Categories
ଆଞ୍ଚଳିକ

ପାରାଦ୍ବୀପ ୟୁନିଟ୍‌ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ

ରଞ୍ଜିତ ପଣ୍ଡା
କୁଜଙ୍ଗ: କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି । ଲୋକ ବାହାରକୁ ବାହାରି ପାରୁ ନଥିବା ବେଳେ ଖାଦ୍ୟ ବିନା ଭୋକ ଉପାସରେ ପାରାଦ୍ଵୀପ ଭଳି ସହର ଓ ବଜାର ଘାଟରେ ଅନେକ ଭୀକାରି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ପାରାଦ୍ବୀପରେ ଥିବା ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ସ୍ବେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ଥିବା ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉକ୍ତ ସହରରେ ରହୁଥିବା ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କ ସହିତ ରିକ୍ସା ଓ ଟ୍ରଲି ଚାଳକ ଏବଂ ମାନସିକ ଅନଗ୍ରସର ଲୋକଙ୍କୁ ରନ୍ଧା ଖାଦ୍ୟ ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ପକ୍ଷରୁ ଯୋଗାଉଛନ୍ତି । ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ଏବଂ ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏହା ସହିତ ହାତ ଧୋଇବା ପାଇଁ ସାବୁନ ଏବଂ ମାସ୍କ ପ୍ରଦାନ କରାଯାଉଛି ।

ପାରାଦ୍ବୀପର ବଡପଡିଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ନେହେରୁ ବଙ୍ଗଳା, ବିଭିନ୍ନ ବସ୍ତି, ଲେବର କଲୋନୀ ଓ ବାଲିଝରା ସ୍ଥିତ ଜରାଶ୍ରମ ଅନ୍ତେବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ କରା ଯିବା ସହିତ ଥଣ୍ଡା ଓ ଜ୍ବର ପାଇଁ ମେଡିସିନ ଯୋଗାଇ ଦିଆ ଯାଇଛି । ତେବେ ପାରାଦ୍ବୀପ ୟୁନିଟ ଟ୍ରଷ୍ଟର ସଭାପତି ତପନ ସ୍ବାଇଁ, ଉପ ସଭାପତି ଲୁଡୁକା ମହାନ୍ତି, ସଂପାଦକ ଅମୀୟ ମହାନ୍ତି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ ବିବେକାନନ୍ଦ ମହାପାତ୍ର, ପ୍ରଦୀପ ମାଝୀ, ବିଜୟ କୁମାର ଲେଙ୍କା, ରାଜେନ୍ଦ୍ର ମହାପାତ୍ର, ମିର୍ଦୋଶ ବିଶ୍ୱାଳ, ଶିବ ଦଳେଇ, ରବିନ୍ଦ୍ର ରଜାକ୍, ବାଦଲ ଜେନା, ମଳୟ ସ୍ବାଇଁ, ବ୍ରଜ ଗୋପାଳ ମାଝୀଙ୍କ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଉପସ୍ଥିତ ଥିଲେ । ପାରାଦୀପ ଭଳି ଶିଳ୍ପାନୁଷ୍ଠାନ ମାନଙ୍କରେ ପ୍ରାୟ ୮୦ପ୍ରତିଶତ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ୟୁନିଟ ଟ୍ରଷ୍ଟ ସଦାସର୍ବଦା ସାହାଯ୍ୟ ପାଇଁ ଉପଲବ୍ଧ ବୋଲି ଟ୍ରଷ୍ଟର ଉପଦେଷ୍ଟା ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି ।