Categories
ଆଜିର ଖବର ଜାତୀୟ ଖବର

ଚର୍ଚ୍ଚାରେ ନିମନ୍ତ୍ରଣ କାର୍ଡ : କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହାକୁ ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ମହାରାଷ୍ଟ୍ର : ବିବାହରେ ନିମନ୍ତ୍ରଣ କାର୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବାହାଘରକୁ ଆମନ୍ତ୍ରଣ ଜଣାଇବା ପାଇଁ ପତ୍ର ଦ୍ବାରା ନିମନ୍ତ୍ରଣ ଜଣାଯାଇଥାଏ । ଆଜିକାଲି ବିବାହ କାର୍ଡ ମଧ୍ୟ ଏକ ଫେସନ୍‌ ଭାବରେ ଚାଲିଲାଣି । ବିବାହ କାର୍ଡରେ ବହୁ ପ୍ରକାରର ପରୀକ୍ଷାନିରୀକ୍ଷା କରାଯାଉଛି । କିଏ କିଏ କାର୍ଡ ସହିତ ଗୁଆ, ଡ୍ରାଇଫୁଟ୍‌ସ୍‌, ସିନ୍ଦୂର, ଚାଉଳ ଆଦି ଦେଉଥିବାବେଳେ କିଏ ବିବାହ କାର୍ଡ ସହିତ ଗିପ୍ଟ ମଧ୍ୟ ପଠାଉଛନ୍ତି । ତେବେ ମହାରାଷ୍ଟ୍ରରେ ଏବେ ଏକ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଚାଲିଛି । ଏହି କାର୍ଡସହ ମଦ, ମିନେରାଲ୍‌ ଓ୍ବାଟର ଓ ଚାଖଣା ପଠାଯାଇଛି ।

शादी का अनोखा कार्ड

ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏହି କାର୍ଡଟିକୁ ସୁନ୍ଦର ବାକ୍ସରେ ଗିପ୍ଟ ପରି ପ୍ୟାକ୍‌ କରାଯାଇଛି । କାର୍ଡର ଉପରେ ଗଣେଶଜୀଙ୍କ ଫଟୋ ରହିଥିବାବେଳେ ଏହାର ପୃଷ୍ଠା ଖୋଲିଲେ ବିବାହ ତାରିଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରହିଛି । ଏହା ପରେ  ମଦ ବୋତଲ ସହିତ ଚଖଣା ମଧ୍ୟ ରଖାଯାଇଛି । କେବଳ ଏତିକି ନୁହେଁ ଏଥିରେ ମିନେରାଲ୍‌ ଓ୍ବାଟର ମଧ୍ୟ ରହିଛି ।  ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କାର୍ଡଟି ସେହି ଅଞ୍ଚଳରେ ପହଞ୍ଚିଛି ଯେଉଁ ଅଞ୍ଚଳକୁ ମଦ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ମଦ ପିଇବାକୁ ସେଠାରେ ବାରଣ କରାଯାଇଥିବାବେଳେ ସେଠାରେ କାର୍ଡ ସହ ମଦ ପହଞ୍ଚିଥିବା ନେଇ ଲୋକେ ବହୁ ଟିପ୍ପଣୀ  କରିଛନ୍ତି ।

ତେବେ ଏହା ସମ୍ପର୍କରେ ଖୋଳତାଡ କରିବାରୁ ଜଣାପଡିଛି ଯେ,  ବିବାହଟି ଚନ୍ଦ୍ରପୁରର ଏକ ହୋଟେଲ୍‌ରେ ହେବାକୁ ରହିଛି । ତେବେ ଏହି କାର୍ଡଟି ଚନ୍ଦ୍ରପୁର ଜିଲ୍ଲାରେ ବଣ୍ଟାଯାଇନାହିଁ । ଏଠାରେ ମଦ ନିଷେଧ ଥିବାରୁ ଏପରି କାର୍ଡ ଏଠାରେ ବଣ୍ଟା ହୋଇନାହିଁ। କିଛି ଖାସ୍‌ ବନ୍ଧୁଙ୍କ ପାଇଁ ନାଗପୁର ଓ ଅଲଗା ଜିଲ୍ଲାରେ ଏପରି କାର୍ଡ ବଣ୍ଟା ଯାଇଙଛି । ତେବେ କେହି ସମ୍ପର୍କୀୟ ଏହି କାର୍ଡଟିର ଭିଡିଓଟିକୁ ଭାଇରାଲ୍‌ କରିଛନ୍ତି । ତେବେ ଚନ୍ଦ୍ରପୁରର ବଣ୍ଟାଯାଇଥିବା କାର୍ଡ ସହ ଡ୍ରାଏଫୁଟସ୍‌ ଦିଆଯାଇଛି । ତେବେ କାର୍ଡ ସହ ମଦ ଓ ଚାଖଣା ଫ୍ରି ଥିବା ନିମନ୍ତ୍ରଣ କାର୍ଡଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । (ଏଜେନ୍ସି)