ଆଜି ରାଜ୍ୟରେ ୨୧ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୭୭୫ କୁ ବୃଦ୍ଧି

Published: Feb 8, 2022, 10:38 am IST

ଭୁବନେଶ୍ଵର: ଆଜି ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୭୫ ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି କେନ୍ଦ୍ରାପଡା, କେନ୍ଦୁଝର, ନୂଆପଡା, ପୁରୀ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୫୯୭ ଏବଂ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts