Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଥାନାକୁ ଯିବାକୁ ମନା: ଫୋନ କଲେ ଘରକୁ ଆସି ଏତଲା ସଂଗ୍ରହ କରିବ ପୋଲିସ

ଭୁବନେଶ୍ବର: ଲକଡାଉନ ସମୟରେ କମିଶନରେଟ ପୋଲିସ ଭୁବନେଶ୍ଵର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ସମୟରେ କୋଣସି ଅଭିଯୋଗ ଥିଲେ ଥାନାକୁ ନଯାଇ ଫୋନ ମାଧ୍ୟମରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲକଡଉନ ସମୟରେ ଚୋରୀ, ଡକାୟତି କିମ୍ବା ଅନ୍ୟ କିଛି ଅସୁବିଧା ହୋଇଥିଲେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେବାପାଇଁ କୁହାଯାଇଛି।

୧୦୦ ନମ୍ବରରେ କିମ୍ବା ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ଫୋନ କରି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ କୁହାଯାଇଛି। ଅଭିଯୋଗକାରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଘରେ ଏତଲା ସଂଗ୍ରହ କରିବ ପୋଲିସ। ଏବଂ ଏନେଇ ପୋଲିସ ତୁରନ୍ତ ଘରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିବ। ଏହାଦ୍ବାରା ତଦନ୍ତରେ କିଛି ଅବହେଳା କରାଯିବନି। ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।