Categories
ବିଶେଷ ଖବର ରାଜ୍ୟ ଖବର

ଫୋକସରେ ଜଗତସିଂହପୁର, ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,  ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର‌୍ୟ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ ।

କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଜଗତସିଂହପୁର ଜିଲ୍ଲାରେ Liquid Medical Oxygen Plant ଉଦ୍‌ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍‌ସିଜେନ ଯୋଗାଇ ଦେଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ – ଏ ସବୁ କାଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର‌୍ୟ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର‌୍ୟ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର‌୍ୟ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଜି ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡ. ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକ ଭୂୟାଁ, ସି.ଜେ.ଏମ୍  ପ୍ରିୟରଞ୍ଜନ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍  ଶଶୀରେଖା ମିଶ୍ର, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର ସୁଦିପା ପାତ୍ର, ମହିଳା କୋର୍ଟ ଜଜ୍ ରଶ୍ମିତା ସାହୁ, ମୁନସିଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ସୁପରିଚାଳନା କରିଥିଲେ।

ଉକ୍ତ ଲୋକ ଅଦାଲତରେ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ସମସ୍ତ ନିୟମ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷାକରି ମୋକଦ୍ଦମା ଗୁଡିକର ବିଚାର କରାଯାଇ ଆପୋଷ ସମାଧାନ କରାଯାଇଥିଲା। ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପି.ପି ନଳିନୀ କାନ୍ତ ମହାରଣା ,ଜି.ପି ସଲିଲ ଘୋଷ, ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ଓ ସମାଜସେବୀ ସୁଷମା ପ୍ରଧାନ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ।

ବିଶେଷକରି ଦୁର୍ଘଟଣା ଜନିତ କ୍ଷତିପୂରଣ, ଫୌଜଦାରୀ, ଦେୱାନୀ, ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଥିଲା।

ସମୁଦାୟ ୯୬୬ ମାମଲାରୁ ୧୩୦ଟି ସଫଳତାର ସହ ଫଇସଲା ହେବା ସହିତ ୧.୦୬.୫୮.୦୧୧ ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମାରେ ୯୬୦ଟି ମାମଲାରୁ ୪୮ଟି ସଫଳତାର ସହିତ ଫଇସଲା ହେବା ସହ ୬.୫୮.୯୦୦ ଟଙ୍କା ଆଦାୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଜଗତସିଂହପୁର ଏସ୍.ପି ପ୍ରକାଶ ଆର୍, ଜିଲ୍ଲାର ନୂଆ ଏସ୍.ପି ହେଲେ ଅଖିଳେଶ୍ୱର ସିଂ

ରମେଶ ମହାନ୍ତି
ଜଗତସିଂହପୁର: ବଦଳିଲେ ଜଗତସିଂହପୁର ଏସ୍.ପି ପ୍ରକାଶ ଆର୍ ତାଙ୍କ ସ୍ଥାନରେ ଜିଲ୍ଲାର ନୂଆ ଏସ୍.ପି ହେଲେ ଅଖିଳେଶ୍ୱର ସିଂ ଏନେଇ ଆଜି ସରକାରୀ ସ୍ତରରେ ପ୍ରକାଶ ପାଇଛି। ପୂର୍ବରୁ ଜଗତସିଂହପୁର ଜିଲ୍ଲାରେ ଥିବା ଏସ୍.ପି ପ୍ରକାଶ ଆର୍ ଙ୍କର ଭିଜିଲାନ୍ସ ବିଭାଗକୁ ବଦଳି ହୋଇଥିବା ବେଳେ ରାଜ୍ୟ କୋମାଣ୍ଡାଣ୍ଟ ଏସ୍.ଓ.ଜି ଦାୟୀତ୍ୱରେ ଥିବା ଅଖିଳେଶ୍ୱର ସିଂଙ୍କୁ ଜଗତସିଂହପୁର ଜିଲ୍ଲାର ନୂତନ ଏସ୍.ପି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆସନ୍ତା ୧୦ତାରିଖରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଆସନ୍ତା ୧୦ତାରିଖ ଶନିବାର ଦିନ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍, ଦେୟ ଜନିତ ବିବାଦ (ସାଲିସ୍ ବିହିନ ବିବାଦ)କୁ ବାଦ୍ ଦେଇ ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତରାୟ ବୈଧ ଓ ଚୂଡାନ୍ତ ଅଟେ।

କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ ପ୍ରାକ୍-ମୋକଦ୍ଦମା ସ୍ତରୀୟ କଚେରୀରେ ଦାୟର ହୋଇ ନଥିବା ,ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ(ସାଲିସ୍ ବିହିନ ବିବାଦକୁ ବାଦ୍ ଦେଇ),ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।

ଆସନ୍ତା ୧୦ ତାରିଖରେ ସପ୍ତାହାନ୍ତ ସଟଡାଉନ୍ ଥିଲେ ମଧ୍ୟ ଲୋକ ଅଦାଲତ ନିମନ୍ତେ କୋର୍ଟ ପରିସର ମଧ୍ୟକୁ ଆସିବାକୁ କୌଣସି ବାଧା ସୃଷ୍ଟି ହେବନାହିଁ। ଏହା ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଜିଠୁ କୁଜଙ୍ଗ ବଜାରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ,ବୈଠକରେ ନିଷ୍ପତି

ରମେଶ ମହାନ୍ତି
ଜଗତସିଂହପୁର: ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ କୁଜଙ୍ଗ ବଜାର କମିଟି କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ, ବର୍ତ୍ତମାନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କୁଜଙ୍ଗ ଓ ବାଲିକୁଦାରେ ଅଧିକ ହେଉଛି। ବର୍ତ୍ତମାନ କୋଭିଡ୍ ସଂକ୍ରମଣ ୧୦ ପ୍ରତିଶତରୁ ତଳେ ୭ ପ୍ରତିଶତ ରହିଛି ଏବଂ ଜିଲ୍ଲାରେ ୫ ପ୍ରତିଶତରୁ ଅଧିକ ରହୁଛି। ଟୀକାକରଣ ପ୍ରକ୍ରିୟା ଜିଲ୍ଲାରେ ଚାଲୁ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୨୦ହଜାର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି। ଏବେ ସୁଦ୍ଧା ବହୁଲୋକ ଟୀକା ନେଇନାହାଁନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଦୋକାନ ଗୁଡିକରେ ଭିଡ ନକମିବାରୁ ଓ ଲୋକମାନେ ସଚେତନ ନହେବାରୁ ବାଧ୍ୟହୋଇ କୁଜଙ୍ଗ ବଜାରକୁ ସଟଡାଉନ୍ କରିବାକୁ ପଡିଲା।

ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀ ମାନଙ୍କର ଜୀବିକାକୁ ଦୃଷ୍ଟିରେ ରଖି ଗତକାଲି ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ମତାମତ ନେଇ କୋଭିଡ୍ ଗାଇଡଲାଇନ୍ ମାନି ଦୋକାନ ଖୋଲିବାକୁ ପଡିବ ବୋଲି କୁହାଯାଇଥିଲା। ସରକାରଙ୍କର ତାଲା ବନ୍ଦର ଉଦ୍ଦେଶ୍ୟ ହେଉଛି କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା। କୁଜଙ୍ଗ ବଜାରର ପରିବା ମାର୍କେଟ ଓ ଲୁଗା ଦୋକାନ ମାନଙ୍କରେ ଅଧିକ ଭିଡ଼ ପରିଲକ୍ଷିତ ହେଉଥିବାରୁ ଦୋକାନୀ ମାନେ ଗ୍ରାହକଙ୍କୁ ଧାଡିରେ ଆସିବା, ମାସ୍କ୍ ପରିଧାନ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗ୍ରାହକମାନଙ୍କୁ ସଚେତନ କରାଇବେ ବୋଲି କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଏହି ବୈଠକରେ ପ୍ରକାଶ କରିଥିଲେ।

ସମସ୍ତ ବଜାର କମିଟି କର୍ମକର୍ତ୍ତାମାନଙ୍କୁ ଟୀକା ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହିତ ଦୋକାନ ସିଲ୍ ଓ ଫାଇନ୍ ଦେବା ସତ୍ତ୍ୱେ ଯେଉଁମାନେ କୋଭିଡ୍ ନିୟମାବଳୀକୁ ବାରମ୍ବାର ଭାଙ୍ଗିବେ ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ରୁଜୁ କରାଯିବ ବୋଲି ପ୍ରକାଶ କରିଥିଲେ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ କୁଜଙ୍ଗ ପରିବା ମାର୍କେଟକୁ ସ୍ଥାନାନ୍ତରିତ କରାଯିବ। କୁଜଙ୍ଗ ମେନ୍ ରୋଡରୁ କୋର୍ଟଛକ ବାଇକ୍ (ମୋଟର ସାଇକେଲ) ଯାତାୟତ ଉପରେ ପ୍ରତିବନ୍ଧକ ରହିବ, ଏଥିପାଇଁ କୁଜଙ୍ଗ ବ୍ଲକ ପଡିଆରେ ବାଇକ୍ ଷ୍ଟାଣ୍ଡ କରାଯିବ ଏବଂ କୋଭିଡ୍ ଗାଇଡଲାଇନ ପାଳନ ପୂର୍ବକ ଆସନ୍ତା କାଲିଠାରୁ ସମସ୍ତ ଦୋକାନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଭିଡ ନିୟନ୍ତ୍ରଣ ନିମନ୍ତେ ପୋଲିସ୍ ମୃତୟନ ପାଇଁ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ଗ୍ରହଣ କରିବେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଜରୁରୀ ବିଭାଗ /ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଡା ଶଶାଙ୍କ ଶେଖର ଲେଙ୍କା, କୁଜଙ୍ଗ ବଜାର କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ଧାନୀ କୁକୁର ଆଣି ଚୋର ଧରିବାକୁ ଆସିଥିଲା ତିର୍ତ୍ତୋଲ ପୋଲିସ: ଗାଁ ଦାଣ୍ଡରେ ହେଲା ମରଣାନ୍ତକ ଆକ୍ରମଣ

ରମେଶ ମହାନ୍ତି
ଜଗତସିଂହପୁର: ଯୋଉ ସମାଜରେ ଅସାମାଜିକ ବ୍ୟକ୍ତି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ ସେଠି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଏକ ଜଘନ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ରାହାମା ଅଞ୍ଚଳରେ।

ସନ୍ଧାନୀ କୁକୁର ନେଇ ଚୋର ଧରିବାକୁ ଯାଇଥିବା ତିର୍ତ୍ତୋଲ ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଛି ବହୁ କେସ୍ ରେ ସଂପୃକ୍ତ ରହି ଚୋରା ମାଦକଦ୍ରବ୍ୟ ବେପାର କରୁଥିବା ଏକ ଅସାମାଜିକ ବ୍ୟକ୍ତି। ଉକ୍ତ ଅଭିଯୁକ୍ତ ବ୍ୟକ୍ତି ନାଁରେ ତିର୍ତ୍ତୋଲ ଥାନାରେ ପୂର୍ବରୁ ଅନେକ ଗୁଡିଏ ମାମଲା ଦୋକାନ ଘରପୋଡି, ପିକ ଆଇରନ ଚୋରି ସହ ଏମିତିକି ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଥିବା ଜଣାପଡିଛି। ପୂର୍ବରୁ ଏତେ ଗୁଡ଼ିଏ ଗୁରୁତର ଅଭିଯୋଗ ଥିଲେ ମଧ୍ୟ ଏଭଳି ଜଣେ ଦୁର୍ଦାନ୍ତ ଅପରାଧି ଆଜି ପର୍ଯ୍ୟନ୍ତ ବାହାରେ ବୁଲୁଛି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାହା ଫଳରେ ଆଜି ପୋଲିସ୍ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନାହିଁ ଏହି ଅଭିଯୁକ୍ତ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଏହି ଦୁର୍ଦାନ୍ତ ଅପରାଧିକୁ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦିଆଯିବାକୁ ସାଧାରଣରେ ଦାବି ହେଉଛି।

ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ତେରମାଣପୁର (ବାଲିସାହି) ଗାଁ ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ ଲଗାତାର ଅନେକ ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଗତକାଲି ପୁଣି ତୋଟାସାହି ଗ୍ରାମଦେବତୀ ମନ୍ଦିରରୁ ଚୋରି ହେବାରୁ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲା। ଆଜି ତିର୍ତ୍ତୋଲ ପୋଲିସ୍ ଚୋର ଧରିବା ପାଇଁ ସନ୍ଧାନୀ କୁକୁର ଆଣି ବାଲିସାହି ଗ୍ରାମରେ ତଦନ୍ତ କରୁଥିବା ବେଳେ ଦିନ ପାଖାପାଖି ୨ଟା ବେଳେ ସନ୍ଧାନୀ କୁକୁର ରତ୍ନାକର ବରାଳଙ୍କ ଘର ଆଡକୁ ଯିବାକ୍ଷଣି ତାଙ୍କର ପୁଅ ନନ୍ଦ କିଶୋର ବରାଳ (୩୫)ହଠାତ୍ ଘରୁ ବାହାରି ଆସି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲା। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ସମୟରେ ତିର୍ତ୍ତୋଲ ଥାନାର ଏସ୍ ଆଇ ଧରିତ୍ରୀ ଜେନା ଓ କନଷ୍ଟେବଳ ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଏଥିରେ ସ୍ମୃତି ରଞ୍ଜନ ମହାପାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ ଗତ ୧୫ଦିନ ମଧ୍ୟରେ ଉକ୍ତ ବାଲିସାହି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି ଓ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହେବା ସହିତ ଲଗାତାର ଅନେକ ଚୋରି ହେଇଚାଲିଥିବା ଅଭିଯୋଗ ହୋଇଛି। ଗତକାଲି ଉକ୍ତ ଗ୍ରାମର ଗ୍ରାମଦେବତୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ଆଜି ତିର୍ତ୍ତୋଲ ପୋଲିସ୍ ସନ୍ଧାନୀ କୁକୁର ନେଇ ଚୋର ଧରିବା ପାଇଁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୪୮ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୨୫୬

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୧୪୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୪୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୧୬ଜଣ ,କୁଜଙ୍ଗ ବ୍ଲକରୁ ସର୍ବାଧିକ ୨୩ ଜଣ , ଏରସମା ବ୍ଲକରୁ ୨୪ଜଣ , ବିରିଡ଼ି ବ୍ଲକରୁ ୧୩ଜଣ, ରଘୁନାଥପୁର ବ୍ଲକରୁ ୭ଜଣ, ତିର୍ତ୍ତୋଲ ବ୍ଳକରୁ ୧୪ଜଣ, ନାଉଗାଁ ବ୍ଲକରୁ ୮ଜଣ, ପାରାଦ୍ଵୀପରୁ ୧୧ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୯୯୫୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫୫୮ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରୁ ସମୁଦାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଜିଲ୍ଲାରୁ ଆଜି ୨୫୬ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୩୫୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲିମକାବୁକ୍ ଅଫ୍ ରେକର୍ଡ଼ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଉନ୍ମୋଚିତ: ଜଗତସିଂହପୁରର ପ୍ରତି ବିଦ୍ୟାଳୟକୁ ଯୋଗାଇ ଦିଆଯିବ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଥମକରି ଜିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦିଆଯିବାକୁ ଥିବା ଲିମକାବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନୀତ ମାସିକ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସୁନାଭଉଣୀର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ସହ-ସମ୍ପାଦିକା ସୁଶ୍ରୀ ବିଜୟିନୀ ୟ ମହାପାତ୍ର, ଅଧ୍ୟାପକ ଭଗବାନ ଦାଶ, ପୁର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଗୋବିନ୍ଦ ଓଝା ଓ ସାମ୍ବାଦିକ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣତଃ ଶିଶୁର ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ଶିଶୁ ସାହିତ୍ୟ ପତ୍ରିକା ବେଶ୍ ଗୁରୁତ୍ବ ବହନ କରିଥାଏ଼। ସ୍ୱର୍ଗତ ବିଜୟ କୁମାର ମହାପାତ୍ରଙ୍କ ନିଷ୍ଠାପର ଉଦ୍ୟମରେ ସୃଷ୍ଟି ହୋଇଥିବା ଶିଶୁ ସାହିତ୍ୟ ପତ୍ରିକା ସୁନାଭଉଣୀ ପାଠକମାନଙ୍କ ଦ୍ବାରା ଆଦୃତ ହେବା ସହିତ ସମଗ୍ର ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ଚଳିତବର୍ଷ ପତ୍ରିକାଟିିର ପ୍ରକାଶନ ଅବସରରେ ପ୍ରଥମକରି ଜିଲ୍ଲାର ବିଦ୍ୟାଳୟ ପାଠାଗାର ମାନଙ୍କୁ ଯୋଗାଇଦ଼େବା ପାଇଁ ପ୍ରଚେଷ୍ଟା ହୋଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିବା ସହିତ ପତ୍ରିକାଟିର ପ୍ରକାଶକ ଶିଶୁ ସାହିତ୍ୟିକ ତଥା କର୍ମକର୍ତାଙ୍କୁ ସୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ସହ ବୃକ୍ଷରୋପଣ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୮୩ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୩୩୦

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଦିନ ହେଲା କମିବାରେ ଲାଗିଛି। ଗତକାଲି ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୨୮ଜଣ, ତିର୍ତ୍ତୋଲ ବ୍ଲକରୁ ୨୪ଜଣ, ଏରସମା ବ୍ଲକରୁ ୨୩ଜଣ, ବାଲିକୁଦା ଓ ବିରିଡ଼ି ବ୍ଲକରୁ ୧୮ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନାଉଗାଁ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୯ଜଣ, ପାରାଦ୍ଵୀପରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୬୪୬୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬୩ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ୍ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୩୩୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୨୫୮ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରୁ ଆଜି ୩୧୮ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ଆଜି ୨୪୪

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ୩୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୪୯ଜଣ, ତିର୍ତ୍ତୋଲ ବ୍ଲକରୁ ୪୦ ଜଣ , ରଘୁନାଥପୁର ବ୍ଲକରୁ ୪୦ ଜଣ ,ବିରିଡ଼ି ବ୍ଲକରୁ ୩୬ଜଣ, କୁଜଙ୍ଗ ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୬ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୧୫ଜଣ ଓ ଏରସମା ବ୍ଲକରୁ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୪୯୩୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୬୦ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୨୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୩୩୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭି.ସି ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ବୀପ ପ୍ରକଳ୍ପ ନିର୍ଦ୍ଦେଶକ, ଡି. ଆର୍.ଡି.ଏ, ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡିଓ, ତହସିଲଦାର, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବେ। ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଳକକୁ ଅଧିକ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ହେଉଛି ପ୍ରଥମ ପ୍ରାଥମିକତା। ଯେହେତୁ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ସେଥିପ୍ରତି ଦୃଷ୍ଟି ଦେଇ ଆଣ୍ଟିଜେନ୍ ଟେଷ୍ଟ ଓ କୋଭିଡ୍ ସଂକ୍ରମିତଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ ବ୍ଲକକୁ ମାସ୍କ୍ ଓ ପିପିଇ କିଟ୍ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ସମୟରେ ଗର୍ଭବତୀ ମହିଳା ଭିନ୍ନକ୍ଷମ ମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନାନ୍ତରିତ ଲୋକମାନଙ୍କୁ ମାସ୍କ୍, ସାନିଟାଇଜର୍ ,ପାନୀୟଜଳ ,ବିସ୍କୁଟ୍ ଶିଶୁଙ୍କ ପାଇଁ ଛତୁଆ, ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପରିମଳ ଓ ସୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି। ସମସ୍ଥ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଗୁଡିକୁ ଆଜି ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ମତ୍ସ୍ୟଜୀବୀ ମାନଙ୍କୁ ୨୨ତାରିଖ ପରେ ସମୁଦ୍ରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ଚୌମୁହାଣୀ ଓ ଫିସିଙ୍ଗ୍ ହାରବର୍ ନିକଟରେ ଗୁରୁବାର ସକାଳୁ ସଚେତନ କରାଯାଇଛି। ଜିଲ୍ଲା ଜରୁରୀ ବିଭାଗ ନିୟନ୍ତ୍ରଣ କକ୍ଷ ,ବ୍ଲକ୍ ସ୍ତରରେ ଓ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା କାର୍ଯ୍ୟ କରିବ। ସମସ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ଜେନେରେଟର, ଟାୱାରଲାଇଟ୍, ମେକାନିକାଲ କଟରମ୍ ଓ ଅନ୍ୟାନ୍ୟ ଉପକରଣ ଗୁରୁବାର ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ଜଣ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀ ନିୟୋଜିତ ରହିବେ। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ତନ୍ୟଦାନ କରୁଥିବା ମହିଳା ଓ ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ, ଆଶ୍ରୟସ୍ଥଳୀରେ ସମସ୍ତେ ଯେପରି ମାସ୍କ୍ ପରିଧାନ କରିବେ, ମାଗଣା ରନ୍ଧାଖାଦ୍ୟ ପ୍ରଦାନ ଓ ଉଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଓ ମାନେ ଅତିରିକ୍ତ ଯାନ ବ୍ୟବହାର କରିପାରିବେ। ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ପାରାଦ୍ବୀପ, କୁଜଙ୍ଗ, ଏରସମା, ବାଲିକୁଦା ଓ ତିର୍ତ୍ତୋଲ ଅଞ୍ଚଳରେ ନିୟୋଜିତ କରାଯିବ।

ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର, ପି.ଡି ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ବିଡିଓ ଓ ତହସିଲଦାର ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ ଆଜି ୩୦୨ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୫୫

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ସର୍ବାଧିକ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୪୬ଜଣ, ଜଗତସିଂହପୁର ବ୍ଲକ ଓ ପାରାଦ୍ବୀପରୁ ୪୩ ଜଣ ଲେଖାଏଁ, ତିର୍ତ୍ତୋଲ ବ୍ଳକରୁ ୩୮ଜଣ, ବିରିଡ଼ି ବ୍ଲକରୁ ୩୨ଜଣ, ନାଉଗାଁ ବ୍ଲକରୁ ୨୧ଜଣ, ରଘୁନାଥପୁର ବ୍ଲକରୁ ୧୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୧ଜଣ ଓ ଏରସମା ବ୍ଲକରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୯୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୧୮ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୧୧୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୭

 

ରମେଶ ମହାନ୍ତି

ଜଗତସିଂହପୁର:- ଜଗତସିଂହପୁର ଜିଲ୍ଲାରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା କିନ୍ତୁ ଆଜି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ କମିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ବ୍ଲକରୁ ୨୪ଜଣ, ବିରିଡ଼ି ବ୍ଲକରୁ ୨୧ଜଣ, କୁଜଙ୍ଗ ବ୍ଲକରୁ ୨୦ଜଣ, ତିର୍ତ୍ତୋଲ ବ୍ଳକରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, ନାଉଗାଁ ବ୍ଲକରୁ ୭ଜଣ, ଏରସମା ବ୍ଲକରୁ ୬ଜଣ ଓ ରଘୁନାଥପୁର ବ୍ଲକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୬୬୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୯୬୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ଆଜି ୧୪୭

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀ ଜଗତସିଂହପୁର ଜିଲ୍ଲାରେ ଉପରମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ଜଗତସିଂହପୁର ଜିଲ୍ଲାରେ ଆଜି ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ପାରାଦ୍ବୀପରୁ ସର୍ବାଧିକ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୩୯ଜଣ, ବାଲିକୁଦା ବ୍ଲକରୁ ୩୨ଜଣ, ଜଗତସିଂହପୁର ବ୍ଲକରୁ ୨୯ଜଣ, ନାଉଗାଁ ବ୍ଲକରୁ ୨୮ଜଣ, ଏରସମା ବ୍ଲକରୁ ୨୨ଜଣ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୧୯ଜଣ ଲେଖାଏଁ,ବିରିଡ଼ି ବ୍ଲକରୁ ୧୩ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୯୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଜି ଜିଲ୍ଲାରୁ ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ୧୬୬୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ପାରାଦ୍ଵୀପରେ ୭କୋଟି ୨୦ଲକ୍ଷ ବ୍ୟୟରେ ନିର୍ମାଣ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍: ୧୫ଜୁନ୍ ସୁଦ୍ଧା ହେବ କାର୍ଯ୍ୟକ୍ଷମ

ରମେଶ ମହାନ୍ତି
ଜଗତସିଂହପୁର: କୋଭିଡ୍-୧୯ ମହାମାରୀର ଦୃତ ସଂକ୍ରମଣ ସହ ଜୀବନହାନୀ ଏବଂ କୋଭିଡ୍ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ବୀପର ଇଫକୋ ସାର କାରଖାନା ପ୍ଲାଣ୍ଟ୍ ପରିସରରେ ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଗତକାଲି ଅପରାହ୍ନରେ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏହି ବୈଠକରେ ଇଫକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ. ପଟେଲ୍, ଡି.ଜି.ଏମ୍ (ଟେକନିକାଲ୍) ପି.କେ ମହାପାତ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ। ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ଆନୁସଙ୍ଗିକ ଡ୍ରଗ୍ ଲାଇସେନସ୍, ଏକ୍ସପ୍ଲୋସିଭ୍ ଲାଇସେନ୍ସ୍, ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ବିଭାଗ ଅନୁମତି ଲାଭ କରିଛି।

ଏହି ଅକ୍ସିଜେନ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ୭କୋଟି ୨୦ଲକ୍ଷ ବ୍ୟୟ ହେବ ଏବଂ ଏହା ୨୦୨୧ ମସିହା ଜୁନ୍ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବିଭିନ୍ନ ହସପିଟାଲକୁ ଅକ୍ସିଜେନ ଯୋଗାଣ ସହିତ ଜଗତସିଂହପୁର ଜିଲ୍ଲାରେ କୋଭିଡ୍ ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପୂରଣ ହୋଇପାରିବ। ଏହି ପ୍ଲାଣ୍ଟରୁ ଦୈନିକ ୪୬.୭ ଲିଟର କ୍ଷମତା ବିଶିଷ୍ଟ ୫୨୦ ସିଲିଣ୍ଡର ଓ ୧୦ଲିଟର କ୍ଷମତାର ୨୦୦ଟି ସିଲିଣ୍ଡର୍ ଉତ୍ପାଦନ ହେବ।

ଏହି ବୈଠକର ଆବାହକ ଥିଲେ ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ୍ ମ୍ୟାନେଜର କଙ୍କଣ ଘୋଷ ଉକ୍ତ ଭର୍ଚୁଆଲ୍ ବୈଠକରେ ଡ୍ରଗ୍ ଇନସପେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ ଚନ୍ଦ୍ରକାନ୍ତ ଦଳାଇ,ଏଲ୍.ଡି.ଏମ୍ ସତୀଶ ପାତ୍ର, ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡର କର୍ମକର୍ତ୍ତା ଓ ଶିଳ୍ପ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଜଗତସିଂହପୁର ଜିଲ୍ଲାରୁ ୨୭୮ ପଜିଟିଭ୍ ଚିହ୍ନଟ: ଜଣେ ମୃତ, ୧୭୨ ସୁସ୍ଥ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ବ୍ଲକରୁ ଜଣେ ୩୫ ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୮୨ଜଣ ଚିହ୍ନଟ ହୋଇଥିବା ବେଳେ ପାରାଦ୍ବୀପରୁ ୫୬ଜଣ, ବାଲିକୁଦା ବ୍ଲକରୁ ୩୧ଜଣ , ଏରସମା ଓ ରଘୁନାଥପୁର ବ୍ଲକରୁ ୨୧ଜଣ ଲେଖାଏଁ ,ବିରିଡ଼ି ବ୍ଲକରୁ ୧୯ଜଣ, କୁଜଙ୍ଗ ବ୍ଲକରୁ ୧୬ଜଣ ,ତିର୍ତ୍ତୋଲ ଓ ନାଉଗାଁ ବ୍ଲକରୁ ୧୩ଜଣ ଲେଖାଏଁ , ଜଗତସିଂହପୁର ମ୍ୟୁନିସିପାଲିଟିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୪୨୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଜି ଜିଲ୍ଲାରୁ ୧୭୨ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୩୨ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ଆଜି ୧୪୫

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଦ୍ୱିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୩୭ଜଣ, ତିର୍ତ୍ତୋଲ ବ୍ଳକରୁ ୩୦ଜଣ ,ଜଗତସିଂହପୁର ବ୍ଲକରୁ ୨୬ଜଣ, କୁଜଙ୍ଗ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨୪ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ଏରସମା ବ୍ଲକରୁ ୧୩ଜଣ, ରଘୁନାଥପୁର ଓ ବିରିଡ଼ି ବ୍ଲକରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଚିହ୍ନଟ ହୋଇଥିବା ସମୁଦାୟ ୧୨୧୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ବର୍ତ୍ତମାନ ୧୩୨୧ ଜଣ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ଆଜି ଜିଲ୍ଲାରୁ ୧୪୫ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାବାସୀ

ରମେଶ ମହାନ୍ତି
ଜଗତସିଂହପୁର: ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଏହି ଚିକିତ୍ସାଳୟରେ ପ୍ରଥମରୁ ୧୨୬ଟି ବେଡ୍ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଚିକିତ୍ସାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁରରେ (ଏମ୍.ସି.ଏଚ୍) ୧୦୦ ବେଡ୍ ହସପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଆଗେଇ ଚାଲିଛି। ଏନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

 

ରମେଶ ମହାନ୍ତି

ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ରାହାମା ବଜାରରେ ଅମାନିଆଙ୍କ ଜନଗହଳିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଠାରୁ ରାହାମା ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବ୍ୟବସାୟୀ ପେଣ୍ଠସ୍ଥଳୀ କୁହାଯାଉଥିବା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ବ୍ୟବସାୟୀ ଓ ଅମାନିଆ ଲୋକ କରୋନା କଟକଣାକୁ ବେଖାତିର କରୁଥିବାରୁ ଜନଗହଳି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।