Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୁଜରେ ୪୪ଠଠ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୦୮-୨୦୨୨) ୪୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭୁଜରେ କରିଛନ୍ତି। ପୂର୍ବରୁ ସେ ମଧ୍ୟ ସ୍ମୃତି ବନ ସ୍ମାରକୀ ଭୁଜ୍ ଜିଲ୍ଲାରେ ଉଦଘାଟନ କରିଥିଲେ। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମୃତି ବନ ସ୍ମାରକୀ, ଭୁଜ ଓ ଅଞ୍ଜାରର ବନର ବାଲ ସ୍ମାରକୀ କଚ୍ଛ ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାକୁ ବହନ କରିଥାଏ। ଯେତେବେଳେ ଅଞ୍ଜାର ସ୍ମାରକୀ କଥା ଉଠିଲା ଓ ସେବା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ କରାଇବାକୁ ସଂକଳ୍ପ ନିଆଗଲା ସେ ତା’ର ସ୍ମୃତି ଚାରଣ କରିଥିଲେ। ପ୍ରଳୟଙ୍କରୀ ଭୂମିକମ୍ପରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଏକ ଦୁଃଖଦ ହୃଦୟର ସହ ଏହି ସ୍ମାରକୀ ନିର୍ମିତ ହୋଇଥିଲା। ସେ ମଧ୍ୟ ଜନସାଧାରଣଙ୍କୁ ଆଜିର ହାର୍ଦ୍ଦିକ ସ୍ୱାଗତ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ତାଙ୍କ ହୃଦୟରେ ଅନେକ ଆବେଗକୁ ଆଜି ମନେ ପକାଇ ସେ କହିଥିଲେ ଯେ ଆମମାନଙ୍କ ଠାରୁ ବିଦାୟ ନେଇ ଯାଇଥିବା ମହାନ ଆତ୍ମାଙ୍କ ଉଦେଶ୍ୟରେ ସମର୍ପିତ ସ୍ମୃତି ବନ ସ୍ମାରକୀ ମଧ୍ୟ ୯/୧୧ ହିରୋସୀମା ସ୍ମାରକୀର ସମତୁଲ। ସେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଏହି ସ୍ମାରକୀ ପରିଦର୍ଶନ କରିବାକୁ କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଳୟଙ୍କରୀ ଭୂମିକମ୍ପ ସମୟକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେତେବେଳେ ଭୂମିକମ୍ପ ହେଲା, ମୁଁ ଦ୍ୱିତୀୟ ଦିନରେ ହିଁ ଏଠାରେ ପହଂଚିଥିଲି। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନ ଥିଲି, ଥିଲେ ଜଣେ ସାମାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା। ମୁଁ ଜାଣି ନ ଥିଲି କିପରି ଓ କେତେଜଣଙ୍କୁ ମୁଁ ସାହାଯ୍ୟ କରିପାରିବି। ମାତ୍ର ମୁଁ ଆପଣଙ୍କ ସହ ଦୁଃଖ ବେଳେ ଆପଣଙ୍କ ଗହଣରେ ରହିବି ବୋଲି ସ୍ଥିର କରି ନେଇଥିଲେ। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଲି ସେବାର ସେ ଅଭିଜ୍ଞତା ମତେ ବେଶ ସାହାଯ୍ୟ କରିଥିଲା। ସେ ଅଞ୍ଚଳ ସହ ତାଙ୍କ ଦୀର୍ଘ ଓ ଗଭୀର ଅନ୍ତରଙ୍ଗତାର ଅବତାରଣା କରିବା ସହ ଜଟିଳ ପରିସ୍ଥିତିରେ ଯେଉଁମାନଙ୍କ ସହ ସେ କାମ କରିଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, “କଛର ସବୁବେଳେ ଗୋଟିଏ ସ୍ୱତନ୍ତ୍ରତା ଅଛି, ଯାହା ମୁଁ ସବୁବେଳେ ଆଲୋଚନା କରେ। ଯଦି ଏଠି ଚାଲିଲାବେଳେ ମଧ୍ୟ ସ୍ୱପ୍ନର ବୀଜ ବୁଣେ, ସମଗ୍ର କଛ ଲାଗିପଡ଼ି ଏହାକୁ ଏକ ମହାଦ୍ରୁମରେ ପରିଣତ କରି ଦିଅନ୍ତି। କଚ୍ଛର ଏହି ସଂସ୍କାର ସମସ୍ତ ଭୟ ଆଶଙ୍କା ଓ ହିସାବ କିତାବ ଭୁଲ ପ୍ରମାଣିତ କରିଦିଏ। ଅନେକ କହିଥିଲେ ଯେ କଚ୍ଛ କେବେ ବି ନିଜ ଗୋଡ଼ରେ ଠିଆ ହୋଇପାରିବ ନାହିଁ। ମାତ୍ର ଆଜି କଚ୍ଛର ଜନସାଧାରଣ ଏଠାରେ ସବୁକିଛି ପରିବର୍ତ୍ତନ କରିପାରିଛନ୍ତି।” ଭୂମିକମ୍ପ ପରେ ପ୍ରଥମ ଦୀପାବଳି ପାଳନ ବିଷୟ ସ୍ମରଣ କରି ଜନସାଧାରଣଙ୍କ ସହ ମିଶିକରି ଏହା ପାଳିବାକୁ ମନସ୍ଥ କରିଥିଲେ ବୋଲି ସେ କହିଥିଲେ। ସେତେବେଳେ ଥିବା ଆହ୍ୱାନକୁ ଗ୍ରହଣ କରି ବିପର୍ଯ୍ୟୟକୁ ସୁଯୋଗ ଭାବେ ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ। “ଯେତେବେଳେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କହେ ଯେ ୨ଠ୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ର ହେବ, ଆପଣମାନେ ଦେଖନ୍ତୁ କିପରି ଏକ ସଂକଳ୍ପ ନେଇଥିଲି ଓ ତାହାର ଫଳାଫଳ ଆଜି ଦେଖୁଛୁ। ସେହିପରି ଆମେ ଆଜି ଯେଉଁ ସଂକଳ୍ପକୁ ନେଇଛୁ, ତାହା ୨ଠ୪୭ରେ ସଫଳ ହେବ” ବୋଲି ସେ କହିଥିଲେ।

୨ଠଠ୧ରୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ଅଞ୍ଚଳର ହୋଇଥିବା ଅଦ୍ଭୁତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨ଠଠ୩ରେ କଚ୍ଛରେ କ୍ରାନ୍ତିଗୁରୁ ଶ୍ୟାମଜୀ କ୍ରିଷ୍ଣବର୍ମା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ୩୫ଟିରୁ ଅଧିକ ମହାବିଦ୍ୟାଳୟ ସ୍ଥାପିତ ହୋଇଛି। ଭୂକମ୍ପ ବିରୋଧୀ ଜିଲ୍ଲା ହସ୍ପିଟାଲ ସହ ୨ଠଠରୁ ଅଧିକ କ୍ଲିନିକ କାର୍ଯ୍ୟ କରିଥିବା ବେଳେ ପ୍ରତ୍ୟେକ ପରିବାର ପବିତ୍ର ନର୍ମଦା ନଦୀର ସ୍ୱଚ୍ଛ ଜଳ ପାଉଛନ୍ତି ଯାହାକି ଦିନେ ସୁଦୂର ସ୍ୱପ୍ନ ଭଳି ଥିଲା।

ସେ ଅଞ୍ଚଳର ଜନ ସୁରକ୍ଷା ନିମନ୍ତେ ନିଆ ହୋଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ। କଛର ଜନତାଙ୍କ ଆଶୀର୍ବାଦ ଯୋଗୁଁ ସମସ୍ତ ପ୍ରମୁଖ ଅଞ୍ଚଳକୁ ନର୍ମଦା ନଦୀ ପାଣି ଯୋଗାଉଛି। “କଚ୍ଛ-ଭୁଜ କେନାଲ ସେ ଅଞ୍ଚଳର ଜନସାଧାରଣ ଓ କୃଷକଙ୍କ ନିମନ୍ତେ ଲାଭଦାୟକ ହେବ” ବୋଲି ସେ କହିଥିଲେ। ସମଗ୍ର ଗୁଜରାଟରେ କଚ୍ଛ ସର୍ବାଧିକ ଫଳ ଉତ୍ପାଦନକାରୀ ଜିଲ୍ଲା ହୋଇଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ପଶୁପାଳନ ଓ ଦୁଗ୍ଧ ଉତ୍ପାଦନରେ ଉକ୍ରର୍ଷ ସାଧନ ପାଇଁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ଉଦ୍ୟମର ସେ ପ୍ରଂସଶା କରିଥିଲେ। “କଚ୍ଛ କେବଳ ନିଜକୁ ଉଠାଇ ନାହିଁ ବରଂ ସମଗ୍ର ଗୁଜରାଟକୁ ନୂତନ ଶିଖରରେ ପହଂଚାଇଛି” ବୋଲି ସେ କହିଥିଲେ।

ଗୁଜରାଟ କିପରି ଗୋଟିଏ ଜଟିଳତାରୁ ଆଉ ଗୋଟିଏ ଜଟିଳତାର ସାମ୍ନା କରୁଥିଲା ସେ ତାହାର ସ୍ମରଣ କରିଥିଲେ। “ଗୁଜରାଟ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିଲା, ସେତେବେଳେ ଷଡ଼ଯନ୍ତ୍ର ମଧ୍ୟ ଆରମ୍ଭ ହୋଇ ଯାଇଥିଲା। ଗୁଜରାଟକୁ ଦେଶ ଓ ବିଶ୍ୱରେ ବଦନାମ କରିବା ପାଇଁ ଏଠାରେ ପୁଞ୍ଜିନିବେଶ ରୋକିବା ପାଇଁ ଗୋଟେ ପରେ ଗୋଟେ ଷଡ଼ଯନ୍ତ୍ର ରଚା ହେଲା। ଏପରି ପରିସ୍ଥିତିରେ ମଧ୍ୟ ଗୁଜରାଟ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଏଠାରୁ ଉତ୍ସାହିତ ହୋଇ ସମଗ୍ର ଦେଶରେ ଏକାଭଳି ଆଇନ ପ୍ରଣୟନ ହେଲା, ଏହା ବୈଶ୍ୱିକ ମହାମାରୀ କାଳରେ ଦେଶର ପ୍ରତ୍ୟେକ ସରକାରଙ୍କୁ ସହାୟକ ହେଲା”ବୋଲି ସେ କହିଥିଲେ। ସମସ୍ତ କୁତ୍ସାରଟନାକୁ ପଛରେ ପକାଇ ଓ ଷଡ଼ଯନ୍ତ୍ରକୁ ଭ୍ରୂକ୍ଷେପ ନ କରି ଗୁଜରାଟ ଏକ ନୂତନ ଶିଳ୍ପ ରାସ୍ତାରେ ଚାଲିଲା। କଚ୍ଛ ଏଥିରୁ ସବୁଠାରୁ ଅଧିକ ଲାଭବାନ ହୋଇଥିଲା।

ସେ କହିଥିଲେ ଯେ କଚ୍ଛରେ ବିଶ୍ୱର ସବୁଠାରୁ ବଡ଼ ସିମେଣ୍ଟ କାରଖାନା ରହିଛି। କିଛି ୱେଲଡିଂ ପାଇପ ତିଆରିରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱର ଦ୍ୱିତୀୟ ବୃହତ ଲୁଗା କାରଖାନା କଛରେ ଅଛି। ଏସିଆର ପ୍ରଥମ ଏସଇଜେଡ କଚ୍ଛରେ ହୋଇଛି। କାଣ୍ଡଲା ଓ ମୁନ୍ଦ୍ରା ବନ୍ଦର ଦେଇ ଦେଶର ଶତକଡ଼ା ୩ଠ ଗୁଣ ପଣ୍ୟ କାରବାର ହେଉଥିବା ବେଳେ, ଏହା ଦେଶର ଶତକଡ଼ା ୩ଠ ଗୁଣ ଲୁଣ ଉତ୍ପାଦନ କରୁଛି। କଛ ଦେଶରେ ୨୫ଠଠ ମେଗାୱାଟ ସୌର ଓ ପବନ ଶକ୍ତି ଉତ୍ପାଦନ କରୁଛି ଓ ବୃହତ୍ତମ ସୌର ହାଇବ୍ରିଡ ଉଦ୍ୟାନ ମଧ୍ୟ କଚ୍ଛରେ ସ୍ଥାପିତ ହେବାକୁ ଯାଉଛି। ଆଜି ଦେଶରେ ଚାଲିଥିବା ଗ୍ରୀନ ହାଉସ ଅଭିଯାନରେ ଗୁଜରାଟର ଏକ ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯେତେବେଳେ ଗୁଜରାଟ ବିଶ୍ୱର ଗ୍ରୀନ ହାଉସ ରାଜଧାନୀ ପାଲଟିବ, ସେତେବେଳେ କଚ୍ଛର ଅବଦାନ ଏଥିପାଇଁ ବହୁତ ଅଧିକ ହେବ।

ପଞ୍ଚପ୍ରାଣ ମଧ୍ୟରୁ ଗୋଟିକ ଆମ ଐତିହ୍ୟର ସ୍ୱାଭିମାନ ବିଷୟ ସ୍ମରଣ କରି ସେ ଲାଲକିଲ୍ଲାର ପ୍ରାଚୀର ଉପରୁ କହିଥିବା ବିଷୟରୁ ଗୋଟିଏ କଚ୍ଛର ସମୃଦ୍ଧି ଉପରେ ପ୍ରକାଶ କରିଥିଲେ । ଜୋଲବାଗ ନଗରୀ ନିର୍ମାଣର ବିଶେଷଜ୍ଞତା ଉପରେ ସେ କହିଥିଲେ । ସେ କହିଥିଲେ ଯେ “ମାତ୍ର ଗତ ବର୍ଷ ଜୋଲବାଗକୁ ବିଶ୍ୱ ଐତିହ୍ୟ କିର୍ତ୍ତୀରାଜି ମାନ୍ୟତା ମିଳିଛି । ଜୋଲ ନଗରର ପ୍ରତ୍ୟେକ ଇଟା ଆମର ପୂର୍ବଜ ଓ ବିଜ୍ଞାନୀମାନଙ୍କ ଜ୍ଞାନ କୌଶଳର ଦର୍ଶାଇଥାଏ।” ସେହିପରି ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ଉପେକ୍ଷିତ ହୋଇ ବହୁଦିନ ଧରି ରହିଛନ୍ତି ସେମାନଙ୍କୁ ନେଇ ଗର୍ବ କରିବା ଆମ ଐତିହ୍ୟର ଅଧୀନ । ସେ ଶ୍ୟାମଜୀ କ୍ରିଷ୍ଣବର୍ମାଙ୍କୁ ଲୋକଲୋଚନକୁ ଆଣଇବା ଏକ ଗୌରବ ବିଷୟ ବୋଲି କହିଥିଲେ। ମାଣ୍ଡଭୀର ସ୍ମାରକୀ ଓ ଏକତାର ପ୍ରତିମୂର୍ତ୍ତି ଏ ଦିଗରେ ବିରାଟ ପଦକ୍ଷେପ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ କଚ୍ଛର ବିକାଶ ସବକା ପ୍ରୟାସର ଏକ ଜ୍ୱଳନ୍ତ ଉଦାହରଣ । “କଚ୍ଛ କେବଳ ଗୋଟେ ସ୍ଥାନ ନୁହେଁ, ଏହା ଏକ ଉତ୍ସାହ, ଏକ ଜୀବନ୍ତ ଅନୁଭବ । ଏହି ଉତ୍ସାହ ଆମକୁ “ଆଜାଦୀ କା ଅମ୍ରିତ ମହୋତ୍ସବ”ର ବିଶାଳ ସଂକଳ୍ପକୁ ସାକାର କରାଇବାରେ ବାଟ ଦେଖାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ଲୋକସଭା ସଦସ୍ୟ ଶ୍ରୀ ସି.ଆର ପାଟିଲ ଏବଂ ବିନୋଦ ଏଲ୍ ଚାୱଡ଼ା, ଗୁଜରାଟ ବିଧାନସଭା ବାଚସ୍ପତି ଡକ୍ଟର ନିସାବେନ ଆଚାର୍ଯ୍ୟ, ରାଜ୍ୟ ମନ୍ତ୍ରୀ ଶ୍ରୀ କୀର୍ତ୍ତି ସିଂ ଭାଗେଲା ଓ ଜିତୁଭାଇ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ପ୍ରକଳ୍ପ ସମ୍ପର୍କରେ ସବିଶେଷ

ପ୍ରଧାନମନ୍ତ୍ରୀ ଭୁଜ ଠାରେ ସ୍ମୃତି ବନ ସ୍ମାରକୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ବାହାକ ସ୍ମୃତି ବନ ଏକ ପଦକ୍ଷେପ । ୨ଠଠ୧ ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିବା ଭୁଜର ପ୍ରାୟ ୧୩ ହଜାର ଜନସାଧାରଣଙ୍କ ଜୀବନହାନୀର ସ୍ମାରକ ବହନକାରୀ ଏହି ସ୍ଥଳୀ ୪୭ଠ ଏକର ପରିମିତି ସ୍ଥାନରେ ନିର୍ମିତ ହୋଇଛି । ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି ।

ସ୍ମୃତି ବନ ଭୂମିକମ୍ପ ସଂଗ୍ରହାଳୟ ସାତଟି ମଣ୍ଡଳରେ ପୃଥକ ପୃଥକ ବାର୍ତ୍ତା ସହ ତିଆରି ହୋଇଛି । ସେଗୁଡ଼ିକ ହେଲା ପୁର୍ନଜନ୍ମ, ପୁନଃ ଆବିଷ୍କାର, ପୁନଃ ସଂସ୍ଥାପନ, ପୁର୍ନନିର୍ମାଣ, ପୁନଃଚିନ୍ତା, ପୁନଃମୁକ୍ତି ଓ ପୁନ ନବୀକରଣ । ପ୍ରଥମ ବ୍ଲକ୍ ହେଉଛି ପୁର୍ନଜନ୍ମ ଯେଉଁଥିରେ ପୃଥିବୀର ଉତ୍ପତ୍ତି ଓ ସବୁଠାରୁ ମୁକ୍ତି ହେବା ବିଷୟ ବର୍ଣ୍ଣିତ । ଦ୍ୱିତୀୟ ବ୍ଲକ ବା ମଣ୍ଡଳରେ ଗୁଜରାଟର ଜଳବାୟୁ ଓ ସାମ୍ନା କରୁଥିବା ବିଭିନ୍ନ ବିପର୍ଯ୍ୟୟ ସମ୍ପର୍କରେ ଦର୍ଶାଯାଇଛି । ତୃତୀୟରେ ୨ଠଠ୧ ଭୂମିକମ୍ପର ପରବର୍ତ୍ତୀ ସମୟ, ରିଲିଫ ଓ ଥଇଥାନ ବିଷୟ ବର୍ଣ୍ଣିତ ରହିଛି । ଚତୁର୍ଥ ମଣ୍ଡଳରେ ୨ଠଠ୧ ଭୂମିକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟ ନେଇ ବର୍ଣ୍ଣନା ରହିଛି । ପଞ୍ଚମ ମଣ୍ଡଳରେ ଜଣେ ଦର୍ଶକ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଓ ଭବିଷ୍ୟତରେ ଏଥିପାଇଁ ପ୍ରାକ ପ୍ରସ୍ତୁତି ନେଇ ସୂଚନା ପାଇଥାଏ । ଷଷ୍ଠ ମଣ୍ଡଳ ଭୂମିକମ୍ପରୁ ବର୍ତ୍ତିବା ପାଇଁ ଏକ ଯାନ୍ତ୍ରିକ ପଦ୍ଧତି ସମ୍ପର୍କରେ ସୂଚନା ଦେଇଥାଏ । ଏହା ଏକ ୫ଡି ସିମୁଲେଟର ଜରିଆରେ ଦିଆଯାଇଥାଏ । ସପ୍ତମ ମଣ୍ଡଳ ଜନସାଧାରଣଙ୍କୁ ଏକ ଜାଗା ସମ୍ପର୍କରେ ସୂଚନା ଦେଇଥାଏ ଯେଉଁଠି ସେମାନେ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିପାରିବେ ।

ପ୍ରଧାନମନ୍ତ୍ରୀ ୪୪ଠଠ କୋଟି ଟଙ୍କା ବ୍ୟୟରେ ଭୁଜ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସର୍ଦ୍ଦାର ସରୋବର ପ୍ରକଳ୍ପର କଛ ଶାଖା କେନାଲର ଉଦଘାଟନ କରିଛନ୍ତି । ଏହି କେନାଲର ଦୈର୍ଘ୍ୟ ହେଉଛି ୩୫୭ କିଲୋମିଟର । ଏହି କେନାଲାର ଏକ ଅଂଶ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨ଠ୧୭ରେ ଉଦଘାଟିତ ହୋଇଥିବା ବେଳେ ଅନ୍ୟ ଅଂଶ ଏବେ ଉଦଘାଟିତ ହୋଇଛି । କେନାଲ କଚ୍ଛରେ ଜଳସେଚନ ସୁବିଧା ଯୋଗାଇବା ସହ ଜିଲ୍ଲାର ୧ଠଟି ସହର ଓ ୯୪୮ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବ । ପ୍ରଧାନମନ୍ତ୍ରୀ ଆଉ ଯେଉଁ ପ୍ରକଳ୍ପମାନ ଉଦଘାଟନ କରିବେ ସେଗୁଡ଼ିକ ମଧ୍ୟରେ ରହିଛି ସରହଦର ଡାଏରୀର ଦୁଗ୍ଧ ପ୍ରକ୍ରିୟାକରଣ ଓ ସ୍ୱୟଂ ପ୍ୟାକେଜିଂ ପ୍ଲାଣ୍ଟ, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଗାନ୍ଧୀଧାମରେ ବାବା ସାହେବ ଆମ୍ବେଦକର ଅଧିବେଶନ କେନ୍ଦ୍ର, ଆଞ୍ଜରରେ ବୀରବାଲ ସ୍ମାରକ, ନାକାତାରନାରେ ଭୁଜର ଦ୍ୱିତୀୟ ସବସେଷ୍ଟନ ଇତ୍ୟାଦି । ଭୁଜ-ଭୀମାସର ସଡ଼କ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ୧୫ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର

ଦୁର୍ନୀତି ନିବାରଣ ସମ୍ଭବ ବୋଲି ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ (ସିଭିସି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମିଳିତ ସମ୍ମିଳନୀରେ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ସମ୍ମିଳନୀ ଗୁଜରାଟର କେଓଡ଼ିଆ ଠାରେ ଅନୁଷ୍ଠିତ ହେଉଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ କେଓଡ଼ିଆରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ସର୍ଦ୍ଦାର ପଟେଲ ସବୁବେଳେ ପ୍ରଶାସନକୁ ଭାରତର ପ୍ରଗତି, ଜନସାଧାରଣଙ୍କ ଚିନ୍ତା ଏବଂ ଲୋକକଲ୍ୟାଣର ଆଧାରରେ ପରିଣତ କରିବା ପ୍ରତି ପ୍ରାଥମିକତା ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ଏ ଅମୃତ କାଳରେ ଏକ ବିଶାଳ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଆଜି ଯେତେବେଳେ ଆମେ ଲୋକାଭିମୁଖି ଏବଂ ସକ୍ରିୟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ସଂକଳ୍ପବଦ୍ଧ ହୋଇଛୁ, ଆପଣମାନଙ୍କର କାର୍ଯ୍ୟ ତତ୍ପରତା ସର୍ଦ୍ଦାର ସାହେବଙ୍କ ଆଦର୍ଶକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ରାଷ୍ଟ୍ରୀୟ ଜୀବନର ସମସ୍ତେ କ୍ଷେତ୍ରରେ ଦୁର୍ନୀତି ନିବାରଣ ପାଇଁ ନିଜକୁ ସମର୍ପି ଦେବା ଲାଗି ପ୍ରଧାନମନ୍ତ୍ରୀ ସିବିଆଇ ଏବଂ ସିଭିସି ଅଧିକାରୀମାନଙ୍କୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ଲୋକମାନଙ୍କର ଅଧିକାରକୁ ଛଡ଼ାଇ ନେଇଥାଏ ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ। ଏହା ରାଷ୍ଟ୍ରୀୟ ପ୍ରଗତିରେ ବାଧକ ସାଜିବା ସହିତ ରାଷ୍ଟ୍ରର ମିଳିତ ଶକ୍ତିକୁ ପ୍ରଭାବିତ କରିଥାଏ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଦୁର୍ନୀତି ନିବାରଣ ସମ୍ଭବ ବୋଲି ଗତ ୬-୭ ବର୍ଷରେ ସରକାର ବିଶ୍ବାସ ଜନ୍ମାଇବାରେ ସଫଳ ହୋଇଛନ୍ତି। ସେ କହିଥିଲେ, ଦଲାଲ ଓ ମଧ୍ୟସ୍ଥଙ୍କ ବିନା ଲୋକମାନେ ସରକାରୀ ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ସୁବିଧା ପାଇବା ନେଇ ଏକ ବିଶ୍ବାସ ଆଜି ଦେଶରେ ସୃଷ୍ଟି ହୋଇଛି। ଲୋକମାନଙ୍କ ମନରେ ଏବେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଯୁଆଡ଼େ ଯାଆନ୍ତୁ ପଛେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। “ପୂର୍ବରୁ ସରକାର ଏବଂ ବ୍ୟବସ୍ଥା ଯେପରି ମାର୍ଗରେ ପରିଚାଳିତ ହେଉଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ରହିଥିଲା। ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଜି ରାଜନୈତିକ ଇଚ୍ଛାଶକ୍ତି ରହିଛି ଏବଂ ପ୍ରଶାସନିକ ସ୍ତରରେ ନିରନ୍ତର ସୁଧାର ଅଣାଯାଉଛି”, ପ୍ରଧାନମନ୍ତ୍ରୀ କହିଥିଲେ। ପରିବର୍ତ୍ତିତ ଭାରତ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକବିଂଶ ଶତାବ୍ଦୀର ଭାରତ, ଆଧୁନିକ ଚିନ୍ତାଧାରା ସହିତ ମାନବଜାତିର କଲ୍ୟାଣ ପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ବାରୋପ କରୁଛି। “ନୂତନ ଭାରତ ନବୋନ୍ମେଷ, ଯୋଜନା ପ୍ରସ୍ତୁତି ଏବଂ ଯୋଜନାକୁ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଉଛି। ଦୁର୍ନୀତିକୁ ବ୍ୟବସ୍ଥାର ଅଂଶବିଶେଷ ବୋଲି ଗ୍ରହଣ କରିବା ଲାଗି ନୂତନ ଭାରତ ଏବେ ପ୍ରସ୍ତୁତ ନାହିଁ। ଏହା ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଏବଂ ସକ୍ରିୟ ପ୍ରଶାସନ ଚାହେଁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସର୍ବାଧିକ ନିୟନ୍ତ୍ରଣ ଏବଂ ସର୍ବାଧିକ କ୍ଷତି ଠାରୁ ସରକାର ଏବେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଯାତ୍ରା ଦିଗରେ ଆଗେଇ ଆସିଛନ୍ତି। ସରକାରୀ ପ୍ରକ୍ରିୟାକୁ ସରଳ କରିବା ମାଧ୍ୟମରେ ସାଧାରଣ ଜନତାଙ୍କ ଜୀବନରୁ ସରକାରୀ ହସ୍ତକ୍ଷେପ କମାଇବା ଲାଗି ସରକାର କିଭଳି ଭାବେ ଲକ୍ଷ୍ୟ ଆଧାରିତ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ କହିଥିଲେ। ନାଗରିକମାନଙ୍କୁ ସଶକ୍ତ କରିବା ଲାଗି ବିଶ୍ବାସ ଓ ପ୍ରଯୁକ୍ତି ଉପରେ ସରକାର କିପରି ଭାବେ ଜୋର ଦେଇ ଆସୁଛନ୍ତି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏ ସରକାର ନାଗରିକଙ୍କୁ ଅବିଶ୍ବାସ କରନ୍ତି ନାହିଁ ଏବଂ ଏହି କାରଣରୁ ବିଭିନ୍ନ ସ୍ତରରେ ବହୁସଂଖ୍ୟକ କାଗଜପତ୍ର ଯାଞ୍ଚ କରିବାର ପ୍ରକ୍ରିୟାକୁ ଉଠାଇ ଦିଆଯାଇଛି। ଫଳରେ ଜନ୍ମ ପ୍ରମାଣପତ୍ର ଠାରୁ ଆରମ୍ଭ କରି ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ପ୍ରଯୁକ୍ତି ମାଧ୍ୟମରେ ଜନସାଧାରଣଙ୍କୁ ମିଳିପାରୁଛି। ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସାକ୍ଷାତକାର ପରୀକ୍ଷାକୁ ଉଠାଇ ଦିଆଯାଇଛି। ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଂ ଠାରୁ ଆରମ୍ଭ କରି ଟିକସ ପଇଠ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାରେ ଫେସଲେସ୍ (ବ୍ୟକ୍ତିଗତ ସାକ୍ଷାତକାର ମୁକ୍ତ) ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ପଦକ୍ଷେପ ଦୁର୍ନୀତି ହ୍ରାସ କରିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ବିଶ୍ବାସ ଓ ପ୍ରଯୁକ୍ତି ଅନୁକୂଳ ମନୋଭାବ କାରଣରୁ ଦକ୍ଷ ପ୍ରଶାସନ ଏବଂ ବ୍ୟବସାୟିକ ସୁଗମତା ଅଧିକ ସୁଦୃଢ଼ ହୋଇଛି। ସେ କହିଥିଲେ, ବ୍ୟବସାୟ ପାଇଁ ଅନୁମତି ଏବଂ ଅନୁପାଳନ ସଂକ୍ରାନ୍ତ କେତେକ ପୁରୁଣା କାଳିଆ ନିୟମ ଉଚ୍ଛେଦ କରାଯାଇଛି। ଏଥିସହିତ ବର୍ତ୍ତମାନ ସମୟରେ ଦେଖାଦେଉଥିବା ସମସ୍ୟାର ସମାଧାନ ଲାଗି କେତେକ କଠୋର ଆଇନ ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁସଂଖ୍ୟକ ଅନୁପାଳନ ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି। ଏଥିସହିତ ବିଭିନ୍ନ ଅନୁମତି ଏବଂ ଅନୁପାଳନ ପ୍ରକ୍ରିୟାକୁ ଫେସଲେସ୍ କରାଯାଇଛି। ସେଲ୍ଫ-ଆସେସମେଣ୍ଟ (ଆତ୍ମ-ମୂଲ୍ୟାଙ୍କନ) ଏବଂ ସେଲ୍ଫ ଡିକ୍ଲାରେସନ (ସତ୍ୟପାଠ) ଭଳି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ଇ-ମାର୍କେଟପ୍ଲେସ ଜିଇଏମ ଇ-ଟେଣ୍ଡର ପ୍ରଦାନ କ୍ଷେତ୍ରରେ ସ୍ବଚ୍ଛତା ଆଣିଛି। ଡିଜିଟାଲ ବ୍ୟବସ୍ଥା ତଦନ୍ତ ପ୍ରକ୍ରିୟାକୁ ସହଜ କରିଛି। ସେହିପରି ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନିଷ୍ପତ୍ତି ଗ୍ରହଣ କରିବା ପ୍ରକ୍ରିୟାରେ ରହିଥିବା ବହୁ ବାଧା ଦୂର କରିବ। ସେ ଜୋର ଦେଇ କହିଥିଲେ ଯେ ବିଶ୍ବାସ ଏବଂ ପ୍ରଯୁକ୍ତିର ଏହି ଯାତ୍ରାରେ ସିଭିସି ଓ ବିବିଆଇ ଭଳି ସଂସ୍ଥା ପ୍ରତି ଦେଶର  ଭରସା ରହିବା ଅତି ଜରୁରି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରକୁ ପ୍ରାଥମିକତା ଏବଂ ପ୍ରମୁଖ ଗୁରୁତ୍ବ ଦେବା ସବୁବେଳେ ଆମର ଲକ୍ଷ୍ୟ ହେବା ଉଚିତ୍। ଆମର କାର୍ଯ୍ୟ ସର୍ବଦା ଜନକଲ୍ୟାଣ ଏବଂ ଜନସାଧାରଣଙ୍କ ଚିନ୍ତା ପ୍ରତି କେନ୍ଦ୍ରିତ ହେବା ଉଚିତ୍ ବୋଲି ସେ କହିଥିଲେ। ଏହି ନିୟମ ପାଳନ କରୁଥିବା ‘କର୍ମଯୋଗୀ’ଙ୍କୁ ସେ ସବୁବେଳେ ସମର୍ଥନ ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘ଦୁର୍ନୀତି ନିବାରଣ’ ଉପରେ ପ୍ରଧାନମନ୍ତ୍ରୀ ନିଜର ମତାମତ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ସତର୍କତା ମାଧ୍ୟମରେ ସମ୍ପୂର୍ଣ୍ଣ ଦୁର୍ନୀତି ନିବାରଣ ସମ୍ଭବ। ପ୍ରଯୁକ୍ତି ଏବଂ ଅନୁଭୂତି ମାଧ୍ୟମରେ ଏହାକୁ ସୁଦୃଢ଼ କରାଯାଇପାରିବ। ପ୍ରଯୁକ୍ତି ଓ ସତର୍କତା ସହିତ- ସରଳ, ସ୍ପଷ୍ଟ, ପାରଦର୍ଶୀ ପ୍ରକ୍ରିୟା ଦୁର୍ନୀତି ନିବାରଣ କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ଏହା ଆମ କାର୍ଯ୍ୟକୁ ସରଳ କରିବା ସହିତ ଦେଶର ସମ୍ବଳକୁ ସୁରକ୍ଷିତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ପଛଘୁଞ୍ଚା ନଦେବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।  ଦେଶ ଓ ଦେଶବାସୀଙ୍କ ସହ ବିଶ୍ବାସଘାତକତା କରୁଥିବା କୌଣସି ବ୍ୟକ୍ତିଙ୍କୁ ଯେପରି କୌଣସି ସ୍ଥାନରେ ସୁରକ୍ଷିତ ସ୍ଥାନ ମିଳିବ ନାହିଁ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ସବୁଠୁ ଗରିବ ଅବହେଳିତ ଲୋକମାନଙ୍କ ମନରୁ ବ୍ୟବସ୍ଥା ପ୍ରତି ରହିଥିବା ଭୟ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିଜନିତ ଆହ୍ବାନ ଏବଂ ସାଇବର ଠକେଇ ପ୍ରତି ସତର୍କ ଓ ସଜାଗ ରହିବା ଲାଗି ମଧ୍ୟ ସେ ଆହ୍ବାନ କରିଥିଲେ।

ଆଇନ ଓ ପ୍ରକ୍ରିୟାକୁ ସରଳ କରିବା ଲାଗି ନିଜର ସ୍ବାଧୀନତା ଦିବସ ଅଭିଭାଷଣ ଗୁରୁତ୍ବାରୋପ କରିଥିବା ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଭାରତ ନିର୍ମାଣରେ ବାଧା ସୃଷ୍ଟି କରୁଥିବା ପ୍ରକ୍ରିୟା ଦୂର କରିବା ଦିଗରେ ସିଭିସି, ସିବିଆଇ ଓ ଅନ୍ୟ ଦୁର୍ନୀତି ନିବାରଣ ସଂସ୍ଥାଗୁଡ଼ିକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ପାଇଁ ଭାରତର ନୀତିକୁ ଆପଣମାନେ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।  ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ଆପଣମାନେ ଆଇନକୁ ଏପରି ଭାବେ କାର୍ଯ୍ୟକାରୀ କରିବା ଜରୁରି ଯାହାଫଳରେ ଗରିବ ଲୋକମାନେ ବ୍ୟବସ୍ଥାର ଅଧିକ ନିକଟତର ହୋଇପାରିବେ ଏବଂ ଦୁର୍ନୀତିଗ୍ରସ୍ତମାନେ ଏହାଠାରୁ ବାହାରେ ରହିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସ୍କ୍ରାପ୍ ପଲିସିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ନୂଆ ଗାଡି କିଣିଲେ ପଞ୍ଜୀକରଣ ପାଇଁ ଦେବାକୁ ପଡିବ ନାହିଁ କୌଣସି ଅର୍ଥ

ନୂଆଦିଲ୍ଲୀ: ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ। ପିଏମ ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ନୀତି ନୂଆ ଭାରତର ଅଟୋ ସେକ୍ଟରକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି। ବୈଜ୍ଞାନିକ ଢଙ୍ଗରେ ଦେଶରେ ଅନୁପଯୁକ୍ତ ଯାନଗୁଡିକ ହଟାଇବାରେ ଏହି ନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନୀତି ସାଧାରଣ ପରିବାରକୁ ସବୁ ଉପାୟରେ ଉପକୃତ କରିବ, ପ୍ରଥମ ଲାଭ ହେଉଛି ପୁରୁଣା କାରକୁ ସ୍କ୍ରାପ୍ କରିବା ପାଇଁ ଏକ ସାର୍ଟିଫିକେଟ୍ ଦିଆଯିବ। ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ସାର୍ଟିଫିକେଟ୍ ରହିବ, ତାଙ୍କୁ ଏକ ନୂତନ ଗାଡି କିଣିବାରେ ପଞ୍ଜୀକରଣ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏହା ସହିତ ତାଙ୍କୁ ସଡକ ଟ୍ୟାକ୍ସରେ ମଧ୍ୟ କିଛି ରିହାତି ଦିଆଯିବ। ଦ୍ୱିତୀୟ ସୁବିଧା ହେବ ଯେ ରକ୍ଷଣାବେକ୍ଷଣ ମୂଲ୍ୟ, ମରାମତି ମୂଲ୍ୟ, ପୁରୁଣା ଯାନର ଇନ୍ଧନ ମଧ୍ୟ ସଞ୍ଚୟ ହେବ। ତୃତୀୟ ସୁବିଧା ସିଧାସଳଖ ଜୀବନ ସହିତ ଜଡିତ। ପୁରୁଣା ଯାନ, ପୁରୁଣା ଟେକ୍ନୋଲୋଜି ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବହୁତ ଅଧିକ, ଯାହା ଏଥିରୁ ମୁକ୍ତି ମିଳିବ। ଚତୁର୍ଥ, ପ୍ରଦୂଷଣ ହେତୁ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ମଧ୍ୟ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ଜ୍ୟବସ୍ତୁରୁ ବର୍ଜ୍ୟବସ୍ତୁ ଅଭିଯାନର ବୃତ୍ତିଗତ ଅର୍ଥନୀତିରେ ନୂତନ ସ୍କ୍ରାପିଂ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଅଟେ। ସହରଗୁଡିକରୁ ପ୍ରଦୂଷଣ ହ୍ରାସ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନୀତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ନୀତି ଧାତୁ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ମଧ୍ୟ ନୂତନ ଶକ୍ତି ଦେବ। ଏହି ନୀତି ଦେଶରେ ୧୦ ହଜାର କୋଟିରୁ ଅଧିକ ନୂଆ ପୁଞ୍ଜି ବିନିଯୋଗ ଆଣିବ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ।

ସ୍କ୍ରାପ୍ ପଲିସି କ’ଣ?

୧୫ ଏବଂ ୨୦ ବର୍ଷ ପୁରୁଣା ଯାନଗୁଡିକକୁ ସ୍କ୍ରାପ୍ କରାଯିବ। ବାଣିଜ୍ୟିକ ଯାନ ପାଇଁ ୧୫ ବର୍ଷ ଏବଂ ଘରୋଇ ଯାନ ପାଇଁ ୨୦ ବର୍ଷରେ କଟକଣା ଲାଗିବ। ନିର୍ଦ୍ଧାରିତ ସମୟ ପରେ ଯାନଗୁଡ଼ିକୁ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟରକୁ ନେବାକୁ ପଡିବ। ଘରୋଇ କମ୍ପାନୀଗୁଡିକ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟର ପରିଚାଳନା କରିବେ ଏବଂ ଏହା ନିବେଶକମାନଙ୍କୁ ଆକ୍ରୁଷ୍ଟ କରିବା ଏହି ଶିଖର ସମ୍ମିଳନୀର ଏକ ବଡ଼ ଏଜେଣ୍ଡା ଅଟେ।

ଜାଣନ୍ତୁ ଏହି ସ୍କ୍ରାପ୍ ପଲିସିର କ’ଣ ଲାଭ ହେବ:

ଗାଡି ମାଲିକଙ୍କ ପାଇଁ କମ୍ ଆର୍ଥିକ କ୍ଷତି ହେବ, ଏହା ସହିତ ସଡ଼କ ଦୁର୍ଘଟଣା କମ୍ ହେବ ଏବଂ ଜୀବନ ସୁରକ୍ଷିତ ରହିବ। ଏହା ଦ୍ଵାରା ପ୍ରଦୂଷଣ ମଧ୍ୟ ହ୍ରାସ ହେବ। ବଜେଟରେ ମଧ୍ୟ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନୂତନ ସ୍କ୍ରାପ୍ ନୀତି ବିଷୟରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଆଗାମୀ ୫ ବର୍ଷରେ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁଜୁକି ମୋଟରରେ ଯୋଗଦେବେ ୧୭୨ ସରକାରୀ ଆଇଟିଆଇ ଛାତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ପୁଣି ବ୍ରହ୍ମପୁର ଆଇଟିଆଇର ୧୭୨ ଜଣ ଛାତ୍ର ଗୁଜରାଟ ସ୍ଥିତ ସୁଜୁକି ମୋଟର୍ସରେ ଯୋଗଦାନ ପାଇଁ ଯାଇଛନ୍ତି। ଏଥିରେ ଫିଟର, ଇଲେକ୍ଟ୍ରିସିଆନ୍‌, ମେସିନିଷ୍ଟ, ଟର୍ନର, ଡ଼ିଜେଲ୍‌/ମେକାନିକ୍‌ର ଛାତ୍ରମାନେ ଗତ ଡ଼ିସେମ୍ବର ମାସରେ ଇଣ୍ଟରଭ୍ୟୁ ହୋଇ ଚୟନ ହୋଇଥିଲା। ଆଜି ଇଂଜିନିୟରି ସ୍କୁଲର ପ୍ରିନସପାଲ୍ ଏବଂ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଗତମାସ ଫେବୃୟାରୀ ୧୭ରେ ୨୩୯ ଛାତ୍ର ଏହି କଂପାନୀରେ ଯୋଗ ଦେଇଥିଲେ। ଆଜି ପୁଣି ୧୭୨ ଜଣ ପିଲା ଚୟନ ହୋଇଥିବାରୁ ଅନୁଷ୍ଠାନର ନାମ ଆହୁରି ଜାତୀୟସ୍ତରରେ ପହଞ୍ଚିବ ବୋଲି ଅଧ୍ୟକ୍ଷ କହିଥିଲେ। ମାସିକ ୧୯ହଜାର ୪୦୦ ଟଙ୍କାରେ ପିଲାମାନେ କଂପାନୀରେ କାମ କରିବେ।