Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ: ତିନି ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ।

ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬), ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା ( ୪୫) କୁ ଗିରଫ କରାଯାଇଥିବା ପ୍ରକାଶ।

ଏସଂପର୍କରେ କୋକସରା ଥାନା କେଶ ନଂ.୧୫୬/୩୧.୦୭.୨୦୨୧ ଦଫା ୨୦(ବି)(ସି) ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ: ତିନି ଗିରଫ ସହ ଟଙ୍କା ଓ ବାଇକ ଜବତ

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ବେଣୀ ପଥର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୀ ପଥର ନିକଟରେ ଦୀର୍ଘଦିନ ହେବ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ଆଜି ଅପରାହ୍ନରେ ଟାଙ୍ଗୀ ଆଇ.ଆଇ.ସି ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ଟାଙ୍ଗୀ ପୋଲିସ୍ ୩ ଜୁଆଡିଙ୍କୁ ଗିରଫ କରିବା ସହ ୮ ମୋଟର ସାଇକେଲ ଏବଂ ୨୦ ହଜାର ୩୦୦ ଟଙ୍କା ଜବତ କରିଛନ୍ତି। ଉକ୍ତ ଜୁଆଡ଼ିମାନଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୨୭୨/୨୦ ରେ ମାମଲା ରୁଜୁ ହୋଇଥିବାର ଆଇ.ଆଇ.ସି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ କୁରୁକୁରୀ ଟ୍ରକ ଲୁଟ ଘଟଣାରେ ତିନି ଗିରଫ

ନିରାକାରପୁର: ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଟ୍ରକ୍‌ ଲୁଟ୍‌ ଘଟଣାରେ ପୋଲିସ୍‌ ତିନି ଅପରାଧୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ  ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଏକ କୁରୁକୁରୀ ବୋଝେଇ ଟ୍ରକକୁ ଲୁଟେରା ମାନେ ବଳପୂର୍ବକ ଲୁଟକରି ନେଇ ପଳାଇ ଯାଇଥିଲେ। ଲୁଟେରା ମାନେ ଏକ ବୋଲେରୋ ଗାଡିରେ ଆସି ଡ୍ରାଇଭର ଓ ହେଲପରକୁ କାବୁକରି ଟ୍ରକକୁ ନେଇ ପଳାଇଥିଲେ ନୟାଗଡ଼ ପାଖ ଏକ ଜଂଗଲରେ ଡ୍ରାଇଭର ଓ ହେଲପରକୁ ଛାଡିଦେଇଥିଲେ। ଟ୍ରକ ଡ୍ରାଇଭର ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା।

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତିନି ଜଣ ଲୁଟେରାକୁ ଜଗତପୁରରୁ ଗିରଫ କରି ଡକାୟତି ଘଟଣାରେ ବ୍ୟବହୃତ ବୋଲେରୋକୁ ଜବତ କରିବାରେ ସଫଳ ହୋଇଛି।

ଡକାୟତ ମାନେ ଟ୍ରକରୁ କୁରୁକୁରୀ ଗୁଡିକ ଜଗତପୁରରେ ବିକ୍ରୀ କରି ଟ୍ରକଟିକୁ ଜଟଣୀ ଥାନା ଗଗଂପଡା ଟୋଲଗେଟ ନିକଟରେ ଥୋଇ ପଳାଇଥିଲେ। ଗିରଫ ଡକାୟତ ମାନେ ହେଲେ କଟକ ଲକ୍ଷ୍ମୀ ନାରାୟଣପୁରର ନନ୍ଦ ସାହୁ,ମାନସ ରଂଜନ ଗିରି ଓ ସୁରେନ୍ଦ୍ର ଦାଶ। ସମସ୍ତ ଡକାୟତଙ୍କୁ ପୋଲିସ୍‌ ଗିରଫ କରି  କୋର୍ଟ ଚାଲାଣ କରିଛି।