Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ପଥର ଖଣିରେ ଚଢାଉ କଲା ଚାନ୍ଦପୁର ପୋଲିସ୍: ଜେସିବି, ପଥର କଟା ମେସିନ ସମେତ ୩ ଗିରଫ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଏକ ବେଆଇନ ପଥର ଖଣିରୁ ଶହ ଶହ ମାଙ୍କଡା ପଥର ଲୁଟ ହେଉଥିବାର ଅଭିଯୋଗ ହୋଇଆସୁଥିଲା।  ଏହାକୁ ଗୁରୁତର ସହ ନେଇ ଆଜି ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ଏବଂ ଏସଆଇ ଅଞ୍ଜଳି ଶା’ ଙ୍କ ଦ୍ୱାରା ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।  ଚଢ଼ାଉ ସମୟରେ ପୋଲିସ ଗୋଟିଏ ଜେସିବି ମେସିନ ଓ ଗୋଟିଏ ପଥର କଟା ମେସିନ ଜବତ କରିଛି ଯାହାର ସମୁଦାୟ ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ।

ସେହିପରି ଭାବେ ପୋଲିସ ଉକ୍ତ ବେଆଇନ ଖଣି ମାଲିକ, ଜେସିବି ମାଲିକ ଏବଂ ସହଯୋଗୀ ଆଦି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ବଡ଼ପାରି ଅଞ୍ଚଳର ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟଡାଉନ ସମୟରେ ଚୋରାରେ ବିଦେଶୀ ମଦ କାରବାର: ଗାଡି ଜବତ, ଜଣଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ୍

ଚାନ୍ଦପୁର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଲୋକେ ଘରେ ରହୁଥିବା ବେଳେ ମଦ ମାଫିଆ ମାନେ ଏହାର ସୁଯୋଗ ନେଉଛନ୍ତି। ଏଥିରେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ମଧ୍ୟ ବାଦ ପଡିନି।

ଏହି ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ପୋଲିସ ବିଦେଶ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଛି। ଏହା ସହ ମଦ ଚୋରା କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୟୁର ଝାଲିଆ ପଂଚାୟତ ହରିହରପୁର ଗ୍ରାମ ଜଙ୍ଗଲରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଆଜି ଚଢାଉ କରିଛି। ଚଢାଉ ବେଳେ ୪୩ ଲିଟର ବିଦେଶୀ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନ ପୋଲିସ ଜବତ କରିଛି। ଏହା ସହ ଚୋରା ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବିଜୟ କେଶରୀ ପ୍ରଧାନ ବୋଲି ଜଣା ପଡିଛି। ତେବେ ଅଭିଯୁକ୍ତଙ୍କ ନାମରେ କେସ ନଂ ୬୪/୨୧ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।