Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର ‘ଭାଇ’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଓଡ଼ିଆ ପର୍ବପର୍ବାଣୀ ଓ ସଂସ୍କୃତିକୁ ସମ୍ମାନ ଦେଇ ଦର୍ଶକଙ୍କ ମନ ଜିତିଥାଏ। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ଓ ରିୟ୍ଯାଲିଟି ସୋ ସବୁ ହେଉଛି ତାର ଜ୍ଵଳନ୍ତ ଉଦାହରଣ। ରଜ ଉପଲକ୍ଷେ ସମ୍ପୂର୍ଣ୍ଣ ଓଡ଼ିଆ ଘରର କାହାଣୀକୁ ନେଇ କେବଳ ଜୀ ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର କରିବାକୁ ଯାଉଛି ଫିଲ୍ମ ‘ଭାଇ’।

ଫିଲ୍ମର ଏକ ମିନିଟ ୧୧ ସେକେଣ୍ଡର ଟିଜର ହିଁ ଚର୍ଚ୍ଚା ଆଣିଥିଲା ରିଲିଜ୍ ସମୟରେ। ବିଶେଷ କରି ଜାମ୍ମୁ କାଶ୍ମୀର ଓ ଲଦାଖରେ ସୁଟିଂ ହୋଇଥିବା ଏହି ଫିଲ୍ମ ସାଉଁଟିଥିଲା ଦର୍ଶକଙ୍କ ଭଲପାଇବା। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ଏକ ଚିତାକର୍ଷକ କାହାଣୀ ନେଇ ଆସିଛି ଫିଲ୍ମ ‘ଭାଇ’। ଜୀବନରେ ଅନେକ ବାଧାବିଘ୍ନ ମଧ୍ୟରେ ବଢ଼ିବା ପରେ, ଜଣେ ଭାଇ ନିଜ ଭଉଣୀର ସ୍ୱପ୍ନକୁ ନିଜ ସ୍ୱପ୍ନଠାରୁ ଅଧିକ ମହତ୍ଵ ଦେଇଥାଏ। ଜଣେ ଅଭିଭାବକ ଓ ମାର୍ଗଦର୍ଶକର ଭୂମିକା ଗ୍ରହଣ କରେ। କିନ୍ତୁ ଯେତେବେଳେ ବିଶ୍ୱାସଘାତକତା, ପ୍ରତିଶୋଧ ଏବଂ ଅପ୍ରତ୍ୟାଶିତ ବିପଦର ଏକ ଜାଲ ସେମାନଙ୍କ ଜୀବନର ଖୁସିକୁ ବିପଦରେ ପକାଏ, ସେତେବେଳ ଦୁଇ ଜଣଙ୍କୁ କଳ୍ପନା ବାହାରେ ବଳିଦାନ ଦେବାକୁ ସମୟ ବାଧ୍ୟ କରେ। ତେବେ କେଉଁମାନେ ଦୁଇ ଭାଇ ଭଉଣୀଙ୍କ ଜୀବନରେ ଆଣନ୍ତି ବିପଦ? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଅମରା ମ୍ୟୁଜିକ୍ ପ୍ରଡକ୍ଶନରେ, ନବୀନ ଭଣ୍ଡାରୀଙ୍କ ପ୍ରଯୋଜନା ଓ ପୃଥ୍ୱୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇ’ ଆଜି ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଦିବ୍ୟା, ଅମ୍ଳାନ ଏବଂ ସୁଜିତ ନଜର ଆସିବେ। ସିନେମାରେ ସଂଗୀତ ଦେଇଛନ୍ତି ନବଜ୍ୟୋତି ପଣ୍ଡା ଏବଂ ସରୋଜ ସେନ୍। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ,ଅସୀମା ପଣ୍ଡା ,କୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ ,ସ୍ୱୟଂ ପାଢ଼ୀ ଓ ଅମ୍ରିତା ନାୟକ।

ହସ, କାନ୍ଦ ଓ ସମ୍ପର୍କର ପରିଭାଷାକୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ରଜ ହେଉଛି ଓଡ଼ିଶାର ଏକ ମହତ୍ଵପୂର୍ଣ୍ଣ ପର୍ବ, ତେଣୁ ଏହି ସମୟରେ ଖାଣ୍ଟି ଓଡ଼ିଆ ଘରର ଏହି କାହାଣୀ ମୂଳରୁ ଶେଷ ପର୍ଯନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ବୋଲି ଆଶା ଓ ଭରସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଏଥର ରଜରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ୱାର୍ଲ୍ଡ ଟିଭି ପ୍ରିମିୟର ‘ଭାଇ’ 

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆ ପର୍ବପର୍ବାଣୀ ଓ ସଂସ୍କୃତିକୁ ସମ୍ମାନ ଦେଇ ଦର୍ଶକଙ୍କ ମନ ଜିତିଥାଏ। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ଓ ରିୟ୍ଯାଲିଟି ସୋ ସବୁ ହେଉଛି ତାର ଜ୍ଵଳନ୍ତ ଉଦାହରଣ। ସେହି ପରମ୍ପରାକୁ ପୁଣି ଆଗକୁ ବଢାଇଛି ଆସନ୍ତା ରଜରେ ଏହି ଚ୍ଯାନେଲ। ରଜ ଉପଲକ୍ଷେ ସମ୍ପୂର୍ଣ୍ଣ ଓଡ଼ିଆ ଘରର କାହାଣୀକୁ ନେଇ ୱାର୍ଲ୍ଡ ଟିଭି ପ୍ରିମିୟର କରିବାକୁ ଯାଉଛି ଫିଲ୍ମ ‘ଭାଇ’, କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ।

ଫିଲ୍ମର ଏକ ମିନିଟ ୧୧ ସେକେଣ୍ଡର ଟିଜର ହିଁ ଚର୍ଚ୍ଚା ଆଣିଥିଲା ରିଲିଜ୍ ସମୟରେ । ବିଶେଷ କରି ଜାମ୍ମୁ କାଶ୍ମୀର ଓ ଲଦାଖରେ ସୁଟିଂ ହୋଇଥିବା ଏହି ଫିଲ୍ମ ସାଉଁଟିଥିଲା ଦର୍ଶକଙ୍କ ଭଲପାଇବା । ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ଏକ ଚିତାକର୍ଷକ କାହାଣୀ ନେଇ ଆସିଛି ଫିଲ୍ମ ‘ଭାଇ’। ଜୀବନରେ ଅନେକ ବାଧାବିଘ୍ନ ମଧ୍ୟରେ ବଢ଼ିବା ପରେ, ଜଣେ ଭାଇ ନିଜ ଭଉଣୀର ସ୍ୱପ୍ନକୁ ନିଜ ସ୍ୱପ୍ନଠାରୁ ଅଧିକ ମହତ୍ଵ ଦେଇଥାଏ। ଜଣେ ଅଭିଭାବକ ଓ ମାର୍ଗଦର୍ଶକର ଭୂମିକା ଗ୍ରହଣ କରେ। କିନ୍ତୁ ଯେତେବେଳେ ବିଶ୍ୱାସଘାତକତା, ପ୍ରତିଶୋଧ ଏବଂ ଅପ୍ରତ୍ୟାଶିତ ବିପଦର ଏକ ଜାଲ ସେମାନଙ୍କ ଜୀବନର ଖୁସିକୁ ବିପଦରେ ପକାଏ, ସେତେବେଳ ଦୁଇ ଜଣଙ୍କୁ କଳ୍ପନା ବାହାରେ ବଳିଦାନ ଦେବାକୁ ସମୟ ବାଧ୍ୟ କରେ । ତେବେ କେଉଁମାନେ ଦୁଇ ଭାଇ ଭଉଣୀଙ୍କ ଜୀବନରେ ଆଣନ୍ତି ବିପଦ? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଅମରା ମ୍ୟୁଜିକ୍ ପ୍ରଡକ୍ଶନରେ, ନବୀନ ଭଣ୍ଡାରୀଙ୍କ ପ୍ରଯୋଜନା ଓ ପୃଥ୍ୱୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇ’ ଆସନ୍ତା ଜୁନ ମାସ ୧୫ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ କଳାକାର ଭାବରେ ଦିବ୍ୟା,ଅମ୍ଳାନ ଏବଂ ସୁଜିତ ନଜର ଆସିବେ। ସିନେମାରେ ସଂଗୀତ ଦେଇଛନ୍ତି ନବଜ୍ୟୋତି ପଣ୍ଡା ଏବଂ ସରୋଜ ସେନ୍। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ,ଅସୀମା ପଣ୍ଡା ,କୁଳଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତୀ ,ସ୍ୱୟଂ ପାଢ଼ୀ ଓ ଅମ୍ରିତା ନାୟକ।

ହସ, କାନ୍ଦ ଓ ସମ୍ପର୍କର ପରିଭାଷାକୁ ନେଇ ନିର୍ମିତ ଏହି ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ରଜ ହେଉଛି ଓଡ଼ିଶାର ଏକ ମହତ୍ଵପୂର୍ଣ୍ଣ ପର୍ବ, ତେଣୁ ଏହି ସମୟରେ ଖାଣ୍ଟି ଓଡ଼ିଆ ଘରର ଏହି କାହାଣୀ ମୂଳରୁ ଶେଷ ପର୍ଯନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ବୋଲି ଆଶା ଓ ଭରସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ଚଳଚ୍ଚିତ୍ର “ଫାଷ୍ଟ ଲଭ୍”, ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀ

ଭୁବନେଶ୍ଵର: ପ୍ରେମ କେତେବେଳେ, କାହା ସହିତ ହୁଏ ଏକଥା କେହି କହିପାରିବେ ନାହିଁ।  ହେଲେ ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ଆହୁରି ନିଆରା।

ସେଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରୀକୁ ଆଧାର କରି ନିର୍ମିତ ହୋଇଥିବା ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’ ମୁକ୍ତିଲାଭ କରିଛି। ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ମିଶ୍ର।

ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ମିତ୍ରା। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। “ଫାଷ୍ଟ ଲଭ୍”ର କାହାଣୀରେ ଦର୍ଶକ ଡିଫରେଣ୍ଟ ଚାର୍ମ ପାଇଛନ୍ତି। ଚଳଚ୍ଚିତ୍ରର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଚକ୍ରବର୍ତ୍ତୀ, ସନ୍ତଜିତ୍ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରଟି ଆଜିକାଲିକା ଯୁବ ପିଢ଼ିଙ୍କୁ ବେଶ ଆକୃଷ୍ଟ କରି ପାରିଲା ଭଳିଆ ଏକ ବଳିଷ୍ଠ ପରିକଳ୍ପନାରେ ନିର୍ମିତ ହୋଇଛି। ଡ୍ରାମା, ଗୀତ, ନୃତ୍ୟ ସବୁ କିଛି ଦର୍ଶକଙ୍କୁ ବାନ୍ଧି ରଖିପାରିଛି।
ଫାଷ୍ଟ ଲଭ୍ ଚଳଚ୍ଚିତ୍ର ରଜରେ ଓଡିଆ ଦର୍ଶକ ଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’

ଭୁବନେଶ୍ଵର: ଓଡିଶାର ଲୋକ ପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି। ଦର୍ଶକମାନେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଏହି ଚ୍ୟାନେଲ ଅନେକ ଧାରାବାହିକ ଓ ରିୟଲିଟି ସୋ ଓ ରୁଚିପୂର୍ଣ୍ଣ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି। ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ କେବଳ ଜୀ ସାର୍ଥକରେ ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’।

ସମୟ ବେଳେ ବେଳେ କେମିତି କାହା ସାଙ୍ଗରେ ଖେଳେ ତାହାର ଉଦାହରଣ ହୋଇଛି ଏହି ଫିଲ୍ମ। ରାଜ୍, ଜଣେ ଧନୀ କିନ୍ତୁ ଭାବପ୍ରବଣ ଭାବରେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ ବ୍ୟକ୍ତି ଏବଂ ଦାସ ହେଉଛନ୍ତି ଜଣେ ଋଣଗ୍ରସ୍ତ ବୀମା ଏଜେଣ୍ଟ, ସଂଯୋଗବଶତଃ ଏକ ହିଲ୍ ଷ୍ଟେସନ୍ ଉପରେ ଭେଟନ୍ତି, ଜୀବନ ସଂଘର୍ଷରେ ନିଜକୁ ପଛରେ ପାଇ ଉଭୟେ ସେଇ ପାହାଡ଼ ଉପରୁ ଡେଇଁ ନିଜ ଜୀବନକୁ ଶେଷ କରିବାକୁ ଯୋଜନା କରିଛନ୍ତି। ତେବେ ଏଇଠି ଆରମ୍ଭ ହୁଏ ପ୍ରକୃତ କାହାଣୀ। ଦୁହିଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ପରେ ଦୁଇ ଜଣ ନିଜ ନିଜ ଯୋଜନାରେ ପରିବର୍ତ୍ତନ କରନ୍ତି ତେବେ କାହିଁକି ଦୁଇଜଣ ଏପରି ଚରମ ନିଷ୍ପତ୍ତି ନେଉଥିଲେ? କେମିତି ଦୁଇଜଣଙ୍କର ମନ ପରିବର୍ତ୍ତନ ହେଲା? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଚଳଚ୍ଚିତ୍ରର ଶେଷରେ।

ବିଜୟ କାଣ୍ଡୋଇଙ୍କ ପ୍ରଯୋଜନା ଓ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜ୍ଵାଇଁ ପୁଅର ଜୀବନ ବୀମା’ ଆସନ୍ତା ଜୁନ ମାସ ୮ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ସନ୍ଦୀପ ଓ ନାୟିକା ଭାବରେ ମିତାଲି ବ୍ୟତୀତ କେକେ ଓ ରବି ମିଶ୍ର ନଜର ଆସିବେ। ଚଳଚ୍ଚିତ୍ରରେ ସଂଗୀତ ଦେଇଛନ୍ତି ଗୁଡଲି ରଥ ଓ ତାରିକ ଅଜିଜ୍, ଲିପ୍ସା ମହାପାତ୍ର,ଅସୀମା ପଣ୍ଡା,ହ୍ୟୁମାନ୍ ସାଗରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ।

ହସ, କାନ୍ଦ ଓ ସସପେନ୍ସ ଭରା ଏହି ଚଳଚ୍ଚିତ୍ରକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ଏହି କାହାଣୀ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦର୍ଶକଙ୍କୁ ଆକର୍ଷିତ କରୁଛି ‘ରଜ କୁଇନ୍ ୨୦୨୫’ ର ଗାଲା ରାଉଣ୍ଡ

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି। ସେହିପରି ରଜ ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି। ବିଗତ ୧୩ ବର୍ଷ ଧରି ଏହି ସୋ ଓଡିଶାର ୧ ନମ୍ବର ରିଆଲିଟି ସୋ ଭାବରେ ପରିଚିତ। ଯେଉଁଥିପାଇଁ ଜୀ ସାର୍ଥକ ପାଇଛି ଅଗଣିତ ଆପଣମାନଙ୍କ ଅଶେଷ ଭଲପାଇବା।

ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି। ତେବେ ଚଳିତ ବର୍ଷ ‘ରଜ କୁଇନ୍’ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ। ସବୁ ପର୍ଯ୍ୟାୟରେ ନିଜର ଚତୁରତା, ବୁଦ୍ଧିମତା ଓ କୌଶଳର ପରିଚୟ ଦେଖାଇ ପ୍ରତିଯୋଗୀ ମାନେ ଜଜ୍ ମାନଙ୍କୁ ଆକର୍ଷିତ କରିବା ସହ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ ହେବେ। ପ୍ରତିଯୋଗୀ ମାନେ ଏକ ଏତିହ୍ୟ ଯାତ୍ରାରେ ଓଡ଼ିଶାର ବିଭିର୍ନ୍ନ ଏତିହ୍ୟ ସ୍ଥଳୀ ପରିଦର୍ଶନ କରିବା ସହ ନିଜର ସାହସିକ କୌଶଳ ମାଧ୍ୟମରେ ଓ ପଥପ୍ରାନ୍ତ ନାଟକ ଦ୍ୱାରା ଆଗ ପର୍ଯ୍ୟାୟକୁ ବଢିବେ। ଦର୍ଶକମାନେ ସବୁ ରାଉଣ୍ଡରେ ଭରପୁର ମନୋରଞ୍ଜନ ପାଇବା ସହ ନିଜ ନିଜ ପସନ୍ଦିତ ପ୍ରତିଯୋଗୀ ମାନଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛି ସାରିଛନ୍ତି ତାଙ୍କର ନିଜର ନିଜର ଟିମ୍। ଗାଲାରାଉଣ୍ଡରେ ପ୍ରତିଯୋଗିତା ଆହୁରି ଦମଦାର ହେବ କାରଣ ପ୍ରତିଯୋଗୀମାନେ ନିଜ ମେଣ୍ଟରଙ୍କ ସହାୟତାରେ ନିଜର ବେଷ୍ଟ ଦେବା ପାଇଁ ସମସ୍ତ ଚେଷ୍ଟା କରିବେ। ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର। ଏଥର ଦେଖିବାର ଅଛି, ସେମାନେ କାହାର ପରଫରମାନ୍ସ ଆକର୍ଷିତ ହୋଇ କାହାକୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ କରିବେ।

ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ‘ରଜ କୁଇନ୍’ ଏବର୍ଷ କିଛି ଅଲଗା ହେବା ସହ ସବୁ ଏପିସୋଡ ହେବ ଅନନ୍ୟ। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍? ଜାଣିବାକୁ ଦେଖନ୍ତୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ବାସ୍ତବବାଦୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି ଏହି ଚ୍ଯାନେଲ। ସେହିପରି ଏକ ହାସ୍ୟଭରା ଓ ମନୋରଞ୍ଜନ ଭିତ୍ତିକ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’ କେବଳ ଜୀ ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ରେ।

ସବିତା ଏବଂ ସତ୍ୟବାନ ପାଞ୍ଚ ବର୍ଷ ଧରି ବିବାହିତ ହେଲେ ମଧ୍ୟ ଛୋଟ ଛୋଟ କଥା ପାଇଁ ତାଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିରୁହେ । ଥରେ ସବିତା ଏକ ଟେଲିଭିଜନ ଚାନେଲର ଲୋକପ୍ରିୟ ରିଆଲିଟି ସୋ, ‘ ସାବିତ୍ରୀ ନମ୍ବର-୧ ‘ ପ୍ରତିଯୋଗିତାରେ ଭାଗ ନିଅନ୍ତି ଓ ଜିତିବାରେ ସାହାଯ୍ୟ କରିବାକୁ ସତ୍ୟବାନକୁ ଅନୁରୋଧ କରନ୍ତି ଏବଂ ପ୍ରତିଯୋଗିତାର ଆବଶ୍ୟକୀୟ ଜିନିଷଗୁଡ଼ିକର କିଣିବା ପାଇଁ ଏକ ଲମ୍ବା ତାଲିକା ଦିଅନ୍ତି। ଏପଟେ ସତ୍ୟବାନ ଏଇ ସବୁ କାମ କରିବା ଭିତରେ ବହୁତ ହତାଶ ଅନୁଭବ କରନ୍ତି ଏବଂ ମାନେ ମାନେ ଭାବନ୍ତି ଯେ ସେ ସାବିତ୍ରୀଙ୍କ ସତ୍ୟବାନ ପରି ବଞ୍ଚିବା ଅପେକ୍ଷା ମରିବାଟା ଭଲ। ଠିକ୍ ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଯମର ଦୂତମାନେ, ସତ୍ୟବାନଙ୍କ ଆତ୍ମାକୁ ଯମପୁରୀକୁ ନେଇଯାଆନ୍ତି ଓ ପ୍ରକୃତ କାହାଣୀ ସେତେବେଳେ ଆରମ୍ଭ ହୁଏ। ତେବେ କଣ ହେବ ସତ୍ୟବାନ ଓ ସବିତାଙ୍କର। ସତ୍ୟବାନ କଣ ଫେରିବେ ମର୍ତ୍ୟକୁ? ସବିତା କଣ ପ୍ରକୃତ ଜୀବନର ସାବିତ୍ରୀ ହୋଇପାରିବେ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ଅଜୟ ରଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସତ୍ୟବାନର ସ୍ଵର୍ଗଯାତ୍ରା’ ଆଜି ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବରେ ଶ୍ରିଜୀତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ। ସିନେମାରେ ସଂଗୀତ ଦାୟିତ୍ୱ ପ୍ରଶାନ୍ତ ପାଢୀ ସମ୍ଭାଳିଥିବା ବେଳେ ବିଷ୍ଣୁ ମୋହନ କବି, ସ୍ଵୟମ ପାଢୀ ଓ ଅର୍ପିତା ଚୌଧୁରୀଙ୍କ ପରି ଲୋକପ୍ରିୟ କଳାକାରମାନେ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ।

ତେବେ ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ଏହି କାହାଣୀ ଓଡ଼ିଶାର ସମସ୍ତ ନାରୀ ମାନଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ସହ ଭରପୁର ମନୋରଞ୍ଜନ ଯୋଗାଇବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ସାବିତ୍ରୀ ବ୍ରତ ସ୍ପେସିଆଲ ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ, ଜୀ ସାର୍ଥକ ସବୁବେଳେ ଓଡ଼ିଆଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ବାସ୍ତବବାଦୀ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି ଏହି ଚ୍ଯାନେଲ। ସେହିପରି ଏକ ହାସ୍ୟଭରା ଓ ମନୋରଞ୍ଜନ ଭିତ୍ତିକ କାହାଣୀକୁ ନେଇ ଆସୁଛି ଫିଲ୍ମ ‘ସତ୍ୟବାନର ସ୍ଵର୍ଗଯାତ୍ରା’ କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ।

ସବିତା ଏବଂ ସତ୍ୟବାନ ପାଞ୍ଚ ବର୍ଷ ଧରି ବିବାହିତ ହେଲେ ମଧ୍ୟ ଛୋଟ ଛୋଟ କଥା ପାଇଁ ତାଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିରୁହେ । ଥରେ ସବିତା ଏକ ଟେଲିଭିଜନ ଚାନେଲର ଲୋକପ୍ରିୟ ରିଆଲିଟି ସୋ, ‘ ସାବିତ୍ରୀ ନମ୍ବର-୧ ‘ ପ୍ରତିଯୋଗିତାରେ ଭାଗ ନିଅନ୍ତି ଓ ଜିତିବାରେ ସାହାଯ୍ୟ କରିବାକୁ ସତ୍ୟବାନକୁ ଅନୁରୋଧ କରନ୍ତି ଏବଂ ପ୍ରତିଯୋଗିତାର ଆବଶ୍ୟକୀୟ ଜିନିଷଗୁଡ଼ିକର କିଣିବା ପାଇଁ ଏକ ଲମ୍ବା ତାଲିକା ଦିଅନ୍ତି। ଏପଟେ ସତ୍ୟବାନ ଏଇ ସବୁ କାମ କରିବା ଭିତରେ ବହୁତ ହତାଶ ଅନୁଭବ କରନ୍ତି ଏବଂ ମାନେ ମାନେ ଭାବନ୍ତି ଯେ ସେ ସାବିତ୍ରୀଙ୍କ ସତ୍ୟବାନ ପରି ବଞ୍ଚିବା ଅପେକ୍ଷା ମରିବାଟା ଭଲ । ଠିକ୍ ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଯମର ଦୂତମାନେ, ସତ୍ୟବାନଙ୍କ ଆତ୍ମାକୁ ଯମପୁରୀକୁ ନେଇଯାଆନ୍ତି ଓ ପ୍ରକୃତ କାହାଣୀ ସେତେବେଳେ ଆରମ୍ଭ ହୁଏ । ତେବେ କଣ ହେବ ସତ୍ୟବାନ ଓ ସବିତାଙ୍କର । ସତ୍ୟବାନ କଣ ଫେରିବେ ମର୍ତ୍ୟକୁ ? ସବିତା କଣ ପ୍ରକୃତ ଜୀବନର ସାବିତ୍ରୀ ହୋଇପାରିବେ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ଅଜୟ ରଥଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସତ୍ୟବାନର ସ୍ଵର୍ଗଯାତ୍ରା’ ଆସନ୍ତା ମେ ମାସ ୨୫ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବରେ ଶ୍ରିଜୀତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ। ସିନେମାରେ ସଂଗୀତ ଦାୟିତ୍ୱ ପ୍ରଶାନ୍ତ ପାଢୀ ସମ୍ଭାଳିଥିବା ବେଳେ ବିଷ୍ଣୁ ମୋହନ କବି, ସ୍ଵୟମ ପାଢୀ ଓ ଅର୍ପିତା ଚୌଧୁରୀଙ୍କ ପରି ଲୋକପ୍ରିୟ କଳାକାରମାନେ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ ।

ତେବେ ଫିଲ୍ମକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ସେ କହିଛନ୍ତି ଯେ ଏହି କାହାଣୀ ଓଡ଼ିଶାର ସମସ୍ତ ନାରୀ ମାନଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ସହ ଭରପୁର ମନୋରଞ୍ଜନ ଯୋଗାଇବ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ସୁପରହିଟ ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’: ହୋଇପାରିବ କି ଦେବ ଓ ଅର୍ଚ୍ଚନାର ବାହାଘର?

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ପ୍ରସାରିତ ହେବାର ଖୁବ କମ୍ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ସାଉଁଟୁଛି ‘ସାଥୀ ସାତ ଜନ୍ମର’ ଧାରାବାହିକ।

କାହାଣୀରେ ଆମେ ଦେଖିବାକୁ ପାଉଛନ୍ତି ଯେ, ଅର୍ଚ୍ଚନା ଓ ଦେବ ବିବାହ ବନ୍ଧନରେ ବାନ୍ଧି ହେବା ପୁର୍ବରୁ ପରିବାର ସମ୍ବନ୍ଧୀୟ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛନ୍ତି। ବାହାଘର ଦିନ ଦେବଙ୍କ ବାପା ନଟ ବାହାଘର ସ୍ଥାନରେ ମଦ୍ୟପାନ କରି ଅଚେତ୍ ଅବସ୍ଥାରେ ପଡିଥିବାର ଦେଖାଯାଏ, ଯାହାପରେ ଘଟଣା ନାଟକୀୟ ମୋଡ଼ ନେଇଥାଏ। ବିବାହ ଜାରି ରହିବା ସମୟରେ ଭାର୍ଗବୀ ଓ ପ୍ରିନ୍ସ ବାହାଘରକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥାନ୍ତି। ଅର୍ଚ୍ଚନା ର ମା ଆଶ୍ଚର୍ଯ୍ୟ ଓ ଦ୍ବନ୍ଦରେ ପଡ଼ିଯା’ନ୍ତି ଓ ଦେବଙ୍କ ପରିବାର ଉପରେ ତାଙ୍କ ବିଶ୍ୱାସ ଭାଙ୍ଗିଯାଏ। ଦେବ ମୁଣ୍ତରେ ସିନ୍ଦୁର ଲଗାଇବାକୁ ଯାଉଥିବା ସମୟରେ ଅର୍ଚ୍ଚନା ଙ୍କ ମା ଦେବଙ୍କ ଚରିତ୍ର ଉପରେ ସନ୍ଦେହ କରନ୍ତି ଏବଂ ଚିନ୍ତାରେ ପଡନ୍ତି।

ତେବେ କ’ଣ ବିବାହ ଆଗକୁ ବଢିବ? ନା ଅର୍ଚ୍ଚନାଙ୍କ ମାଙ୍କ ସନ୍ଦେହ ଏହି ସମ୍ପର୍କକୁ ଭାଙ୍ଗିଦେବ! ଏହି ନାଟକୀୟ ମୋଡ଼କୁ ଦେବ ଓ ଅର୍ଚ୍ଚନା କେମିତି ପାର କରି ‘ସାଥୀ ସାତ ଜନ୍ମର’ ହେବେ? ସବୁକିଛି ଜାଣିବାକୁ ଧାରାବାହିକର ଯାତ୍ରାରେ ନିଜକୁ ସାମିଲ କରିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରଣ ହେବ ନୂଆ ଫିଲ୍ମ ‘ସୁନାନାକୀ ବୋହୁ’

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ଆଗକୁ ଏମିତି ଏକ ମୌଳିକ ବିଷୟବସ୍ତୁ ସହ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚିତ୍ର ‘ସୁନାନାକୀ ବୋହୁ’। ଯାହାର ପ୍ରଯୋଜକ ଉମେଶ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ, କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ,ଉମାକାନ୍ତ ନାୟକ,ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା,ଅର୍ପିତା ଚୈଧୁରୀ,ଚିରାଗଦିପ୍ ପଣ୍ଡା। ଏହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି।

ଚଳଚିତ୍ରର କାହାଣୀ ଆରମ୍ଭ ହୋଇଛି ଦୁଇଟି ଗାଁ ମଧୁପୁର ଓ ଯଦୁପୁରରୁ । ଦୁଇ ଗାଁ ମଧ୍ୟରେ ଏକ ପୁରୁଣା ବିବାଦ ଲାଗିରହିଛି ଯେ ପ୍ରତୈକ ପଣା ସଂକ୍ରାନ୍ତିରେ ନିଜର ପବିତ୍ର ଦେବତାଙ୍କୁ ଆତିଥ୍ୟ ଦେବାପାଇଁ ଉଭୟ ଗାଁ ମଧ୍ୟରେ ଲାଗେ ପ୍ରତିଯୋଗିତାର ସଂଘର୍ଷ ଓ ୪ ବର୍ଷ ହେବ ଯଦୁପୁର ଗାଁର ଜଣେ ଏହି ପ୍ରତିଯୋଗିତାକୁ ଏକତରଫା ଜିତି ଆସୁଛି , କିନ୍ତୁ ଚଳିତ ବର୍ଷ ମଧୁପୁର ଗାଁର ଜଣେ ସାହାସୀ ମହିଳା ରଘୁର ଏହି ବିଜୟ ରଥକୁ ରୋକି ଏହି ଚକ୍ରକୁ ଭାଙ୍ଗିବାରେ ଦୃଢ଼ ପ୍ରତିଜ୍ଞାବଦ୍ଧ। ପ୍ରତିଯୋଗିତା ପାଇଁ ଉତ୍ତେଜନା ଖୁବ ବୃଦ୍ଧି ପାଇବା ସମୟରେ ପୁରା ମଧୁପୁର ଚିନ୍ତାରେ। କିନ୍ତୁ ଭାଗ୍ୟର ଅଜବ ସଂଯୋଗ ଏକ ମିଥ୍ୟା ଅପବାଦକୁ ରୋକିବାପାଇଁ ଦୁଇ ପ୍ରତିଯୋଗୀଙ୍କ ସମ୍ପର୍କରେ ଆସେ ପରିବର୍ତ୍ତନ।

ତେବେ କ’ଣ ଏହି ପରିବର୍ତନ? ଦୀର୍ଘ ଦିନର ଶତ୍ରୁତାକୁ କଣ ଠିକ କରାଯାଇପାରିବ ଯାହା ସିନେମା ଦେଖିଲେ ହିଁ ଜଣାପଡିବ। ଏମିତି ଏକ ପ୍ରେମ, ତ୍ୟାଗ, ପରମ୍ପରା ଓ ସାହସିକାତାର କାହାଣୀ ‘ସୁନାନାକୀ ବୋହୁ’ ଯାହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି। ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସାପଲିନ୍, ନିକିତା ମିଶ୍ର,ପୃଥ୍ୱୀରାଜ ନାୟକ ଓ ପୁଷ୍ପା ପଣ୍ଡା।

ତେବେ ଏହି ଚଳଚିତ୍ରର ଯାତ୍ରା ସହିତ ନିଜକୁ ସାମିଲ କରିବାକୁୟ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଜୀ ସାର୍ଥକରେ ସବୁଠାରୁ ବଡ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯେଉଁଥି ପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଫେରିଛି ଓଡିଶାର ୧ ନମ୍ବର ରିଆଲିଟି ସୋ ‘ରଜ କୁଇନ୍’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହେବାକୁ ଯାଉଛି ସମସ୍ତଙ୍କ ମନପସନ୍ଦର ରିୟାଲିଟି ସୋ ‘ରଜ କୁଇନ୍’। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଯାହା ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ହୋଇ ବଛାଯାଇ ଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ “ରଜ କୁଇନ୍ ୨୦୨୫”।

ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିବେ ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର , ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଓ ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ। ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାନ୍ତୁ ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ୧୩ତମ ‘ରଜ କୁଇନ୍’।

ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଏହି ଯାତ୍ରା ସହ ଯୋଡ଼ି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଦୁର୍ଗାପୂଜାରେ ସ୍ଵତନ୍ତ୍ର କାର୍ଯକ୍ରମ, “ଦୁର୍ଗା ଦୁର୍ଗତି ନାଶିନୀ”

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ସବୁବେଳେ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ। ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖୁଥାଏ। କିଛି ସେମିତି ଦେଖାଯିବ ମନପସନ୍ଦର ବିଶେଷ କାର୍ଯକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’ ରେ ହେବ ଅନ୍ୟାୟ ସହିତ ସଂଗ୍ରାମ ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ।

ପବିତ୍ର ଦଶହରା ଅବସରରେ ଘଟିଛି ଏମିତି ଏକ ଘଟଣା ଯେଉଁଥିରେ ନଜର ଆସିବେ ମାନିନୀ, ମଧୁ, ରେଖା, ସନ୍ଧ୍ୟା, ରାଗିଣୀ ,ଲକ୍ଷ୍ମୀ ଓ ପ୍ରିୟା। ସମସ୍ତଙ୍କର ନିଜସ୍ବ ସଂଘର୍ଷ ରହିଛି କିନ୍ତୁ ସେ ସମୟକୁ ଅତିକ୍ରମ କରି ସେମାନେ ହୋଇଛନ୍ତି ଏକ୍ ଓ ସୃଷ୍ଟି ହୋଇଛି ଏକ ଅତୁଟ ବନ୍ଧନ। ଯାହା ଦଶଭୂଜା ମାଁ ଦୁର୍ଗାଙ୍କ ଭାବନାର ପ୍ରତିଛବି। ନାରୀ ଅବଳା ନୁହେଁ କି ଦୁର୍ବଳା ଆବଶ୍ୟକ ପଡିଲେ ସେ ଭୈରବୀ ରୂପ ମଧ୍ୟ ନେଇପାରେ ଓ ସମାଜକୁ ରକ୍ଷା କରିପାରେ। ସମସ୍ତେ ମିଶି ଅମରଜିତ ସିଂ ନାମକ ଚକ୍ରାନ୍ତକାରୀ ବ୍ୟକ୍ତିର ଦୁଷ୍ଟ ମାନସିକତା ଓ ମାନବ ଚାଲାଣକୁ ଜାଣି ପାରି କରିଛନ୍ତି ଏହି ଚାଲାଣର ପର୍ଦ୍ଦାଫାସ।

ତାଙ୍କର ଏହି ଯାତ୍ରା ଅନେକ ରହସ୍ୟ ଓ ଅଲୌକିକ ତତ୍ତ୍ବରେ ଭରି ରହିଛି। ନ୍ୟାୟ ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ପାଲଟିଛନ୍ତି ଜଣେ ଜଣେ ଯୋଦ୍ଧା। ସେ କେବଳ ଅମରଜିତ ସାମନା କରିନାହାନ୍ତି ତା ସହିତ ସମାଜରେ ଘଟୁଥିବା ଅମାନବିକ ଘଟଣାର ମଧ୍ୟ ସାମନା କରିଛନ୍ତି। ଅମରଜିତ ସାମନା କରି ଶାରିରୀକ ଓ ମାନସିକ ସ୍ତରରେ ତାଙ୍କ ବିଜୟ ହୋଇଛି ଓ ସମାଜରେ ସନ୍ତୁଳନ ବଜାୟ ରହିଛି। ଏହି କାହାଣୀ ମାନବ ଚାଲାଣ , ଶକ୍ତିର ଦୁର୍ବ୍ୟବହାର ଓ ନାରୀର ଶକ୍ତିକୁ ସମ୍ବନ୍ଧିତ କରେ।

ଦେଖିବାକୁ ଭୁଲିବେନି ୩ ଘଂଟାର ବିଶେଷ କାର୍ଯ୍ୟକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’। ଏହି କାହାଣୀକୁ ଦେଖିବା ସହିତ ନିଜକୁ କାହାଣୀ ସହିତ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ କାହାଣୀ ନେଉଛି ରୋମାଞ୍ଚକର ମୋଡ

ଭୁବନେଶ୍ଵର: ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦଉଛି ଜୀ ସାର୍ଥକ। ତାହାମଧ୍ୟରେ ଭାଗ୍ୟରେଖା ଧାରାବାହିକ ସାଜିଛି ଧାରାବାହିକ ପ୍ରେମିଙ୍କର ପ୍ରଥମ ପସନ୍ଦ। ଆଗକୁ ଏହି ଧାରାବାହିକରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଚଳିତଥର ଭାଗ୍ୟରେଖାରେ କିଛି ଭିନ୍ନ ମୋଡ଼ ଦେଖିବାକୁ ପାଇବେ ଦର୍ଶକେ।

ରେଖା ଓ ଭାଗ୍ୟ ପରସ୍ପର ପ୍ରତି ମନରେ ଥିବା ପ୍ରେମ ଭାବନାକୁ ଶେଷରେ ବ୍ୟକ୍ତ କରିଛନ୍ତି। ରେଖା, ମୟଙ୍କ ଓ ନିଜ ଘରଲୋକଙ୍କୁ ଜଣାଇଛି ଯେ ମୟଙ୍କ କୁ ସେ ବାହା ହୋଇ ନାହିଁ କାରଣ ସେ ଭାଗ୍ୟକୁ ଭଲ ପାଏ। ଯାହାକୁ ଶୁଣି ମୟଙ୍କ ରାଗରେ ଘର ଛାଡ଼ି ଚାଲିଯାଇଛି। ଅନ୍ୟ ପକ୍ଷରେ ମୟଙ୍କ ଘର ଛାଡ଼ି ଯିବା କଥା ଜାଣି ତାଙ୍କ ମା’ ଆସି ଭାଗ୍ୟ ଘରେ କରିଛନ୍ତି ପାଟିତୁଣ୍ଡ। ଯାହାପରେ ଭାଗ୍ୟ ଓ ରେଖା ମିଶି ମୟଙ୍କକୁ ଖୋଜିବାକୁ ଯାଆନ୍ତି। ଏହି ସବୁ ସୁଯୋଗର ଫାଇଦା ଉଠାଇ ମୟଙ୍କ ରେଖାର ଚରିତ୍ର ଉପରେ ପ୍ରଶ୍ନ ଉଠାଏ। ଅପରପକ୍ଷେ ଭାଗ୍ୟ ପରିବାର ମଧ୍ୟ ରେଖା ଉପରେ ରାଗ ରଖନ୍ତି ଓ କୁହନ୍ତି ରେଖା ପାଇଁ ଭାଗ୍ୟ ଆଜି ଭୁଲ ବାଟକୁ ଯାଇଛି।

ତେବେ ଏହି ସମସ୍ୟା ଭିତରେ କଣ କେବେ ରେଖା ଓ ଭାଗ୍ୟ ଏକାଠି ହୋଇପାରିବେ? ଭାଗ୍ୟ ପରିବାରକୁ ରେଖା ଓ ଭାଗ୍ୟର ପ୍ରେମ ସମ୍ପର୍କ ବିଷୟରେ ଜଣା ପଡ଼ିଲେ କଣ ହେବ? ଏହି ସମ୍ପର୍କକୁ ସେମାନେ କଣ ଆପଣାଇବେ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଭାଗ୍ୟରେଖା ଧାରାବାହିକକୁ ଦେଖିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର୍ ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳା ଶଙ୍କର ୩ ର ଅଡିଓ ମୁକ୍ତିଲାଭ, ଆସନ୍ତା ୮ ରେ ପ୍ରସାରଣ’

ଭୁବନେଶ୍ଵର: ଓଡ଼ିଆ ଫିଲ୍ମକୁ ଦର୍ଶକଙ୍କର ପୁଣି ଭଲପାଇବା ମିଳୁଛି ଯାହାକୁ ଧ୍ୟାନରେ ରଖି ଫିଲ୍ମ ମେକର୍ସ ନୂଆ ନୂଆ କାହାଣୀକୁ ନେଇ ବଡ଼ ପରଦାକୁ ଫେରିଛନ୍ତି। ଏହି ଧାରାରେ ଜୀ ସାର୍ଥକ ପୁଣି ନେଇ ଆସିଛି ଏକ ନୂଆ ଫିଲ୍ମ। ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମ ଖୁବ ଶୀଘ୍ର ଟିଭି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ‘ପାରିକରିବେ ଭୋଳା ଶଙ୍କର ୩’ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ କେବଳ ଜୀ ସାର୍ଥକରେ।

ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବା ସହିତ ରୁଚିକର ମଧ୍ଯ ରହିଛି। ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଦିନରେ ଶଙ୍କର ନାମରେ ଜଣେ ଶିଶୁ ଗାଁର ଶିବ ମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ। ଗାଁ ଲୋକଙ୍କ ଭଲପାଇବା ଦ୍ଵାରା ବଡ଼ ହୋଇ ସେ ମନ୍ଦିରର ସୁରକ୍ଷା କର୍ତ୍ତା ଭାବରେ ପରିଣତ ହୁଏ। ଗାଁ ମନ୍ଦିରରେ ରହିଥାଏ ଏକ ଦିବ୍ୟମଣୀ ଯାହାକୁ ହାତେଇବାକୁ ପରାଶର ନାମକ ଜଣେ ତନ୍ତ୍ର ମନ୍ତ୍ର ସାଧକ ନିଜର ଅହରହ ଚେଷ୍ଟା ଜାରି ରଖିଥାଏ କିନ୍ତୁ ସବୁ ଯୋଜନା ଶଙ୍କର ଥାଉ ଥାଉ ବିଫଳ ହୁଏ। ଶେଷରେ ଅଖଣ୍ଡ କୁଚକ୍ରାନ୍ତ କରି କଳା ଯାଦୁର ପ୍ରୟୋଗ କରି ଶଙ୍କର ଏକ ତନ୍ତ୍ର ମନ୍ତ୍ର ସାଧକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ। କିଛି ବର୍ଷ ପରେ ପୁଣି ଅଖଣ୍ଡ ମଣି ଚୋରି କରିବାର ଯୋଜନା ସମୟରେ ପୁଣି ଫେରିଆସେ ଶଙ୍କର l ତେବେ ଶଙ୍କର କ’ଣ ତାକୁ ରୋକି ପାରିବ ? ଶଙ୍କରକୁ ଏହି କାମ ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଛି ଓ ଶେଷରେ କ’ଣ ହେଉଛି ଫିଲ୍ମ ମାଧ୍ୟମରେ ଜାଣିବାକୁ ପାଇବେ ଦର୍ଶକ।

ଫିଲ୍ମରେ ମୁଖ୍ୟ ଅଭିନେତା ରହିଛନ୍ତି ରାଜ ରାଜେଶ। ତାଙ୍କ ସହିତ ମୁମୀତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ରହିଛନ୍ତି। ଫିଲ୍ମର କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା, ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ ଗୀତକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ। ଗୀତଗୁଡିକୁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି।

ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବା ପରି କାହାଣୀ ହୋଇଛି ତେଣୁ ଆଗ ଭଳି ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିବେ ଓ ଭଲପାଇବା ମଧ୍ୟ ଦେବେ ବୋଲି ମୋର ଆଶା ଓ ବିଶ୍ବାସ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ‘ଦେଖିବା ନିତି ହେବା ଲକ୍ଷପତି’ ମେଗା ୱିନରଙ୍କୁ ମିଳିଲା ଏକ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ

ଭୁବନେଶ୍ଵର: ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି ତେବେ ଏହା ସହିତ ଦର୍ଶକେ କେମିତି ଉପକୃତ ହୋଇପାରିବେ ତା ଉପରେ ମଧ୍ୟ ଧ୍ୟାନ ରଖଯାଉଛି।

ନିକଟରେ ଜୀ ସାର୍ଥକ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଯାହା ଦର୍ଶକଙ୍କୁ ଦେଇଥିଲା ଲକ୍ଷ ପତି ହେବାର ସୁଯୋଗ। ୨୩ ମାର୍ଚ୍ଚରୁ ୨୫ ମେ ମଧ୍ୟରେ ଆୟୋଜନ ହୋଇଥିଲା ମେଗା କନଟେଷ୍ଟ ‘ଦେଖିବା ନିତି ହେବା ଲକ୍ଷପତି’। ଏହି ପ୍ରତିଯୋଗିତା ମାଧ୍ୟମରେ ଦର୍ଶକେ ଧାରାବାହିକ ପ୍ରସାରିତ ହେଉଥିବା ସମୟରେ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ମିସ୍ଡ କଲ କରି ଦିଆଯାଉଥିବା କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଜିତିଥିଲେ ଅର୍ଥରାଶି। ଏହି ପ୍ରତିଯୋଗିତା ମାଧ୍ୟମରେ ୩୩୬ ଜଣ ବିଜେତାଙ୍କୁ ଦିଆଯାଇଥିଲା ୧୦୦୦ ଟଙ୍କାର ଭାଉଚର।

କହିରଖୁ ଯେ ଅନେକ ପ୍ରତିଯୋଗି ୧୦୦୦ ଟଙ୍କାର ଭାଉଚର ଜିତି ଉପକୃତ ହୋଇସାରିଛନ୍ତି ଏବେ ସମୟ ହୋଇଛି ମେଗା ୱିନରଙ୍କୁ ସମ୍ମାନିତ କରି ଅର୍ଥରାଶୀ ପ୍ରଦାନ କରିବାର ସମୟ। ‘ଦେଖିବା ନିତି ହେବା ଲକ୍ଷପତି’ ପ୍ରତିଯୋଗିତାର ମେଗା ୱିନର ହୋଇ ୧ ଲକ୍ଷ ଟଙ୍କାର କ୍ୟାସ୍ ପ୍ରାଇଜ ଜିତିଛନ୍ତି ବଡମ୍ବା , କଟକରୁ ସୁରେଶ କୁମାର ପାତ୍ର। ବିଜେତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଉତ୍ସାହ ବଢାଇବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜି ସନ୍ଧ୍ୟା ୬: ୩୦ ରେ ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ସଂସ୍କୃତି, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଥିଲା ଓଡିଶାର ନମ୍ବର ୧ ରିଆଲିଟି ସୋ’ ‘ରଜ କୁଇନ’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତା ଓ ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହୋଇଥିଲା ରଜ କୁଇନ ସାରା ଓଡ଼ିଶାରୁ ଅନେକ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବା ସହିତ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଯାହା ଏବେ ଚରମ ସୀମାରେ। ସଫଳତା ସହ ଅନେକ ଦିନ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପରେ ଏବେ ‘ରଜ କୁଇନ’ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ। ଜୀ ସାର୍ଥକ ନେଇ ଆସୁଛି ଆଜି ସନ୍ଧ୍ୟା ୬.୩୦ ମିନିଟରେ ‘ରଜକୁଇନ’ ଗ୍ରାଣ୍ଡ ଫାଇନାଲ ୨୦୨୪। ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟରେ ୧୩ ଜଣ ପ୍ରତିଯୋଗୀ ରହିଥିବାବେଳେ କିଏ ସାଜିବ ୨୦୨୪ର ରଜ କୁଇନ ? କାହାର ଗୁଣ, କାହାର ପ୍ରଦର୍ଶନ, କହାର ପରିଶ୍ରମ ଅଧିକ ରଙ୍ଗ ଆଣୁଚି ତାହା ଦେଖିବାକୁ ବାକି ରହିଲା। ଫାଇନାଲରେ ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଯିବ କଡ଼ା ମୁକାବିଲା।

୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା । ଏହି ସୋ’ କୁ ଆହୁରି ଖାସ କରିବା ପାଇଁ ଆମ ସହ ଯୋଡ଼ି ହେବାକୁ ଯାଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଅଭିନେତା ସ୍ବରାଜ ତାଙ୍କ ସହ ଅଭିନେତ୍ରୀ ସୂର୍ୟମୟୀ ଓ ମଣ୍ଟୁ। ଏତିକି ନୁହଁ ସମସ୍ତଙ୍କୁ ନିଜ ସ୍ୱର ଯାଦୁରେ ମତୁଆଲା କରିବେ ଅସୀମା ପଣ୍ଡା,ଅନ୍ତରା, କୁଲଦୀପ ଓ କ୍ରୀଷ୍ଣା ବେଉରା। ଏହା ସହିତ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ମଧ୍ୟ ଆମକୁ ଖୁବ୍ ହସାଇବେ। ଏହା ସହିତ ଆମର ପ୍ରିୟର ଜଜ୍ ଲିପି, ଶ୍ରୀତମ ଓ ସୁଜିତଙ୍କ ପରଫରମାନ୍ସ ସହିତ ୪ଜଣ ମେଣ୍ଟର ଅନନ୍ୟା,ସୁମନ, ସ୍ମୃତିରେଖା ଅଙ୍କିତାଙ୍କ ପରଫରମାନ୍ସ ରହିଛି।

ତେବେ ଆଜି ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ଯୋଡ଼ି ହେବା ସହ ରଜ କୁଇନ ଗ୍ରାଣ୍ଡ ଫାଇନାଲକୁ ଦେଖି ପ୍ରତିଯୋଗୀଙ୍କୁ ଭଲପାଇବା ସହ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

Categories
ଆଜିର ଖବର

ଜୁଲାଇ ୨୯ରୁ ଜୀ-ସାର୍ଥକର ସମସ୍ତ ଧାରାବାହିକ କାହାଣୀରେ ଆସୁଛି ରୋମାଞ୍ଚକର ମୋଡ଼

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ତା’ର ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଓ ଧାରାବାହିକ ଦ୍ୱାରା ସର୍ବଦା ଦର୍ଶକଙ୍କ ମନ ଜିତିଆସିଛି। ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ଘରର କାହାଣୀ, ପର୍ବପର୍ବାଣୀ ଓ ପରମ୍ପରାକୁ ତା’ର ପ୍ରୋଗ୍ରାମ ମାଧ୍ୟମରେ ଆପଣଙ୍କ ପାଖରେ ପହଞ୍ଚାଇବାକୁ ସର୍ବଦା ଚେଷ୍ଟା କରି ଆସିଛି। ଆସନ୍ତା ଜୁଲାଇ ୨୯ରୁ ପ୍ରସାରିତ ସମସ୍ତ ମେଗା ଧାରାବାହିକର କାହାଣୀରେ ଆସୁଛି ନୂଆ ମୋଡ଼ ଯାହା ସମ୍ପୂର୍ଣ୍ଣ ରୂପେ କାହାଣୀକୁ ଏକ ଭିନ୍ନ ଏକ ଦିଗ ଦେବା ସହ ଆହୁରି ରୋମାଞ୍ଚକ ମୋଡ଼କୁ ନେଇଯିବ। ସମସ୍ତ ମେଗା ଧାରାବାହିକର ମୁଖ୍ୟ ଚରିତ୍ରଙ୍କ ଜୀବନରେ ଏମିତି କିଛି ନୂଆ ମୋଡ଼ ଆସୁଛି ଯାହା କାହାଣୀର ଡ଼ୋରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉଛି।

ଆସନ୍ତା ଜୁଲାଇ ୨୯ରୁ ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ରୁ ୯:୩୦ ପର୍ଯ୍ୟନ୍ତ ଯେଉଁ ୬ଟି ଲୋକପ୍ରିୟ ମେଗା ଧାରାବାହିକ ଚାଲିଛି ଯଥା ‘ସନ୍ଧ୍ୟା ରାଗିଣୀ’, ‘ମଧୁର ସଂସାର’, ‘ସୁନା ଝିଅ’, ‘ତୁମ ବିନା’, ‘ତୁ ଖରା ମୁଁ ଛାଇ’ ଓ ‘ଭାଗ୍ୟ ରେଖା’ ପରି ମେଗା ଧାରାବାହିକର ସମସ୍ତ କାହାଣୀରେ ଘଟିବ କିଛି ବଡ଼ ଘଟଣା, ଆସିବେ କିଛି ନୂଆ ଚରିତ୍ର ଓ ସମ୍ପର୍କରେ ଆସିବ ରୋମାଞ୍ଚକର ମୋଡ, ଯାହାକୁ ନେଇ କାହାଣୀ ଦ୍ରୁତ ଭାବରେ ଗତିଶୀଳ ହେବା ସହ ଦର୍ଶକଙ୍କୁ ବାନ୍ଧି ରଖିବ।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ସବୁ ସପ୍ତାହରେ ଅଧିକରୁ ଅଧିକ ଦର୍ଶକଙ୍କ ଭଲ ପାଇବା ସାଉଁଟୁଛି । ଏବେ କାହାଣୀରେ ରାଗିଣୀ ଓ ସଂଗୀତଙ୍କ ମନ ସହ ମନର ମିଳନ ହେବାକୁ ଯାଉଛି ଓ ଆଉ ଅନ୍ୟପଟେ ସନ୍ଧ୍ୟାର ହକି ଖେଳିବାର ସ୍ବପ୍ନ ସତ ହେବାକୁ ଯାଉଛି। ‘ମଧୁର ସଂସାର’ରେ ଦେଖିପାରିବେ ମଧୁ କିପରି ଏତେ ସାରା ପ୍ରତିକୂଳ ପରିସ୍ଥିତିରେ ତାର ଶାଶୁ ଓ ପରିବାର ଅନ୍ୟ ସଦସ୍ୟଙ୍କ ହାତ ଧରି ସଂସାର ରଥକୁ ଆଗକୁ ନେଉଛି।

ସେପଟେ ‘ସୁନା ଝିଅ’ରେ ପ୍ରିୟା, ବିଷ୍ଣୁଙ୍କ ଓ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ କାହାଣୀରେ ଦେଖିବେ କେମିତି ସମୟ ଭଉଁରୀରୁ ବିଷ୍ଣୁ କିପରି ପ୍ରିୟାକୁ ଆଣୁଛି ନିଜ ପରିବାର ପାଖକୁ ଯାହା କାହାଣୀରେ ଆଣିଛି ଏକ ଅନନ୍ୟ ପରିବର୍ତ୍ତନ। ମେଗା ଧାରାବାହିକ ‘ତୁମ ବିନା’ରେ ଦେଖିବେ ବିଧାତା କେମିତି ଅକ୍ଷୟ ଆଉ ଲକ୍ଷ୍ମୀଙ୍କୁ ପାଖକୁ ଆଣି ତାଙ୍କ ପ୍ରେମ କାହାଣୀ ଆଗକୁ ବଢ଼ାଉଛି ଓ ଆପଣଙ୍କ ପସନ୍ଦିତ ଧାରାବାହିକ ‘ତୁ ଖରା ମୁଁ ଛାଇ’ ରେ ଏବେ ଧରାପଡିବ ସବୁ ସତ ମିଛ ଆଉ କାହାଣୀରେ ଯୋଡି ହୋଇଥିବା ନୂଆ ଚେହେରା କେମିତି କାହାଣୀକୁ ରୋଚକ ମୋଡ଼କୁ ନେଉଛନ୍ତି। “ଭାଗ୍ୟରେଖା” ଏକ ହୃଦୟସ୍ପର୍ଶୀ ପ୍ରେମ କାହାଣୀ।

ଏହି ସିରିଏଲରେ ଦେଖିବେ ଜୀବନର ଦୋଛକିରେ ଭାଗ୍ୟ ଓ ରେଖାଙ୍କ ଭାଗ୍ୟରେଖା କେମିତି ସେମାନଙ୍କ ପ୍ରେମ କାହାଣୀ କୁ ଆଗକୁ ବଢ଼ାଉଛି ଓ ଆଗକୁ ଆସିଥିବା ଆକସ୍ମିକ ବିପଦକୁ ଦୁଇଜଣ କିପରି ସାମନା କରୁଛନ୍ତି।

ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରିଥାଏ। ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ଆସନ୍ତା ଦିନରେ ଆମର ସମସ୍ତ ୬ଟି ଲୋକପ୍ରିୟ ମେଗା ଧାରାବାହିକର କାହାଣୀରେ କିଛି ନୂଆ ମୋଡ, କିଛି ନୂଆ ଚେହେରା ସହ କାହାଣୀର ଅଗ୍ରଗତି ପରିଲିକ୍ଷିତ କରିପାରିବେ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

‘ଦିଦି ନମ୍ବର ୧’ ଯାକପଟ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ

ଭୁବନେଶ୍ଵର: ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି। କେବଳ ଧାରାବାହିକ ନୁହେଁ ବରଂ ରିଏଲିଟି ସୋ ମାଧ୍ୟମରେ ମଧ୍ୟ ସଫଳତାର ସହ ଆଗକୁ ବଢି ଚାଲିଛି। ସଂପୂର୍ଣ୍ଣ ଓଡିଆ ଜାତି ଓ ଆମ ରାଜ୍ୟର ପ୍ରଥା, ପରମ୍ପରାକୁ ନେଇ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଲିପିଙ୍କ ଉପସ୍ଥାପନାରେ ‘ଦିଦି ନମ୍ବର ୧’ ଦର୍ଶକଙ୍କ ଭଲ ପାଇବା ସାଉଁଟିଛି ଓ ପହଞ୍ଚିଛି ଯାକପଟ ରାଉଣ୍ଡରେ ଯାହାର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡିର ତୁଲାସା ନାୟକ।

‘ଦିଦି ନମ୍ବର ୧’ ର ଏହି ସିଜିନର ପ୍ରଥମ ବିଜେତା ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ତୁଲାସା ନାୟକ। ଓଡ଼ିଶାର ୬ଟି ଜିଲ୍ଲାର ୬ ଜଣ ପ୍ରତିଯୋଗୀ ଥିଲେ। ଏହି ରିଏଲିଟି ସୋ ର ଫିନାଲେରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ତୁଲାସା। ଅଡିସନ ମାଧ୍ୟମରେ ଆସିଥିବା ନାରୀ ମାନେ ନିଜର କର୍ମମୟ ଓ ଗତିଶୀଳ ଜୀବନକୁ ଏହି ମଞ୍ଚରେ ପରିପ୍ରକାଶ କରିଥିଲେ, ଯାହା ସେମାନଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ। ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଅଲିଟି ସୋର ଏହି ସିଜନରେ, ନୂଆ ନୂଆ ଖେଳ ସହ ଆହୁରି ଅଧିକ ମଜାଦାର ହୋଇଛି ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ମଧ୍ୟ ନେଇ ଆସିଛି।

ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିଛନ୍ତି ଓ ପ୍ରତିଯୋଗୀଙ୍କଙ୍କ ମନ ଜିତିଛନ୍ତି ବୋଲି ସବୁ ସମୟରେ ପ୍ରତିଯୋଗୀମାନେ କହିଛନ୍ତି। ‘ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି କାର୍ଯକ୍ରମ ଏକ ବଡ଼ ମାଧ୍ୟମ ହୋଇଛି ବୋଲି କହିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜୁଲାଇ ୭ ଓ ୮ ତାରିଖ ସକାଳ ୫ ଟାରୁ ଜୀ-ସାର୍ଥକରେ ଦେଖନ୍ତୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ 

ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁଲାଇ ୭ ତାରିଖ ସକାଳ ୫ ଟା ରୁ ଓ ୮ ତାରିଖ ସକାଳ ୬ ଟା ରୁ।  କେବଳ ରଥଯାତ୍ରା ନୁହେଁ ବରଂ ବାହୁଡା ଯାତ୍ରା ଦେଖିବେ ୧୫ ତାରିଖ ସକାଳ ୬ ଟା ରୁ, ୧୬ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ଓ ୧୯ ତାରିଖ ରାତି ୧୦:୩୦ ରୁ ଦେଖିବେ ନୀଳାଦ୍ରୀ ବିଜେର ମଧ୍ୟ ସିଧା ପ୍ରାସାରଣ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

ଏଥର ଉପସ୍ଥାପକ ଭାବରେ ଲୋକପ୍ରିୟ ଓ ବରିଷ୍ଠ ଓଡିଆ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଓ ପ୍ରବଚକ ମାନେ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖିବେ। ଏଥର ଜୀ-ସାର୍ଥକରେ ରଥଯାତ୍ରା ହେବ ନିଆରା କାରଣ ଚ୍ଯାନେଲର ଲୋକପ୍ରିୟ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ର ଦୁଇ ଭଉଣୀ ପହଁଚିବେ ପୁରୀ ବଡ଼ଦାଣ୍ଡରେ ଓ ସେଠାରୁ ସିଧା ପ୍ରସାରଣରେ ଆପଣଙ୍କୁ ଦେଖାଇବେ ଲକ୍ଷ ଲକ୍ଷ ଭକ୍ତଙ୍କ ଅନୁଭୂତି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଚିଫ ଚ୍ୟାନେଲ ଅଫିସର ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଆମେ ଏଥର ଆମ ନିଜର କ୍ୟାମେରା ଟିମ୍ ସହିତ ସମସ୍ତ ଉପକରଣ ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଜଗା ମୋ ଜଗତଜିତା” ର ସଙ୍ଗୀତ ଲୋକାର୍ପଣ

ଭୁବନେଶ୍ଵର: ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ଜୀ ସାର୍ଥକ ଓଡିଆ ଦର୍ଶକଙ୍କ ମନ ଜାଣି ନେଇ ଆସୁଛି ଭକ୍ତ ଓ ଭଗବାନଙ୍କ ମିଳନର କାହାଣୀର ଚଳଚ୍ଚିତ୍ର ‘ଜଗା ମୋ ଜଗତଜିତା’। ଏହି ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରିଛି ଏହି ଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ କୀୟତ୍ କାହାଣୀ। ଫିଲ୍ମଟି ଭକ୍ତଙ୍କ ଅଲୌକିକ ଅନୁଭୂତିର କାହାଣୀକୁ ନିଖୁଣ ଭାବେ ଦର୍ଶାଯାଇଥିବା ବେଳେ ଏହା ଲୋକଙ୍କୁ ବେଶ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଜଣାପଡିଛି।

ଶ୍ରୀଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର ପୂଜକ ବଟକେଶ୍ଵର ମିଶ୍ର ରୁହନ୍ତି ନିଜ ବିଧବା ବୋହୁ ସୁଜାତା ଓ ନାତି ଜଗା ସହିତ। ପୁଅ ସୈନିକ ହୋଇ ଦେଶ ପାଇଁ ବୀରଗତି ପ୍ରାପ୍ତ ହୋଇଛନ୍ତି। ସେପଟେ ଗାଁର ଜମିଦାରଙ୍କ ଝିଅ ଚନ୍ଦ୍ରିକା ଜଗାର ସାନ ବେଳର ପ୍ରେମ। କିନ୍ତୁ ସମୟର କାଳଚକ୍ରରେ ଜମିଦାରଙ୍କ ମୃତ୍ଯୁ ହୋଇଛି ଓ ଚନ୍ଦ୍ରିକା ଦୂରେଇ ଯାଇଛି ଜଗା ଠାରୁ। ଜଗା ମଧ୍ୟ ଯୋଗ ଦେଇଛି ଭାରତୀୟ ସେନାରେ ହେଲେ ଏହାରି ଭିତରେ ଆସିଛି ଓଡ଼ିଆଙ୍କ ମଉଡମଣି ଜଗନ୍ନାଥଙ୍କ ରଥଯାତ୍ରା ଓ କଳାଠାକୁର ଖେଲିଛନ୍ତି ଖେଳ। ଗାଁରେ ସମସ୍ତେ ଏକ ହୋଇଛନ୍ତି ଓ ଧରାପଡ଼ିଛି ଖଳନାୟକ ଯାହା ପାଇଁ ଏତେ କାହାଣୀ। ତେବେ କଣ ହେବ ଆଗକୁ ? ରଥଯାତ୍ରା ହେବ ତ? ଚନ୍ଦ୍ରିକା ଜଗାକୁ ପାଇବ ତ? ଏହିପରି ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ।

ଜୀ ସାର୍ଥକ ଫିଲ୍ମ୍ସ ବ୍ୟାନରରେ, ଏସପିପି ପ୍ରଡକସନ୍ସ ହାଉସର ‘ଜଗା ମୋ ଜଗତଜିତା’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତ୍ରିପତି ସାହୁ ଓ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ। ବୈଦ୍ୟନାଥ ଦାଶ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ନିହାର ପ୍ରିୟାଶୀଷ ଏବଂ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ସତ୍ୟଜିତ, ପ୍ରଜ୍ଞା, ଚିରାଗ, ଶଶାଙ୍କ ଓ ଅନୁରାଧା। ଫିଲ୍ମର ମୁଖ୍ୟ ଭୂମିକାରେ ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ବାଦଲ ମହାନ୍ତି, ପୃଥ୍ଵୀରାଜ ନାୟକ ସହିତ ଓଡିଆ ଚଳଚ୍ଚିତ୍ର ଜଗତର ନାମୀ ଦାମୀ କଳାକାର ନଜର ଆସିବେ।

ଫିଲ୍ମ ରେ ଅଛି ରହସ୍ୟ ଓ ରୋମାଞ୍ଚ, କାହାଣୀରେ ମଧ୍ୟ ନୂତନତ୍ତ୍ୱ ଅଛି, ଯାହା ଦର୍ଶକଙ୍କୁ ଭଲ ଲାଗିବ। ଆସନ୍ତା ୭ ତାରିଖ ସନ୍ଧ୍ୟା ୬:୩୦ ରେ ଦର୍ଶକମାନ ଚଳଚ୍ଚିତ୍ରଟି ଦେଖିଲେ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ ୧୭ରୁ ସନ୍ଧ୍ୟା ୫ଟାରେ ଜୀ ସାର୍ଥକରେ ଆରମ୍ଭ ହେବ “ଦିଦି ନମ୍ବର ୧- ନୂଆ ଓଡିଶାର ନୂଆ ଉତ୍ସବ” 

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ଠିକ ସେମିତି ଜୀ ସାର୍ଥକ ନେଇ ଆସୁଛି ନୂଆ ଭାବରେ ଦିଦି ନମ୍ବର ୧ ରିଆଲିଟି ଶୋ ଯାହା ଓଡିଶାର ୩୦ଟି ଜ଼ିଲ୍ଲାର ସାଂସ୍କୃତିକ ବିବିଧତାକୁ ଏକ ଭିର୍ଣ୍ଣ ଅନ୍ଦାଜରେ ଲିପି ମହାପାତ୍ର ବଖାଣିବେ ଓ ଦର୍ଶକଙ୍କ ମୁହଁରେ ଫୁଟାଇବ ହସ।

‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହି ରିଆଲିଟି ଶୋ ରେ ଓଡିଶାର ୩୦ଟି ଜ଼ିଲ୍ଲାର କୋଣ ଅଣୁକୋଣରୁ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। କହିହେବ ଯେ ଓଡିଶାର ସମସ୍ତ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ହେବାକୁ ଯାଉଛି ମହାମିଳନ। ଏହା ମାଧ୍ୟମରେ ଓଡିଶାର ବିଭିନ୍ନ ପ୍ରାନ୍ତର ଖାଦ୍ୟ , ପ୍ରଥା , ପରମ୍ପରା , ସଂସ୍କୃତି , ଭାଷାର ପ୍ରଦର୍ଶନ କରାଯିବ। ଗୋଟିଏ ଶୋ ରେ ଦର୍ଶକେ ସାରା ଓଡିଶାର ଖାସ କଥା ଜାଣିବାକୁ ପାଇବେ ଏହାଠୁ ବଡ କଥା ଆଉ କଣ ବା ହୋଇପାରେ। ଅଡିସନ ମାଧ୍ୟମରେ ୩୦ଟି ଜିଲ୍ଲାର ୩୦ ଜଣ ପ୍ରତିଯୋଗୀ ଚୟନ ହେବାପରେ ଏହି ଶୋ ରେ ଭାଗ ନେଇ ବିଭିନ୍ନ ପର୍ଯ୍ୟାୟରେ।

ପ୍ରତିଭାଶାଳୀ ପ୍ରତିଯୋଗୀ ଚୟନ ହୋଇ ଆଗକୁ ବଢିବେ ଏବଂ ଟପ୍ ୬ ଜଣ ପ୍ରତିଯୋଗୀଙ୍କୁ ନେଇ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ପ୍ରତି ମାସରେ ଜଣେ ପ୍ରତିଯୋଗୀ ‘ଦିଦି ନମ୍ବର ୧ ’ ର ଟାଇଟଲ ହାସଲ କରିବେ। ତେବେ କିଏ ହେବ ଓଡିଶାର ଦିଦି ନମ୍ବର ୧ ଜାଣିବାପାଇଁ ଦେଖିବାକୁ ଭୁଲିବେନି ଜୀ ସାର୍ଥକର ନୂଆ ରିୟାଲିଟି ଶୋ ‘ଦିଦି ନମ୍ବର ୧ – ନୂଆ ଓଡିଶାର ନୂଆ ଉତ୍ସବ’। ଏହା ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ ଏଥିରେ କୌଣସି ଦ୍ବିମତ ନାହିଁ ଓ ଏହି ରିଆଲିଟି ଶୋ ଦେଖି ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍। ଏହା ସହିତ ଏହି ରିଆଲିଟି ଶୋ ଜରିଆରେ ମହିଳା ମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏହି ରିଆଲିଟି ଶୋ ର ଅଡିସନରେ ଭାଗ ନେବା ପାଇଁ ୧୮ ରୁ ୩୫ ବର୍ଷର ମହିଳା ମାନେ ଏହି ୯୧୨୪୩୩୪୪୭୩ ନମ୍ବରରେ ଯୋଗାଯୋଗ କରି ପାରିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

ଭୁବନେଶ୍ଵର: ଓଡିଶାର ସବୁଠୁ ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ୍, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ସାମାଜିକ ସଚେତନତା ଶୃତସ୍ଥି କରିଥାଏ। ତେବେ ଆଗକୁ ରଜ ଉତ୍ସବ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା। ଏହି ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସିଛି ଏକ ବିଶେଷ କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ନାଲି ବିନ୍ଦୁ’।

ତେବେ ନାଲି ବିନ୍ଦୁ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ସାମାଜିକ ସଚେତନତା। ପ୍ରତିବର୍ଷ ପରି ଏ ବର୍ଷ ରଜ ପର୍ବରେ ମଧ୍ୟ ଜୀ ସାର୍ଥକ ତା’ର ନାଲି ବିନ୍ଦୁ ଅଭିଯାନ ମାଧ୍ୟମରେ ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏକ ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଜାରି କରିଛି। ଏହି ଭିଡିଓରେ ଋତୁସ୍ରାବ ସମୟରେ ଛାଇ ଓ ଛୁଆଁ-ଅଛୁଆଁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଚେଷ୍ଟା କରାଯାଇଛି। ଆମେ ଆଶା କରୁଛୁ ଏଇ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଚେତନ କରିବାରେ ସହାୟକ ହେବ। ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି।

ଜୀ-ସାର୍ଥକର ଏହି ଅଭିଯାନ ପୂର୍ବ ବର୍ଷମାନଙ୍କରେ ବହୁତ ସାରା ଆୱାର୍ଡ ଜାତୀୟସ୍ତରରେ ପାଇବା ସହ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା। ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏହିଁ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି।