Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପୁଣିଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଆସନ୍ତା 28 ତାରିଖରେ ପହଁଚିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି। ତେବେ ତାଙ୍କର ଗସ୍ତ ସୂଚୀ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇ ନାହିଁ। ହେଲେ ସେ 28ରେ ଭୁବନେଶ୍ବର ଆସିବେ।

ଆସନ୍ତା 26 ତାରିଖରେ ବିଜେଡି ପୁରୀରେ ବିଶାଳ ସମାବେଶ କରୁଛି। ସେହିଦିନ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିବ। ତାହାକୁ କାଉଣ୍ଟର କରିବା ପାଇଁ ବିଜେପି ଏହି ରଣନୀତି ଆପଣେଇଛି ବୋଲି କୁହାଯାଉଛି। ତେବେ ନଡ୍ଡାଙ୍କ ଆଗମନ ନେଇ ବିଜେପି ବେଶ ଉତ୍ସାହିତ ହୋଇପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଗନ୍ନାଥଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ପୁରୀ: ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ସମ୍ବିତ ପାତ୍ର ପ୍ରମୁଖ ମଧ୍ୟ ଜଗନ୍ନାଥ ଦର୍ଶନ କରିଛନ୍ତି। ନଡ୍ଡା ଭିତରେ ଜଗନ୍ନାଥ ଦର୍ଶନ ସାରି ଶ୍ରୀମନ୍ଦିର ବେଢା ମଧ୍ୟ ବୁଲିଥିଲେ। ଏହି ସମୟରେ ସେ ସେଠାରେ ଉପସ୍ଥିତ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଜେପି ନଡ୍ଡା ଜଗନ୍ନାଥ ଦର୍ଶନ କରିବା ପାଇଁ ସେ ଗତକାଲି ରାତିରୁ ପୁରୀରେ ଅବସ୍ଥାନ କରିଥିଲେ। ସେ ଜନତା ମଇଦାନର ବୈଠକ ଏବଂ ପାର୍ଟି କାର୍ଯ୍ୟାଳୟର ବୈଠକ ସାରି ସେ ପୁରୀ ଫେରିଯାଇଥିଲା। ଆଜି ନଡ୍ଡା ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଦରକାର ଡବଲ ଇଞ୍ଜିନ ସରକାର, ବର୍ତ୍ତମାନ ସରକାରଙ୍କୁ ଉପାଡି ଫୋପାଡି ଦିଅ; ଜେପି ନଡ୍ଡା

ଭୁବନେଶ୍ବର: ଆଜି ଭୁବନେଶ୍ବରର ଜନତା ମଇଦାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦଳୀୟ ନେତାଙ୍କୁ ସମ୍ବୋଧୀତ କରି ନଡ୍ଡା କହିଛନ୍ତି ଯେ, ଓଡିଶା ସରକାର ବର୍ତ୍ତମାନ ଦୁର୍ନିତିରେ ବୁଡି ରହିଛି। କୌଣସି ଉନ୍ନତି ମୂଳକ କାମ ହୋଇପାରୁ ନାହିଁ। ଏପରି ସରକାର ରହି ନ  ରହିବା ପରି। ଏହାକୁ ଉପାଡି ଫୋପାଡି ଦିଅ ବୋଲି ନଡ୍ଡା କହିଛନ୍ତି।

କେବଳ ସେତିକି ନୁହେଁ ନେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଡ୍ଡା କହିଛନ୍ତି ଯେ, ଓଡିଶାରେ ଡବଲ ଇଂଜିନି ସରକାର ଦରକାର। ଉପରେ ପଦ୍ମ ଏବଂ ତଳେ ପଦ୍ମ ରହିବା ଆବଶ୍ୟକ। ତେବେ ଯାଇ ରାଜ୍ୟର ଉନ୍ନତି ତୀବ୍ର ବେଗରେ ଗତି କରିବ ବୋଲି ନଡ୍ଡା କହିଥିଲେ। ସେଥିପାଇଁ ଓଡିଶାର ବିଜେପି କିପରି ସରକାରକୁ ଆସିବ ସେ ନେଇ ଆପଣମାନେେ କାମ ଆରମ୍ଭ କରନ୍ତୁ ବୋଲି ନଡ୍ଡା ନେତାଙ୍କୁ ଆହ୍ବାନ ଦେଇଥିଲେ।

ଓଡିଶାର ସରକାର ଏକ ଷ୍ଟାମ୍ପ ମରା ସରକାର ବୋଲି ନଡ୍ଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆବାସ ଯୋଜନା କଲେ। ଯାହାର ନାମ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହି ଯୋଜନାକୁ ଓଡିଶା ସରକାର ଲାଗୁ କରି ତା ଉପରେ ବିଜୁ ପକ୍କା ଘର ଯୋଜନା ଷ୍ଟାମ୍ପ ମାରି ବାହାବା ନେଉଛନ୍ତି। ଏହା ଆଉ ବେଶୀଦିନ ଚାଲିବ ନାହିଁ ବୋଲି ନଡ୍ଡା କହିଥିଲେ।

ସେହିପରି ଓଡିଶା ଲୋକେ ବର୍ତ୍ତମାନ ସୁଦ୍ଧା ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସାରା ଭାରତରେ ଏହି ଯୋଜନା ଲାଗୁ କରାଯାଇଥିବା ବେଳେ ଓଡିଶା ସରକାର କିନ୍ତୁ ଏହାକୁ ଲାଗୁ କରୁ ନାହାଁନ୍ତି। ଫଳରେ କେନ୍ଦ୍ରର ଏହି ସଫଳ ଯୋଜନାରୁ ଓଡିଶାର ଲକ୍ଷଲକ୍ଷ ଲୋକେ ବଞ୍ଚିତ ହେଇଛନ୍ତି ବୋଲି ନଡ୍ଡା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ସରକାରରେ ତିନିଜଣ ମନ୍ତ୍ରୀଙ୍କ ନାମ କୁଆଡେ ହତ୍ୟାକାଣ୍ଡରେ ଜଡିତ ବୋଲି ଆସୁଛି। ଯଦି ରକ୍ଷକ ଭକ୍ଷକ ସାଜିବ ତେବେ ସେ ସରକାର କି ସରକାର ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ଏପରି ସରକାର ରହିବା ଉଚିତ କି ବୋଲି ଲୋକଙ୍କୁ ପ୍ରଶ୍ନ କରିଥିଲେ। ନଡ୍ଡାଙ୍କ ଏପରି ଭାଷଣରେ ନେତାମାନେ ବେଶ ଉତ୍ସାହିତ ହୋଇପଡିଥିଲେ।

ତେବେ ଭାଷଣ ଆରମ୍ଭରୁ ନଡ୍ଡା ଓଡିଶାରେ କେନ୍ଦ୍ର ସରକାର କଣ ସବୁ ଯୋଜନା କରିଛନ୍ତି ତାହାର ଏକ ହିସାବ ପ୍ରଦାନ କରିଥିଲେ। ବିଗତ ବର୍ଷରେ ରାଜ୍ୟକୁ କେତୋଟି ଶିକ୍ଷାନୁଷ୍ଠାନ, କେତେ ଯୋଜନା ଏବଂ ରେଳପଥ ବିକାଶ ଉପରେ ଆଲୋକପାତ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଓଡିଶାର ଉନ୍ନତି ପାଇଁ ପ୍ରଦାନ କରିଛନ୍ତି। ତେବେ ରାଜ୍ୟରେ ଡବଲ ଇଂଜିନି ସରକାର ଆସିଲେ ଏହା ଆହୁରି ତୀବ୍ର ହେବ ବୋଲି ନଡ୍ଡା ଏହି ସଭାରେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ: ଏସଭି ନିର୍ତାର ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଉଦଘାଟନ କରିବେ ସାଂସଦ ଜେପି ନଡ୍ଡା

ଭୁବନେଶ୍ବର: କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଠାରେ ଆସନ୍ତା ୩୦ ତାରିଖ ଦିନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ। ସାଂସଦ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅତିଥିମାନଙ୍କ ଦ୍ବାରା ଏସଭିନିର୍ତାର ପରିସରରେ ବୃକ୍ଷରୋପଣ, ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ ଏବଂ ଥେରାପି ପାର୍କ ଉଦଘାଟନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାପରେ ଆୟୋଜିତ ଏକ ସଭାରେ ଅତିଥିମାନେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ, ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ଏକ ସ୍ବାୟତ୍ତ ଶିକ୍ଷାନୁଷ୍ଠାନ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗୁରୁବାର ଦିନ ଦୁଲିକିବ ଓଡିଶା ରାଜନୀତି, ବିଜେଡି ବିଜେପି ମୁହାଁମୁହିଁ, ନବୀନ ବନାମ ନଡ୍ଡା

ଭୁବନେଶ୍ବର: ଆସନ୍ତା ଗୁରୁବାର ଦିନ ଓଡିଶା ରାଜନୀତିରେ ଧଡକନ ସୃଷ୍ଟି ହେବ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହେବାରେ ଲାଗିଛି। ଉଭୟ ବିଜେଡି ଏବଂ ବିଜେପି ସହିତ କଂଗ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରଚେଷ୍ଠା ଆରମ୍ଭ କରିଦେଇଛନ୍ତି।

ତେବେ ଆସନ୍ତା ଗୁରୁବାର 29 ତାରିଖରେ ଓଡିଶା ରାଡନୀତିରେ ଅଧିକ କଂପନ ସୃଷ୍ଟି ହେବ। କାରଣ ସେଦିନ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି ମହାସମାବେଶର ଆୟୋଜନ କରୁଛନ୍ତି। ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରିବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ।

ସେହିପରି ସେହି ଦିନ ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ନଡ୍ଡା  29 ତାରିଖ ସକାଳେ ଆସିବେ। ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନିଆଯିବ।

ଜେପି ନଡ୍ଡା ବିଜେପି ଅଫିସରୁ ସିଧା ଜନତା ମଇଦାନ ଯିବେ। ସେଠାରେ ଦଳର ନେତାମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳର ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବେ। ନଡ୍ଡାଙ୍କ ଓଡିଶା ଗସ୍ତ ନେଇ ବିଜେପି ଶିବିର ବେଶ ଉତଫୁଲିତ ହୋଇପଡିଛି।

ସେହିପରି ବିଜେଡି, ବିଜେପିକୁ ଶକ୍ତିହୀନ ପ୍ରମାଣିତ କରିବା ପାଇଁ ତାହାର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରୀ ରଖିଛି। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି ପ୍ରସ୍ତୁତି ଜୋରଦାର କରାଯାଇଛି। ବରମୁଣ୍ଡା ପଡିଆରେ ଯେପରି ଶୃଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମ ସଫଳତାର ସହ ହେବ ସେ ନେଇ ପ୍ରଣବ ପ୍ରକାଶ ଘନଘନ ବୈଠକ ଜାରୀ ରଖିଛନ୍ତି।

ବିଜେଡି ବିଜେପି ସହିତ ସେହିଦିନ କଂଗ୍ରେସ ମଧ୍ୟ ତାହାର କାର୍ଯ୍ୟକ୍ରମ କରିବାକୁ ନିଷ୍ପତି କରିଛି। ଭାରତ ଯୋଡ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନ ଲୋକଙ୍କ ନିକଟରେ ପହଁଛିବା ପାଇଁ ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଓଡିଶାରେ ଆମ ଆଦମୀ ପାର୍ଟି ମଧ୍ୟ 29 ତାରିଖରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରଖିଛି।

ଏଥିରୁ ସ୍ପଷ୍ଟ ହେଲାଣି ଯେ, ବର୍ତ୍ତମାନ ଓଡିଶାର ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିସାରିଲେଣି। ଗୁରୁବାର ଦିନ ଏହାର ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଜଣାପଡିସାରିଲାଣି।

Categories
ଜାତୀୟ ଖବର ବିଶେଷ ଖବର

ଗଠନ ହେଲା ବିଜେପିର ନୂତନ ସଂସଦୀୟ ବୋର୍ଡ, କଟିଲେ ନୀତିନ ଗଡକରୀ, ପଶିଲେ ୟେଦ୍ଦୁରପ୍ପା

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଂସଦୀୟ ବୋର୍ଡର ପୁନଃଗଠନ କରିଛନ୍ତି। ତେବେ ଏହି ବୋର୍ଡରେ ଥିବା ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବାଦ ଦିଆଯାଇଛି। ସେହିପରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କୁ ମଧ୍ୟ ଏହି ବୋର୍ଡରୁ ହଟାଇ ଦିଆଯାଇଛି।

ତେବେ ଏହି ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।

ଦଳର ସଭାପତି ଜେପି ନାଡା ବର୍ତ୍ତମାନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ କେ ଲକ୍ଷ୍ମଣଙ୍କୁ ନୂତନ ଚେହେରା ଭାବେ ଅନ୍ତର୍ଭୁକ୍ତ କରିଛନ୍ତି। ଅର୍ଥାତ୍ ବିଜିପି ସଂସଦୀୟ ବୋର୍ଡରୁ ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ବିଏସ ୟେଡିୟୁରପ୍ପା ଏବଂ ସରବାନନ୍ଦ ସୋନୋୱାଲଙ୍କ ସ୍ଥାନିତ କରାଯାଇଛି।

ବିଜେପିର ସଂସଦୀୟ ବୋର୍ଡ ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କରିଥାଏ। ଏହି ବୋର୍ଡ ରାଜ୍ୟର କିଏ ହେବ ମୁଖ୍ୟମନ୍ତ୍ରୀ, କିଏ ସେ ହେବ ରାଜ୍ୟ ମୁଖ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଦାୟିତ୍ୱ ସ୍ଥିର କରିଥାଏ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି କୁହାଯାଊଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଗଡ଼କରୀ ହେଉଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ। ସେ ମଧ୍ୟ ପୂର୍ବରୁ ବିଜେପି ଅଧ୍ୟକ୍ଷ ଥିଲେ। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବୋର୍ଡରେ ପ୍ରବେଶ କରିଛନ୍ତି। ସବଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଏସ ୟେଦୁରପ୍ପାଙ୍କୁ ମଧ୍ୟ ଏହି ବୋର୍ଡରେ ନିଆଯାଇଛି। ସେହିପରି ମହାରାଷ୍ଟ୍ରର ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ବୋର୍ଡ଼ରେ ସୁଯୋଗ ମିଳିଛି।

ଏହି ବୋର୍ଡରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧ୍ୟକ୍ଷ ଥିବା ବେଳେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅଣିତ ସାହା ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ନିଜକୁ ଅଲଗା କରିଛନ୍ତି। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, “ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ମୁଁ ମୋର କୋଭିଡ୍ ପରୀକ୍ଷା କରିସାରିଛି। ମୋର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ପୃଥକ କରିଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗରେ ଆସିଛନ୍ତି, ସେମାନେ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। “

Categories
ଜାତୀୟ ଖବର ବିଶେଷ ଖବର

ଟାର୍ଗେଟରେ ନିର୍ବାଚନ 2024, ଶହେ ଦିନ ଧରି ସାରା ଭାରତ ବୁଲିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା

ନୂଆଦିଲ୍ଲୀ, 2024 ସାଧାରଣ ନିର୍ବାଚନ ବହୁ ଦିନ ବାକି ରହିଛି। ହେଲେ ବିଜେପି ଏବେଠାରୁ ଆରମ୍ଭ କରି ଦେଲାଣି ପ୍ରସ୍ତୁତି। ବିହାର ବିଧାନସଭା ନିର୍ବାଚନରେ ​​ବିଜୟ ପରେ ବିଜେପି ​​ଏହାକୁ ନେଇ ଆହୁରି ଉତ୍ସାହିତ ହୋଇଯାଇଛି। ବର୍ତ୍ତମାନ ଦଳ 2024 ରେ ହେବାକୁ ଥିବା ଲୋକସଭା ନିର୍ବାଚନ କିପରି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ବିଜେପି ଜାତୀୟ ସଭାପତି ଜେ ପି ନାଡ୍ଡା ଖୁବ୍ ଶୀଘ୍ର ସମଗ୍ର ଦେଶ ଗସ୍ତ କରିବେ। ପ୍ରାୟ 100 ଦିନ ଧରି ସାରା ଭାରତ ବୁଲିବେ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ନାଡ୍ଡାଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ସଂଗଠନକୁ ମଜବୁତ କରିବା।

2024 ର ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନାଡ୍ଡା ବିଭିନ୍ନ ରାଜ୍ୟରେ ରହି ସେଠାକାର ସ୍ଥିତି ଅନୁଧ୍ୟାନ କରିବେ। 2019 ରେ ଦଳ ଯେଉଁ ଆସନ ଗୁଡିକରେ ଜିତି ନ ଥିଲା ତାହା ଉପରେ ଫୋକସ କରିବେ। 2024 ରେ କିପରି ସେହି ଆସନଗୁଡିକ ଜିତିବେ ଏହି ଯାତ୍ରାର ଏକ ପ୍ରମୁଖ ଦିଗ ହେବ ବୋଲି ଜଣାପଡିଛି। ଏହି ଗସ୍ତରେ ନଡ୍ଡା ଦଳର ଜନ ପ୍ରତିନିଧୀଙ୍କୁ ଭେଟି ନୂତନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିବେ। ମୁଖ୍ୟତଃ ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ ସେହି ରାଜ୍ୟଗୁଡିକ ଉପରେ ନଡ୍ଡା ଅଧିକ ଗୁରୁତ୍ବ ଦେବେ।

ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି ସେଠାକୁ ଯାଇ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ଉନ୍ନତି ଆଣିବା ସହ ବିଭିନ୍ନ ପ୍ରଭାବଶାଳୀ ଗୋଷ୍ଠୀ ସହ ଯୋଗାଯୋଗ କରିବେ। ସେଥିପାଇଁ ନଡ୍ଡା ସମସ୍ତ ରାଜ୍ୟଗୁଡିକୁ A,B,Cଏବଂ D ପରି 4ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। A ହେଉଛି ସେହି ରାଜ୍ୟ ଯେଉଁଠାରେ ବିଜେପି ତାର ସହଯୋଗୀମାନଙ୍କ ସହ ମିଳିତ ଭାବେ ଅଛି। ଏଥିରେ ନାଗାଲାଣ୍ଡ, ବିହାର, କର୍ଣ୍ଣାଟକ, ତ୍ରିପୁରା ଇତ୍ୟାଦି ରାଜ୍ୟ ଅନ୍ତର୍ଭୁକ୍ତ। B ବର୍ଗ ହେଉଛି ସେହି ରାଜ୍ୟଗୁଡିକୁ ଯେଉଁଠାରେ ବିଜେପି ଶାସନରେ ନାହିଁ। ଯେପରି କି ରାଜସ୍ଥାନ, ଛତିଶଗଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ ଏବଂ ଓଡିଶା।

C ହେଉଛି ଛୋଟ ରାଜ୍ୟଗୁଡିକ, ଯେପରିକି ଲକ୍ଷାଦୀପ, ମେଘାଳୟ ଏବଂ ମିଜୋରାମ। D ଶ୍ରେଣୀ ହେଉଛି କେରଳ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ଏବଂ ତାମିଲନାଡୁ ଭଳି ନିର୍ବାଚନ ଭିତ୍ତିକ ରାଜ୍ୟ। C ବର୍ଗର ରାଜ୍ୟଗୁଡିକରେ ନଡ୍ଡା ମାତ୍ର ଦୁଇଦିନ ରହି ପ୍ରଚାର କରିବେ। ହେଲେ ଉତ୍ତର ପ୍ରଦେଶରେ ସର୍ବାଧିକ ଆଠ ଦିନ ରହଣି ରହିଛି। ନଡ୍ଡାଙ୍କ ଏହି ଗସ୍ତ କେବେ ଆରମ୍ଭ କରିବେ ତାହା ଘୋଷଣା କରାଯାଇ ନ ତିଲେ ମଧ୍ୟ ତା ପୂର୍ବରୁ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କୁ ବଦଳାଯାଇଛି। ଏଥିସହିତ ନିକଟରେ ପଶ୍ଚିମବଂଗରେ ଦଳ ପ୍ରଚାର ଆରମ୍ଭ କରିସାରିଲାଣି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୁବ ଶୀଘ୍ର ଓଡିଶାରେ ବିଜେପି ସରକାର, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଜେ.ପି ନାଡ୍ଡାଙ୍କ ଦାବି

ନୂଆଦିଲ୍ଲୀ : ରାଷ୍ଟୀୟ ବିଜେପିର ପୁରୁଣା ସଭାପତି ପୂର୍ବରୁ ଯାହା କହି ଆସୁଥିଲେ, ନୂଆ ସଭାପତି ଭାବେ ଜେପି ନଡ୍ଡା ଦାୟତ୍ବ ନେବା ପରେ ସେହି କଥା ଦୋହରାଇଛନ୍ତି। ତାହା ହେଲା ଓଡିଶାର ବିଜେପି, ସରକାର କରିବ। ଆଜି ଭିଡିଓ କନଂଫ୍ରେସିଂରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସଭାପତି  ନଡ୍ଡା ଯୋଗ ଦେଇ ଏହା କହିଛନ୍ତି। ତେବେ ନୂଆ ସଭାପତିଙ୍କ ଏହି ଭାଷଣ ରାଜ୍ୟର ନୂଆ କର୍ମକର୍ତ୍ତାଙ୍କୁ ବେଶ୍ ଉତ୍ସାହିତ କରିପାରିଛି।

ରାଜ୍ୟରେ ବିଜେପିର “ସ୍ଥିର” ସରକାର ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ୨୦୧୪ ମସିହା ବିଧାନସଭା ନିର୍ବାଚନରେ ବିଜେପି ୧୮ ପ୍ରତିଶତ ଭୋଟ୍ ପାଇଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବାକୁ ଲକ୍ଷ୍ୟ ରଖିବା ଆବଶ୍ୟକ ବୋଲି ନଡ୍ଡା କର୍ମି ଓ ନେତାଙ୍କୁ କହିଛନ୍ତି।

ଓଡିଶାରେ ବିଜେପିର ଅଗ୍ରଗତି ସଂପର୍କରେ ସେ କହିଛନ୍ତି, “ଆମେ ଖୁସି ଯେ ଲୋକସଭା ନିର୍ବାଚନରେ ​​ଆମେ ଏଠାରୁ ପ୍ରାୟ ଏକ କୋଟି ଭୋଟ ପାଇଛୁ। ସେହିଭଳି ଆଜି ଆମେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଭରସା ଯୋଗ୍ୟ ହୋଇପାରିଛୁ। ନାଡା ଦାବି କରିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଓଡିଶାରେ ବିଜେପି କର୍ମୀମାନେ ପ୍ରାୟ ୭ ଲକ୍ଷ ରାସନ କିଟ୍, ୬୦,୦୦୦ ସାନିଟାଇଜର, ୫.୫ ଲକ୍ଷ ମାସ୍କ ଏବଂ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିଛନ୍ତି। ଏହା କର୍ମିଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ନଡ୍ଡା କହିଥିଲେ।

ତେବେ ରାଜ୍ୟରେ ବିଜେଡି ସରକାରକୁ ସମାଲୋଚନା କରି ସେ କହିଛନ୍ତି ଯେ “ମୁଁ ଦୁଃଖିତ ଯେ ଆମକୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଅନୁମତି ଦିଆଯାଇ ନାହିଁ। ରାଜ୍ୟରେ ୨.୪ କୋଟି ଲୋକ ଅଛନ୍ତି, ଯେଉଁମାନେ ୫ ଲକ୍ଷ ଟଙ୍କା ଚିକିତ୍ସା ଦ୍ୱାରା ଉପକୃତ ହୋଇଥାନ୍ତେ। ” ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ କରୁଛି ଯେ ପିଏମ ମୋଦୀଙ୍କ ଯୋଜନା ଗରିବ ଏବଂ ଅସହାୟ ଲୋକଙ୍କ ନିକଟରେ ପହଞ୍ଚିବାକୁ ଅନୁମତି ଦିଅନ୍ତୁ।

ପରିସଂଖ୍ୟାନ ଦର୍ଶାଉଛି ଯେ ଓଡିଶାର ଲୋକମାନେ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଛନ୍ତି। ବର୍ତ୍ତମାନ ସେମାନେ ଭୁବନେଶ୍ୱର ଏଏମସରେ ରହି ଚିକିତ୍ସିତ ହୋଇପାରିବେ, ଯେଉଁଥି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦିଆଯାଇଛି ବୋଲି ସେ କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ଓଡିଶାରେ ଏହାର ରାଜନୈତିକ ଲକ୍ଷ୍ୟ ଆରମ୍ଭରେ ସ୍ପଷ୍ଟ କରିବାବେଳେ ନାଡା ଭାରତରେ ମହାମାରୀର ପରିସ୍ଥିତିର ମୁକାବିଲା କରିବାରେ ତଥା ଜୀବନ ଏବଂ ଜୀବିକା ନିର୍ବାହକୁ ସନ୍ତୁଳିତ କରିବା ପାଇଁ ‘ଆତ୍ମନିର୍ଭର ପ୍ୟାକେଜ୍ ‘ ସମେତ ଅର୍ଥନୈତିକ ପ୍ୟାକେଜ୍ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ସେ କହିଛନ୍ତି, “ରାସ୍ତାଘାଟ ବିକ୍ରେତାଙ୍କୁ ୧୦,୦୦୦ ଟଙ୍କା ମୂଲ୍ୟର ଏକ ସହଜ ଋଣ ସୁବିଧା ଯୋଗାଇ ଦିଆଯାଇଛି ଯାହା ଦ୍ବାରା ତାଲା ବନ୍ଦ ପରେ ସେମାନଙ୍କ ବ୍ୟବସାୟ ପୁନଃ ଆରମ୍ଭ ହୋଇପାରିବ। ଘରକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି।”

ସେ ସମସ୍ତ ବିଜେପି କ୍ୟାଡରଙ୍କୁ ଲୋକଙ୍କ ନିକଟକୁ ଯାଇ ନୂତନ ଉଚ୍ଚାଭିଳାଷୀ ଜାତୀୟ ଶିକ୍ଷା ନୀତିର ପ୍ରମୁଖ ବିଷୟଗୁଡ଼ିକ ବିଷୟରେ ଶିକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ।