Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ରହସ୍ୟଜନକ ଅବସ୍ଥାରେ ନବଦମ୍ପତିଙ୍କ ମୃତ୍ୟୁ

ଭୁବନେଶ୍ବର : ଭୁବନେଶ୍ବରରେ ନବ ଦମ୍ପତିଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି ।  ଲିଙ୍ଗରାଜ ଥାନା କେଉଟ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ବାମୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସ୍ତ୍ରୀର ମୃତ ଦେହ ବେଡ୍ ତଳେ ପଡିଥିବାର ଦେଖାଯାଇଥିଲା । ତିନିମାସ ତଳେ ବିବାହ କରିଥିବବେଳେ ସ୍ବାମୀ ଜଣକ ହକର୍‌ ରୂପେ କାର୍ଯ୍ୟ କରୁଥିଲା ।

ଉଭୟ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଦୁହିଁଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ଲିଙ୍ଗରାଜ ପୁଲିସ୍‌ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଛି।