Categories
ଆଜିର ଖବର

ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ୨ ଦିନ ମଧ୍ୟରେ ତୃତୀୟ ଝଟକା, ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ ୨ ଦିନ ମଧ୍ୟରେ କଂଗ୍ରେସ ତୃତୀୟ ଝଟକା ଲାଗିଛି। ଆଉ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଝାଲୋଡ ଭବେଶ କଟାରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ କଂଗ୍ରେସ ବିଧାୟକ ମୋହନ ସିଂ ରାଠୱା ଏବଂ ଭଗବାନ୍ ବରାଡ ଦଳରୁ ଇସ୍ତଫା ଦେଇଛନ୍ତି।

ଏହି ସମୟ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ଶହେ ନାମ ଉପରେ ଅନୁମୋଦନ ମିଳିଛି। ପ୍ରଥମ ରାଉଣ୍ଡର ସମସ୍ତ ୮୯ ଟି ଆସନରେ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟର ବିଜେପିର ପ୍ରଥମ ତାଲିକା କିଛି ସମୟ ପରେ ଆସିବ।

ଉଲ୍ଲେଖ ଯୋଗ୍ୟ ଯେ,୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।