Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ଜାନୁୟାରୀ ୨ରୁ ଜୀ-ସାର୍ଥକର ନୂଆ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି ଆଉ ଏକ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’।

ଓଡ଼ିଆ ଘରର କାହାଣୀକୁ ନେଇ ପ୍ରସାରିତ ହେବାକୁ ଯାଉଥିବା ଏହି ଧାରାବାହିକଟି ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ମାନିନୀ ଏମିତି ଏକ ଚରିତ୍ର ଯୁଆଡେ ଯାଏ କିଛି ନା କିଛି ବିଗାଡି ଦିଏ, ନାୟକ ଅଭିମନ୍ୟୁଙ୍କୁ କିନ୍ତୁ ସବୁକିଛି ପରଫେକ୍ଟ ଦରକାର।  କାହାଣୀର ଏମିତି ଦୁଇ ଚରିତ୍ର, ଜଣେ ପରଫେକ୍ଟସନିଷ୍ଟ ଆଉ ଜଣେ ଖାମଖିଆଲି।

ଏମାନଙ୍କ ଯୋଡି ବନିବ ତ ! ଯଦି ଦୁଇ ଜଣଙ୍କ ସମ୍ପର୍କ ଯୋଡି ହୁଏ ତେବେ କେତେଦୂର ଚିରସ୍ଥାୟୀ ହେବ ? ମାନିନୀ କଣ ଏତେ କମ ବୟସର ଶାଶୁ ହୋଇ ତିନିଟି ବୋହୂଙ୍କ ନେଇ ପରିବାର ସମ୍ଭାଳିବ ପାରିବ ? ଏହାକୁ ନେଇ “ତୁ ଖରା ମୁଁ ଛାଇ” କାହାଣୀ ଗତିଶୀଳ। ଓଡ଼ିଆ ଧାରାବାହିକ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ନିଆରା କାହାଣୀକୁ ନେଇ ନିର୍ମିତ ଏହି ଧାରାବାହିକଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜ଼ୀ ସାର୍ଥକ ପକ୍ଷରୁ କୁହାଯାଇଛି।

ମୁଖ୍ୟ ଚରିତ୍ର ମାନିନୀ ଭୂମିକାରେ ସ୍ମୃତି ଓ ଅଭିମନ୍ୟୁ ଜୟ ଶଙ୍କର ଭୂମିକାରେ ରଞ୍ଜନ ପଣ୍ଡା ଅଭିନୟ କରୁଥିବା ଏହି ଧାରାବାହିକଟି ଆସନ୍ତା ଜାନୁଆରୀ ୨ ତାରିଖ ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେବ।