Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା ସ୍ଥଳ ଦେଖିଲେ କଂଗ୍ରେସ ବିରୋଧୀ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ

ଭୁବନେଶ୍ୱର: ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ଶ୍ରୀ ଚୌଧୁରୀ ମୁଖ୍ୟ ଚିକିତ୍ସାଳୟରୁ ସିଧା ଯାଇ ପଂହଚିଥିଲେ ବାଲେଶ୍ୱରସ୍ଥିତ ନୁସି କାର୍ଯ୍ୟଳୟରେ ଯେଉଁଠାରେ ମୃତ ଯାତ୍ରୀଙ୍କର ସବ ରଖାଯାଇଛି।

ସେଠାରେ ମୃତକମାନଙ୍କର ପରିବାରବର୍ଗଙ୍କ ସହ ମଧ୍ୟ ଶ୍ରୀ ଚୌଧୁରୀ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀ ଚୌଧୁରୀ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କୁ ସାକ୍ଷାତ କଲେ। ସେଠାରେ ଭଦ୍ରକ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ମଧ୍ୟ ଯୋଗ ଦେଇଥିଲେ।

ବାଲେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଚୌଧୁରୀ ଏହି ରେଳ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ଶ୍ରୀ ଚୌଧୁରୀ ଉଧାରକାର୍ଯ୍ୟ ବିଳମ୍ବରେ ହୋଇଥିଲା ବୋଲି ଅସନ୍ତୁଷବ୍ୟକ୍ତ କରଥିଲେ। ଯାତ୍ରୀମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ସେଠାରେ ରେଳବାଇ କତୃପର୍କ୍ଷ ବା ରାଜ୍ୟ ପ୍ରଶାସନ ପକ୍ଷରୁ ୨ରୁ ୩ ଘଂଟା ଭିତରେ କେହି ପଂହଚି ନ ଥିଲେ। ମାତ୍ର ଦୁର୍ଘଟଣାସ୍ଥଳରେ ସେଠିକାର ସ୍ଥାନୀୟ ଲୋକ ତୁରନ୍ତ ପଂହଚି ଯେଉଁଭଳି ଭାବରେ ନିଜ ଉଦ୍ୟମରେ ଉଧାରକାର୍ଯ୍ୟ ଆରମ୍ଭ କରିଥିଲେ ସେଥିପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରାପ୍ରସାଦ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଅନୁଲେଖା ବୋଷା, ଲଲାଟେନ୍ଦୁ ମହାପାତ୍ର, ସତ୍ୟଶିବ ଦାସ, ବିଜନ ନାୟକ, ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ନଳୀନ ନାୟକ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ରଞ୍ଜିତ ପାତ୍ର, ଦେବାଶିଷ ଭୂୟାଁ, ଗୌତମ ସାହୁ ଓ ସାହିଲ୍ ଖାଦିର ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୃତକଙ୍କର ହେବ ଡିଏନଏ ଟେଷ୍ଟ, ଶବ ସଂରକ୍ଷଣ ପାଇଁ ଆସିଲେ ୧୭ ଜଣିଆ ଟିମ; ପ୍ରଦୀପ ଜେନା

ଭୁବନେଶ୍ବର: ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କ ସଂଖ୍ୟା, ଆହତମାନଙ୍କ ଚିକିତ୍ସା ଓ ଚିହ୍ନଟ ହୋଇନଥିବା ମୃତକଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଛନ୍ତି ଯେ, ରେଳ ବିଭାଗଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଦିଆଯାଇଥିଲା।

କିନ୍ତୁ ପୁଙ୍ଖାନୁପୁଂଙ୍ଖ ଯାଂଚ ଓ ଗଣନା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ମୃତକଙ୍କ ସଂପର୍କରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୨୭୫ ବୋଲି ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମସ୍ତ ବଗିଗୁଡିକରୁ ଆହତ ଓ ମୃତକମାନଙ୍କୁ  ଇତି ମଧ୍ୟରେ ବାହାର କରାଯାଇ ସାରିଛି।

ରବିବାର ସଂଧ୍ୟା ସୁଦ୍ଧା ୧୮୦ଟି ମୃତଦେହ ଭୁବନେଶ୍ୱରକୁ ଅଣାଯାଇ ଏମ୍ସ, ଆମ୍ରି, କ୍ୟାପିଟାଲ ହସ୍ପିଟାଲ, ସମ ଓ କିମସ୍ ହସ୍ପିଟାଲରେ ରଖାଯାଇଛି। ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବା ଟ୍ରକ୍ ଯୋଗେ ମୃତଦେହ ଭୁବନେଶ୍ୱର ଆଣିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ସମସ୍ତ ମୃତଦେହକୁ ସମ୍ମାନର ସହିତ ଆଣିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଗତକାଲି ୮୫ ଟି ଆମ୍ବୁଲାନ୍ସ ବ୍ୟବହାର କରାଯାଇ କ୍ରମାନ୍ୱୟରେ  ରାତି ସୁଦ୍ଧା ୧୭୦ଟି  ମୃତଦେହ  ଭୁବନେଶ୍ୱର ପହଁଚିଥିଲା ବେଳେ ଆଜି ଅବଶିଷ୍ଟ ୧୦ ଟି ମୃତଦେହ ବାଲେଶ୍ୱରରୁ  ଭୁବନେଶ୍ୱର ଆସି ପହଁଚିଛି ।

ମୋଟ ମୃତକ ୨୭୫ ମଧ୍ୟରୁ ବାଲେଶ୍ୱରରେ ୮୫ ଜଣ ଓ ଭୁବନେଶ୍ୱର ଅଣାଯିବା ପରେ ଆଉ ୩୯  ଜଣ ଏହିଭଳି ମୋଟ ୧୨୪ମୃତଦେହର  ଚିହ୍ଚଟକରଣ ସରିଛି ଓ ସେମାନଙ୍କର ସମ୍ପର୍କୀୟମାନଙ୍କୁ ମୃତଦେହ  ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ମୃତଦେହର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ଓ୍ୱେବ୍ ସାଇଟ୍ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ସେଗୁଡିକ ହେଲା- www.osdma.org, www.srcodisha.nic.in ଏବଂ www.bmc.gov.in

ଯେଉଁ ଅବସ୍ଥାରେ ମୃତ ଦେହଗୁଡିକୁ ସଂଗ୍ରହ କରାଯାଇଥିଲା, ସେ ସମସ୍ତ ମୃତକମାନଙ୍କର ଫଟୋ ଏହି ସବୁ ଓ୍ୱେବ୍ ସାଇଟ୍ ରେ ଉପଲବ୍ଧ ହୋଇଛି। କିନ୍ତୁ ଏହି ଫଟୋ ସବୁ କେବଳ ଚିହ୍ନଟକରଣ ପାଇଁ ଉପଲବ୍ଧ ରହିଛି। ଯେହେତୁ ଦୁର୍ଘଟଣା ପରେ ଏହି ସବୁ ଫଟୋ ନିଆଯାଇଛି, ସେଥିରେ ଅଧିକାଂଶ ଫଟୋବିକୃତ ରହିଛି, ଯାହାକି ଦେଖିଲେ କାହାକୁ ମାନସିକ ଅସ୍ଥିରତା ଦେଇପାରେ।

ଏଣୁ କେବଳ ଚିହ୍ନଟକରଣ ଏବଂ ସେମାନଙ୍କର ସଂପର୍କୀୟମାନଙ୍କ  ଆବଶ୍ୟକତା ଅନୁସାରେ ଏହାକୁ ବ୍ୟବହାର କରିବା ସହ ଗଣମାଧ୍ୟମ ପ୍ରତିନିଧି, କୌଣସି ବ୍ୟକ୍ତିଙ୍କ ଦ୍ୱାରାରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିନା ଅନୁମତିରେ ଏହାର  ପ୍ରକାଶନ, ପ୍ରସାରଣ ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ବା ଅନ୍ୟ ଉଦ୍ଦେଶ୍ୟରେ ଏହା ବ୍ୟବହାର କରାଯାଇପାରିବ ନାହିଁ ବୋଲି ଉପରୋକ୍ତ  ଓ୍ୱେବ୍ ସାଇଟ୍ ଗୁଡିକରେ ଦର୍ଶାଯାଇଛି।

ପିଲାମାନେ ମଧ୍ୟ  ଏହି ଫଟୋ ଦେଖିବାକୁ ବାରଣ କରାଯାଇଛି । ଯେହେତୁ ଫଟୋଗୁଡିକ ଓ୍ୱେବ୍ ସାଇଟ୍ ରେ ଅପ୍ ଲୋଡ୍ ନକଲେ ସଂପର୍କୀୟମାନଙ୍କୁ ମୃତ ଦେହ ଚିହ୍ନଟ କରିବାରେ ଅସୁବିଧା ସୃଷ୍ଟି ହୋଇପାରେ,  ସେ ଦୃଷ୍ଟିରୁ ଏହି ଫଟୋ ଅପ ଲୋଡ୍ କରାଯାଇଛି।

ଭୁବନେଶ୍ୱରର ଉପରୋକ୍ତ ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହଗୁଡିକର ଚିହ୍ନଟକରଣ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି। ମୃତଦେହ ରହିଥିବା ଡାକ୍ତରଖାନା ପାଇଁ  ବିଏମସି ତରଫରୁ ଜଣେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ଅଛନ୍ତି।

ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ଯେପରି ମୃତଦେହ ସଂପର୍କରେ ଶୀଘ୍ର ଖବର ପାଇବେ, ସେଥିପାଇଁ  ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ଓ ନଂ-୧୯୨୯ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି। ମୃତକମାନଙ୍କୁ ଚିହ୍ନଟ ପାଇଁ ଆସିବାକୁ ଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହଯୋଗ ପାଇଁ ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ସହାୟତା କେନ୍ଦ୍ର ଖୋଲା ଯାଇ ଟିମ୍ ମୁତୟନ ଅଛନ୍ତି।

ସେଠାରେ ସେମାନଙ୍କର ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଆନୁଷଙ୍ଗିକ  ସହାୟତା ଦେଇ ମୃତଦେହମାନଙ୍କୁ ଦେଖାଇ ଦିଆଯିବ। ଅଭିଜ୍ଞ୪  ଜଣ  ପ୍ରଶାସନିକ ଅଧିକାରୀ, ଏନ୍. ଥିରୁମାଲା ନାୟକ, ସୁଶାନ୍ତ କୁମାର ମହାନ୍ତି, ରଶ୍ମିରଂଜନ ନାୟକ ଓ ଗଙ୍ଗାଧର ସାହୁ ଏହି ମୃତଦେହ ଚିହ୍ନଟକରଣପାଇଁ ସହାୟତା କରିବେ।

ସଂପର୍କୀୟମାନେ ମୃତଦେହ ଚିହ୍ନଟକରଣରେ ଯେପରି  ହଇରାଣ ନ ହେବେ, ସେଥିପ୍ରତି ଟିମ୍ ର ସମସ୍ତେ  ସେ ଦିଗରେ ସହାୟତା କରିବେ। ଚିହ୍ନଟକରଣ ପରେ ମୃତଦେହଗୁଡିକୁ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ପଠାଇବାର ବ୍ୟବସ୍ଥା କରାଯିବ। ମୃତଦେହ ପାଇଁ ଆବଶ୍ୟକ ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ, ଯାହାକି ପରବର୍ତ୍ତୀ ସମୟରେ ମୃତକମାନଙ୍କ ସଂପର୍କୀୟଙ୍କୁ ସାହାଯ୍ୟ କରିବ।

ରବିବାର ସଂଧ୍ୟା ସୁଦ୍ଧା ୧୨୨ଟି କଲ ଏହି ଟୋଲ ଫ୍ରି ନମ୍ବରକୁ ଆସିଛି ଓ ମୃତକଙ୍କ ସଂପର୍କୀୟମାନେ ଯୋଗାଯୋଗ କରିଛନ୍ତି। ସେହିପରି ଆହତମାନଙ୍କ ତାଲିକା ମଧ୍ୟ ଓ୍ୱେବ୍ ସାଇଟ୍ ରେ ଅପଲୋଡ୍ କରାଯାଇଛି, ଯଦ୍ଦ୍ୱାରା କି ସେମାନେ  କେଉଁ କେଉଁ ହସ୍ପିଟାଲରେ ଅଛନ୍ତି, ସେମାନଙ୍କର ସଂପର୍କୀୟ  ଯୋଗାଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସର୍ବୋତ୍ତମ ଚିକିତ୍ସା ଏବଂ ମୃତକମାନଙ୍କ ପରିଜନଙ୍କୁ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେବା ସହିତ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ଭୁବନେଶ୍ୱର, କଟକଠାରୁ କୋଲକାତା ପର୍ଯ୍ୟନ୍ତ ବିନା ଦେୟରେ ବସ୍ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଚିକିତ୍ସିତ ହେଉଥିବା ୧୧୭୫ ଜଣ ଆହତଙ୍କ ମଧ୍ୟରୁ ୭୯୩ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଅବଶିଷ୍ଟ ୩୮୨ ଜଣଙ୍କର ଚିକିତ୍ସା ଜାରି ରହିଛି ଓ ଏ ବାବଦରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଆଜି କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ୍, କର୍ଣ୍ଣାଟକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କମିଶନର ଡଃ. ମନୋଜ ରଞ୍ଜନ, ବୈଜ୍ଞାନିକ ଏସ୍ .ଏସ୍. ଏମ୍ ଗାଭାସ୍କର ପ୍ରମୁଖ ଗତକାଲି ଦୁର୍ଘଟଣାସ୍ଥଳ ଓ ଆଜି ଓଡିଶା ରାଜ୍ୟ ଏସ୍ଆର୍ ସି ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ମୁଖ୍ୟ ଶାସନ ସଚିବଙ୍କ ସହିତ ମୃତାହତଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଓ ଏସ୍.ଏସ୍.ଶିବଶଙ୍କରଙ୍କ ସମେତ ରାଜ୍ୟର ବରିଷ୍ଠ  ଅଧିକାରୀ ଓ ପୋଲିସ୍ ଅଧିକାରୀ ଆସିଥିଲେ। ସମସ୍ତଙ୍କୁ ମୃତକ ଓ ଚିକିତ୍ସିତଙ୍କ  ସମ୍ପର୍କରେ ଆବଶ୍ୟକ ତଥ୍ୟ ଦିଆଯାଇଛି। ସମସ୍ତ ଆଗନ୍ତୁକ ଏବଂ ଅତିଥିମାନେ ଏହି ଟ୍ରେନ୍ ଦୁର୍ଘଟଣାରେ ଓଡିଶା ସରକାରଙ୍କ ଉଦ୍ଧାର ଓ ପରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ଦୁର୍ଘଟଣା ପରିପ୍ରେକ୍ଷୀରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିବାରୁ ଯେହେତୁ ସମ୍ପର୍କୀୟମାନେ ମୃତଦେହ ଚିହ୍ନଟକରଣ ପାଇଁ ଆସିବାରେ ବିଳମ୍ବ ହେଉଛି, ସେଥିପାଇଁ ବେଙ୍ଗାଲୁରୁରୁ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ୧୭ ଜଣିଆ ବିଶେଷଜ୍ଞଦଳ ଓଡିଶାରେ ପହଁଚି ମୃତଦେହଗୁଡିକୁ  କିପରି ଅଧିକ ଦିନ ସଂରକ୍ଷଣ କରି ରଖାଯାଇପାରିବ, ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ୍ ଯୋଗେ  ଅନୁରୋଧ କରିଥିଲେ।ମେଡିକୋ-ଲିଗାଲ ପଦ୍ଧତି ଅନୁସାରେ ୪୮ ଘଣ୍ଟା ପରେ ଚିହ୍ନଟ ହୋଇପାରୁନଥିବା ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ରହିଥିବା ବେଳେ ଯଦି ଅଧିକ ଦିନ ମୃତ ଦେହ ରଖିବା ସମ୍ଭବ ହେଉଛି, ତେବେ ତାହା କରିବା ପାଇଁ ପ୍ରୟାସ ଜାରି ରଖି ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଷ୍ଟେଟ୍ ଫୋରେନସିକ୍ ଲାବୋରେଟୋରୀରେ  ଡିଏନ୍ଏ ରଖିବା ବ୍ୟବସ୍ଥା କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚିକିତ୍ସିତ ହେଉଥିବାଙ୍କ ମଧ୍ୟରୁ ଯେଉଁ ୨ଜଣ ଗୁରୁତର ରହିଛନ୍ତି, ସେମାନଙ୍କର ସ୍ସାସ୍ଥ୍ୟାବସ୍ଥା ଭଲ ରହିଛି ଓ ସେମାନେ ଖୁବ୍ ଶୀଘ୍ର ଭଲ ହୋଇଯିବେ ବୋଲି ଆଶା ରହିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ କିଛି ପଶ୍ଚିମ ବଙ୍ଗ ,ବିହାର ଏବଂ ଓଡିଶାର ରହିଛନ୍ତି  ବୋଲି ଆପାତତଃ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Odisha Train Accident: ଦୁର୍ଘଟଣାର ହେବ ସିବିଆଇ ତଦନ୍ତ, ରେଳମନ୍ତ୍ରୀ

Video News: ବାଲେଶ୍ବର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏ ନେଇ ରେଳବାଇ ବୋର୍ଡ ସିବିଆଇକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ।

ଯେପରି ଭାବେ ଏହି ଦୁର୍ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। କିପରି ପରିସ୍ଥିତିରେ ଏତେବଡ ଘଟଣା ଘଟିଲା ତାହାର ତଦନ୍ତ ସିବିଆଇ ଦ୍ବାରା କରାଯିବ ବୋଲି ରେଳ ପ୍ରଶାସନ ଅନୁଭବ କଲେ। ସେଥିପାଇଁ ରେଳବାଇ ବୋର୍ଡ ଏହି ନିଷ୍ପତି କରି ସିବିଆଇ କୁ ଏହାର ତଦନ୍ତ ଦାୟିତ୍ବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Odisha Train Accident: ରେଳବାଇ ଜାରୀ କଲା ହେଲ୍ପ ଲାଇନ-୧୩୯

ଭୁବନେଶ୍ବର: ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତାହତମାନଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁମାନଙ୍କୁ ସହଯୋଗ କରିବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ୧୩୯ ହେଲ୍ପଲାଇନ ବ୍ୟବସ୍ଥା କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ଏକ ଦଳ ଏହି ୨୪ ଘଣ୍ଟିଆ ହେଲ୍ପଲାଇନରେ କଲ୍ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦେବେ।

ରେଳବାଇ ଜୋନ୍ ଅଧିକାରୀ ଓ ରାଜ୍ୟ ସରକାରଙ୍କ ସହ ସମନ୍ବୟ ସ୍ଥାପନ କରି ସେମାନେ ଏହି ସୂଚନା ଦେବେ। ଏହି ସେବା ନିରନ୍ତର ଭାବେ ଜାରି ରହିବ ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶି : ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ବିତରଣରେ ସହାୟକ ହେବ ।

ରେଳ ହେଲ୍ପଲାଇନ ୧୩୯ର ଉଦ୍ଦେଶ୍ୟ ହେଉଛି ସହାୟତା ଯୋଗାଇ ଦେବା ଏବଂ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ସଠିକ ଓ ସନ୍ତୋଷଜନକ ସୂଚନା ଯୋଗାଇ ଦେବା ।

ଏବେ ସୁଦ୍ଧା, ରେଳବାଇ ପକ୍ଷରୁ ୨୮୫ ମାମଲା (୧୧ ମୃତକ, ୫୦ ଗୁରୁତର ଆହତ, ୨୨୪ ସାମାନ୍ୟ ଆହତ)ମାନଙ୍କୁ ୩.୨୨ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦିଆଯାଇଛି । ରେଳବାଇ ୭ଟି ସ୍ଥାନ (ସୋରେ, ଖଡ଼ଗପୁର, ବାଲେଶ୍ବର, ଖନ୍ତାପଡ଼ା, ଭଦ୍ରକ, କଟକ, ଭୁବନେଶ୍ବର)ରେ ସହାୟତା ରାଶି ବିତରଣ କରାଯାଉଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Update: ଶବ ଚିହ୍ନିବା କଷ୍ଟକର, ୱେବସାଇଟରେ ଜାରୀ ହେଲା ଫଟୋ

ଭୁବନେଶ୍ବର: ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନିବା ସରକାରଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇପଡିଛି। ବର୍ତ୍ତମାନ ଶବଗୁଡିକ ବାହାରେ ଥିବା ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି।  ଏହି ଶବଗୁଡିକର ଅବସ୍ଥା ଭଲ ନ ଥିବାରୁ ତାହା ସାଧାରଣରେ ପ୍ରକାଶ କରାଯାଇପାରୁ ନାହିଁ। ସେଥିପାଇଁ ଦୁଇଟି ୱେବସାଇଟରେ ମୃତ ଲୋକଙ୍କ ଫଟୋ ଛଡା ଯାଇଛି। ସେହି ୱେବ ସାଇଟି ହେଲା osdma.org , srcodisha.nic.in , bmc.gov.in

ଯେଉଁମାନଙ୍କର ସଂପର୍କୀୟ ଏହି ଟ୍ରେନରେ ଯାତ୍ରା କରୁଥିଲେ ସେମାନେ କେବଳ ଦେଖିବା ପାଇଁ ଅନୁରୋଧ କରାଯାଇଛି। କାରଣ ଏହି ଫଟୋଗୁଡିକ ସାଧାରଣରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେଥିପାଇଁ ଏହି ୱେବସାଇଟରେ ବିଶେଷ ସତର୍କତା ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।

ଯେଉଁମାନେ ଶବ ଚିହ୍ନଟ ପାଇଁ ଆସିବେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ବିମାନ ବନ୍ଦର, ରେଲ ଷ୍ଟେସନ ଏବଂ ବସଷ୍ଟାଣ୍ଡରେ ହେଲପ ଡେସ୍କ ଖୋଲାଯାଇଛି। ସେମାନେ ସଂପର୍କୀୟଙ୍କୁ ସେଠାରୁ ଗାଡିରେ ଆଣି ଶବ ଚିହ୍ନଟ ସ୍ଥାନକୁ ନେବେ। ଚିହ୍ନଟ ହେବା ପରେ ତାହାକୁ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Rescue: କୋଲକାତାକୁ ମାଗଣା ବସ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ କୋଲକାତାର ସାଧାରଣ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ଲୋକମାନେ କୋଲକାତାରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେଥିପାଇଁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପୁରୀ ଭୁବନେଶ୍ୱରରୁ କୋଲକାତା ପାଇଁ ଆଜିଠାରୁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି।

ଏଥିପାଇଁ ଯାହା ଖର୍ଚ୍ଚ ପଡିବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସମ୍ପୂର୍ଣ୍ଣ ଭାବେ ଭରଣା କରାଯିବ। ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ୍ ସେବାର ପୁନରୁଦ୍ଧାର ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦୈନିକ ପ୍ରାୟ ୫୦ ଟି ବସ୍ ଓଡିଶାର ଉପରୋକ୍ତ ତିନୋଟି ସହରରୁ କୋଲକାତାକୁ ଯାତ୍ରୀ ପରିବହନ ସେବା ଯୋଗାଇଥାଏ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident: ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ଫୋନ୍ ଯୋଗେ କଥା ହୋଇଛନ୍ତି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ପରିସ୍ଥିତି, ବିଶେଷକରି ରେଳ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ।

ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତର, ଛାତ୍ର ଏବଂ ସାଧାରଣ ଲୋକ ଆହତ ବ୍ୟକ୍ତିଙ୍କ ପାଇଁ ରକ୍ତ ଦାନ କରିବାକୁ ଆଗେଇ ଆସୁଛନ୍ତି।

ସେ କହିଛନ୍ତି ଯେ ଆମେ ଏକ ନୀତି ଅନୁସରଣ କରୁଛୁ ଯେଉଁଥିରେ ‘ପ୍ରତିଟି ଜୀବନ ମୂଲ୍ୟବାନ ଅଟେ’। ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଆମେ ଜୀବନ ରକ୍ଷା କରିବା ପାଇଁ କୈଣସି କ୍ଷେତ୍ରରେ ଅବହେଳା କରି ନାହୁଁ ବୋଲି ନବୀନ କହିଛନ୍ତି।

ସାମ୍ପ୍ରତିକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ସେ କହିଛନ୍ତି ଯେ ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୧୧୭୫ ଜଣ ଭର୍ତ୍ତି ହୋଇଛନ୍ତି, ସେଥିମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଆହତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ବର୍ତ୍ତମାନ ୩୮୨ ଜଣ ଯାତ୍ରୀ ବର୍ତ୍ତମାନ ବିଭିନ୍ନ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସଙ୍କଟ ସମୟରେ ତୁରନ୍ତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆବଶ୍ୟକ ହେଲେ କୈଣସି ପ୍ରକାର ସହାୟତା ଯୋଗାଇବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଙ୍କଟରେ ସଠିକ ପ୍ରକାରର ସହାୟତା ଏବଂ ଠିକ୍ ସମୟରେ ସହାୟତା ପାଇଁ ସେ ଓଡିଶାବାସୀଙ୍କୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Train Accident: ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପାମୂଳକ ସହାୟତା ରାଶି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଅନୁକମ୍ଫାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଏହି ରାଶି ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ଭରଣା କରାଯିବ। ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଶାନ୍ତନା ଦେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟର ତଦରାଖ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଏମ୍ସ ଭୁବନେଶ୍ୱର ଆସିପାରନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ: ଘଟଣାସ୍ଥଳରୁ ଫୋନ କରିଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଟ୍ରେନ ଦୁର୍ଘଟଣାର ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସେ ଡାକ୍ତରଖାନାରେ ପୀଡିତମାନଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସେହି ସ୍ଥାନରେ ଫୋନରେ କାହା ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଉତ୍ତମ ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ କ୍ୟାବିନେଟ ସଚିବଙ୍କୁ ଫୋନ କରିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଚିକିତ୍ସିତ ହେଉଛନ୍ତି।

ସୂଚନାନୁସାରେ, ମନସୁଖ ମାଣ୍ଡଭିୟା ଆସନ୍ତାକାଲି ଏମ୍ସ ଭୁବନେଶ୍ୱର ଏବଂ କଟକସ୍ଥିତ ମେଡିକାଲ କଲେଜ ପରିଦର୍ଶନ କରି ଓଡିଶା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଦିଆଯାଉଥିବା ଚିକିତ୍ସା ସହାୟତା ବିଷୟରେ ତଦାରଖ କରିପାରନ୍ତି। ଅଧିକାରୀ କହିଛନ୍ତି ଯେ, ଆହତ ଏବଂ ସେମାନଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଡାକିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି କୌଣସି ଅସୁବିଧା ହେବା ଉଚିତ ନୁହେଁ ଏବଂ ପ୍ରଭାବିତମାନେ ଆବଶ୍ୟକ ସହାୟତା ପାଇବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାସ୍ଥଳ ଗସ୍ତ କରିବେ। ଏହାପରେ ସେ କଟକ ହସପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ। ଏ ନେଇ କେନ୍ଦ୍ର ସରକାରଙ୍କ ସୁତ୍ରରୁ ସୂଚନା ପ୍ରଦାନ କରାଯାଇଛି। ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ଓଡିଶାରେ ଏପରି ହୃଦୟବିଦାରକ ଦୁର୍ଘଟଣା ନେଇ ଚାରିଆଡେ ଦୁଃଖ ପ୍ରକାଶ ଚାଲିଛି। ସେଥିପାଇଁ ଆଜି ଦିନକ ପାଇଁ ରାଜ୍ୟରେ ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନୁଧ୍ୟାନ କରିବେ ଦୁର୍ଘଟଣା ସ୍ଥଳ, ଆହତମାନଙ୍କୁ ମଧ୍ୟ ଭେଟିବେ

ନୂଆଦିଲ୍ଲୀ: ବାଲେଶ୍ଵରରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ସନ୍ ମୋଡକୁ ଆସିଛନ୍ତି। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ସେ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣା ସ୍ଥଳକୁ ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ ଏବଂ ଏହା ପରେ ସେ ଡାକ୍ତରଖାନାରେ ଆହତମାନଙ୍କୁ ମଧ୍ୟ ଭେଟିବେ।

ଖବର ଲେଖିବା ପର୍ଯ୍ୟନ୍ତ ଏହି ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ, ଭାରତୀୟ ସେନା, ଭାରତୀୟ ବାୟୁସେନା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଆର୍ମି ମେଡିକାଲ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ରେଳମନ୍ତ୍ରୀଙ୍କ ସହ ଏହି ଘଟଣାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

NDRF ଡିଜି ଅତୁଲ କରୱାଲ କହିଛନ୍ତି ଯେ, ଦୁର୍ଘଟଣା ସ୍ଥଳରେ ୯ ଟି NDRF ଦଳ ମୁତୟନ ହୋଇଛନ୍ତି। ଘଟଣାର ଏକ ଘଣ୍ଟା ପରେ ଆମର ପ୍ରଥମ ଦଳ ସେଠାରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ୩୦୦ ରୁ ଅଧିକ ଲୋକ ନିୟୋଜିତ ଅଛନ୍ତି ଏବଂ ଆମେ ଆଜି ସନ୍ଧ୍ୟା ସୁଦ୍ଧା ସେଠାରେ ଅପରେସନ୍ ସଂପୂର୍ଣ୍ଣ କରାଯାଇପାରେ।

ଟ୍ରେନ୍ ଦୁର୍ଘଟଣାରେ ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନେ ରକ୍ତଦାନ ପାଇଁ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଛନ୍ତି। ରକ୍ତ ଦାନ କରିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, “ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର, ସେଠାରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଗୋଡ ଓ ହାତ ନାହିଁ। ମୁଁ ରକ୍ତ ଦାନ କରିଥିଲି ଯାହା ଦ୍ଵାରା କାହାର ଜୀବନ ରକ୍ଷା ହୋଇପାରିବ ଏବଂ ସେମାନେ ନିଜ ଘରକୁ ଯାଇପାରିବେ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା: ଆଜି ସାରା ଓଡିଶାରେ ଶୋକ ପାଳନ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢିବ ବୋଲି ଜଣାପଡିଛି। ଓଡିଶାରେ ଏପରି ହୃଦୟବିଦାରକ ଦୁର୍ଘଟଣା ନେଇ ଚାରିଆଡେ ଦୁଃଖ ପ୍ରକାଶ ଚାଲିଛି। ସେଥିପାଇଁ ଆଜି ଦିନକ ପାଇଁ ରାଜ୍ୟରେ ଶୋକ ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଫଳରେ ଆଜି ଦିନକ ପାଇଁ ରାଜ୍ୟରେ କୌଣସି ପ୍ରକାରର ଉତ୍ସବ ବା କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳ ତଦାରଖ କରିବା ପରେ ଏହି ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Death Update: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ହୋଇଥିବା ହୃଦୟବିଦାରକ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି। ଦୁର୍ଘଟଣାରେ ୯୦୦ରୁ ଉର୍ଦ୍ଧ୍ଵ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି।

ବାଲେଶ୍ଵର ଡାକ୍ତରଖାନାରେ ୨୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ଅପର ପକ୍ଷରେ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ହୃଦୟବିଦାରକ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଲେଶ୍ୱର ବାହାନଗା ଷ୍ଟେସନର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତଥା ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଡାକ୍ତରଖାନାରେ ଚାଲି ଚାଲି ସମସ୍ତ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଓ ଆହତଙ୍କ ପରିବାର ସହ ଯୋଗାଯୋଗ ସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ଯିବେ ବାଲେଶ୍ବର

ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଓଡିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ସାଂସଦ ଡ଼ ଏ ଚେଲ୍ଲା କୁମାର। ବାଲେଶ୍ୱର ବାହାନାଗା ଠାରେ ମର୍ମନ୍ଦୁତ ରେଳ ଦୁର୍ଘଟଣା ଖବର ପାଇ ଚେଲ୍ଲା କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେ ଭୁବନେଶ୍ୱର ରେ ପହଞ୍ଚିବା ପରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ସେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଓ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି।ଚେଲ୍ଲା କୁମାରଙ୍କ ସାଥୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସାମିଲ ହେବେ।

Categories
ଆଜିର ଖବର ରାଜ୍ୟ ଖବର

Train Accident Update: ଆଜି ଦୁର୍ଘଟଣା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସ୍ଥଳ ଗସ୍ତରେ ଯିବେ। ସେଠାରେ ରାତି ତମାମ ଚାଲିଥିବା ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ହସପିଟାଲରେ ଚିକିତ୍ସିତ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବେ।

ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। କିପରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ଏବଂ ସଚିବଙ୍କୁ ବାଲେଶ୍ବର ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Update: ମୃତକଙ୍କ ପରିବାର ପାଇଁ ଘୋଷଣା ହେଲା ଅନୁକମ୍ପା ରାଶି

ନୂଆଦିଲ୍ଲୀ: ବାଲେଶ୍ବରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ଏହି ଘୋଷଣା ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ କରିଛନ୍ତି। ଘୋଷଣା ଅନୁସାରେ ପ୍ରତ୍ୟେକ ମୃତକଙ୍କ ପରିବାର ବା ନିକଟ ସଂପର୍କୀୟଙ୍କୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ।

ସେହିପରି ଗୁରୁତର ଆହତଙ୍କୁ ମାଗଣା ଚିକିତ୍ସା ସହିତ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ସାମାନ୍ୟ ଆହତଙ୍କୁ ପଟାଶ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ରେଳମନ୍ତ୍ରୀ ଟୁଇଟ କରି ଅବଗତ କରାଇଛନ୍ତି। ଏଥିସହିତ ସେ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Death: ଦୁର୍ଘଟଣାରେ 50ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ, ସଂଖ୍ୟା ବଢିବ

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ମର୍ମନ୍ତୁଦ ଦୁର୍ଘଟଣାରେ 50 ଜଣରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି। ସେହିପରି ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ 350 ଜଣ ଯାତ୍ର ଆହାତ ହୋଇଥିବାର ମଧ୍ୟ ଜଣାପଡିଛି। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏନଡିଆରଏଫ୍ ଓ ଓଡ୍ରାଫ୍ ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଏହା ସାରା ରାତି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୩ ଏନଡିଆରଏଫ୍ ଟିମ୍, ୪ ଓଡ୍ରାଫ ଟିମ୍, ୧୦୦ ଆମ୍ବୁଲାନ୍ସ ଓ ୫୦ଟି ବସ୍ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Review: ଯାତ୍ରୀ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ନବୀନ, ଯିବେ ବାଲେଶ୍ବର

ଭୁବନେଶ୍ୱର: ବାଲେଶ୍ବର ନିକଟରେ ହୋଇଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଆହତ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ SRC କାର୍ଯ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତ ଲୋକଙ୍କୁ ଡାକ୍ତରଖାନା ନେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା। ସେ ନେଇ ସମସ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଆସନ୍ତାକାଲି ସକାଳେ ସେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାସ୍ଥଳରେ ମଧ୍ୟ ସମୀକ୍ଷା କରିବେ। ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ଏବଂ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଏକ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି।

ଆଜିର ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍, ସୂଚନା ଓ ଲୋକସଂପର୍କ ସଚିବ ଶ୍ରୀ ସଂଜୟ ସିଂ, ପରିବହନ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident Help Line: ଯାତ୍ରୀଙ୍କ ପରିବାର ଲୋକଙ୍କ ପାଇଁ ଜାରୀ ହେଲା ହେଲ୍ପ ଲାଇନ

ଭୁବନେଶ୍ବର: ବାଲେଶ୍ବରଠାରେ କରମମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ East Coast Railway ତରଫରୁ Help Line ଜାରି କରାଯାଇଛି। ଏହି ଫୋନ ମାଧ୍ୟମରେ ଯାତ୍ରୀଙ୍କ ପରିବାର ବର୍ଗ ଏହି ଭୟଙ୍କର ଦୁର୍ଘଟଣା ସଂପର୍କରେ ଅବଗତ ହୋଇପାରିବେ। ସେହି ନମ୍ବରଗୁଡିକ ହେଲା

Hawrah Help Line- 033-26382217

Kharagpur Help Line- 89720739925

Balesore Help Line- 8249591559/ 7978418322

Shalimar Help Line- 9903370746

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ବରିତ ପଦକ୍ଷେପ

ରେଳ ଦୁର୍ଘଟଣା: ଆଜି ବାଲେଶ୍ବର ନିକଟସ୍ଥ ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ ଦୁର୍ଘଟଣା ଗସ୍ତ ହୋଇଛି। ଏଥିରେ ଆଠଟି ବଗି ଲାଇନଚ୍ୟୁତ ହୋଇ ପୁରା ଓଲଟି ପଡିଥିବାର ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସୂଚନା ଆସି ନ ଥିଲେ ମଧ୍ୟ ବହୁ ଯାତ୍ରୀ ଟ୍ରେନ ତଳେ ଚାପି ହୋଇଥିବାର ଅନୁମାନ କରାଯାଇଛି।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିବା ପାଇଁ ରାଜସ୍ବମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ଏବଂ ଏସଆରୃସି ଦୁର୍ଘଟଣା ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।