Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଛାତ୍ର ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବିଜେଡି ସୁପ୍ରିମୋ ଛାତ୍ର ନେତାମାନଙ୍କୁ ୩ ଟି ମନ୍ତ୍ର ଦେଇଛନ୍ତି। ନିଜ ଭିତରେ ଥିବା ପ୍ରତିଭାର ବିକାଶ କରିବା, ବାପା ମାଙ୍କ ପ୍ରତି ଦାଇତ୍ୱ ପ୍ରତି ଧ୍ୟାନ ଦେବା ଏବଂ ସମାଜର ଉନ୍ନତି ଆଉ ମଙ୍ଗଳ ପାଇଁ କାମ କରିବା ପାଇଁ ଛତ୍ର ନେତାଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଯୋଗେ ସମ୍ବୋଧିତ କରି ଏହି ମନ୍ତ୍ର ଦେଇଛନ୍ତି।

ସେ ଛାତ୍ରମାନଙ୍କୁ ସାରଥୀ ବୋଲି କହି ଅବିହିତ କରିଛନ୍ତି। ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ଏହି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି ଦଳର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ। ଏହା ସହିତ ଦୁର୍ନୀତି ବିରୋଧରେ ଲଢେଇ କର ଏବଂ ଦୁର୍ନୀତି ମୁକ୍ତ ଓଡିଶା ଗଢିବାରେ ପ୍ରାୟାସ କର ବୋଲି ସେ ଛାତ୍ର ନେତାମାନଙ୍କୁ କହିଛନ୍ତି।

ଏହି ବୈଠକରେ ଛାତ୍ର ଜନତା ଦଳର ସଭାପତି, କାର୍ଯ୍ୟକାରୀ ସଭାପତି, ବିଭିନ୍ନ ଜିଲ୍ଲା ସଭାପତି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି।