Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲାରେ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଶେଷ ପଦକ୍ଷେପ

ମୟୂରଭଞ୍ଜ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମୌସୁମୀ ବର୍ଷାରେ ଅନିୟମିତତା ଏବଂ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଆଦିବାସୀ ବହୁଳ ତଥା ଖଣି ଜିଲ୍ଲା ମୟୂରଭଞ୍ଜରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଲାଗି ବିଭିନ୍ନ ପ୍ରକଳ୍ପ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

ଆୟତନ ଦୃଷ୍ଟିରୁ ଓଡ଼ିଶାର ଏକ ବୃହତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ବଣ ପାହାଡ଼ଘେରା ଏହି ଜିଲ୍ଲାରେ ବିଭିନ୍ନ ବନଖଣ୍ଡ ଅଧୀନରେ ବର୍ଷାଜଳ ସଂରକ୍ଷଣ ପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି। ବର୍ଷାଦିନେ ପାହାଡ଼ରୁ ବହି ଆସୁଥିବା ପାଣି ଏଠାରେ ସଂରକ୍ଷିତ ହୋଇ ରହୁଥିବାରୁ ବିଭିନ୍ନ ବନ୍ୟଜନ୍ତୁ ଉପକୃତ ହେବା ସହ ଜଙ୍ଗଲ ଆଖପାଖ ଗାଁର ଲୋକମାନେ ଏହାକୁ ଚାଷକାମରେ ବ୍ୟବହାରକରି ଭଲ ରୋଜଗାର କରିପାରୁଛନ୍ତି।

‘‘ଆଗରୁ ବର୍ଷା ହେଲେ ପାଖ ପାହାଡ଼ରୁ ପାଣି ଆସି ଆମ ଗାଁ ଭିତରେ ମାଡ଼ି ଯାଉଥିଲା। ଫଳରେ ଆମେ ବହୁତ ଅସୁବିଧା ଭୋଗୁଥିଲୁ। ଓମ୍ବାଡସି ସହାୟତାରେ ପାହାଡ଼ ତଳେ ବନ୍ଧ ନିର୍ମାଣ ହେବା ଫଳରେ ପାଣି ସେଠାରେ ସଂରକ୍ଷିତ ହୋଇ ରହୁଛି। ସେହି ପାଣିକୁ ବ୍ୟବହାର କରି ଆମେ ବିଭିନ୍ନ ପ୍ରକାର ଫସଲ କରୁଛୁ,’’ କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଅନ୍ତର୍ଗତ କଣ୍ଟାସଲା ଗାଁର ଝରଣା ମହାନ୍ତ।

‘‘ଜଙ୍ଗଲରେ ଅନେକ ମୂଲ୍ୟବାନ ତଥା ଔଷଧୀୟ ଗଛ ରହିଛି। ଆଗରୁ ପାଣି ଅସୁବିଧା ଥିବାରୁ ଗଛଗୁଡ଼ିକ ଭଲଭାବେ ବଢ଼ୁ ନଥିଲା। ଫଳରେ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଡ୍ୟାମ ଓ ବିଭିନ୍ନ ପ୍ରକଳ୍ପ ହେବା ଫଳରେ ଗଛଗୁଡ଼ିକ ଭଲଭାବେ ବଢୁଛି। ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ଲୋକମାନେ ସୁବିଧାରେ ରୋଜଗାର କରୁଛନ୍ତି,’’ କହିଛନ୍ତି କଣ୍ଟାସଲା ଗାଁର ଉପେନ୍ଦ୍ରନାଥ ମହାନ୍ତ।

ମୟୂରଭଞ୍ଜ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ଓ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ଲୁଜ୍ ବୋଲ୍ଡର ଚେକ୍ ଡ୍ୟାମ୍, ଓ୍ୱାୟାରମେସ୍ ଲୁଜ୍ ବୋଲ୍ଡର ଚେକଡ୍ୟାମ୍, ଗ୍ରେଡେଡ୍ ବଣ୍ଡ୍, ସବ୍-ସରଫେସ୍ ଡାଇକ୍, ପର୍କୁଲେସନ ପିଟ୍, ଷ୍ଟେଗର୍ଡ ଷ୍ଟ୍ରେଞ୍ଚ, ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର, ଆର୍ଥେନ୍ ବଣ୍ଡ୍ ଏବଂ ଷ୍ଟୋନ୍ ବଣ୍ଡିଂ ଆଦି ପ୍ରକଳ୍ପ ରହିଛି। ଓମ୍ବାଡସି ପାଣ୍ଠିରୁ ଏଥିପାଇଁ ସହାୟତା ଦିଆଯାଉଛି।

‘‘ଆଗରୁ ବର୍ଷା ହେଲେ ଜଙ୍ଗଲରୁ ମୃତ୍ତିକା କ୍ଷୟ ହେଉଥିଲା। ଫଳରେ ବହୁ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ ହୋଇଯାଉଥିଲା। ବର୍ଷାଜଳ ସଂରକ୍ଷିତ କରି ରଖିବା ଲାଗି ବିଶେଷ ବ୍ୟବସ୍ଥା ନଥିଲା। ଓମ୍ବାଡସି ସହାୟତାରେ ମୃତ୍ତିକା କ୍ଷୟ ଓ ବର୍ଷାଜଳ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବା ଫଳରେ ଜଙ୍ଗଲ ସୁରକ୍ଷିତ ରହିଛି। ତା’ଛଡ଼ା ଆଖପାଖ ଗାଁର ଲୋକମାନେ ଜୀବିକା ମଧ୍ୟ ପାଉଛନ୍ତି,’’ କହିଛନ୍ତି ବାଦାମପାହାଡ଼ ବନାଞ୍ଚଳର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ପାଇଁ ଗୋଷ୍ଠୀ ସହଭାଗିତାରେ ନର୍ସରୀ ସ୍ଥାପନ ସହ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଧୀନରେ ବର୍ତ୍ତମାନ ସୁଦ୍ଧା ୮୩ ଲକ୍ଷ ୩୩ ହଜାର ଚାରା ରୋପଣ କରାଯାଇଛି।

ସେହିପରି ଜିଲ୍ଲାରେ ଓମ୍ବାଡସି ସହାୟତାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କ୍ଷେତ ପୋଖରୀ, ଜଳ ଅମଳ ପ୍ରକଳ୍ପ ଏବଂ ଆଡ଼ିବନ୍ଧ ନିର୍ମାଣ କରାଯାଉଛି। ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଦିଗରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହିତ ଲୋକଙ୍କୁ ଜୀବିକା ମିଳିପାରୁଛି।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଜଳର ଉତ୍ସକୁ ସୁଦୃଢ଼ କରିବା ସହିତ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଓ ସବୁଜିମା ସୃଷ୍ଟି ଦିଗରେ ଓମ୍ବାଡସି ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜଳ, ଜମି ଓ ଜଙ୍ଗଲ ଭିତରେ ସନ୍ତୁଳନ ରକ୍ଷା କରାଯାଇ ଲୋକଙ୍କ ଜୀବିକାକୁ କିପରି ସୁନିଶ୍ଚିତ କରାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ (CRC) ର ଉଦ୍‌ଘାଟନ କୃଷି ଭବନରେ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରାଜ୍ୟ କାର୍ଯ୍ୟ ଯୋଜନା (SAPCC)ର କାର୍ଯ୍ୟକ୍ଷମ ଏବଂ ତଦାରଖ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ପ୍ରତିଷ୍ଠା ହୋଇଛି।

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗବେଷଣା, ନୀତି ପ୍ରଣୟନ, ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ନୀତି ନିୟୋଜନ ଓ ପ୍ରଚାର ପ୍ରସାର ନିମନ୍ତେ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏକ ପରିବେଶ ଅନୁକୂଳ ଓ ଜଳବାୟୁ ସମ୍ବେଦନଶୀଳ ନୀତିର ରୂପରେଖ ଗଠନ କରିବାକୁ ଯାଉଛି। ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଅଧ୍ୟୟନ କେନ୍ଦ୍ର (CSTEP) ଏହି ପ୍ରକ୍ରିୟାର ଦୁଇ ପ୍ରମୁଖ ସହଯୋଗୀ ଅଟନ୍ତି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରାଜ୍ୟରେ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିରନ୍ତର ଉତ୍ପାଦନ, ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ, ଆମେ ଜଳବାୟୁ ଅନୁକୂଳ ଅନୁଶୀଳନ କୃଷିକୁ ଆପଣେଇବା ନିତାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ।

ସହନୀୟ କୃଷିଜନିତ ଖାଦ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା, ଦକ୍ଷତା ବୃଦ୍ଧି ଏବଂ ପ୍ରଭାବୀ ନୀତିର ନିର୍ଦ୍ଧାରଣ, ଗ୍ରୀନ ହାଉସ ଗ୍ୟାସ ହ୍ରାସ, ଦକ୍ଷ ଜଳସେଚନ ପଦ୍ଧତି ଏବଂ ଭବିଷ୍ୟତରେ ଜଳବାୟୁ ସ୍ମାର୍ଟ ଅଭ୍ୟାସକୁ ବଜାୟ ରଖିବା ଆବଶ୍ୟକ। ଦକ୍ଷତା ବିକାଶରେ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ ସହଯୋଗ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟ କରିବା ନିମନ୍ତେ ଆଇଏଫପିଆରଆଇ ଏବଂ ସିଏସଟିଇପି ଭଳି ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, କୃଷକ ଓ ନାଗରିକମାନଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବା ସହିତ ସାମୂହିକ ଭାବେ ଅଙ୍ଗାରକାମ୍ଲ ଗ୍ୟାସକୁ ଯଥାସମ୍ଭବ କମ୍ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ । ଏହି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ। ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହି ଯୋଜନା କୁ ପାଣ୍ଠି ଯୋଗାଇ ଦିଆଯିବ। ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ।

ଆଇଏଫପିଆରଆଇର ସାଉଥ ଏସିଆ ନିର୍ଦ୍ଦେଶକ, ଡ଼ ସହିଦୁର ରସିଦ ଏହି କୃଷି, ଜଳବାୟୁ ଏବଂ ପ୍ରାକୃତିକ ସମ୍ପଦ ସମ୍ବନ୍ଧୀୟ ନୀତି ଗବେଷଣାରେ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଦକ୍ଷତା ବିନିଯୋଗ କରି ଆଇଏଫପିଆରଆଇ ଓଡ଼ିଶାର କୃଷକଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ ବୋଲି କହିଥିଲେ। ଆହୁରି ମଧ୍ୟ ବିଶ୍ଵସ୍ତରୀୟ ଦକ୍ଷତା କେନ୍ଦ୍ର ସେମାନଙ୍କର ଉନ୍ନତ ଜ୍ଞାନ କୌଶଳ ଆଇଏଫପିଆରଆଇ ଦ୍ଵାରା ଓଡ଼ିଶାକୁ ଯୋଗାଇ ଦେବେ ବୋଲି କହିଛନ୍ତି।

ଉଦଘାଟନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭ୍ରାଂଶୁ ମିଶ୍ର ଓ ଆଇଏଫପିଆରଆଇର ରିସର୍ଚ୍ଚ ସଂଯୋଜକ ଡ. ମମତା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ନିଶ୍ଚିତ ଭାବରେ ଓଡ଼ିଶାର କୃଷି ବ୍ୟବସ୍ଥାକୁ ସମୃଦ୍ଧ, ଜୀବିକାକୁ ସରସ ଏବଂ ରାଜ୍ୟରେ ଅର୍ଥନୈତିକ ବିକାଶର ପରିପନ୍ଥୀ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ ନୀତିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ବାୟୋଟେକ୍ନୋଲୋଜି) ନୀତି ପାଇଁ ବାୟୋଟେକ୍ନୋଲୋଜି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବାୟୋ-ଇଥ୍ରୀ ନୀତିର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ଏବଂ ବିଷୟଗତ କ୍ଷେତ୍ରରେ ଉଦ୍ୟୋଗ ପାଇଁ ଉଦ୍ଭାବନ-ପରିଚାଳିତ ସମର୍ଥନ ଅନ୍ତର୍ଭୁକ୍ତ। ଏହା ଜୈବ ଉତ୍ପାଦନ ଓ ବାୟୋ-ଏଆଇ ହବ୍ ଏବଂ ବାୟୋ-ଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତି ବିଦ୍ୟା ବିକାଶ ଓ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ଅଭିବୃଦ୍ଧିର ବାୟୋଇକୋନୋମି ବା ଜୈବ ଅର୍ଥବ୍ୟବସ୍ଥା ମଡେଲକୁ ପ୍ରାଥମିକତା ଦେବା ସହିତ ଏହି ନୀତି ଭାରତର କୁଶଳୀ ଶ୍ରମଶକ୍ତିର ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବ।

ମୋଟାମୋଟି ଭାବେ ଏହି ନୀତି ‘ନେଟ୍ ଜିରୋ କାର୍ବନ ଇକୋନୋମି’ ବା ଅଙ୍ଗାରକାମ୍ଳମୁକ୍ତ ଅର୍ଥବ୍ୟବସ୍ଥା ଏବଂ ‘ଲାଇଫ୍ ଷ୍ଟାଇଲ୍ ଫର୍ ଏନଭାଇରନମେଣ୍ଟ୍’ ବା ପରିବେଶ ପାଇଁ ଜୀବନଶୈଳୀ ଭଳି ସରକାରଙ୍କ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ‘ସର୍କୁଲାର ବାୟୋଇକୋନୋମି’ ବା ଚକ୍ରାକାର ଜୈବଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରି ଭାରତକୁ ‘ସବୁଜ ଅଭିବୃଦ୍ଧି’ ପଥରେ ଅଗ୍ରସର ହେବାକୁ ତ୍ୱରାନ୍ୱିତ କରିବ। ବାୟୋ-ଇଥ୍ରୀ ନୀତି ଭବିଷ୍ୟତକୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ାଇବ, ଯାହା ବିଶ୍ୱସ୍ତରୀୟ ଆହ୍ୱାନର ଅଧିକ ସ୍ଥାୟୀ, ଅଭିନବ ଏବଂ ଉତ୍ତରଦାୟୀ ପ୍ରତିକ୍ରିୟା ସହ ଜଡିତ। ଏହି ନୀତି ଭାରତ ପାଇଁ ବିକଶିତ ଜୈବ ଦୃଷ୍ଟିକୋଣ ନିର୍ଦ୍ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ପ୍ରଶମନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ୱାସ୍ଥ୍ୟ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଓ ଚକ୍ରୀୟ ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଜୈବ ବିଜ୍ଞାନର ଶିଳ୍ପାୟନରେ ନିବେଶ କରିବା ନିମନ୍ତେ ଆମର ବର୍ତ୍ତମାନର ଯୁଗ ଏକ ଉପଯୁକ୍ତ ସମୟ। ଜୈବ ଭିତ୍ତିକ ଉତ୍ପାଦର ବିକାଶ ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଦେଶରେ ଏକ ଶକ୍ତିଶାଳୀ ଜୈବ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ କରିବା ଜରୁରୀ।

ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସୁରକ୍ଷା ଆହ୍ୱାନର ସମାଧାନ କରିବା ଏବଂ ଉନ୍ନତ ଜୈବ ପ୍ରଯୁକ୍ତି ପ୍ରକ୍ରିୟାର ଏକୀକରଣ ମାଧ୍ୟମରେ ଜୈବ ଆଧାରିତ ଉତ୍ପାଦର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର କ୍ଷମତା ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନରେ ରହିଛି। ଜାତୀୟ ପ୍ରାଥମିକତା ଅନୁଯାୟୀ, ବାୟୋ-ଇଥ୍ରୀ ନୀତି ନିମ୍ନଲିଖିତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ବ୍ୟାପକ ଭାବରେ ଧ୍ୟାନ ଦେବ, ଯଥା : ଉଚ୍ଚ ମୂଲ୍ୟର ଜୈବ-ଭିତ୍ତିକ ରାସାୟନିକ ପଦାର୍ଥ, ବାୟୋପଲିମର୍ସ ଏବଂ ଏନଜାଇମ; ସ୍ମାର୍ଟ ପ୍ରୋଟିନ୍ ଏବଂ ଫଙ୍କସନାଲ ଫୁଡ୍‌; ନିର୍ଦ୍ଦିଷ୍ଟ ବାୟୋମେଡିସିନ୍; ଜଳବାୟୁ ସହନଶୀଳ କୃଷି; କାର୍ବନ ସ୍ତର ହ୍ରାସ ଏବଂ ଏହାର ଉପଯୋଗ; ସାମୁଦ୍ରିକ ଓ ମହାକାଶ ଗବେଷଣା।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୩ରେ କଟକ ଠାରେ ଆୟୋଜିତ ହେବ ୨୭ ତମ ଆଇସିଏଆର ଆଞ୍ଚଳିକ କମିଟି-୨ର ବୈଠକ 

ଭୁବନେଶ୍ଵର: ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଘଟଣାବଳୀ ଏବଂ ଅନ୍ୟାନ ପ୍ରତିକୂଳ ପରିବେଶ ପୃଷ୍ଠଭୂମିରେ ପଶ୍ଚିମବଙ୍ଗ, ଓଡିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜ୍ୟଗୁଡିକରେ କୃଷି, ଉଦ୍ୟାନ କୃଷି, ପଶୁପାଳନ ଏବଂ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ ତଥା ଉଦୀୟମାନ ସମସ୍ୟା ବିଷୟରେ ଆଲୋଚନା କରିବା ଏବଂ ଅନୁସନ୍ଧାନ ପ୍ରଣାଳୀ ଦ୍ବାରା ଉତ୍କୃଷ୍ଟ ସମାଧାନ ଦେବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ୨୩ ଅଗଷ୍ଟରେ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ ର ୨୭ତମ ବୈଠକ ଆୟୋଜନ କରୁଛି।

ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟ ଅତିଥି ଭାବେ ଏହି ସଭାକୁ ଉଦ୍ଘାଟନ କରିବେ ତଥା ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଭାଗୀରଥ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ମାନ୍ୟବର ମନ୍ତ୍ରୀମାନେ ଅନୁଷ୍ଠାନରେ ବିଭିନ୍ନ ସୁବିଧା ଗୁଡିକର ଉଦ୍ଘାଟନ କରିବେ ଏବଂ ସ୍ମାର୍ଟ ଗବେଷଣାଗାର ଏବଂ ପରୀକ୍ଷାମୂଳକ କ୍ଷେତ୍ର ମଧ୍ୟ ପରିଦର୍ଶନ କରିବେ। ଭାରତୀୟ କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦେଶକ ଡକ୍ଟର ହିମାଂଶୁ ପାଠକ ଏହି ବୈଠକର ସଭାପତିତ୍ୱ କରିବେ। ଆଇସିଏଆର ପରିଚାଳନା କମିଟିର ସଦସ୍ୟ ତଥା ଆଇସିଏଆର ର ସମସ୍ତ ଉପ ମହାନିର୍ଦେଶକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି, ଆଇସିଏଆର ର ସହାୟକ ମହାନିର୍ଦେଶକ, ବିଭିନ୍ନ ଆଇସିଏଆରର ଅନୁଷ୍ଠାନର ନିର୍ଦ୍ଦେଶକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ଏବଂ ସମ୍ପ୍ରସାରଣର ଡିନ୍ ଏବଂ ନିର୍ଦ୍ଦେଶକ ଏବଂ ପାଞ୍ଚଟି ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଅଂଶଗ୍ରହଣ କରିବେ।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଉପସ୍ଥାପନା, ବିଭିନ୍ନ ରାଜ୍ୟ ସରକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଚାର-ବିନିମୟର ଆଦାନ-ପ୍ରଦାନ ଅଧିବେଶନ ଏବଂ କୃଷି ପ୍ରଯୁକ୍ତିବିଦ୍ୟା ମୂଲ୍ୟାଙ୍କନ, ବିଶୋଧନ ଏବଂ ସମ୍ପ୍ରସାରଣ ସମ୍ବନ୍ଧୀୟ ଏହି ପାଞ୍ଚଟି ରାଜ୍ୟ ପାଇଁ ଏକ ବିସ୍ତୃତ ଅନୁସନ୍ଧାନ ଏଜେଣ୍ଡାକୁ ସର୍ବଦଳୀୟ ଅଧିବେଶନ ମାଧ୍ୟମରେ ବିଚାର କରାଯିବ।

ଏହି ଅବସରରେ ମୁଖ୍ୟ ଅତିଥି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଅନେକ ପ୍ରକାଶନ ବିମୋଚନ ପାଇବ।

ଏହି ରାଜ୍ୟଗୁଡିକରେ କୃଷି କ୍ଷେତ୍ରର ବହୁମୁଖୀ ଅଭିବୃଦ୍ଧି ପାଇଁ ଏକ ରୋଡମ୍ୟାପ୍ ନିର୍ଣ୍ଣୟ କରିବାକୁ ଏହି ବୈଠକରେ ଧାର୍ଯ୍ୟ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

“ବିଶ୍ୱ ବନ୍ଧୁ” ଭାବେ ବିଶ୍ୱ କଲ୍ୟାଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ: ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନଏଏସସି) କମ୍ପ୍ଲେକ୍ସରେ କୃଷି ଅର୍ଥନୀତିଜ୍ଞ ମାନଙ୍କର ୩୨ତମ ଆନ୍ତର୍ଜାତିକ ସମ୍ମିଳନୀ (ଆଇସିଏଇ)କୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ହେଉଛି, “ସ୍ଥାୟୀ କୃଷି – ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ’।” ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ। ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ କହିଥିଲେ ଯେ ୬୫ ବର୍ଷ ପରେ ଭାରତରେ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ) ଅନୁଷ୍ଠିତ ହେଉଛି। ସେ ଭାରତର ୧୨୦ ନିୟୁତ କୃଷକ, ୩୦ ନିୟୁତରୁ ଅଧିକ ମହିଳା କୃଷକ, ୩୦ ନିୟୁତ ମତ୍ସ୍ୟଜୀବୀ ଏବଂ ୮୦ ନିୟୁତ ପଶୁପାଳକଙ୍କ ତରଫରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ। “ଆପଣ ସେହି ଭୂମିରେ ଅଛନ୍ତି ଯେଉଁଠାରେ ୫୦୦ ନିୟୁତରୁ ଅଧିକ ପଶୁସମ୍ପଦ ବାସ କରନ୍ତି। କୃଷିପ୍ରଧାନ ଦେଶ ଓ ପଶୁପ୍ରେମୀ ଦେଶ ଭାରତରେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କୃଷି ଏବଂ ଖାଦ୍ୟ ବିଷୟରେ ପ୍ରାଚୀନ ଭାରତୀୟ ବିଶ୍ୱାସ ଏବଂ ଅନୁଭୂତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ଦିଆଯାଉଥିବା ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ସେ ଖାଦ୍ୟର ଔଷଧୀୟ ଗୁଣ ପଛରେ ରହିଥିବା ସମଗ୍ର ବିଜ୍ଞାନର ଅସ୍ତିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ସମୃଦ୍ଧ ଐତିହ୍ୟ ଉପରେ ଆଧାରିତ କୃଷି ଉପରେ ପ୍ରାୟ ୨୦୦୦ ବର୍ଷ ପୁରୁଣା ଗ୍ରନ୍ଥ ‘କୃଷି ପରାଶର’ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ହଜାର ହଜାର ବର୍ଷ ପୁରୁଣା ଦୃଷ୍ଟିକୋଣର ମୂଳଦୁଆରେ କୃଷିର ବିକାଶ ହୋଇଥିଲା। ପ୍ରଧାନମନ୍ତ୍ରୀ ଭାରତରେ କୃଷି ଗବେଷଣା ଏବଂ ଶିକ୍ଷାର ଏକ ସୁଦୃଢ଼ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଆଇସିଏଆର୍ ରେ ୧୦୦ରୁ ଅଧିକ ଗବେଷଣା ପ୍ରତିଷ୍ଠାନ ରହିଛି ବୋଲି ସେ କହିଥିଲେ। କୃଷି ଶିକ୍ଷା ପାଇଁ ୫୦୦ ରୁ ଅଧିକ କଲେଜ ଓ ୭୦୦ ରୁ ଅଧିକ କୃଷି ବିଜ୍ଞାନ କେନ୍ଦ୍ର ରହିଛି ବୋଲି ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ।

ଭାରତରେ କୃଷି ଯୋଜନାରେ ସମସ୍ତ ଛଅଟି ଋତୁର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୧୫ଟି କୃଷି ଜଳବାୟୁ ଅଞ୍ଚଳର ସ୍ୱତନ୍ତ୍ର ଗୁଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଦେଶରେ ପ୍ରାୟ ଶହେ କିଲୋମିଟର ବ୍ୟବଧାନରେ କୃଷି ଜାତ ଦ୍ରବ୍ୟ ବଦଳିଯାଏ। ଜମିରେ ଚାଷ ହେଉ, ହିମାଳୟ ହେଉ, ମରୁଭୂମିରେ ହେଉ, ଜଳ ଅଭାବ ଥିବା ଅଞ୍ଚଳ ହେଉ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ହେଉ, ଏହି ବିବିଧତା ବିଶ୍ୱ ଖାଦ୍ୟ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଭାରତକୁ ବିଶ୍ୱରେ ଏକ ଆଶାର କିରଣରେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

୬୫ ବର୍ଷ ପୂର୍ବେ ଭାରତରେ ଅନୁଷ୍ଠିତ ଶେଷ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ସେତେବେଳେ ଭାରତ ଏକ ନୂତନ ସ୍ୱାଧୀନ ରାଷ୍ଟ୍ର ଥିଲା , ସେହି ସମୟ ଭାରତର ଖାଦ୍ୟ ସୁରକ୍ଷା ଏବଂ କୃଷି ପାଇଁ ଏକ ଆହ୍ୱାନମୂଳକ ସମୟ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି ଭାରତ ଏକ ଖାଦ୍ୟ ବଳକା ଦେଶ, କ୍ଷୀର, ଡାଲି ଏବଂ ମସଲା ଉତ୍ପାଦନରେ ସର୍ବବୃହତ୍ ରାଷ୍ଟ୍ର ଏବଂ ଖାଦ୍ୟଶସ୍ୟ, ଫଳ, ପନିପରିବା, କପା, ଚିନି, ଚା ଏବଂ ମାଛ ଚାଷରେ ଦ୍ୱିତୀୟ ବୃହତ୍ତମ ଉତ୍ପାଦନକାରୀ ଦେଶ । ସେ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ବିଶ୍ୱ ପାଇଁ ଚିନ୍ତାର ବିଷୟ ଥିଲା ଏବଂ ଆଜି ଭାରତ ବିଶ୍ୱ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସମାଧାନ ପ୍ରଦାନ କରୁଛି । ତେଣୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଆଲୋଚନା ପାଇଁ ଭାରତର ଅଭିଜ୍ଞତା ମୂଲ୍ୟବାନ ଏବଂ ଏହା ଦକ୍ଷିଣ ବିଶ୍ୱ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ‘ବିଶ୍ୱ ବନ୍ଧୁ’ ଭାବରେ ବିଶ୍ୱ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଦୋହରାଇ ଥିଲେ । ସେ ବିଶ୍ୱ କଲ୍ୟାଣ ପାଇଁ ଭାରତର ଦୃଷ୍ଟିକୋଣକୁ ମନେ ପକାଇଥିଲେ ଏବଂ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ‘ମିଶନ ଏଲ୍‌ଆଇଏଫ୍‌ଇ’ ଏବଂ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ପାଇଁ ଭାରତ ଦ୍ୱାରା ଉପସ୍ଥାପିତ ବିଭିନ୍ନ ମନ୍ତ୍ର ବିଷୟରେ ଉଲ୍ଲେଖ କରିଥିଲେ । ମନୁଷ୍ୟ, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟକୁ ଭୂମିଗତ କକ୍ଷ (ସାଇଲୋ)ରେ ନ ଦେଖିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ ର ସାମଗ୍ରିକ ଆଭିମୁଖ୍ୟ ଆଧାରରେ ହିଁ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଆସୁଥିବା ଆହ୍ୱାନ ଗୁଡିକର ମୁକାବିଲା କରାଯାଇପାରିବ ବୋଲି ସେ କହିଥିଲେ ।

“ଭାରତର ଅର୍ଥନୈତିକ ନୀତିର କେନ୍ଦ୍ରରେ କୃଷି ରହିଛି” , ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଏହା କହିଥିଲେ ଯେ , ଭାରତର ୯୦ ପ୍ରତିଶତ କ୍ଷୁଦ୍ର କୃଷକ ଯେଉଁ ମାନଙ୍କର ଅଳ୍ପ ଜମି ଅଛି ସେମାନେ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି ଅଟନ୍ତି । ଏସିଆର ଅନେକ ବିକାଶଶୀଳ ଦେଶରେ ସମାନ ସ୍ଥିତି ରହିଛି ଯାହା ଭାରତର ମଡେଲକୁ ଲାଗୁ କରୁଛି ବୋଲି ସେ ଦର୍ଶାଇଥିଲେ । ପ୍ରାକୃତିକ କୃଷିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାସାୟନିକ ପଦାର୍ଥ ମୁକ୍ତ ପ୍ରାକୃତିକ ଚାଷକୁ ବ୍ୟାପକ ସ୍ତରରେ ପ୍ରୋତ୍ସାହିତ କରିବାର ସକାରାତ୍ମକ ଫଳାଫଳ ଦେଶରେ ଦେଖିବାକୁ ମିଳେ ।

ଚଳିତ ବର୍ଷ ବଜେଟରେ ସ୍ଥାୟୀ ଏବଂ ଜଳବାୟୁ ସହନଶୀଳ ଚାଷ ଉପରେ ଗୁରୁତ୍ୱ ଦିଆଯିବା ସହିତ ଭାରତର କୃଷକମାନଙ୍କୁ ସହାୟତା କରିବା ପାଇଁ ଏକ ସମ୍ପୂର୍ଣ୍ଣ ପାରିବେଶିକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜଳବାୟୁ ସହନଶୀଳ ଫସଲ ସମ୍ବନ୍ଧୀୟ ଗବେଷଣା ଏବଂ ବିକାଶ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତିକୁ କୃଷକମାନଙ୍କୁ ହସ୍ତାନ୍ତର କରାଯାଇଛି । ସେ ଭାରତରେ ପାରମ୍ପରିକ କିସମ ତୁଳନାରେ ୨୫ ପ୍ରତିଶତ କମ୍ ପାଣି ଆବଶ୍ୟକ କରୁଥିବା ଚାଉଳ ପ୍ରଜାତିର ଉଦାହରଣ ଦେଇଥିଲେ ଏବଂ କଳା ଚାଉଳକୁ ସୁପରଫୁଡ୍ ଭାବରେ ଉପସ୍ଥାପିତ କରିଥିଲେ । “ମଣିପୁର, ଆସାମ ଏବଂ ମେଘାଳୟର କଳା ଚାଉଳ ଏହାର ଔଷଧୀୟ ଗୁଣ ହେତୁ ପସନ୍ଦଯୋଗ୍ୟ” ବୋଲି ସେ କହିବା ସହିତ ଭାରତ ଏହା ସମ୍ବନ୍ଧୀୟ ଅନୁଭୂତିକୁ ବିଶ୍ୱ ସମୁଦାୟ ସହିତ ବାଣ୍ଟିବାକୁ ସମାନ ଭାବରେ ଆଗ୍ରହୀ ବୋଲି ମତ ଦେଇଥିଲେ ।

ଜଳ ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ପୋଷଣ ଆହ୍ୱାନର ଗମ୍ଭୀରତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ସୁପରଫୁଡର ‘ସର୍ବନିମ୍ନ ଜଳ ଏବଂ ସର୍ବାଧିକ ଉତ୍ପାଦନ’ ର ଗୁଣବତ୍ତାକୁ ଦୃଷ୍ଟିରେ ରଖି ସେ ଶ୍ରୀ ଅନ୍ନ, ମିଲେଟ୍ କୁ ଏକ ସମାଧାନ ଭାବରେ ଉପସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ମିଲେଟ୍ ବାସ୍କେଟକୁ ବିଶ୍ୱ ସହିତ ବାଣ୍ଟିବା ପାଇଁ ଭାରତର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଗତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ପାଳନ କରାଯାଉଥିବା ବିଷୟରେ ଉଲ୍ଲେଖ କରିଥିଲେ ।

କୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସୌର ଚାଷ ଫଳରେ କୃଷକମାନେ ଶକ୍ତି ପ୍ରଦାନକାରୀ ପାଲଟିଛନ୍ତି ବୋଲି ଉଲ୍ଲେଖ କରିବା ସହିତ, ଡିଜିଟାଲ କୃଷି ବଜାର ଅର୍ଥାତ୍ ଇ – ନାମ, କିଷାନ କ୍ରେଡିଟ୍ କାର୍ଡ ଏବଂ  ପିଏମ ଫସଲ ବୀମା ଯୋଜନା ବିଷୟରେ ଆଲୋଚନା କରିଥିଲେ । ପାରମ୍ପରିକ କୃଷକଙ୍କ ଠାରୁ ଆରମ୍ଭ କରି କୃଷି ଷ୍ଟାର୍ଟଅପ୍‌, ପ୍ରାକୃତିକ ଚାଷ ଠାରୁ ଆରମ୍ଭ କରି ଫାର୍ମ ଷ୍ଟେ ଏବଂ ଫାର୍ମ – ଟୁ – ଟେବୁଲ୍ ପର୍ଯ୍ୟନ୍ତ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକର ଆନୁଷ୍ଠାନିକୀକରଣ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ୯୦ ଲକ୍ଷ ହେକ୍ଟର ଜମିକୁ କ୍ଷୁଦ୍ର ଜଳସେଚନ ଅଧୀନରେ ଅଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିବାରୁ ଉଭୟ କୃଷି ଓ ପରିବେଶ ଉପକୃତ ହେଉଛି ବୋଲି ସେ କହିଥିଲେ ।

ଭାରତରେ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ଗୋଟିଏ କ୍ଲିକ୍ ରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇଥାଏ ଏବଂ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଯାହା କୃଷକମାନଙ୍କୁ ବାସ୍ତବ ସମୟ ସୂଚନା ପ୍ରଦାନ କରେ ଏବଂ ସେମାନଙ୍କୁ ଡାଟା ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରେ । ଏହି ପଦକ୍ଷେପ ଦ୍ୱାରା କୋଟି କୋଟି କୃଷକ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । କୃଷକ ମାନଙ୍କୁ ସେମାନଙ୍କ ଜମି ପାଇଁ ଡିଜିଟାଲ ପରିଚୟ ନମ୍ବର ଦିଆଯିବ, ଚାଷକ୍ଷେତ୍ରରେ ଡ୍ରୋନକୁ ପ୍ରୋତ୍ସାହନ ଦେବା ପାଇଁ ଏକ ବିଶାଳ ଅଭିଯାନ ଆରମ୍ଭ ହେବ, କୃଷିରେ ଡ୍ରୋନ୍‌ର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ‘ଡ୍ରୋନ୍ ଦିଦି’ ମାନଙ୍କୁ ଡ୍ରୋନ୍ ଚଳାଇବା ନିମନ୍ତେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପଦକ୍ଷେପ କେବଳ ଭାରତର କୃଷକମାନଙ୍କ ପାଇଁ ଲାଭଦାୟକ ହେବ ନାହିଁ ବରଂ ବିଶ୍ୱ ଖାଦ୍ୟ ନିରାପତ୍ତାକୁ ମଧ୍ୟ ସୁଦୃଢ଼ କରିବ ।

ଅଭିଭାଷଣ ଶେଷ କରି , ପ୍ରଧାନମନ୍ତ୍ରୀ ବହୁ ସଂଖ୍ୟକ ଯୁବକଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆଗାମୀ ପାଞ୍ଚ ଦିନରେ ବିଶ୍ୱକୁ ନିରନ୍ତର କୃଷି – ଖାଦ୍ୟ ପ୍ରଣାଳୀ ସହିତ ଯୋଡ଼ିବାର ଉପାୟ ବାହାରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । “ଆମେ ପରସ୍ପର ଠାରୁ ଶିଖିବୁ ଏବଂ ପରସ୍ପରକୁ ଶିକ୍ଷା ମଧ୍ୟ ଦେବୁ”, ବୋଲି ସେ ଶେଷରେ କହିଥିଲେ ।

ଏହି ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ସମ୍ମିଳନୀ ସଭାପତି ପ୍ରଫେସର ମତିନ କୈମ୍ ଏବଂ ଡିଏଆରଇର ସମ୍ପାଦକ ତଥା ଆଇସିଏଆରର ଡିଜି ଡ. ହିମାଂଶୁ ପାଠକ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିବାର୍ଷିକ ସମ୍ମିଳନୀ ୬୫ ବର୍ଷ ପରେ ଭାରତରେ ଆୟୋଜିତ ହେଉଥିବା ବେଳେ ଅଗଷ୍ଟ ୨ ତାରିଖରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି, “ସ୍ଥାୟୀ କୃଷି – ଖାଦ୍ୟ ପ୍ରଣାଳୀ ଦିଗରେ ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ବଳ ଅବକ୍ଷୟ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ସଂଘର୍ଷ ଭଳି ବିଭିନ୍ନ ବୈଶ୍ୱିକ ଆହ୍ୱାନ ଗୁଡିକର ସମ୍ମୁଖୀନ ହୋଇ ସ୍ଥାୟୀ କୃଷିର ଜରୁରୀ ଆବଶ୍ୟକତାକୁ ମୁକାବିଲା କରିବା ହେଉଛି ଏହାର ଲକ୍ଷ୍ୟ । ଏହି ସମ୍ମିଳନୀ ବିଶ୍ୱ କୃଷି ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିବ ଏବଂ ଦେଶର କୃଷି ଗବେଷଣା ଏବଂ ନୀତିଗତ ଅଗ୍ରଗତିକୁ ପ୍ରଦର୍ଶିତ କରିବ ।

ଆଇସିଏଇ ୨୦୨୪ ପ୍ଲାଟଫର୍ମ ଯୁବ ଗବେଷକ ଏବଂ ଅଗ୍ରଣୀ ବୃତ୍ତିଜୀବୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ଏବଂ ନେଟୱାର୍କକୁ ବିଶ୍ୱସ୍ତରୀୟ ସମକକ୍ଷମାନଙ୍କ ସହିତ ଉପସ୍ଥାପନ କରିବାକୁ ଅନୁମତି ଦେଇଥାଏ । ଗବେଷଣା ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା, ଉଭୟ ଜାତୀୟ ଏବଂ ବୈଶ୍ୱିକ ସ୍ତରରେ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ଏବଂ ଡିଜିଟାଲ କୃଷି ଏବଂ ସ୍ଥାୟୀ କୃଷି – ଖାଦ୍ୟ ବ୍ୟବସ୍ଥାର ଅଗ୍ରଗତି ସମେତ ଭାରତର କୃଷି ପ୍ରଗତିକୁ ପ୍ରଦର୍ଶିତ କରିବା ଏହାର ଲକ୍ଷ୍ୟ । ଏହି ସମ୍ମିଳନୀରେ ପ୍ରାୟ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସିଂହଦେଓ।

ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ ସମାଜ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ କୃଷି ଉପରେ ଏହାର ପ୍ରଭାବ ଓ ପ୍ରତିକାର ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି।

ହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ସହିତ ଶକ୍ତି ବିଭାଗର ମନ୍ତ୍ରୀପଦ ଦାୟିତ୍ୱ ନେଇଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ବର୍ତମାନ ଉତ୍କଟ ଜଳ ସଂକଟ ଦେଖାଦେଉଥିବା ବେଳେ କୃଷି ନିମନ୍ତେ ଅନ୍ୟ ପନ୍ଥା ବାହାର କରିବାର ସମୟ ଆସିଛି।

ଯଦିଓ କୃଷି ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ରସାୟନ ସାର ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି କାରଣ ଏହା ଦ୍ୱାରା ମୃତିକାର ଉତ୍ପାଦନ କ୍ଷମତା କମିବାରେ ଲାଗିଛି।

ବିକାଶ ସହିତ ଆମକୁ ଭବିଷ୍ୟତ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହଦେଓ କହିବା ସହ ଆମେ ଅତୀତକୁ ଫେରିଯାଇ ଜୈବିକ ସାରର ବ୍ୟବହାର ଦ୍ୱାରା ମାଟିର ଉର୍ବରତାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ରାଜ୍ୟରେ ରହିଥିବା ତାପ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ଶକ୍ତି ଉତ୍ପାଦନ ନିମନ୍ତେ ଜୀବାସ୍ମ ଇନ୍ଧନର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଏହା ଚିନ୍ତାର କାରଣ ହୋଇଛି। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସୁର୍ଯ୍ୟଘର ପ୍ରକଳ୍ପକୁ ଓଡ଼ିଶାର କୃଷକମାନଙ୍କ ନିମନ୍ତେ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଏହା ଦ୍ୱାରା କୃଷକମାନଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିପାରିବ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିଜୱାରେ ବଜାର ପଂଚାୟତର ସରପଂଚ ତଥା ସମେତ ଜଣେ ସମାଜସେବୀ , କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ।

ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିଜ୍‌ୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ଘଟିଥିବା ପରିବର୍ତନ ବିଷୟରେ କହିଥିଲେ ଯାହା ଦ୍ୱାରା କି ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଉଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି।

ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ। ବର୍ତ୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ବୋଲି ସେ କେହିଥିଲେ।

ଜଳବାୟୁ ପରିବର୍ତ୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ମୋ ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ। କାହିଁକି ନା ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିର ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ।

ଏହି ରୂପାନ୍ତରୀକରଣ ପରେ ଏହି ଅଂଚଳରେ କୌଣସି କୃଷକଙ୍କର ଆତ୍ମହତ୍ୟାର ରିପୋର୍ଟ ମିଳିନାହିଁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଶ୍ରୀ ରାୟ କୃଷିକୁ ଏକ ଦ୍ୱିଧାର ଖଡ଼ଗ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଖାଦ୍ୟ ଏବଂ ଜୀବିକା ଯୋଗାଉଥିବା ବେଳେ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି ବୋଲି କହିଥିଲେ। ତେଣୁ କୃଷି ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ଯୁକ୍ତରାଷ୍ଟ ଆମେରିକା ସରକାର ୨୦୫୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ସ୍ତରରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।

ଶ୍ରୀ ରାଉଳ କହିଥିଲେ ଯେ, ଜଳବାୟୁ ପରିବର୍ତନ ଯୋଗୁଁ ପରିବର୍ତନ ସବୁ କ୍ଷେତ୍ରରେ ହୋଇଥିବା ବେଳେ ୧୯୦୧ ମସିହା ଠାରୁ ଗତ ୧୨୨ ବର୍ଷ ମଧ୍ୟରେ ପାଂଚ ବର୍ଷ ସବୁଠାରୁ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି। ଏହି ବର୍ଷଗୁଡ଼ିକ ହେଲା ୨୦୦୯, ୨୦୧୦, ୨୦୧୬, ୨୦୧୭ ଏବଂ ୨୦୨୩।

ଏହି ପରିସ୍ଥିତି ଦ୍ୱାରା ଅର୍ଥନୀତି କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି କୃଷକମାନେ ଏହି ସମସ୍ୟାର ମୁକାବିଲା କରିପାରିବେ ବୋଲି ପ୍ରଫେସର ରାଉଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତନ ପ୍ରସଙ୍ଗକୁ ସୋଆ ଗୁରୁତ୍ୱ ଦେଉଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ୨୦ଟି ଗବେଷଣା କେନ୍ଦ୍ର ମଧ୍ୟରୁ ସିସିଏସ୍‌ଏ ଅନ୍ୟତମ ବୋଲି ପ୍ରଫେସର ନନ୍ଦ କହିଥିଲେ। ନିକଟରେ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ପର୍କରେ ଅଧିକ ଅନୁଧ୍ୟାନ ନିମନ୍ତେ ସୋଆ ଏବଂ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲଜି (ଆଇଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରପେସର ରବୀନ୍ଦ୍ର କୁମାର ପଣ୍ଡା ନିଜ ସ୍ୱାଗତ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତନ ଯୋଗୁଁ ଏହା ମାନବଜାତି ଉପରେ ଗଭୀର ପ୍ରଭାବ ପକାଉଛି। ଏହା ଦ୍ୱାରା କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ। ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସୋଆରେ ଅନୁଷ୍ଠିତ ହେବ ତିନି ଦିନିଆ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆୟୋଜିତ ହେବାକୁ ଥିବା ଏକ ୩- ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଶିକ୍ଷା, ଶିଳ୍ପ, ଗବେଷଣା ସଂସ୍ଥା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିତ୍ୱ କରୁଥିବା ବିଶେଷଜ୍ଞମାନେ ଏକାଠି ହୋଇ ଆଲୋଚନା କରିବେ।

‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ଏହି ଆନ୍ତର୍ଜାତିକ କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଉଛି।

କୃତ୍ରିମ ବୁଦ୍ଧିମତା, ଡ୍ରୋନ୍‌, କୃଷି କ୍ଷେତ୍ରରେ ସ୍ୱୟଂଚାଳିତ ରୋଗ ଚିହ୍ନଟ ଓ ଚିକିତ୍ସା ପରି ଉପଲବ୍ଧ ବ୍ୟବସ୍ଥା ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ କୃଷି ଉତ୍ପାଦନକୁ ଅଧିକ କରିବା ତଥା ଗ୍ରୀନ୍ ହାଉସ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ନିମନ୍ତେ ଆଲୋଚନା ସହିତ କ୍ଷେତ୍ର ନିର୍ଦ୍ଦିଷ୍ଟ ଜଳବାୟୁ ଅଂଚଳରେ ଫସଲ ଉତ୍ପାଦନର ବିକାଶ ଉପରେ ଚିନ୍ତନ ନିମନ୍ତେ ବୈଜ୍ଞାନିକ ସମୁଦାୟ ଓ ଅନ୍ୟାନ୍ୟ ଅଂଶୀଦାର ମାନଙ୍କୁ ଏକ ମଂଚ ପ୍ରଦାନ ନିମନ୍ତେ ଏହି ଉଦ୍ୟମ ସହାୟକ ହେବ ବୋଲି ସିସିଏସ୍‌ଏର ନିର୍ଦ୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ୍ୟ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ପୃଥିବୀରେ ଜଳବାୟୁ, ଜଳସମ୍ପଦ ଏବଂ ପରିବେଶ ମିଳିତ ଭାବେ ସନ୍ତୁଳନ ରକ୍ଷା କରିଥାନ୍ତି। କିନ୍ତୁ ଦ୍ରୁତ ସହରୀକରଣ ଏବଂ ମାନବକୃତ କାର୍ଯ୍ୟକଳାପ ଯୋଗୁଁ ଏହି ସନ୍ତୁଳନ ଦୋହଲି ଯିବାରେ ଲାଗିଛି। ଏହାର ପ୍ରତିଫଳନ ପାଣିପାଗରେ ଅନିୟମିତତା ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଜଳର ଅଭାବ ଓ ଜଳ, ବାୟୁ ଓ ଭୂମିର ପ୍ରଦୂଷଣ ଭାବେ ପରିଲକ୍ଷିତ ହେଉଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତନ ହେଉଛି ଏକ ପ୍ରମୁଖ ପ୍ରସଙ୍ଗ ଯାହାର ସମାଧାନ ଆବଶ୍ୟକ କାରଣ ଏହା ପରିବେଶ ଉପରେ ବହୁଳ ପ୍ରଭାବ ପକାଇପାରେ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

କୃଷି ଜଳସମ୍ପଦ ଉପରେ ନିର୍ଭରଶୀଳ ହୋଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ କୃଷି ଉତ୍ପାଦନ କ୍ଷେତ୍ରରେ ଉତ୍କଟ ସମସ୍ୟା ସୃଷ୍ଟି କରିପାରେ ଯାହା ଫଳରେ ଦୀର୍ଘମିଆଦି ଓ ସ୍ୱଳ୍ୱମିଆଦି ମରୁଡ଼ି ଏବଂ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ।

ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ସମ୍ମିଳନୀରେ କୃଷି କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆମେରିକା ଓ ଭାରତର ବିଶିଷ୍ଟ କୃଷି ବିଶେଷଜ୍ଞମାନେ ଯୋଗ ଦେଇ ସେମାନଙ୍କର ଉପଯୋଗୀ ମନ୍ତବ୍ୟ ରଖିବେ। ସେମାନଙ୍କ ମଧ୍ୟରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ, ଜୀବିକା ସନ୍ଧାନରେ ମହାରାଷ୍ଟ୍ରର ଗ୍ରାମାଂଚଳରୁ ସହରାଂଚଳକୁ ଚାଲି ଆସୁଥିବା ଲୋକଙ୍କୁ ପୁଣି ଥରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସଫଳ ହୋଇଥିବା ପାପଟରାଓ ପାୱାର ଓ ବିଶ୍ୱବ୍ୟାଙ୍କର କୃଷି ବିଶେଷଜ୍ଞ ଡକ୍ଟର ରଞ୍ଜନ ସାମନ୍ତରାୟ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବୈଶ୍ୱିକ ମାନ୍ୟତା ଲାଭ କରିଛି: ଶ୍ରୀ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଭାରତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଶ୍ୱିକ ମାନ୍ୟତା ଲାଭ କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଇନୋଭେସନ ବା ନବସୃଜନ ଏବଂ ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତର ନେତୃତ୍ୱକୁ ସମଗ୍ର ବିଶ୍ୱ ଏବେ ସ୍ୱୀକୃତି ପ୍ରଦାନ କରୁଛି।

ବିଶ୍ୱରେ ଭାରତର ପ୍ରଭାବ ଓ ପ୍ରତିଷ୍ଠା ବୃଦ୍ଧି ସଂକ୍ରାନ୍ତ ଏକ ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତ ମାତ୍ର ୬୧୫ କୋଟି ଟଙ୍କା ଖର୍ଚ୍ଚ କରି ସଫଳତାର ସହିତ ବିଶ୍ୱର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ôଚପାରିଛି। ଭାରତ ଯେଉଁ ଚନ୍ଦ୍ରଯାନ-୩  ଅଭିଯାନ ଚଳାଇଥିଲା ଏହା ତାହାର ସବୁଠୁ ବଡ ଉପଲବ୍‌ଧି। ଏହି ସଫଳତା ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିଛି। ପୂର୍ବରୁ ଭାରତ ଚନ୍ଦ୍ର ଅଭିଯାନରେ ଆନ୍ତର୍ଜାତିକ ସହଯୋଗ ଲୋଡୁଥିଲା। ଚନ୍ଦ୍ରଯାନ-୩ ସେହି ବାହ୍ୟ ନିର୍ଭରଶୀଳତାର ଅବସାନ ଘଟାଇ ଆତ୍ମ ନିର୍ଭରଶୀଳ ହୋଇପାରିଛି। ଭାରତର ଚନ୍ଦ୍ରଯାନ ନିଜସ୍ୱ କାରିଗରୀ  ଜ୍ଞାନକୌଶଳ ଓ ଉଦ୍ୟମରେ ଚନ୍ଦ୍ର ପୃଷ୍ଠର ସବୁଠୁ ସମସ୍ୟା ବହୁଳ ଅଞ୍ଚଳ ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କରିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରି ଭାରତ କିପରି ସମଗ୍ର ବିଶ୍ୱକୁ ଚକିତ କଲା ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ ମହାମାରୀ ଯେତେବେଳେ ବ୍ୟାପିଲା ସମଗ୍ର ବିଶ୍ୱ ଭାବିଲା ଯେ ଏହାର ପ୍ରଭାବରେ ଭାରତ ଭୁଶୁଡି ପଡିବ। ଭାରତ କିନ୍ତୁ କୋଭିଡ ମହାମାରୀରେ ଭୁଶୁଡି ପଡି ନ ଥିଲା; ବରଂ ଏହାର ସଫଳ ମୁକାବିଲା କରି ସାରା ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କଲା।

ଭାରତ କେବଳ ବିଶ୍ୱର ସର୍ବବୃହତ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ସମ୍ପନ୍ନ କରି ନ ଥିଲା, ଖୁବ୍ କମ୍ ସମୟରେ ଅତି ଦ୍ରୁତ ଗତିରେ ଦେଶର ସବୁ ଲୋକଙ୍କୁ ଟିକା ଦେଇ ଏହା ବିଶ୍ୱରେ ଏକ ରେକର୍ଡ ପ୍ରତିଷ୍ଠା କରିଥିଲା। ଏ କ୍ଷେତ୍ରରେ ଆହୁରି କିଛି ଅଧିକ କଥା ଥିଲା। ଲୋକଙ୍କୁ ଦିଆଯାଇଥିବା କରୋନା ଟିକା ମଧ୍ୟ ଭାରତରେ ତିଆରି ହୋଇଥିଲା। ନିଜ ଦେଶର ଆବଶ୍ୟକତା ପୂରଣ କରି ଭାରତ “ଭ୍ୟାକ୍ସିନ ମୈତ୍ରୀ” କାର୍ଯ୍ୟକ୍ରମରେ ବିଶ୍ୱରେ ଅନେକ ଦେଶକୁ କରୋନା ଟିକା ଯୋଗାଇ ଦେଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱର ୧୦୦ରୁ ଅଧିକ ଦେଶ ଉପକୃତ ହୋଇଥିଲେ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରିବା ପରେ ବିଶ୍ୱସ୍ତରରେ ଭାରତ ଯେଉଁ ପ୍ରଶଂସା ପାଇଥିଲା ସେ ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ସେଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ବା ‘ହୁ’ର ପ୍ରଶଂସାମୂଳକ ଉକ୍ତି। ‘ହୁ’ କହିଥିଲା- “ଏକ ପ୍ରସ୍ତୁତ ଭାରତର ଅର୍ଥ ଏକ ପ୍ରସ୍ତୁତ ପୃଥିବୀ।”

ଭାରତର ଅର୍ଥନୀତିକ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ କୋଭିଡ ସମୟରେ ଏକ ଆଶଙ୍କା ପ୍ରକାଶ ପାଇଲା ଯେ ଏହି ମହାମାରୀ ପରେ ଭାରତର ଅର୍ଥନୀତି ଭୁଶୁଡି ପଡିବ । ମାତ୍ର ସେ ଆଶଙ୍କା ଭୁଲ ପ୍ରମାଣିତ ହେଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଭାରତ ଏକ ସଂକଟକୁ ଏକ ସୁଯୋଗରେ ପରିଣତ କରିବାରେ ସଫଳ ହେଲା । କୋଭିଡ-୧୯ ବିରୋଧରେ ଭାରତର ସଫଳ ଲଢେଇକୁ ସମଗ୍ର ବିଶ୍ୱ ପ୍ରଶଂସା କଲା । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥା ତଥା ସଂଗଠନ ଭାରତର ଅର୍ଥନୀତିକ ପୁନରୁଦ୍ଧାରକୁ ପ୍ରଶଂସା କରିଥିଲେ । କୋଭିଡ ଯୋଗୁଁ ଯେଉଁ  ଢଙ୍ଗରେ ଭାରତର ଅର୍ଥନୀତି ତଳମୁହାଁ ହୋଇଥିଲା ସେହି ଢଙ୍ଗରେ ପୁଣି ଉପର ମୁହାଁ ହେଲା । ଏହି ଅର୍ଥନୀତିକ ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଚୀନ ଓ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଥିଲା । ଅନେକଙ୍କର ସନ୍ଦେହ ଥିଲା ଯେ ଭାରତର ଅର୍ଥନୀତିକ ପୁନରୁଦ୍ଧାର ୟୁ(U) ଆକାରରେ ହେବ; ମାତ୍ର ଭାରତ ଭି(V) ଆକାରର ଅର୍ଥନୀତିକ ପୁନରୁଦ୍ଧାର ହାସଲ କରି ସବୁ ସଂଶୟବାଦୀଙ୍କୁ ଚକିତ କରିଥିଲା ।

ମନ୍ତ୍ରୀ ଶ୍ରୀ ଯାଦବ ଆହୁରି କହିଛନ୍ତି ଯେ ସେତେବେଳେ ଭାରତର ଅର୍ଥନୀତିକ ସ୍ଥିତିର ପୁନରୁଦ୍ଧାରକୁ ମଧ୍ୟ ବିଶ୍ୱ ବ୍ୟାଙ୍କ ଓ ଆର୍ନ୍ତଜାତିକ ମୁଦ୍ରାପାଣ୍ଠି ଆଦି ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ ସମଗ୍ର ବିଶ୍ୱ କରୋନା ମହାମାରୀ ପରବର୍ତ୍ତୀ  ଆର୍ଥିକ ମାନ୍ଦାବସ୍ଥା ଓ ଗୁରୁତର ସ୍ଥିତି ଦେଇ ଗତି କରୁଥିବାବେଳେ ଭାରତ ତାହାର ଆର୍ଥିକ ପୁନରୁଦ୍ଧାର ଓ ଅଭିବୃଦ୍ଧିକୁ  ଜାରି ରଖି ସମଗ୍ର ଦୁନିଆ ପାଇଁ ଏକ ଉଜ୍ୱଳ ଉଦାହରଣ ପାଲଟିଥିଲା । “୨୦୨୨ରେ ଭାରତ ଏହାର ପୂର୍ବତନ ଉପନିବେଶବାଦୀ ଶାସକ ରାଷ୍ଟ୍ର ବ୍ରିଟେନକୁ ଜିଡିପି ଆଧାରରେ  ପଛରେ ପକାଇ ବିଶ୍ୱର ପଞ୍ଚ ମ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇଥିଲା । ବିଶ୍ୱବ୍ୟାଙ୍କ ୨୦୨୩ -୨୪ରେ ଭାରତର ଜିଡିପି ଅଭିବୃଦ୍ଧି  ୬.୩ ଶତାଂଶ ହେବ ବୋଲି ଆକଳନ କରିଛି । ଭାରତର ଅଭିବୃଦ୍ଧି ନିରନ୍ତର ଭାବେ ବଢି ବଢି ଚାଲିଛି ଏବଂ ଆମେରିକା (୨.୧%), ଚୀନ (୪.୪.%), ୟୁରୋ ଜୋନ (୦.୭%)କୁ ପଛରେ ପକାଇଛି ବୋଲି ଶ୍ରୀ ଯାଦବ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଉଦ୍ଧାର କରି କହିଛନ୍ତି । ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ମାନୁଫ୍ୟାକଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି । ସେଥି ପାଇଁ ସମସ୍ତଙ୍କ ନଜର ଭାରତ ଉପରେ ।

“ଆପଲ” କମ୍ପାନୀ ତାହାର ସର୍ବଶେଷ ବ୍ରାଣ୍ଡର ଆଇଫୋନ -୧୫ର ଉତ୍ପାଦନ ଭାରତରେ ଆରମ୍ଭ କରିଛି । ବାହାରୁ ଉପକରଣ ସବୁ ଅଣାଯାଇ ଭାରତରେ ଏହାକୁ ସମବେତ କରି ଏହି ଫୋନ ଉତ୍ପାଦନ କରାଯାଉଛି । ତାଇୱାନର ଫକ୍ସକନ୍ କମ୍ପାନୀ, ଭାରତରେ ବେଦାନ୍ତ କମ୍ପାନା ସହିତ ମିଶି  ଆମ ଦେଶରେ  ସେମିକଣ୍ଡକ୍ଟରା ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି। ୨୦୨୫ ସୁଦ୍ଧାଭାରତ ଜିଡିପିରେ ଜର୍ମାନୀକୁ ଅତିକ୍ରମ କରିବ ଏବଂ ୨୦୨୭ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇ ଆମେରିକାର ଓ ଚୀନ ପଛକୁ ରହିବ ବୋଲି ଶ୍ରୀ ଯାଦବ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତକୁ ୨୦୪୭ ସୁ୍‌ଦ୍ଧା ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶପଥ ନେଇଛନ୍ତି। ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅମୃତକାଳରେ ଭାରତ ଏହି ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଛି ।

ଆନ୍ତର୍ଜାତିକ ବ୍ୟବସ୍ଥାରେ ଭାରତର ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଅବଗତ । ନିଜର ଆଧ୍ୟାତ୍ମିକ ଓ ସାଂସ୍କୃତିକ  ଶକ୍ତି ବଳରେ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିରେ ସମଗ୍ର ବିଶ୍ୱକୁ ଏକାଠି କରି ତାହାର ନେତୃତ୍ୱ ନେବାକୁ ଆଗ୍ରହୀ । ତେଣୁ ବିଶ୍ୱର ଲୋକଙ୍କୁ ସୁଖ ଶାନ୍ତିରେ ରଖିବାକୁ ନୀତି ଓ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଭାରତ ବୈଶ୍ୱିକ ସ୍ତରରେ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀଙ୍କର ବିଚାର, ଦୂରଦୃଷ୍ଟି ଓ ବିଶ୍ୱ ଭାବନା ସମଗ୍ର ପୃଥିବୀକୁ  ଅନୁପ୍ରାଣିତ କରିଥିବାବେଳେ ବିଦେଶରେ ରହିଥିବା ଭାରତୀୟମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ମଧ୍ୟ ବଢିଛି । ମୋଦୀ ଏଭଳି ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଭାରତ ଗଠନ କରିବାକୁ ଚାହାନ୍ତି ଯେଉଁଠି ଏହା ନିଜକୁ ନିର୍ଣ୍ଣାୟକ ସ୍ଥିତିରେ ରଖି ବିଶ୍ୱର ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ କରି ସମସ୍ତଙ୍କୁ ସୁଖଶାନ୍ତିରେ ରଖିବାକୁ ସମର୍ଥ ହୋଇପାରିବ । ଏ କ୍ଷେତ୍ରରେ ଭାରତ ପ୍ରୟାସକୁ ମଧ୍ୟ ସଫଳତା ମିଳୁଛି ବୋଲି ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଭାରତର କୋମଳ ଶକ୍ତି ଓ ସାଂସ୍କୃତିକ ଐତିହ୍ୟ ଏହାର ବୈଶ୍ୱିକ ପ୍ରଭାବ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ଭାରତର ପ୍ରାଚୀନ ପରମ୍ପରା ବିଶ୍ୱବ୍ୟାପୀ ଲୋକପ୍ରିୟ  ହେବା ପଛରେ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏକନିଷ୍ଠ ଉଦ୍ୟମ । “ ନାଟୁ ନାଟୁ ଓ ଏଲିଫ୍ୟାଣ୍ଡ ହୁଇସପର”କୁ ଓସ୍କାର  ପୁରସ୍କାର ମିଳିବା ଭାରତୀୟ କୋମଳ ଶକ୍ତିର ଏକ ବଡ ବିଜୟ । ଏହାଛଡା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଭାରତୀୟମାନେ  ଭାରତୀୟ ମୂଲ୍ୟବୋଧ, ବିଚାର ଓ ପରମ୍ପରାକୁ ପ୍ରୋତ୍ସାହିତ କରି ସାଂସ୍କୃତିକ ବିନିମୟକୁ ବଳ ଦେଉଛନ୍ତି ।

ସେ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱସ୍ତରରେ ଦେଶର ପ୍ରଭାବ ଓ ପ୍ରତିଷ୍ଠାକୁ ବଢାଇଛନ୍ତି । ବିଶ୍ୱ ନେତାମାନଙ୍କ ଉପରେ ମୋଦୀଙ୍କ ପ୍ରଭାବ ବେଶ୍ ଭଲଭାବରେ ପଡିଛି । ସେମାନେ ସମସ୍ୱରରେ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ଦେଶର  ସବୁ ସ୍ତରରେ ଏକ ସକାରାତ୍ମକ ମନୋଭାବ ଉଦ୍ରେକ କରିବାରେ ଭାରତ ସଫଳ ହୋଇଛି । ଏବେ ଆମ ଯୁବବର୍ଗ ଚାକିରି ପ୍ରତ୍ୟାଶୀ ହେବା ପରିବର୍ତ୍ତେ ନିଯୁକ୍ତି ପ୍ରଦାନ କରୁଛନ୍ତି । ଦୈନିକ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଭାରତ ଏବେ ବିଶ୍ୱର ଏକ ନମ୍ବର । ଷ୍ଟାର୍ଟଅପ୍ ସଂଖ୍ୟା ଦୃଷ୍ଟିରୁ ଆମେ ଏବେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛୁ । ବୃହତ୍ତମ ଷ୍ଟାର୍ଟଅପ୍ ପରିତନ୍ତ୍ର  ଦୃଷ୍ଟିରୁ ବିଶ୍ୱରେ ଭାରତର ସ୍ଥାନ ତୃତୀୟ । ଏବେ ସର୍ବାଧିକ ୟୁନିକର୍ଣ୍ଣ ପ୍ରତିଷ୍ଠା କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ୩ ନମ୍ବର । ୨୦୨୧ରେ ଭାରତରେ ପ୍ରତି ୨୯ଦିନରେ ଗୋଟିଏ ୟୁନିକର୍ଣ୍ଣ ଗଠିତ ହେଉଥିଲା । ୨୦୨୨ରେ ଆମକୁ ଗୋଟିଏ ୟୁନିକର୍ଣ୍ଣ ଗଠନ କରିବାକୁ ମାତ୍ର ୯ ଦିନ ଲାଗିଲା ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ମୁକାବିଲା ସମ୍ପର୍କରେ ସେ ମଧ୍ୟ କହିଥିଲେ ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ ଗ୍ରହଣ କରିଥିବା ନେତୃତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ଏବେ ବିଶ୍ୱରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର ବଢାଇବାକୁ ନେତୃତ୍ୱ ନେଇଛି । ୨୦୧୯ର ଗ୍ରୀନ ହାଉସ ଗ୍ୟାସ ଇନଭେନଟୋରୀ ମାଧ୍ୟମରେ ପରିବେଶ ସୁରକ୍ଷା କ୍ଷେତ୍ରରେ କାମ କରୁଛି । ଭାରତର ଉଦ୍ୟମ ଓ ନେତୃତ୍ୱରେ ଆନ୍ତର୍ଜାତିକ ସୌର ମେଣ୍ଟ , ଲିଡ-ଇଟ୍‌, ସିଡିଆର୍‌ଆଇ, ଆଇଆର୍‌ଆଇଏମ୍‌,ଗ୍ରୀନ କ୍ରେଡିଟ୍ ଇନସିଏଟିଭ ଓ ଆର୍ନ୍ତଜାତିକ ବ୍ୟାଘ୍ର ସୁରକ୍ଷା ମେଣ୍ଟକାର୍ଯ୍ୟ କରୁଛି । ୨୦୩୦ ସୁଦ୍ଧା ଯେଉଁ ପରିମାଣ ଅକ୍ଷୟଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ଭାରତ ଘୋଷଣା କରିଥିଲା ୨୦୨୦-୨୧ ସୁଦ୍ଧା ତାହାକୁ ପୂରଣ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ର ସଫଳ ମୁକାବିଲା, ବୈଶ୍ୱିକ ସହଯୋଗ ଓ ନିରନ୍ତର ବିକାଶ କ୍ଷେତ୍ରରେ ଆଜି ଯାହା ସବୁ ସଫଳତା ମିଳିଛି ତାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିଷ୍ଠା, ଆଗ୍ରହ,ଦୂରଦୃଷ୍ଟି ଓ ଦିଗ୍‌ଦର୍ଶନ ଯୋଗୁଁ ସମ୍ଭବ ହୋଇଛି । ଜଳବାୟୁ ଓ ପରିବେଶ ସୁରକ୍ଷା ତାଙ୍କ କାର୍ଯ୍ୟସୂଚୀରେ ଅଗ୍ରାଧିକାର ପାଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଶାନ୍ତି ରକ୍ଷା ଉଦ୍ୟମରେ ଭାରତର ଭୂମିକା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଆଲୋକପାତ କରିଛନ୍ତି ।

ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ରିଲିଫ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ମାନବିକତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିିଭିନ୍ନ ସ୍ୱଳ୍ପ ବିକଶିତ ରାଷ୍ଟ୍ରଙ୍କୁ ମଧ୍ୟ ଭାରତ ଜେନେରିକ ଔଷଧ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ଟେଲି ମେଡିସିନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧନ କରିବାକୁ ଭାରତ ଉଦ୍ୟମ କରୁଛି ଏବଂ ଅନ୍ୟ ଦେଶକୁ ସାହାଯ୍ୟ ଯୋଗାଉଛି । ଯୁଦ୍ଧ ପ୍ରପୀଡିତ ଦେଶର ଲୋକଙ୍କୁ ଭାରତ ମାନବିକତା ଦୃଷ୍ଟିରୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଣୀଜଗତ ଉପରେ ବି ପଡ଼ୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଭୁବନେଶ୍ୱର: ଏକ ସୁରକ୍ଷିତ ପୃଥିବୀ ନିମନ୍ତେ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତାବୋଲି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ଅବସରରେ ବୁଧବାର ଆୟୋଜିତ ସ୍ୱତବ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦାଶ କହିଛନ୍ତି ଯେ ବିନା ବିନାଶରେ ବିକାଶ ଏବଂ ବିନା ପ୍ରଦୂଷଣରେ ଉତ୍ପାଦନ ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇପଡ଼ିଛି।

ସଂପୂର୍ଣ୍ଣ ପୃଥିବୀରେ ଉଦ୍ଭିଦ ବାୟୋ ମାସ୍‌ର ପ୍ରଭାବ ଅଧିକ ହୋଇଥିବା ବେଳେ ସେଥିରେ ଜୀବଜନ୍ତୁ ଓ ମନୁଷ୍ୟମାନଙ୍କର ଅଂଶ ମାତ୍ର ଯଥାକ୍ରମେ ୦.୪ ପ୍ରତିଶତ ଓ ୦.୦୧ ପ୍ରତିଶତ ଅଟେ। ଏଥିରେ ଯଦି ସାମାନ୍ୟତମ ବ୍ୟତିକ୍ରମ ଘଟେ ତେବେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତିର ଉଦ୍‌ଭବ ହେବ ବୋଲି ସେ କହିଥିଲେ।

ବର୍ତ୍ତମାନ ସବୁ ସ୍ଥାନରେ ଜଳବାୟୁ ପରିବର୍ତନ ଦେଖିବାକୁ ମିଳୁଛି ଏବଂ ପ୍ରାଣୀ ଜଗତରେ ଏହାର ଖୁବ୍ ପ୍ରଭାବ ପଡ଼ୁଛି। ଉଦ୍ୟୋଗୀକରଣ ଏବଂ ଜଙ୍ଗଲ
ନଷ୍ଟ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ଅଟେ। ବିକାଶକୁ ଆମେ ବନ୍ଦ କରିପାରିବା ନାହିଁ କିନ୍ତୁ ବିନାଶ ନ ହୋଇ କିଭଳି ବିକାଶ ଏବଂ ପ୍ରଦୂଷଣ ନ ହୋଇ
ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ସେ ଦିଗରେ ଆମେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଦାଶ କହିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ଓ ଓଡ଼ିଶା ଲାଇଭ୍‌ଷ୍ଟକ୍‌
ଡେଭେଲପ୍‌ମେଂଟ ସୋସାଇଟିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚ୍‌ର ଡିନ୍‌
ପ୍ରଫେସର ବ୍ରହ୍ମଦେବ ପ…ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ
ରଖିଥିଲେ।

ପ୍ରାଣୀ ଜଗତକୁ ସୁରକ୍ଷିତ ପରିବେଶ ଯୋଗାଇ ଦେବାରେ ମାନବ ଜାତି ଯତ୍ନବାନ ହେବା ଉଚିତ୍ ବୋଲି କହିବା ସହ ପ୍ରଫେସର ଦାଶ ପିମ୍ପୁଡି, ଉଇ ଓ ମହୁମାଛି ଭଳି କୀଟଙ୍କ ଜୀବନ ଉପରେ ଗୁରୁତ୍ୱାରୋପ କରିଥିଲେ।

କିଛି ଜୀବଙ୍କର ସାମାଜିକ ଜୀବନ ଅତ୍ୟନ୍ତ ସୁଦୃଢ଼ ଏବଂ ପିମ୍ପୁଡି ଓ ଉଇ ଭଳି କୀଟଙ୍କର ଆଫିଡ ଭଳି ଅନ୍ୟ ଏକ କୀଟ ସହ ସ୍ୱତବ ସମ୍ପର୍କ ରହିଛି ଯିଏ କି ଏକ ହନିଡ୍ୟୁ ଭଳି ଏକ ମଧୁର ଦ୍ରବ୍ୟ କ୍ଷରଣ କରିଥାଏ। ନୂଆଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଲେରିଆ ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାସ କହିଥିଲେ ଯେ ଏହି କ୍ଷରଣ ଖୁବ୍ ମିଠା ଏବଂ ପିମ୍ପୁଡି ଓ ଉଇ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି।

ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ପଶୁପକ୍ଷୀମାନେ ଭଲ ପାଇବା ଓ ଯତ୍ନ ପାଇଲେ ସେମାନେ ମଧ୍ୟ ମଣିଷର ଅତି ନିଜର ହୋଇପଡ଼ନ୍ତି। ଅନେକ ସମୟରେ ଗୃହପାଳିତ ପଶୁ ଗୁଡ଼ିକ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ନଜିର ରହିଥିବା ସେ କହିଛନ୍ତି। ପଶୁ ଏବଂ ପକ୍ଷୀଙ୍କ ଠାରୁ ସେମାନଙ୍କର ଏହି ସକରାତ୍ମକ କଳାକୁ ଆମେ ଗ୍ରହଣ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି ଅବସରରେ ପ୍ରଫେସର ପ…ନାୟକ କହିଥିଲେ ଯେ ମାନବ ଜାତିର ଜୀବନ ପ୍ରକ୍ରିୟା ନିମନ୍ତେ ପଶୁ ଏବଂ ପକ୍ଷୀମାନଙ୍କର ଗୁରୁତ୍ୱ ଖୁବ୍ ଅଧିକ। କାରଣ ଅନେକ ଟୀକାକରଣ ପ୍ରଥମେ ପଶୁମାନଙ୍କ ଉପରେ ର୍ହି ପ୍ରୟୋଗ କରାଯାଇଥାଏ। କୁକୁର ପ୍ରେମୀମାନଙ୍କୁ ଉପଦେଶ ଦେଇ ସେ କହିଥିଲେ ଯେ ଏହି ଗୃହପାଳିତ ପଶୁମାନେ ମାଂସାହାରୀ ହୋଇଥିବାରୁ ସେମାନଙ୍କୁ ଶାକାହାରୀ ଖାଦ୍ୟ ଦେବା ଉଚିତ୍ ନୁହେଁ।

ପ୍ରଫେସର ମିଶ୍ର ପ୍ରାଣୀମାନଙ୍କ ପ୍ରତି ନିଜର ଭଲ ପାଇବା ଓ ଯତ୍ନ ବଢ଼ାଇବା ସହ ଶାକାହାରୀ ହେବା ନେଇ ଗୁରୁତ୍ୱାରୋପ କରିଥିଲେ। ଆମେ ସମସ୍ତେ ପଶୁ ପକ୍ଷୀମାନଙ୍କୁ ଭଲ ପାଇବା, ସୁରକ୍ଷା ଦେବା ଓ ଯତ୍ନ ଦେବା ଉଚିତ୍ ବୋଲି ସେ କହିଥିଲେ।

ଓଡ଼ିଶା ଲାଇଭଷ୍ଟକ୍ ଡେଭେଲପ୍‌ମେଂଟ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାଣୀଚିକିତ୍ସକଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ୍ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରାଜ କିଶୋର ମହାନ୍ତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଆଇଭିଏସ୍‌ଏଏଚ୍‌ର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବଳରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭଞ୍ଜବିହାରରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଭଞ୍ଜବିହାର କୁଳପତି ଡଃ ଗୀତାଞ୍ଜଳି ଦାସ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟକୁ ପୁସ୍ତକ ଜରିଆରେ ଲିଖିତ ପ୍ରକାଶ କରିବାକୁ ମଞ୍ଚାସୀନ ଅତିଥି ମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୁଦୁର ଫ୍ରାନ୍ସର ଲୋକାସ ମାର୍ଗନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ସହ ଲୋକେ ଖାପଖୁଆଇ ଚଳିବା ପାଇଁ ପରାମର୍ଶ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ଟାଟା ଷ୍ଟିଲର ଓଡ଼ିଶା ମୁଖ୍ୟ ଡଃ ଅମ୍ବିକା ପ୍ରସାଦ ନନ୍ଦ ଯୋଗ ଦେଇ ପରିବର୍ତ୍ତନ ଜଳବାୟୁ ଦ୍ଵାରା ମହିଳା ଓ ଶିଶୁ ମାନେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ଏତଦବ୍ୟତୀତ ସମ୍ମାନୀତ ଅତିଥି ଭାବେ ସ୍କଟଲାଣ୍ଡର ଲୋରେନ୍ ମାର୍କଲଏଣ୍ଡ୍ ଯୋଗ ଦେଇଥିଲେ ଓ ଅର୍ଥନୀତି ବିଭାଗର ମୁଖ୍ୟ ଡଃ ସୁଧାକର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ର ଯୁଗ୍ମ ନିର୍ଦ୍ଦେଶକ ଡଃ ଅଞନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପରିବେଶ ସଙ୍କଟର ମୁକାବିଲା ପାଇଁ କାର୍ଯ୍ୟ କରିବାକୁ ଜି୨୦ ଦେଶଗୁଡ଼ିକର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ ଆର୍ଟିକଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ସଙ୍କଟ ଏବଂ ଆହ୍ୱାନର ମୁକାବିଲା ପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱୀକାର କରିଛନ୍ତି।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ଘୋଷଣାନାମା ସହିତ ଜି୨୦ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ପରିବେଶ ସଙ୍କଟ ତଥା ଆହ୍ୱାନର ମୁକାବିଲା ପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।’

Categories
ଆଜିର ଖବର ରାଜ୍ୟ ଖବର

ନିଜର ସମସ୍ୟା ଓ ଭବିଷ୍ୟତର ଆକାଂକ୍ଷା ବଖାଣିଲେ ଗ୍ରାମାଂଚଳ ବାସୀ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ, ମୃତିକା କ୍ଷୟ, ଆଦିବାସୀଙ୍କ ଶୋଷଣ ଓ ମହିଳାଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ଆଜି ଏଠାରେ ଉଦ୍‌ଯାପିତ ହୋଇଥିବା ଏକ ଦୁଇ ଦିନିଆ ସମ୍ମିଳନୀରେ ଗ୍ରାମାଂଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଆଲୋଚନା କରାଯାଇଛି।

ଡିଜିଟାଲ୍ ନ୍ୟୁଜ ପ୍ଲାଟଫର୍ମ, ରୁରାଲ ଭଏସ୍‌, ବେଙ୍ଗାଲୁରୁସ୍ଥିତ ସକ୍ରାଟସ୍ ଫାଉଣ୍ଡେସନ୍ ଓ ଏକ ସାମାଜିକ ଅନୁଷ୍ଠାନ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସ ଦ୍ୱାରା ଆୟୋଜିତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶାର ୨୧ ଟି ଜିଲ୍ଲାରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ପ୍ରତିନିଧିମାନଙ୍କ ମଧ୍ୟରେ କୃଷକ, କାରିଗର, କ୍ଷୁଦ୍ର ଉଦ୍ୟୋଗୀ, ରାଜନୈତିକ କର୍ମୀ, ମହିଳା ଉଦ୍ୟୋଗୀ, ସାମାଜିକ କର୍ମୀ, ଗ୍ରାମାଂଚଳର ସାମ୍ବାଦିକ ଓ ଜଳବାୟୁ ପରିବର୍ତନ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ସାମ୍ନା କରୁଥିବା ସମସ୍ୟା ଓ ସେମାନଙ୍କର ଆକାଂକ୍ଷା ସମ୍ପର୍କରେ ମତ ରଖିଥିଲେ।

ଭାରତର ଗ୍ରାମାଂଚଳରେ ଏଭଳି ସମ୍ମିଳନୀର ଆୟୋଜନ କରିବା ନେଇ ଯୋଜନା ରଖିଥିବା ରୁରାଲ ଭଏସ୍ ଓ ସକ୍ରାଟସ୍ ଫାଉଣ୍ଡେସନ୍ ପକ୍ଷରୁ ଏହି କାର୍ଯକ୍ରମ ହାତକୁ ନିଆଯାଇଛି ଏବଂ ଗ୍ରାମାଂଚଳ ବାସିନ୍ଦାଙ୍କର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରୁରାଲ ଭଏସ୍‌ର ପ୍ରତିଷ୍ଠା ଶ୍ରୀ ହରଭୀର ସିଂ।

ଶ୍ରୀ ସିଂ କହିଛନ୍ତି ଯେ ପ୍ରଥମ ସମ୍ମିଳନୀଟି ଉତର ପ୍ରଦେଶର ମୁଜାଫରନଗରରେ ଆୟୋଜିତ ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ସମ୍ମିଳନୀ ଆୟୋଜିତ ହୋଇଛି। ଏହାର ପରବର୍ତୀ କାର୍ଯ୍ୟକ୍ରମ ରାଜସ୍ଥାନ ଏବଂ ଦକ୍ଷିଣ ଭାରତ ଓ ଉତର ପୂର୍ବ ଭାରତରେ ଆୟୋଜନ କରାଯିବାର ଯୋଜନା ରହିଛି।

ଗ୍ରାମାଂଚଳରେ ରହୁଥିବା ବାସିନ୍ଦାଙ୍କର ସମସ୍ୟାର ସମାଧାନ ଏବଂ ତାଙ୍କ ଜୀବନଶୈଳୀରେ ଉନ୍ନତି ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ସକ୍ରାଟସ୍ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଶ୍ରୀ ପ୍ରଚୁର ଗୋଏଲ।

ଏହି ଅବସରରେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସର ପ୍ରତିଷ୍ଠାତା ଶ୍ରୀ ସମ୍ବିତ ତ୍ରିପାଠୀ କହିଥିଲେ ଯେ ଏହି ସମ୍ମିଳନୀରେ ପ୍ରତିଯୋଗୀମାନେ ସ୍ୱଚ୍ଛ ପାନୀୟ ଜଳ, ଜଳସେଚନ ସୁବିଧା, ଶିକ୍ଷାର ଗୁଣାବତା ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମଦ୍ୟପାନ ଏବଂ ନିଶା ସେବନ ଭଳି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗ୍ରାମାଂଚଳଗୁଡ଼ିକୁ ନିଶାମୁକ୍ତ କରିବା ନେଇ ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ।

ଗ୍ରାମାଂଚଳରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଶେଷ ହେବା ପରେ ଏହାର ଏକ ବିସ୍ତୃତ ତଥ୍ୟ ଜାତୀୟ ସ୍ତରୀୟ ନୀତିନିର୍ଦ୍ଧାରଣକାରୀ ଓ ବିଶେଷଜ୍ଞଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ସିଂ କହିଥିଲେ।

ଜଳବାୟୁ ପରିବର୍ତନ ଦ୍ୱାରା ସମୁଦ୍ରର ସ୍ତର କିଭଳି ବୃଦ୍ଧି ପାଇବାରେ ଲାଗିଛି ଓ ଏହା ଦ୍ୱାରା କୃଷି ଉପରେ ଏହାର ପ୍ରଭାବ ପଡ଼ୁଛି ବୋଲି ସେମାନେ କହିଥିଲେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଏହି ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଏକ ପାନେଲ ଆଲୋଚନାରେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନସଚିବ ଯୁଗଳ କିଶୋର ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ମିତାଲି ଚିନାରା ଓ ହରଭୀର ସିଂ ଯୋଗ ଦେଇଥିଲେ।

ଶ୍ରୀ ମହାପାତ୍ର ଗତ ୪ ଦଶନ୍ଧି ମଧ୍ୟରେ ହୋଇଥିବା ବିକାଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିବା ବେଳେ ପ୍ରଫେସର ଚିନାରା ବିକାଶ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋକପାତ କରିଥିଲେ।

ସେହିପରି ଶ୍ରୀ ସିଂ ପ୍ରସ୍ତାବିତ କୃଷି ଆଇନ୍ ଓ ଏ ସମ୍ପର୍କିତ ଜାତୀୟ ସ୍ତରୀୟ ବିଚାରଧାରା ଉପରେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଳବାୟୁ ପରିବର୍ତ୍ତନ ଗବେଷଣାକୁ ନେଇ ଆଇଏମ୍‌ଡି ଏବଂ ସୋଆ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଜଳବାୟୁ ପରିବର୍ତନର ଭୟଙ୍କର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଥିବା ବେଳେ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ନିମନ୍ତେ ବାୟୁମଣ୍ଡଳ ବିଜ୍ଞାନ ଓ ଜଳବାୟୁ ମଡେଲିଂ କ୍ଷେତ୍ରରେ ସହଯୋଗ ନେଇ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି।

କୃଷି କ୍ଷେତ୍ରରେ ଜଳବାୟୁର ପ୍ରଭାବ ଏବଂ କିଭଳି ପ୍ରକ୍ରିୟାରେ କୃଷକମାନେ ଉପକୃତ ହୋଇପାରିବେ ସେ ସମ୍ପର୍କର ସୋଆ ଓ ଆଇଏମ୍‌ଡି ମିଳିତ ଭାବେ କାର୍ଯ୍ୟ କରିବେ। ଆଇଏମ୍‌ଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଡକ୍ଟର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ସହ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଏକ ବର୍ଷ ପୂର୍ବେ ଏକ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ପ୍ରତିଷ୍ଠା କରାଯାଇଛି । ସୋଆ ଓ ଆଇଏମ୍‌ଡି ମଧ୍ୟରେ ତଥ୍ୟର ଆଦାନପ୍ରଦାନ ସହ ବିଶେଷ ଜ୍ଞାନ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ନେଇ ମିଳିତ ଗବେଷଣା କରାଯିବ। ଜଳବାୟୁ ପରିବର୍ତନ ଯୋଗୁଁ ଚାଷ ଉପରେ ପଡ଼ୁଥିବା ପ୍ରଭାବକୁ ଆଖିରେ ରଖି ପରିବର୍ତିତ ପରିସ୍ଥିତିରେ କୃଷକମାନେ କିପରି ଲାଭଜନକ କୃଷି ଆପଣେଇ ପାରିବେ ସେ ସମ୍ପର୍କରେ କାର୍ଯ୍ୟ କରାଯିବ।

ଏହି ଦୁଇ ଅନୁଷ୍ଠାନ ବିଭିନ୍ନ ତଥ୍ୟକୁ ନେଇ ଗବେଷଣା କରିବା ସହ ମିଳିତ ସନ୍ଦର୍ଭ ପ୍ରକାଶ କରିବେ ଓ ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିବେ।
ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଏବଂ ସୋଆ ମିଳିତ ଭାବେ ଜଳବାୟୁ ବିଜ୍ଞାନ କ୍ଷେତ୍ରରେ ନୂତନ ଟେକ୍ନୋଲୋଜି ଉପଯୋଗ କରି ବିଭିନ୍ନ ଅଂଶୀଦାରଙ୍କ ସାହାଯ୍ୟ ନିମନ୍ତେ କାର୍ଯ୍ୟ କରିବେ।

ବୁଝାମଣା ଅନୁଯାୟୀ ଭାରତୀୟ ପାଣିପାଗ ବିଭାଗର ଅନୁମୋଦିତ ବୈଜ୍ଞାନିକମାନେ ସୋଆ ସହିତ ମିଳିତ ଗବେଷଣା ଏବଂ ବିକାଶ ପ୍ରକଳ୍ପରେ ଭାଗ ନେବେ ଏବଂ ଏମଏସସି, ଏମ୍‌ଟେକ୍ ଏବଂ ପିଏଚ୍‌ଡି ଛାତ୍ରଛାତ୍ରୀ ତଥା ସନ୍ଦର୍ଭ ଲେଖକମାନଙ୍କ ଗବେଷଣାର ତଦାରଖ କରିବା ସହ ରିପୋର୍ଟ ପ୍ରକାଶନରେ ସହାୟତା କରିବେ।
ଆଇଏମ୍‌ଡି ଜଳବାୟୁ ବିଜ୍ଞାନ ଏବଂ ଏହାର ପ୍ରୟୋଗ ସମ୍ବନ୍ଧୀୟ କ୍ଷେତ୍ରରେ ସହମତିରେ ପିଏଚ୍‌ଡି ଗବେଷଣା ନିମନ୍ତେ ସହଯୋଗ କରିବ ଏବଂ ଅନୁରୋଧ କ୍ରମେ କ୍ଷେତ୍ର ଏବଂ ପରୀକ୍ଷାଗାର ସୁବିଧା ପ୍ରଦାନ କରିବ । ଏହା ବ୍ୟତୀତ ଭାରତୀୟ ପାଣିପାଗ ବିଭାଗ ଛାତ୍ରଛାତ୍ରୀ , ଗବେଷକ ଏବଂ ସୋଆ ଅଧ୍ୟାପକମାନଙ୍କ ପାଇଁ ଉପଲବ୍ଧ ହେଲେ ପରୀକ୍ଷାଗାର ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବ।

ଏହି ଅବସରରେ ସୋଆ ସିସିଏସ୍‌ଏର ମୁଖ୍ୟ ପ୍ରଫେସର ଆର୍‌.କେ. ପଣ୍ଡା, ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ୟୁ.ସି ମହାନ୍ତି, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଡିନ୍ ପ୍ରଫେସର ଏସ୍‌. କେ. ରାଉତ ଏବଂ ଆଇଏଏସ୍‌ର ପ୍ରଫେସର ଡକ୍ଟର ଦୀନବନ୍ଧୁ ଜେନା ଓ ପ୍ରଫେସର ଜଗମୋହନ ଲାଲ୍ ଗୁଲାଟି ପ୍ରମୁଖ ଉପସ୍ଥିତ ଥିଲେ।

ଡକ୍ଟର ମହାପାତ୍ର କହିଲେ ଏହି ବୁ୍‌ଝାମଣା ଦ୍ୱାରା ସୋଆ ମିଳିତ ଭାବରେ ଅନେକ ଗବେଷଣା କରିପାରିବ ଯାହାକି ମାନବ ସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳର ବିକାଶ କ୍ଷେତ୍ରରେ ସହାୟ ହୋଇପାରିବ। ସେ କହିଥିଲେ ଯେ ଆଇଏମ୍‌ଡି ନିକଟରେ ଅନେକ ତଥ୍ୟ ରହିଛି ଯାହାକି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା କାର୍ଯ୍ୟ ନିମନ୍ତେ ବିନା ମୂଲ୍ୟରେ ଯୋଗାଇ ଦିଆଯାଇପାରିବ।

ଆଇଏମ୍‌ଡି ନିକଟରେ ୧୯୦୧ ମସିହାରୁ ଡିଜିଟାଲ୍ ଡାଟା, ୧୯୮୩ ମସିହାରୁ ସାଟେଲାଇଟ ଡାଟା ଏବଂ ୧୯୯୯ ମସିହାରୁ ଡପ୍‌ଲର ଡାଟା ଉପଲବ୍ଧ ଅଟେ ବୋଲି ସେ କହିଥିଲେ।

୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟା ଯେଉଁଥିରେ କି ଓଡ଼ିଶାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହି ଦୁଖଃଦ ଘଟଣାକୁ ସ୍ମରଣ କରି ଡଃ ମହାପାତ୍ର କହିଥିଲେ ଯେ ଏହା ସମସ୍ତଙ୍କର ଆଖି ଖୋଲିଦେଇଥିଲା। କାରଣ ସେତେବେଳେ ବିଜ୍ଞାନର ପ୍ରୟୋଗ ଠିକ୍ ଭାବେ ହୋଇପାରି ନଥିଲା। କିନ୍ତୁ ତା’ ପର ଠାରୁ ଏ କ୍ଷେତ୍ରରେ ଅନେକ ଉନ୍ନତି ଘଟିଛି। ତେଣୁ ବର୍ତମାନ ବାତ୍ୟା ଆସିଲେ ଜିରୋ କାଜୁଆଲିଟି ସମ୍ଭବ ହୋଇପାରୁଛି।

ନିକଟରେ ଗୁଜରାଟ ଉପକୂଳରେ ଆସିଥିବା ବାତ୍ୟା ‘ବିପର୍ଯ୍ୟୟ’ରେ କୌଣସି ମୃତ୍ୟୁ ଘଟି ନଥିବା ବେଳେ ୨୦୧୩ ମସିହାରେ ଫାଇଲିନ୍‌ରେ ଓଡ଼ିଶାରେ ମାତ୍ର ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗବେଷଣା ଓ ସହଭାଗିତାରେ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତ-ୟୁଏଇ ଜଳବାୟୁ ପରିବର୍ତ୍ତନ ନେଇ ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି। ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ ସିଓପି-୨୮ ର ଆୟୋଜନ ହୋଇଥିବାରୁ ୟୁଏଇକୁ ଅଭିନନ୍ଦନ ଜଣାଇବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି। ମହାମହିମ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଆଲ ନାହ୍ୟାନ ମଧ୍ୟ ଅପରପକ୍ଷରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଉଭୟ ନେତା ଆନ୍ତର୍ଜାତିକ ସମୁଦାୟକୁ ପ୍ୟାରିସ ରାଜିନାମାର ଦୀର୍ଘମିଆଦି ଲକ୍ଷ୍ୟ ପୂରଣ ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି। ପ୍ରତ୍ୟେକ ରାଷ୍ଟ୍ରର ବିବିଧ ଜାତୀୟ ପରିସ୍ଥିତିକୁ ବିଚାର କରି ୟୁଏନଏଫସିସିସି ଓ ପ୍ୟାରିସ ରାଜିନାମାରେ ନୀତିନିୟମ ଓ ସାମାଜିକ ନ୍ୟାୟକୁ ସମ୍ମାନ ଦେଇ ଏହାକୁ କଡାକଡି ପାଳନ କରିବାକୁ ମଧ୍ୟ କହିଛନ୍ତି।

ଉଭୟ ନେତା ଅଭିଳଷିତ, ସନ୍ତୁଳିତ ଓ କାର୍ଯ୍ୟକାରୀ ହୋଇପାରୁଥିବା କୋପ-୨୮ର ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମତାମତକୁ ଅତ୍ୟାବଶ୍ୟକ ମନେ କରିଛନ୍ତି। ସେଗୁଡିକ ମଧ୍ୟରେ ପ୍ରଶମନ, ଗ୍ରହଣଯୋଗ୍ୟତା, କ୍ଷତି ଓ ଭଙ୍ଗାରୁଜା ବିଷୟ ଓ ଜଳବାୟୁ ସଂକ୍ରାନ୍ତ ଆର୍ଥିକ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ।

ଏହି ସବୁ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ନେତାଗଣ ପ୍ରତ୍ୟେକ ଅଂଶୀଦାରକୁ ଗଠନମୂଳକ ମନୋଭାବ ଓ ସଂହତିର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ଉଭୟ ନେତା ଗ୍ଲୋବାଲ ଷ୍ଟକଷ୍ଟେକ(ଜିଏସ୍‌ଟି) ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏହା ସଫଳତା ସହ ସିଓପି-୨୮ ଶେଷ ହେବା ଉପରେ ଆଶାବ୍ୟକ୍ତ କରିଥିଲେ। ଏହି ଅଭିଳଷିତ କାର୍ଯ୍ୟ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ସହ ପ୍ୟାରିସ ରାଜିନାମାର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ସେମାନେ ସିଓପି-୨୮ ରେ ଏକ ସନ୍ତୁଳିତ ଲକ୍ଷ୍ୟ ନେଇ ବୈଶ୍ୱିକ ଷ୍ଟଟଷ୍ଟେକର ବିଚାର କରିବା ସହ ଜିଏସ୍‌ଟି ଫଳାଫଳ ଭିତ୍ତିରେ ବିକଶିତ ରାଷ୍ଟ୍ରଗୁଡିକ ନିମନ୍ତେ ଆର୍ଥିକ ସହାୟତା ଓ ସହଯୋଗ ଉପରେ ମତ ଦେଇଥିଲେ। ବିକଶିତ ରାଷ୍ଟ୍ରଗୁଡିକୁ ଆନ୍ତର୍ଜାତିକ ସହଯୋଗ ଦେବା ସହ ଜଳବାୟୁ ପରିବର୍ତ୍ତନର କୁପ୍ରଭାବର ମୁକାବିଲା ଅଧିବେଶନ ଓ ପ୍ୟାରିସ ରାଜିନାମା ଅନୁସାରେ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ଉଭୟ ନେତା ଜଳବାୟୁ ପ୍ରଭାବ ସମ୍ମୁଖୀନ ହେବା ନେଇ ବିକଶିତ ରାଷ୍ଟ୍ରଗୁଡିକୁ ସେମାନଙ୍କ ସାମର୍ଥ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ବୈଶ୍ୱିକ ଲକ୍ଷ୍ୟ ଉପଯୋଗୀକରଣ(ଜିଜିଏ) ନେଇ ବାସ୍ତବ ପ୍ରଗତି ଅପରିହାର୍ଯ୍ୟ ହୋଇବାବେଳେ କେତେକ କ୍ଷେତ୍ର ଯେପରିକି ଖାଦ୍ୟ ଅବସ୍ଥାନ୍ତର ପଦ୍ଧତି, ଜଳ ପରିଚାଳନା, ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଳ ଉତ୍ସରଣ ପ୍ରତିରୋଧକାରୀ ବା ଲୁଣା ଜଙ୍ଗଲ, ସଂରକ୍ଷଣ, ସ୍ଥାୟୀ ଓ ନିରନ୍ତର ଜୈବ ବିବିଧତା ବ୍ୟବହାର ଓ ଜନସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।

ଅବହେଳିତ ଶ୍ରେଣୀ ଯେପରି ଜଳବାୟୁ ପରିବର୍ତ୍ତନ କୁପ୍ରଭାବର ମୁକାବିଲା ପ୍ୟାରିସ ରାଜିନାମାର ବ୍ୟବସ୍ଥା ଅନୁସାରେ କରିପାରିବେ, ସେଥିନେଇ ଆନ୍ତର୍ଜାତିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ଷୟକ୍ଷତି ଓ ଜଳବାୟୁଜନିତ ପ୍ରତିକୂଳ ପ୍ରଭାବକୁ ରୋକିବା ନିମନ୍ତେ କାର୍ଯ୍ୟ ତ୍ୱରାନ୍ୱିତ କରି ସିଓପି-୨୮ ଆର୍ଥିକ ସହାୟତା ବ୍ୟବସ୍ଥା ତଥା କ୍ଷୟକ୍ଷତି ପାଣ୍ଠିର ସୁବିନିଯୋଗ ରାଷ୍ଟ୍ରଗଣ କରିବା ଉପରେ ଉଭୟ ସହମତି ହୋଇଥିଲେ।

ଅକ୍ଷୟ ଶକ୍ତି, ସବୁଜ ଉଦ୍‌ଯାନ, ଭଣ୍ଡାରଣ ପ୍ରଯୁକ୍ତି ବିନିଯୋଗ, କମ୍ ଶକ୍ତି ବିନିଯୋଗ ଓ ଅନ୍ୟାନ୍ୟ କମ୍ ଅଙ୍ଗାରକାମ୍ଳ ଉତ୍ସରଣ ସମାଧାନ ପନ୍ଥା ପାଇଁ ପୁଞ୍ଜି ବିନିଯୋଗ ଉପରେ ଉଭୟେ ମତ ରଖିଥିବା ବେଳେ ଏହା ନିରନ୍ତର ଓ ସ୍ଥାୟୀ ଆର୍ଥିକ ବିକାଶ ସହ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ମତ ଦେଇଥିଲେ। ଉଭୟ ଅଙ୍ଗାରକାମ୍ଳ ଉତ୍ସରଣ ହ୍ରାସ ପାଇଁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଉପରେ ସମର୍ଥନ ବ୍ୟକ୍ତ କରିଥିବାବେଳେ ଏହା ଯେପରି ବ୍ୟାପକ ତଥା ନିରନ୍ତର ବିକାଶ ସୁନିଶ୍ଚିତ କରିବ ତା’ଉପରେ ମଧ୍ୟ ଗୁରୁତ୍ୱଆରାପ କରିଥିଲେ। ସେଥିପାଇଁ ଉଦ୍ୟମକୁ ଦ୍ୱିଗୁଣିତ କରିବା ସହ ଏହାର ଉପଲବ୍‌ତା ସୁନିଶ୍ଚିତ କରିବା ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଯେପରି ବିକାଶମୁଖୀ ରାଷ୍ଟ୍ରଗୁଡିକୁ ଦିଆଯିବ ସେଥିପାଇଁ ଉଭୟ ନେତା ଆନ୍ତର୍ଜାତିକ ଗୋଷ୍ଠୀକୁ ମଧ୍ୟ ନିବେଦନ କରିଥିଲେ।

ଉଭୟ ନେତା ଜଳବାୟୁ ପରିବର୍ତ୍ତନ ଢାଞ୍ଚା ମଧ୍ୟରେ ହିଁ ଶକ୍ତିର ଅବସ୍ଥାନ୍ତର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ତିନୋଟି ସମାନ ଅଥଚ ଗୁରୁତ୍ୱପୂର୍ଣର୍ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡିକ ହେଲା ଶକ୍ତି ସୁରକ୍ଷା ଓ ଉପଲବ୍ଧତା, ଆର୍ଥିକ ସମୃଦ୍ଧି ଓ ଗ୍ରୀନ ହାଉସ ଗ୍ୟାସ ଉତ୍ସରଣ। କମ୍ ବ୍ୟୟସାପେକ୍ଷ ନିର୍ଭରଯୋଗ୍ୟ ଓ ସମସ୍ତଙ୍କ ପାଇଁ ନିରନ୍ତର ଶକ୍ତିର ସର୍ବଜନୀନତା ପାଇଁ ଉଭୟ ଭାରତ ଓ ୟୁଏଇ ନିଃସର୍ତ୍ତ ସମର୍ଥନ ଦେଉଥିବା ସେମାନେ ଦୃଢତାର ସହ କହିଥିଲେ।

ଉଭୟ ଦେଶ ବିକଶିତ ରାଷ୍ଟ୍ରଗୁଡିକ ୧୦୦ବିଲିୟନ ଆମେରିକୀୟ ଡଲାର ବିକାଶମୁଖୀ ରାଷ୍ଟ୍ରମାନଙ୍କୁ ଦେବା ନେଇ ନିଜର ସହମତ ହୋଇଥିଲେ। ଏହା ଫଳରେ ବିକାଶମୁଖୀ ରାଷ୍ଟ୍ରଗୁଡିକ ୨୦୨୩ ସୁଦ୍ଧା ଜଳବାୟୁର ବର୍ତ୍ତମାନ ପ୍ରତିକୂଳ ପ୍ରଭାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସେମାନେ ମଧ୍ୟ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିନାମା ନେଇଥିବା ଆଇନଗତ ବାଧ୍ୟତାର ସ୍ମରଣ କରାଇ ଜଳବାୟୁ ଆର୍ଥିକ ସହାୟତାକୁ ଦ୍ୱିଗୁଣିତ କରିବା ଓ ତାହା ବିକାଶମୁଖୀ ରାଷ୍ଟ୍ରଗୁଡିକୁ ୨୦୧୯ରୁ ୨୦୨୫ ମଧ୍ୟରେ ବିପର୍ଯ୍ୟୟ ପ୍ରଶମନ ନେଇ ସନ୍ତୁଳନ ରକ୍ଷା କରିପାରିବେ।

ନେତାଦ୍ୱୟ ଆନ୍ତର୍ଜାତିକ ଆର୍ଥିକ ପ୍ରତିଷ୍ଠାନ (ଆଇଏଫଏଲଏସ) ଓ ବହୁରାଷ୍ଟ୍ରୀୟ ବିକାଶ ବ୍ୟାଙ୍କ (ଏମ୍‌ଡିବିଏସ)କୁ ଆଥିôର୍କ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଚଳିତବର୍ଷ ରିହାତି ଯୁକ୍ତ ଆର୍ଥିକ ସହାୟତା ପ୍ରଦାନ, କ୍ଷତି ପରିଚାଳନା ଓ ଅତିରିକ୍ତ ଘରୋଇ ପୁଞ୍ଜି ବ୍ୟବସ୍ଥା, ବିକାଶମୁଖୀ ରାଷ୍ଟ୍ରମାନଙ୍କ ପାଇଁ ବ୍ୟବସ୍ଥା କଲେ ସେମାନେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ସକ୍ଷମ ହେବେ ବୋଲି ମତ ଦେଇଥିଲେ। ବିକାଶଗତ ସହାୟତାରେ କୌଣସି ସାଲିସ ନ କରି ଏମଡିବିଏସ୍ ମାନେ ଏକ ବିଂଶ ଶତାବ୍ଦୀର ବୈଶ୍ୱିକ ଆହ୍ୱାନର ମୁକାବିଲା କରିପାରିବେ।

ସ୍ଥାୟୀ ଓ ନିରନ୍ତର ପରିବେଶ ବନ୍ଧୁ ଭାବପନ୍ନ ବ୍ୟକ୍ତିଗତ ବ୍ୟବହାର ଯେତେବେଳେ ଗଣବ୍ୟବହାରରେ ପରିଣତ ହୁଏ ତାହା ବୈଶ୍ୱିକ ଜଳବାୟୁ ମୁକାବିଲାରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେମାନେ ନିରନ୍ତର ଓ ସ୍ଥାୟୀ ଜୀବନଶୈଳୀ ନେଇ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ମଧ୍ୟ ସହମତ ହୋଇଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଭାରତରେ ମିଶନ ଲାଇଫ ପଦକ୍ଷେପର ପ୍ରଶଂସା କରିଥିଲେ। ପରିବେଶ ନେଇ ସିଓପି-୨୮ କାର୍ଯ୍ୟକ୍ରମ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଧାନ୍ୟ ଦେବ ବୋଲି ଉଭୟ ଆଶା ପ୍ରକଟ କରିଥିଲେ।

ଉଭୟ ନେତା ଭାରତର ଜି-୨୦ଅଧ୍ୟକ୍ଷତାର ଗୁରୁତ୍ୱ ଓ ମହତ୍ୱ ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ଜଳବାୟୁ ପରିବର୍ତ୍ତନ ନେଇ ଜି-୨୦ର ଭୂମିକା ଓ ଏହାର ସହଯୋଗ ଉପରେ ମଧ୍ୟ ଦୃଢ ମତ ରଖିଥିଲେ। ସେମାନେ ଆର୍ଥିକ ଓ ପ୍ରଯୁକ୍ତି ବିଷୟକୁ ମଧ୍ୟ ନିରନ୍ତର ଶକ୍ତି ଅବସ୍ଥାନ୍ତର ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ।

ଉଭୟ ନେତା ୟୁଏଇରେ ହେଉଥିବା ସିଓପି-୨୮ର ମହତ୍ୱ ତଥା ଆର୍ନ୍ତଜାତିକ ସହାୟତା ବୃଦ୍ଧି, ନବୋନ୍ମେଷ ଓ ଦକ୍ଷତାପୂର୍ଣ୍ଣ ସମାଧାନ ନେଇ ଏହାର ଜଳବାୟୁ ପରିବର୍ତ୍ତନ ଆହ୍ୱାନ ମୁକାବିଲାକୁ ସ୍ୱୀକୃତି ଦେଇଥିଲେ।

ଭାରତ ଓ ୟୁଏଇ ସିଓପି-୨୮ର ସଫଳତା ନେଇ ଗୋଟିଏ ମନୋଭାବ ପୋଷଣ କରନ୍ତି। ଏହି ଅଧିବେଶନ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିକୁ ଆଧାର କରି ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ଦିଗରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି କରିବ।

Categories
ଆଜିର ଖବର ରାଜ୍ୟ ଖବର

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ସୁଧାକର ମିଶ୍ର

ନୟାଗଡ/ଭୁବନେଶ୍ଵର: ସାମ୍ପ୍ରତିକ ବିଶ୍ୱରେ ଅସନ୍ତୁଳିତ ପରିବେଶ ଜୀବଜଗତ ପ୍ରତି ଏକ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ଵ ତାପମାତ୍ରା ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷକୁ ହନ୍ତସନ୍ତ କରି ସାରିଲାଣି। କରୋନା ମହାମାରୀ ପରି ଚଳିତ ବର୍ଷର ପ୍ରଚଣ୍ଡ ଖରା ଚତୁର ଓ ଜ୍ଞାନୀ ବିଜ୍ଞ ବୋଲାଉଥିବା ଭଦ୍ର ମଣିଷକୁ ଘାଇଲା କରିଛି। ଆଗକୁ ଦେଖାଯାଉଥିବା ପରିବେଶ ଜନିତ ସମସ୍ୟାର ମୁକାବିଲା କରିବାକୁ ହେଲେ ମାନବ ସମାଜ ସତର୍କ ରହିବା ଆବଶ୍ୟକ। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ।

“ପରିବେଶ ସମନ୍ଵୟ ସମିତି” ନୟାଗଡ଼ ଜିଲ୍ଲା ଓ ପ୍ରଗତିଶୀଳ ସମାଜ କେନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ “ମାଟିର ସ୍ୱର” ତରଫରୁ ଯଥାକ୍ରମେ ପ୍ରଭାତ କୁମାର ସାହୁ, ପ୍ରଫୁଲ୍ଲ ମାଝି, ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଲେଖିକା ଡ଼. ବାସନ୍ତୀ ମହାନ୍ତି, ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଓ ମହେଶ୍ୱେତା ନାହାନ୍ତୀ ଇତ୍ୟାଦି ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମହୋଦୟଙ୍କୁ ସାକ୍ଷାତ କରି “ମାଟିର ସ୍ୱର” କବିତା ସଂକଳନ ପ୍ରଦାନ କରିଥିଲେ।

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହିତ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମହାମହିମ ରାଜ୍ୟପାଳ କହିଥିଲେ ଯେ, “ଅଗର୍ ପେଡ୍ ଶାସ୍ ପ୍ରସ୍ୱଶ ନେହିଁ ଲେନା ହେ ତୋ, ମାନବ ସମାଜ କୈସେ ବଚେଗା ??

ଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଟି ଥିଲା ମହାମହିମ ରାଜ୍ୟପାଳଙ୍କର ଆମମାନଙ୍କ ପାଇଁ। ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ବେଲ ଚାରାଟି ଶ୍ରଦ୍ଧାର ସହ ରାଜ୍ୟପାଳ ଗ୍ରହଣ କରିଥିଲେ ଏବଂ ବଗିଚାରେ ତୁରନ୍ତ ରୋପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସମାଜ, ସାହିତ୍ୟ ଓ ପରିବେଶ ପରସ୍ପର ପରିପୂରକ। ଏ ଉପଦେଶ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଆମେ ବିଚାର କରୁଛୁ। ମାଟିର ସ୍ୱର ଅନୁଷ୍ଠାନକୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରି ଏହି ଅନୁଷ୍ଠାନର କାମନା କରିଥିବାରୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳବାୟୁ ପରିବର୍ତ୍ତନର ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ତଥା ଦେଶର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ବିଷୟରେ ଲେଖା, ଗ୍ରାଫିକ୍ସ, ଭିଡିଓ ଓ ସୂଚନାକୁ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍:

‘‘ଆମର ପରମ୍ପରା ଓ ଲୋକାଚାର ଅନୁରୂପ ଆମେ #9YearsOfSustainableGrowth ରେ ଧ୍ୟାନ କେନ୍ଦ୍ରିତ କରିଛୁ। ଆମେ ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା, କ୍ରମାଗତ ବିକାଶ ଲକ୍ଷ୍ୟକୁ ହାସଲ କରିବା ଏବଂ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।’’

Categories
ଆଜିର ଖବର ରାଜ୍ୟ ଖବର

ଏନଆଇଟି ରାଉରକେଲା ପକ୍ଷରୁ ସବୁଜ ଇନ୍ଧନ ପ୍ରଦର୍ଶନୀ ଓ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ଭୁବନେଶ୍ୱର/ରାଉରକେଲା: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଏନଆଇଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନୀ (ସଷ୍ଟେନବଲିଟୀ ଏକ୍ସପୋ)’ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନରେ ଶସ୍ତା ସ୍ୱଚ୍ଛ ଇନ୍ଧନ, ଆଧୁନିକ କୃଷି ପ୍ରଯୁକ୍ତି, ସ୍ମାର୍ଟ ଫ୍ଲୋର କ୍ଲିନର ଆଦି ପ୍ରକଳ୍ପ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି । ଏ ସମ୍ପର୍କରେ ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସେହିପରି ଏନଆଇଟି ରାଉରକେଲା ପରିସରରେ ଓଡ଼ିଶା-ସିକ୍କିମ ଯୁବସଙ୍ଗମର ଏକ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି, ପର୍ଯ୍ୟଟନ, ବିକାଶ, ପରମ୍ପରା ଓ ଲୋକସମ୍ପର୍କ କ୍ଷେତ୍ରରେ ବହୁମୁଖି ଦିଗ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଯାଇଥିଲା।

ଅନ୍ୟପକ୍ଷରେ ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଗବେଷକମାନେ ସ୍ୱଚ୍ଛତା ଓ ସୁସ୍ଥତା ସମ୍ପର୍କରେ ବାର୍ତ୍ତା ପ୍ରସାର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମନୁଷ୍ୟ -ବନ୍ୟଜନ୍ତୁ ଦ୍ୱନ୍ଦ୍ୱକୁ ହ୍ରାସ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ମାନବ-ବନ୍ୟପ୍ରାଣୀ ସଂଘର୍ଷ (ଏଚଡବ୍ଲୁସି) କୁ ସମାଧାନ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି, ଯାହା ଭାରତରେ ଏଚଡବ୍ଲୁସି  ର ପ୍ରଭାବଶାଳୀ ତଥା ଉପଯୁକ୍ତ ପ୍ରଶମନ ପାଇଁ ପ୍ରମୁଖ ହିତାଧିକାରୀଙ୍କ ମଧ୍ୟରେ ଏକ ସାଧାରଣ ବୁଝାମଣାକୁ  ସୁଗମ କରିବାକୁ ଲକ୍ଷ୍ୟ ରଖିଛି। ଏହି ନିର୍ଦ୍ଦେଶାବଳୀ ପରାମର୍ଶ ଭିତ୍ତିକ ଅଟେ ଏବଂ ସ୍ଥଳ ଭିତ୍ତିକ ଏଚଡବ୍ଲୁସି ରେ ହ୍ରାସ କରିବାର ଉପାୟକୁ ଆଗକୁ ନେବାରେ ସୁବିଧା ପ୍ରଦାନ କରିବ।  ଏହି ନିର୍ଦ୍ଦେଶାବଳୀଗୁଡିକ ଏଚଡବ୍ଲୁସି କୁ ହ୍ରାସ କରିବା ପାଇଁ ଭାରତ ଜର୍ମାନ୍ ସହଯୋଗ ପ୍ରକଳ୍ପ ଅନ୍ତର୍ଗତ ବିକଶିତ କରାଯାଇଛି ଯାହା ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଡ୍ୟୁସ ଜେସେଲସାଫ୍‌ଟ ଫର ଇଣ୍ଟରନାସନାଲ୍ ଜୁସାନେନାରବିଟ୍ (ଜିଆଇଜେଡ୍‌) ଜିଏମବିଏଚ୍ ଏବଂ କର୍ଣ୍ଣାଟକ, ଉତ୍ତରାଖଣ୍ଡ ତଥା ପଶ୍ଚିମ ବଙ୍ଗର ରାଜ୍ୟ ବନ ବିଭାଗ ସହିତ ମିଶି କାର୍ଯ୍ୟକାରୀ କରାଯାଉଛି।

ପ୍ରକାଶିତ ୧୪ ନିର୍ଦ୍ଦେଶାବଳୀରେ ଏହା ଅନ୍ତର୍ଭୁକ୍ତ:

୧୦ ପ୍ରଜାତିବିଶିଷ୍ଟ ନିର୍ଦ୍ଦେଶାବଳୀ

– ମାନବ-ହାତୀ, ଗୌର-ଚିତା ବାଘ, ସାପ-କୁମ୍ଭିର, ରିସସ୍ ମାକାଉ (ଆଫ୍ରିକିୟ ମାଙ୍କଡ଼)- ଜଙ୍ଗଲି ଘୁଷୁରୀ, ଭାଲୁ- ବ୍ଲୁ ବୁଲ୍ ଏବଂ କଳା ହରିଣ (ବ୍ଲାକବକ୍) ମଧ୍ୟରେ ସଂଘର୍ଷକୁ କମ୍ କରିବା ପାଇଁ ନିର୍ଦ୍ଦେଶାବଳୀ ଏବଂ

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେଟି ନିର୍ଦ୍ଦେଶାବଳୀ

– ଭାରତରେ ଜଙ୍ଗଲ ଏବଂ ମିଡିଆ କ୍ଷେତ୍ର ମଧ୍ୟରେ ସହଯୋଗ ପାଇଁ ନିର୍ଦ୍ଦେଶାବଳୀ: ମାନବ-ବନ୍ୟଜନ୍ତୁ ସଂଘର୍ଷ ଦୂର କରିବା ଉପରେ ପ୍ରଭାବଶାଳୀ ଯୋଗାଯୋଗ ଦିଗରେ

– ମାନବ – ବନ୍ୟଜନ୍ତୁ ସଂଘର୍ଷ ହ୍ରାସ ପ୍ରସଙ୍ଗରେ ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା

– ମାନବ-ବନ୍ୟଜନ୍ତୁ ସଂଘର୍ଷ ସମ୍ବନ୍ଧୀୟ ପରିସ୍ଥିତିରେ ଭିଡ଼ ପରିଚାଳନା

– ମାନବ-ବନ୍ୟଜନ୍ତୁ ସଂଘର୍ଷ ସ୍ଥିତିରୁ ଉତ୍ପନ୍ନ ହେଉଥିବା ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଏବଂ ସମ୍ଭାବିତ ସ୍ବାସ୍ଥ୍ୟ ଆପଦ ଉପରେ ଧ୍ୟାନ ଦେବା : ଏକ ସ୍ବାସ୍ଥ୍ୟ ଦୃଷ୍ଟିକୋଣ ଗ୍ରହଣ କରିବା

ଏହି ନିର୍ଦ୍ଦେଶାବଳୀଗୁଡିକର ବିକାଶ ଏବଂ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନ୍ୱୟନ ଏକ ସୁସଙ୍ଗତ-ସହଭାଗୀତା ଆଭିମୁଖ୍ୟ ଦ୍ୱାରା ପରିଚାଳିତ ହୋଇଥାଏ ଯେ ଉଭୟ ମଣିଷ ଏବଂ ବନ୍ୟ ଜନ୍ତୁ ଏଚଡବ୍ଲୁସି ର ନକାରାତ୍ମକ ପ୍ରଭାବରୁ ସୁରକ୍ଷିତ ଅଟନ୍ତି। ଏହି ନିର୍ଦ୍ଦେଶାବଳୀଗୁଡିକ କ୍ଷେତ୍ର ଅଭିଜ୍ଞତା ଦ୍ବାରା ଦୃଢ଼  ଭାବରେ ଚାଳିତ, ଏବଂ ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ଜଙ୍ଗଲ ବିଭାଗ ଦ୍ବାରା ଜାରି କରା ଯାଇଥିବା ନିର୍ଦ୍ଦେଶାବଳୀ ଏବଂ ପରାମର୍ଶ ସହିତ ତାଙ୍କର ଉତ୍ତମ କାର୍ଯ୍ୟ ଯୋଜନାକୁ ଧ୍ୟାନରେ ରଖି ତଥା ଏହା ଉପରେ ଆଧାରିତ ଅଟେ।

ଏକ ତୁରନ୍ତ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଏହି ନିର୍ଦ୍ଦେଶାବଳୀ ଏକ ଢାଞ୍ଚା ପ୍ରଦାନ କରିଥାଏ, ଯଥା, ତୁରନ୍ତ ଏଚଡବ୍ଲୁସି ପରିସ୍ଥିତି କାରଣରୁ ସୃଷ୍ଟି ହେଉଥିବା ଜରୁରୀକାଳୀନ ପରିସ୍ଥିତିର ସମାଧାନ ନୁହେଁ ବରଂ ଏହାର ପ୍ରେରକ ଏବଂ ଚାପକୁ ମଧ୍ୟ ଧ୍ୟାନ ପ୍ରଦାନ ଯେଉଁଥିରେ ଏଚଡବ୍ଲୁସି ର ସ୍ଥିତି ଉତ୍ପନ୍ନ ହୋଇଥାଏ, ନିୟନ୍ତ୍ରଣର ଉପାୟର ସ୍ଥାପନା ଏପଂ ପରିଚାଳନା ଉପରେ ମାର୍ଗଦର୍ଶନ କରିଥାନ୍ତି ଓ ମନୁଷ୍ୟ ତଥା ବନ୍ୟ ପଶୁ ଉଭୟ ଉପରେ ସଂଘର୍ଷର ପ୍ରଭାବକୁ କମ କରିଥାଏ।

କୃଷି, ପ୍ରାଣୀ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଜିଲ୍ଲା ପ୍ରଶାସନ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ଅନୁଷ୍ଠାନ, ଏନଜିଓ ଏବଂ ଗଣମାଧ୍ୟମ ସହିତ ପ୍ରମୁଖ ସମ୍ପୃକ୍ତ ହିତାଧିକାରୀ ଏବଂ କ୍ଷେତ୍ର ସହିତ ଜଡିତ ଏକ ଅଂଶଗ୍ରହଣକାରୀ, ଅନ୍ତର୍ଭୂକ୍ତ ଏବଂ ସମନ୍ୱିତ ଆଭିମୁଖ୍ୟ ଅନୁସରଣ କରାଯାଇଛି। ଅଗଷ୍ଟ ୨୦୧୮ ରୁ ଫେବୃଆରୀ ୨୦୨୨ ମଧ୍ୟରେ ୧୬୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ଏଚଡବ୍ଲୁସି ରେ ହ୍ରାସ କରିବା ପାଇଁ ଇଣ୍ଡୋ-ଜର୍ମାନ ପ୍ରୋଜେକ୍ଟ ଅଧୀନରେ ସମୁଦାୟ ୧୦୫ ଇଭେଣ୍ଟ- କର୍ମଶାଳା, ଆଞ୍ଚଳିକ ଏବଂ ଜାତୀୟ ପରାମର୍ଶ, ବୈଠକ ଏବଂ କ୍ଷେତ୍ର ମିଶନ ଆୟୋଜିତ ହୋଇଥିଲା। ନିର୍ଦ୍ଦେଶାବଳୀଗୁଡିକର ପାଇଲଟ୍ ପରୀକ୍ଷଣର ଏକ ବ୍ୟାପକ ଏବଂ ବ୍ୟବସ୍ଥିତ ପ୍ରକ୍ରିୟା ରାଜ୍ୟଗୁଡିକ ପାଇଁ ଡ୍ରାଫ୍ଟ ଗାଇଡଲାଇନରେ ପ୍ରକାଶିତ ସୁପାରିଶଗୁଡିକର ସମ୍ଭାବ୍ୟତା ଏବଂ ଗ୍ରହଣୀୟତା ଉପରେ ପରୀକ୍ଷା ଏବଂ ରିପୋର୍ଟ କରିବାକୁ ସୁବିଧା ପ୍ରଦାନ କରାଯାଇଥିଲା।

ନିର୍ଦ୍ଦେଶାବଳୀଗୁଡ଼ିକର ଏହି ସେଟ୍ ଏକ ସ୍ଥାୟୀ କାଗଜାତ ନୁହେଁ; ଏହା ପରିବର୍ତ୍ତେ, ଏହା ଏକ ଲିଭିଂ କାଗଜାତ, ଯେଉଁଠାରେ କ୍ଷେତ୍ର ଅଭ୍ୟାସକାରୀ ଏବଂ ଅନ୍ୟ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ମତାମତକୁ ନିର୍ଦ୍ଦିଷ୍ଟ ଉପାଦାନ ଏବଂ ବିଭାଗଗୁଡିକର ମୂଲ୍ୟାଙ୍କନ କରିବାକୁ ବିଶ୍ଳେଷଣ କରିବାକୁ ଯୋଜନା କରାଯାଇଛି ଯାହା ପରିବର୍ତ୍ତନ କରିବାକୁ ପଡିବ। ୨୦୨୩ ପରଠାରୁ ପ୍ରତି ପାଞ୍ଚ ବର୍ଷରେ ଏହି ନିର୍ଦ୍ଦେଶାବଳୀଗୁଡିକର ସମୀକ୍ଷା କରିବାକୁ ଯୋଜନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଭାବେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ରବିବାର ଉଦ୍‌ଯାପିତ ହୋଇଛି।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତୀତରେ ଭାରତର ସମୃଦ୍ଧ ଅର୍ଥନୀତି ଉପରେ ବିସ୍ତୃତ ଭାବେ ସୂଚନା ଦେବା ସହ ଷ୍ଟାର୍ଟଅପ୍‌ଗୁଡ଼ିକ ଉପଯୁକ୍ତ ବ୍ୟବସାୟ ମଡେଲ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ, ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ମଧ୍ୟ ୧୦ଟି ଷ୍ଟାର୍ଟଅପ୍ ସାମିଲ ହୋଇଥିଲେ। ଓଡ଼ିଶାର ୬୫ଟି ବ୍ଲକ୍‌ରୁ ୩୦୦ ଚାଷୀ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ। କନ୍‌କ୍ଲେଭର ବିଷୟବସ୍ତୁ ଥିଲା “ଚିନ୍ତାଧାରାରୁ ବ୍ୟବସାୟୀକରଣ”।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍‌କ୍ଲେଭ୍‌ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କନ୍‌କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି।

ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦ୍‌ଭାବନ ସମ୍ପର୍କରେ ଅବଗତ ହୋଇପାରିବେ। ଏହି କନ୍‌କ୍ଲେଭ୍‌ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବ। ଗୋଟିଏ ପଟେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ।

ଏହି କନ୍‌କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲ୍‌କୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଓଡ଼ିଶାର ୬୫ଟି ବ୍ଲକ୍‌ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍‌କ୍ଲେଭ୍‌ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍‌-ଟିବିଆଇ, ସୋସିଆଲ୍ ଆଲ୍‌ଫା ଏବଂ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ଏକ ହାକାଥନ୍‌ର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପ୍‌ଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍‌ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ଅନେକ କ୍ଷତି: ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି।

ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି।

ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା।