ଖୋର୍ଦ୍ଧା ଅବକାରୀ ବିଭାଗର ଚଢାଉ: ଦେଶୀ ମଦ ଜବତ, ତିନି ଗିରଫ

Published: Nov 24, 2021, 7:42 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ତିନି ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଶୁକଦେବ ସେଠି (୪୦), ତୃପ୍ତିନାରାୟଣ ନାୟକ (୩୦) ଏବଂ ସୋମନାଥ ସାହୁ (୩୨)।

ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୯୪ ଲିଟର ଦେଶୀ ମଦ ଜବତ କରିଛି। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଅବକାରୀ ଥାନାରେ ପିଆର ନମ୍ବର ୫୮, ୫୯ ଓ ୬୦ ରେ ତିନି ଗୋଟି ମାମଲା ରୁଜୁହେବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଥିବାର ସୂଚନା ମିଳିଛି।

Related posts