Categories
ଆଞ୍ଚଳିକ

“ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ପଣ୍ଡୁଆ ପଞ୍ଚାୟତର ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ରମେଶ ମହାନ୍ତି
ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କୁର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଇଫକୋ ସହାୟତାରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ଓ ସଦସ୍ୟମାନେ କମ୍ବଳ ବଣ୍ଟନ କରିବା ସହିତ ସମାଜସେବୀ ସୁନାକର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗୌରୀଶ୍ୟାମ ଦାସଙ୍କ ସମେତ ତିର୍ତ୍ତୋଲ ଥାନାର ଏସ୍.ଆଇ ବିବେକାନନ୍ଦ ସାହୁ ,ଏ.ଏସ୍.ଆଇ ସୁବାସ ଦାସ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବାଣ୍ଟିବା ସହ”ପରିବର୍ତ୍ତନ ଯୋଦ୍ଧା”ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ | ପରେ “ପରିବର୍ତ୍ତନ ଯୋଦ୍ଧା”ର ସଭାପତି ପରଂବ୍ରହ୍ମ ରାଉତ ଉକ୍ତ ଗ୍ରାମର ପାନୀୟଜଳ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଲୋଚନା କରି ତାହାର ସମଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ।