Categories
ଆଜିର ଖବର

‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ରଥକୁ ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ସଚେତନତା ରଥ (ରେଡ଼ିଓ ଅନ ହୁଇଲ) କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଶୁଭାରମ୍ଭ କରିଛନ୍ତି। ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ, ଓଡ଼ିଶା ସରକାର ଓ କମ୍ୟୁନିଟି ରେଡ଼ିଓ ସଂଘ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ଏହି ସଚେତନତା ରଥ “ରେଡିଓ ଅନ ହୁଇଲ୍”ଜୁନ ୧୨ ତାରିଖରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସହରରେ ପରିକ୍ରମା କରି ସଚେତନତା ସୃଷ୍ଟି କରିବାରେ ବ୍ୟାପକ ପ୍ରଚାର ଅଭିଯାନ ନିର୍ବାହ କରୁଛି।

ଗତକାଲି କଟକ ସହରରେ ଉକ୍ତ ରଥ ପରିକ୍ରମା କରିଥିବା ବେଳେ ଆଜି ଠାରୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା,ଆମର ସଂକଳ୍ପ ପରି ଭାଷାର ସଚେତନତା ଜାଗରଣ କରିବ। ୧୪ ବର୍ଷରୁ କମ୍ ବୟସର ଶିଶୁକୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ। ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଙ୍କୁଳ କାମରେ (ବୃତ୍ତି ଓ ପ୍ରକ୍ରିୟା) ରେ ନିୟୋଜନକୁ ବାରଣ କରାଯାଇଛି। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଯାଏଁ ଜୋରିମାନା କିମ୍ବା ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି। ଏପରିକି ଉଭୟ ଜେଲ ଦଣ୍ଡ ଓ ଜୋରିମାନା ମଧ୍ୟ ହେବାର ବ୍ୟବସ୍ଥା ଅଛି। ଏପରି ଭୁଲ ଦ୍ଵିତୀୟ ଥର କଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହେବାର ଆଇନଗତ ବ୍ୟବସ୍ଥା ଅଛି।

ରାଜ୍ୟ ସରକାର ଏଥି ନିମନ୍ତେ ସେବା ଯୋଗାଇ ଦେବା ପାଇଁ ନିଶୁଳ୍କ ଶ୍ରମିକ ସହାୟତା ହେଲପ ଲାଇନ୍ ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ୱର୍ ୧୦୯୮ ରେ ଯୋଗଯୋଗ ନିମନ୍ତେ ଜାରି କରିଛନ୍ତି। ଏଣୁ ଖୋର୍ଦ୍ଧା ସହରର ସମସ୍ତ ଜନସାଧାରଣ ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ସଚେତନ ହୋଇ ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ଶିଶୁ ଶ୍ରମ ମୁକ୍ତ କରିବାକୁ ସଂକଳ୍ପ ନେଇ ଏହି ବ୍ୟାପକ ଜନସଚେତନତା ବାର୍ତ୍ତା ଘରେ ଘରେ, ଦୋକାନ ବଜାର, ଅନୁଷ୍ଠାନ, ଶିଳ୍ପ ଅନୁଷ୍ଠାନ, ଶିଳ୍ପଦ୍ୟୋଗ ସବୁଆଡେ ଜନଜାଗରଣ ସୃଷ୍ଟି କରି ଶିଶୁ ଶ୍ରମ ମୁକ୍ତ , ଖୋର୍ଦ୍ଧା ଜିଲ୍ଲା ଏବଂ ଆମ ଓଡ଼ିଶା, ଆମର ସଂକଳ୍ପ ଅଭିଯାନକୁ ସଫଳ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ରଥ ଶୁଭାରମ୍ଭ ପୂର୍ବକ ଆହ୍ଵାନ ଦେଇଛନ୍ତି।

‘ଶିଶୁ ଶ୍ରମ ମୁକ୍ତ ଓଡ଼ିଶା, ଆମର ସଂକଳ୍ପ’ ରଥର ଏହି ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଖଣ୍ଡ ଶ୍ରମ ଆୟୁକ୍ତ, ଖୋର୍ଦ୍ଧା ଅଜୟ କୁମାର ପ୍ରଧାନ, ଶ୍ରମ ଅଧିକାରୀ, ଖୋର୍ଦ୍ଧା ପ୍ରଭାକର ବିଶ୍ୱାଳ, ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମା , ଶ୍ରୀତପା ମିଶ୍ର, ସହକାରୀ କଲେକ୍ଟର ଭୁବନେଶ୍ଵରୀ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ,ରେଡ଼ିଓ କିଶାନ ନିର୍ଦ୍ଦେଶକ ପ୍ରଦୀପ୍ତ ଦତ୍ତ, ଓଡ଼ିଶା କମ୍ୟୁନିଟି ରେଡ଼ିଓ ସଂଘ, ସଭାପତି ଡ. ଶିଶିର ଦାସ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝିଅ ମାନଙ୍କୁ ପ୍ରାଥମିକତା ଭିତ୍ତିରେ “ମିଶନ୍ ବାତ୍ସଲ୍ୟ ଯୋଜନା”ରେ ସାମିଲ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆହ୍ଵାନ

ଖୋର୍ଦ୍ଧା: ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରୋତ୍ସାହନରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ପୋରହିତ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାତ୍ସଲ୍ୟ ମେଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମେଳାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବାତ୍ସଲ୍ୟ ମେଳାକୁ ଉଦ୍ଘାଟନ କରି ଥିଲେ।

ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଲେ ସବୁ ଜାତି, ସବୁ ଧର୍ମର ଝିଅ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଏଣୁ ଖୋର୍ଦ୍ଧା ଜିଲ୍ଲାରେ ଭଲ ପାଠ ପଢୁଥିବା ଝିଅ ବା ଶତକଡା ୬୦ ପ୍ରତିଶତରୁ ଅଧିକ ନମ୍ବର ଆଣୁଥିବା ଝିଅ ମାନଙ୍କୁ ପ୍ରାଥମିକତା ଭିତିରେ ମିଶନ ବାତ୍ସଲ୍ୟ ଯୋଜନାରେ ସାମିଲ କରି ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସର୍ବାଙ୍ଗୀନ ଉନ୍ନତିରେ ସମସ୍ତ କାର୍ଯ୍ୟ ନ୍ଵୟନ ଅଧିକାରୀମାନେ ଉତ୍ତଦାୟିତ୍ଵର ସହ କାର୍ଯ୍ୟ କରି ସରକାରଙ୍କର ଏଭଳି ଅଭିନବ ଯୋଜନାକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପ୍ରକାଶ କରିଥିଲେ ବିଗତ କୋଭିଡ୍ ସମୟରେ ଯେଉଁ ମାନେ ନିଜ ପିତାମାତା କିମ୍ବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଲେ ସେହି ସମୟରେ କେନ୍ଦ୍ର ସରକାର ଏଭଳି ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଥିଲେ ଯ’ଦ୍ଵାରା ଅନାଥ ଛାତ୍ର ଛାତ୍ରୀ ମାନେ ନିଜର ମେଧା ଓ ଧୀ ଶକ୍ତି ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ଭବିଷ୍ୟତ ଗଢ଼ିବା ପାଇଁ ସ୍ବପ୍ନ ଦେଖି ବାସ୍ତବରେ ପରିଣତ କରିପାରୁଛନ୍ତି।

ଏହି ଅବକାଶରେ ଜିଲ୍ଲାପାଳ କହିଲେ କି ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଏବଂ ସମସ୍ତ କାର୍ଯ୍ୟ ନ୍ଵୟନ ବିଭାଗ ସମସ୍ତେ ସମନ୍ୱୟ ରଖି ଖୋର୍ଦ୍ଧା ଜିଲ୍ଲାରେ ମିଶନ ବାତ୍ସଲ୍ୟ କୁ ଶତ ପ୍ରତିଶତ ସଫଳତା ହାସଲ ପାଇଁ ନିଷ୍ଠାପର ସେବା ଜାରି ରଖିଲେ ମେଳାର ସାର୍ଥକତା ସାଧିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ପ୍ରତି ଛ ମାସ ଅନ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାରେ କେତେ ଉନ୍ନତି ହେଉଛି, ସ୍ବାସ୍ଥ୍ୟରେ କି ଉନ୍ନତି ହେଉଛି ତଥା ଆଧ୍ୟାତ୍ମିକ ବିକାଶରେ କି ଉନ୍ନତି ହେଉଛି ତାହା ଏହି ମେଳା ମାଧ୍ୟମରେ ପରିମାପ କରାଯିବ। ଯେଉଁ ମାନଙ୍କର ଶତକଡା ୬୦ ପ୍ରତିଶତ ନମ୍ବର ରୁ ଅଧିକ ରହୁଥିବ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଏହି ଯୋଜନାରେ ସାମିଲ କରିବାକୁ ନିଜର ପାରଦର୍ଶିତା ପ୍ରତିପାଦିତ କରିବାକୁ ଜିଲ୍ଲାପାଳ ପ୍ରେରଣା ଦେଇଥିଲେ।

ଆହୁରି ମଧ୍ୟ ଜିଲ୍ଲାପାଳ କହିଲେ ବର୍ତ୍ତମାନ ଇଶ୍ଵର ପ୍ରକୃତ ସମୟ ଆମକୁ ଦେଇଛନ୍ତି,ଏଣୁ ନିଜର ବାକ୍ ଶକ୍ତି ତୀକ୍ଷ୍ଣ କରି ନିଜଭିତରେ ଥିବା ମେଧା କୁ ପରିସ୍ଫୁଟନ କରି ମିଶନ ବାତ୍ସଲ୍ୟ ରେ ଅଂଶୀଦାର ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ +୨ ପରୀକ୍ଷାରେ ଶତକଡା ୬୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦିପାଳି ଦାସ, ପିଙ୍କି ସିଂହ, ସୁଭଲକ୍ଷ୍ମି ଦଳାଇ, ମହେଶ୍ୱର ଗିରି ଙ୍କୁ ଏବଂ ଏଚ୍ ଏସ ସି/ସି ବି ଏସ ଇ ପରୀକ୍ଷାରେ ଶତକଡା ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଯମୁନା ନାଏକ, ଶିବାନୀ ନାୟକ, ଶ୍ରୀମାନ ରବୀନ୍ଦ୍ର, ରଶ୍ମିତା ହେମ୍ବ୍ରମ୍, ବର୍ଷା ପ୍ରିୟଦର୍ଶିନୀ,ଏନ୍. ଗଣେଷ,ସାବିତ୍ରୀ ମଲ୍ଲିକ, ସୌମ୍ୟ ଆର ମହାନ୍ତି ଙ୍କୁ ୪ ହଜାର ଲେଖାଏଁ ଚେକ୍ ରାଶି ପ୍ରଦାନ କରି ଏହି ଯୋଜନାକୁ ସଶକ୍ତ କରିବାସହ ସମସ୍ତ ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଯୋଜନାର ଦୁଇଜଣ ସଫଳ ହିତାଧିକାରୀ ଦେବସ୍ମିତା ହୋତା ଏବଂ ଚିନ୍ମୟୀ ବିଶୋଇ ନିଜର ପ୍ରେନାଦାୟୀ ଅନୁଭୂତି ପ୍ରକାଶ କରିଥିଲେ।

ସସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ଅଧକ୍ଷା ରଞ୍ଜିତା ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ୟୁନିସେଫ ପରାମର୍ଶଦାତା ଘାସିରାମ ପଣ୍ଡା ପ୍ରମୁଖ ଏହି ପବିତ୍ର ମିଶନ ବାତ୍ସଲ୍ୟ ଯୋଜନାର ବିଭିନ୍ନ ରୂପରେଖ ସମ୍ପର୍କରେ ବୈଠକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମେଳାର ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ସରକାରଙ୍କର ଏଭଳି ଅଭିନବ ଯୋଜନାର ବହୁଳ ଲାଭ ନେବାକୁ ନିଜକୁ ପ୍ରସ୍ତୁତ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେବାସହ ପ୍ରତ୍ୟେକ ଅନାଥ ପିଲା ସହ ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ। ଆମ ସମସ୍ତଙ୍କ ଶରୀରରେ ବ୍ରହ୍ମ ଜ୍ଞାନ ବିଦ୍ୟମାନ। ମନୁଷ୍ୟର ଧି ଶକ୍ତି ଓ ଚେତନା ଶକ୍ତି ଜାଗ୍ରତ କେବଳ ଗଠନ ମୂଳକ ଚିନ୍ତାଧାରାରେ ସଶକ୍ତ ହୋଇଥାଏ।  ଏଣୁ ପିଲାମାନେ ପରିବାରର ପିତାମାତା କିମ୍ବା ଗୁରୁଜନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ମହାପୁରୁଷ ମାନଙ୍କ ଜିବନାଦର୍ଷରେ ବ୍ରତୀ ହୋଇ ନିଜକୁ ଡାକ୍ତର, ଇଞ୍ଜିନିୟର, ପାଇଲଟ୍, ବୈଜ୍ଞାନିକ ହୋଇ ନିଜ ପରିବାର, ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ର ର ନାମ ଟେକ ରଖି ସମାଜରେ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଯୋଗଦେଇ କହିଲେ ବାତ୍ସଲ୍ୟ ଯୋଜନା ଏକ ଆଧ୍ୟାତ୍ମିକ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। ପିଲାମାନଙ୍କୁ ପରିବାର,ସରକାର,ସମାଜ,ଶିଶୁ ମଙ୍ଗଳ ସମିତି, ଯୁଭେନାଇଲ ଜଷ୍ଟିସ ବୋର୍ଡ ଓ ପ୍ରଶାସନ ସମ୍ମିଳିତ ସହଯୋଗ ବା ବାତ୍ସଲ୍ୟ ସ୍ନେହ ଓ ମମତାରେ ସେମାନଙ୍କୁ ବିକଶିତ କରିବା ଓ ଶିକ୍ଷା, ସ୍ଵାସ୍ଥ୍ୟ ଓ ସର୍ବାଙ୍ଗୀନ ଉନ୍ନତି ର ବିକାଶ କରାଇ ରାଷ୍ରରେ ଏକ ଉତ୍ତମ ସ୍ୱାବଲମ୍ବୀ ନାଗରିକ ଭାବେ ଗଢିତୋଳିବା ଏହି ଯୋଜନାର ମୂଳଲକ୍ଷ୍ୟ ଅଟେ। ଏଣୁ ପବିତ୍ର ଯୋଜନା କୁ ଖୋର୍ଦ୍ଧା ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟ କରିବାକୁ ହେଲେ ନିଜ ପିଲାଙ୍କ ଯତ୍ନ ଭଳି ବାତ୍ସଲ୍ୟ ଯୋଜନା ମାଧବ ସେବାରେ ନିରନ୍ତର ନିୟୋଜିତ କରି ବାତ୍ସଲ୍ୟ ଯୋଜନା ହିତାଧିକାରୀଙ୍କୁ ସେହିପରି ଯତ୍ନ ଓ ପ୍ରୋତ୍ସାହନ ଦେବା ସହ ବିଭୂକୃପା ଲାଭ ପାଇଁ ସମସ୍ତ କାର୍ଯ୍ୟନ୍ଵୟନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।

ଦିବସର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସଞ୍ଚାଳନ କରିଥିଲେ।

ଆଜିର ଏହି ମେଳାରେ ଖୋର୍ଦ୍ଧା, ବାଣପୁର, ବେଗୁନିଆ, ଚିଲିକା, ଟାଙ୍ଗୀ, ବୋଲଗଡ଼ ୬ ଟି ବ୍ଲକ୍ କୁ ନେଇ ମିଶନ ବାତ୍ସଲ୍ୟ ମେଳାରେ ମିଶନ ବାତ୍ସଲ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାରବେହେରା,ଡି ସି ପି ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ,ସି ଡି ପି ଓ, ଅଭିଭାବକ, ଛାତ୍ର ଛାତ୍ରୀ, ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ସଦସ୍ୟା, ଶିଶୁମଙ୍ଗଲ ସମିତି ସଦସ୍ୟ ସଦସ୍ୟା, ବିଭିନ୍ନ ଷ୍ଟେକ୍, କାର୍ଯ୍ୟାଳୟ କର୍ମକର୍ତ୍ତାଗଣ ମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିରିବାଡି ଗ୍ରାମ ପଞ୍ଚାୟତର ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା: ଆଜି ସକାଳ ୭ ଘଟିକା ସମୟରୁ ପୂର୍ବାହ୍ ୧୧ ଘଟିକା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ, ବିରିବାଡି ଗ୍ରାମ ପଂଚାୟତର ଶ୍ରୀ ଲୋକନାଥ ଦେବ ମାନସିଂ ବିଦ୍ୟାପୀଠ ପରିସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାନି ବେହେରା, ବିଡିବାଡ଼ି ଗ୍ରାମପଞ୍ଚାୟତ ସରପଞ୍ଚ ବିଷ୍ଣୁ ପ୍ରିୟା ସେନ୍, ବି ଡି ଓ ପୂର୍ଣ୍ଣ ମହାପାତ୍ର, ତହସିଲଦାର କାହ୍ନୁ ଚରଣ ଦଳାଇ, ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୧୬୬ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୫୫ ଗୋଟି ଅଭିଯୋଗ ବ୍ୟକ୍ତିଗତ, ୧୫ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୫ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ।

ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବିରିବାଡି ର ମନୋଜ କୁମାର ଗୁମାନସିଂ ଙ୍କୁ ପନ୍ଦର ହଜାର, ହରିପୁରର ହକିମ୍ ଦଲାଇଙ୍କୁ ପନ୍ଦର ହଜାର ଏବଂ କୁହୁଡିର ମେଘ ନାଦ ତରାଇଙ୍କୁ ଦଶ ହଜାରକୁ ନେଇ ଚିକିତ୍ସା ନିମନ୍ତେ ସି ଏମ ଆର ଏଫ୍ ପାଣ୍ଠିରୁ ପଚାଶ ହଜାର ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସୋରଣର ରଞ୍ଜିତା ବାରିକଙ୍କୁ କୋଡ଼ିଏ ହଜାର ଟଙ୍କା ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତାକୁ ନେଇ ସର୍ବମୋଟ ଷାଠିଏ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଷ୍ଟଲ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ସରକାରଙ୍କ ଯୋଜନା ସହ ଆର୍ଥିକ ଅନଗ୍ରସରଙ୍କୁ ଯୋଡ଼ିବାର ମାଧ୍ୟମ (ସହଯୋଗ ଷ୍ଟଲ୍) ସ୍ୱଚ୍ଛ ସର୍ବେକ୍ଷଣ ଷ୍ଟଲ୍, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ଷ୍ଟଲ୍, ଆଦ୍ଵିକା ଷ୍ଟଲ୍, ପୋଷଣ ମାସ ଏବଂ ସମନ୍ୱିତ ଶିଶୁ ପ୍ରକଳ୍ପ ଯୋଜନା ଆଦି ନିର୍ମିତ ସଚେତନତା ଷ୍ଟଲ୍ଲ ବୁଲି ଦେଖିଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ (ପୂର୍ତ୍ତ) ଇଂ ଶିବ ଲାଲ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ, ଏସ ଡି ଓ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ସ୍ମିତା ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥକୁ ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଗତ କାଲି ପୂର୍ବାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିଶା ଦ୍ରବ୍ୟ ବ୍ୟବହାରରକୁ ପ୍ରଭାବ ଓ ଚୋରା ମାଦକ ଦ୍ରବ୍ୟ କାରବାରକୁ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପ୍ରସ୍ତୁତ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଅବକାରୀ ଅଧିକ୍ଷକ, ଖୋର୍ଦ୍ଧା ସୂମତି ତ୍ରିପାଠୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇ ଥିଲେ।

ଉକ୍ତ ସଚେତନତା ରଥ ସମଗ୍ର ଜିଲ୍ଲାର ବ୍ଲକ ସଦର ମହକୁମା, ପଂଚାୟତ ସଦର ମହକୁମା, ଏପରିକି ଗ୍ରାମ ର ବଜାର ଓ ଲୋକ ଗହଳି ସ୍ଥାନ ମାନଙ୍କରେ ନିଶା ସେବନର କରାଳ କୁ ପ୍ରଭାବ ନିଶା ସେବନ ପ୍ରତ୍ୟାହାର ଓ ମାଦକ ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା ପାଇଁ ଘରେ ଘରେ ସଚେତନତା ବାର୍ତ୍ତା ପ୍ରଚାର କରିବ। ଜିଲ୍ଲାରେ ଏହି ମହତ କାର୍ଯ୍ୟକ୍ରମ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି। ସେହିପରି ଅବକାରୀ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ମାଦକ ଦ୍ରବ୍ୟ ଚୋରା କାରବାର ଦିଗରେ ଚଢାଉ ଜାରି ରଖିବା ସହ ସଚେତନତା କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ଅବକାରୀ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି।

ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସମସ୍ତ କାର୍ଯ୍ୟନ୍ଵୟନ ବିଭାଗ ମାନେ ସେମାନଙ୍କ ଅଧୀନ ଛାତ୍ରଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ସ୍ବେଛାସେବୀ ସଂଗଠନ, ଯୁବଗୋଷ୍ଠୀ,ମିସନ ଶକ୍ତି ମା’ ମାନେ, ଜନପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ସମସ୍ତେ ପ୍ରଚେଷ୍ଟା ଜାରି ରଖି ଏକ ସୁସ୍ଥ, ନିରାମୟ, ପ୍ରଗତିଶୀଳ ସମାଜ ଗଠନ ସହ ଖୋର୍ଦ୍ଧା ଜିଲ୍ଲାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବାକୁ ଆହ୍ଵାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଞ୍ଜୁରି ଗ୍ରାମ ପଂଚାୟତରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ସକାଳ ୭ ଘଟିକା ସମୟରୁ ପୂର୍ବାହ୍ ୧୧ ଘଟିକା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ, କୁଞ୍ଜୁରି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, କୁଞ୍ଜୁରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଣତି ସାହୁ, ବି ଡି ଓ କ୍ଷୀରାବ୍ଧି ତନୟା ସାହୁ, ତହସିଲଦାର ତାପସ କୁମାର ବିଶୀ, ଡେପୁଟି କଲେକ୍ଟର ଅଭିଯୋଗ ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ ଜିଲ୍ଲାପାଳ ଅଭିଯୋଗ ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ ୨୦୦ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୫୭ ଗୋଟି ଅଭିଯୋଗ ବ୍ୟକ୍ତିଗତ, ୩୨ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୮ ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କୁଂଜୁରି ଗ୍ରାମ ପଞ୍ଚାୟତର ବନିତା ଚମ୍ପତି ଙ୍କୁ ୨୫ ହଜାର, ସସ୍ମିତା ବେହେରାଙ୍କୁ ୨୦ ହଜାର ଏବଂ ଶୁଭମ ରଣସିଂହ ଙ୍କୁ ୧୫ ହଜାର ଲେଖାଏଁ ମୋଟ ୩ ଜଣ ଅଭିଯୋଗ କାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ଉଦ୍ୟାନ କୃଷି, ମତ୍ସ୍ୟ, ଏସ ଏସ ଇ ପି ଡି , ଆୟୁଷ୍ମାନ ଆରୋଗ୍ୟ ଶିବିର ଆଦି ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ ,ଜିଲ୍ଲା ମଙ୍ଗଳ ଅଧିକାରୀ, ଡ. ଗୀତାଂଶୁ ଦାଶ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ, ଜି ପି ଡି ଓ, ଇତିଶ୍ରୀ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରଥମ ସକାଳୁଆ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଖୋର୍ଦ୍ଧା: ଆଜି ସକାଳ. ଘ 07.00 ଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସକାଳୁଆ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା, ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ।

ଆଜିର ଅଭିଯୋଗ ଶିବିରକୁ ମୋଟ 79 ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 54 ଗୋଟି ଅଭିଯୋଗ ବ୍ୟକ୍ତିଗତ, 15 ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ 4 ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 6 ଜଣ ଅଭିଯୋଗ କାରିଙ୍କୁ ମୋଟ 72 ହଜାର ଟଙ୍କା ଆର୍ଥିକ ସାହାୟତା ରାଶି ପ୍ରଦାନ କରିଥିଲେ। ଅନଲାଇନରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହୋଇ ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ ସେ ନିର୍ଦେଶ ଦେଇଥିଲେ।

ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର, ଅଭିଯୋଗ, ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ କୁଶୁମ ପ୍ରହରାଜଙ୍କ ସମେତ ବିଭିନ୍ନ ବ୍ଲକର ବି ଡ଼ି ଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ।

ପ୍ରକାଶ ଥାଉକି ଚଳିତ ଏପ୍ରିଲ ମାସରେ 15 ତାରିଖରେ ଟାଙ୍ଗୀ ବ୍ଲକ ଅଧୀନ କୁହୁଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ, 21 ତାରିଖରେ ବାଲିପାଟଣା ବ୍ଲକ ଅମଣାକୁଦ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏବଂ 28 ତାରିଖ ଖୋର୍ଦ୍ଧା ବ୍ଲକ ବରସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, ପୁଲିସ ଉପାଯୁକ୍ତଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସକାଳ 07.00ଘଟିକା ଠାରୁ ପୂର୍ବାହ୍ନ 10.00ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଅଛି। ଏଣୁ ସମ୍ପୃକ୍ତ ଅଂଚଳର ଜନସାଧାରଣ ମାନଙ୍କ ଆପତ୍ତି ଅଭିଯୋଗ ଥିଲେ ସେମାନେ ସେମାନଙ୍କ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଧାର୍ଯ୍ୟ ତାରିଖ ଏବଂ ସମୟରେ ଉପସ୍ଥିତ ରହି ତାହାକୁ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଗଲା।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସମ୍ପର୍କରେ ସମୀକ୍ଷା ବୈଠକ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଓସ୍ୱ‌।ନ କକ୍ଷରେ ଶନିବାର ସନ୍ଧ୍ୟା ୬.୦୦ ଘଣ୍ଟା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାରେ ନିଯୁକ୍ତି ମେଳା ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହା ଜିଲ୍ଲା ସ୍ତରରେ ତା୧୪ ୦୨.୨୦୨୫ ରିଖ ଦିନ ସକାଳ ୧୧.୦୦ ଘଣ୍ଟା ସମୟରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହେବ। ପିଲାଙ୍କ ସଚେତନତା ସୃଷ୍ଟି କରାଯିବା ପାଇଁ ବିଡ଼ିଓ ମାନଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଚାକିରି ଯୋଗାଇ ଦେବାକୁ ବିଭିନ୍ନ କମ୍ପାନୀ ମାନଙ୍କ ସମାଗମ ହେଵ। ମାଇକି ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ, ଅଗ୍ନିଶମ ନିରାପତ୍ତା ସେବା ଯୋଗାଇଦେବାକୁ, ପ୍ରିଣ୍ଟ ଇଲେକ୍ଟ୍ରୋନିକ ମିଡିଆ, ପାମ୍ପଲେଟ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବାକୁ ଆସିଷ୍ଟାଣ୍ଟ ଡିରେକ୍ଟର , ନିଯୁକ୍ତି ଭୂବନେଶ୍ୱର ଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏହି ବୈଠକରେ ମୂଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ,ବିଡ଼ିଓ, ଖୋର୍ଦ୍ଧା କ୍ଷିରାଵ୍ଧି ତନୟା ସାହୁ, ଆସିଷ୍ଟାଣ୍ଟ ଡିରେକ୍ଟର ବିଜୟ କୁମାର ପାତ୍ର ନିଯୁକ୍ତି ବିଭାଗ ଭୂବନେଶ୍ୱର, ନିଯୁକ୍ତି ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ବ୍ରଜମୋହନପୁର ପଞ୍ଚାୟତ କାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୧୨୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୨ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଆଜିର ମିଳିତ ଜନଶୁଣାଣି ଅବସରରେ, ମାନନୀୟା ଅଧ୍ୟକ୍ଷା, ଖୋର୍ଦ୍ଧା ବ୍ଲକ, ଶ୍ରୀମୟୀ ପ୍ରିୟଦର୍ଶିନୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅନାଦି ଚନ୍ଦ୍ର ସେଠି/ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ, ସି ଡ଼ି ଏମ୍ଓ, / ଆସିଷ୍ଟାଣ୍ଟ କଲେକ୍ଟର/ ଅତିରିକ୍ତ ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣରେ ପୋଚ ଜବତ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ପୋଚ ଜବତ ହୋଇଛି।

ସୂଚନା ମୁତାବକ ଆଜି ସକାଳେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଉପସ୍ଥିତିରେ ଟାଙ୍ଗୀ, ଖୋର୍ଦ୍ଧା, ବାଲୁଗାଁ ଅବକାରୀ ବିଭାଗ ଏବଂ ବାଣପୁର ପୋଲିସ ମିଳିତ ଭାବେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସମୁଦାୟ ୧୩୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୧୬୬୦୦ ଲିଟର ପୋଚ ଜବତ ହୋଇ ନଷ୍ଟ କରିଦିଆଯାଇଛି।

ତେବେ ଜଙ୍ଗଲ ଅଞ୍ଚଳର ସୁଯୋଗ ନେଇ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସକୁ “ପ୍ରାରମ୍ଭିକ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଚେତାବନୀ” ବିଷୟବସ୍ତୁକୁ ନେଇ ପାଳନ କରଯାଇଥିଲା। ଉପ – ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଦ୍ଵାରା ସକାଳ ୮:୦୦ ଟାରେ ପତାକା ଦେଖାଯାଇ ଏକ ରାଲି ଏବଂ ମିନି-ମାରାଥନ୍ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ବି. ଜେ. ବି. ହାଇସ୍କୁଲ, ଖୋର୍ଦ୍ଧାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ରାଲି ପରେ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀଙ୍କ ଦଳ ଦ୍ୱାରା ପ୍ରସ୍ତୁତି ମୂଳଲିପି ପ୍ରଦର୍ଶନ ପାଇଁ ଏକ କୃତ୍ରିମ ଅଭ୍ୟାସ  କରାଯାଇଥିଲା।

ଜିଲ୍ଲା ପରିଷଦର ଉପସଭାପତି ତଥା ଖୋର୍ଦ୍ଧା ନଗର ପାଳିକା ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସହ ଜିଲ୍ଲା ପରିଷଦର ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶପଥ ଗ୍ରହଣ ସମାରୋହ ଏବଂ ମୂଳ ବିଷୟବସ୍ତୁ ସହିତ ଜଡିତ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ସହିତ ସମାପ୍ତ ହୋଇଥିଲା। ଏହା ସହିତ, ମିନି-ମାରାଥନର ବିଜେତାମାନଙ୍କୁ ସେମାନଙ୍କ ସଫଳତା ପାଇଁ ସ୍ୱୀକୃତି ଦିଆଯାଇଥିଲା। ଏହି ସମାବେଶ ସଫଳତାର ସହିତ ୧୦୦ରୁ ଅଧିକ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ସମାଜରେ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱତାର ବାର୍ତ୍ତା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀ ବାଳା ଜେନା, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଲକ୍ଷ୍ମୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ବିଡିଓ କ୍ଷୀରାବ୍ଧି ତନୟା ସାହୁ ପ୍ରମୁଖଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମୋଟ ୧୮୨ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୮ ଟି ବ୍ୟକ୍ତି ବିଶେଷଙ୍କର ଅଭିଯୋଗ ଥିବା ୧୦ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା ବୋଲି ସୂଚନା ମିଳିଛି। ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ତତ୍କାଳ ଦୁଇଟି ଅଭିଯୋଗର ସମାଧାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଗୋ ସୁରକ୍ଷା ପାଇଁ ଗୋଚର ଓ ଅନାବାଦୀ ଜମି ସୁରକ୍ଷା ଦାବୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ଅଧ୍ୟକ୍ଷ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ମୁର୍ମୁ, ପ୍ରମୁଖଙ୍କ ସମେତ ଖୋର୍ଦ୍ଧା, ବାଲୁଗାଁ, ଜଟଣୀ ଆଦିବିଭିନ୍ନ ପୋୖରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଜିଲ୍ଲାର ସମସ୍ତ ପ୍ରାଣୀ ମଙ୍ଗଳ ଅନୁଷ୍ଠାନ ପ୍ରତିନିଧି, ଏସ ପି ସି ଏ ସଦସ୍ୟ, ଗୋ ଶାଳା ପ୍ରତିନିଧି ଯୋଗଦେଇଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଏସ ପି ସି ଏ ସମ୍ପାଦକ ଡା ଦେବୀଦତ୍ତ ମାଝୀ ପ୍ରାରମ୍ଭ ରେ ସଭା ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡା ସଂଜୀବନୀ ପଟେଲ ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତି ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାରେ୯୬ଜଣ ଆଜୀବନ ଏସ ପି ସି ଏ ସଦସ୍ୟ ଥିବା ବେଳେ କେବଳ୫ଜଣ ସଦସ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ।

ଜୀବେ ନିଷ୍ଠୁରତା ନିରୋଧ ଆଇନ୧୯୬୦(୨୦୦୧ ସଂସ୍କରଣ)ର କଡାକଡି ପାଳନ କରିବା, ଏସ ପି ସି ଏ ର ନୂତନ ସଦସ୍ୟ ପାଇଁ ନିୟମ, ଏସ ଓ ପି ପ୍ରସ୍ତୁତି ପ୍ରଣାଳୀ, ପରିଚାଳନା କମିଟିର ପୁର୍ନଗଠ ନ, ଜିଲ୍ଲା ର ଚିଲିକା ଏବଂ ଜଟଣୀ ରେ ଦୁଇଟିଗୋଶାଳା ର ରେଜିଷ୍ଟ୍ରେସନ ପାଇଥିବା ବେଳେ ଏହାର ଆର୍ଥିକ ଅନୁଦାନ ଆଦି ଉପରେ ଆଲୋଚନା ହୋଇଥିଲା।୨୦୨୪-୨୫ଆର୍ଥିକ ବର୍ଷରେ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲ ଗୋ ଶାଳା କୁ୧୮୫୮୬୦୦ ,କୁଜି ମହଲ ସ୍ଥିତ ଭାରତୀୟ ଗୋ ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥା କୁ୪୬୭୪୦୦ ଓ ଜଟଣୀ ସ୍ଥିତ ଶ୍ରୀ ମାଧବ ଗୋ ଶାଳା କୁ୪୦୧୨୦୦ ଟଙ୍କା ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ପକ୍ଷ ରୁ ପାଣ୍ଠି ପ୍ରଦାନ କରାଯାଇଛି।

ଜିଲ୍ଲା ରେ ପ୍ରତେକ ଗ୍ରାମ ପଞ୍ଚାୟତ ସ୍ତରରେ ବୁଲା ଗାଈ ଗୋରୁ ଓ ଦୁର୍ଘଟଣା ରେ ସମ୍ମୁଖିନ ହେଉଥିବା ପ୍ରାଣୀ ମାନଙ୍କୁ ଆଶ୍ରୟ ପାଇଁ ପ୍ରାଣୀ ସ୍ଥଳୀ ନିର୍ମାଣ ହେବା ଉପରେ ସମସ୍ତ ସଦସ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଖାଦ୍ୟ ଓ ଆଶ୍ରୟ ପାଇଁ ଅନାବାଦୀ ଓ ଗୋଚର ଜମି ଚିହ୍ନଟ ଓ ସୁରକ୍ଷା ପାଇଁ ଗୋ ସୁରକ୍ଷା ପରିଷଦ ପକ୍ଷରୁ ଶ୍ରୀ ନିବାସ ମାନସିଂହ ଜିଲ୍ଲା ପାଳ ଙ୍କ ପାଖରେ ଦାବୀ ରଖିଥିଲେ।ସେହିଭଳି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ପ୍ରାଣୀକଲ୍ୟାଣ ଅଧିକାରୀ ଏବଂ ଏସ ପି ସି ଏ ଆଜୀବନ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ଓ ଗୋ ସେବକ ଭୁପେଶ କୁମାର ନାୟକ ବେଆଇନ ଭାବେ ହେଉଥିବା ଗୋ ଚାଲାଣ ଓ ଗୋହତ୍ୟା ବନ୍ଦ ଏବଂ ଜିଲ୍ଲା ରାଜରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ପ୍ରାଣୀ ମାନଙ୍କ ଉଦ୍ଧାର,ଚିକିତ୍ସା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଦୃଢ଼ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।

ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ଓ ଉଦ୍ଧାରପାଇଁ ଉଦ୍ଧିଷ୍ଟ ଟୋଲ ଫ୍ରି ନମ୍ବର -୧୯୬୨ ସବୁବେଳେ ଵ୍ୟସ୍ତ ରହିବା ଯୋଗୁଁ ରାସ୍ତା ଦୁର୍ଘଟଣା ରେ ପ୍ରାଣୀ ମାନଙ୍କ ଆଶୁ ଚିକିତ୍ସା ସେବା ପ୍ରଦାନ ରେ ବହୁ ଅସୁବିଧା ହେଉଥିବା ସଦସ୍ୟଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ତୁରାନ୍ତ ଏ ନେଇ ପଦକ୍ଷେପ ନେବା କୁ ପ୍ରତିଶୃତି ଦେଇଥିଲେ।

ସେଇଭଳି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଚାଲିଥିବା ବେଆଇନ ବୁଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଓ ସେମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ସମ୍ପର୍କରେ ସମିତି ଆଜୀବନ ସଦସ୍ୟ ସୋନାଲ କବି,ମିଳନ ରଥ ପ୍ରମୁଖ ଉଦବେଗ ପ୍ରକାଶ କରିଥିଲେ।ଆବଶ୍ୟକ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ପରାମର୍ଶ ଦେଇଥିଲେ।ଜିଲାପାଳ ଓ ଡେପୁଟି କମିଶନର ଭୁବନେଶ୍ୱର ମହାନଗର ନିଗମ ଆଇନ ପରିଧି ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବା କୁ ଅନୁରୋଧ କରିଥିଲେ।ଜିଲ୍ଲା ରେ ପ୍ରାଣୀ ମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ପାଇଁ ଜିଲ୍ଲା ସଦର, ବ୍ଲକ ରେ ଜନ ସଚେତନତା କାର୍ଯ୍ୟକ୍ରମ ,ଗୋ ପୂଜନ, ଚିତ୍ରକଳା,ପ୍ରତେକ ବର୍ଷ ଅକ୍ଟୋବର ୪ତାରିଖରେ ବିଶ୍ୱ ପ୍ରାଣୀ ଦିବସ ପାଳନ ଉପରେ ବହୁ ସଦସ୍ୟ ଓ ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ମତ ପ୍ରକାଶ କରିଥିଲେ।

ବିଭିନ୍ନ ସ୍ଥାନରେ ଥିବା ଗୋ ଶାଳା ଗୁଡିକ ମଧ୍ୟରେ ଆଶୁ ଗୋ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ପାଳ ଗୁରୁତ୍ୱ ପ୍ରଦାନ କରିଥିଲେ ବୈଠକରେ ବିଭିନ୍ନ ସଦସ୍ୟ ଙ୍କ ମତାମତ ଗ୍ରହଣ କରାଯାଇ ତାର ଉପଯୁକ୍ତ ସମାଧାନ ପାଇଁ ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ସୁଭଦ୍ରା’ ଯୋଜନା ପାଇଁ ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ ନୁହେଁ: ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ‘ସୁଭଦ୍ରା’ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ସମସ୍ତ ୧୦ ଟି ବ୍ଲକରେ ଏବଂ ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନାର କାର୍ଯ୍ୟକାରିତା ଚାଲୁରହିଛି। ଏହି ଜିଲ୍ଲାରେ ୩୯୨ ଟି ଜନ ସେବା କେନ୍ଦ୍ର ଏବଂ ୨୪୨ ଟି ମୋ ସେବା କେନ୍ଦ୍ର ଖୋଲାଯାଇଛି। ଏହି ସବୁ କେନ୍ଦ୍ରରେ ଗତକାଲି ସୁଦ୍ଧା ୪୫୦୦ ‘ସୁଭଦ୍ରା’ ଯୋଜନା ଫର୍ମ ରେଜିଷ୍ଟ୍ରେସନ ହୋଇଛି। ୪ ଲକ୍ଷରୁ ଉର୍ଦ୍ଧ ‘ସୁଭଦ୍ରା’ ଯୋଜନା ଫର୍ମ ହିତାଧିକାରୀଙ୍କୁ ମାଗଣାରେ ବଣ୍ଟନ ସରିଲାଣି।

‘ସୁଭଦ୍ରା’ ଯୋଜନା ଅନ୍ତର୍ଗତ ଆବେଦନ କରିବା ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ, ଏହା ଏକ ନିରନ୍ତର ପ୍ରକ୍ରିୟା। ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ ନୁହେଁ, ଏହାର ବିକଳ୍ପ ଭାବେ ଆଙ୍ଗୁଟି ଚିହ୍ନ କିମ୍ବା ଆଖି ସ୍କାନ କରାଯାଇପାରିବ। ‘ସୁଭଦ୍ରା’ ରଥ ଜିଲ୍ଲା ବ୍ୟାପି ପରିକ୍ରମା କରିବ। ଯେଉଁମାନେ ଆଧାର କାର୍ଡ କରିନାହାନ୍ତି ସେମାନଙ୍କ ନିମନ୍ତେ ମୁନିସିପାଲିଟି, ପଞ୍ଚାୟତ ସମିତି ଏବଂ ପୋଷ୍ଟ ଅଫିସମାନଙ୍କରେ ସହାୟତା ଯୋଗାଇ ଦିଆଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଡେପୁଟି କଲେକ୍ଟର ଦେବଦତ୍ତ କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ, ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ଶ୍ରମ ମୁକ୍ତ ଓଡିଶା: ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥର ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଆଜି ସକାଳ ୯.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ଶ୍ରମ ଅଧିକାରୀଙ୍କ ତରଫରୁ ଆୟୋଜନ ହୋଇଥିବା ମୋବାଇଲ ଭ୍ୟାନ ଅଭିଯାନ ସଚେତନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମକୁ ହଟାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ମୋବାଇଲ୍ ଭ୍ୟାନ୍ ଅଭିଯାନର ଲକ୍ଷ୍ୟ।

ଅତିରିକ୍ତ ଜିଲ୍ଲପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସବ୍-କଲେକ୍ଟରଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ପରିସରରେ ଏହି ଅଭିଯାନରେ ସି. ଡ଼ବ୍ଲୁ ସି ସଦସ୍ୟ/ଡ଼ି. ଆଇ. ପି. ଆର. ଓ. ବିଭାଗୀୟ ଶ୍ରମ କମିଶନର, ଖୋର୍ଦ୍ଧା/ଭୁବନେଶ୍ୱର, ଡ଼ି. ଏଲ. ଓ., ଖୋର୍ଦ୍ଧା,/ଭୁବନେଶ୍ୱର, ଜିଲ୍ଲା ଶିକ୍ଷା ଅଧିକାରୀ /ବାଲୁଗାଁ ର ଏ. ଏଲ. ଓ. ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ଭୋଟ ଗଣତି ତିନୋଟି ସ୍ଥାନରେ ହେବ, ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ୱେର ହାଉସ ଠାରେ ଭୋଟ ଗଣତି ହେବ ।

ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ସ୍ଵଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାରି ନିର୍ଦ୍ଦେଶାନାମାର ପାଳନ ପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ ଫୋନ, ଟାବଲେଟ, ସ୍ମାର୍ଟ ୱ୍ୟାଚ, ଯୋଗାଯୋଗ ରକ୍ଷା ଓ ରେକର୍ଡ଼ିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଯାରି କରାଯାଇଛି ।

କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷ ଏହାକୁ ନେଇ ପାରିବେ କିମ୍ବା ବ୍ୟବହାର କରିପାରିବେ । ଏହି ନିଷେଧଦେଶ ଆସନ୍ତାକାଲି ଭୋର ୪ ଘଟିକା ଠାରୁ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ଏକ ନିର୍ଦ୍ଦେଶନାମା ଯାରି କରିଛନ୍ତି । ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ଆଇନର ଧାରା-୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନେଇ ସମୀକ୍ଷା: ଷ୍ଟ୍ରଙ୍ଗରୁମ ସୁରକ୍ଷା ଉପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁ୍ତ୍ୱାରୋପ

ଖୋର୍ଦ୍ଧା: ସ୍ବତନ୍ତ୍ର ରିଲିଫ କମିଶନର, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାରେ ଜିଲ୍ଲାରେ ନିର୍ବାଚନ ସମୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ଏଥିନିମନ୍ତେ ବିଭାଗୀୟ ବିହିତ ପଦକ୍ଷେପ ଗ୍ରହଣ ରହିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ସମସ୍ତ ବୁଥରେ ମତଦାନ ସୂଚାରୁ ଭାବେ କିଭଳି କରାଯିବ ଏବଂ ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୋଲିଂ ପାର୍ଟି ମତଦାନ କେନ୍ଦ୍ର ଅଭିମୁଖେ ଯିବା ଆରମ୍ଭ କରିବାଠାରୁ ସୁରକ୍ଷିତ ଭାବେ ଇଭିଏମ ଷ୍ଟ୍ରଙ୍ଗରୁମକୁ ଆଣିବା ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମ ଗୁଡିକୁ ବର୍ଷା ଓ ପବନ ପ୍ରତିରୋଧ କରାଯାଇଛି। ଅନ୍ୟପକ୍ଷରେ ଏଥିନିମନ୍ତେ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତୁତ ରହିବାକୁ ପୋଲିଂ ପାର୍ଟି ଗୁଡିକୁ ମଧ୍ୟ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହି ପାଣିପାଗ ଆସନ୍ତା ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆବଶ୍ୟକ ସ୍ଥଳେ ତ୍ୱରିତ ସେବା ପ୍ରଦାନ ପାଇଁ ଅଗ୍ନିଶମ, ବିଦ୍ୟୁତ, ଆମ୍ବୁଲାନ୍ସ, ଡାକ୍ତରୀସେବା ଏବଂ ଟେଲିଫୋନ ସେବା ପ୍ରଦାନକାରୀ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କ୍ଷତିଗ୍ରସ୍ତ ର ଆଶଙ୍କା ଥିବା ବୁଥ ପ୍ରତି ଆଗୁଆ ସଜାଗ ରହିବାକୁ   ତହସିଲଦାର, ବିଡ଼ିଓ, ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକୀୟ ଖାଦ୍ୟସାମଗ୍ରୀ, ଟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଇ ଦେବାକୁ  ନିର୍ଦ୍ଦେଶ  ଦେଇଛନ୍ତି। ଲୋକମାନଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବି ଏମ୍ .ସି.ର ଡେପୁଟି କମିଶନର, ଜରୁରୀ ବିଭାଗ ଙ୍କୁ ‌ପଲିଥିନ ଯୋଗାଇ ଦେବାକୁ ପରାମର୍ଶ  ଦିଆଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଭୂବନେଶ୍ବର, ରୁଦ୍ରନାରାୟଣ ମହାନ୍ତି, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଦୀପ୍ତିରଞ୍ଜନ ସେଠୀ,  ଜରୁରୀକାଳୀନ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କଲେ ଜିଲ୍ଲାପାଳ, ଜାଣନ୍ତୁ କେତେବେଳେ ହେବ ଖୋଲା

ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ,  “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା: ଟାଙ୍ଗୀର ବିଭିନ୍ନ ମତଦାନ କେନ୍ଦ୍ର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି।

ଟାଙ୍ଗୀର ବଳରାମ ଦେବ ବିଦ୍ୟାପୀଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତ୍ତିଭୂମି ସମୀକ୍ଷା କରିବା ସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଶୌଚାଳୟ ଆଦି ତଦାରଖ କରିଛନ୍ତି। ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଟାଙ୍ଗୀ ବିଡ଼ିଓ ରେଶ୍ମା ଟେଟେ, ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀଙ୍କ ଆଶୀର୍ବାଦ ନେଲେ ଖୋର୍ଦ୍ଧା ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ବାଣପୁର (ସୀତାରାମ ଅଗ୍ରୱାଲ): ଜିଲ୍ଲା ଛାଡିବା ପୁର୍ବରୁ ମା’ ଭଗବତୀ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଖୋର୍ଦ୍ଧାର ବିଦାୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଶ୍ରୀ ଚକ୍ରବର୍ତ୍ତୀ ଆଜି ପୂର୍ବାହ୍ନରେ ହଠାତ ମା’ ଭଗବତୀ ମନ୍ଦିର ପହଞ୍ଚି ମା’ ଙ୍କ ଦର୍ଶନ କରିଥିଲେ।  ମା’ ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର ମଙ୍ଗଳ କାମନା କରି ଜିଲ୍ଲାବାସୀଙ୍କଠାରୁ ବିଦାୟ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ଦାୟିତ୍ୱ ଗ୍ରହଣ କରିବେ।

ତେବେ ଶ୍ରୀ ଚକ୍ରବର୍ତ୍ତୀଙ୍କ କାର୍ଯ୍ୟକାଳ ମଧ୍ୟରେ ମା’ ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବିଦାୟୀ ଜିଲ୍ଲାପାଳ। ତତସହିତ ଜିଲ୍ଲାରେ ଦୀର୍ଘ ଦେଢ଼ ବର୍ଷ ଧରି କାର୍ଯ୍ୟକାଳ ମଧ୍ୟରେ ଏକାଧିକ ସ୍ମୃତି ସାଉଁଟିଛନ୍ତି ବିଦାୟୀ ଜିଲ୍ଲାପାଳ।

ସୂଚନା ଥାଉକି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଜିଲ୍ଲାର ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାର ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି। ଏପରିକି ବିଳମ୍ବିତ ରାତ୍ରି ଏବଂ ଛୁଟି ଦିନରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲା ଥାଏ। ଜଣେ ଦାଇତ୍ୱବାନ, କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଓ ଶକ୍ତ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଚକ୍ରବର୍ତ୍ତୀ ନିଜର କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଜିଲ୍ଲାର ବିଭିନ୍ନ ମେଡିକାଲ ଅଚାନକ ପରିଦର୍ଶନ ହେଉ ଅବା ବିଭିନ୍ନ ସ୍ଥାନକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ ଏବଂ ଜନ ଅଭିଯୋଗ ଶୁଣାଣି ହେଉ ଏହା ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟବର୍ତ୍ତୀ କରିପାରିଛି।

ଶ୍ରୀ ଚକ୍ରବର୍ତ୍ତୀ ବର୍ତ୍ତମାନ ମାଇନର ମିନେରାଲ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନୂତନ ଦାଇତ୍ୱ ଗ୍ରହଣ କରିବେ। ଗତକାଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଦାୟୀ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମୋଟ ୧୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୦୯ ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୦୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏକ ଜଣଙ୍କୁ ୫୦୦୦/-ଟଙ୍କା ‌ରେଡକ୍ରସ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଆଜିର ମିଳିତ ଜନଶୁଣାଣି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ସିଦ୍ଧାର୍ଥ କାଟାରିଆ /ସି ଡ଼ି ଏମ୍ଓ , ଡଃ ଆର୍ତ୍ତଵନ୍ଧୁ ନାୟକ/ବିଡିଓ, ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ନିଯୁକ୍ତି ହେଲେ ନୂଆ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ଜିଲ୍ଲାପାଳ ପ୍ରାୟ ତିନିବର୍ଷ ପାଖାପାଖି ଗୋଟିଏ ସ୍ଥାନରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଇଛି। ଏପରିକି ତିନିବର୍ଷ ପୁରିବାକୁ କେତେମାସ ବାକି ଥିବା ଜିଲ୍ଲାପାଳଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି।

କେ ସୁଦର୍ଶନ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଜୁନ 2022 ମସିହାରେ ଯୋଗ ଦେଇଥିଲେ। ଯୋଗ ଦେବାଠାରୁ ସେ ଜଣେ ଦକ୍ଷ ଅଫିସର ଭାବେ କାର୍ଯ୍ୟ କରିଥିଲେ। ଜିଲ୍ଲାର କୋଣ ଅନୁକୋଣକୁ ସେ ପରିଦର୍ଶନରେ ଯାଇ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। ତେବେ ତାଙ୍କ ବଦଳରେ ବର୍ତ୍ତମାନ ନୂଆ ଜିଲ୍ଲାପାଳ ଭାବେ ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାପାଳ ଅଛନ୍ତି।