Categories
ଆଜିର ଖବର ରାଜ୍ୟ ଖବର

ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ, ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ

ଭୁବନେଶ୍ବର, ସେପ୍ଟମ୍ବର ମାସଟି ଓଡିଶା ପାଣିପାଗ ପାଇଁ ଶୁଭ ଖବର ନେଇ ଆସୁଛି। କାରଣ ହେଲା ଆଗପଛ ହୋଇ ଦୁଇଟି ଲଘୁ ଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ବିଭାଗ ଅନୁସାରେ ଗୋଟିଏ ଲଘୁଚାପ 6 ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ଏହା ପଛେପଛେ 11 ତାରିଖରେ ଆଉ ଏକ ଲଘୁଚାପ ହେବ।

ଏହି ଦୁଇଟି ଲଘୁ ଚାପ ଫଳରେ ରାଜ୍ୟରେ ଲଗାତର ବର୍ଷା ଲାଗି ରହିବ। ଏହା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।