Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ହଂକଂ ଓ ଲଣ୍ଡନ ବଜାରରେ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ପରଷିବା ସାମଗ୍ରୀ 

ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ରିଲାଏନ୍ସ ସମର୍ଥିତ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି। 

କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି

ଓଡ଼ିଶାର ପଥର  କାଠ ଖୋଦିତ କାରୁକାର୍ଯ୍ୟହସ୍ତ ଅଙ୍କିତ ଗଞ୍ଜିଫା କାର୍ଡତାଳପତ୍ର ଖୋଦେଇପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି

ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜାବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀଫାଶନ ସାମଗ୍ରୀଖେଳନାରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀଉପହାର ସାମଗ୍ରୀଆଉଟଡୋର ସାମଗ୍ରୀଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି। 

୨୦୨୧ ଅକ୍ଟୋବର ୨୮ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏସିଆର ସର୍ବବୃହତ ଉପହାର ଏବଂ ହସ୍ତଶିଳ୍ପ ମେଳା ଆଇଜିଏଚଏଫରେ କଲାରା ତାହାର ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ଏବଂ ତାହାର ବୈଶିଷ୍ଟ୍ୟ ତଥା ଭାରତୀୟ କାରିଗର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଡିଲରମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚିବାର ସୁପୋଗ  ଲାଭ ସମ୍ପର୍କରେ ପ୍ରଦର୍ଶିତ କରୁଛି

କଲାରା ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍‌ଏଞ୍ଜେଲସ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର୍ଯ୍ୟନ୍ତ ପହଂଚାଇବାଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର୍ଯ୍ୟ ଦକ୍ଷିଣ ଆଫ୍ରିକାରେମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେଚନ୍ନାପାଟନା ଖେଳନା ସିଙ୍ଗାପୁରରେସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପଅଷ୍ଟ୍ରେଲିଆକାନାଡାଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ  ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି

୬୦୦ରୁ ଅଧିକ ପଞ୍ଜିକୃତ ଅଣୁକ୍ଷୁଦ୍ର ଏବଂ ବୃହତ ପ୍ରସ୍ତୁତକାରୀକାରିଗରଉତ୍ପାଦନକାରୀଏବଂ ରପ୍ତାନିକାରୀଙ୍କୁ ଏହାର ପ୍ଲାଟଫର୍ମରେ ସ୍ଥାନ ଦେଇଥିବା କଲାରାର ୫୦ରୁ ଅଧିକ ରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ପଞ୍ଜିକୃତ କ୍ରେତା ରହିଛନ୍ତି ଏବଂ ଏହା ଏକବର୍ଷରୁ କମ ସମୟ ମଧ୍ୟରେ ୪୦ରୁ ଅଧିକ ରାଷ୍ଟ୍ରକୁ ବି୨ବି ସାମଗ୍ରୀ ପରିବହନ କରିଛି

ବିଭିନ୍ନ ରାଷ୍ଟ୍ରରେ ଗ୍ରାହକଙ୍କ ଚାହିଦାଉତ୍ପାଦ ଏବଂ ମୂଲ୍ୟ ନିର୍ଦ୍ଧାରଣ ଧାରା ସମ୍ପର୍କରେ ବୁଝିବାକୁ ବିଭିନ୍ନ ତଥ୍ୟ ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣକୁ ବ୍ୟବହାର କରି କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦଗୁଡିକର ବଜାରରେ ଗ୍ରହଣୀୟତା ଏବଂ ବିକ୍ରି ବୃଦ୍ଧି କରିବାକୁ ଉକ୍ତ ତଥ୍ୟ ପୁନଃ ଉତ୍ପାଦନକାରୀଙ୍କୁ ଅବଗତ କରାଉଛି

ରିଲାଏନ୍ସ ସମର୍ଥନରେ କଲାରା ଯୋଗାଣ ଶୃଙ୍ଖଳମୂଳ ସ୍ଥାନରୁ ସଂଗ୍ରହଉତ୍ପାଦର ବିକାଶଆନ୍ତର୍ଜାତିକ ସହଭାଗିତାତଥ୍ୟ ବିଜ୍ଞାନ  ପ୍ରଯୁକ୍ତି ଆଦି କ୍ଷେତ୍ରରେ ସଂହତିକୁ ସମନ୍ୱିତ କରୁଛି

ଏହା ହଜାର ହଜାର ସଂଖ୍ୟକ ଉତ୍ପାଦ ଏବଂ ସେଗୁଡିକୁ ବିମାନ  ସମୁଦ୍ର ପଥରେ ପହଂଚାଇବାଚାହିଦା ମୁତାବକ ନିର୍ମାଣନିର୍ଦ୍ଦିଷ୍ଟ ଗ୍ରାହକ ଚାହିଦା ଆଧାରରେ ଉତ୍ପାଦର ବିକାଶଠିକଣା ସମୟ ବଜାୟ ରଖିବା ଏବଂ ବିବିଧ ବିଶ୍ୱସ୍ତରୀୟ ଅର୍ଥ ପୈଠ ବ୍ୟବସ୍ଥା ଆଦି କ୍ଷେତ୍ରରେ ଏମଓକ୍ୟୁମୂଲ୍ୟଅଗ୍ରଣୀ ସମୟ ଏବଂ ଯୋଗାଣ ଶୃଙ୍ଖଳ ଆବଶ୍ୟକତା ସମ୍ପର୍କରେ ଆକଳନ କରିବାର କ୍ଷମତା ରଖୁଥିବା ଏକ ଅନନ୍ୟ ବି୨ବି ବିଶ୍ୱବ୍ୟାପୀ ପ୍ରଯୁକ୍ତି ପ୍ଲାଟଫର୍ମ ନିର୍ମାଣ କରିଛି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଚୀନର ପ୍ରତ୍ୟେକ ଅଞ୍ଚଳକୁ କରାଯାଇପାରିବ ଟାର୍ଗେଟ

ବାଲେଶ୍ଵର: ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୫ର ପରୀକ୍ଷଣ ସଫଳତାର ସହିତ କରାଯାଇଛି। ଆଜି ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତ ସରକାର ପକ୍ଷରୁ ଏହି ସୂଚନା ମିଳିଛି। ଅଗ୍ନି-୫ ହେଉଛି ଏକ ତିନି ପର୍ଯ୍ୟାୟ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ଉଚ୍ଚ ସଠିକତା ସହିତ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ମାରିବାରେ ସକ୍ଷମ ଅଟେ।

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷା ୨୦୧୨ ମସିହାରେ କରାଯାଇଥିଲା। ଭାରତ ଅଗ୍ନି-୧,୨,୩ କ୍ଷେପଣାସ୍ତ୍ର କାର୍ଯ୍ୟକ୍ଷମ କରିସାରିଛି। ପାକିସ୍ତାନରୁ ଆସୁଥିବା ବିପଦକୁ ଦୃଷ୍ଟିରେ ରଖି ଏହି ତିନୋଟି କ୍ଷେପଣାସ୍ତ୍ର ଡିଜାଇନ୍ ହୋଇଥିବାବେଳେ ଚୀନ୍ ପକ୍ଷରୁ ଦେଖାଯାଉଥିବା ବିପଦ ପାଇଁ ଅଗ୍ନି-୫ କୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ବୋଲି ବିଶ୍ୱାସ କରାଯାଏ। ଅଗ୍ନି-୫ ଚୀନର ପ୍ରତ୍ୟେକ ଅଞ୍ଚଳକୁ ଟାର୍ଗେଟ କରିପାରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ହେବ ଜୁନିଅର ହକି ବିଶ୍ଵକପ: ନଭେମ୍ବର ୨୪ରୁ ଆରମ୍ଭ ହେବ ପ୍ରତିଯୋଗୀତା

ଭୁବନେଶ୍ବର: ଓଡିଶାରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ କଟକଣା ଭିତରେ ଜୁନିଅର ହକି ବିଶ୍ଵକପ ଆୟୋଜନ ହେବ। ଖେଳାଳି ଓ ଖେଳାପ୍ରେମୀଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ତେଣୁ ବିନା ଦର୍ଶକରେ ଖେଳାଯିବା ଏହି ଟୁର୍ଣ୍ଣାମେଣ୍ଟ। ହକିପ୍ରେମୀମାନେ ଟିଭି ମାଧ୍ୟମରେ ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ।

ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୬ ଟି ଦେଶ ଅଂଶଗ୍ରହଣ କରିବେ। ନଭେମ୍ବର ୨୪ ତାରିଖରୁ ଏହି ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବା ବେଳେ ଡିସେମ୍ବର ୨ ତାରିଖରେ କ୍ଵାର୍ଟର ଫାଇନାଲ ମ୍ୟାଚ, ଡିସେମ୍ବର ୩ ତାରିଖରେ ସେମିଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍‌ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍‌ ଆପାରେଲ (ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି।

ପିପିପି ମୋଡରେ ଭାରତୀୟ କମ୍ପାନୀ ମାନଙ୍କୁ ବୟନ ଏବଂ କପଡା ଶିଳ୍ପ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ୍ ସ୍ପେଶାଲ ପ୍ରୋପଜ ଭେଇକିଲ୍ ବିକଶିତ କରାଯାଉଛି। ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ। ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ପୂର୍ବୋଦୟ ମିଶନ” କଳ୍ପନା ବହୁମାତ୍ରାରେ ସାକାର ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି। ଓଡିଶାର ହସ୍ତତନ୍ତ ଉଚ୍ଚକୋଟିର ଡିଜାଇନ୍ ଏବଂ ଗୁଣବତା ପାଇଁ ବିଶ୍ୱ ବିଖ୍ୟାତ। ସମ୍ବଲପୁରୀ, ବୋମକେଇ ଏବଂ ବ୍ରହ୍ମପୁରୀ ଭଳି ଅନେକ ଡିଜାଇନ୍ ଏଠାରେ ରହିଥିବା ବେଳେ ଇକତ୍ ପାଇଁ ମଧ୍ୟ ପ୍ରସିଦ୍ଧ ଲାଭ କରିଛି। ନିଜର ସମୃଦ୍ଧ ଇତିହାସ ଏବଂ ଆଚାଳିକ ସମ୍ପନ୍ନତା ଯୋଗୁଁ ଓଡିଶା ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି। ନିକଟ ଅତୀତରେ ଓଡିଶା ସିପେଟ୍‌, ଆଇଆଇଟି, ଆଇଆଇଏମ, ନିଟ୍‌, ଆଇଆଇଆଇଟି, ଏମ୍ସ, ନାଇଜର, ଦକ୍ଷତା ବିକାଶ କେନ୍ଦ୍ର, ଇଣ୍ଡିଆନ ଅଏଲ- ଆଇସିଟି ଓଡିଶା କ୍ୟାମ୍ପସ ଭଳି ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ଓଡିଶା ଜ୍ଞାନ ଏବଂ ଦକ୍ଷତାର ପେଣ୍ଠସ୍ଥଳି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତିଷ୍ଠା କରାଯାଇଛି। ଏହା ଦ୍ୱାରା ଶିଳ୍ପ ଚାହିଦା ଆଧାରରେ ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରାଯାଉଛି। ୧୦ ହଜାର କିମିର ରାଜପଥ ନେଟୱାର୍କ, ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର, ଶିଳ୍ପ କେନ୍ଦ୍ରର ନିକଟବର୍ତ୍ତୀ, ରାଜ୍ୟରେ ଅତିକ୍ରମ କରୁଥିବା ଜଗଦିଶପୁର–ହଳଦିଆ ଏବଂ ବୋକାରୋ-ଧାମରା (ଜେଏଚବିଡିପିଏଲ) ଗ୍ୟାସ ପାଇପଲାଇନ ସହ ଲଜିଷ୍ଟିକ୍ ଏବଂ ଶିଳ୍ପାୟନ ସହ ଓଡିଶା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ରହିଅଛି।

ଆନୁଷଙ୍ଗିକ ବ୍ୟବସ୍ଥା ସହ ବୃହତ ଧାମରା ବନ୍ଦର ଏବଂ ଭୁବନେଶ୍ୱର ନିକଟ ମଳିପଡା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡା ପାର୍କ ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଏହାସହିତ ଭଦ୍ରକ ଠାରେ ଟେକ୍ନିକାଲ୍‌ ଟେକ୍ସଟାଇଲ ପାର୍କକୁ ମଧ୍ୟ ବିକଶିତ କରାଯାଉଛି। ଏହି ପାର୍କ ବାର୍ଷିକ ୩୦୦ କିଲୋ ଟନ୍ ବିଶିଷ୍ଟ ଆଇଓସିଏଲ ପଲିଷ୍ଟର ଏବଂ ଫାଇବର ପ୍ଲାଂଟ୍‌ର ସାହାଯ୍ୟରେ ବାର୍ଷିକ ୧୦୦ କିଲୋ ଟନ୍ ବିଶିଷ୍ଟ ପଲିଷ୍ଟର ଷ୍ଟାପଲ ଫାଇବର, ବାର୍ଷିକ ୧୬୫ କିଲୋ ଟନ୍ ବିଶିଷ୍ଟ ଡ୍ରୋନ୍ ଟେକ୍ସଚରଡ୍ ୟାର୍ନ ଏବଂ ବାର୍ଷିକ ୩୫ କିଲୋ ଟନ ବିଶିଷ୍ଟ ଫୁଲି ଡ୍ରୋନ ୟାର୍ନ ଏହି ପାର୍କ ପାଇଁ ଫିଡ୍ ଷ୍ଟକ୍ ରହିଛି।

ତେଣୁ ଏହି ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଗ୍ରୀନ୍ ଫିଲ୍‌ଡ ମିତ୍ର ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୪୪୭ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୬୦ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୭ ଟି ଲୋକାଲ କେସ୍‌  ରହିଛ। ୪୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୮ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୪୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୫ ହଜାର ୫୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୪୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୩୦୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୪୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୦ ଜଣ, କଟକ ଜିଲ୍ଲାରୁ ୬୨, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୧୩ ଜଣ, ବରଗଡ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୪, ଗଜପତି ଜିଲ୍ଲାରୁ ୪, ଗଞ୍ଜାମ ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରୁ ୧୨ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୧, କଳାହାଣ୍ଡି ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୮, କୋରାପୁଟ ଜିଲ୍ଲାରୁ ୨, ମାଲକାନଗିରି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୧୭ ଜଣ, ନୟାଗଡ ଜିଲ୍ଲାରୁ ୫, ନୂଆପଡା ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୮ ଜଣ, ରାୟଗଡା ଜିଲ୍ଲାରୁ ୩୧, ସମ୍ବଲପୁର ଜିଲ୍ଲାରୁ ୨୪, ସୋନପୁର ଜିଲ୍ଲାରୁ ୧, ସୁନ୍ଦରଗଡ ଜିଲ୍ଲାରୁ ୫ ଏବଂ ଷ୍ଟେଟ ପୁଲରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଏକମାତ୍ର ଅପରେଟର ଭାବରେ ଓଡ଼ିଶାରେ ଅଗଷ୍ଟରେ ନୂଆ ଗ୍ରାହକ ଯୋଗ କରିଛି: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଚମତ୍କାର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ଏକମାତ୍ର ଅପରେଟର ଭାବରେ ଓଡ଼ିଶାରେ ଅଗଷ୍ଟ ମାସରେ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ)ର ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡିଛିି। ଏହି ମାସରେ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ଭଳି ଅନ୍ୟ ସମସ୍ତ ଅପରେଟର ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨୯,୯୮୯ ନୂଆ ମୋବାଇଲ ଗ୍ରାହକ ଏବଂ ପ୍ରାୟ ୬୦୦୦ ଜିଓ ଫାଇବର ଗ୍ରାହକ ଯୋଗ କରିଛି। ଅନ୍ୟପକ୍ଷରେ ସେହି ମାସରେ ଓଡିଶାରେ ଭାରତୀ ଏୟାରଟେଲ ୧,୦୧,୯୨୮  ଗ୍ରାହକ ହରାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଏସଏନଏଲ ୪୧,୪୬୮ ମୋବାଇଲ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୩୮୬୨୭ ଗ୍ରାହକ ହରାଇଥିବା ଏହି ତଥ୍ୟରୁ ଜଣାପଡିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୨,୦୪୫ ହ୍ରାସ ଘଟି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହା ୩.୪୯ କୋଟି ରହିଥିବା ଉଲ୍ଲେଖ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ତାହାର ସୁଦୃଢ ୪ଜି ନେଟୱର୍କ, ଦୁର୍ଗମ ଓ ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ତଥା ଗ୍ରାହକଙ୍କ ପାଇଁ ସୁଲଭ ସେବା ଆଧାରରେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡିଚାଲିଛି। ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ଜିଓ ୪୩.୯% ଗ୍ରାହକ ବଜାର ଅଂଶ ଏବଂ ମୋଟ ଦୂରସଂଚାର ରାଜସ୍ୱର ୫୨.୩% ବଜାରଅଂଶ ସହିତ ଏକ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ଏହା ମଧ୍ୟ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡିକରେ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବରର ଦ୍ରୁତ ସମ୍ପ୍ରସାରଣ କରୁଛି। ସଂପ୍ରତି ଓଡ଼ିଶାରେ ୭୬,୦୦୦ରୁ ଅଧିକ ଜିଓଫାଇବର୍ ଗ୍ରାହକ ରହିଛନ୍ତି ଏବଂ ଏହା ରାଜ୍ୟର ୨୬ଟି ସହର ଓ ନଗରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି।

ଜାତୀୟ ସ୍ତରରେ ଜିଓ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ମାସରେ ସର୍ବାଧିକ ୬.୪୯ ଲକ୍ଷ ମୋବାଇଲ ଗ୍ରାହକ ଯୋଗ କରିଛି। ଏଥିସହିତ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ୪ଜି ସ୍ପିଡ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ପୁନଶ୍ଚ ୪ଜି ଡାଉନଲୋଡ ସ୍ପିଡରେ ଶୀର୍ଷରେ ରହିବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ ୨୦.୯ ଏମବିପିଏସ୍ ହାରାହାରି ଡାଉନଲୋଡ ସ୍ପିଡ ହାସଲ କରିଛି। 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୩, କଟକରୁ ୫୫, ମୟୂରଭଞ୍ଜରୁ ୨୧, ବାଲେଶ୍ବରରୁ ୨୦, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୯, ନୟାଗଡରୁ ୯, ସୁନ୍ଦରଗଡରୁ ୮, ଗଜପତିରୁ ୭, ଅନୁଗୁଳରୁ ୫, ଗଞ୍ଜାମରୁ ୫, ବଲାଙ୍ଗୀରିରୁ ୪, ସମ୍ବଲପୁରରୁ ୪, ବରଗଡରୁ ୩, ଝାରସୁଗୁଡାରୁ ୩, ରାୟଗଡାରୁ ୩, ଦେବଗଡରୁ ୨, କେନ୍ଦୁଝରରୁ ୨, ନବରଙ୍ଗପୁରରୁ ୨, କୋରାପୁଟରୁ ୧ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୫ ହଜାର ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୧୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୫ ଟି ଲୋକାଲ କେସ୍‌  ରହିଛ। ୪୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୪ ହଜାର ୪୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୪୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୩ ଟି ଜିଲ୍ଲାରୁ ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୪୩ ଜଣ, କଟକ ଜିଲ୍ଲାରୁ ୩୬, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୧୬ ଜଣ, ବରଗଡ ଜିଲ୍ଲାରୁ ୧, ଭଦ୍ରକ ଜିଲ୍ଲାରୁ ୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୫, ଢେଙ୍କାନାଳ ଜିଲ୍ଲାରୁ ୪, ଗଞ୍ଜାମ ଜିଲ୍ଲାରୁ ୨, ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୯, କେନ୍ଦୁଝର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୧୦ ଜଣ, ନବରଙ୍ଗପୁର ଜିଲ୍ଲାରୁ୧, ନୟାଗଡ ଜିଲ୍ଲାରୁ ୫, ନୟାଗଡ ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୫ ଜଣ, ରାୟଗଡା ଜିଲ୍ଲାରୁ ୧୩, ସମ୍ବଲପୁର ଜିଲ୍ଲାରୁ ୧୪, ସୋନପୁର ଜିଲ୍ଲାରୁ ୧, ସୁନ୍ଦରଗଡ ଜିଲ୍ଲାରୁ ୮ ଏବଂ ଷ୍ଟେଟ ପୁଲରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୦, କଟକରୁ ୮୫, ମୟୂରଭଞ୍ଜରୁ ୨୮, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୫, ପୁରୀରୁ ୧୫, କେନ୍ଦ୍ରାପଡାରୁ ୧୪, ବାଲେଶ୍ବରରୁ ୧୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୯, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୩, ଅନୁଗୁଳରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, ବଲାଙ୍ଗୀରିରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୪ ହଜାର ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୮୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ସୂଚୀ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଣିକି ନୂଆ ଢାଞ୍ଚାରେ ହେବ। ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ। ବର୍ଷକୁ ୨ଟି ସମ୍ମେଟିଭ୍‌ ପରୀକ୍ଷା ଦେବ। ଫରମେଟିଭ୍ ଓ ସମ୍ମେଟିଭ୍‌ ପରୀକ୍ଷାର ମାର୍କକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

୧- ନଭେମ୍ବର ୨୨ ତାରିଖ:

ପ୍ରଥମ ସିଟିଂ- ଦ୍ଵିତୀୟ ଭାଷା

ଦ୍ଵିତୀୟ ସିଟିଂ- ସମାଜିକ ବିଜ୍ଞାନ

୨- ନଭେମ୍ବର ୨୩ ତାରିଖ:

ପ୍ରଥମ ସିଟିଂ- ପ୍ରଥମ ଭାଷା

ଦ୍ଵିତୀୟ ସିଟିଂ- ଗଣିତ ପରୀକ୍ଷା

୩- ନଭେମ୍ବର ୨୪ ତାରିଖ:

ପ୍ରଥମ ସିଟିଂ- ତୃତୀୟ ଭାଷା

ଦ୍ଵିତୀୟ ସିଟିଂ- ସାଧାରଣ ବିଜ୍ଞାନ

ତେବେ ମୋଟ୍‌ ୪୦ ନମ୍ବର ମାର୍କର ପରୀକ୍ଷା ହେବ। ୨୦ ମାର୍କର ସବ୍‌ଜେଟିଭ୍‌ ଓ ୨୦ ମାର୍କର ଅବ୍‌ଜେଟିଭ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ। କିନ୍ତୁ ଖାତା ମୂଲ୍ୟାୟନ ଅନ୍ୟ ସ୍କୁଲରେ ହେବ। ଖାତା ମୂଲ୍ୟାୟନ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ।

ତେବେ ଦଶମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହେବ। ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଏହି ପରୀକ୍ଷା ହେବ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୬, କଟକରୁ ୩୩, ମୟୂରଭଞ୍ଜରୁ ୨୩, ବାଲେଶ୍ବରରୁ ୧୯, କୋରାପୁଟରୁ ୧୯, ସମ୍ବଲପୁରରୁ ୧୯, ଯାଜପୁରରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡାରୁ ୧୦, ସୁନ୍ଦରଗଡରୁ ୧୦, ନୟାଗଡରୁ ୬, ଜଗତସିଂହପୁରରୁ ୪, କେନ୍ଦୁଝରରୁ ୪, ଅନୁଗୁଳରୁ ୩, ଭଦ୍ରକରୁ ୩, ଗଞ୍ଜାମରୁ ୩, ନୂଆପଡାରୁ ୨, ବରଗଡରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୩ ହଜାର ୮୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୩୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୩୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

୩୭୧ ତମ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ବିଭାଗ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବିଭାଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର ୩୭୧ ତମ ବୈଠକ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଅଧ୍ୟକ୍ଷ ତଥା ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରାଜିନ୍ଦର ଚୌଧୁରୀ ଏହି ବୈଠକରେ ପୌରହିତ୍ୟ କରିଥିଲେ। ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତିର  ସଭ୍ୟ ମାନେ ଯୋଗଦେଇ ନିଜ ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ବୈଠକରେ ଏଡିଜି ଶ୍ରୀ ଚୌଧୁରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ବୟ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଆଧୁନିକ ପ୍ରଯୁକ୍ତି ଏବଂ ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସହ ଜନସାଧାରଣଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଏବଂ ସଠିକ ସୂଚନା ପହଞ୍ଚାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ସଂସ୍ଥାଗୁଡ଼ିକ ଏ କ୍ଷେତ୍ରରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସହିତ ସମ୍ପର୍କ ସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ।

ବୈଠକରେ ପୂର୍ବତଟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କୌଶଳେନ୍ଦ୍ର ଖାଡ଼ଙ୍ଗା, ପିଆଇବିର ଉପ ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ଏସ ପଟେଲ, ଭାରତୀୟ ସର୍ବେକ୍ଷଣ ବିଭାଗର ନିର୍ଦ୍ଦେଶକ କେ.ସି ଦାସ, ପୂର୍ବତଟ ରେଳବାଇ ଲୋକସମ୍ପର୍କ ଅଧିକାରୀ ବିକାଶ କୁମାର, ଗେଲ ଇଣ୍ଡିଆ ଲିମିଟେଡର ଡିଜିଏମ ଏନ. ମିଶ୍ର, ଓ୍ବାପକସ ଲିମିଟେଡର ଆର.ଡି ରାଓ, ଏନଆଇସି ଭୁବନେଶ୍ବରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏ. କେ. ପଣ୍ଡା, ପାରାଦୀପ ପୋର୍ଟ ଟ୍ରଷ୍ଟର ଏ. କେ. ବେହେରା, ରତିକାନ୍ତ ନାଗର, ପିଆଇବି ଭୁବନେଶ୍ବରର ସ୍ବାଧୀନ ଶକ୍ତିପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ଭାରତୀୟ ସୂଚନା ସେବା- ୨୦୧୯ ବ୍ୟାଚର ପ୍ରଶିକ୍ଷାର୍ଥୀ ଅଧିକାରୀ ସନ୍ତୋଷ ଭି., ମନଦୀପ କୁମାର, ଶୀନମ ଜୈନ ଓ ନିକିତା ଯୋଶୀ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୫୫୯ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୮ ଟି ଲୋକାଲ କେସ୍‌  ରହିଛ। ୫୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୧ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୩ ହଜାର ୩୯୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୩ ଟି ଜିଲ୍ଲାରୁ ୫୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୭୯ ଜଣ, କଟକ ଜିଲ୍ଲାରୁ ୫୪, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୧୨ ଜଣ, ବରଗଡ ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩, ବୌଦ୍ଧ ଜିଲ୍ଲାରୁ ୧୮, ଦେବଗଡ ଜିଲ୍ଲାରୁ ୨, ଢେଙ୍କାନାଳ ଜିଲ୍ଲାରୁ ୧୦, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୧୪ ଜଣ, ଯାଜପୁର ଜିଲ୍ଲାରୁ ୧୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୪, କୋରାପୁଟ ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ନୟାଗଡ ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୧୪ ଜଣ, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୬, ସୁନ୍ଦରଗଡ ଜିଲ୍ଲାରୁ ୧୦ ଏବଂ ଷ୍ଟେଟ ପୁଲରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୫୫୬ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୩୨ ଟି ଲୋକାଲ କେସ୍‌ ରହିଛ। ୫୫୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୦ ଟି ଜିଲ୍ଲାରୁ ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୦୫ ଜଣ, କଟକ ଜିଲ୍ଲାରୁ ୪୧, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ବୌଦ୍ଧ ଜିଲ୍ଲାରୁ ୭, ଢେଙ୍କାନାଳ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୫, କେନ୍ଦ୍ରାପଡା ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୩, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୧୫ ଜଣ, ପୁରୀ ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୭, ସୁନ୍ଦରଗଡ ଜିଲ୍ଲାରୁ ୧୮ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୩, କଟକରୁ ୬୭, ମୟୂରଭଞ୍ଜରୁ ୨୦, ବାଲେଶ୍ବରରୁ ୨୦, ସୁନ୍ଦରଗଡରୁ ୧୯, ଜଗତସିଂହପୁରରୁ ୧୬, ଗଜପତିରୁ ୧୩, ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୩, ପୁରୀରୁ ୧୩, ସମ୍ବଲପୁରରୁ ୯, ବଲାଙ୍ଗୀରିରୁ ୭, ଗଞ୍ଜାମରୁ ୪, ଭଦ୍ରକରୁ ୩, ଢେଙ୍କାନାଳରୁ ୩, ଅନୁଗୁଳରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୨ ହଜାର ୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୯୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୩୪୦ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧ ଟି ଲୋକାଲ କେସ୍‌ ରହିଛ। ୩୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୫୦ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୨ ହଜାର ୨୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୨୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୧ ଟି ଜିଲ୍ଲାରୁ ୩୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୯ ଜଣ, କଟକ ଜିଲ୍ଲାରୁ ୪୩, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୧୩ ଜଣ, ବରଗଡ ଜିଲ୍ଲାରୁ ୬, ଭଦ୍ରକ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୪, ଜଗତସିଂହପୁର ଜିଲ୍ଲାରୁ ୧୦ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫, କୋରାପୁଟ ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧, ନୟାଗଡ ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୭ ଜଣ, ରାୟଗଡା ଜିଲ୍ଲାରୁ ୪, ସମ୍ବଲପୁର ଜିଲ୍ଲାରୁ ୧୨, ସୁନ୍ଦରଗଡ ଜିଲ୍ଲାରୁ ୨ ଏବଂ ଷ୍ଟେଟ ପୁଲରୁ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୫ ଟି ଲୋକାଲ କେସ୍‌ ରହିଛ। ୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୭୫ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୭୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୯୯୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୮୫ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୧୯ ଟି ଜିଲ୍ଲାରୁ ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୪୩ ଜଣ, କଟକ ଜିଲ୍ଲାରୁ ୨୭, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୧୪ ଜଣ, ବରଗଡ ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩, ଗଞ୍ଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୨୦ ଜଣ, ନୟାଗଡ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୧୩ ଜଣ, ରାୟଗଡା ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୬, ସୁନ୍ଦରଗଡ ଜିଲ୍ଲାରୁ ୧୧ ଏବଂ ଷ୍ଟେଟ ପୁଲରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୪୦୦ ରୁ କମ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୯ ଟି ଲୋକାଲ କେସ୍‌ ରହିଛ। ୩୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୪୭ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୧ ହଜାର ୧୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୮୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୩ ଟି ଜିଲ୍ଲାରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୬ ଜଣ, କଟକ ଜିଲ୍ଲାରୁ ୧୫, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୧୩ ଜଣ, ବରଗଡ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪, ବୌଦ୍ଧ ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧, ଗଜପତି ଜିଲ୍ଲାରୁ ୭, ଗଞ୍ଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରୁ ୧, କୋରାପୁଟ ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ୩, ପୁରୀ ଜିଲ୍ଲାରୁ ୯ ଜଣ, ରାୟଗଡା ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୪, ସୋନପୁର ଜିଲ୍ଲାରୁ ୨, ସୁନ୍ଦରଗଡ ଜିଲ୍ଲାରୁ ୩ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୪୮, ମୟୂରଭଞ୍ଜରୁ ୨୨, ଜଗତସିଂହପୁରରୁ ୨୦, ପୁରୀରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୪, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୭, ନୟାଗଡରୁ ୭, କଳାହାଣ୍ଡିରୁ ୫, ଗଞ୍ଜାମରୁ ୩, ଦେବଗଡରୁ ୨, ବରଗଡରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୧, ନୂଆପଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୧ ହଜାର ୧୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫ ଆକ୍ରାନ୍ତ: ମୋଟ ସଂଖ୍ୟା ୮ ହଜାର ୨୭୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ନବରଙ୍ଗପୁର ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ଵରରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୦ ହଜାର ୬୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଉ ୪୬୭ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୬ ଟି ଲୋକାଲ କେସ୍‌ ରହିଛ। ୪୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୦ ହଜାର ୬୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୨୧ ଜଣ, କଟକ ଜିଲ୍ଲାରୁ ୬୭, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୫, ଭଦ୍ରକ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୬, ଗଞ୍ଜାମ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୧, କଳାହାଣ୍ଡି ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୧, କେନ୍ଦ୍ରାପଡା ଜିଲ୍ଲାରୁ ୧୭, କେନ୍ଦୁଝର ଜିଲ୍ଲାରୁ ୨, କୋରାପୁଟ ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫, ନୟାଗଡ ଜିଲ୍ଲାରୁ ୩, ପୁରୀ ଜିଲ୍ଲାରୁ ୧୬ ଜଣ, ରାୟଗଡା ଜିଲ୍ଲାରୁ ୩, ସମ୍ବଲପୁର ଜିଲ୍ଲାରୁ ୪, ସୋନପୁର ଜିଲ୍ଲାରୁ ୨, ସୁନ୍ଦରଗଡ ଜିଲ୍ଲାରୁ ୮ ଏବଂ ଷ୍ଟେଟ ପୁଲରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।