Categories
ଆଜିର ଖବର ଜାତୀୟ ଖବର

ନୂତନ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କେନ୍ଦ୍ରର ତତ୍ପରତା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଆଣିବା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତିର ଫାଇଲ ଦେଖି କେନ୍ଦ୍ରକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମେ ୧୫ ତାରିଖରୁ ଏହି ପଦବୀ ଖାଲି ଥିଲା। ହଠାତ୍ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହାର ସମସ୍ତ ପ୍ରକ୍ରିୟା ସମାପ୍ତ ହେଲା। ମେ ୧୫ ତାରିଖରୁ ନଭେମ୍ବର ୧୮ ତାରିଖ ମଧ୍ୟରେ କ’ଣ ହେଲା ବୋଲି କେନ୍ଦ୍ରକୁ କୋର୍ଟ ପ୍ରଶ୍ନ କରିଛନ୍ତି। ”

ଅଦାଲତ ଆହୁରି କହିଛନ୍ତି ଯେ, “ଆଇନ ମନ୍ତ୍ରୀ ୪ ଟି ନାମ ପଠାଇଥିଲେ। ଏହି ୪ ଟି ନାମ କାହିଁକି ପଠାଗଲା ତାହା ମଧ୍ୟ ପ୍ରଶ୍ନ। ତା’ପରେ ସେମାନଙ୍କ ମଧ୍ୟରୁ ସବୁଠୁ ଜୁନିଅର ଅଧିକାରୀ କିପରି ମନୋନୀତ ହେଲେ। ଏଥି ସହ ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ଭୁଲ ହୋଇନାହିଁ। ଏହାପୂର୍ବରୁ ୧୨ ରୁ ୨୪ ଘଣ୍ଟା ମଧ୍ୟରେ ଏଭଳି ନିଯୁକ୍ତି ମଧ୍ୟ କରାଯାଇଛି।