Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଯୁବକଙ୍କ ମୃତ୍ୟୁ: ବାଣପୁର ପୋଲିସର ତନାଘନା ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକଜଣଙ୍କର ମୃତ୍ୟୁ ହୋଇଛି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟାରେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) ଗ୍ରାମ ଯୁବକଙ୍କ ସହ ଖେଳୁଥିଲେ। ତେବେ ଖେଳିବା ସମୟରେ କୌଣସି କାରଣ ଲାଗି ସନ୍ତୋଷଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କ ପ୍ରାଣବାୟୁ ଘଟଣା ସ୍ଥଳରେ ଚାଲିଯାଇଥିଲା। ତେବେ ଗ୍ରାମବାସୀ ତୁରନ୍ତ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଡାକ୍ତରଙ୍କ ସୂଚନା ମୁତାବକ ସନ୍ତୋଷଙ୍କ ବାମ ଛାତିରେ କୌଣସି ମାରଣାସ୍ତ୍ର ଦ୍ୱାରା ଗଭୀର କ୍ଷତ ହୋଇଛି। ବାଣପୁର ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅପରପକ୍ଷରେ ବାଣପୁର ଆଇଆଇସି ବଡ଼ସିରେଇପୁର ଗ୍ରାମକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବା ସହ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଆକ୍ରମଣ: ଦୁଇଖଣ୍ଡ ହେଲା ଅଢେଇ ମାସ ଶିଶୁ କନ୍ୟାର ହାତ

ଅରବିନ୍ଦ କର

ଖଇରା: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣିଷ ନିଜର ମାନବିକତା ହରାଇ ବସିଛି ବୋଲି ଏ ଘଟଣାରୁ ବାରି ହୋଇ ପଡିଛି।

ସୂଚନା ଯୋଗ୍ୟ କି, ପାଇକପଡା ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମଦ୍ୟପ ପଙ୍କଜ ନାଇକିର ଅଢେଇ ମାସର ଶିଶୁ କନ୍ୟାର ହାତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦୁଇଖଣ୍ଡ କରିଦେଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନିକଟସ୍ଥ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ। କିନ୍ତୁ ଡାକ୍ତର ଭଦ୍ରକ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।