Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିଖୋଜ ମହିଳାଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଗ୍ରାମର ସଙ୍ଗୀତା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ଶବ ଉଷ୍ମ ପ୍ରବଣ ତପ୍ତପାଣି ନିକଟସ୍ଥ ଏକ କେନାଲରୁ ଉଦ୍ଧାର ହୋଇଛି। ବିବାହିତା ମହିଳା ସଙ୍ଗୀତା ଗତ ୩ ବର୍ଷ ତଳେ ପାଟପୁର ଥାନା ଅନ୍ତର୍ଗତ ନରସିଂହ ଗଡ଼ରେ ବାହା ହୋଇଥିଲେ। କୌଣସି କାରଣରୁ ସେ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ହୋଇ ପୁଡାମାରି ବାପା ଘରେ ରହୁଥିଲେ। କିନ୍ତୁ ହଠାତ୍ ଗତ ୩ ତାରିଖରୁ ଘରୁ କେଉଁ ଆଡେ ଚାଲିଯାଇଥିଲା।

ଏହି ପରିପ୍ରେକ୍ଷୀରେ ବାପା ପାଟପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ଗତ କାଲି କିଛି ଚାଷୀ ଲୋକ ଜମିରେ ପାଣି ମଡାଇବା ପାଇଁ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ବହୁତ ଦୁର୍ଗନ୍ଧ ହୋଇଥିଲା। ଖୋଜିବା ବେଳକୁ ପାଣି ଭିତରେ ଜଣେ ମହିଳା ମୁହଁ ମାଡି ରହିଛି ଓ ତା ଉପରେ ପଥର ମଡ଼ା ଯାଇଛି।

ଏହି ଖବର ଗାଁ ଲୋକେ ଜାଣିଲା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ସକାଶେ ପଠାଇବା ଡାକ୍ତରଖାନାକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟ ପକ୍ଷରେ ସଙ୍ଗୀତା ପିନ୍ଧିଥିବା ସୁନା ଅଳଙ୍କାର ତାଙ୍କ ଦେହରେ ନାହିଁ ଓ ଏହି ଲୋଭରେ କେହି ତାଙ୍କୁ ହତ୍ୟା କରି ପଥର ମଡାଇ ଚାଲିଯାଇଛନ୍ତି ବୋଲି ପୋଲିସ ନିକଟରେ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏତଲା ନଂ ୫୦୦/୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।