Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଗମନାଗମନ ପାଇଁ ବ୍ରିଟେନ ଏବଂ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ଭାରତର ବୁଝାମଣାକୁ କ୍ୟାବିନେଟର ସ୍ବୀକୃତି

ନୂଆଦିଲ୍ଲୀ, ସଂଯୁକ୍ତ ରାଜ୍ୟ ଗ୍ରେଟ୍ ବ୍ରିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ସହିତ ପ୍ରବାସନ ତଥା ଗମନାଗମନରେ ସୁବିଧା ବଢାଇବାକୁ ଭାରତ ଯେଉଁ ବୁଝାମଣାପତ୍ର ସ୍ୱାକ୍ଷର କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଧବାର ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଲା ଗ୍ରେଟବିଟେନ ଓ ନର୍ଦ୍ଦନ ଆୟାର୍ଲଣ୍ଡ ଏବଂ ଭାରତ ମଧ୍ୟରେ ଗବେଷକ, ଛାତ୍ରଛାତ୍ରୀ, କୁଶଳୀ ପେସାଦାର ଆଦିଙ୍କ ଗମନାଗମନ ଓ ପ୍ରବାସନ ସୁବିଧାକୁ ଅଧିକ ସୁଗମ କରି ପାରସ୍ପରିକ ସହଯୋଗ ଓ ସମ୍ପର୍କକୁ ସୁଦୃଢ କରିବା ।

ଏହାଫଳରେ ଅନିୟମିତ ଦେଶାନ୍ତର, ପ୍ରବାସନ, ପ୍ରବ୍ରଜନ ଓ ମାନବଚାଲାଣ ଆଦିକୁ ନିୟନ୍ତ୍ରିତ କରି ହେବ ଏବଂ ଦୁଇପକ୍ଷ ମଧ୍ୟରେ ଏ କ୍ଷେତ୍ରରେ ସହଯୋଗ ଅଧିକ ସୁଦୃଢ ହୋଇପାରିବ ।
ଏହି ବୁଝାମଣା ଦ୍ୱାରା ଭାରତୀୟ ବିଦ୍ୟାର୍ଥୀ, ଶୈକ୍ଷିକବର୍ଗ ଓ ଗବେଷକ ଆର୍ଥିକ ତଥା ବୃତ୍ତିଗତ ଦୃଷ୍ଟିରୁ ବିଶେଷ ଉପକୃତ ହେବେ ।

ଆହୁରି ମଧ୍ୟ ଉଭୟପକ୍ଷଙ୍କ ଆର୍ଥିକ ବିକାଶ ପାଇଁ ଯେଉଁମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅବଦାନ ରଖିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହାର ସୁଯୋଗ ପାଇବେ। ଏହି ଚୁକ୍ତି ଫଳରେ ଦୁଇଦେଶ ମଧ୍ୟରେ ପ୍ରତିଭାର ପ୍ରବାହ ସହଜ ହେବ ଏବଂ ନବସୃଜନ ପରିବେଶକୁ ଏହା ସହାୟତା ଯୋଗାଇବ।

ବୈଦେଶିକ ମନ୍ତ୍ରଣାଳୟ ଏହି ଚୁକ୍ତିର କାର‌୍ୟ୍ୟକାରିତାକୁ ନିବିଡଭାବେ ଅନୁଧ୍ୟାନ କରିବ । ଏକ ଯୁଗ୍ମ କାଯ୍ୟକାରୀ ଗୋଷ୍ଠୀ ଦ୍ୱାରା ଏହି କାର‌୍ୟ୍ୟ ସମ୍ପାଦିତ ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏହା ଫଳରେ ୫ କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ୫ ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ। ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ।

ଏବେ ଦେଶରେ ପ୍ରାୟ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି। ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ ୫ ଲକ୍ଷ ଶ୍ରମିକ କାର‌୍ୟ୍ୟରତ। ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ।
ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି। ଫଳରେ ଉତ୍ପାଦିତ ଆଖୁ ପେଷା ଯାଇପାରୁନାହିଁ ଏବଂ ଚାଷୀ ପ୍ରାପ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ବଳକା ଚିନିର ସୁପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା କରିଛନ୍ତି; ଯାହା ଫଳରେ ଆଖୁଚାଷୀ ଓ ଚିନିକଳ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ।

ଏଥିପାଇଁ ସରକାର ବିଭିନ୍ନ ଚିନିକଳରେ ମହଜୁଦ ଥିବା ୩,୫୦୦ କୋଟି ଟଙ୍କାର ୬୦ ଲକ୍ଷ ମେଟ୍ରିକ ଟନ ଚିନି ବିଦେଶକୁ ରପ୍ତାନୀ କରିବେ । ରପ୍ତାନୀରୁ ଯେଉଁ ଅର୍ଥ ମିଳିବ ତାହାକୁ ସିଧାସଳଖ ଚିନିକଳ ମାଲିକଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯିବ। ଚାଷୀ ଓ ଶ୍ରମିକଙ୍କୁ ସେମାନଙ୍କ ଦେୟ ଦେଇସାରିବା ପରେ ଯେଉଁ ଅର୍ଥ ବଳିବ ତାହାକୁ ଚିନିକଳ ମାଲିକଙ୍କୁ ଦିଆଯିବ ।

ସରକାର ଏହି କାର୍ଯ୍ୟଟିକୁ ଏକ ରିଆତି ବ୍ୟବସ୍ଥା ଭଳି ପରିଚାଳନା କରିବାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ୬୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ କରାଯିବ ତାହାର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଏବଂ ରପ୍ତାନୀଜନିତ ଖର୍ଚ୍ଚ ଉପରେ ସରକାର ସବ୍ସିଡି ପ୍ରଦାନ କରିବେ । ଏହି ବ୍ୟବସ୍ଥାଟି କେବଳ ୨୦୨୦-୨୧ ଆଖୁ ଋତୁ ପାଇଁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ଏବଂ ବିଭିନ୍ନ ଚିନିକଳ ଓ ଅନୁସାରୀ ଶିଳ୍ପରେ କାମ କରୁଥିବା ପ୍ରାୟ ୫ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଡକାଗଲା ଏକ ଜରୁରୀ କ୍ୟାବିନେଟ ବୈଠକ, ହୋଇପାରେ ଏକ ବଡ ଘୋଷଣା

ଭୁବନେଶ୍ବର, ରାଜ୍ୟ ସରକାର ଏକ ଜରୁରୀ କାଳିନ କ୍ୟାବିନେଟ ବୈଠକ ଡାକିଛନ୍ତି। ଗତକାଲି ରାତିରେ ଏ ନେଇ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଖବର ଦିଆଯାଇଛି। ହେଲେ ମନ୍ତ୍ରୀମାନଙ୍କୁ ଏ ନେଇ କୌଣସି ସୂଚାନ ଦିଆଯାଇ ନାହିଁ। ତେବେ ହଠାତ ଏପରି ବୈଠକ ଡାକିବା ନେଇ ବିଭିନ୍ନ ମହଲରେ ଉତ୍ସୁକୁତା ପ୍ରକାଶ ପାଇଛି। ଏପରି ବୈଠକ ଡକାଯାଇଛି ଅର୍ଥ ରାଜ୍ୟ ସରକାର ଏକ ବଡ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଅପରାହ୍ନ 5 ଟାରେ ଏହି ବୈଠକ ବସିବ। ପୂର୍ବପରି ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଭିଡିଓ କଂନଫ୍ରେସିଂରେ ରହିବେ। ସେହିପରି ସଚିବାଳୟରେ ଏବଂ ଜିଲ୍ଲାପାଳଙ୍କ ଅଫିସରେ କେତେକ ମନ୍ତ୍ରୀ ରହି ଏହି ବୈଠକେ ଯୋଗଦେବେ। ଏହି ବୈଠକ ପରେ ମୁଖ୍ୟଶାସନ ସଚିବ ବିସ୍ତୁତ ବିବରଣୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିବେ।

Categories
ଆଜିର ଖବର

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, କୃଷିନୀତି 2019କୁ ମିଳିବ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 17 ଡିସେମ୍ବର: ଆଜି ଅପରାହ୍ନ 5ଟା 45 ମିନିଟରେ ଲୋକସେବା ଭବନରେ ବସିବ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟ କୃଷି ନୀତି 2019କୁ ମଂଜୁରୀ ମିଳିବାର ପ୍ରସ୍ତାବ ରହିଛି। ଏହି ବୈଠକରେ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡିଛି। ମୁଖ୍ୟତଃ ପୌର ନିର୍ବାଚନ ପାଖେଇ ଆସୁଥିବାର ସେ ସଂକ୍ରାନ୍ତ ଉପରେ କିଛି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିବେ। ଏଥିସହିତ ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ, ଲିଙ୍ଗରାଜ ମନ୍ଦିର ପାରିପାଶ୍ବିକ ଉନ୍ନତି ପାଇଁ ଉଚ୍ଛେଦ ପ୍ୟାକେଜ ପ୍ରସଂଗରେ ମଧ୍ୟ କ୍ୟାବିନେଟ ଅନୁମତି ନିଆଯିବ। ଏହି ବୈଠକରେ କୃଷି ବିଭାଗ ସହ ଉଚ୍ଚ ଶିକ୍ଷା ବିଭାଗ, ରାଜସ୍ବ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଶିଳ୍ପ ବିଭାଗ ସଂପର୍କିତ କେତେକ ପ୍ରସ୍ତାବ ଉପରେ ନିଷ୍ପତି ନିଆଯିବ।