Categories
ଆଜିର ଖବର ରାଜ୍ୟ ଖବର

ରାମପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ନାହିଁ ନଥିବା ଅସୁବିଧା, ବିଜେଡି ପକ୍ଷରୁ ଗଣଧାରଣା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି।  ଟଙ୍କା ଉଠାଣ ଅବା ଟଙ୍କା ଜମା, ନୂଆ ଆକାଉଣ୍ଟ ଖୋଲିବା ହେଉ ଅବା କେୱାଇସି ଅପଡେଟ୍ ଏବଂ ଆଧାର ଲିଙ୍କ, ସମେତ୍ ଅନ୍ୟାନ୍ୟ କାର୍ଯ୍ୟ ନେଇ ଆସୁଥିବା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେବେ ଏନେଇ ଆଜି ଥୁଆମୁଳ ରାମପୁର ବ୍ଳକ୍ ବିଜୁ ଜନତା ଦଳ ତରଫରୁ ସକାଳ ପ୍ରାୟ ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଥୁଆମୁଳ ରାମପୁର ବ୍ଳକ ବିଜୁ ଜନତା ଦଳ ସଭାପତି କପିଳାସ ନାଏକଙ୍କ ଆହ୍ବାନ କ୍ରମେ ବିକ୍ଷୋଭ ଓ ଗଣଧାରଣାରେ ବୋହୂ ବିଜେଡି କର୍ମୀ ଓ ଖାତାଧିକରି ଅଂଶଗ୍ରହଣ କରିଥିଲେ।  ସାମାଜ ସେବୀ ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଳକ ଅଧ୍ୟକ୍ଷା ଶାନ୍ତି ମାଝୀ, ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ, ସମିତି ସଭ୍ୟ ପବିତ୍ର ନାଏକ, ବ୍ଲକ ବିଜୁ ଛାତ୍ର ସଭାପତି ସୁଜନ୍ ନାଏକ, ଉପସଭାପତି ପ୍ରଶାନ୍ତ ନାଏକ, ଚନ୍ଦନ ନାଏକ ସମେତ ବ୍ଳକ ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ବୋହୂ ହିତାଧିକାରୀ ପ୍ରମୁଖ, ଅଞ୍ଚଳର ସ୍ବାର୍ଥ ଦୃଷ୍ଟିରେ ଦଳ ପକ୍ଷରୁ ବ୍ୟାଙ୍କରେ ଚାଲିଥିବା ବିଭିନ୍ନ

ସମସ୍ୟାର ସମାଧାନ ନେଇ ପାଞ୍ଚ ଦଫା ଦାବିପତ୍ର ଥୁଆମୁଳ ରାମପୁର ବ୍ଳକ୍ ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଭଙ୍କର ନାଏକଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ପୁଣି ବିଜେଡି ଦଳ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ, ଆସନ୍ତା ୧୮ ଦିନ ମଧ୍ୟରେ ଯଦି ଦାବି ପୂରଣ ନ କରାଯାଏ, ତେବେ ଆଗକୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ତୀବ୍ରତର କରାଯିବ। ତତ୍ ସହିତ ଆଉ ଗୋଟିଏ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଖୋଲିବା ନେଇ ଦଳ ପକ୍ଷରୁ ଏବଂ ଅଞ୍ଚଳର ହିତାଧିକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ବିଜେଡିର ଏହି ବିକ୍ଷୋଭ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉଚ୍ଚ ଅଧିକାରୀଙ୍କ କୁମ୍ଭୀର ନିଦ ଭାଙ୍ଗୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।