Categories
ଆଜିର ଖବର ରାଜ୍ୟ ଖବର

ଜୟନାରାୟଣ ବାଉଳି ଚାଉଳି ହୋଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି: ବିଜେଡି

ଭୁବନେଶ୍ୱର : ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି ।

ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି। ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

BREAKING NEWS: ବଦଳିଲେ ଝାରସୁଗୁଡା ଏସପି, ବ୍ରଜରାଜନଗର ଏସଡିପିଓ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଅନୁସାରେ ଝାରସୁଗୁଡ଼ା ଏସପି ରାହୁଲ ଜୈନଙ୍କୁ ସରକାର ବଦଳ କରିଛନ୍ତି। ଜୈନଙ୍କ ସ୍ଥାନରେ ବରଗଡ଼ ଏସପି ପରମାର ସ୍ମିତ୍ ପର୍ସୋତମଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ବି ହଟାଇ ଦିଆଯାଇଛି । ଉଭୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ରାୟଗଡ଼ା ଅତିରିକ୍ତ ଏସପି ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସବୁଦିନ ପାଇଁ ଭୁବନେଶ୍ବରରୁ ବିଦାୟ ନେଲେ ମନ୍ତ୍ରୀ ନବ ଦାସ, ମୁଖ୍ୟମନ୍ତ୍ରୀ କଲେ ଶେଷ ଦର୍ଶନ

ଭୁବନେଶ୍ବର: ଆଜି ମନ୍ତ୍ରୀ ନବ ଦାସଙ୍କ ପାର୍ଥୀବ ଶରୀର ଭୁବନେଶ୍ବରରୁ ବିଦାୟ ନେଇଛି। ଏକ ସ୍ବତନ୍ତ୍ର ବିମାନରେ ତାଙ୍କର ମରଶରୀରକୁ ଝାରସୁଗୁଡା ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହି ବିମାନରେ ତାଙ୍କର ପରିବାରର ଲୋକେ ମଧ୍ୟ ଗସ୍ତ କରିଛନ୍ତି। ତାଙ୍କ ଜନ୍ମମାଟି ଝାରସୁଗୁଡାରେ ତାଙ୍କର ଶେଷ ଦର୍ଶନ ପାଇଁ ରଖାଯିବା ସହିତ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି।

ଆଜି ସକାଳୁ ତାଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିବା ପାଇଁ ଲୋକଙ୍କର ଭିଡ ହୋଇଥିଲା। ବିଧାୟକ, ମନ୍ତ୍ରୀ ସହିତ ବହୁ ନେତା ତାଙ୍କର ଶେଷ ଦର୍ଶନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ। ସେ ନବ ଦାସଙ୍କ ଘର ଭିତରକୁ ଯାଇ ତାଙ୍କ ପୁଅ ଏବଂ ପରିବାରର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଶେଷ ଦର୍ଶନ କରିଛନ୍ତି।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ନବ ଦାସଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏଥିରେ ନିଜେ ସିପି ଏବଂ ଡିସିପି ଉପସ୍ଥିତ ଥିଲେ। ଏହାପରେ ସ୍ବତନ୍ତ୍ର ଗାଡିରେ ତାଙ୍କର ପାର୍ଥୀବ ଶରୀର ବିଜେଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସହିତ ବହୁ ନେତା ଓ ମନ୍ତ୍ରୀ ଶେଷ ଦର୍ଶନ କରିଥିଲେ। ପ୍ରଣବ ଏକ ଦଳୀୟ ପତାକା ତାଙ୍କ ମରଶରୀରେ ଘୋଡାଇ ଦେଇଥିଲେ।

ଏହାପରେ ତାଙ୍କୁ ଝାରସୁଗୁଡା ନେବା ପାଇଁ ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରେ ଏକ ସ୍ବତନ୍ତ୍ର ବିମାନ ଝାରସୁଗୁଡା ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିମାନ ବନ୍ଦରରେ ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରଶାନ୍ତ ନନ୍ଦ ପ୍ରମୁଖ ମରଶରୀର ନେବା ପାଇଁ ବନ୍ଦୋବସ୍ତ କରିଥିଲେ।

ଗତକାଲି ରାତିରେ ତାଙ୍କର ପାର୍ଥୀବ ଶରୀର ଆପୋଲ ହସପିଟାଲରୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହିତ ବହୁ ନେତା ବିଧାୟକ ଓ ମନ୍ତ୍ରୀ ତାଙ୍କୁ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କର ସରକାରୀ ବାସ ଭବନରେ ରାତିସାରା ଶେଷ ଦର୍ଶନ ପାଇଁ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ନବ ଦାସଙ୍କ ହେବ ସତ୍କାର, ରାଜ୍ୟରେ 3 ଦିନିଆ ଶୋକ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ହେବ। ଏଥିସହିତ ତାଙ୍କ ଶବଧାରରେ ଜାତୀୟ ପତାକାରେ ଢଙ୍କା ଯିବ। ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ସହିତ ସମସ୍ତ ଜଡିତ ବିଭାଗକୁ ଅବଗତ କରାଯାଇଛି। ଏଥିସହିତ ରାଜ୍ୟରେ ତିନିଦିନିଆ ଶୋକ ପାଳନ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ଶୋକ ପାଳନ ଆଜି ଅର୍ଥାତ 29 ଜାନୁୟାରୀରୁ 31 ଜାନୁୟାରୀ ପର୍ଯ୍ୟନ୍ତ କରାଯିବ। ଏହି ସମୟରେ ରାଜ୍ୟରେ କୌଣସି ସରକାରୀ ଉତ୍ସବ କିମ୍ବା ମେଳାର ଆୟୋଜନ କରାଯିବ ନାହିଁ ବୋଲି ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି। ସେହିପରି ତିନି ଜଣ ମନ୍ତ୍ରୀ ତାଙ୍କ ସତ୍କାର ବେଳେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିୟୋଗରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଶୋକ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ବ୍ରଜରାଜନଗରରେ ହୋଇଥିବା ଅଘଟଣରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦଳର ନେତା ନବ କିଶୋର ଦାସଙ୍କ ଦେହାନ୍ତ ଖବରରେ ମୁଁ ଗଭୀର ଭାବେ ମର୍ମାହତ।

ଏପରି ଦୁଃଖଦ ସମୟର ସାମ୍ନା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡିଆରେ ଏହି ଶୋକ ବାର୍ତ୍ତା ଲେଖି ଟୁଇଟ କରିଛନ୍ତି।

ସେ ଓଡିଆରେ ଲେଖିଥିବା ଟୁଇଟରେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା। ଓଁ ଶାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଏପରି ଅକାଳ ବିୟୋଗରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗଭୀର ଦୁଃଖିତ ଓ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି ।

ଜଣେ ବରିଷ୍ଠ, ଟାଣୁଆ ଓ ଦକ୍ଷ ରାଜନେତl ଭାବେ ମନ୍ତ୍ରୀ ସ୍ବର୍ଗତ ଦାସଙ୍କର ଲୋକପ୍ରିୟତା ରହିଥିଲା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହ ତାଙ୍କୁ ହରାଇବା ଓଡ଼ିଶାର ରାଜନୀତି ପାଇଁ ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ , ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଗଭୀର ଶୋକ

ଭୁବନେଶ୍ବର: ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ବିୟୋଗରେ ମନ୍ତ୍ରୀ ଶ୍ରୀ ଦେବ ଦିବଂଗତ ମନ୍ତ୍ରୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଭଳି ଜଣେ ବରିଷ୍ଠ ଓ ଦକ୍ଷ ରାଜନେତାଙ୍କୁ ଅବେଳରେ ହରାଇବା ଓଡ଼ିଶାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

କୋଭିଡ ମହାମାରୀ ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରମାଣିତ କରିବା ସହ ରାଜ୍ୟ ତଥା ନିଜ ଅଞ୍ଚଳର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ମରଣ କରି ମନ୍ତ୍ରୀ ଶ୍ରୀ ଦେବ, ଦିବଂଗତ ଆତ୍ମାର ସଦଗତି କାମନା କରିବା ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବ ଦାସଙ୍କୁ ଦେଖିବା ପାଇଁ ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଝାରସୁଗୁଡାରେ ହୋଇଥିବା ଗୁଳିମାଡରେ ଆହତ ମନ୍ତ୍ରୀ ନବ ଦାସଙ୍କୁ ଦେଖିବା ପାଇଁ ଭୁବନେଶ୍ବର ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଚିଛନ୍ତି। ସେ ଏହି ଘଟଣାକୁ ନିନ୍ଦା କରିବା ସହିତ କ୍ରାଇମ ବ୍ରାଞ୍ଚ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହସପିଟାଲରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ନବ ଦାସଙ୍କୁ ଏୟାର ଲିଫ୍ଟରେ ଝାରସୁଗୁଡାରୁ ଭୁବନେଶ୍ବର ଅଣାଯାଇଥିଲା। ଭୁବନେଶ୍ବର ଏୟାର ପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡ କରାଯାଇ ତାଙ୍କୁ ଅଣାଯାଇଥିଲା। ନବ ଦାସଙ୍କୁ ଆଣିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଉପସ୍ଥିତ ରହି ତାଙ୍କର ଚିକିତ୍ସା ଉପରେ ତଦାରଖ କରିଥିଲେ।

 

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ: ଏୟାର ଲିଫ୍ଟରେ ଭୁବନେଶ୍ବର ଅଣାଗଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାସ୍ଥିତ ଗାନ୍ଧୀ ଛକ ନିକଟରେ ଗୁଳିମାଡ ହୋଇଛି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉ ଥିବା ବେଳେ କାର ଭିତରେ ତାଙ୍କୁ ଗୁଳିମାଡ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସେ ଯେଉଁଗାଡିରେ ଯାଇଥିଲେ ସେଥିରେ ତାଙ୍କୁ ନିକଟସ୍ଥ ହସପିଟାଲକୁ ଅଣାଯାଇଥିଲା।

ହେଲେ ପରବର୍ତ୍ତି ସମୟରେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ବର ଆପୋଲ ହସପିଟାଲକୁ ଅଣାଯାଇଛି। ସେଥିପାଇଁ ଏୟାରପୋର୍ଟରୁ ଆପୋଲ ହସପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଏୟାର ପୋର୍ଟରୁ ହସପିଟାଲ ଆଣିବାକୁ ଆପୋଲ ହସପିଟାଲର ଏକ ଦଳ ମଧ୍ୟ ଯାଇଥିଲେ।

ଏହି ଖବର ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ତାଙ୍କୁ ଦେଖିବା ପାଇଁ ନିଜେ ଆପୋଲ ହସପିଟାଲରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିପରି ବିଜେଡି ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ସୁଶାନ୍ତ ସିଂ ଏବଂ ସଂବିତ ରାଉତରାୟ ପ୍ରମୁଖ ବହୁ ନେତା ସେଠାରେ ଉପସ୍ଥିତ ରହିଛନ୍ତି।

ଏପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନବ ଦାସଙ୍କର ବ୍ୟକ୍ତିଗତ ସୁରକ୍ଷା ଥିବା ବେଳେ କେଉଁ ପରିସ୍ଥିତିରେ କିଏ ଗୁଳିମାଡ କଲା ସେ ନେଇ ତଦନ୍ତ କରାଯିବ। ତେବେ ଘଟଣାରୁ ଜଣାପଡିଛି ଯେ ଗାନ୍ଧୀଛକ ଫାଣ୍ଡିର ଏଏସଆଇ ଏହି ଗୁଳିମାଡ କରିଥିବା ଜଣାପଡିଛି। ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ ଅତି ନିକଟକରୁ ଗୁଳିମାଡ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିଜ ଆସନ ଛାଡିଦେବେ ମନ୍ତ୍ରୀ ନବ ଦାସ, ଝିଅ ଦୀପାଳି ହେବେ ପରବର୍ତ୍ତି ପ୍ରାର୍ଥୀ

ଝାରସୁଗୁଡା: ନବ ଦାସ ଆଉ ରାଜନୀତି କରିବେ ନାହିଁ। ତାଙ୍କ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ତାଙ୍କ ଝିଅ ଦୀପାଳି ଦାସ ବୁଝିବେ। ଏହିପରି ସଙ୍କେତ ଦେଇଛନ୍ତି ଖୋଦ ନବ ଦାସ। ଝାରସୁଗୁଡାରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ବେଳେ ପରୋକ୍ଷରେ ଏହି ଘୋଷଣା କରିଛନ୍ତି ନବ।

ନବ କହିଛନ୍ତି ଯେ, ଭାରତରେ ଜଣେ ମହିଳା ଶାସନ କରୁଥିଲେ। ସେ ହେଲେ ଇନ୍ଦିରା ଗାନ୍ଧୀ, ପଶ୍ଚିମ ବଂଗରେ ମମତା ରାଜୁତି କରୁଛନ୍ତି। ତାମିଲନାଡୁରେ ଜୟଲଳିତା ଶାସନ କରୁଥିଲେ। ନବୀନ ପଟ୍ଟନାୟକ ସେହିପରି ଓଡିଶାରେ ମହିଳାମାନଙ୍କ ହାତରେ ନେତୃତ୍ବ ଦେଉଛନ୍ତି। ସେଥିପାଇଁ ଆଗାମୀ ଦିନରେ ଜଣେ ମହିଳା ମଧ୍ୟ ଏଠାରେ ଶାସନ କରିବ।

ଏହାକୁ ନେଇ ଝାରସୁଗୁଡାର ରାଜନୀତି ବେଶ ଚଳଚଞ୍ଚଳ ହୋଇପଡିଛି। କାରଣ ପୂର୍ବରୁ ନବ ଦାସ ତାଙ୍କ ଝିଅ ଦୀପାଳି ଦାସଙ୍କୁ ବିଭିନ୍ନ ସଭାସମିତିରେ ଯୋଗ ଦେବାକୁ ଛାଡୁଥିଲେ। ଏପରିକି ବ୍ରଜରାଜ ନଗର ଉପନିର୍ବାନରେ ତାଙ୍କ ଝିଅଙ୍କ ଭୂମିକା ସକ୍ରିୟ ଥିଲା। ସେତେବେଳଠାରୁ ଆଶା କରାଯାଉଥିଲା ଯେ, ନବ ଦାସ ତାଙ୍କ ଝିଅଙ୍କୁ ରାଜନୀତି ମଇଦାନକୁ ଆଣିବେ।

ବର୍ତ୍ତମାନ ତାଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଆଉ ରାଜନତି କରିବେ ନାହିଁ। ବଂର ତାଙ୍କର ପରବର୍ତ୍ତି ପିଢୀକୁ ଏହା ହସ୍ତାନ୍ତର କରିବେ। ଏହାର ମୁଖ୍ୟ କାରଣରେ ଏହା କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ କାର୍ଯ୍ୟରେ କୁଆଡେ ଖୁସି ନାହାଁନ୍ତି। ଅନ୍ୟପକ୍ଷରେ ନବ ଦାସ ତାଙ୍କର ବ୍ୟବସାୟ ସାମ୍ରାଜ୍ୟକୁ ବୃଦ୍ଧି କରିବା ପାଇଁ ରାଜନୀତିରୁ ସନ୍ୟାସ ନେବେ।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ନବ ବିଜେଡିରେ ଯୋଗଦେବା ପରେ ଦଳ ବେଶ ସୁଦୃଢ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇପାରିଲା ନାହିଁ। ନବ ଦାସଙ୍କୁ ଦଳ ମନ୍ତ୍ରୀ କରି ଠିଆ କରାଇଥିଲେ ମଧ୍ୟ ସେ ଦଳକୁ ଠିଆ କରାଇବାରେ ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ବିଜେଡି ସୁପ୍ରିମୋ ଏ ନେଇ କୁଆଡେ ଖପ୍ପା ବୋଲି କୁହାଯାଉଛି। ସେଥିପାଇଁ ଆସନ୍ତା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କୁଆଡେ ନବଙ୍କୁ ଜଣାଇ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ଭିନ୍ନ ନିତି, ଗୋଟିଏ ପଟେ ମନ୍ତ୍ରୀଙ୍କୁ ଅଣ୍ଡା ମାଡ, ଅନ୍ୟପଟେ ସେହି ସଭାରେ କୋଳାକୋଳି

ଭୁବନେଶ୍ବର: ରାଜ୍ୟ ବିଜେପି ମମିତା ହତ୍ୟା ଘଟଣାରେ ଏକ ପ୍ରକାରର ବାଉଳା ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବାରମ୍ବାର ତୁମ୍ବି ତୋଫାନ ଆଉ ହୋ ହାଲ୍ଲା କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହଟାଉ ନାହିଁନ୍ତି। ଫଳରେ ଦଳ ରାଗିଯାଇ ବର୍ତ୍ତମାନ ମନ୍ତ୍ରୀମାନଙ୍କ ଗସ୍ତକୁ ବିରୋଧ କରିବାରେ ଲାଗିଛି। ମନ୍ତ୍ରୀମାନେ ଯେଉଁଆଡେ ଯାଉଛନ୍ତି ତାଙ୍କ ଗାଡି ଉପରକୁ ଅଣ୍ଡା ଫିଙ୍ଗୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ବୈଠକକୁ ବିଜେପି ବିରୋଧ କରୁଛି ସେହି ବୈଠକରେ ବିଜେପି ସାଂସଦ ମନ୍ତ୍ରୀଙ୍କ ସହିତ ବସୁଛନ୍ତି। ଏକାଠି କୋଳାକୋଳି ହେଉଛନ୍ତି। ଏହିପରି ଘଟଣା ଝାରସୁଗୁଡାରେ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନରେ ଦେଖିବାକୁ ମିଳିଛି। ଯେଉଁଥିରେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନକୁ ସଫଳ କରାଇଥିଲେ।

ଝାରସୁଗଡାରେ ଆୟୋଜିତ ଏହି ସଭା ମଞ୍ଚରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ବଡକଥା ହେଲା ଏହି ସଭାକୁ ବିଜେପି ବିରୋଧ କରୁଥିବା ବେଳେ ସେହି ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ବସିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।

ପୂର୍ବରୁ ସେହି ବରଗଡରେ ଆଉ ଏକ ସଭା ହୋଇଥିଲା ଯେଉଁଥିରେ ବିଜେପି କର୍ମିମାନେ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ କରି ସଭାକୁ ବିରୋଧ କରିଥିଲେ। ବିଜେଡି ବିଜେପି କର୍ମି ମୁହାଁମୁହିଁ ହୋଇଥିଲେ। ହେଲେ ସେତେବେଳେ ସେହି ବୈଠକରେ ବିଜେପି ସାଂସଦ ସୁରେଶ ପୂଜାରୀ ନିଜ ନିର୍ବାଚନ ମଣ୍ଡଳି ହୋଇଥିଲେ ମଧ୍ୟ ଯୋଗଦେଇ ନ ଥିଲେ। ସେହି ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ। ଗୋଟିଏ ସଭାରେ ଯୋଗଦେଲେ ନାହିଁ ହେଲେ ଆଉ ଏକ ସଭାରେ ସେ ଯୋଗଦେଲେ। ଯାହାକୁ ନେଇ ସାଂସଦଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ସୁରେଶ ପୂଜାରୀଙ୍କୁ ପଚରାଯିବାରୁ ତାଙ୍କର ଉତ୍ତର ଭିନ୍ନ ପ୍ରକାରର ଥିଲା। ଯାହାକୁ କୁହାଯିବ ପିଲାଳିଆମି ଉତ୍ତର।  ସେ କହିଲେ ଯେ ବରଗଡରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ଥିଲେ, ସେଥିପାଇଁ ଯୋଗ ଦେଇ ନ ଥିଲି। ହେଲେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନିଜେ ନ ଆସି ଭଚ୍ୟୁୟାଲି ଥିଲେ। ସେଥିପାଇଁ ଯୋଗଦେଲି। ଏପରି ଉତ୍ତରକୁ ନେଇ ଅନେକ ସମାଲୋଚନା ହେଉଛି। କାରଣ ଯାହା ହେଲେ ବି ମୁଖ୍ୟମନ୍ତ୍ରୀ ସେହି ସଭାରେ ଭାଷଣ ଦେଇଥିଲେ ଏବଂ ତାହା ସରକାରୀ କାର୍ଯ୍ୟକ୍ରମ ଥିଲା। ଯାହାକୁ ବିଜେପି ବିରୋଧ କରୁଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ବିଜେପିର କିଏ କେତେବେଳେ କଣ କରୁଛି ତାହା ଜାଣିବା ମୁସ୍କିଲ। କହିବାକୁ ଗଲେ ଦଳରେ ଯିଏ ଯାହା ଚାହିଁବ ସିଏ ତାହା କରିବ। ଏଥିରେ ଯେପରି କୌଣସି ଲଗାମ ନାହିଁ। ମମିତା ଘଟଣା ପୂର୍ବରୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ବିଜେପି ବିଧାୟକମାନେ ଯୋଗ ଦେଇଥିଲେ। ହେଲେ ସେତେବେଳେ ତାହାକୁ ସମାଲୋଚନା କରାଯାଉ ନ ଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଦଳର ନିତି ପଦାରେ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି: ଗ୍ଲୋବାଲ ଟେଣ୍ଡର କରି ରାଜ୍ୟକୁ ଟୀକା ଦେବାକୁ ଅନୁରୋଧ କଲେ

ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉପନିର୍ବାଚନ: ଧର୍ମେନ୍ଦ୍ର କହିଲେ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି, ନବ କହିଲେ ପ୍ରମାଣ କରି ଦେଖାଅ

ବାଲେଶ୍ବର, ବର୍ତ୍ତମାନ ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ପରସ୍ପର ଭିତରେ କାଦୁଅ ଫିଙ୍ଗା ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି। ଆଜି ବାଲେଶ୍ବରେ ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଅଭିଯୋଗ କଲେ। ତାହା ହେଲା ବାଲେଶ୍ବରରେ କୁଆଡେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି। ଟଙ୍କା ବାଣ୍ଟିବା ପାଇଁ ସେ କୁଆଡେ ସୁଯୋଗ ଖୋଜୁଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଦ ନବ ଦାସ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପାଖରେ ପ୍ରମାଣ ଅଛି ଯଦି ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରନ୍ତୁ। ଏହାକୁ ନେଇ ବାଲେଶ୍ବର ନୁହେଁ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି।