Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମତଦାନକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଏପ୍ରିଲ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପୁଣି ଥରେ ଚମତ୍କାର କରିଛି। ଜାତି, ବର୍ଣ୍ଣ, ଧର୍ମ, ସାମାଜିକ- ଆର୍ଥିକ ଓ ଶିକ୍ଷାଗତ ପୃଷ୍ଠଭୂମି ନିର୍ବିଶେଷରେ ମହାନ ଭାରତୀୟ ଭୋଟରମାନେ ପୁଣି ଥରେ ଏହା କରିଛନ୍ତି। ପ୍ରକୃତ ବିଜେତା ହେଉଛନ୍ତି ଭାରତୀୟ ଭୋଟର।

ମତଦାତାମାନେ ସେମାନଙ୍କର ଅନେକ ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ ଅତିକ୍ରମ କରି ମତଦାନ କେନ୍ଦ୍ରକୁ ପ୍ରବେଶ କରିଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଭାରତ ନିର୍ବାଚନ ଆୟୋଗ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆୟୋଗ ଆନ୍ତରିକତାର ସହ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ନିଜର ଦୃଢ଼ ଅଂଶଗ୍ରହଣ ମାଧ୍ୟମରେ ଭୋଟରମାନେ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତାମାନଙ୍କ ଆସ୍ଥାକୁ ବୃଦ୍ଧି କରିଛନ୍ତି, ଯେତେବେଳେ ସେମାନେ ସାଧାରଣ ଭାରତୀୟଙ୍କୁ ମତାଧିକାର କ୍ଷମତା ହସ୍ତାନ୍ତର କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭାବନାକୁ ପୁନର୍ବାର ପ୍ରମାଣିତ କରେ।

ସମଗ୍ର ଦେଶରେ ଭୋଟରଙ୍କୁ ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବମୁଖର ବାତାବରଣ ପ୍ରଦାନ କରିବା, କଠିନ ପାଣିପାଗ, କଠିନ ଅଞ୍ଚଳ ଭଳି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଏବଂ ବିବିଧ ଜନସଂଖ୍ୟାରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ସୁରକ୍ଷା ବାହିନୀ ସମେତ ସମଗ୍ର ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ସମର୍ପଣ ଓ ପ୍ରତିବଦ୍ଧତା ଲାଗି ନିର୍ବାଚନ ଆୟୋଗ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଭାରତୀୟ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ଅଟନ୍ତି ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମର ଅବଦାନ ପାଇଁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ସର୍ବଦା ଗଣମାଧ୍ୟମକୁ ସହଯୋଗୀ ଭାବେ ବିବେଚନା କରି ଆସୁଛନ୍ତି।

ଶତାୟୁ, ବୟସ୍କ, ଭିନ୍ନକ୍ଷମ ଓ କିନ୍ନରଙ୍କ ଭୋଟ୍ ର ଗୁରୁତ୍ବ ଅନେକଙ୍କ ପାଇଁ, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଆୟୋଗ କହିଛନ୍ତି । ଯୁବପିଢ଼ି ଗଣତନ୍ତ୍ରକୁ ଆଗକୁ ବଢ଼ାଇବେ। ଭାରତର ପରବର୍ତ୍ତୀ ପିଢ଼ିର ଭୋଟରମାନେ ଏହି ଅଂଶଗ୍ରହଣକୁ ଆହୁରି ଉଚ୍ଚତାରେ ପହଞ୍ଚାଇବେ ବୋଲି ଇସିଆଇ ଆଶା ରଖିଛି।

ମତଦାନ ସମୟରେ ଭୋଟର, ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କର୍ମଚାରୀ ଏବଂ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଛି, ଯାହାକି ବହୁତ ସମ୍ମାନ ଓ ପ୍ରଶଂସାଯୋଗ୍ୟ। ସାମୂହିକ ପ୍ରୟାସ ଯୋଗୁଁ ଆମେ ଲୋକମାନେ ଗଣତନ୍ତ୍ରର ଚକାକୁ ବୁଲାଇ ରଖିଛୁ ବୋଲି ଆୟୋଗ ମତ ରଖିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ପୁଲିସମହାର୍ଦ୍ଦେଶକଙ୍କ ସହ ଆଜି ନିର୍ବାଚନ ସଦନରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ନିର୍ବାଚନ ଆୟୁକ୍ତ (ଇସି) ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ହିଂସାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ନେବାଲାଗି ସମସ୍ତ ଏସପିଙ୍କୁ ଦାୟିତ୍ୱ ଦେବାକୁ  ରାଜ୍ୟର ମୁଖ୍ୟଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଅବଧି ମଧ୍ୟରେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଠିକ୍ ସମୟରେ ଅଭିଯୋଗ ଫର୍ଦ୍ଦଦାଖଲ ଉପରେ ଉପଯୁକ୍ତ ନିଷ୍ପତ୍ତି ସୁନିଶ୍ଚିତ କରିବା ଲାଗିସେମାନଙ୍କ ସ୍ତରରେ ମାମଲାର ସମୀକ୍ଷା କରିବା ସହ କଡ଼ା ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ହିଂସା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅଧିକାରୀଙ୍କ ଅବହେଳା ଓ ତଦାରଖର ଅଭାବ ସମ୍ପର୍କରେ ନିଜର ଆକଳନ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ଆୟୋଗ ଅନୁମୋଦନ କରିଛନ୍ତି:

୧- ପାଲନାଡୁ ଜିଲ୍ଲାପାଳଙ୍କ ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ।

୨- ପାଲନାଡୁ ଏବଂ ଅନନ୍ତପୁରମୁ ଜିଲ୍ଲା ଏସପି ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ।

୩- ତିରୁପତି ଏସପିଙ୍କ  ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ।

୪- ଏହି ତିନୋଟି ଜିଲ୍ଲା (ପାଲନାଡୁ, ଅନନ୍ତପୁରମୁ ଏବଂ ତିରୁପତି)ରେ ୧୨ ଜଣ ଅଧସ୍ତନ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।

୫- ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଘଟଣାର ତଦନ୍ତ କରି ପ୍ରତ୍ୟେକ ମାମଲାରେ ଦୁଇ ଦିନ ମଧ୍ୟରେ କମିସନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବ। ଏଥିସହିତଉପଯୁକ୍ତ ଆଇପିସି ଧାରା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବୈଧାନିକ ବ୍ୟବସ୍ଥା ସହିତ ଏଫଆଇଆରଗୁଡିକ ସଂଶୋଧନ କରାଯିବ।

୬- ଫଳାଫଳ ଘୋଷଣା ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଗଣତି ପରେ ୨୫ଟି ସିଏପିଏଫ୍ କମ୍ପାନୀକୁ ୧୫ ଦିନ ପାଇଁ ରଖିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

ଫଳାଫଳ ଘୋଷଣା ପରେ କୌଣସି ପ୍ରକାର ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଧ୍ରପ୍ରଦେଶର ୨୫ଟି ସିଏପିଏଫ କମ୍ପାନୀକୁ ଗଣତି ପରେ ୧୫ ଦିନ ପାଇଁ ରଖିବାକୁ ଆୟୋଗ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାରେ ପ୍ରଶାସନ ବିଫଳ ହେବାର କାରଣ ବ୍ୟକ୍ତିଗତ ଭାବେ ଜଣାଇବା ପାଇଁ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୂଆଦିଲ୍ଲୀ ଡକାଇଥିଲେ। ନିର୍ବାଚନ ଦିନ ଏବଂ ନିର୍ବାଚନ ପରେ ଅନନ୍ତପୁରମୁ, ପାଲନାଡୁ ଏବଂ ତିରୁପତି ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟିଥିଲା । ନିର୍ବାଚନ ପୂର୍ବରୁ ଆକ୍ରମଣ, ବିରୋଧୀ ଦଳର ସମ୍ପତ୍ତି/କାର୍ଯ୍ୟାଳୟରେ ନିଆଁ ଲଗାଇବା, ଧମକ ଦେବା, ପ୍ରଚାର ଗାଡି ନଷ୍ଟ କରିବା, ପଥର ଫିଙ୍ଗିବା ଇତ୍ୟାଦି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ଅଧିକାଂଶ ଘଟଣା ଆନ୍ନାମାୟା, ଚିତ୍ତୁର ଓ ପାଲନାଡୁ ଜିଲ୍ଲାରେ ଘଟିଥିବା ବେଳେ ଗୁଣ୍ଟୁର, ଅନନ୍ତପୁର ଓ ନନ୍ଦିଆଲ ଆଦି ସ୍ଥାନରେ କିଛି ଘଟଣା ଘଟିଛି।

Categories
ଆଜିର ଖବର ଜାତୀୟ ଖବର

ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ରାଜନୈତିକ ଦଳଙ୍କ ଲାଞ୍ଚ ଆଚରଣ ସଦୃଶ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇଛନ୍ତି। ଏପରି କାର୍ଯ୍ୟ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩ (୧) ଅନୁଯାୟୀ ଲାଞ୍ଚ ନେବା ସହ ଜଡ଼ିତ ଦୁର୍ନୀତି ଆଚରଣ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, “କେତେକ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ମାନେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ବ୍ୟକ୍ତିବିଶେଷଙ୍କୁ ପଞ୍ଜୀକୃତ କରିବା ପାଇଁ ବୈଧ ସର୍ବେକ୍ଷଣ ଏବଂ ଦଳଗତ ପ୍ରୟାସ ମଧ୍ୟରେ ଥିବା ସୀମାକୁ ଲଂଘନ କରୁଥିବା ଭଳି କାର୍ଯ୍ୟକଳାପରେ ନିୟୋଜିତ ହେଉଛନ୍ତି।’’

ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ବିଭିନ୍ନ ଉଦାହରଣ ଦେଖି ଆୟୋଗ ଆଜି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି (ଲିଙ୍କ: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FztfbUTpXSxLP8g7dpVrk7%2FRgJnWIFoi%2FHESbtsL%2FSFvsIWBm5CVW8P%2FiquKm95vYSdOFtn933icz0MOeiesxvsQ%3D%3D)।

ଏହି ମାର୍ଗଦର୍ଶିକାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନଙ୍କୁ ଯେକୌଣସି ବିଜ୍ଞାପନ/ ସର୍ଭେ/ଆପ୍ ଜରିଆରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ପଞ୍ଜୀକରଣ କରିବା ଭଳି କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଏଥିରୁ ଦୂରେଇ ରହିବାକୁ କୁହାଯାଇଛି।

ନିର୍ବାଚନ ପରବର୍ତ୍ତୀ ଫାଇଦା ପାଇଁ ପଞ୍ଜୀକରଣ କରିବା ପାଇଁ ବ୍ୟକ୍ତିଗତ ଭାବେ ଭୋଟରଙ୍କୁ ଆମନ୍ତ୍ରଣ/ଆହ୍ୱାନ ଦେବା କାର୍ଯ୍ୟ ମତଦାତା ଓ ପ୍ରସ୍ତାବିତ ଲାଭ ମଧ୍ୟରେ ଆପୋସ କାରବାର ସମ୍ପର୍କ ଆବଶ୍ୟକତା ବିଷୟରେ ଏକ ଧାରଣା ସୃଷ୍ଟି କରିପାରେ। ଏହା ଏକ ନିର୍ଦ୍ଦିଷ୍ଟ ଉପାୟରେ ମତଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସୃଷ୍ଟି କରିବାର ସମ୍ଭାବନା ରହିଛି ଯାହାଦ୍ୱାରା ପ୍ରଲୋଭନ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆୟୋଗ କହିଛନ୍ତି।

ସାମାନ୍ୟ ଏବଂ ସାଧାରଣ ନିର୍ବାଚନୀ ପ୍ରତିଶ୍ରୁତି ଅନୁମତି ପ୍ରଦାନ କରାଯିବା ପରିସରରେ ଆସୁଛି ବୋଲି ଆୟୋଗ ସ୍ୱୀକାର କରିଛନ୍ତି। ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଥିବା ଏଭଳି କାର୍ଯ୍ୟକଳାପ ଗୁଡ଼ିକ ବୈଧ ସର୍ବେକ୍ଷଣ କାର୍ଯ୍ୟକଳାପ କିମ୍ବା ସମ୍ଭାବ୍ୟ ବ୍ୟକ୍ତିଗତ ଲାଭ ସମ୍ବନ୍ଧୀୟ ସରକାରୀ କାର୍ଯ୍ୟକ୍ରମ ଅଥବା ଦଳୀୟ ଏଜେଣ୍ଡା ବିଷୟରେ ସୂଚନା ଦେବାର ପ୍ରୟାସ ବୋଲି ପରିଚୟ ଦେଇ ପ୍ରାମାଣିକ ସର୍ବେକ୍ଷଣ ଏବଂ ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ପଞ୍ଜୀକରଣ କରାଯାଉଥିବା ଆୟୋଗ ଉଲ୍ଲେଖ କରିଛନ୍ତି। ଏହା ଏକ ପକ୍ଷପାତିତା ପୂର୍ଣ୍ଣ ପ୍ରୟାସ ବୋଲି ଆୟୋଗ କରିଛନ୍ତି।

ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୭ ଏ, ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩(୧) ଏବଂ ଧାରା ୧୭୧(ବି) ଆଇପିସି ଭଳି ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏଭଳି କୌଣସି ବିଜ୍ଞାପନ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସାରଣୀ ୧:

ଖବରକାଗଜ ବିଜ୍ଞାପନରେ ବ୍ୟକ୍ତିଗତ ଭୋଟରଙ୍କୁ ମୋବାଇଲରେ ମିସ୍ ଡ କଲ୍ କିମ୍ବା ଟେଲିଫୋନ୍ ନମ୍ବରରେ କଲ୍ କରି ଫାଇଦା ପାଇଁ ନିଜକୁ ପଞ୍ଜୀକରଣ କରିବାକୁ ଆହ୍ୱାନ ଦେବା

ସମ୍ଭାବ୍ୟ ବ୍ୟକ୍ତିଗତ ସୁବିଧାର ବିବରଣୀ ପ୍ରଦାନ କରୁଥିବା ପ୍ରଚାରପତ୍ର ଆକାରରେ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ସହିତ ଭୋଟରଙ୍କ ନାମ, ବୟସ, ଠିକଣା, ମୋବାଇଲ ନମ୍ବର, ବୁଥ୍ ନମ୍ବର, ନିର୍ବାଚନ ମଣ୍ଡଳୀ ନାମ ଓ ନମ୍ବର ଇତ୍ୟାଦି ର ବିବରଣୀ ମାଗିବା ପାଇଁ ଏକ ସଂଯୁକ୍ତ ଫର୍ମ ମଧ୍ୟ ପ୍ରଦାନ କରିବା।

ଚଳିତ ସରକାରୀ ବ୍ୟକ୍ତିଗତ ଲାଭ ଯୋଜନାର ସମ୍ପ୍ରସାରଣ ପାଇଁ ସମ୍ଭାବ୍ୟ ହିତାଧିକାରୀଙ୍କ ସାମାଜିକ-ଅର୍ଥନୈତିକ ସର୍ଭେ ନାମରେ ଭୋଟରଙ୍କ ନାମ, ରାସନ କାର୍ଡ ନମ୍ବର, ଠିକଣା, ଫୋନ୍ ନମ୍ବର, ବୁଥ୍ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ନିର୍ବାଚନମଣ୍ଡଳୀ ନାମ ଓ ନମ୍ବର ଇତ୍ୟାଦି ତଥ୍ୟ ପାଇଁ ଫର୍ମ ବଣ୍ଟନ କରାଯିବା।

ରାଜନୈତିକ ଦଳ/ ପ୍ରାର୍ଥୀଙ୍କ ଦ୍ୱାରା ୱେବ ପ୍ଲାଟଫର୍ମ କିମ୍ବା ୱେବ / ମୋବାଇଲ ଆପ୍ଲିକେସନ୍ ର ପ୍ରସାରଣ କିମ୍ବା ପ୍ରସାର କରିବା ଏବଂ ଏହା ଜରିଆରେ ଭୋଟରଙ୍କ ନାମ, ଠିକଣା, ଫୋନ୍ ନମ୍ବର, ବୁଥ୍ ନମ୍ବର, ନିର୍ବାଚନ ମଣ୍ଡଳୀ ନାମ ଏବଂ ନମ୍ବର ଇତ୍ୟାଦି ମାଗିବା (ଏଥିରେ ବ୍ୟକ୍ତିଗତ ସୁବିଧା ପାଇବା ପାଇଁ କିମ୍ବା ସେମାନଙ୍କ ମତଦାନ ପସନ୍ଦ ପ୍ରକାଶ କରିବା ପାଇଁ କୁହାଯାଇ ପାରେ କିମ୍ବା କୁହାଯାଇନପାରେ)।

ପ୍ରଚଳିତ ବ୍ୟକ୍ତିଗତ ସୁବିଧା ଯୋଜନା ସମ୍ପର୍କରେ ଖବରକାଗଜ ବିଜ୍ଞାପନ କିମ୍ବା ଭୌତିକ ଫର୍ମ ଜରିଆରେ ପଞ୍ଜୀକରଣ ଫର୍ମରେ ଭୋଟରଙ୍କ ନାମ, ସ୍ୱାମୀ/ପିତାଙ୍କ ନାମ, ଯୋଗାଯୋଗ ନମ୍ବର, ଠିକଣା ଇତ୍ୟାଦି ବିବରଣୀ ମଗାଯିବା।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନରେ ଭୁଲ୍ ତଥ୍ୟର ସକ୍ରିୟ ମୁକାବିଲା ପାଇଁ ‘ମିଥ୍ ଭର୍ସେସ୍‌ ରିଅଲିଟି ରେଜିଷ୍ଟର’ର ଶୁଭାରମ୍ଭ

ନୂଆଦିଲ୍ଲୀ: ମିଥ୍ୟା ସୂଚନାର ପ୍ରସାରକୁ ରୋକିବା ଏବଂ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଚଳିତ ସାଧାରଣ ନିର୍ବାଚନ ୨୦୨୪ର ଏକ ଅଂଶ ଭାବରେ ଆଜି ‘ମିଥ୍ ଭର୍ସେସ୍‌ ରିଅଲିଟି ରେଜିଷ୍ଟର’ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଏହାର ଶୁଭାରମ୍ଭ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଅଧିକୃତ ୱେବସାଇଟ (https://mythvsreality.eci.gov.in/) ମାଧ୍ୟମରେ ‘ମିଥ୍ ବନାମ ରିଅଲିଟି ରେଜିଷ୍ଟର’ ଜନସାଧାରଣଙ୍କ ପାଇଁ ଉପଲବ୍ଧ। ରେଜିଷ୍ଟରର ବାସ୍ତବ ମେଟ୍ରିକ୍ସ ନିୟମିତ ଭାବେ ଅପଡେଟ୍ କରାଯାଇ ସଦ୍ୟତମ ନକଲି ଏବଂ ନୂତନ FAQ ଅନ୍ତର୍ଭୁକ୍ତ କରାଯିବ। ‘ମିଥ୍ ଭର୍ସେସ୍‌ ରିଅଲିଟି ରେଜିଷ୍ଟର’ର ପ୍ରଚଳନ ନିର୍ବାଚନ ପ୍ରକ୍ରିୟାକୁ ଭୁଲ ସୂଚନାରୁ ରକ୍ଷା କରିବା ପାଇଁ ନିର୍ବାଚନ କମିସନଙ୍କ ଜାରି ରହିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାଧାରଣ ନିର୍ବାଚନ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁଲ ସୂଚନାକୁ ଏକ ଆହ୍ୱାନ ଭାବରେ ଚିହ୍ନଟ କରିଛନ୍ତି, ଯେଉଁଥିରେ ନିର୍ବାଚନୀ ସ୍ୱଚ୍ଛତା ପାଇଁ ଅର୍ଥ, ବାହୁବଳ ଏବଂ ଏମସିସି ଉଲ୍ଲଂଘନ ମଧ୍ୟ ରହିଛି। ବିଶ୍ୱବ୍ୟାପୀ ଅନେକ ଗଣତାନ୍ତ୍ରିକ ଦେଶରେ ଭୁଲ ସୂଚନା ଏବଂ ମିଥ୍ୟା ଖବର ପ୍ରସାର ଚିନ୍ତାର କାରଣ ପାଲଟିଥିବା ବେଳେ ନିର୍ବାଚନ ପ୍ରକ୍ରିୟାରେ ଭୋଟରମାନେ ଯେପରି ସଠିକ ଏବଂ ଯାଞ୍ଚ ସୂଚନା ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏହି ଅଭିନବ ଏବଂ ସକ୍ରିୟ ପଦକ୍ଷେପ ଏକ ପ୍ରୟାସ।

‘ମିଥ୍ ଭର୍ସେସ ରିଅଲିଟି ରେଜିଷ୍ଟର’ ନିର୍ବାଚନ ସମୟରେ ପ୍ରସାରିତ ମିଥ୍ୟା ଓ ଭୁଲ ସୂଚନାକୁ ଦୂର କରିବା ପାଇଁ ତଥ୍ୟଗତ ସୂଚନାର ଏକ ବ୍ୟାପକ ଭଣ୍ଡାର ଭାବରେ କାର୍ଯ୍ୟ କରେ, ଯାହା ଦ୍ୱାରା ସେମାନେ ସଚେତନ ନିଷ୍ପତ୍ତି ନେବାକୁ ସଶକ୍ତ ହେବେ। ଇଭିଏମ୍/ଭିଭିପିଏଟି, ଭୋଟର ତାଲିକା/ଭୋଟର ସେବା, ନିର୍ବାଚନ ପରିଚାଳନା ଏବଂ ଅନ୍ୟାନ୍ୟ ବିଷୟରେ ମିଥ୍ୟା ଓ ଭୁଲ ସୂଚନା କ୍ଷେତ୍ରକୁ ବ୍ୟାପକ ଭାବରେ ମୁକାବିଲା ପାଇଁ ଏହାକୁ ଉପଭୋକ୍ତା ଅନୁକୂଳ ଫର୍ମାଟରେ ଡିଜାଇନ୍ କରାଯାଇଛି। ଏହି ରେଜିଷ୍ଟରରେ ନିର୍ବାଚନ ସମ୍ବନ୍ଧୀୟ ମିଥ୍ୟା ସୂଚନା, ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ସମ୍ଭାବ୍ୟ ମିଥ୍ୟା, ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏଫ୍ଏକ୍ୟୁ ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ବିଭିନ୍ନ ବିଭାଗ ଅଧୀନରେ ରେଫରେନ୍ସ ବିଷୟବସ୍ତୁ ପ୍ରଦାନ କରାଯାଇଛି। ରେଜିଷ୍ଟର ନିୟମିତ ଭାବେ ଅପଡେଟ୍ ହେବ।

ମିଥ୍ ଭର୍ସେସ ରିଅଲିଟି ରେଜିଷ୍ଟରରେ ପ୍ରଦାନ କରାଯାଇଥିବା ସୂଚନା ସହିତ ଯେକୌଣସି ଚ୍ୟାନେଲ ମାଧ୍ୟମରେ ସେମାନଙ୍କ ଦ୍ୱାରା ପ୍ରାପ୍ତ କୌଣସି ସନ୍ଦେହଜନକ ସୂଚନାକୁ ଯାଞ୍ଚ ଏବଂ ପ୍ରମାଣ କରିବାକୁ ସମସ୍ତ ଅଂଶୀଦାରମାନଙ୍କୁ ଉତ୍ସାହିତ କରାଯାଏ। ଏହି ପ୍ଲାଟଫର୍ମକୁ ସୂଚନା ଯାଞ୍ଚ କରିବା, ଭୁଲ ସୂଚନାର ପ୍ରସାରକୁ ରୋକିବା, ମିଥ୍ୟା ଖବରକୁ ଖଣ୍ଡନ କରିବା ଏବଂ ସାଧାରଣ ନିର୍ବାଚନ ୨୦୨୪ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଅବଗତ ରହିବା ପାଇଁ ବ୍ୟବହାର କରାଯାଇପାରିବ। ବ୍ୟବହାରକାରୀ ବା ୟୁଜର୍ସ ଏହି ରେଜିଷ୍ଟରରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସୂଚନା ସେୟାର କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନିର୍ବାଚନ ଆୟୋଗ। ସେ ନିଜ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ। ଆଗାମୀ ନିର୍ବାଚନରେ ପ୍ରାୟ ୯୬ କୋଟି ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏଥିପାଇଁ ୧୨ ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ। ଏହି ସବୁ କେନ୍ଦ୍ରରେ ନିର୍ବାଚନ ପରିଚାଳନା ପାଇଁ ଦେଢ଼ କୋଟି କର୍ମଚାରୀ ନିୟୋଜିତ ହେବେ। ୯୬ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୪୭ କୋଟି ହେଉଛନ୍ତି ମହିଳା ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ପୁରୁଷଙ୍କ ସଂଖ୍ୟା ୪୮.୯୯ କୋଟି ରହିଛି। ୪୮,୦୦୦ ଜଣଙ୍କୁ ତୃତୀୟ ଲିଙ୍ଗ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୫.୩% ବୃଦ୍ଧି ପାଇଛି। ଗତ ଲୋକସଭା ନିର୍ବାଚନରେ ମୋଟ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୯୧.୨ କୋଟି ଥିଲା। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର।

ଏତେ ବଡ଼ ନିର୍ବାଚନ କେଉଁଠି ନାହିଁ

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମୋଟ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧ କୋଟି ୭୩ ଲକ୍ଷ ୧୮ରୁ ୧୯ ବର୍ଷ ବୟସର। ୮୧ ଲକ୍ଷ ଭିନ୍ନକ୍ଷମ ଭୋଟର ଅଛନ୍ତି। ୧ କୋଟି ୭୫ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ। ୮୦ ବର୍ଷରୁ ଅଧିକ ବୟସର ୧.୭୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ୧୦୦ ବର୍ଷରୁ ଅଧିକ ବୟସ୍କ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଶ୍ୱାସନା ଦେଇଛନ୍ତି ଯେ ୨୦୨୪ ଏବଂ ଏହା ପରେ ମତଦାନରେ ଏକ ସୁଖଦ ଅନୁଭୂତି ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ପ୍ରଚାର ସମୟରେ ସମାନ ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶ୍ରୁତିବଦ୍ଧ। ପୃଥିବୀର କୌଣସି ସ୍ଥାନରେ ଏତେ ବଡ଼ ଧରଣର ମତଦାନ ଓ ଲଜିଷ୍ଟିକର ଉଦାହରଣ ନାହିଁ। ନିର୍ବାଚନ କମିଶନଙ୍କ ୭୫ତମ ବାର୍ଷିକୀ ପାଳନ ଅବସରରେ ୧୪ତମ ଜାତୀୟ ମତଦାତା ଦିବସ ଅବସରରେ ଏହି ସୂଚନା ଦିଆଯାଇଛି।

ଆରମ୍ଭରୁ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇଥିଲା

ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆରମ୍ଭରୁ ମତଦାନରେ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବିଆର ଆମ୍ବେଦକରଙ୍କୁ ଶ୍ରେୟ ଦେଇଛନ୍ତି। ଆମ୍ବେଦକର ୧୯୨୮ ମସିହାରେ ମହିଳାଙ୍କ ମତଦାନ ଅଧିକାର ପ୍ରସଙ୍ଗ ଉଠାଇଥିଲେ। ମତଦାନ ପ୍ରତିଶତ ବୃଦ୍ଧି ନେଇ ମଧ୍ୟ ଇସିଆଇ ଉଲ୍ଲେଖ କରିଛି।

ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ବହୁତ କିଛି କରାଯାଇଛି। ୧୯୫୨ ମସିହାରେ ଏଠାରେ ୧୭୩.୨ ନିୟୁତ ଭୋଟର ଥିଲେ। ଆଜି ଏହି ସଂଖ୍ୟା ୯୬ କୋଟିରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪୭ କୋଟି ମହିଳା ଭୋଟର ରହିଛନ୍ତି। ପ୍ରଥମ ସାଧାରଣ ନିର୍ବାଚନରେ ମତଦାନ ହାର ୪୫% ଥିବାବେଳେ ଗତ ସାଧାରଣ ନିର୍ବାଚନରେ ଏହା ୬୭%କୁ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ୩୦ କୋଟି ଭୋଟର ଭୋଟ ଦେଉନାହାନ୍ତି। ମତଦାନ ପ୍ରତିଶତ ବୃଦ୍ଧି କ୍ଷେତ୍ରରେ ସହରାଞ୍ଚଳ ଲୋକଙ୍କ ମଧ୍ୟରେ ଆଗ୍ରହର ଅଭାବ, ଯୁବ ଉଦାସୀନତା ଏବଂ ପ୍ରବାସୀ ଶ୍ରମିକ ପ୍ରମୁଖ ଆହ୍ୱାନ। ଇସିଆଇ ଏହି ତିନୋଟି ଦିଗକୁ ଟାର୍ଗେଟ କରୁଛି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ଆୟୋଗ ନିକଟରେ ପହଞ୍ଚିଲା AAP, ବିଜେପି ଉପରେ ଆଣିଲା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏହି ରାଜ୍ୟଗୁଡିକରେ ନିର୍ବାଚନ ସମାବେଶକୁ ଷ୍ଟାର ପ୍ରଚାରକ ଭାବରେ ସମ୍ବୋଧିତ କରୁଛନ୍ତି। ଏଭଳି ପରିସ୍ଥିତିରେ ବିଜେପି ମଧ୍ୟ ଦଳର ମୁଖ୍ୟ କେଜ୍ରିୱାଲଙ୍କୁ ନିରନ୍ତର ଟାର୍ଗେଟ କରୁଛି।

ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ବହୁ ବିକୃତ ଚିତ୍ର, ଭିଡିଓ ଇତ୍ୟାଦି ପୋଷ୍ଟ କରାଯାଇଛି, ଯାହା ବିଷୟରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଆୟୋଗ (ଇସିଆଇ) ରେ ଅଭିଯୋଗ କରିଛି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇସିରେ ଦାଖଲ ହୋଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଏଏପି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ସଂଯୋଜକର କେଜ୍ରିୱାଲଙ୍କ ବିଷୟରେ ସେୟାର କରାଯାଇଥିବା ପୋଷ୍ଟଗୁଡ଼ିକୁ ଆଦର୍ଶ ଆଚରଣ ସଂହିତା (MCC) ର ଉଲ୍ଲଂଘନ ବୋଲି କହିଛି।

ଏହି ଅଭିଯୋଗରେ ଏକ ଭିଡିଓ ଅନ୍ତର୍ଭୁକ୍ତ ଯାହାକି ନଭେମ୍ବର ୫ ତାରିଖରେ ବିଜେପି ଦିଲ୍ଲୀର ଅଫିସିଆଲ୍ ଫେସବୁକ୍ ଏବଂ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏଥିରେ ବିଜେପି ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ରାଲିରେ ଚାପୁଡ଼ା ମାରିବା, ଭୋଟରଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା, ସରକାରୀ ବାସଭବନର ନବୀକରଣ ସହ ଜଡିତ ପରିହାସ କରିବା ଭଳି ଜିନିଷ ଦେଖାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ଆୟୋଗ ଇଡିକୁ ନିର୍ଦ୍ଦେଶ ଦେଇପାରିବେ କି?

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ସଂସ୍ଥାକୁ ନିର୍ବାଚନ ସମୟରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ଓ କାର୍ଯ୍ୟାନୁଷ୍ଠାନରୁ ତୁରନ୍ତ ରୋକିବାକୁ କଂଗ୍ରେସ ନିକଟରେ ନିର୍ବାଚନ କମିଶନଙ୍କୁ କହିଛି । ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ପାଇଁ ଦାବି ହୋଇଛି କିନ୍ତୁ ଏହା ସମ୍ଭବ କି ? ଆଇନ ବିଶେଷଜ୍ଞଙ୍କ ମତରେ ପ୍ରବର୍ତ୍ତନ ଏଜେନ୍ସିଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ସମାଧାନ କିମ୍ବା ସମୀକ୍ଷା ଅଦାଲତମାନଙ୍କଠାରୁ ମାଗିହେବ କାରଣ ଏହା ଦଳୀୟ କାର୍ଯ୍ୟ କିମ୍ବା କ୍ଷମତାର ଅପବ୍ୟବହାରରୁ ସୁରକ୍ଷା ପାଇବା ପାଇଁ ଉପଯୁକ୍ତ ସ୍ଥାନ ଅଟେ ।

ଜଣେ ଆଇନ ବିଶେଷଜ୍ଞ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଗୁଇନ୍ଦା ତଥ୍ୟ ସଂଗ୍ରହ, ଅନୁସନ୍ଧାନ, ଲିଡ୍ ଓ ଜବତ, ଏଫଆଇଆର ପଞ୍ଜୀକରଣ ଏବଂ ଗିରଫଦାରୀ ଭଳି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର କାର୍ଯ୍ୟ ନିର୍ଦ୍ଧାରିତ ବୈଧାନିକ ଢାଞ୍ଚା ଅନୁଯାୟୀ ସ୍ଥିର କରାଯାଏ । ଆଇପିସି, ସିଆରପିସି ଏବଂ ପ୍ରମାଣ ଆଇନ ଭଳି ଅପରାଧିକ କୋଡ୍ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଭୁକ୍ତ ବୋଲି ଆଇନ ବିଶେଷଜ୍ଞ କହିଛନ୍ତି ।

ଏହି ମାମଲାରେ ନିର୍ବାଚନ କମିଶନଙ୍କ ଭୂମିକା ସମ୍ପର୍କରେ ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ସାମ୍ବିଧାନିକ ସଂସ୍ଥାର ଧାରା ୩୨୪ ଅନୁଯାୟୀ କ୍ଷମତା ରହିଛି । ତେବେ ଏହି ନିର୍ଦ୍ଦେଶନାମା ଆଇନଗତ କିମ୍ବା ପୋଲିସ କ୍ଷମତା ବ୍ୟବହାରରେ ଏଜେନ୍ସିଗୁଡ଼ିକ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପରିବର୍ତ୍ତନ କିମ୍ବା ପ୍ରତିରୋଧ କରିପାରିବ ନାହିଁ ।

ମହାଦେବ ଆପ୍ ମାମଲାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଇଡିର କ୍ରମାଗତ ଚଢ଼ାଉ ଏବଂ ଏହାର ବୟାନ ବିରୋଧରେ କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ନିର୍ବାଚନ ଆୟୋଗଙ୍କୁ ଭେଟିଛନ୍ତି । କଂଗ୍ରେସ ତରଫରୁ କୁହାଯାଇଛି ଯେ ରାଜନୈତିକ ଚାପରେ ନିର୍ବାଚନ ମଝିରେ ଏସବୁ କରାଯାଉଛି ।

ବିଶେଷଜ୍ଞଙ୍କ ମତରେ, ଯଦି କୌଣସି ପକ୍ଷ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପ୍ରକ୍ରିୟା ଉଲ୍ଲଂଘନ କିମ୍ବା ଭେଦଭାବ ଆଧାରରେ ଅପରାଧିକ ପ୍ରକ୍ରିୟା ଆରମ୍ଭ କରୁଥିବାରୁ ଅସନ୍ତୁଷ୍ଟ ହୁଅନ୍ତି, ସେଠାରେ ଅଦାଲତକୁ ଯାଇ ‘ପକ୍ଷପାତ’ ଏଜେନ୍ସି ବିରୋଧରେ ସ୍ଥଗିତାଦେଶ ମାଗିବା ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସୁଯୋଗ ରହିଛି । ସିଆରପିସିର ଧାରା ୪୮୨ ଅନୁଯାୟୀ ନିମ୍ନ ଅଦାଲତ କିମ୍ବା ସିଧାସଳଖ ହାଇକୋର୍ଟ ହାଇକୋର୍ଟଙ୍କଠାରୁ ରିଟ୍ ଅଧୀନରେ କିମ୍ବା ‘ପକ୍ଷପାତିତା’ ଆଧାରରେ ମାମଲା ରୁଜୁ କରାଯାଇପାରିବ ।

Categories
ଆଜିର ଖବର ଜାତୀୟ ଖବର

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ କରିଥିଲେ ଏହି ଦାବି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଗୁରୁବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଛନ୍ତି। ଅକ୍ଟୋବର ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ନୋଟିସ୍ ର ଜବାବ ଦେବାକୁ ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ କହିଛନ୍ତି।

ବାସ୍ତବରେ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଦୌସାଠାରେ କହିଥିଲେ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରକୁ ଦେଇଥିବା ଦାନର ଲିଫାପା ଖୋଲାଯାଇଥିଲା ସେତେବେଳେ ସେଥିରେ ମାତ୍ର ୨୧ ଟଙ୍କା ମିଳିଥିଲା। ଏ ସମ୍ପର୍କରେ ନିର୍ବାଚନ ଆୟୋଗରେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ତାଙ୍କ (ପ୍ରିୟଙ୍କା ଗାନ୍ଧୀ) ଭାଷଣର ଭିଡିଓ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ଆମେ ନିର୍ବାଚନ ଆୟୋଗଙ୍କୁ କହିଛୁ ଯେ ଅକ୍ଟୋବର 20 ରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ଅଭିଭାଷଣ ଦେଇଛନ୍ତି ଏବଂ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଆଚରଣ ବିଧି ଅନୁସରଣ କରିଛନ୍ତି କି? ଆପଣ ଆଚରଣ ବିଧି ଉପରେ ଅଛନ୍ତି କି? ଆପଣ ମିଥ୍ୟା ବିସ୍ତାର କରିପାରିବେ ନାହିଁ। ଧାର୍ମିକ ଭାବନା ସହିତ ପ୍ରଚାର ମଧ୍ୟ କରାଯାଇପାରିବ ନାହିଁ।

ପ୍ରିୟଙ୍କା ଗାନ୍ଧୀ କ’ଣ କହିଥିଲେ?:

ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ଆପଣ ନିଶ୍ଚୟ ଦେଖିଥିବେ। ମୁଁ ଏହାକୁ ଟିଭିରେ ଦେଖିଲି, ଏହା ସତ କି ନୁହେଁ ଜାଣିନି। ପ୍ରଧାନମନ୍ତ୍ରୀ ମୋଦୀ ବୋଧହୁଏ ଦେବନାରାୟଣ ଜୀଙ୍କ ମନ୍ଦିରକୁ ଯାଇଥିଲେ। ସେ ଲିଫାପା ଭର୍ତ୍ତି କରିଥିଲେ। ମୁଁ ଟିଭିରେ ଦେଖିଲି ଯେ ୬ ମାସ ପରେ, ଯେତେବେଳେ ପିଏମ ମୋଦୀ ଦାନ କରିଥିବା ଲିଫାପା ଖୋଳାଗଲା, ସେଥିରୁ ୨୧ ଟଙ୍କା ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

ଅଭିନେତା ରାଜକୁମାର ରାଓଙ୍କୁ ଏମିଳିଲା ବଡ ଦାୟିତ୍ଵ: ଜାତୀୟ ଆଇକନ୍ ପ୍ରଦାନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଏଥର ଭାରତର ନିର୍ବାଚନ ଆୟୋଗ ଅଭିନେତା ରାଜକୁମାର ରାଓଙ୍କୁ ଏହାର ଜାତୀୟ ଆଇକନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଆୟୋଗ ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରିବେ। ଜାତୀୟ ଆଇକନ୍ ଲୋକମାନଙ୍କୁ ଭୋଟ୍ ବିଷୟରେ ସଚେତନ କରାନ୍ତି। ସେମାନଙ୍କର ପ୍ରୟାସ ହେଉଛି ଭୋଟ୍ ପ୍ରତିଶତ ବୃଦ୍ଧି କରିବା।

ଯଦିଓ ଅଭିନେତା ରାଜକୁମାର ରାଓ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟ୍ ହୋଇଛି, କିନ୍ତୁ ‘ନ୍ୟୁଟନ୍’ ଏକ ଚଳଚ୍ଚିତ୍ର ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ୨୦୧୭ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କିରାଣୀ ଭୂମିକାରେ ନଜର ଆସିଥିଲେ। ନୂତନ କୁମାର ଜଣେ କିରାଣୀ ଥିଲେ ଯିଏ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ତାଙ୍କ ଚରିତ୍ରକୁ ପୁଞ୍ଜି କରି ନିର୍ବାଚନ ଆୟୋଗ ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି।

ଅଗଷ୍ଟରେ ସଚିନ ତେନ୍ଦୁଲକରଙ୍କୁ ଆଇକନ୍ କରାଯାଇଥିଲା:

ପ୍ରକାଶ ଯେ, ଚଳିତ ବର୍ଷ ଅଗଷ୍ଟରେ ନିର୍ବାଚନ ଆୟୋଗ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହାର ଜାତୀୟ ଆଇକନ୍ କରିଥିଲେ। ବାସ୍ତବରେ ଆସନ୍ତା ବର୍ଷ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଅଧିକରୁ ଅଧିକ ଲୋକଙ୍କୁ ଭୋଟ୍ ଦେବାରେ ନିର୍ବାଚନ ଆୟୋଗ ଚାହୁଁଛନ୍ତି। ତାଙ୍କର ଧ୍ୟାନ ମୁଖ୍ଯତଃ ଯୁବକମାନଙ୍କ ଉପରେ ଥାଏ, ସେଥିପାଇଁ ସେ ପ୍ରଥମେ ସଚିନ ଏବଂ ପରେ ରାଜକୁମାର ରାଓଙ୍କ ପରି ସେଲିବ୍ରିଟିମାନଙ୍କୁ ବାଛିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଘରେ ବସି ଭୋଟର ତାଲିକାରେ ଯାଞ୍ଚ କରନ୍ତୁ ନିଜ ନାମ, ଭୋଟର ID ପାଇଁ ଏହି ପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ବର୍ତ୍ତମାନ ନିର୍ବାଚନ ପ୍ରଚାର ସମୟ ଅଧିକ ଜୋରଦାର ହେବ। କିନ୍ତୁ ଏଥର ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ ଏକ ସ୍ୱତନ୍ତ୍ର ଅଭିଯାନରେ କାର୍ଯ୍ୟ କରିବେ। ଏହି ଅଭିଯାନ ଅଧିକରୁ ଅଧିକ ଲୋକଙ୍କୁ ଭୋଟ୍ ଦେବା ପାଇଁ ସଠିକ୍ ଭୋଟର ତାଲିକା ପ୍ରକାଶ କରିବ।

ଭୋଟ୍ ତାରିଖ ଘୋଷଣା କରିବାବେଳେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଅନ୍ତିମ ଭୋଟିଂ ତାଲିକା ଅକ୍ଟୋବର 17 ତାରିଖରେ ପୁଣି ଥରେ ପ୍ରକାଶ ପାଇବ। ଏହା ପରେ, ଅକ୍ଟୋବର 23 ପର୍ଯ୍ୟନ୍ତ ଭୋଟ୍ ତାଲିକାରେ ସୁଧାର ଆଣିବା କାର୍ଯ୍ୟ ଜାରି ରହିବ। କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଅନେକ ପ୍ରଶ୍ନ ଅଛି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଭୋଟର ତାଲିକାରେ କିପରି ସେମାନଙ୍କ ନାମ ଯାଞ୍ଚ କରିବେ ଏବଂ କେଉଁଟି ଠିକ୍ ଏବଂ କେଉଁଟି ଭୁଲ୍ ତାହା ଜାଣିବାକୁ ଚାହୁଁଛନ୍ତି, ଯଦି କୌଣସି ଭୁଲ ଅଛି ତେବେ ଏହାକୁ କିପରି ସଂଶୋଧନ କରାଯିବ। ଏଠାରେ ଆମେ ଆପଣଙ୍କୁ ପ୍ରତ୍ୟେକ ସୂଚନା ଦେବୁ।

ଭୋଟର ତାଲିକାରେ ଆପଣଙ୍କ ନାମ କିପରି ଯାଞ୍ଚ କରିବେ?:

ଭୋଟର ତାଲିକାରେ ଆପଣ ନିଜ ନାମକୁ ଅନେକ ଉପାୟରେ ଯାଞ୍ଚ କରିପାରିବେ। ସବୁଠାରୁ ସହଜ ଉପାୟ ହେଉଛି ଅନଲାଇନ୍। ଏଠାରେ ଆପଣ ସମ୍ପୂର୍ଣ୍ଣ ବିବରଣୀ ପାଇବେ ଏବଂ ଯଦି ଆପଣ କୌଣସି ଭୁଲ ପାଇବେ, ତେବେ ଆପଣ ସଂଶୋଧନ ପାଇଁ ଆବେଦନ କରିପାରିବେ।

– ସର୍ବପ୍ରଥମେ https://voters.eci.gov.in/ କୁ ଯାଆନ୍ତୁ।

– ଏଠାରେ ଅନେକ ବିକଳ୍ପ ଦୃଶ୍ୟମାନ ହେବ, ଯେଉଁଥିରୁ ଆପଣଙ୍କୁ ସର୍ଚ୍ଚ ଇନ୍ ଇଲେକ୍ଟୋରାଲ୍ ରୋଲ୍ ଉପରେ କ୍ଲିକ୍ କରିବାକୁ ପଡିବ। ଯଦି ଆପଣ ଚାହାଁନ୍ତି, ଆପଣ ସିଧାସଳଖ https://electoralsearch.eci.gov.in/ କୁ ଯାଇପାରିବେ।

– ଏବେ ଏକ ନୂଆ ପୃଷ୍ଠା ଖୋଲିବ। ଏଠାରେ ଆପଣଙ୍କୁ ଆପଣଙ୍କର ଭୋଟର ID ର ବିବରଣୀ ପ୍ରବେଶ କରିବାକୁ ପଡିବ।

– ସବିଶେଷ ତଥ୍ୟରେ ନାମ, ବୟସ, ଜନ୍ମ ତାରିଖ, ଲିଙ୍ଗ, ରାଜ୍ୟ ଏବଂ ଜିଲ୍ଲା ଇତ୍ୟାଦି ବିବରଣୀ ପ୍ରବେଶ କରିବାକୁ ପଡିବ।

– ବର୍ତ୍ତମାନ ବାକ୍ସରେ ଦିଆଯାଇଥିବା କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ ଏବଂ ସନ୍ଧାନରେ କ୍ଲିକ୍ କରନ୍ତୁ।

– ସମାନ ପୃଷ୍ଠାରେ ତୁମେ ଆଉ ଏକ ଲିଙ୍କ୍ ପାଇବେ, ଯେଉଁଥିରେ EPIC ନମ୍ବର, ଷ୍ଟେଟ୍ ଏବଂ କ୍ୟାପଚା କୋଡ୍ ପ୍ରବେଶ କରିବାକୁ ପଡିବ।

– ଏହା ପରେ ଏକ ନୂତନ ଟ୍ୟାବ୍ ଖୋଲିବ ଏବଂ ଆପଣଙ୍କର ନାମ ଭୋଟର ତାଲିକାରେ ଅଛି କି ନାହିଁ ତାହା ଯାଞ୍ଚ କରିବାରେ ସକ୍ଷମ ହେବେ।

SMS ମାଧ୍ୟମରେ ଏହିପରି ନାମ ଯାଞ୍ଚ କରନ୍ତୁ:

– ସର୍ବପ୍ରଥମେ ଆପଣଙ୍କ ମୋବାଇଲ୍ ଫୋନର ଟେକ୍ସ୍ଟ ମେସେଜକୁ ଯାଆନ୍ତୁ।

– ଏଠାରେ EPIC ଲେଖନ୍ତୁ, ସ୍ପେସ ଦିଅନ୍ତୁ ଏବଂ ଭୋଟର ID କାର୍ଡ ନମ୍ବର ଟାଇପ୍ କରନ୍ତୁ।

– ବର୍ତ୍ତମାନ ଏହି ବାର୍ତ୍ତା 9211728082 କିମ୍ବା 1950 କୁ ପଠାନ୍ତୁ।

– ଏହା ପରେ, ଆପଣଙ୍କ ନମ୍ବରରେ ଏକ ବାର୍ତ୍ତା ଆସିବ, ଯେଉଁଥିରେ ଆପଣଙ୍କର ମତଦାନ ନମ୍ବର ଏବଂ ନାମ ଲେଖାଯିବ।

– ଯଦି ଆପଣଙ୍କର ନାମ ଭୋଟର ତାଲିକାରେ ନାହିଁ, ତେବେ ଆପଣ କୌଣସି ସୂଚନା ପାଇବେ ନାହିଁ।

ଏହି ପରି ସୂଚନା ଅପଡେଟ କରନ୍ତୁ:

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି ଆପଣଙ୍କର ସବିଶେଷ ତଥ୍ୟରେ କୌଣସି ଭୁଲ ଅଛି, ତେବେ ଏହାକୁ କିପରି ସଂଶୋଧନ କରାଯିବ? ଭୁଲ ସଂଶୋଧନ ପାଇଁ ନିର୍ବାଚନ ଆୟୋଗ ଆପଣଙ୍କୁ ଅନଲାଇନ୍ ବିକଳ୍ପ ଦେଇଥାଏ। ଏଥିପାଇଁ ଆପଣଙ୍କୁ ଏହି ପଦକ୍ଷେପଗୁଡିକ ଅନୁସରଣ କରିବାକୁ ପଡିବ।

– ସର୍ବପ୍ରଥମେ https://voters.eci.gov.in/ କୁ ଯାଆନ୍ତୁ।

– ଏଠାରେ ମୂଳପୃଷ୍ଠାରେ ଆପଣ Objection for proposed inclusion/deletion of name in existing roll (ଫର୍ମ 7), Shifting of residence/correction of entries in existing electoral roll/replacement of EPIC/marking of PwD (ଫର୍ମ 8) ମିଳିବ।

– ଆପଣଙ୍କ ଆବଶ୍ୟକତା ଅନୁଯାୟୀ ବିକଳ୍ପ ଚୟନ କରନ୍ତୁ ଏବଂ ଫିଲ୍ ଫର୍ମ ଉପରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଆପଣଙ୍କୁ ଲଗଇନ୍ କରିବାକୁ କୁହାଯିବ। ଯଦି ଆପଣ ପ୍ରଥମ ଥର ପାଇଁ ଆବେଦନ କରୁଛନ୍ତି, ତେବେ ଆପଣଙ୍କୁ ପ୍ରଥମେ ସାଇନ୍ ଅପ୍ କରିବାକୁ ପଡିବ।

– ସାଇନ୍ ଅପ୍ କରିବା ପରେ, ଆପଣଙ୍କର ବିବରଣୀ ପ୍ରବେଶ କରନ୍ତୁ। ସଂଶୋଧନ ମଧ୍ୟ ଲେଖନ୍ତୁ ଯାହା କରିବା ଆବଶ୍ୟକ।

– ସଂଶୋଧନ ସମ୍ବନ୍ଧୀୟ ଦଲିଲଗୁଡ଼ିକୁ ସଂଲଗ୍ନ କରନ୍ତୁ ଏବଂ ଦାଖଲ କରନ୍ତୁ।

Categories
ବିଶେଷ ଖବର

NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନାମ ତଥା ନିର୍ବାଚନ ଚିହ୍ନ ଉପରେ ଦାବି ସମ୍ପର୍କରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଜି ନିର୍ବାଚନ ଆୟୋଗ ଶୁଣାଣି କରିବାକୁ ଯାଉଛନ୍ତି। ଅଜିତ ପାୱାର ଭାରତ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଏହି ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଜିତ ମଧ୍ୟ ଏନସିପି ଉପରେ ନିଜର ଦାବି ରଖିଥିଲେ।

ପୁତୁରାଙ୍କ ଏହି ପଦକ୍ଷେପ ବିରୋଧରେ ଦାଦା ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ ପଡିବ। ଏହାପୂର୍ବରୁ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଜିତ ପାୱାର ଦଳ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଜିତ ପାୱାରଙ୍କୁ ଏନସିପି ସଭାପତି ଘୋଷିତ କରାଯିବା ଉଚିତ ଏବଂ ନିର୍ବାଚନ ଚିହ୍ନ ଆଦେଶ, ୧୯୬୮ ଅନୁଯାୟୀ ପାର୍ଟି ଚିହ୍ନ ମଧ୍ୟ ବଣ୍ଟନ କରାଯିବା ଉଚିତ।

ଏହି ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି ଯେ, ଏନସିପି କିଏ ପ୍ରତିଷ୍ଠା କରିଛି ଏବଂ ପାରତି କାହାର ବୋଲି ସମସ୍ତେ ଭଲଭାବେ ଜାଣିଛନ୍ତି। ଏହା ପରେ ମଧ୍ୟ ଦଳକୁ ନିଜ ହାତ ମୁଠାକୁ ନେବା ପାଇଁ ଉଦ୍ୟମ କରାଯାଉଛି। ନିଷ୍ପତ୍ତି ଯାହା ବି ହୋଇପାରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୁଁ ବିଭିନ୍ନ ଚିହ୍ନ ଉପରେ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏଥି ସହ ଅଜିତ ପାୱାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ।

ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ:

ନଭେମ୍ବର ୨୦୧୯ ରେ ବିଜେପି ସହ ସରକାର ଗଠନ କରିବାରେ ତାଙ୍କର ଅସଫଳ ଉଦ୍ୟମ ପରେ ଶରଦ ପାୱାର ଅଜିତ ପାୱାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦେଇଥିଲେ।

ଜୁଲାଇ ୨ ତାରିଖ ୨୦୨୩ରେ ଅଜିତ ପାୱାର ଶିବସେନା (ସିନ୍ଦେ ଗ୍ରୁପ୍) + ବିଜେପି ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ (ମୋଟ ୩୭ ଏନସିପି ବିଧାୟକ ମେଣ୍ଟରେ ଯୋଗ ଦେଇଥିଲେ)।

ଜୁଲାଇ ୫ ତାରିଖ ୨୦୨୩ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଠାରୁ ଦଳର ନିର୍ବାଚନ ଚିହ୍ନ ଏବଂ ତାଙ୍କ ଦଳର ସାଂସଦ ତଥା ବିଧାୟକଙ୍କ ସମର୍ଥନରେ ୪୦ ଟି ଆଫିଡେଭିଟ୍ ଗ୍ରହଣ କରିଥିଲେ (ଏହି ଚିଠି ଜୁନ୍ ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା)।

Categories
ବିଶେଷ ଖବର

ନିର୍ବାଚନ କମିଶନର ଚୟନରେ ସିଜେଆଇ ରହିବେ ନାହିଁ: ପ୍ରସ୍ତାବିତ ବିଲର ଅର୍ଥ କ’ଣ?

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବିଧାନସଭାର ବିଜୟ ଓ ପରାଜୟଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ। ଦୁର୍ବଳ ନିର୍ବାଚନ ଆୟୋଗ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ ଏବଂ ଏହାର ଦକ୍ଷ କାର୍ଯ୍ୟକଳାପକୁ ହ୍ରାସ କରିବ।

ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସଂସଦ ନିର୍ବାଚନ କମିଶନର ନିଯୁକ୍ତି ସମ୍ବନ୍ଧୀୟ ଆଇନ ପ୍ରସ୍ତୁତ କରୁନାହିଁ, ସେ ପର୍ଯ୍ୟନ୍ତ ଏକ କମିଟିର ପରାମର୍ଶ କ୍ରମେ ନିର୍ବାଚନ କମିଶନର ନିଯୁକ୍ତି କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସାମିଲ ହେବେ।

ଏବେ ସରକାର ନିଯୁକ୍ତି ପାଇଁ ଆଇନ ତିଆରି କରିବାକୁ ଯାଉଥିଲେ ମଧ୍ୟ ମୁଖ୍ୟ ବିଚାରପତିଙ୍କୁ ଏଥିରେ ସାମିଲ କରାଯାଇନାହିଁ। ଅଗଷ୍ଟ ୧୦ତାରିଖରେ କେନ୍ଦ୍ର ସରକାର ରାଜ୍ୟସଭାରେ ଏକ ବିଲ୍ ଆଗତ କରିଥିଲେ। ଏହାର ନାମ ହେଉଛି- ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ, ୨୦୨୩’।

ନୂଆ ଆଇନ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ। ଏଥିରେ ଲୋକସଭାରେ ବିରୋଧୀ ଦଳ ନେତା ଏବଂ ଜଣେ ମନୋନୀତ କ୍ୟାବିନେଟ ମନ୍ତ୍ରୀ ରହିବେ। ମନୋନୀତ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ପ୍ରଧାନମନ୍ତ୍ରୀ ସ୍ଥିର କରିବେ।

ସୁପ୍ରିମକୋର୍ଟ କହିଥିଲେ- ନିର୍ବାଚନ କମିଶନ ସ୍ୱାଧୀନ ହେବା ଦରକାର

୨୦୧୮ରେ ନିର୍ବାଚନ କମିଶନଙ୍କ କାର୍ଯ୍ୟରେ ସ୍ୱଚ୍ଛତା ନେଇ ଏକାଧିକ ପିଟିସନ ଦାଖଲ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଅର୍ଥାତ୍ ସିଇସି ଓ ନିର୍ବାଚନ କମିଶନର ଅର୍ଥାତ୍ ଇସି ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସୁପ୍ରିମକୋର୍ଟ ଏହି ସବୁ ଆବେଦନକୁ ଏକାଠି କରି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଥିଲେ। ଜଷ୍ଟିସ ଅଜୟ ରସ୍ତୋଗି, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠିତ ହୋଇଥିଲା। ଜଷ୍ଟିସ୍ କେଏମ୍ ଯୋଶେଫ୍ ଏହି ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିଲେ।

ଆହ୍ଲାବାଦ ହାଇକୋର୍ଟର ଆଇନଜୀବୀ ଅନୁପ ବରନୱାଲ, ସୁପ୍ରିମକୋର୍ଟର ଓକିଲ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏହି ପିଟିସନ୍ ଦାଖଲ କରିଛନ୍ତି।

ସମ୍ବିଧାନର ଧାରା ୩୨୪(୨) ଅନୁଯାୟୀ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି । ଯେହେତୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ପରାମର୍ଶରେ ବାଧ୍ୟ । ଏଭଳି ପରିସ୍ଥିତିରେ ନିର୍ବାଚନ କମିଶନର ନିଯୁକ୍ତି ସମ୍ପୂର୍ଣ୍ଣଭାବେ ସରକାରଙ୍କ ନିଷ୍ପତ୍ତି । ଏହା କ୍ଷମତାରେ ଥିବା ଦଳଗୁଡ଼ିକୁ ସେମାନଙ୍କ ଅନୁଗତମାନଙ୍କୁ ଏହି ପଦରେ ନିଯୁକ୍ତ କରିବାର ସୁଯୋଗ ଦେଇଥାଏ ।

ଦୁର୍ଭାଗ୍ୟବଶତଃ, ନିର୍ବାଚନ କମିଶନ କ୍ଷମତାରେ ଥିବା ସରକାରଙ୍କ ପ୍ରତି ନରମ ମନୋଭାବ ରଖୁଛନ୍ତି ବୋଲି ଏକ ଧାରଣା ରହିଛି । ନିର୍ବାଚନ ପ୍ରଚାର ସମୟରେ ଶାସକ ସରକାରଙ୍କ ସଦସ୍ୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରତି ଆୟୋଗ ଯେତିକି କଠୋରତା ଦେଖାଉଛନ୍ତି, ସେତିକି ବିରୋଧୀଙ୍କ ବିରୋଧରେ ଅର୍ଥାତ୍ ଏଠାରେ ଏହାର ନିୟମ ବଦଳିଥାଏ ।
ନିର୍ବାଚନ କମିଶନରମାନଙ୍କୁ ଏକ ନିରପେକ୍ଷ ସଂସ୍ଥା ଅର୍ଥାତ୍ ଏକ ସ୍ୱାଧୀନ ସଂସ୍ଥାଦ୍ୱାରା ନିଯୁକ୍ତ କରାଯିବା ଉଚିତ । ୧୯୭୫ରେ ଆରମ୍ଭ ହୋଇଥିବା ଅନେକ କମିଟି ମଧ୍ୟ ଏହା ପରାମର୍ଶ ଦେଇଛନ୍ତି । ଭାରତର ୨୫୫ତମ ଆଇନ ଆୟୋଗଙ୍କ ରିପୋର୍ଟରେ ମଧ୍ୟ ସୁପାରିସ କରାଯାଇଥିଲା ଯେ ନିର୍ବାଚନ କମିଶନରଙ୍କୁ କଲେଜିୟମ ଭଳି ବ୍ୟବସ୍ଥାରୁ ନିଯୁକ୍ତ କରାଯାଉ । ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସାମିଲ ହେବା ଦରକାର ।

ଗତ ମାର୍ଚ୍ଚ ୨ ତାରିଖରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ ସଂସଦ ଏ ନେଇ ଆଇନ ପ୍ରସ୍ତୁତ କରିବା ଉଚିତ । ଆଇନରେ ପରିଣତ ନ ହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସେମାନଙ୍କୁ ନିଯୁକ୍ତ କରିବେ । ଅଦାଲତ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ମଧ୍ୟ ଦେଇଛନ୍ତି…

ଏକ ଉତ୍ତମ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟାର ସ୍ପଷ୍ଟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ । ନଚେତ୍ ଏହାର ଶୁଭ ଫଳ ମିଳିବ ନାହିଁ । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସିଧାସଳଖ ନିଯୁକ୍ତି ଦେବା ଭୁଲ । ଆମକୁ ଏକ ଦୃଢ଼ ଓ ଉଦାର ଗଣତନ୍ତ୍ରର ପରିଚୟ ଆମ ମନରେ ବହନ କରିବାକୁ ପଡ଼ିବ । ଭୋଟର କ୍ଷମତା ସର୍ବୋଚ୍ଚ । ଏହାଦ୍ୱାରା ଶକ୍ତିଶାଳୀ ଦଳମାନେ କ୍ଷମତା ହରାଇପାରନ୍ତି । ତେଣୁ ନିର୍ବାଚନ ଆୟୋଗ ସ୍ୱାଧୀନ ହେବା ଜରୁରୀ ।

ନିର୍ବାଚନ କମିଶନର ନିଯୁକ୍ତିରେ କାର୍ଯ୍ୟନିର୍ବାହୀଙ୍କ କୌଣସି ଭୂମିକା ରହିବା ଉଚିତ ନୁହେଁ ବୋଲି ଆଇନ ଆୟୋଗ କହିଛନ୍ତି

୧୯୯୦ ଦଶକରେ ଆଇନମନ୍ତ୍ରୀ ଗୋସ୍ୱାମୀଙ୍କ କମିଟି ନିଜ ରିପୋର୍ଟରେ କହିଥିଲା ଯେ ମୁଖ୍ୟ ନିର୍ବାଚନ କମିଶନର ଏବଂ ସମସ୍ତ କମିଶନରନିଯୁକ୍ତିରେ ମୁଖ୍ୟ ବିଚାରପତି ରହିବା ଉଚିତ । ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗ ନିଯୁକ୍ତ କରିବା ଉଚିତ ।

୨୦୧୫ରେ ଆଇନ ଆୟୋଗ ଲେଖିଥିଲେ ଯେ ନିର୍ବାଚନ ଆୟୋଗକୁ ସ୍ୱୟଂଶାସିତ ରଖିବା ପାଇଁ ଏହାର ପଦବୀ ନିଯୁକ୍ତିରେ କାର୍ଯ୍ୟନିର୍ବାହୀଙ୍କ କୌଣସି ଭୂମିକା ନ ରହିବା ଜରୁରୀ ।

ଗୋସ୍ୱାମୀ କମିଟି ପ୍ରଧାନମନ୍ତ୍ରୀଙ୍କୁ କମିଟିରେ ରଖିନଥିଲେ ମଧ୍ୟ ଆଇନ ଆୟୋଗ ପ୍ରଧାନମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ପରାମର୍ଶ ଦେଇଥିଲେ ।

ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତରେ ସରକାର ଆଣିଥିବା ବିଲରେ କ’ଣ ରହିଛି ?

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୁରୁବାର ରାଜ୍ୟସଭାରେ ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ, ୨୦୨୩’ ଆଗତ କରିଛନ୍ତି ।

ନୂଆ ବିଲ ଅନୁଯାୟୀ ପ୍ରାର୍ଥୀ ଚୟନ ପାଇଁ ଏକ ସର୍ଚ୍ଚ କମିଟି ରହିବ । କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହାବ୍ୟତୀତ ସଚିବ ପାହ୍ୟାର ଆଉ ଦୁଇ ଜଣ ଅଧିକାରୀ ରହିବେ । ଏହି ସର୍ଚ୍ଚ କମିଟି କମିଶନର ନିଯୁକ୍ତି ପାଇଁ ଚୟନ କମିଟିକୁ ୫ ଜଣଙ୍କ ନାମ ସୁପାରିସ କରିବ ।

ଏହି ଚୟନ କମିଟିର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ । ଏଥିରେ ବିରୋଧୀ ଦଳ ନେତାଙ୍କ ସହ ଜଣେ କ୍ୟାବିନେଟ୍ ମନ୍ତ୍ରୀ ରହିବେ । କ୍ୟାବିନେଟ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଚୟନ କରିବେ ।

ଏହି ଚୟନ କମିଟିରେ ଆଉ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ । ଅର୍ଥାତ୍ ଏକ ପ୍ରକାର ଚୟନ କମିଟିରେ କେନ୍ଦ୍ର ସରକାରଙ୍କ ଆଧିପତ୍ୟ ରହିବ ।

ବିଲରେ ଏହା ମଧ୍ୟ କୁହାଯାଇଛି ଯେ ଚୟନ କମିଟି ସର୍ଚ୍ଚ କମିଟିଦ୍ୱାରା ଦିଆଯାଇଥିବା ନାମ ବ୍ୟତୀତ ଅନ୍ୟ ନାମଗୁଡ଼ିକୁ ବିଚାର କରିପାରେ । ଚୟନ କମିଟି ସଂଖ୍ୟାଗରିଷ୍ଠତା ଆଧାରରେ ନିର୍ବାଚନ କମିଶନର ଚୟନ କରିବ ନା ସର୍ବସମ୍ମତି କ୍ରମେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବିଲର ଧାରା ୮(୧)ରେ କେବଳ କୁହାଯାଇଛି ଯେ କମିସନର ଚୟନ ପାଇଁ ଚୟନ କମିଟି ଏହାର ପ୍ରକ୍ରିୟାକୁ ସ୍ୱଚ୍ଛ ଢଙ୍ଗରେ ଅନୁସରଣ କରିବ ।

ଏହି ବିଲ ଜରିଆରେ କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର (ଚାକିରି ସର୍ତ୍ତାବଳୀ) ଆଇନ ୧୯୯୧କୁ ଉଚ୍ଛେଦ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ୬ ବର୍ଷ କିମ୍ବା ୬୫ ବର୍ଷ ହେବା ପର୍ଯ୍ୟନ୍ତ, ଯାହା ବି ପୂର୍ବରୁ ହେଉ । ନିର୍ବାଚନ କମିଶନର କିମ୍ବା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନାହିଁ ।

୨୦୨୨ ନଭେମ୍ବରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ସେମାନେ ପ୍ରଧାନ ବିଚାରପତିଙ୍କୁ ଏହାର ଅନ୍ୟତମ ସଦସ୍ୟ କରିବା ପାଇଁ କଲେଜିୟମ୍ ଭଳି ବ୍ୟବସ୍ଥାକୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ନ୍ୟାୟପାଳିକାର ଉପସ୍ଥିତି ଦ୍ୱାରା ହିଁ ସ୍ୱାଧୀନତା ଓ ନିରପେକ୍ଷତା ହାସଲ କରାଯାଇପାରିବ ବୋଲି ଧାରଣା ସମ୍ବିଧାନର ଭୁଲ ବ୍ୟାଖ୍ୟା । ଅର୍ଥାତ୍ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାରେ ପ୍ରଧାନ ବିଚାରପତିଙ୍କୁ ସାମିଲ କରିବାକୁ ସରକାର ଆରମ୍ଭରୁ ବିରୋଧ କରିଥିଲେ ।

ନୂଆ ବିଲ କ’ଣ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ?

ନିର୍ବାଚନ କମିଶନର ନିଯୁକ୍ତି ପାଇଁ ସଂସଦ ଆଇନ ପ୍ରଣୟନ ନ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବଳବତ୍ତର ରହିବ ବୋଲି ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଅର୍ଥାତ୍ ସରକାର ଏବେ ଏକ ଆଇନ ପ୍ରଣୟନ କରିଛନ୍ତି ।

ତଥାପି; ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ ଆୟୋଗ ସ୍ୱାଧୀନ ହେବା ଦରକାର, କିନ୍ତୁ ବିଲରେ ଚୟନ କମିଟି ଗଠନ ପ୍ରକ୍ରିୟା ଏବେ ସ୍ୱାଧୀନ ନା କାର୍ଯ୍ୟନିର୍ବାହୀ ସପକ୍ଷରେ ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ତିନି ଜଣିଆ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯିବା ପରେ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ଏକ ପ୍ରକାର ନୀରବ ଦର୍ଶକରେ ରହିବେ ।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏସ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାମିଲ ନ କରିବା ସରକାରଙ୍କ ଅଧିକାର । ତେବେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବଦଳରେ ଲୋକସଭା ବାଚସ୍ପତିଙ୍କୁ ସାମିଲ କରିବାକୁ ସରକାର ବିଚାର କରିପାରିଥାନ୍ତେ ।

ସେ କହିଛନ୍ତି ଯେ ଏହି ବିଲରେ ନିର୍ବାଚନ କମିଶନର ମାନ୍ୟତା ମଧ୍ୟ ହ୍ରାସ କରାଯାଇଛି ବୋଲି ଧାରଣା ଦିଆଯାଇଛି । ବିଶେଷଧିକାର ଓ ସୁବିଧା ଦୃଷ୍ଟିରୁ ନିର୍ବାଚନ କମିଶନରଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ସମକକ୍ଷ କରାଯିବ କି ? ଏହା ସ୍ପଷ୍ଟ କରିବାକୁ ପଡ଼ିପାରେ ।

ପୂର୍ବତନ ନିର୍ବାଚନ କମିଶନର ଏସ୍ ୱାଇ କୁରେଶୀଙ୍କ ମତରେ ଏହି ନିଯୁକ୍ତି ସର୍ବସମ୍ମତିକ୍ରମେ ହେବା ଠିକ୍ ହେବ । ଏହା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ନୁହେଁ, କାରଣ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅଦାଲତ ଏହି ବ୍ୟବସ୍ଥା କରିଥିଲେ ।

ସର୍ବସମ୍ମତିକ୍ରମେ ନିଯୁକ୍ତି ମିଳିଲେ ହିଁ ଏହି ବ୍ୟବସ୍ଥା ବିଶ୍ୱସନୀୟ ହେବ ବୋଲି ସେ କହିଛନ୍ତି । ଏହା ବିରୋଧୀ ଦଳ ନେତାଙ୍କୁ ଭିଟୋ କ୍ଷମତା ଦେବ ବୋଲି ନୁହେଁ । ସର୍ଚ୍ଚ କମିଟି ଦେଇଥିବା ୫ଟି ନାମ ମଧ୍ୟରୁ ସେମାନଙ୍କୁ ଚୟନ କରିବାକୁ ପଡ଼ିବ ।

ଯଦି ବିରୋଧୀ ଦଳ ନେତାଙ୍କର କୌଣସି ନାମକୁ ନେଇ ଆପତ୍ତି ଥାଏ, ତେବେ ତାଙ୍କୁ ଆଉ ଏକ ବିକଳ୍ପ ଦିଆଯିବ । ତେବେ ନିର୍ବାଚନ କମିଶନରଙ୍କୁ କ୍ୟାବିନେଟ ସଚିବ ପାହ୍ୟା ମାନ୍ୟତା ଦିଆଯିବାକୁ ନେଇ କୁରେଶୀ ଆପତ୍ତି ଉଠାଇଥିଲେ ।

ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ବିଲ୍କୁ ବିରୋଧୀ କାହିଁକି ବିରୋଧ କରୁଛନ୍ତି ?

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍ ୱାଇ କୁରେଶୀ ଲେଖିଛନ୍ତି- ପ୍ରଥମେ କ୍ୟାବିନେଟ୍ ସଚିବଙ୍କ ନେତୃତ୍ୱରେ ଏକ ସର୍ଚ୍ଚ କମିଟି ଗଠନ କରାଯିବ । କିଏ ଚୟନ କରିବ ୫ ଜଣଙ୍କ ନାମ । ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଲୋକସଭାରେ ବିରୋଧୀ ଦଳ ନେତାଙ୍କ କମିଟି ମୁଖ୍ୟ ନିର୍ବାଚନ କମିଶନର ପଦ ପାଇଁ ଏହି ୫ ଜଣଙ୍କ ମଧ୍ୟରୁ ଜଣକୁ ଚୟନ କରିବ ।

ରାଜ୍ୟସଭାରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ବିରୋଧରେ ସରକାର ବିଲ ଆଣି ଏହି ବିଲ୍କୁ ଦୁର୍ବଳ କରୁଛନ୍ତି ବୋଲି ବିରୋଧୀ ଦଳମାନେ କହିଛନ୍ତି ।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆୟୋଗକୁ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ)ଙ୍କ ହାତର କଣ୍ଢେଇରେ ପରିଣତ କରିବା ପାଇଁ ଏହା ଏକ ଜବରଦସ୍ତ ପ୍ରୟାସ ବୋଲି ସେ ବର୍ଣ୍ଣନା କରିଛନ୍ତି । ପକ୍ଷପାତି ନିର୍ବାଚନ କମିଶନର ନିଯୁକ୍ତ କରିବାର ଆବଶ୍ୟକତା ପ୍ରଧାନମନ୍ତ୍ରୀ କାହିଁକି ଅନୁଭବ କରୁଛନ୍ତି ? ଏହା ଏକ ଅସାମ୍ବିଧାନିକ, ମନମୁଖୀ ଏବଂ ଅନ୍ୟାୟ ବିଲ । ଆମେ ସବୁ ମଞ୍ଚରେ ଏହାକୁ ବିରୋଧ କରିବୁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିଓ୍ଵାଲ ଟୁଇଟ୍ କରି କହିଛନ୍ତି- ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଶ୍ୱାସ କରନ୍ତି ନାହିଁ । ସଂସଦରେ ଆଇନ ଆଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ସେ ବଦଳାଇଦେବେ ବୋଲି ତାଙ୍କ ବାର୍ତ୍ତା ସ୍ପଷ୍ଟ । ଯଦି ପ୍ରଧାନମନ୍ତ୍ରୀ ଖୋଲାଖୋଲି ଭାବେ ସୁପ୍ରିମକୋର୍ଟଙ୍କ କଥା ନ ମାନିବେ, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ।

ସୁପ୍ରିମକୋର୍ଟ ଏକ ନିରପେକ୍ଷ କମିଟି ଗଠନ କରିଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶକୁ ପ୍ରତ୍ୟାହାର କରି ମୋଦି ଏଭଳି ଏକ କମିଟି ଗଠନ କରିଛନ୍ତି, ଯାହା ତାଙ୍କ ନିୟନ୍ତ୍ରଣରେ ରହିବ । ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର କରିପାରିବେ । ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବ ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜଡିତ ମାମଲା: ପୁଣି ଏକାଠି ହେବେ ଶରଦ ପାୱାର ଏବଂ ଅଜିତ?

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଗୋଷ୍ଠୀ ମଧ୍ୟରେ ଏନସିପି ଉପରେ ଦାବିକୁ ନେଇ ବିବାଦ ଜାରି ରହିଛି। ଉଭୟ ଦଳ ନିର୍ବାଚନ ଚିହ୍ନ ଏବଂ ଏନସିପି ଉପରେ ସେମାନଙ୍କର ଅଧିକାର ସମ୍ପର୍କରେ ନିର୍ବାଚନ ଆୟୋଗରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ସମୟରେ ଖବର ମିଳିଛି ଯେ, ଶରଦ ପାୱାର ଏବଂ ଅଜିତ ପାୱାର ପୁଣି ଥରେ ଏକାଠି ହୋଇପାରନ୍ତି। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧ ତାରିଖରେ ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ। ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାର ଯୋଗଦେବେ।

ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନକାରୀ ଟ୍ରଷ୍ଟ ପକ୍ଷରୁ ପିଟିଆଇକୁ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଆଦର୍ଶ ନେତୃତ୍ୱ ତଥା ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବାର ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି।

ଏଥି ସହିତ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଏନସିପିର ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇପାରନ୍ତି। ଯଦି ଏହା ଘଟେ, NCP ରେ ବିଭାଜନ ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ଦଦା ଏବଂ ପୁତୁରାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

ନୂଆଦିଲ୍ଲୀ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍‌ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ  ଦାଖଲ କରିପାରିବେ। ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ – ଯୋଗଦାନ ରିପୋର୍ଟ, ଅଡିଟ୍‌ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର ବିବରଣୀ ଦାଖଲ କରିବା ଲାଗି ନିର୍ବାଚନ ଆୟୋଗ ଏକ ନୂଆ ୱେବ ପୋର୍ଟାଲ (https://iems.eci.gov.in/) ର ଶୁଭାରମ୍ଭ କରିଛନ୍ତି। ଫଳରେ ଅଲାଇନ୍‌ ରିପୋର୍ଟ ଦାଖଲ ସହଜ ହୋଇପାରିବ। ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଏବଂ ବିଗତ କିଛି ବର୍ଷ ଧରି ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ପାରଦର୍ଶିତା ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁରୂପ ରାଜନୈତିକ ଦଳମାନଙ୍କୁ ଏହି ଆର୍ଥିକ ହିସାବ ନିର୍ବାଚନ ଆୟୋଗ/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବା ଜରୁରୀ।

ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଲେଖାଯାଇଥିବା ଏକ ପତ୍ରରେ କୁହାଯାଇଛି ଯେ ଦୁଇଟି ଉଦ୍ଦେଶ୍ୟ ନେଇ ଏହି ସୁବିଧାକୁ ପ୍ରସ୍ତୁତ କରାଯାଇଛି : ପ୍ରଥମତଃ ବାସ୍ତବ ରିପୋର୍ଟ ଦାଖଲ କରିବାରେ ଆସୁଥିବା ସମସ୍ୟାକୁ ଦୂର କରିବା ଏବଂ ଦ୍ୱିତୀୟତଃ ମାନକୀକୃତ ସ୍ୱରୂପ ବା ଷ୍ଟାଣ୍ଡାର୍ଡାଇଜଡ୍‌ ଫର୍ମାଟରେ ନିର୍ଦ୍ଧାରିତ ସମୟ ସୁଦ୍ଧା ରିପୋର୍ଟ ଦାଖଲ କରିବାର ସୁବିଧା ଦେବା। ଅନଲାଇନ୍‌ ତଥ୍ୟ ଉପଲବ୍ଧ ହେବା ଫଳରେ ଅନୁପାଳନ ଓ ପାରଦର୍ଶିତା ସ୍ତର ବୃଦ୍ଧି ପାଇବ ବୋଳି ଆଶା କରାଯାଉଛି। ଉକ୍ତ ପତ୍ରରେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋକପାତ କରିଛନ୍ତି। ଏଥିସହିତ ନିର୍ବାଚନ ପ୍ରକ୍ରିୟା, ବିଶେଷ କରି ଆର୍ଥିକ ତଥ୍ୟ ପ୍ରକାଶ କ୍ଷେତ୍ରରେ ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ଓ ପାରଦର୍ଶିତା ସିଦ୍ଧାନ୍ତର ପାଳନ କରିବାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି ବୋଲି ପତ୍ରରେ ଦର୍ଶାଇଛନ୍ତି।

ଏହି ଅନଲାଇନ ପୋର୍ଟାଲରେ ରାଜନୈତିକ ଦଳର ଅଧିକୃତ ପ୍ରତିନିଧିଙ୍କ ମୋବାଇଲ ନମ୍ବର ଓ ଇମେଲକୁ ବାର୍ତ୍ତା ପଠାଇବାର ସୁବିଧା ମଧ୍ୟ ରହିଛି ଯାହାଫଳରେ ଅନୁପାଳନ ତାରିଖ ଗଡ଼ିବା ପୂର୍ବରୁ ସେମାନଙ୍କୁ ସୂଚନା ମିଳିପାରିବ। ଗ୍ରାଫିକାଲ ଉଦାହରଣ ସହିତ ଏକ ବିସ୍ତୃତ ମାର୍ଗଦର୍ଶିକା ମାନୁଆଲ ଏବଂ ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନର ଉତ୍ତର (ଏଫଏକ୍ୟୁ) ରାଜନୈତିକ ଦଳମାନଙ୍କୁ ପଠାଇ ଦିଆଯାଇଛି। ଯାହାଫଳରେ ସେମାନ ଅନଲାଇନ୍‌ ତଥ୍ୟ ଦାଖଲ କରିବାର ପ୍ରକ୍ରିୟା ସମ୍ପର୍କରେ ଭଲ ଭାବେ ଅବଗତ ହୋଇପାରିବେ। ଅନଲାଇନ ଫାଇଲିଂ ସମ୍ପର୍କରେ ଅଧିକ ମାର୍ଗଦର୍ଶନ ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ରାଜୖନିକ ଦଳଗୁଡ଼ିକର ନାମାଙ୍କିତ ବ୍ୟକ୍ତିଙ୍କ ପାଇଁ ଏକ ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବେ।

ଯେଉଁ ସବୁ ରାଜନୈତିକ ଦଳ ଅନଲାଇନ୍‌ ମାଧ୍ୟମରେ ଆର୍ଥିକ କାରବାର ବିବରଣୀ ଦାଖଲ କରିବାକୁ ଚାହୁଁନାହାନ୍ତି ସେମାନଙ୍କୁ ଲିଖିତ ଭାବେ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେବାକୁ ହେବ। ଏଥିରେ ସେମାନଙ୍କୁ ନିଜର ଆର୍ଥିକ କାରବାର ବିବରଣୀ ଅନଲାଇନରେ ଦାଖଲ ନ କରିବାର କାରଣ ଦର୍ଶାଇବାକୁ ହେବ ଏବଂ ସେମାନେ ନିର୍ଦ୍ଧାରିତ ଫର୍ମାଟରେ ସିଡି/ପେନ୍‌ ଡ୍ରାଇଭ୍‌ ସହିତ ହାର୍ଡ କପିରେ ନିଜର ରିପୋର୍ଟ ଦାଖଲ କରିବା ଜାରି ରଖିପାରିବେ। ଅନଲାଇନ୍‌ ଆର୍ଥିକ କାରବାର ବିବରଣୀ ଦାଖଲ ନକରିବା ଲାଗି ଦଳ ବିଶେଷଙ୍କ ଦ୍ୱାରା ପଠାଯାଇଥିବା ଔଚିତ୍ୟ ପତ୍ର ସହିତ ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସବୁ ରିପୋର୍ଟକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନଲାଇନ୍‌ରେ ପ୍ରକାଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ସକାଳ ୧୦ ଟା ପର୍ଯ୍ୟନ୍ତ ଜାଣନ୍ତୁ କର୍ଣ୍ଣାଟକ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ନିର୍ବାଚନ ଆୟୋଗଙ୍କ ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ କର୍ଣ୍ଣାଟକରେ ସକାଳ ୧୦ ଟା ପର୍ଯ୍ୟନ୍ତ କଂଗ୍ରେସ ୧୦୦ ଟି ଆସନରେ ଅଗ୍ରଣୀ ହାସଲ କରିଛି। ରାଜ୍ୟର ଶାସକ ବିଜେପି ୬୮ ଟି ଆସନରେ ଏବଂ ଜେଡିଏସ୍ ୨୪ ଟି ଆସନରେ ଅଗ୍ରଣୀ ହାସଲ କରିଛି। ସ୍ୱାଧୀନ ପ୍ରାର୍ଥୀମାନେ ୫ ଟି ଆସନରେ ଆଗରେ ଅଛନ୍ତି ଏବଂ ଏହିପରି କର୍ଣ୍ଣାଟକରେ କ୍ଷମତାର ଚାବି କଂଗ୍ରେସ ହାତକୁ ଗଲା ଭଳି ଜଣାପଡୁଛି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ: ଆଣିଲା ଏହି ଅଭିଯୋଗ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ବାର୍ତ୍ତାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ଦଳ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛି।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହା ମଧ୍ୟ କହିଛି ଯେ, ନିର୍ବାଚନ ଆୟୋଗଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଦଳର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବାର୍ତ୍ତା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତ୍ତି ସମ୍ପର୍କରେ ସେ କହିଛନ୍ତି ଯେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।

କଂଗ୍ରେସର ଅଭିଯୋଗ କ’ଣ?:

କଂଗ୍ରେସ ନିର୍ବାଚନ ଆୟୋଗକୁ ଦେଇଥିବା ରିପୋର୍ଟରେ କହିଛି ଯେ, “ଯଦି ଏହି ବିଜେପି ନେତାମାନେ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୨୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନେ ସଂସଦ କିମ୍ବା ବିଧାନସଭା ସଦସ୍ୟତା ଅଯୋଗ୍ୟ ହୋଇପାରନ୍ତି। କଂଗ୍ରେସ ଏହାର ପୂର୍ବ ସ୍ମାରକପତ୍ର ଏବଂ ବିଶିଷ୍ଟ ବିଜେପି ନେତାଙ୍କ ବିବୃତ୍ତି ଆୟୋଗ ସମ୍ମୁଖରେ ମଧ୍ୟ ଉଲ୍ଲେଖ କରିଛି।

ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗର ଆଚରଣ ବିଧି ଏବଂ ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରନ୍ତି, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ସ୍ଥଗିତ ରଖିବା ଏବଂ ଆଇନ ଅନୁଯାୟୀ ଭୋଟ୍ ଦେବା ମଧ୍ୟରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରନ୍ତି, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗଙ୍କ ପ୍ରାଧିକରଣ ଗ୍ରହଣ କରିବାକୁ ମନା କରନ୍ତି, ଯଦି ଏହି ସମୟ ମଧ୍ୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା କରନ୍ତି, ତେବେ ଆୟୋଗ ନୀରବ ତଥା ଅସହାୟ ହୋଇ ରହିବେ ନା ଧାରା ୩୨୪ ଅନୁଯାୟୀ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ଉଚିତ? ‘

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହି ଆଇନ ପ୍ରଯୁଜ୍ୟ କି ନୁହେଁ ସୁରଜେୱାଲା ପ୍ରଶ୍ନ କରିଛନ୍ତି? କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପଦକ୍ଷେପ ବିଜେପିର ହତାଶ ଏବଂ ନିରାଶାକୁ ଦର୍ଶାଉଛି। ସେ ଦାବି କରିଛନ୍ତି ଯେ, କର୍ଣ୍ଣାଟକରେ ବିଜେପି ପରାସ୍ତ ହେବ।

ଘଟଣା କଣ?:

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅଧୀନରେ ବୁଧବାର ଦିନ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ପ୍ରତ୍ୟାବର୍ତ୍ତନକୁ ଦୃଢ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଏହା ଅଦ୍ଵିତୀୟ ସ୍ନେହ ଗ୍ରହଣ କରାଯାଇଛି ଏବଂ ଏହା ରାଜ୍ୟକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ତାଙ୍କର ସଂକଳ୍ପକୁ ଦୃଢ କରିଛି।

କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଶୀର୍ବାଦ ଲୋଡିଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କହିଛନ୍ତି ଯେ, କର୍ଣ୍ଣାଟକର ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ମୋର ସ୍ୱପ୍ନ। ଆପଣମାନଙ୍କର ସଂକଳ୍ପ ହେଉଛି ମୋର ସଂକଳ୍ପ। ଯଦି ଆମେ ଏକାଠି ହୋଇ ଆମର ଲକ୍ଷ୍ୟକୁ ଗୋଟିଏ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା, ତେବେ ଦୁନିଆର କୌଣସି ଶକ୍ତି ଆମକୁ ଅଟକାଇ ପାରିବେ ନାହିଁ। ଆସନ୍ତାକାଲି କର୍ଣ୍ଣାଟକର ସମସ୍ତ ୨୨୪ ବିଧାନସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଭୋଟ୍ ଗଣନା ମେ ୧୩ ତାରିଖ ରେ ହେବ।

Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦ, ମଲ୍ଲିକାର୍ଜୁନଙ୍କ ପୁଅଙ୍କୁ ନୋଟିସ ଜାରି କଲା ଇସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା ବିଧାୟକ ପ୍ରିୟଙ୍କ ଖଡଗେଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଛି। ପ୍ରିୟଙ୍କ ଖଡଗେ ପିଏମ ମୋଦୀଙ୍କ ପାଇଁ ‘ନାଲାୟକ’ ଶବ୍ଦ ବ୍ୟବହାର କରିଥିଲେ।

ଏଥିସହ ସୋନିଆ ଗାନ୍ଧୀଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗ ବିଜେପି ବିଧାୟକ ବସନଗୌଡା ଆର ପାଟିଲଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ?

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଗୋଟିଏ ପର୍ଯ୍ୟାୟରେ ମେ ୧୦ ତାରିଖରେ ମତଦାନ ହେବ। ରାଜ୍ୟରେ ୨୨୪ ଟି ବିଧାନସଭା ଆସନର ଫଳାଫଳ ଆସନ୍ତା ୧୩ ତାରିଖରେ ଘୋଷଣା କରାଯିବ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ରାଜ୍ୟରେ ମୋଟ ୫,୨୧,୭୩,୫୭୯ ଭୋଟର ଅଛନ୍ତି। କର୍ଣ୍ଣାଟକରେ ୯.୧୭ ଲକ୍ଷ ନୂତନ ଭୋଟର ଯୋଗ କରାଯାଇଛି। ୧୦୦ ବର୍ଷରୁ ଅଧିକ ୧୬ ହଜାରରୁ ଅଧିକ ଭୋଟର ଅଛନ୍ତି। ୮୦ ବର୍ଷରୁ ଅଧିକ ଭୋଟରମାନେ ଘରୁ ଭୋଟ୍ ଦେବାକୁ ସମର୍ଥ ହେବେ। ଯେଉଁମାନେ ଏପ୍ରିଲ ୧ ତାରିଖରେ ୧୮ ବର୍ଷ ବୟସ ଅତିକ୍ରମ କରୁଛନ୍ତି ସେମାନେ ମଧ୍ୟ ଭୋଟ୍ ଦେବେ। ୨୨୪ ଟି ବୁଥ୍ ତିଆରି କରାଯାଇଛି, ଯେଉଁଥିରେ ଯୁବକ କର୍ମଚାରୀ ନିୟୋଜିତ ହେବେ। ୧୦୦ ଟି ବୁଥରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ହେବେ।

Categories
ବିଶେଷ ଖବର

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି କେନ୍ଦ୍ରର ଇଚ୍ଛାରେ ହେବନି ନିର୍ବାଚନ ଆୟୋଗରେ ନିଯୁକ୍ତି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ଅଧିକ ବିଶ୍ୱସନୀୟତା ଆଣିବାକୁ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅଦାଲତ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଉ କେନ୍ଦ୍ର ସରକାର ସିଧାସଳଖ କରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ତଥା ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଏକ କମିଟି ଦ୍ୱାରା ସୁପାରିଶ କରାଯିବ। ଯଦି ଲୋକସଭାରେ ବିରୋଧୀଦଳର ନେତା ପଦ ଖାଲି ହୁଏ, ତେବେ ସର୍ବ ବୃହତ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ହେବେ। ରାଷ୍ଟ୍ରପତି ଏହି କମିଟି ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବେ। ସଂସଦ ଦ୍ୱାରା ଏ ବାବଦରେ ଏକ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ସେତେବେଳେ ଏହା ହୋଇପାରିବ, ଯେତେବେଳେ ସେମାନେ ନିର୍ବାଚନ ଆୟୋଗର କାର୍ଯ୍ୟକୁ ବିଶ୍ୱସନୀୟ ମନେ କରନ୍ତି। ଏହି ବେଞ୍ଚର ଅବଶିଷ୍ଟ ୪ ଜଣ ସଦସ୍ୟ ଥିଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ଋଷିକେଶ ରାୟ ଏବଂ ସିଟି ରବିକୁମାର। ଏପରିକି ମାମଲାର ଶୁଣାଣି ସମୟରେ ମଧ୍ୟ ସୁପ୍ରିମକୋର୍ଟ ସରକାରଙ୍କ ଦ୍ୱାରା ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଭୁଲ ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ, ଏଭଳି ବ୍ୟକ୍ତି ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିବା ଉଚିତ୍, ଯଦି ଆବଶ୍ୟକ ହୁଏ ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍କୋଚ କରିବେ ନାହିଁ।

Categories
ବିଶେଷ ଖବର

ଉଦ୍ଧବ ଠାକରେଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ନାଁ, ଦୁଇ ସପ୍ତାହ ଭିତରେ ଉତ୍ତର ରଖିବେ ଇସି ଓ ଏକନାଥ

ନୂଆଦିଲ୍ଲୀ: ଶିବସେନାର ନାମ ଏବଂ ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଏହି ଆଦେଶ ଉପରେ ରୋକ ଲଗାଇପାରିବୁ ନାହିଁ, ଏହା ଦଳ ମଧ୍ୟରେ ଏକ ଚୁକ୍ତିଭିତ୍ତିକ ସମ୍ପର୍କ। ଉଦ୍ଧବ ଠାକରେଙ୍କ ଆବେଦନ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଉଭୟଙ୍କୁ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ତିନି ସପ୍ତାହ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଶିବସେନାର ଚିହ୍ନ ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନକୁ ଆଜି ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ।

ଏକନାଥ ସିନ୍ଦେ ଦଳ ଏହି ପିଟିସନ ଉପରେ ପ୍ରଶ୍ନ ଉଠାଇଛନ୍ତି। ନୀରଜ କିଶନ କୌଲ କହିଛନ୍ତି ଯେ, ଏହି ଲୋକମାନେ ପୂର୍ବରୁ ଦୁଇଥର ହାଇକୋର୍ଟ ଯାଇଥିଲେ। ଯଦିଓ ସୁପ୍ରିମକୋର୍ଟଙ୍କର କ୍ଷମତା ଅଛି, ଏହା କେବଳ ହାଇକୋର୍ଟକୁ ଯିବା ଉଚିତ୍। କୌଲ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ସବୁଜ ସଙ୍କେତ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜରୁରୀକାଳୀନ ବୈଠକ ଡାକିଲେ ଉଦ୍ଧବ ଠାକରେ, ଯୋଗଦେବେ ବିଧାୟକ ଏବଂ ସାଂସଦ

ମୁମ୍ବାଇ: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକନାଥ ସିନ୍ଦେଙ୍କୁ ଶିବସେନା ଦଳର ନାମ ଏବଂ ଧନୁ-ତୀର ଚିହ୍ନ ଦିଆଯାଇଛି। ଏହା ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଏ। ଏହି ନିଷ୍ପତ୍ତି ପରେ ଉଦ୍ଧବ ଠାକରେ ଆଜି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ଏହି ବୈଠକରେ ପରବର୍ତ୍ତୀ ଭୂମିକା କ’ଣ ହେବ, ତାହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ ବିଧାୟକ ଏବଂ ସାଂସଦମାନେ ତୁରନ୍ତ ଏହି ବୈଠକ ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବୈଠକ ଅପରାହ୍ନ ୧ ଟାରେ ମାତୋଶ୍ରୀ ଠାରେ ଅନୁଷ୍ଠିତ ହେବ।

ଫେବୃଆରୀ ୨୧ ତାରିଖରୁ ସୁପ୍ରିମକୋର୍ଟରେ କ୍ଷମତା ସଂଗ୍ରାମ ଉପରେ ନିୟମିତ ଶୁଣାଣି ହେବ। କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ନିର୍ବାଚନ ଆୟୋଗ କୌଣସି ନିଷ୍ପତ୍ତି ନଦେବାକୁ ଉଦ୍ଧବ ଠାକରେ ଦାବି କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ନିର୍ବାଚନ ଆୟୋଗ କାହିଁକି ତତ୍ପର ହେଲେ? ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଉଦ୍ଧବ ଠାକରେ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଆମେ ଯଥାଶୀଘ୍ର ସୁପ୍ରିମକୋର୍ଟ ଯିବୁ।

ଗଣମାଧ୍ୟମ ସହ ଆଲୋଚନା ବେଳେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ନ୍ୟାୟପାଳିକା କିପରି ଚାପରେ ଆସିବ ତାହାର ଅନେକ ଉଦାହରଣ ଆମେ ଦେଖିଛୁ। କିନ୍ତୁ ଏହି ନିଷ୍ପତ୍ତି ଅତ୍ୟନ୍ତ ଅପ୍ରତ୍ୟାଶିତ, କାରଣ ଏହି ମାମଲା ସୁପ୍ରିମକୋର୍ଟରେ ପ୍ରାୟ ୬ ମାସ ଧରି ଚାଲିଛି। ବର୍ତ୍ତମାନ ଏହାର ନିରନ୍ତର ଶୁଣାଣି ଆରମ୍ଭ ହେବ। ଫଳାଫଳ ନହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ କୌଣସି ନିଷ୍ପତ୍ତି ନଦେବାକୁ ଆମେ ଦାବି କରିଥିଲୁ। ଗତକାଲିର ନିଷ୍ପତ୍ତି ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ।