୪

ସମ୍ବଲପୁର ଜିଲ୍ଲାରୁ- ୨୦୬

ସୋନପୁର ଜିଲ୍ଲାରୁ- ୧୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୧୩୪

ଷ୍ଟେଟ ପୁଲରୁ- ୫୭୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୯ ହଜାର ୩୩ ଏବଂ ବର୍ତ୍ତମାନ ୮୯ ହଜାର ୭୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଗତକାଲି ଅପେକ୍ଷା କମ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୧ ହଜାର ୬୦୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୯୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୩୫୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୩୬

ବାଲେଶ୍ଵର ଜିଲ୍ଲାରୁ- ୩୦୪

ବରଗଡ ଜିଲ୍ଲାରୁ- ୧୫୨

ଭଦ୍ରକ ଜିଲ୍ଲାରୁ- ୧୨୯

ବଲାଙ୍ଗୀରି ଜିଲ୍ଲାରୁ- ୨୫୩

ବୌଦ୍ଧ ଜିଲ୍ଲାରୁ- ୭୬

କଟକ ଜିଲ୍ଲାରୁ – ୯୪୦

ଦେବଗଡ ଜିଲ୍ଲାରୁ- ୭୮

ଢେଙ୍କାନାଳ ଜିଲ୍ଲାରୁ- ୮୩

ଗଜପତି ଜିଲ୍ଲାରୁ- ୧୦୦

ଗଞ୍ଜାମ ଜିଲ୍ଲାରୁ- ୮୭

ଜଗତସିଂହପୁର ଜିଲ୍ଲାରୁ- ୧୬୫

ଯାଜପୁର ଜିଲ୍ଲାରୁ- ୨୯୦

ଝାରସୁଗୁଡା ଜିଲ୍ଲାରୁ- ୧୫୭

କଳାହାଣ୍ଡି ଜିଲ୍ଲାରୁ- ୧୯୪

କନ୍ଧମାଳ ଜିଲ୍ଲାରୁ- ୮୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୦୬

କେନ୍ଦୁଝର ଜିଲ୍ଲାରୁ- ୧୨୩

ଖୋର୍ଦ୍ଧା ଜିଲ୍ଲାରୁ- ୩୦୩୬

କୋରାପୁଟ ଜିଲ୍ଲାରୁ- ୨୦୨

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୬୫

ନବରଙ୍ଗପୁର ଜିଲ୍ଲାରୁ- ୧୬୨

ନୟାଗଡ ଜିଲ୍ଲାରୁ- ୧୪୯

ନୂଆପଡା ଜିଲ୍ଲାରୁ- ୧୯୬

ପୁରୀ ଜିଲ୍ଲାରୁ- ୧୪୦

ରାୟଗଡା ଜିଲ୍ଲାରୁ- ୨୦୮

ସମ୍ବଲପୁର ଜିଲ୍ଲାରୁ- ୨୪୭

ସୋନପୁର ଜିଲ୍ଲାରୁ- ୧୮୦

ସୁନ୍ଦରଗଡ ଜିଲ୍ଲାରୁ- ୧୫୦୫

ଷ୍ଟେଟ ପୁଲରୁ- ୬୬୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୦ ହଜାର ୫୬୨ ଏବଂ ବର୍ତ୍ତମାନ ୮୮ ହଜାର ୩୪୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୧ ହଜାର ୧୭୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୪୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୮୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୮୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୪୦୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୫୮

ବାଲେଶ୍ଵର ଜିଲ୍ଲାରୁ- ୪୩୩

ବରଗଡ ଜିଲ୍ଲାରୁ- ୧୬୬

ଭଦ୍ରକ ଜିଲ୍ଲାରୁ- ୧୧୮

ବଲାଙ୍ଗୀରି ଜିଲ୍ଲାରୁ- ୨୩୮

ବୌଦ୍ଧ ଜିଲ୍ଲାରୁ- ୮୫

କଟକ ଜିଲ୍ଲାରୁ – ୭୮୬

ଦେବଗଡ ଜିଲ୍ଲାରୁ- ୪୪

ଢେଙ୍କାନାଳ ଜିଲ୍ଲାରୁ- ୭୦

ଗଜପତି ଜିଲ୍ଲାରୁ- ୧୦୯

ଗଞ୍ଜାମ ଜିଲ୍ଲାରୁ- ୯୨

ଜଗତସିଂହପୁର ଜିଲ୍ଲାରୁ- ୨୦୭

ଯାଜପୁର ଜିଲ୍ଲାରୁ- ୧୯୫

ଝାରସୁଗୁଡା ଜିଲ୍ଲାରୁ- ୨୨୫

କଳାହାଣ୍ଡି ଜିଲ୍ଲାରୁ- ୧୬୩

କନ୍ଧମାଳ ଜିଲ୍ଲାରୁ- ୫୬

କେନ୍ଦ୍ରାପଡା ଜିଲ୍ଲାରୁ- ୯୦

କେନ୍ଦୁଝର ଜିଲ୍ଲାରୁ- ୧୦୫

ଖୋର୍ଦ୍ଧା ଜିଲ୍ଲାରୁ- ୨୯୩୪

କୋରାପୁଟ ଜିଲ୍ଲାରୁ- ୧୬୨

ମାଲକାନଗିରି ଜିଲ୍ଲାରୁ- ୫୫

ମୟୂରଭଞ୍ଜ ଜିଲ୍ଲାରୁ- ୩୮୩

ନବରଙ୍ଗପୁର ଜିଲ୍ଲାରୁ- ୧୫୯

ନୟାଗଡ ଜିଲ୍ଲାରୁ- ୧୯୩

ନୂଆପଡା ଜିଲ୍ଲାରୁ- ୧୦୮

ପୁରୀ ଜିଲ୍ଲାରୁ- ୧୯୮

ରାୟଗଡା ଜିଲ୍ଲାରୁ- ୨୫୩

ସମ୍ବଲପୁର ଜିଲ୍ଲାରୁ- ୩୮୭

ସୋନପୁର ଜିଲ୍ଲାରୁ- ୧୬୩

ସୁନ୍ଦରଗଡ ଜିଲ୍ଲାରୁ- ୧୪୪୭

ଷ୍ଟେଟ ପୁଲରୁ- ୭୦୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୪୪ ହଜାର ୪୦୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୬୭ ଏବଂ ବର୍ତ୍ତମାନ ୭୫ ହଜାର ୭୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୧୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୦ ହଜାର ୮୫୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ହଜାର ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୭୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୬୯୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୩୨

ବାଲେଶ୍ଵର ଜିଲ୍ଲାରୁ- ୩୪୨

ବରଗଡ ଜିଲ୍ଲାରୁ- ୧୨୩

ଭଦ୍ରକ ଜିଲ୍ଲାରୁ- ୯୨

ବଲାଙ୍ଗୀରି ଜିଲ୍ଲାରୁ- ୩୧୨

ବୌଦ୍ଧ ଜିଲ୍ଲାରୁ- ୭୧

କଟକ ଜିଲ୍ଲାରୁ – ୮୨୯

ଦେବଗଡ ଜିଲ୍ଲାରୁ- ୨୫

ଢେଙ୍କାନାଳ ଜିଲ୍ଲାରୁ- ୬୫

ଗଜପତି ଜିଲ୍ଲାରୁ- ୭୩

ଗଞ୍ଜାମ ଜିଲ୍ଲାରୁ- ୧୦୮

ଜଗତସିଂହପୁର ଜିଲ୍ଲାରୁ- ୧୬୪

ଯାଜପୁର ଜିଲ୍ଲାରୁ- ୧୭୯

ଝାରସୁଗୁଡା ଜିଲ୍ଲାରୁ- ୧୯୩

କଳାହାଣ୍ଡି ଜିଲ୍ଲାରୁ- ୧୭୩

କନ୍ଧମାଳ ଜିଲ୍ଲାରୁ- ୪୭

କେନ୍ଦ୍ରାପଡା ଜିଲ୍ଲାରୁ- ୭୧

କେନ୍ଦୁଝର ଜିଲ୍ଲାରୁ- ୬୯

ଖୋର୍ଦ୍ଧା ଜିଲ୍ଲାରୁ- ୩୪୨୪

କୋରାପୁଟ ଜିଲ୍ଲାରୁ- ୧୫୨

ମାଲକାନଗିରି ଜିଲ୍ଲାରୁ- ୪୯

ମୟୂରଭଞ୍ଜ ଜିଲ୍ଲାରୁ- ୨୭୬

ନବରଙ୍ଗପୁର ଜିଲ୍ଲାରୁ- ୧୫୫

ନୟାଗଡ ଜିଲ୍ଲାରୁ- ୧୫୯

ନୂଆପଡା ଜିଲ୍ଲାରୁ- ୭୯

ପୁରୀ ଜିଲ୍ଲାରୁ- ୧୪୧

ରାୟଗଡା ଜିଲ୍ଲାରୁ- ୧୮୪

ସମ୍ବଲପୁର ଜିଲ୍ଲାରୁ- ୩୭୯

ସୋନପୁର ଜିଲ୍ଲାରୁ- ୨୩୮

ସୁନ୍ଦରଗଡ ଜିଲ୍ଲାରୁ- ୨୧୩୬

ଷ୍ଟେଟ ପୁଲରୁ- ୭୩୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୬୧୫ ଏବଂ ବର୍ତ୍ତମାନ ୬୯ ହଜାର ୭୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ରାଜ୍ୟସ୍ତରୀୟ ପ୍ରହ୍ଲାଦ ମଲିକଙ୍କ ୯୩ତମ ଜୟନ୍ତୀ ଉତ୍ସବ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲିକ ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ କୋଭିଡ଼ ନିୟମ ପାଳନ ପୂର୍ବକ ପାଳିତ ହୋଇଯାଇଛି। ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ ସହିତ ତାଙ୍କ ରାଜନୈତିକ ଜୀବନର ବିଶିଷ୍ଟ ଘଟଣାଗୁଡ଼ିକ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ସିପ୍ରା ମଲ୍ଲିକ ସ୍ମରଣ କରାଇଥିଲେ।

ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର ବିବରଣୀ ପ୍ରଦାନ କରିଥିଲେ ଏବଂ ସାମାଜିକ ନ୍ୟାୟ ଓ ଅଧିକାର ସମ୍ପର୍କରେ ଜନନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଛନ୍ତି ବୋଲି ଉଦ୍‌ଘୋଷଣ କରିଥିଲେ। ଜନନେତାଙ୍କ ଜଳ ଯୋଜନା ଆଜି କେନ୍ଦ୍ରାପଡ଼ା ଅଞ୍ଚଳରେ ସ୍ମରଣୀୟ ଏବଂ ସେ ଅଞ୍ଚଳର ‘ବାଇମୁଣ୍ଡି’ ବୋଲି ପରିଚିତ ଏକଥା ଡଃ ପ୍ରଫେସର ମଲ୍ଲିକ ଉଲ୍ଲେଖ କରିଥିଲେ।

ଜନନେତା ପ୍ରହ୍ଲାଦ ମଲିିକଙ୍କ ଜୟନ୍ତୀ ସମାରୋହରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼କ୍ଟର ସୁଷମା ସୁଧାଶ୍ରୀଙ୍କୁ ‘ପ୍ରହ୍ଲାଦ ମଲିକ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା ଏବଂ ସତ୍ୟନଗରର ଶବଦାହିକା ରଞ୍ଜନା ନାୟକଙ୍କୁ ‘ପ୍ରହ୍ଲାଦ ମଲିକ ସ୍ମାରକୀ ସମ୍ବର୍ଦ୍ଧନା-୨୦୨୧’ ପ୍ରଦାନ କରାଯାଇ ସେମାନଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉକ୍ତ ଉତ୍ସବରେ ସମ୍ମାନନୀୟ ସୂଚନା କମିଶନର ଶ୍ରୀଯୁକ୍ତ ଦିଲୀପ କୁମାର ବିଷୋୟୀ ପ୍ରହ୍ଲାଦ ମଲିକଙ୍କ ଆଦର୍ଶ, ଲୋକପ୍ରିୟତା, ଲୋକସେବା ବୃଦ୍ଧି ଓ ଜନ ସମସ୍ୟାର ସମାଧାନ ସିଦ୍ଧାନ୍ତ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟବକ୍ତା ଭାବରେ ବାଗ୍ମୀ ଦାଶ ବେନହୁର ପ୍ରହ୍ଲାଦ ମଲିକଙ୍କ ରାଜନୈତିକ ଜୀବନ ଓ ଓଡିଶା ରାଜନୀତିକ ପ୍ରେକ୍ଷାପଟ୍ଟ ଓ ସାହିତ୍ୟିକ ବିକାଶ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରହ୍ଲାଦ ମଲିକ ଜୀବନାଦର୍ଶ ଓ ଓଡ଼ିଶାର ଅର୍ଥନୈତିକ ବିକାଶରେ ସ୍ୱର୍ଗତ ପ୍ରହ୍ଲାଦ ମଲିକଙ୍କ ଅବଦାନକୁ ସ୍ମରଣ କରିଥିଲେ।

ଏହି ପବିତ୍ର ସମାରୋହରେ ପ୍ରହ୍ଲାଦ ମଲିକଙ୍କ କନ୍ୟା ସୁପ୍ରିୟା ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ବୈଷମ୍ୟ ବିରୋଧୀ ଆନ୍ଦୋଳନରୁ ଦଳିତ ସାହିତ୍ୟ’ ଲୋକାର୍ପିତ ହୋଇଥିଲା। ପରିଷଦର ସଭାପତି ପ୍ରଦୋଷ ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଡ଼କ୍ଟର ରାମଚନ୍ଦ୍ର ମଲ୍ଲିକ, ସୁମିତ୍ରା ମହାନ୍ତି, ଅଭିମନ୍ୟୁ ସେଠୀ, ଶେଷଦେବ ମଲ୍ଲିକ, ସଂଗ୍ରାମ କେଶରୀ ମଲିକ ଓ ବହୁ ପ୍ରହ୍ଲାଦପ୍ରେମୀ ଏହି ସଭାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଗତକାଲି ଠାରୁ ଆଜି ଆଉ ୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୬୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୭୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୫୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୫୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨୨

ବାଲେଶ୍ଵର ଜିଲ୍ଲାରୁ- ୧୨୩

ବରଗଡ ଜିଲ୍ଲାରୁ- ୫୬

ଭଦ୍ରକ ଜିଲ୍ଲାରୁ- ୭

ବଲାଙ୍ଗୀରି ଜିଲ୍ଲାରୁ- ୯୯

ବୌଦ୍ଧ ଜିଲ୍ଲାରୁ- ୬

କଟକ ଜିଲ୍ଲାରୁ – ୩୬୦

ଦେବଗଡ ଜିଲ୍ଲାରୁ- ୩୬

ଢେଙ୍କାନାଳ ଜିଲ୍ଲାରୁ- ୯

ଗଜପତି ଜିଲ୍ଲାରୁ- ୩୨

ଗଞ୍ଜାମ ଜିଲ୍ଲାରୁ- ୭୦

ଜଗତସିଂହପୁର ଜିଲ୍ଲାରୁ- ୬୩

ଯାଜପୁର ଜିଲ୍ଲାରୁ- ୮୩

ଝାରସୁଗୁଡା ଜିଲ୍ଲାରୁ- ୧୫୪

କଳାହାଣ୍ଡି ଜିଲ୍ଲାରୁ- ୧୫

କନ୍ଧମାଳ ଜିଲ୍ଲାରୁ- ୧୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୦

କେନ୍ଦୁଝର ଜିଲ୍ଲାରୁ- ୪୩

ଖୋର୍ଦ୍ଧା ଜିଲ୍ଲାରୁ- ୧୬୧୯

କୋରାପୁଟ ଜିଲ୍ଲାରୁ- ୬୫

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧୧୩

ନବରଙ୍ଗପୁର ଜିଲ୍ଲାରୁ- ୩୭

ନୟାଗଡ ଜିଲ୍ଲାରୁ- ୩୪

ନୂଆପଡା ଜିଲ୍ଲାରୁ- ୩୨

ପୁରୀ ଜିଲ୍ଲାରୁ- ୧୧୯

ରାୟଗଡା ଜିଲ୍ଲାରୁ- ୩୧

ସମ୍ବଲପୁର ଜିଲ୍ଲାରୁ- ୪୩୭

ସୋନପୁର ଜିଲ୍ଲାରୁ- ୪୬

ସୁନ୍ଦରଗଡ ଜିଲ୍ଲାରୁ- ୬୬୨

ଷ୍ଟେଟ ପୁଲରୁ- ୩୧୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୨୩୧ ଏବଂ ବର୍ତ୍ତମାନ ୧୬୧୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଗତକାଲି ଠାରୁ ୯୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୨ ହଜାର ୭୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୬୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୮୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫୫

ବାଲେଶ୍ଵର ଜିଲ୍ଲାରୁ- ୧୪

ବରଗଡ ଜିଲ୍ଲାରୁ- ୪୮

ଭଦ୍ରକ ଜିଲ୍ଲାରୁ- ୧୮

ବଲାଙ୍ଗୀରି ଜିଲ୍ଲାରୁ- ୩୫

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ – ୩୧୦

ଦେବଗଡ ଜିଲ୍ଲାରୁ- ୨୦

ଢେଙ୍କାନାଳ ଜିଲ୍ଲାରୁ- ୫

ଗଜପତି ଜିଲ୍ଲାରୁ- ୧୫

ଗଞ୍ଜାମ ଜିଲ୍ଲାରୁ- ୪୨

ଜଗତସିଂହପୁର ଜିଲ୍ଲାରୁ- ୧୭

ଯାଜପୁର ଜିଲ୍ଲାରୁ- ୭୮

ଝାରସୁଗୁଡା ଜିଲ୍ଲାରୁ- ୧୩୪

କଳାହାଣ୍ଡି ଜିଲ୍ଲାରୁ- ୧୩

କନ୍ଧମାଳ ଜିଲ୍ଲାରୁ- ୬

କେନ୍ଦ୍ରାପଡା ଜିଲ୍ଲାରୁ- ୧୦

କେନ୍ଦୁଝର ଜିଲ୍ଲାରୁ- ୪୪

ଖୋର୍ଦ୍ଧା ଜିଲ୍ଲାରୁ- ୧୨୨୩

କୋରାପୁଟ ଜିଲ୍ଲାରୁ- ୩୬

ମୟୂରଭଞ୍ଜ ଜିଲ୍ଲାରୁ- ୮୦

ନବରଙ୍ଗପୁର ଜିଲ୍ଲାରୁ- ୪୪

ନୟାଗଡ ଜିଲ୍ଲାରୁ- ୧୦

ନୂଆପଡା ଜିଲ୍ଲାରୁ- ୨୩

ପୁରୀ ଜିଲ୍ଲାରୁ- ୧୦୦

ରାୟଗଡା ଜିଲ୍ଲାରୁ- ୨୧

ସମ୍ବଲପୁର ଜିଲ୍ଲାରୁ- ୩୭୨

ସୋନପୁର ଜିଲ୍ଲାରୁ- ୩୩

ସୁନ୍ଦରଗଡ ଜିଲ୍ଲାରୁ- ୫୮୨

ଷ୍ଟେଟ ପୁଲରୁ- ୨୮୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୯୭୧ ଏବଂ ବର୍ତ୍ତମାନ ୧୧୬୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ ପାଇଲା ଜାତୀୟ ପୁରସ୍କାର 

ଭୁବନେଶ୍ୱର/ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ମସିହା ଜୁଲାଇ ମାସରେ ଉଦ୍ଘାଟିତ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଭୁବନେଶ୍ୱର ପୌର ପରିଷଦ ଏବଂ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ୍)ଙ୍କ ଦ୍ୱାରା ମିଳିତ ଭାବେ କାର୍ଯ୍ୟାନ୍ୱୟ କରାଯାଉଥିବା ୫-ଟି ସନନ୍ଦ ଅନ୍ତର୍ଗତ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ୍ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ୍ ସ୍ୱର୍ଣ୍ଣ ପୁରସ୍କାର ପାଇଛି।

ଆଜି ହାଇଦ୍ରାବାଦଠାରେ ଅନୁଷ୍ଠିତ ୨୪ ତମ ଜାତୀୟ ଇ-ଗଭର୍ନାନ୍ସ୍ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରାଙ୍କ ସହିତ ଓରସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୂରୀ ଓ ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଜମିର ସଠିକ୍ ଚିହ୍ନଟ ଓ ସୁରକ୍ଷା ନିମନ୍ତେ ଏହି ପ୍ରକଳ୍ପରେ ସାଟେଲାଇଟ୍ ଚିତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଓ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍ ଶ୍ରେଷ୍ଠ ବିବେଚିତ ହୋଇଥିଲା।

ଏତାଦୃଶ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକ୍ଙ୍କୁ ସାଧୁବାଦ ଜଣାଇବା ସହ ଉତ୍ତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ପୌରନଗର ନିଗମମାନଙ୍କରେ ପ୍ରୟୋଗ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚୋପ୍ରା କହିଥିଲେ ଯେ ବ୍ଲୁଇସ୍ ଆପ୍କୁ ଉଭୟ ନାଗରିକ ଓ ଅଧିକାରୀମାନେ ବ୍ୟବହାର କରିପାରିବେ। ବ୍ୟବହାର ମଧ୍ୟ ସହଜ ଓ ସରଳ। ବିଭିନ୍ନ ସ୍ଥାନରେ ଏହାକୁ ପ୍ରୟୋଗ କରିହେବ।

ଶ୍ରୀ ଚୋପ୍ରା ଆହୁରି ମଧ୍ୟ କହିଥିଲେ ଯେ ଏହି ଆପ୍ ବ୍ୟବହାର କରି ନାଗରିକମାନେ ସରକାରୀ ଜମିର ସନ୍ଦେହଜନକ ଜବର ଦଖଲ ଓ ଅପବ୍ୟବହାର ଆଦି ବିଷୟରେ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇପାରିବେ।

ଓରସାକ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ୍ ବ୍ଲୁଇସ୍ ସଫଟ୍ ଓୟାରର ବିଭିନ୍ନ ବୈଷୟିକ ବିଶେଷତ୍ୱ ଓ ପ୍ରୟୋଜନୀୟତା ବିଷୟରେ ସୂଚନା ଦେଇଥିଲେ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ଆପ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ଅନ୍ତର୍ଗତ ୮୨୬ ଟି ଜବର ଦଖଲ ମାମଲା ଚିହ୍ନିତ ହୋଇଛି ଏବଂ ୪୮୪ ଟି ମାମଲାର ଫଇସଲା ହୋଇ ସରକାରୀ ଜମି ସୁରକ୍ଷିତ ରଖାଯାଇ ପାରିଛି।

ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଜଣାଇଥିଲେ ଯେ ଝାଡ଼ଖଣ୍ଡ ଏବଂ ଆସାମ ରାଜ୍ୟର ପ୍ରଶାସନ ରାଞ୍ଚି ଓ ଗୌହ୍ୱାଟି ରେ ଏହିପରି ସଫଟ୍ଓୟାରର ପ୍ରୟୋଗ ନିମନ୍ତେ ଓଡ଼ିଶାର ସହଯୋଗ ଚାହିଁଛନ୍ତି।

Categories
EngExam ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନ: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ

ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ସମ୍ମମ୍‌ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି।

ଜସିମ କରିମ୍ ଫରାନ୍ ଚନାନି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗି ରହିଥିଲା। ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟ୍ୟୁମର ସହିତ ଇନ୍‌ଭେସିଭ୍ ଫଙ୍ଗଲ ଫ୍ରନ୍‌ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ଜସିମ୍‌ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସନ୍ଧାନ କରିବା ପରେ ଇରାକରେ ଏହାର ଚିକିତ୍ସା ଉପଲବ୍ଧ ନୁହେଁ ବୋଲି ବୁଝିପାରିଥିଲେ। ଏହା ପରେ ସେମାନେ ଭାରତରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍‌ ସର୍ଜରୀର ସିନିୟର୍ କନ୍‌ସଲଟାଂଟ ଡାକ୍ତର ରାଧାମାଧବ ସାହୁଙ୍କୁ ଯୋଗାଯୋଗ କରିଥିଲେ।

ସଂଯୋଗବଶତଃ ଏକ ମାସ ତଳେ ଡାକ୍ତର ସାହୁ ୭୭ ବର୍ଷୀୟ ଅନ୍ୟ ଜଣେ ଇରାକୀ ନାଗରିକ ହସୁନ୍ ୱେଦ୍ ଓଗ୍‌ଲା ଅଲ୍‌-ସଦାୱି ଙ୍କର ସଫଳ ଚିକିତ୍ସା କରିଥିଲେ। ଅଲ-ସଦାୱି ମଧ୍ୟ ବିରଳ ସ୍କଲବେସ୍ ରୋଗ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ ରେ ପୀଡ଼ିତ ଥିଲେ।

ଜସିମ୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ସମ୍ମମ୍ ଟିମ୍ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଡାକ୍ତର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ନ୍ୟୁରୋ-ଆନେସ୍‌ଥେଟିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରା ଏବଂ ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପୂଜା ଲଖୋଟିଆ ସାମିଲ ହୋଇ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଉପଯୁକ୍ତ ଭାବେ ଯତ୍ନ ନିଆଯାଇଥିଲା।

ଜସିମ୍‌ଙ୍କ ଶରୀରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ମିନିମାଲ୍ ଇନ୍‌ଭେସିଭ୍‌ ସୁପ୍ରାଅର୍ବିଟାଲ୍ କି ହୋଲ୍ ପ୍ରକ୍ରିୟା ସହିତ ଟ୍ରାନ୍ସନାଜାଲ୍  ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାର ସାହାଯ୍ୟ ନିଆଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରା ମୁହଁ ବିକୃତ ହୋଇନଥାଏ।

ଅନ୍ୟ ପଦ୍ଧତିରେ ଅସ୍ତ୍ରୋପଚାର ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର ସାହୁ କହିଛନ୍ତ। ରୋଗ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ପଟ୍ସ ପଫି ଟ୍ୟୁମର ହେଉଛି ଏଭଳି ଏକ ସଂକ୍ରମଣ ଯାହାକି ପ୍ରାୟତଃ ଯୁବପିଢ଼ୀଙ୍କ ଅପେକ୍ଷା ଶିଶୁ ଏବଂ ନାବାଳକଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ରୋଗୀଙ୍କର

କପାଳର ଚର୍ମ ଲାଲ୍ ପଡ଼ିଯିବା ସହ ଆଖି ଏବଂ ଏହାର ଆଖାପାଖ ଅଂଶ ଫୁଲିଯାଇଥାଏ। ଏହାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ନାକରୁ ସିଙ୍ଘାଣି ବାହାରିବା ସହ ବନ୍ଦ ହୋଇଯାଇଥାଏ ବୋଲି ସେ କହିଛନ୍ତି। ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ନାଜାଲ୍ ଏଣ୍ଡୋସ୍କୋପି, ସିଟି ସ୍କାନ୍ ଏବଂ ଏମ୍‌ଆର୍‌ଆଇ ଦ୍ୱାରା ରୋଗୀର ଅବସ୍ଥା, ଚିକିତ୍ସା ଏବଂ ଅପରେସନ୍ ସମ୍ପର୍କରେ ନିଷ୍ପତି ନିଆଯାଇଥାଏ।

ଏଥି ନିମନ୍ତେ ଆଂଟିବାୟୋଟିକ୍ ଦିଆଯିବା ସହିତ ସାଇନସ୍ ଏବଂ ବଥ ଗୁଡ଼ିକୁ ଅସ୍ତ୍ରୋପଚାର ମାଧ୍ୟମରେ ସଫା କରାଯାଇଥାଏ। ନାକ ବାଟରେ ଏଣ୍ଡୋସ୍କୋପିକ ମାଧ୍ୟମରେ ସାଇନସ୍‌ଗୁଡ଼ିକୁ ସଫା କରାଯାଇଥାଏ। ତେବେ ବାହ୍ୟ ପ୍ରକ୍ରିୟାରେ ମଧ୍ୟ ଏହି ରୋଗର ଚିକିତ୍ସା ନେଇ କେତେକ ପଦ୍ଧତି ଅଛି ବୋଲି ସେ କହିଛନ୍ତି।

ଜସିମ୍ ଯେ କି ସୁସ୍ଥ ହେବାରେ ଲାଗିଛନ୍ତି ସେ ସମ୍ମମ୍‌ର ଚିକିତ୍ସାର ଗୁଣବତା ଏବଂ ଉନ୍ନତ ମାନର ସୁବିଧା ସୁଯୋଗକୁ ଅନେକ ପ୍ରଶଂସା କରିଛନ୍ତି, ସେ ହସ୍ପିଟାଲର ଟିମ ଓ ଅସ୍ତ୍ରୋପଚାରରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଯେଉଁଭଳି ଚିକିତ୍ସା ଓ ସ୍ନେହ ମିଳିଲା ତାହା ସେ ଆଶା କରି ନଥିଲେ ବୋଲି କହିଛନ୍ତି। ହସ୍ପିଟାଲ ମୋତେ ମୋ ନିଜ ଘରର ଅନୁଭବ ଦେଲା।

ପ୍ରତ୍ୟେକ କର୍ମକର୍ତା ଏପରିକି ହାଉସକିପିଂ କର୍ମଚାରୀ ମୋ ଚିକିତ୍ସାରେ ମୋତେ ସହଯୋଗ କରିଛନ୍ତି ସେମାନେ ମୋ ନିଜ ପରିବାରର ସଦସ୍ୟ ଭଳି ମନେହେଲା । ମୋତେ ଏଠାରେ ରୋଗୀ ନୁହେଁ କିମ୍ବା କୌଣସି ଚିକିତ୍ସା ଗ୍ରାହକ ନୁହେଁ ବରଂ ଗୋଟିଏ ମଣିଷ ଭଳି ଅନୁଭୂତି ମିଳିଲା ବୋଲି ସେ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବରୁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ଚିକିତ୍ସା ଦୃଶ୍ୟପଟ ବଦଳୁଛି।

ସମ୍ମମ୍ ରେ ବିଦେଶରୁ ଆସୁଥିବା ସମସ୍ତ ରୋଗୀମାନଙ୍କ ପାଇଁ ଉତମ ମାନର ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରାଯାଉଛି ଏବଂ ଏ ନେଇ ରୋଗୀ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ନିୟମ ମଧ୍ୟ ପାଳନ କରାଯାଉଛି।

ବିଦେଶରୁ ରୋଗୀମାନେ ସମ୍ ଅଲ୍ଟିମେଟ ମେଡିକେୟାରକୁ ଚିକିତ୍ସା ପାଇଁ ଆସିବା ଯୋଗୁଁ ଓଡ଼ିଶାର ଚିକିତ୍ସା ପର୍ଯ୍ୟଟନର ଚିତ୍ର ବଦଳୁଛି ଏବଂ ବର୍ତ୍ତମାନ ଉତ୍ତମ ମାନର ଚିକିତ୍ସା ନିମନ୍ତେ ଅନ୍ୟ ରାଜ୍ୟ ଏବଂ ବିଦେଶରୁ ରୋଗୀମାନେ ଓଡ଼ିଶାରେ ଉପଲବ୍ଧ ଚିକିତ୍ସା ଉପରେ ନିର୍ଭର କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ମାସ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କାନଫରେନସି) ମାଧ୍ୟମରେ ଶୁଭାରମ୍ଭ କରିବେ।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୪୫୨/୧୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି। ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ।

ଶ୍ରୀ ବୈଷ୍ଣବ ମଧ୍ୟ ଜାନୁୟାରୀ ୭ ତାରିଖ ଦିନ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ।

କଟକ ରେଳ ଷ୍ଟେସନର ପ୍ରବେଶ ପଥ ବିକାଶ କାର୍ଯ୍ୟଗୁଡିକ ମଧ୍ୟରେ ପରୀକ୍ଷେତ୍ର ଅଞ୍ଚଳରେ ଦୁଇ / ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ରହିବ ସହିତ ଚୌଡା ସଂଯୋଗୀକରଣ ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ |

ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ଜାନୁୟାରୀ ୭ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବ, ମାନ୍ୟବର ବିଧାୟକ ମହମ୍ମଦ ମୋକିମ, ସୌଭିକ ବିଶ୍ୱାଳ ପ୍ରମୁଖ କଟକ ରେଳ ଷ୍ଟେସନରେ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିବେ।

ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୯୮ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୪

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୩୫

ଦେବଗଡ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୯

ଯାଜପୁର ଜିଲ୍ଲାରୁ- ୭

ଝାରସୁଗୁଡା ଜିଲ୍ଲାରୁ- ୮

କେନ୍ଦ୍ରାପଡା ଜିଲ୍ଲାରୁ- ୫

କେନ୍ଦୁଝର ଜିଲ୍ଲାରୁ- ୮

ଖୋର୍ଦ୍ଧା ଜିଲ୍ଲାରୁ- ୧୧୯

ମୟୂରଭଞ୍ଜ ଜିଲ୍ଲାରୁ- ୬

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୩

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୨୩

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୧୩୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୮୦୩ ଏବଂ ବର୍ତ୍ତମାନ ୧୮୧୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ବିଶେଷ ଖବର

ଜଳଜୀବନ ମିଶନ ଅଧୀନରେ ଓଡିଶାକୁ କେନ୍ଦ୍ରର ୮୩୧ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ଲକ୍ଷ  (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି। ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ, ଗତବର୍ଷ ଓଡିଶା ପାଇଁ ଏହା ୮୧୨. ୧୫କୋଟି ଟଙ୍କା ଥିଲା।

ଜଳ ଜୀବନ ମିଶନ ଏକ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ତଳୁ ଉପର ପର୍ଯ୍ୟନ୍ତ ପରିଚାଳିତ ହୋଇଥାଏ। ଏଥିରେ ସ୍ଥାନୀୟ ଗ୍ରାମ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିଚାଳନାଠାରୁ କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟ ଗ୍ରାମ୍ୟଗୋଷ୍ଠୀ ଦ୍ୱାରା କରାଯାଇଥାଏ। ଏଥିପାଇଁ ରାଜ୍ୟ ଗୋଷ୍ଠୀକେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ପାଣି ସମିତିଗୁଡିକୁ ମଜବୁତ କରିବା ଦାୟିତ୍ୱ ନିଅନ୍ତି। ଏପର୍ଯ୍ୟନ୍ତ ଓଡିଶା ୩, ୬୯୫ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରିଥିବାବେଳେ ୨୩୪୫ଟି ଗ୍ରାମ୍ୟ କାର୍ଯ୍ୟାନ୍ୱୟନ ଯୋଜନା ବିକଶିତ ହୋଇଛି। କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହିତ କରାଯାଉଛି। କାରଣ ସେମାନେ ହିଁ ଘର ପାଣି ପରିଚାଳନା ଦାୟିତ୍ୱ ମୁଖ୍ୟତଃ ତୁଲାଇ ଥାଆନ୍ତି। ମିଶନ ସମ୍ପର୍କରେ ଜନସଚେତନତା ଗ୍ରାମ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ଛଅଟି ତ୍ୱରାନ୍ୱିତକାରୀ  ସହାୟତ ସଂସ୍ଥାକୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ନିରାପଦ ଜଳସମ୍ପର୍କରେ ସଚେତନ କରିବା ସହ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନଗୁଡିକୁ ମଧ୍ୟ ସହାୟତା ଦେଇଥାନ୍ତି। ଫିଲ୍ଡ ଟେଷ୍ଟ କିଟ୍ ସହ ଜଳର ଗୁଣାତ୍ମକମାନ ପରଖିବା ଲାଗି ଓଡିଶାରେ ୧୭, ୭୫୬ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ପିଇବା, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ହାତଧୋଇବା, ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ପାଇଁ ପାଇପ୍ ଜଳ ବ୍ୟବହାର ସୁନିଶ୍ଚିତ କରିବା ଲାଗି ଉଦ୍ୟମ ହେଉଛି। ଏପର୍ଯ୍ୟନ୍ତ  ଓଡିଶାର ୩୬, ୩୭୨ ବିଦ୍ୟାଳୟ (ଶତକଡା ୬୭%) ଓ ୨୯, ୦୯୪(୫୪%)ଅଙ୍ଗନବାଡି କେନ୍ଦ୍ରରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି।

ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଟ୍ୟାପ ଯୋଗେ ପାଣି ଯୋଗାଣକୁ ଅଗ୍ରାଧିକାର ଦିଆଯାଇ ଦେଶରେ ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ  ୨୦୦୦ ପରୀକ୍ଷାଗାର ସ୍ଥାପନ କରାଯାଇଛି। ଜନସାଧାରଣ ଯେତେବେଳେ ଚାହିଁବେ ସେଠାରୁ ଜଳନମୁନା ନେଇ ସ୍ପଳ୍ପ ଦେୟରେ  ନମୁନା ପରୀକ୍ଷା କରିପାରିବେ। ଓଡିଶାରେ ଏହିପରି ୭୭ଟି ପରୀକ୍ଷାଗାର ରହିଛି।

୨୦୧୯ ମସିହାରେ ଯେତେବେଳେ ମିଶନ ଆରମ୍ଭ ହେଲା ଦେଶରେ ୧୯.୨୦ କୋଟି ଗ୍ରାମାଞ୍ଚଳ ଗୃହ ମଧ୍ୟରୁ କେବଳ ୩.୨୩ କୋଟି (୧୭%) ଘରେ ଟ୍ୟାପ ପାଣି ଆସୁଥିଲା। ଏହି ମିଶନ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ବୈଶ୍ୱିକ ମହାମାରୀ ସତ୍ୱେ ୫. ୫୧ କୋଟି (୨୮.୬୭ %) ଘରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଛି। ବର୍ତ୍ତମାନ ୮.୭୪କୋଟି (୪୫.୫୧%) ଗ୍ରାମଞ୍ଚଳ ଘର ପାଇପ ଯୋଗେ ପାଣି ପାଇପାରୁଛନ୍ତି।

ଗୋଆ,ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳୀ ଓ ଡାମନଡ୍ୟୁ, ପୁଡୁଚେରୀ ଓ ହରିୟାଣାରେ ଗ୍ରାମାଞ୍ଚଳ ଘର ହର ଘର ଜଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାବେ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ,ସବ୍‌କା ପ୍ରୟାସ ଅନୁସାରେ “କେହି ବାଦ ପଡିବେନି” ଓ ପ୍ରତ୍ୟେକ ଗ୍ରାମାଞ୍ଚଳ ଘର ଜଳସଂଯୋଗ ପାଇବେ। ବର୍ତ୍ତମାନ ଦେଶର ୮୪ଟି ଜିଲ୍ଲା ଓ ୧.୩୦ଲକ୍ଷ ଗ୍ରାମରେ ପାଇପ ପାଣି ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୨

ବଲାଙ୍ଗୀରି ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ – ୧୨

ଦେବଗଡ ଜିଲ୍ଲାରୁ- ୬

ଢେଙ୍କାନାଳ ଜିଲ୍ଲାରୁ- ୪

ଗଜପତି ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୯

କେନ୍ଦ୍ରାପଡା ଜିଲ୍ଲାରୁ- ୨

କେନ୍ଦୁଝର ଜିଲ୍ଲାରୁ- ୫

ଖୋର୍ଦ୍ଧା ଜିଲ୍ଲାରୁ- ୧୦୫

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୩

ନବରଙ୍ଗପୁର ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୫

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୧୫

ଷ୍ଟେଟ ପୁଲରୁ- ୨୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୫୯୪ ଏବଂ ବର୍ତ୍ତମାନ ୧୭୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୨୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୮

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୧୫

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ – ୬

ଝାରସୁଗୁଡା ଜିଲ୍ଲାରୁ- ୫

କେନ୍ଦ୍ରାପଡା ଜିଲ୍ଲାରୁ- ୩

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୯୮

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୮

ନୟାଗଡ ଜିଲ୍ଲାରୁ- ୩

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୬

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୨୧

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୭

ଷ୍ଟେଟ ପୁଲରୁ- ୨୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୩୮୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୨୭୮ ଏବଂ ବର୍ତ୍ତମାନ ୧୫୯୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏସଏସ ଟିଭିର ଶୁଭାରମ୍ଭ: ଗୋଟିଏ କେବୁଲରେ ମିଳିବ ଇଣ୍ଟରନେଟ ଏବଂ ଟିଭି ଚ୍ୟାନେଲର ସୁବିଧା

ଭୁବନେଶ୍ୱର: ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ ପ୍ରଥମ ଥର ପାଇଁ ଓଡିଶାରେ ଆରମ୍ଭ ହେବ। ପ୍ରେସ କ୍ଲବଠାରେ ଏହି ସୁବିଧାକୁ ଅନୁଷ୍ଠାନିକ ଭାବେ ଅଭିନେତା ସବ୍ୟସାଚୀ ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ପାଇପାରିବେ। ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।

ଏସଏସ କେବୁଲସର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ଯୋଗଦେଇ ଅନ୍ୟ ଅପରେଟର ମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ।

ଉତ୍ସବରେ ଓଡ଼ିଶାର ଏଲ୍ ସି ଓ ଯୋଗ ଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ ଉପଯୁକ୍ତ ସେବା ଦେବ ବୋଲି ଆଶା ପ୍ରକଟ କରିଥିଲେ। ଏହି ଅବସରରେ ସମସ୍ତ ଏଲ୍ ଏସି ଓ ଙ୍କୁ ସମ୍ନାନିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୧୫୬ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୬

ଭଦ୍ରକ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ – ୬

ଢେଙ୍କାନାଳ ଜିଲ୍ଲାରୁ- ୨

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ – ୫

ଝାରସୁଗୁଡା ଜିଲ୍ଲାରୁ- ୫

କେନ୍ଦୁଝର ଜିଲ୍ଲାରୁ- ୪

ଖୋର୍ଦ୍ଧା ଜିଲ୍ଲାରୁ- ୮୩

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୫

ଷ୍ଟେଟ ପୁଲରୁ- ୨୦

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୧୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୯୩ ଏବଂ ବର୍ତ୍ତମାନ ୧୫୫୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।