Categories
ଅପରାଧ ଆଞ୍ଚଳିକ

ବାଣପୁରରେ ପୋଲିସର ଚଢାଉ: ଦୁଇ ବସ୍ତା ଦେଶୀମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ଆଜିଠାରୁ ରଜ ଆରମ୍ଭ ହୋଇଥିବା ବେଳେ ଗାଁ ଗାଁ ରେ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ତାକୁ ଆଖିରେ ରଖି ପୋଲିସ ତନାଘନା ଜାରି ରଖିଛି।

ଆଜି ଅପରାହ୍ନରେ ଭେଟେଶ୍ୱର ପଞ୍ଚାୟତ କୁରୁଞ୍ଜିପୁର ଗ୍ରାମର ରତ୍ନାକର ପଲେଇ (୪୦) ନିଜ ଘରେ ପଛପଟେ ମଦ ରଖି ବିକ୍ରି କରୁଥିବାର ସୂଚନା ପାଇ ରତ୍ନାକରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଉକ୍ତ ସ୍ଥାନରୁ ଦୁଇ ବସ୍ତା ଦେଶୀମଦ (୮୦ ଲିଟର) ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।