Categories
ଆଞ୍ଚଳିକ

ବ୍ରହ୍ମଗିରିରେ ୧୦୩ତମ ମନ କି ବାତ ଶୁଣିଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ବ୍ରହ୍ମଗିରି: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ରୋଡଙ୍ଗ ପଞ୍ଚାୟତରେ ବ୍ରହ୍ମଗିରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ୧୦୩ ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୁବ ନେତ୍ରୀ ଉପାସନା ମହାପାତ୍ର ସମେତ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ  କାର୍ଯ୍ୟକ୍ରମ ପରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସଂଵୋଧନ କରିଥିଲେ ସମ୍ବିତ ପାତ୍ର।

୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପି ଆରମ୍ଭ ହେବାକୁ ଥିବା ‘ମୋ ମାଟି, ମୋ ଦେଶ’ ଅଭିଯାନ ବାବଦରେ ଚର୍ଚ୍ଚା କରିଥିଲେ।

ମୋଦୀ ଆହୁରି କହିଛନ୍ତି ଯେ, ଦେଶର ସବୁ ପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ ହେବ। ଅମୃତ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯିବ। ୭,୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହୋଇ ଦିଲ୍ଲୀ ଅଣାଯିବ। ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ ନିର୍ମାଣ ହେବ।

ଏହା ସହିତ ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି। ଆମେରିକାର ଭାରତର ୧୦୦ରୁ ଅଧିକ ଦୁଲର୍ଭ ଓ ପ୍ରାଚୀନ କଳାକୃତି ଫେରାଇବାକୁ ଯାଉଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଆଜିର ଆଲୋଚନାରେ ସ୍ଥାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥିସହ ଦେଶରେ ଚାଲିଥବା ନିଶାମୁକ୍ତି ଅଭିଯାନକୁ ପ୍ରଂଶସା କରିଛନ୍ତି।