Categories
ଆଜିର ଖବର ରାଜ୍ୟ ଖବର

ନବ ଦାସଙ୍କୁ ମନେ ପକାଇ ସଭାରେ କାନ୍ଦି ପକାଇଲେ ଝିଅ ଦୀପାଳି

ଝାରସୁଗୁଡା: ଆଜି ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ବେଶ ଭାବ ବିହୋଳ୍ବ ହୋଇପଡିଲେ ତାଙ୍କ ଝିଅ ଦୀପାଳି ଦାସ। ସେ ସେହି ସଭାରେ ଉଦବୋଧନ ଦେବା ବେଳେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ, ଆତ୍ମାର କେବେ ମୃତ୍ୟୁ ହୁଏ ନାହିଁ। ମୋ ବାପାଙ୍କ ଆତ୍ମା ବଞ୍ଚିଛି। ସେ ଏବେ ମଧ୍ୟ ଆମ ପାଖରେ ଅଛନ୍ତି। ଆମକୁ ଦିଗଦର୍ଶନ ଦେଉଛନ୍ତି।

ସେ ମରିଯିବା ପରେ ଆମେ ଅନାଥ ହୋଇଗଲୁ ବୋଲି ଭାବିଲୁ। ହେଲେ ଝାରସୁଗୁଡାବାସୀ ଅନାଥ ହୋଇଗଲେ ବୋଲି ଆମକୁ ଆସି କହିଲେ। ସେଥିପାଇଁ ଆମେ ଭାବିଲୁ ଯେ ବାପା ଆମକୁ ବଡ ପରିବାରଟିଏ ଦେଇଛନ୍ତି। ଆଜି ସ୍ବର୍ଗତ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଝାରସୁଗୁଡାର ସରବାହଲରେ ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଆସନ ଛାଡିଦେବେ ମନ୍ତ୍ରୀ ନବ ଦାସ, ଝିଅ ଦୀପାଳି ହେବେ ପରବର୍ତ୍ତି ପ୍ରାର୍ଥୀ

ଝାରସୁଗୁଡା: ନବ ଦାସ ଆଉ ରାଜନୀତି କରିବେ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ତାଙ୍କ ଝିଅ ଦୀପାଳି ଦାସ ବୁଝିବେ। ଏହିପରି ସଙ୍କେତ ଦେଇଛନ୍ତି ଖୋଦ ନବ ଦାସ। ଝାରସୁଗୁଡାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ବେଳେ ପରୋକ୍ଷରେ ଏହି ଘୋଷଣା କରିଛନ୍ତି ନବ।

ନବ କହିଛନ୍ତି ଯେ, ଭାରତରେ ଜଣେ ମହିଳା ଶାସନ କରୁଥିଲେ। ସେ ହେଲେ ଇନ୍ଦିରା ଗାନ୍ଧୀ, ପଶ୍ଚିମ ବଂଗରେ ମମତା ରାଜୁତି କରୁଛନ୍ତି। ତାମିଲନାଡୁରେ ଜୟଲଳିତା ଶାସନ କରୁଥିଲେ। ନବୀନ ପଟ୍ଟନାୟକ ସେହିପରି ଓଡିଶାରେ ମହିଳାମାନଙ୍କ ହାତରେ ନେତୃତ୍ବ ଦେଉଛନ୍ତି। ସେଥିପାଇଁ ଆଗାମୀ ଦିନରେ ଜଣେ ମହିଳା ମଧ୍ୟ ଏଠାରେ ଶାସନ କରିବ।

ଏହାକୁ ନେଇ ଝାରସୁଗୁଡାର ରାଜନୀତି ବେଶ ଚଳଚଞ୍ଚଳ ହୋଇପଡିଛି। କାରଣ ପୂର୍ବରୁ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଛାଡୁଥିଲେ। ଏପରିକି ବ୍ରଜରାଜ ନଗର ଉପନିର୍ବାନରେ ତାଙ୍କ ଝିଅଙ୍କ ଭୂମିକା ସକ୍ରିୟ ଥିଲା। ସେତେବେଳଠାରୁ ଆଶା କରାଯାଉଥିଲା ଯେ, ନବ ଦାସ ତାଙ୍କ ଝିଅଙ୍କୁ ରାଜନୀତି ମଇଦାନକୁ ଆଣିବେ।

ବର୍ତ୍ତମାନ ତାଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଆଉ ରାଜନତି କରିବେ ନାହିଁ। ବଂର ତାଙ୍କର ପରବର୍ତ୍ତି ପିଢୀକୁ ଏହା ହସ୍ତାନ୍ତର କରିବେ। ଏହାର ମୁଖ୍ୟ କାରଣରେ ଏହା କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ କାର୍ଯ୍ୟରେ କୁଆଡେ ଖୁସି ନାହାଁନ୍ତି। ଅନ୍ୟପକ୍ଷରେ ନବ ଦାସ ତାଙ୍କର ବ୍ୟବସାୟ ସାମ୍ରାଜ୍ୟକୁ ବୃଦ୍ଧି କରିବା ପାଇଁ ରାଜନୀତିରୁ ସନ୍ୟାସ ନେବେ।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ନବ ବିଜେଡିରେ ଯୋଗଦେବା ପରେ ଦଳ ବେଶ ସୁଦୃଢ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ନବ ଦାସଙ୍କୁ ଦଳ ମନ୍ତ୍ରୀ କରି ଠିଆ କରାଇଥିଲେ ମଧ୍ୟ ସେ ଦଳକୁ ଠିଆ କରାଇବାରେ ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ବିଜେଡି ସୁପ୍ରିମୋ ଏ ନେଇ କୁଆଡେ ଖପ୍ପା ବୋଲି କୁହାଯାଉଛି। ସେଥିପାଇଁ ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ନବଙ୍କୁ ଜଣାଇ ଦିଆଯାଇଛି।