ପୁରୀ : ଦୀପାବଳିରେ ହେଉଥିବା ପୟା ଶ୍ରାଦ୍ଧ ଉପରେ ପ୍ରଶାସନ କଟକଣା ଲଗାଇଛି। ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି । ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି । ତେବେ ଶ୍ରଦ୍ଧାଳୁମାନେ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ଅନୁରୋଧ କରିଛି ପ୍ରଶାସନ । ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ଏପରି କଟକଣା ଲଗାଇଛି । ଏହି କଟକଣା ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
Tag: ପୁରୀ
ପୁରୀ : ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ । ପ୍ରତ୍ନତତ୍ତ୍ବ ବିଭାଗ ଟିମ୍ ଦ୍ବାରା ବାଇଶି ପାହାଚର ଅନୁଧ୍ୟାନ କରାଯାଇଛି । ଏହି ଅନୁଧ୍ୟାନବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରାଯାଇଛି । ଆବଶ୍ୟକ ପଡିଲେ ଦୁର୍ବଳ ପଥରର ପରିବର୍ତ୍ତନ କରାଯିବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ବାର ପଟୁ ପାହାଚ ମରାମତି ହୋଇଥିଲା । ଏଏସ୍ଆଇ ଟିମ୍ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛି ।
ଅପରପକ୍ଷରେ ଶ୍ରୀମନ୍ଦିରର ଆଠଟି ଦ୍ବାରକୁ ରୂପାରେ ଛାଉଣୀ କରାଯିବ । ପୂର୍ବରୁ ତିନୋଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ 5ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। (ଏଜେନ୍ସି)
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ କଟକ ଜିଲ୍ଲାରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ବୌଦ୍ଧ ଓ ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 924କୁ ବୃଦ୍ଧି ହୋଇଛି ।
କଟକ ଜିଲ୍ଲାର 60 ଓ 38 ବର୍ଷୀୟ ମହିଳା ଓ 85 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀର ତିନି ମୃତକଙ୍କ ବୟସ ଯଥାକ୍ରମେ 75, 62 ଓ 40 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ଦୁଇ ମୃତକ ହେଲେ 58 ଓ 25 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧର 64 ଓ 44 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧାର ଦୁଇ ମୃତକ ଭୁବନେଶ୍ବରର ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 78 ଓ 60 ବର୍ଷୀୟ ପୁରୁଷ । ଅନୁଗୁଳରୁ 40 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ନବରଙ୍ଗପୁର ଓ କେନ୍ଦୁଝରର 45 ବର୍ଷୀୟ ପୁରୁଷ, ରାୟଗଡାରୁ 45 ବର୍ଷୀୟ ମହିଳା , ସୁନ୍ଦରଗଡର 67 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି ।
ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ପୁରୁଷ । ଜଗତସିଂହପୁରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ।
ସେହିପରି ଭଦ୍ରକରୁ 56 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 54 ବର୍ଷୀୟ ପୁରୁଷ, ଯାଜପୁରରୁ 57 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 56 ବର୍ଷୀୟ ପୁରୁଷ ଓ ନୟାଗଡରୁ 53 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଜପତି, ବଲାଙ୍ଗିର, ବରଗଡ, କଟକ, ମୟୂରଭଞ୍ଜ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତୁ ସଂଖ୍ୟା 682କୁ ବୃଦ୍ଧି ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର 49 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ ଜଣେ 78 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 39 ବର୍ଷୀୟ ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 79 ବର୍ଷୀୟ ବ୍ୟକ୍ତି । କେନ୍ଦ୍ରାପଡାରୁ ଜଣେ 90 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 50 ବର୍ଷୀୟ ବ୍ୟକ୍ତି ।
ସେହିପରି ବରଗଡ ଜିଲ୍ଲାରୁ 25 ବର୍ଷୀୟ ଯୁବକ, ବଲାଙ୍ଗିରର 82 ବର୍ଷୀୟ ବ୍ୟକ୍ତି, ଗଜପତିର 53 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କଟକରୁ ଆଜି ଜଣେ 65 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲାରୁ ଜଣେ 77 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ 50 ବର୍ଷୀୟ ପୁରୁଷ ରହିଛନ୍ତି ।
ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର, କଟକ, ପୁରୀରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡା, ନୟାଗଡ, ଗଞ୍ଜାମ, କୋରାପୁଟ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 51 ବର୍ଷ ହୋଇଥିବାବେଳେ ଭୁବନେଶ୍ବରର ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଆକ୍ରାନ୍ତ ଦ୍ବୟଙ୍କ ବୟସ ଯଥାକ୍ରମେ 70 ବର୍ଷ ଓ 57 ବର୍ଷ । ସେହିପରି କଟକରୁ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ଥିବାବେଳେ ଗଞ୍ଜାମରୁ 75 ବର୍ଷୀୟ ପୁରୁଷ ରହିଛନ୍ତି । କୋରାପୁଟରୁ 71 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 68 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 60 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଜଣେ 17ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ରାୟଗଡାରୁ 65 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭଦ୍ରକର 51 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା 591କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର : ଆଜି 24 ଜିଲ୍ଲାରୁ 1320 ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 560ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 174, ଗଜପତି ଓ ପୁରୀରୁ 90ଜଣ ଲେଖାଏଁ ରହିଛନ୍ତି । ରାୟଗଡାରୁ 65, ସୁନ୍ଦରଗଡ ଓ କଟକରୁ 47 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 39 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡରୁ 38, କୋରାପୁଟରୁ 30, ଭଦ୍ରକରୁ 28, କେଉଁଝରରୁ 24, ବାଲେଶ୍ବର ଓ ଯାଜପୁରୁର 23 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 14, ବଲାଙ୍ଗିରରୁ 9, ଅନୁଗୁଳରୁ 6, ନୂଆପଡାରୁ 4, ଜଗତସିଂହପୁରର 3, ଝାରସୁଗୁଡାରୁ 2 ଜଣ ରହିଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
ପୁରୀ : ପୁରୀରେ ଆଜି ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ କ୍ଫ୍ୟୁ କୋହଳ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲଓ୍ବନ୍ତ ସିଂହ । ତେବେ ରାତି 9ଟାରୁ ସକାଳ 5ଟ ଯାଏଁ କର୍ଫ୍ୟୁ ଜାରି ରହିବ ।
କାଲି ସକାଳ 5ଟାରୁ ଅପରାହ୍ନ 3ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । କାଲି ଅପରାହ୍ନ 3ଟାରୁ ରାତି 10ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ବାର ଆଗରେ କର୍ଫ୍ୟୁଜାରି ରହିବ । ଦିନ ତମାମ ମାର୍କେଟ୍ ଛକରୁ ସିଂହଦ୍ବାର ଯାଏଁ କର୍ଫ୍ୟୁ ଲାଗୁ ରହିବ ।
କରୋନା ପାଇଁ ଚଳିତ ଥର ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରାଯାଇଛି । ନେଗେଟିଭ୍ ଆସିଥିବା ସେବାୟତଙ୍କ ଦ୍ବାରା ରଥ ଟଣା ହୋଇଛି । ବାହୁଡା ପାଇଁ ମଧ୍ୟ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ବିନା ଭକ୍ତରେ ଶାନ୍ତି ଶୃଙ୍ଖଳାରେ ବାହୁଡା ଯାତ୍ରା ସମାପନ କରାଯାଇଛି ।
ପୁରୀ : ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇଛି । ଆଡପ ଅବଢା ବାହାରିଛି । ବର୍ଷକରେ ଥରେ ଆଡପ ଅବଢା ବାହାରିଥାଏ । ଏହାକୁ ନେଇ ଭକ୍ତମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଆଜି ସକାଳ ଧୂପ ପରେ ଆଡପ ଅବଢା ବାହାରିଛି। ଆଡପ ଅବଢା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାର ନିକଟ ବସ୍ଷ୍ଟାଣ୍ଡ ପରିସରରେ ମହାପ୍ରସାଦ ମିଳିବ ସୂଚନା ରହିଛି ।
ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।
ଆଜି ମଧ୍ୟ ପୁରୀଠାରେ ଏସ୍ଆଇ ଗର୍ଭଗୃହର ଯାଞ୍ଚ କରିବେ । ଗର୍ଭଗୃହ ସହ ନାଟମଣ୍ଡପ ଓ ଜଗମୋହନର ମଧ୍ୟ ଯାଞ୍ଚ କରାଯିବ । ଗର୍ଭଗୃହରେ ମଇଶ୍ଚର କ୍ଲିନିଂ କରାଯିବ, ନାଟମଣ୍ଡପର ଉପରିଭାଗ ଓ ଛାତ ପୁରାପୁରି ଯାଞ୍ଚ କରାଯିବ । ଏହାସହ ଗରୁଡସ୍ତମ୍ବ ନିକଟ କ୍ରାକ ବିମରମଧ୍ୟ ଯାଞ୍ଚ କରାଯିବ ।
ଅପରପକ୍ଷରେ ପୁରୀଠାରେ ସେବାୟତମାନଙ୍କର କୋଭିଡ୍ ପରୀକ୍ଷା ହେଉଛି । ଗତକାଲି ପୁରୀ ସେବାୟତମାନଙ୍କର 2ଥର କୋଭିଡ୍ ପରୀକ୍ଷା ହେବ ବୋଲି ସୂଚନା ରହିଛି ।
ପୁରୀ : ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଆଜି ରାତି 9ଟାରୁ ବୁଧବାର ଦିନ 2ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି । କର୍ଫ୍ୟୁ ଭଳି କଟକଣା ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ 50 ପ୍ଲାଟୁନ୍ ପୋଲିସ୍ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଡିଜିପି । ଅତି ଆବଶ୍ୟକ ନଥିଲେ କାହାକୁ ସହର ଭିତରକୁ ଛଡା ଯିବନି।
ସୂଚନାଯୋଗ୍ୟ, କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ । ଏକାଧିକ ସର୍ତ୍ତ ସହିତ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ବିନା ଭକ୍ତରେ ରଥଯାତ୍ରା କରାଯାଇପାରିବ। ରଥଯାତ୍ରାକୁ ନେଇ ସୁପ୍ରିମ୍କୋର୍ଟଙ୍କ ଗ୍ରୀନ୍ ସିଗନାଲ୍ ମିଳିବା ପରେ ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁ୍ଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏତଦ୍ବ୍ୟତୀତ ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଏଡିଜି କ୍ରାଇମ୍ବ୍ରାଞ୍ଚ, କେନ୍ଦ୍ରାଞ୍ଚଳ ଡିଆଇଜି ମଧ୍ୟ ଉପସ୍ଥିତ ରହିଥିଲେ। ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
ଭୁବନେଶ୍ବର : ରାଜ୍ୟରୁ କରୋନା ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ମୃତକ ଜଣକ ପୁରୀ ଜିଲ୍ଲାର ଓ ତାଙ୍କ ବୟସ ୬୦ ବର୍ଷ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ ସର୍ବାଧିକ ୬ ଜଣ ଓ କଟକରୁ ଜଣେ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଅନ୍ୟ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି।
ପୁରୀ : ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେର ନିଷ୍ପତ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ରହିଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଏପରି ନିଷ୍ପତ୍ତି ନେଇଛି ରେଲଓ୍ବେ । ତେବେ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍ ଭୁବନେଶ୍ବର ଯାଏ ଯିବ । ଜୁନ୍ 1ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ବରରୁ ଯିବ ବୋଲି ସୂଚନା ରହିଛି । ସେହିପରି ସିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ୍ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ କରାଯାଇଛି । ତେବେ କାହିଁକି ପୁରୀକୁ ଟ୍ରେନ୍ କଟକଣା କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ସମ୍ଭବତଃ ସ୍ନାନ ପୂର୍ଣ୍ଣିମାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର ଅନୁମାନ କରାଯାଉଛି ।
ଭୁବନେଶ୍ବର : ରାଜ୍ୟରେ ଆଉ 67 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ନୂତନ 67ଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ସର୍ବାଧିକ 16, ନୟାଗଡରୁ 13, ଗଞ୍ଜାମ ଓ ବଲାଙ୍ଗିର ଜିଲ୍ଲାରୁ 7 ଜଣ ଲେଖାଏଁ, ଅନୁଗୁଳରୁ 6, ସୁନ୍ଦରଗଡ ଓ କଳାହାଣ୍ଡିରୁ 4 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ ତିନି, କଟକ ଓ ମାଲକାନଗିରିରୁ ଦୁଇଜଣ ରହିଛନ୍ତି । ଆଜି ପ୍ରଥମଥର ପାଇଁ ବରଗଡ ଓ ନୂଆପଡା ଛୁଇଁଛି କରୋନା। ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂତନ ଆକ୍ରାନ୍ତଙ୍କ ମିଶାଇଲେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 1336ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 833 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 497। ଏହି ନୂତନ 67 ମଧ୍ୟରୁ 60 କ୍ବାରେଣ୍ଟିନ୍ କେନ୍ଦ୍ରର ରହିଥିବାବେଳେ, ଚାରିଜଣ ହୋମ୍ କ୍ବାରେଣ୍ଟିନ୍ର ରହିଥିବାବେଳେ ତିନି ଜଣ ଲୋକାଲ୍ କେସ୍ ରହିଛି।
ଆଜି ଚିହ୍ନଟ 48 ଜଣଙ୍କମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍ କେନ୍ଦ୍ରର ଓ ବାହାର ରାଜ୍ୟ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଆଉ ଜଣେ ଆକ୍ରାନ୍ତ ପୁରୀର ହୋଇଥିବାବେଳେ ସେ ଜେଲ୍ରେ ରହିଥିଲେ ।
ଯାଜପୁରର ସମସ୍ତ 16 ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା। 7 ଜଣ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଜଣେ ତେଲେଙ୍ଗାନା, ଚାରି ଜଣ ଆନ୍ଧ୍ର, ଚାରି ଜଣ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ ହୋଇଥିବା 15 ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ ସୁରତ ଫେରନ୍ତା ଓ ଜଣେ ବେଙ୍ଗାଲୁରୁ ଫେରନ୍ତା।
କେନ୍ଦ୍ରାପଡାରୁ ସମସ୍ତ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ନୟାଗଡର ସମସ୍ତ ତିନି ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା, ବଲାଙ୍ଗିରର ଦୁଇ ଆକ୍ରାନ୍ତ ସୁରତ ଫେରନ୍ତା, କନ୍ଧମାଳର ଦୁଇ ଫେରନ୍ତା ତାମିଲନାଡୁ ଫେରନ୍ତା। ବୌଦ୍ଧ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। କଟକ ଚିହ୍ନଟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା।
ପୁରୀର ଚିହ୍ନଟ ଚାରି ଆକ୍ରାନ୍ତ ମଧ୍ୟରୁ ଦୁଇ ଜଣ ତାମିଲନାଡୁରୁ ଫେରିଥିବାବେଳେ ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ଯୁବକ ରହିଛନ୍ତି। ସେ ଜେଲ୍ରେ ରହିଥିଲେ। ପୁରୀ କୁମ୍ଭାରପଡା ଥାନାରେ ଏହି ଅଭିଯୁକ୍ତ ଜଣକ ରହିଥିବାବେଳେ ଏବେ ସମ୍ପୃକ୍ତ ଥାନାକୁ ସାନିଟାଇଜ୍ କରାଯିବା ସହିତ କୁମ୍ଭାରପଡା ଥାନା ଅଧିକାରୀଙ୍କ ସମେତ 30 ଜଣ କର୍ମଚାରୀ ଏବେ କ୍ବାରେଣ୍ଟିନ୍ରେ ପଠାଯାଇଛି। ଛିନତାଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯାଇଥିଲା । ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ଭୁବନେଶ୍ବର : ରାଜ୍ୟରେ ପୁଣି 23 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ବରରୁ ସର୍ବାଧିକ 15ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁରରୁ ତିନିଜଣ ଲେଖାଏଁ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାର ସୂଚନା ମିଳିଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 437କୁ ବୃଦ୍ଧି ହୋଇଛି ।
ଗତକାଲି37 ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ସକାଳୁ 23 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 157ରେ ପହଞ୍ଚିଥିବାବେଳେ ବାଲେଶ୍ବରରେ ଏହା 57କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 64ରେ ପହଞ୍ଚିଛି । ପୁରୀ ଓ ବୌଦ୍ଧରେ ଯଥାକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା 4 ଓ 5କୁ ବୃଦ୍ଧି ହୋଇଛି ।
ସମୀକ୍ଷା ବ୍ୟୁରୋ
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। ସାରା ଦୁନିଆରେ ଏହାକୁ ନେଇ ବେଶ୍ ଆଶ୍ଚର୍ଯ୍ୟ ଓ ଆଗ୍ରହ ମଧ୍ୟ। ରଥଯାତ୍ରାର ପବିତ୍ର ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି। ରଥାଯାତ୍ରା ପାଇଁ ମାନସ ବାଲିରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏହି ବାଲୁକାକଳା ସାହାଯ୍ୟରେ ମାନସ ବିଶ୍ବ ଶାନ୍ତିରା ବାର୍ତ୍ତା ପ୍ରେରଣ କରିଛନ୍ତି। ଏଥିରେ ସେ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଇଂରାଜୀରେ ଲେଖିଛନ୍ତି। ଯେଉଁ ଲୋକ ଭିଡ଼ ଭିତରେ ରଥ ଉପରେ ଭଗବାନଙ୍କୁ ଦେଖିପାରିବେ ନାହିଁ, ସେମାନେ ପୁରୀର ସ୍ବର୍ଣ୍ଣିମ ବାଲୁକାରେ ନିର୍ମିତ ଭଗବାନଙ୍କୁ ଦେଖି ଆତ୍ମସନ୍ତୋଷ ଲାଭ କରିପାରିବେ। ୧୫ ଫୁଟ ଚଉଡ଼ାର ଏହି ବାଲୁକା କୃତିକୁ କରିବା ପାଇଁ ମାନସଙ୍କୁ ପାଖାପାଖି ୮ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀ ବେଳାଭୂମିରେ ଯାତ୍ରୀଙ୍କ ଭିଡ ଥିବାରୁ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।