Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପରେ ଏଣିକି ବିଧାନସଭାରେ ହେବେ ମୁହାଁମୁହିଁ: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ହେଲେ ଶୁଭେନ୍ଦୁ

କଲିକତା: ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କଡା ସଂଘର୍ଷ କରି ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଛନ୍ତି। ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ପକ୍ଷରୁ ବଡ ଦାୟିତ୍ଵ ମିଳିଛି। ସେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଏହି ଦାୟିତ୍ଵ ମିଳିଛି।

ମମତାଙ୍କ ଅତି ବିଶ୍ଵସନୀୟ ମନ୍ତ୍ରୀ ଥିବା ଶୁଭେନ୍ଦୁ ଏହି ନିର୍ବାଚନ ପୂର୍ବରୁ ଦଳରୁ ବିଦାୟ ନେଇ ବିଜେପିରେ ସାମିଲ ହୋଇଥିଲେ। ସେହିଦିନ ଠାରୁ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଶୁଭେନ୍ଦୁଙ୍କ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ମମତା ଘୋଷଣା କରିଦେଇଥିଲେ।

ସେପଟେ ଶୁଭେନ୍ଦୁ ମମତାଙ୍କ ଠାରୁ ହାରିଲେ ରାଜନୀତିରୁ ଅବସର ନେବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପାଖାପାଖି ୨୦୦୦ ଭୋଟରେ ହରାଇ ଶୁଭେନ୍ଦୁ ବିଜୟ ଲାଭ କରିଥିଲେ। ହେଲେ ଏହି ଫଳାଫଳ ପରେ ମମତା ନିର୍ବାଚନ କମିଶନର ଉପରେ ଅଭିଯୋଗ ଆଣିଥିଲେ ଏବଂ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ।

ତେବେ ତୃଣମୂଳ କଂଗ୍ରେସର ବୃହତ ବିଜୟ ପରେ ମମତା ବାନାର୍ଜୀ ଲଗାତର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେପଟେ ଶୁଭେନ୍ଦୁ ଅଧିକାରୀ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିବାରୁ ଉଭୟଙ୍କ ମଧ୍ୟରେ ପୂର୍ବ ପରି ତର୍କ ଜାରି ରହିବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଚିଠ୍ ଫଣ୍ଡ ଠକେଇ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ଦେଲେ ମଞ୍ଜୁରୀ

କଲିକତା: ତୃଣମୂଳ କଂଗ୍ରେସ ନେତାଙ୍କ ବିରୋଧରେ ନାରଦା ଚିଠ୍ ଫଣ୍ଡ ଠକେଇ ମାମଲା ଚାଲୁ କରିବା ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ଅନୁମତି ଦେଇଛନ୍ତି। ତୃଣମୂଳର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କେଶ ଚାଲୁ କରିବା ପାଇଁ ରାଜ୍ୟପାଳ ଅନୁମତି ଦେଇଛନ୍ତି। ଫରହାଦ ହକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ରା ଏବଂ ସୋବନ ଚଟାର୍ଜୀଙ୍କ ବିରୋଧରେ କେଶ ଚାଲୁ କରିବା ପାଇଁ ମଞ୍ଜୁରୀ ମିଳିଛି। ସିବିଆଇ ଦ୍ଵାରା ଏହି ମାମଲାର ତଦନ୍ତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ବହୁମତ ସଂଖ୍ୟା ଅତିକ୍ରମ କଲା ତୃଣମୁଳ, ହେଲେ ପଛୁଆ ଅଛନ୍ତି ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏହି ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତୃଣମୂଳକୁ ବହୁମତ ସଂଖ୍ୟା ଅତିକ୍ରମ କରିଥିବା ଦେଖାଯାଇଛି।

ହେଲେ ସେପଟେ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମ ଆସନରେ ପଛୁଆ ରହିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ୮ ହଜାର ୧୦୬ ଭୋଟରେ ପଛରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୩ ହଜାର ଭୋଟରେ ପଛରେ ଅଛନ୍ତି।

ତେବେ ମୋଟ ୨୯୨ ଆସନଟି ମଧ୍ୟରୁ (୨୭୬ ଆସନ) ୧୫୨ ଟି ଆସନରେ ତୃଣମୂଳ ଆଗୁଆ ଚାଲିଥିବା ବେଳେ ବିଜେପି ୧୧୯ ଟି ଆସନରେ ଆଗୁଆ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମତଦାନ: ବିଜେପି ମହିଳା ଏଜେଣ୍ଟଙ୍କୁ ଆକ୍ରମଣ, ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ

କଲିକତା: ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରି ରହିଛି। ପଶ୍ଚିମବଙ୍ଗର ୩୦ ଟି ଆସନ ଏବଂ ଆସାମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଜି ସକାଳୁ ସକାଳୁ କେତେକ ବୁଥରେ ଇଭିଏମ ସମସ୍ୟାକୁ ନେଇ ମାରପିଟ ଖବର ଆସିଛି। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରସ୍ପର ଉପରେ ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।

ଏହା ଭିତରେ ପଶ୍ଚିମ ମିଦନାପୁରରେ ବିଜେପିର ତନ୍ମୟ ଘୋଷଙ୍କ କାର ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଜେପିର ଏକ ମହିଳା ଏଜେଣ୍ଟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ଉପରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଯଶବନ୍ତ ସିହ୍ନା

କଲିକତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ବାଜପାୟୀ ସରକାରରେ ମନ୍ତ୍ରୀ ରହିଥିବା ଯଶବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଡେରେକ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ତୃଣମୂଳ କଂଗ୍ରେସରେ ଯଶବନ୍ତ ଯୋଗ ଦେଇଥିବା ପ୍ରେସ ମିଟରେ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମମତାଙ୍କୁ ଆଉ ଏକ ଝଟକା: ବିଜେପିରେ ସାମିଲ ହେଲେ ଟିଏମସିର ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଶ୍ରୀ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗ ଦେବା ପରେ ଦିନେଶ କହିଛନ୍ତି ଯେ, ମୁଁ ଏଭଳି ସ୍ବର୍ଣ୍ଣିମ ସମୟକୁ ଅପେକ୍ଷା କରିଥିଲି। ଆଜି ମୁଁ ‘ଜନତା ପରିବାର’ରେ ଯୋଡି ହୋଇପାରିଲି। ଅନ୍ୟ ଦଳରେ ଜନତାଙ୍କ ସେବା କରାଯାଏ ନାହିଁ, କିନ୍ତୁ ସେଠାରେ କେବଳ ଗୋଟିଏ ପରିବାରକୁ ସେବା କରିବାକୁ ପଡିଥାଏ।

ତେବେ ଦିନେଶ ତ୍ରିବେଦୀ ବିଜେପିରେ ସାମିଲ ହେବା ପରେ ଟିଏମସି ମୁଖ୍ୟ ମମତା ବାନର୍ଜିଙ୍କୁ ଆଉ ଏକ ଝଟକା ଲାଗିଛି। ମମତାଙ୍କ ଅତି ବିଶ୍ଵସ୍ତ ଦିନେଶ ଦଳ ଛାଡିବା ପରେ ବିଜେପିର ଲାଭ ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କୁ ଝଟକା: ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସ ଦଳର ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ହେଉଛି ତୃଣମୂଳ କଂଗ୍ରେସ ଦଳରୁ ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଆଜି ଆଉ ଜଣେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦୀନେଶ ତ୍ରିବେଦୀ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି।

ଦୀନେଶ ତ୍ରିବେଦୀ ଇସ୍ତଫା ଦେବା ପରେ କହିଛନ୍ତି ଯେ, ‘ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ବଢୁଥିବା ବେଳେ ମୁଁ କିଛି କରିପାରୁନାହିଁ। ସେଥିପାଇଁ ମୋର ଅନ୍ତରାତ୍ମା ​​ମତେ ସାଂସଦରୁ ଇସ୍ତଫା ଦେବା ପାଇଁ କହିଛି, ହେଲେ ମୁଁ ପୂର୍ବ ପରି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି।

ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳରେ ସାମିଲ ହେବେ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶୁ ଚାଲାଣ ଅଭିଯୋଗ ନେଇ ସିବିଆଇର ଚଢାଉ, ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ମଧ୍ୟ ଚଢାଉ

କୋଲକାତା, ରାଜ୍ୟରେ ପଶୁ ଚାଲାଣ ନେଇ ସିବିଆଇ ତରଫରୁ କୋଲକାତାର ବିଭିନ୍ନ ସ୍ଥାନରେ ସିବିଆଇ ତରଫରୁ ଚଢାଉ ଚାଲିଛି। ପୂର୍ବରୁ ବିଭିନ୍ନ ପଶୁ ଚାଲାଣ ନେଇ ଅଭିଯୋଗ ରହିଥିଲା। ସେହି ଆଧାରରେ ସିବିଆଇ ଏହି ଚଢାଉ କରିଛି। ଏଥିରେ ତୃଣମୂଳ ଯୁବ କଂଗ୍ରେସ ମହାସଚିବ ବିନୟ ମିଶ୍ରଙ୍କ ଘରେ ମଧ୍ୟ ଚଢାଉ ଚାଲିଛି। ତାଙ୍କ ନାମରେ ପୂର୍ବରୁ ଏବି ପଶୁ ଚାଲାଣ ଅଭିଯୋଗ ରହିଥିଲା। ସେ ବହୁଦିନ ଧରି ଫେରାର ଅଛନ୍ତି। ସେଥିପାଇଁ ସିବିଆଇ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ମଧ୍ୟ ଜାରୀ କରିଛନ୍ତି।