Categories
ଆଜିର ଖବର ଆଞ୍ଚଳିକ

ରଘୁନାଥପୁରରେ ଉଦଘାଟନ ହେଲା ନୂତନ ଗ୍ରାମ ନ୍ୟାୟାଳୟ

ରମେଶ ମହାନ୍ତି

ଜଗତସିଂହପୁର: ରଘୁନାଥପୁର ଠାରେ ବୁଧବାର ପୂର୍ବାହ୍ନରେ ନୂତନ ଭାବେ ପ୍ରସ୍ତାବିତ ଗ୍ରାମ ନ୍ୟାୟାଳୟର ଶୁଭ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା। ନୂତନ ଭାବେ ଉକ୍ତ ଗ୍ରାମ ନ୍ୟାୟାଳୟକୁ ଉଦଘାଟନ କରି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା କହିଲେ ଗ୍ରାମ ନ୍ୟାୟାଳୟର ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବାରେ ସୁଗମ ହେବ। ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ସେମାନଙ୍କ ଦ୍ୱାରଦେଶରେ ଉପଲବ୍ଧ ହୋଇପାରିବ।

ଏହି ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଶ୍ରୀ ଆର୍ କେ ତୋଷ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଦାମ ଚନ୍ଦ୍ର ଦାଶ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ସବ୍ ଜଜ୍ ଶଶୀରେଖା ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସେକ୍ରେଟାରୀ କମଳାକାନ୍ତ ରାଉତ, ସିଭିଲ୍ ଜଜ୍ (ମହିଳା କୋର୍ଟ) ଅନ୍ନପୂର୍ଣ୍ଣା ନାୟକ, ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ ବିଭୂତି ଭୂଷଣ ନାୟକ, ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ ତିର୍ତ୍ତୋଲ ସୁଶାନ୍ତ କୁମାର ନାୟକ, ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ ମହମ୍ମଦ୍ ଶାହା ଫଇଜଲ୍, ଅତିରିକ୍ତ ଜିଲ୍ଲା ଜଜ୍ କୁଜଙ୍ଗ ତପନ କୁମାର ରାଉତରାୟ, ରଘୁନାଥପୁର ଗ୍ରାମ ନ୍ୟାୟାଳୟର ଜଜ୍ ଡଃ ସୁମିତ୍ରା ବିଶ୍ୱାଳ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ। ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ, ଦୋଳଗୋବିନ୍ଦ ଦାଶ, ଭଜହରି କର, ରବିନ୍ଦ୍ର ନାଥ ମହାନ୍ତି, ରଘୁନାଥପୁର ବିଡିଓ ଓ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ।