Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରମୁଖ ଭିତ୍ତିଭୂମି ବିକାଶ ଏବଂ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ

ଭୁବନେଶ୍ଵର: 12 ଅଗଷ୍ଟରୁ 30 ଅଗଷ୍ଟ ମଧ୍ୟରେ ହରିଦାସପୁର, ଭୁବନେଶ୍ୱର, ମଞ୍ଚେଶ୍ୱର, କଟକ, ସମ୍ବଲପୁର ଏବଂ ସମ୍ବଲପୁର ସିଟି ରେଳ ଷ୍ଟେସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ତଥା ଭିତ୍ତିଭୂମି ସମ୍ପର୍କିତ ବିକାଶମୂଳକ କାର୍ଯ୍ୟ କରାଯିବ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧିରେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ ଲାଇନ ସହିତ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ।

17 ରୁ 30 ଅଗଷ୍ଟ, 2023 ସମୟ ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ରେ ପ୍ରମୁଖ ପରିବର୍ତ୍ତନ।

ଭୁବନେଶ୍ୱର ରେଳ ଷ୍ଟେସନରେ ସିଗନାଲ୍ ସିଷ୍ଟମ (ସାଙ୍କେତିକ ପ୍ରଣାଳୀ) ର ପ୍ରମୁଖ ପୁନଃ ବ୍ୟବସ୍ଥା।

14 ରୁ 21 ଅଗଷ୍ଟ, 2023 ପର୍ଯ୍ୟନ୍ତ ହରିଦାସପୁର ରେଳ ଷ୍ଟେସନର ସିଗନାଲ୍ ସିଷ୍ଟମର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଅଛି।

ଭୁବନେଶ୍ୱର କୋଚ୍ ରକ୍ଷଣାବେକ୍ଷଣ ଡିପୋ (କୋଚ୍ ମେଣ୍ଟେନାନ୍ସ ଡିପୋ) କୁ ଟ୍ରେନ ଗୁଡିକର ପ୍ରବେଶ ଏବଂ ପ୍ରସ୍ଥାନ ମଧ୍ୟ ପ୍ରଭାବିତ ହେବ।

ସ୍ୱଳ୍ପ ଦିନ ପାଇଁ ଦୈନିକ ହାରାହାରି 25 ଟି ଟ୍ରେନ୍ (ଭୁବନେଶ୍ୱର ରୁ ଉତ୍ପତ୍ତି ହେଉଥିବା କିମ୍ବା ଏହି ମାର୍ଗ ଦେଇ ଯାତାୟାତ କରୁଥିବା) ପ୍ରକଳ୍ପ କାର୍ଯ୍ୟ ସମୟରେ ଅସ୍ଥାୟୀ ଭାବରେ ବାତିଲ୍ ହେବ।

ପ୍ରମୁଖ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ ଓ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ୍ ହେବାକୁ ଥିବା, ଷ୍ଟେସନ ଉତ୍ପତ୍ତି ସ୍ଥଳ ପରିବର୍ତ୍ତନ କରିବାକୁ ଥିବା, ଗନ୍ତବ୍ୟ ଷ୍ଟେସନ ପୂର୍ବରୁ ଯାତ୍ରା ସମାପ୍ତ କରିବାକୁଥିବା କିମ୍ବା ମାର୍ଗ ପରିବର୍ତ୍ତନ କରିବାକୁଥିବା ଟ୍ରେନ ମାନଙ୍କର ତାଲିକା ପୂର୍ବତଟ ରେଳପଥ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ବିହାର ଠାରେ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କଲେ ଇକୋରୋ ସଭାପତି

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କରୁଛନ୍ତି। ପାର୍କରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି ଯାହା ଦ୍ୱାରା ପିଲାମାନେ ମଜା ନେବା ସହିତ ଶାରୀରିକ ବ୍ୟାୟାମ ଉପଭୋଗ କରିବେ।

ଏହା ବ୍ୟତୀତ, ଶ୍ରୀମତୀ ଶର୍ମା ଇକୋରୋ ଦ୍ୱାରା ପରିଚାଳିତ ଫୁଲୱାରି ସ୍କୁଲ୍ ର ନବୀକରଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିଥିଲେ। ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶ୍ରୀ ଶର୍ମା ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବାବେଳେ ହିରାକୁଦ୍ ରେଳ ଷ୍ଟେସନ୍ ର ପୁନଃ ବିକାଶ ପାଇଁ ନିରୀକ୍ଷଣ କରିଥିଲେ।

ପ୍ରକଳ୍ପଗୁଡିକର ସମୀକ୍ଷା କରିବା ଏବଂ ହିରାକୁଦ୍ ଷ୍ଟେସନ୍ ନିରୀକ୍ଷଣ ଏବଂ ନିର୍ମାଣାଧୀନ ROH ନିରୀକ୍ଷଣ କରିବା ସହିତ ଶ୍ରୀ ଶର୍ମା ସଂପୃକ୍ତ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା ଏବଂ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ସରଲା ରୋଡ୍ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି ଏବଂ 149.37 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଆକଳନ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ, ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଏବଂ ରାଇଟ୍ସ (RITES) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୋଟାମୋଟି ଭାବେ, ଏହି ପ୍ରକଳ୍ପର 65% ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ସମାପ୍ତ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ଚାଲୁରହିଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ଶ୍ରୀ ବୈଷ୍ଣବ ଅଗ୍ରାଧିକାର ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ସରଲା ରୋଡ ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରାଇବା ଏବଂ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଜନିତ ସୁବିଧା ପ୍ରଦାନ କରାଇବ।

ଏହା ବ୍ୟତୀତ, ମନୋଜ ଶର୍ମା ହିରାକୁଦ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ରେଳ ଭିତ୍ତିଭୂମି ବିକାଶର କାର୍ଯ୍ୟ ନିରୀକ୍ଷଣ କରିବା ସହିତ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଖୁବ ଶୀଘ୍ର ହୀରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।

ସମୀକ୍ଷା ବୈଠକରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭିନୀତ ସିଂ ଙ୍କ ସହିତ ରେଳ ମଣ୍ଡଳର ସମସ୍ତ ଶାଖା ଅଧିକାରୀ ଏବଂ RITES ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଜନସାଧାରଣଙ୍କ ଟ୍ରେନ ଯାତ୍ରାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ/ରୁ ଯାତାୟାତ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ମଧ୍ୟ ବୃଦ୍ଧି କରାଯାଇଅଛି।

ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ:

08465 ପୁରୀ-ଉଧନା (ସୁରଟ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ 12 ଜୁଲାଇରୁ 2 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ପୁରୀରୁ ଅପରାହ୍ନ 2ଘ.55ମି.ରେ ଛାଡୁଥିବାବେଳେ ଫେରିବା ମାର୍ଗରେ 08466 ଉଧନା-ପୁରୀ ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ ଜୁଲାଇ 13 ରୁ 3 ଅଗଷ୍ଟ 2023 ମଧ୍ୟରେ ପ୍ରତ୍ୟେକ ଗୁରୁବାର ରାତ୍ରି 11 ଘଟିକାରେ ଉଧନାରୁ ଛାଡିବ। ଏହି ଟ୍ରେନ ପୁରୀ ଓ ଉଧନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଅତି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ଼, ଇବ, ବିଳାସପୁର, ରାଇପୁର, ନାଗପୁର, ୱାର୍ଧା ଓ ଭୁସାବଲ୍ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବା। ଏହି ଟ୍ରେନ ରେ ୧୭ ଟି ଅଣ ସଂରକ୍ଷିତ ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ କୋଚ ଉପଲବ୍ଧ ଅଛି।

ବିଶାଖାପାଟନମ୍-ରଙ୍ଗପଡା ଉତ୍ତର (ଆସାମ) ଜନ ସାଧାରଣ ସାପ୍ତାହିକ ଅଣ ସଂରକ୍ଷିତ ବିଶେଷ ଟ୍ରେନ:

08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି 12ଘ.10ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10 ଘଟିକାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ପ୍ରଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ରଙ୍ଗପଡା ଉତ୍ତର ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05ଘ.15ମି. ରେ ଛାଡି ବୁଧବାର ଦିନ ଅପରାହ୍ନ 03ଘ.35ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ। ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

କେତେକ ବିଶେଷ ଟ୍ରେନ ଚଳାଚଳର ସେବା ବୃଦ୍ଧି:

A: ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ:

ପ୍ରତି ଶୁକ୍ରବାର ଦିନ ସାନ୍ତ୍ରାଗଛି ଛାଡୁଥିବା ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ଛାଡୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ସେବାକୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

B. ଭଞ୍ଜପୁର (ବାରିପଦା) -ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ:

ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡୁଥିବା 08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ ସେବାକୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

C. ବିଶାଖାପାଟନମ୍-ବନାରସ-ବିଶାଖାପାଟନମ୍ ବିଶେଷ ଟ୍ରେନ:

08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

D. ପୂର୍ବରୁ ଘୋଷଣା କରାଯାଇଥିବା ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍:

ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ସେବା ଜାରି ରଖିଥିବା ପୂର୍ବରୁ ଘୋଷିତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ହେଉଛି ପୁରୀ-ପାଟନା-ପୁରୀ ସ୍ପେଶାଲ୍, ପାଟନା-ପୁରୀ-ପାଟନା ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ – ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ:

ଟ୍ରେନର ପରୀକ୍ଷାମୂଳକ ରହଣି:

ବିଭିନ୍ନ ଷ୍ଟେସନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ହେଉଛି …

15 ଜୁଲାଇ, 2023 ଠାରୁ 18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ କୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ଭୁବନେଶ୍ୱରରୁ 28 ଜୁନ୍ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ସତ୍ତେନାପଲ୍ଲୀ,ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ଭୁବନେଶ୍ୱରରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ପୁରୀ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17479 ପୁରୀ-ତିରୁପତି ଏକ୍ସପ୍ରେସ କୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

ବିଶାଖାପାଟନମ୍ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 12861 ବିଶାଖାପାଟନମ୍-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

ଭୁବନେଶ୍ଵର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରିବା ପାଇଁ ରେଳପଥ ପକ୍ଷରୁ ନିମ୍ନ ମତେ ନିଷ୍ପତ୍ତି ନିଆଯାଇଅଛି …

ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ :

02832 ଭୁବନେଶ୍ୱର-ଧାନବାଦ୍ ଦୈନନ୍ଦିନ ଚଳାଚଳ କରୁଥିବା ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱରରୁ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ଧାନବାଦରୁ 1 ସେପ୍ଟେମ୍ବର, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ପୁରୀ – ପାଟନା ବିଶେଷ ଟ୍ରେନ:

08439 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ପୁରୀରୁ 26 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08440 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ପାଟନା ଛାଡି 27 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

03230 ପାଟନା-ପୁରୀ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପାଟନା ଠାରୁ ବର୍ତ୍ତମାନ 31 ଅଗଷ୍ଟ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 03229 ପୁରୀ-ପାଟନା ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ 1 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ଭୁବନେଶ୍ୱର-ତିରୁପତି:

02809 ଭୁବନେଶ୍ୱରରୁ ତିରୁପତି ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ 29 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 02810 ତିରୁପତି-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଶନିବାର ଦିନ ତିରୁପତି ରୁ 30 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ବନାରସ୍:

08588 ବିଶାଖାପାଟନମ୍-ବନାରସ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 12 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08587 ବନାରସ-ବିଶାଖାପାଟନମ ସ୍ପେଶାଲ ବନାରସ ଠାରୁ 13 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ସିକନ୍ଦରାବାଦ:

08579 ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମରୁ 26 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08580 ସିକନ୍ଦରାବାଦ-ବିଶାଖାପାଟନମ ସ୍ପେଶାଲ ସିକନ୍ଦରାବାଦ ଠାରୁ 27 ଜୁଲାଇ 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ତିରୁପତି:

08583 ବିଶାଖାପାଟନମ୍-ତିରୁପତି ସ୍ପେଶାଲ୍ ଏକ୍ସପ୍ରେସ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ରୁ 31 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08584 ତିରୁପତି-ବିଶାଖାପାଟନମ ସ୍ପେଶାଲ ତିରୁପତିରୁ ଅଗଷ୍ଟ ପହିଲା 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ମେହବୁବନଗର:

08585 ବିଶାଖାପାଟନମ୍-ମେହବୁବନଗର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ 25 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ 08586 ମେହବୁବନଗର-ବିଶାଖାପାଟନମ ସ୍ପେଶାଲ ମେହବୁବନଗରରୁ 26 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ:

08543 ବିଶାଖାପାଟନମ-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ରବିବାର ଦିନ ବିଶାଖାପାଟନମରୁ 30 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ମାର୍ଗରେ ୦୮୫୪୪ ବେଙ୍ଗାଲୁରୁ କ୍ୟାଣ୍ଟ-ବିଶାଖାପାଟନମ ସ୍ପେଶାଲ ବେଙ୍ଗାଲୁରୁ କ୍ୟାଣ୍ଟ ଠାରୁ 31 ଜୁଲାଇ, 2023 ପର୍ଯ୍ୟନ୍ତ ଚଳାଚଳ କରିବ।

08915 ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ବିଶାଖାପାଟନମରୁ 1 ଜୁଲାଇ 2023 (ଶନିବାର) ଦିନ ଅପରାହ୍ନ 1ଘ.15 ମି ରେ ଛାଡି ବେଙ୍ଗାଲୁରୁ କ୍ୟାଣ୍ଟରେ ରବିବାର ୭ ଘଟିକାରେ ପହଞ୍ଚିବ। ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଦୃଷ୍ଟିରେ ରଖି ଏହାକୁ ଚଳାଯାଉଅଛି।

ପୂର୍ବତଟ ରେଳପଥରୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍:

ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ଜନ ସାଧାରଣ ସ୍ପେଶାଲ୍:

08562 ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ସ୍ପେଶାଲ୍ 30 ଜୁଲାଇ, 2023 ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ (ଶନିବାର ଦିନ ରାତ୍ରି 12ଘ.10ମି ) ବିଶାଖାପାଟନମ୍ ଠାରୁ ଛାଡି ସୋମବାର ଦିନ ପୂର୍ବାହ୍ନ 10 ଘଟିକାରେ ରଙ୍ଗପଡା ଉତ୍ତରରେ ପହଞ୍ଚିବ। ପ୍ରଫେରିବା ମାର୍ଗରେ 08561 ରଙ୍ଗପଡା ଉତ୍ତର-ବିଶାଖାପାଟନମ୍ ସ୍ପେଶାଲ୍ ପହିଲା ଅଗଷ୍ଟ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଭୋର 05ଘ.15ମି. ରେ ଛାଡି ବୁଧବାର ଦିନ ଅପରାହ୍ନ 03ଘ.35ମି.ରେ ବିଶାଖାପାଟନମ୍ ଠାରେ ପହଞ୍ଚିବ। ଏହି ଟ୍ରେନରେ ଉଭୟ ଦିଗରୁ ବିଶାଖାପାଟନମ୍ ଏବଂ ରଙ୍ଗପଡା ଉତ୍ତର ଷ୍ଟେସନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବାକୁ ଥିବାବେଳେ ଏଥିରେ ସାତୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ସମ୍ବଲପୁର-ଏରୋଡ:

08311 ସମ୍ବଲପୁର-ଏରୋଡ ସ୍ପେସିଆଲ ସମ୍ବଲପୁରରୁ 26 ଜୁଲାଇ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 10ଘ.55ମି.ରେ ଛାଡି ଗୁରୁବାର ଦିନ ସନ୍ଧ୍ୟା 07ଘ.50ମି.ରେ ଏରୋଡରେ ପହଞ୍ଚିବ। ଫେରିବା ମାର୍ଗରେ 08312 ଏରୋଡ-ସମ୍ବଲପୁର ସ୍ପେଶାଲ ଏରୋଡରୁ 28 ଜୁଲାଇ 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ 01ଘ.45ମି.ରେ ଛାଡି ଶନିବାର ଦିନ ରାତ୍ରି 09ଘ.15ମି.ରେ ସମ୍ବଲପୁରରେ ପହଞ୍ଚିବ। ଏହି ଟ୍ରେନ ଟିଟିଲାଗଡ-ରାୟାଗଡା-ବିଜୟନଗରମ ଷ୍ଟେସନ ମାର୍ଗ ଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ଉଭୟ ପାର୍ଶ୍ୱରୁ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-2 ଟାୟାର୍, ତିନିଟି ଏସି -3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଭୁବନେଶ୍ଵର: ଗତକାଲି ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ବିହାର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି, ଯେଉଁଠାରେ ଆୟୋଜିତ ଯୋଗ ଅଭ୍ୟାସରେ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ଯୋଗ ଅଭ୍ୟାସରେ ଯୋଗଦାନ କରିଥିଲେ।

ନିଜର ଏବଂ ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆନ୍ତର୍ଜାତୀୟ ଯୋଗ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଅ,ଛି ଯେଉଁଥିରେ ବହୁସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି ଏବଂ ଏହା ସର୍ବଭାରତୀୟ କଲ୍ୟାଣର ବାର୍ତ୍ତା ବୃଦ୍ଧି କରିବାକୁ ଯାଉଛି।  ସାମୂହିକ ଶକ୍ତି ସହିତ ଏକ ସୁସ୍ଥ ଏବଂ ଶାନ୍ତିପୂର୍ଣ୍ଣ ସମାଜ ସୃଷ୍ଟି କରିବାରେ ଯୋଗ ମଧ୍ୟ ଯୋଗଦାନ ଦେଉଛି।

ପୂର୍ବତଟ ରେଳପଥ ପରିସରରେ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ରେଳପଥର ସମସ୍ତ ରେଳ ମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ୱାଲଟିୟର ଠାରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା, କୋଚିଂ ଡିପୋ ଏବଂ ବିଭିନ୍ନ ଶାଖା କାର୍ଯ୍ୟାଳୟ ପରି ଅନ୍ୟ ରେଳ ପ୍ରତିଷ୍ଠାନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ପାଳନ କରିଥିଲେ।

ଏହି ଉତ୍ସବକୁ ଅନୁଧ୍ୟାନ କରି ମହାପ୍ରବନ୍ଧକ ମନୋଜ ଶର୍ମା ସୂଚନା ଦେଇ କହିଛନ୍ତି ଯେ ଯୋଗ ଏକ ସୁସ୍ଥ, ଶାରୀରିକ ଏବଂ ମାନସିକ ସ୍ତରରେ ରହିବା ପାଇଁ ସର୍ବୋତ୍ତମ ଉପାୟ ଅଟେ ଏବଂ ଉନ୍ନତ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଶାନ୍ତି ପାଇଁ ଯୋଗକୁ ନିୟମିତ ଅଭ୍ୟାସ କରିବାକୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଉପଦେଶ ଦେଇଥିଲେ।

ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ ମାନେ ମଧ୍ୟ ଏହାର ସଭାପତି ଦିବ୍ୟା ଶର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଉତ୍ସବକୁ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଟ୍ରେନ୍ ସେବା ହେବ ପ୍ରଭାବିତ

ଭୁବନେଶ୍ଵର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ସାମୟିକ ଭାବେ ପ୍ରଭାବିତ ହେବ। ପଢନ୍ତୁ ସଂପୂର୍ଣ୍ଣ ତାଲିକା….

ଟ୍ରେନ୍ ବାତିଲ୍:

A. 08441/08442 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 5 ଜୁନ୍ 2023 ରେ ବାତିଲ ରହିବ।

B. 08264 ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ।

C. 08277 ଟିଟିଲାଗଡ଼-ରାଇପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ।

D. 08171 / 08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ।

E. 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ।

F. 08263 ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ।

G. 08278 ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ରାୟପୁରରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ।

H. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 3 ଜୁନ୍ 2023।

I. 08275 ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ପେଶାଲ ରାୟପୁରରୁ 3 ଜୁନ୍ ଦିନ।

J. 08276 ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ଜୁନାଗଡ଼ ରୋଡ୍ଜୁ ରୁ 4 ଜୁନ୍ ଦିନ।

ଟ୍ରେନର ଆଂଶିକ ବାତିଲ୍:

A. 08263 ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 3 ଏବଂ 5 ଜୁନ୍ 2023 ରେ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ 08264 ବିଳାସପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଭାବରେ ସମ୍ବଲପୁରରୁ ଟିଟିଲାଗଡକୁ ଫେରିବ।

B. 08264 ବିଳାସପୁର-ଟିଟିଲାଗର ପାସେଞ୍ଜର ସ୍ପେସିଆଲ ବିଲାସପୁରରୁ 3 ଏବଂ 5 ଜୁନ୍ 2023 ରେ ବ୍ରଜରାଜନଗର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ 08263 ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ଭାବରେ ବ୍ରଜରାଜନଗରରୁ ବିଳାସପୁରକୁ ଫେରିବ।

C. ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ବ୍ରଜରାଜନଗର ମଧ୍ୟରେ ଏହି ଟ୍ରେନର ସେବା ବାତିଲ ରହିବ।

ଟ୍ରେନର ସମୟରେ ସାମୟିକ ପରିବର୍ତ୍ତନ :

A. 17016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ 4 ଜୁନ୍ 2023 ରେ ସିକନ୍ଦରାବାଦରୁ ଅପରାହ୍ନ 4ଘ.50ମି. ପରିବର୍ତ୍ତେ ସନ୍ଧ୍ୟା 8ଘ.50ମି.ରେ ଛାଡିବ।

B. 12840 ଚେନ୍ନାଇ-ହାଓଡ଼ା ମେଲ 4 ଜୁନ୍ 2023 ରେ ସନ୍ଧ୍ୟା 7ଘ.20ମି ପରିବର୍ତ୍ତେ ରାତ୍ରି 11ଘ.20ମି ଛାଡିବ।

C. 18048 ଭାସ୍କୋ ଡ଼ା ଗାମା-ହାଓଡ଼ା ଅମରାବତୀ ଏକ୍ସପ୍ରେସ 4 ଜୁନ୍ 2023 ରେ ଭାସ୍କୋରୁ ସକାଳ 6ଘ.30ମି ପରିବର୍ତ୍ତେ ପୂର୍ବାହ୍ନ 10ଘ.30ମିରେ ଛାଡିବ।

D. 12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ 3 ଜୁନ୍ ରେ ବିଶାଖାପାଟନମ୍ ରୁ ପୂର୍ବାହ୍ନ 9ଘ.20ମିରେ ପରିବର୍ତ୍ତେ 10ଘ.20ମିରେ ଛାଡିବ।

E. 20808 ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ 3 ଜୁନ୍ ରାତ୍ରି 11ଘ.55ମି ପରିବର୍ତ୍ତେ 4 ଜୁନ୍ ଭୋର 4ଘ.55ମିରେ ଛାଡିବ।

F. 18125 ରାଉରକେଲା-ପୁରୀ ଏକ୍ସପ୍ରେସ 3, 5 ଏବଂ 7 ଜୁନ୍ 2023 ରେ ରାଉରକେଲାରୁ ପୂର୍ବାହ୍ନ 8ଘ.05ମି ପରିବର୍ତ୍ତେ ପୂର୍ବାହ୍ନ 10ଘ.05ମିରେ ଛାଡିବ।

ଟ୍ରେନର ନିୟନ୍ତ୍ରଣ:

20808 ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 31 ମଇ ଦିନ ଛାଡିଥିବା, ୨୨୮୪୦ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ 2 ତାରିଖ ଦିନ, 20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ ରମେଶ୍ୱରମରୁ 4 ଜୁନ୍ ଦିନ ଏବଂ 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 4 ଜୁନ୍ 2023 ରେ ବାଙ୍ଗାଲୋରରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ କିଛି ମିନିଟ୍ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ।

Categories
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି।

ଭୁବନେଶ୍ୱର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପିଲାମାନେ ଯୋଗଦାନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବୁଣାବୁଣି, ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ଯୋଗ୍ୟ ତାଲିମପ୍ରାପ୍ତ ପ୍ରସିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଯୋଗଦାନ କରି ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ।  ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଯୋଡ଼ିହେବା ପାଇଁ ଏକ ବିଶେଷ ସମୟ ପାଇଛନ୍ତି ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିଛନ୍ତି। ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଅନେକ ଆମୋଦ ବିନୋଦନ କାର୍ଯ୍ୟ ଶିଖିପାରିଛନ୍ତି ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ବିକଶିତ କରିପାରିଛନ୍ତି।

ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଏହି ସମାବର୍ତ୍ତନ ଉତ୍ସବକୁ ପରିଚାଳନା କରିଥିବାବେଳେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳବାଇର ଘୋଷଣା, କେତେକ ଟ୍ରେନ ବାତିଲ ସହ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ବର: ପୂର୍ବତଟ ରେଳବାଇର କେତେକ ଲାଇନରେ ଆଧୁନିକକରଣ ପାଇଁ କେତେକ ଟ୍ରେନକୁ ଆଶିଂକ ବାତିଲ କରାଯାଇଛି। ସେହିପରି କେତେକ ଟ୍ରେନର ସମୟରେ ପରିବର୍ତ୍ତନ ସହିତ ରୁଟ ପରିବର୍ତ୍ତନ ମଧ୍ୟ କରାଯାଇଛି। ପୂର୍ବତଟ ରେଳପଥର ଘୋଷଣା ଅନୁଯାୟୀ ନିମ୍ନ ଟ୍ରେନରେ ହେଲା ପରିବର୍ତ୍ତନ।

ଟ୍ରେନର ସମୟରେ ସାମୟିକ ପରିବର୍ତନ :

● 24.05.2023 ଦିନ 20472 ପୁରୀ-ବିକାନେର ଏକ୍ସପ୍ରେସ ଏହାର ନିର୍ଧାରିତ ସମୟ ସକାଳ 06ଘ.35ମି. ପରିବର୍ତ୍ତେ ପୁରୀରୁ ସକାଳ 08ଘ.35ମି. ରେ ଛାଡିବ।

● 23.05.2023 ଦିନ 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ ଏହାର ନିର୍ଧାରିତ ସମୟ ଅପରାହ୍ନ 03ଘଟୀକା ପରିବର୍ତ୍ତେ ଇନ୍ଦୋରରୁ ସନ୍ଧ୍ୟା 05ଘଟିକାରେ ଛାଡିବ।

● 24.05.2023 ଦିନ 18311 ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ସମ୍ବଲପୁରରୁ ଏହାର ନିର୍ଧାରିତ ସମୟ ଅପରାହ୍ନ 01ଘ.05ମି. ପରିବର୍ତ୍ତେ ଅପରାହ୍ନ 03ଘ.50ମି.ରେ ଛାଡିବ

● 23.05.2023 ଦିନ 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ ସକାଳ 05ଘ.35ମି. ପରିବର୍ତ୍ତେ ପୂର୍ବାହ୍ନ 09ଘ.20ମି.ରେ ଛାଡିବ।

ଟ୍ରେନ୍ ବାତିଲ୍:

● 24.05.2023 ଦିନ ଉଭୟ ଦିଗରୁ 18125/18126 ରାଉରକେଲା-ପୁରୀ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ।

● 24.05.2023 ଦିନ ଉଭୟ ଦିଗରୁ 18107/18108 ରାଉରକେଲା-ଜଗଦଳପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ।

ଟ୍ରେନର ଆଂଶିକ ବାତିଲ୍:

● 23.05.2023 ଦିନ ଏବଂ 25 ରୁ 30.05.2023 ମଧ୍ୟରେ 18125/18126 ରାଉରକେଲା-ପୁରୀ ରାଉରକେଲା ଏକ୍ସପ୍ରେସ ଉଭୟ ଦିଗରୁ ପୁରୀ ଏବଂ ସମ୍ବଲପୁର ମଧ୍ୟରେ ବାତିଲ ରହିବ।

● 23.05.2023 ରୁ 30.05.2023 ପର୍ଯ୍ୟନ୍ତ 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ଜୁଜୋମୁରା ଏବଂ ବାଲାଙ୍ଗୀର ମଧ୍ୟରେ ବାତିଲ ରହିବ।

● 24.05.2023 ଦିନ ହାଓଡ଼ାରୁ ଛାଡ଼ିବାକୁଥିବା 12871 ହାଓଡ଼ା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ଚକ୍ରଧରପୁର ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଚକ୍ରଧରପୁରରୁ ହାଓଡ଼ାକୁ ଏକ ସ୍ୱତନ୍ତ୍ର ଟ୍ରେନ ଭାବରେ 22862 କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ମାର୍ଗରେ ଫେରିବ।

● 24.05.2023 ଦିନ କାଣ୍ଟାବାଞ୍ଜୀରୁ 22862 କାଣ୍ଟାବାଞ୍ଜୀ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଝାରସୁଗୁଡା ପର୍ଯ୍ୟନ୍ତ ଚାଲିବ ଏବଂ 12871 ହାଓଡ଼ା-ଟିଟିଲାଗଡ ଇସ୍ପାଟ ଏକ୍ସପ୍ରେସ ମାର୍ଗରେ ଝାରସୁଗୁଡାରୁ ଟିଟିଲାଗଡକୁ ଫେରିବ।

● 18452 ପୁରୀ-ହଟିଆ ତାପସ୍ୱିନୀ ଏକ୍ସପ୍ରେସ 23.05.2023 ରେ ସମ୍ବଲପୁର ପର୍ଯ୍ୟନ୍ତ ଚାଲିବ ଏବଂ 24.05.2023 ରେ 18451 ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ଭାବରେ ସମ୍ବଲପୁରରୁ ପୁରୀକୁ ଫେରିବ। 18451/18452 ପୁରୀ-ହଟିଆ-ପୁରୀ ତପସ୍ୱିନି ଏକ୍ସପ୍ରେସର ସେବା ସମ୍ବଲପୁର-ହାଟିଆ-ସମ୍ବଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ହୋଇ ରହିବ।

ଟ୍ରେନର ଡାଇଭର୍ସନ:

● 20817/20818 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ 27.05.2023 ରେ ଭୁବନେଶ୍ୱରରୁ ଏବଂ 28.05.2023 ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର-ଯଖପୁରା-ଜେରୋଲି-ରାଜଖରସୁଆଁ ମାର୍ଗ ଦେଇ ଯାତାୟାତ କରିବ ଏବଂ ଏହା ଭୁବନେଶ୍ୱର-ସମ୍ବଲପୁର ଶିରି-ଝାରସୁଗୁଡା ମାର୍ଗରେ ଯିବା ନାହିଁ।

● 20807 ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ 27.05.2023 ରେ ବିଜୟନଗରମ-ଭୁବନେଶ୍ୱର-ସମ୍ବଲପୁର ପରିବର୍ତ୍ତେ ବିଜୟନଗରମ-ଟିଟିଲାଗଡ-ସମ୍ବଲପୁର ମାର୍ଗରେ ଯାତ୍ରା କରିବ।

ଟ୍ରେନର ନିୟନ୍ତ୍ରଣ :

● 23.05.2023 ରେ ବାଙ୍ଗାଲୋରରୁ ଛାଡ଼ିବାକୁଥିବା 12836 ବାଙ୍ଗାଲୋର-ହଟିଆ ଏକ୍ସପ୍ରେସ ଆଧୁନିକୀକରଣ କାର୍ଯ୍ୟ ପାଇଁ ଉପଯୁକ୍ତ ମାର୍ଗରେ ନିୟନ୍ତ୍ରିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ଵର: ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ କରାଯାଇ ଅଛି।

ଇକୋରୋ ର ସଭାପତି ଦିବ୍ୟା ଶର୍ମା ସଂଗଠନର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ଶିବିରର ଉଦଘାଟନ କରିଥିଲେ ଏବଂ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ। ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଖେଳିବା ପାଇଁ ଏକ ବିଶେଷ ସମୟ ପାଇବେ ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିବେ। ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଶିଖିପାରିବେ ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ଅନୁସନ୍ଧାନ କରିବା ସହିତ ନିଜକୁ ବିକଶିତ କରିପାରିବେ।

ଏହି ଶିବିରରେ ପିଲାମାନେ ପୃଥକ ଭାବରେ ଯୋଗ ଏବଂ ଧ୍ୟାନ, ଏରୋବିକ୍ସ ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟ ଯେପରିକି ଚିତ୍ର, କଳା ଏବଂ ହସ୍ତଶିଳ୍ପ ଇତ୍ୟାଦି, ସଙ୍ଗୀତ, ନୃତ୍ୟ ମଧ୍ୟ ପିଲାମାନଙ୍କୁ ଏହି ପ୍ରଶସ୍ତ ପ୍ଲାଟଫର୍ମରେ ସେମାନଙ୍କର ଅନ୍ତର୍ନିହିତ ଗୁଣଗୁଡିକ ପ୍ରକାଶ କରିବାକୁ ଶିକ୍ଷା ଦିଆଯିବ। ଉପରୋକ୍ତ ବ୍ୟତୀତ ପିଲାମାନେ ଦିନକୁ ଦିନ ନିଜ ଜୀବନକୁ ବଜାୟ ରଖିବା ପାଇଁ ସେଲଫ୍ ଡିଫେନ୍ସ ଏବଂ ଫାୟାରଲେସ୍ ରନ୍ଧନ ଶିଖିବେ।

ଏହି ଗ୍ରୀଷ୍ମ ଶିବିରରେ ରେଳ କର୍ମଚାରୀଙ୍କ ପ୍ରାୟ ୫୨ ପିଲା ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ପ୍ରଶିକ୍ଷକମାନେ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର-ଭଦ୍ରକ୍ ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ​ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି।

ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ଷ୍ଟେସନ ମାନଙ୍କରେ ଭିତ୍ତିଭୂମି ସମ୍ବନ୍ଧୀୟ ତଥା ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ଯାତାୟତ ସୁବିଧା ସମୀକ୍ଷା କରିଥିଲେ ଏବଂ ଟ୍ରେନ୍ ଚଳାଚଳ ସୁଗମ ତଥା ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ତଥା ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଳବାଇ ବୋର୍ଡ ସଦସ୍ୟ ଇନଫ୍ରାଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟ ଦକ୍ଷତା ସମୀକ୍ଷା

 ଭୁବନେଶ୍ଵର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ।

ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାଧାରଣ ଜନତାଙ୍କ ସହିତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ଏହି ପ୍ରସ୍ତାବିତ ବିଶ୍ଵସ୍ତରୀୟ ଷ୍ଟେସନ ଗୁଡିକରେ ଯାତ୍ରୀ ସୁବିଧା ଓ ପରିସେବା ଯୋଗାଇଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଶୀଘ୍ର ସମାପ୍ତି ସହିତ ବିଶେଷକରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପାଇଁ ଧ୍ୟାନ ଦେବାକୁ ଶ୍ରୀ ସୁନକର ଅଧିକାରୀମାନଙ୍କୁ କହିଛନ୍ତି।

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ତେଣୁ, ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଶ୍ରୀ ସୁନକର କହିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଯଥା ମୁଖ୍ୟ ପ୍ରଶାସକ/ନିର୍ମାଣ, ପ୍ରମୁଖ ଯନ୍ତ୍ରି, ପ୍ରମୁଖ ପରିଚାଳନା ପ୍ରବନ୍ଧକ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ, ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରି, ପ୍ରମୁଖ ସାଙ୍କେତିକ ଓ ଟେଲିଯୋଗାଯୋଗ ଯନ୍ତ୍ରି ଏବଂ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ପ୍ରଭୁତି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳବାଇ ବୋର୍ଡ ସଦସ୍ୟ ଭିତ୍ତିଭୂମି ବିକାଶଙ୍କ ଦ୍ୱାରା ପୂର୍ବତଟ ରେଳପଥ କାର୍ଯ୍ୟଦକ୍ଷତା ସମୀକ୍ଷା

ଭୁବନେଶ୍ବର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ଶ୍ରୀ ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।

ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ।

ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାଧାରଣ ଜନତାଙ୍କ ସହିତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ଏହି ପ୍ରସ୍ତାବିତ ବିଶ୍ଵସ୍ତରୀୟ ଷ୍ଟେସନ ଗୁଡିକରେ ଯାତ୍ରୀ ସୁବିଧା ଓ ପରିସେବା ଯୋଗାଇଦେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପର ଶୀଘ୍ର ସମାପ୍ତି ସହିତ ବିଶେଷକରି ଯାତ୍ରୀ କେନ୍ଦ୍ରିକ ସୁବିଧାଗୁଡ଼ିକ ପାଇଁ ଧ୍ୟାନ ଦେବାକୁ ଶ୍ରୀ ସୁନକର ଅଧିକାରୀମାନଙ୍କୁ କହିଛନ୍ତି।

ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ତେଣୁ, ଧାର୍ଯ୍ୟ ଅବଧିରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ଶ୍ରୀ ସୁନକର କହିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଯଥା ମୁଖ୍ୟ ପ୍ରଶାସକ / ନିର୍ମାଣ, ପ୍ରମୁଖ ଯନ୍ତ୍ରି, ପ୍ରମୁଖ ପରିଚାଳନା ପ୍ରବନ୍ଧକ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ, ପ୍ରମୁଖ ବୈଦ୍ୟୁତିକ ଯନ୍ତ୍ରି, ପ୍ରମୁଖ ସାଙ୍କେତିକ ଓ ଟେଲିଯୋଗାଯୋଗ ଯନ୍ତ୍ରି ଏବଂ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ପ୍ରଭୁତି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ବରେ ଡ଼ଃ. ବି.ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା।

ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରିବାସ୍ତବ ଏବଂ ସମସ୍ତ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବାବା ସାହେବ ଆମ୍ବେଦକରଙ୍କୁ ପୁଷ୍ପ ଦ୍ଵାରା ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଏହି ଉତ୍ସବକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

 ପୁରୀ: ରେଳ ଓ କପଡା ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଆଜି ପୁରୀ ଗସ୍ତରେ ଆସି ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ରେଳବାଇ ଅଧିକାରୀମାନଙ୍କ ସହ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀମତୀ ଜରଦୋଶ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ।  ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ବିଶେଷ ଭାବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀମତୀ ଜରଦୋଶ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ସମସ୍ତ ପ୍ରକାର ଯାତ୍ରୀ ବିଶେଷ କରି ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଛନ୍ତି। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ଜରଦୋଶ କହିଛନ୍ତି ଯେ ପୁରୀ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ଏବଂ ଏଥିରେ ଜଗନ୍ନାଥ ମନ୍ଦିରର ଛାପ ଦିଆଯିବ ଓ ନିର୍ମାଣ କାର୍ଯ୍ୟ ସମୟରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯାଉଅଛି।

ସମୀକ୍ଷା ବୈଠକରେ ଶ୍ରୀମତୀ ଜରଦୋଶ ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ରେଳପଥ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ଆଠ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଆଠ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି। ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ସତର୍କତା ହେତୁ ପ୍ରମୁଖ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ଉଭୟ ମାନବ ଜୀବନ ଏବଂ ଟ୍ରେନ୍ ଚଳାଚଳ କରାଇବା ସେମାନଙ୍କ ଦ୍ୱାରା ସୁନିଶ୍ଚିତ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉପରୋକ୍ତ କର୍ମଚାରୀ ମାନଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ, ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡର କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଜରପଡା ନିକଟରେ ହାତୀ ମୃତ୍ୟୁ ମାମଲା: ମତ ରଖିଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ହେତୁ ଏକ ହାତୀ ପ୍ରାଣ ହରାଇଥିଲା। କିଛି ଗଣମାଧ୍ୟମ ପ୍ରକାଶ କରିଛନ୍ତି ଯେ, ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଘଟଣା ଘଟିଛି।

ଏଠାରେ ଉଲ୍ଲେଖ କରାଯାଉଛି ଯେ, ସମ୍ବଲପୁର ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ମୁଖ୍ୟାଳୟରେ ୱାଇଲ୍ଡ ଲାଇଫ କଣ୍ଟ୍ରୋଲ ସେଲ କାର୍ଯ୍ୟ କରୁଛି, ଯାହା ହାତୀମାନଙ୍କର ଗତିବିଧି ସମ୍ବନ୍ଧରେ ବିଶେଷ ଭାବେ ଟ୍ରେନ ଲାଇନ ପାଖରେ ହାତୀ ମାନଙ୍କର ଚଳପ୍ରଚଳ ବିଷୟରେ ରେଳ ମଣ୍ଡଳ କଣ୍ଟ୍ରୋଲକୁ ସୂଚନା ପ୍ରଦାନ କରିଥାଏ। ଯାହା ଦ୍ୱାରା ରେଲୱେ ଟ୍ରାକରେ ବନ୍ୟଜନ୍ତୁଙ୍କ ଗତିବିଧି ସୁରକ୍ଷିତ ରହିବେ। ବନ୍ୟ ଜନ୍ତୁ ମାନଙ୍କର ଚଳପ୍ରଚଳ ବିଶେଷ ଭାବେ ଟ୍ରେନ ଟ୍ରାକ୍ ପାଖରେ ହାତୀ ଗତିବିଧିକୁ ନଜର ଦେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପୂର୍ବତଟ ରେଳପଥ ଟ୍ରେନ ଗୁଡିକର ବେଗକୁ କମ କରାଇବା ସହିତ ହର୍ନ ବଜାଇଥାଏ ଯାହାଦ୍ୱାରା ବନ୍ୟଜନ୍ତୁ ଏବଂ ଟ୍ରେନ୍ ଦ୍ୱନ୍ଦ୍ୱକୁ ଏଡ଼ାଇ ଦିଆଯାଇ ପାରିବ।

ଏହି ନିର୍ଦ୍ଦିଷ୍ଟ ଘଟଣାରେ, ସମ୍ବଲପୁର ରେଳ ମଣ୍ଡଳ ଠାରେ ଅବସ୍ଥିତ ବନ ବିଭାଗ ଦ୍ୱାରା ପରିଚାଳିତ ୱାଇଲ୍ଡ ଲାଇଫ୍ କଣ୍ଟ୍ରୋଲ୍ ସେଲ୍ 06.04.2023 ସନ୍ଧ୍ୟା 06ଘ.30ମି.ରେ ଟ୍ରେନ୍ ଚଳାଚଳର ପ୍ରତିବନ୍ଧକ ସମ୍ବନ୍ଧରେ ରେଳ ମଣ୍ଡଳର ଟ୍ରେନ କଣ୍ଟ୍ରୋଲ କାର୍ଯ୍ୟାଳୟକୁ ଏକ ମେମୋ ଦ୍ୱାରା ଜଣାଇ ଉଲ୍ଲେଖ କରିଥିଲେ ଯେ ହାତୀ ଗତିବିଧିକୁ ଦୃଷ୍ଟିରେ ରଖି ବଇଣ୍ଡା ଏବଂ ଜାରପଡା ଷ୍ଟେସନ୍ ମଧ୍ୟରେ 06.04.2023 ସନ୍ଧ୍ୟା 06.30ରୁ 07.04.2023 ସକାଳ 06.30 ପର୍ଯ୍ୟନ୍ତ କି.ମି. 125/00 ରୁ 131/00 ମଧ୍ୟରେ ଟ୍ରେନ୍ ସର୍ବାଧିକ 50Kmph ବେଗରେ ଚଳାଚଳ ସୀମିତ ରହିବା ଉଚିତ୍।

ଏହି ସୂଚନା ପାଇବା ପରେ ରେଳବାଇ ଆବଶ୍ୟକ ପଦକ୍ଷେପ ନେଇଥିଲା ଏବଂ ଲୋକୋ ପାଇଲଟଙ୍କୁ ଏହି ସମ୍ବନ୍ଧରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଜଣାଯାଇଥିଲା। ଯାହାଦ୍ୱାରା ସେ ସତର୍କତା ଆଦେଶ ମାଧ୍ୟମରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିଥିଲେ। ତେବେ ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଜଙ୍ଗଲ ବିଭାଗର ମେମୋ ଅନୁଯାୟୀ ଏହି ଦୁର୍ଭାଗ୍ୟଜନକ ଘଟଣା ଉପରୋକ୍ତ ଅଞ୍ଚଳ ବାହାରେ ଅର୍ଥାତ କି.ମି. 131/23-25 ମଧ୍ୟରେ ରାତ୍ରି ପ୍ରାୟ 9ଘ.21ମି.ରେ ଘଟିଛି। 20832 ସମ୍ବଲପୁର-ଶାଲୀମାର ମହିମା ଗୋସାଇଁ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ ରେଳ ସେକ୍ସନର ବଇଣ୍ଡା ଠାରୁ ଜରପଡା ରେଳ ଷ୍ଟେସନ ମଧ୍ୟରେ ଉପରୋକ୍ତ ବେଗ ସୀମା ବଜାୟ ରଖିବା ସହିତ ହର୍ନ ବଜାଇବା ଏବଂ ସମସ୍ତ ସତର୍କତା ନିର୍ଦ୍ଦେଶ ପାଳନ କରାଯାଇଥିଲା।

ଏହି ଘଟଣା ପରେ ଲୋକୋ-ପାଇଲଟ୍ ଘଟଣାସ୍ଥଳ ଯାଞ୍ଚ କରି ରାତ୍ରି 9ଘ.49ମି.ରେ ଜରପଡା ଷ୍ଟେସନକୁ ଯାଇ 9ଘ.52ମି.ରେ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ, ରେଳ ଟ୍ରାକ୍ ଯାଞ୍ଚ କରାଯାଇଥିଲା ଏବଂ ରାତ୍ରି 10ଘ.33ମି.ରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା।

7 ଏପ୍ରିଲ 2023 ରେ ରେଳ ଟ୍ରାକରୁ ହାତୀର ମୃତଦେହକୁ ହଟାଇବା ପାଇଁ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏଥିପାଇଁ ଟ୍ରେନ୍ ଟ୍ରାଫିକ୍ ମୁଭମେଣ୍ଟ ବ୍ଲକକୁ ଅପରାହ୍ନ 2ଘ.45ମି.ରୁ ଅପରାହ୍ନ 3ଘ.10ମି.ପର୍ଯ୍ୟନ୍ତ ନିଆଯାଇଥିଲା।

ପୂର୍ବତଟ ରେଳପଥ ହାତୀ ମୃତ୍ୟୁର ଦୁର୍ଭାଗ୍ୟଜନକ ଘଟଣାକୁ ଗୁରୁତର ସହ ନେଇଥାଏ ଏବଂ ଉପରିସ୍ଥ ପରିଚାଳନା ସ୍ତରରେ ଏହାକୁ ତଦାରଖ କରାଯାଇଥାଏ। ବନ ବିଭାଗ ସହିତ ସଠିକ୍ ସମନ୍ୱୟ ପାଇଁ ଯୋଗାଯୋଗର ସମସ୍ତ ବ୍ୟବସ୍ଥା ଖୋଲା ଅଛି ଏବଂ ରେଳ ବ୍ୟବସ୍ଥାରେ ସମନ୍ୱୟର ଅଭାବ ନାହିଁ।

ଏଠାରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏହି ଦୁର୍ଘଟଣା ପାଇଁ କୌଣସି ଯାତ୍ରୀଙ୍କ ମୃତ୍ୟୁ କିମ୍ବା ଆଘାତ ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ହାତୀ ଗତିବିଧି ସମ୍ବନ୍ଧୀୟ ସୂଚନା ପାଇବା ପରେ ପୂର୍ବ ତଟ ରେଳବାଇ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଥିଲା।

ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଜଙ୍ଗଲ ବିଭାଗ ସହିତ ସଠିକ୍ ସମନ୍ୱୟ ଯୋଗୁଁ, ପୂର୍ବତଟ ରେଳପଥ ବହୁ ପୂର୍ବରୁ ହାତୀମାନଙ୍କ ସତର୍କତା ଆଦେଶ ପାଳନ କରିଆସୁଛି, ଯେଉଁଠାରେ ହାତୀମାନଙ୍କର ସୁରକ୍ଷିତ ଗତି ପାଇଁ ଟ୍ରେନର ଗତି ସୀମିତ କରା ଯାଇଛି।  ପୂର୍ବତଟ ରେଳପଥ ପରିସୀମାର ଅନେକ ସ୍ଥାନରେ ହାତୀ ସତର୍କତା ନିର୍ଦ୍ଦେଶ ରହିଛି, ଯେପରିକି ଖୋର୍ଦ୍ଧା ରୋଡ୍-ବ୍ରହ୍ମପୁର ରେଳ ସେକ୍ସନ, ନରାଜ-ରାଜଆଠଗଡ଼ ସେକ୍ସନ, ରାଜଆଠଗଡ଼-ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନ ଯେଉଁଠାରେ ପୂର୍ବତଟ ରେଳପଥ ପରିସୀମାର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ରେଳ ବିଭାଗ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଜଙ୍ଗଲ ବିଭାଗ ସହିତ ସମନ୍ୱୟ ରକ୍ଷା କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବ ପୂର୍ବତଟ ରେଳପଥର ଏହି ସବୁ ଟ୍ରେନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି…

ଟ୍ରେନର ମାର୍ଗ ପରିବର୍ତ୍ତନ:

A. 18477/18478 ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 7 ଏପ୍ରିଲରେ ଏବଂ ଋଷିକେଶରୁ 6 ଓ 7 ଏପ୍ରିଲ 2023ରେ ଏହାର ନିର୍ଦ୍ଧାରିତ ମାର୍ଗ ଝାରସୁଗୁଡା-ରାଉରକେଲା-ଟାଟା-ହିଜୀଲୀ-ଭଦ୍ରକ ମାର୍ଗ ପରିବେର୍ତ୍ତେ ଉଭୟ ପାର୍ଶ୍ୱରୁ ଇବ-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ।

ଟ୍ରେନ୍ ବାତିଲ୍:

A. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 6 ଏପ୍ରିଲ, 2023 ରେ ନୂଆଦିଲ୍ଲୀ ଠାରୁ ବାତିଲ ରହିବ।

B. 12820 ଆନନ୍ଦ ବିହାର (ନୂଆଦିଲ୍ଲୀ)-ଭୁବନେଶ୍ୱର ଓଡ଼ିଶା ସାମ୍ପାର୍କ କ୍ରାନ୍ତି ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଆନନ୍ଦ ବିହାରରୁ ବାତିଲ ରହିବ।

C. 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 09.04.2023 ରେ ଋଷିକେଶରୁ ବାତିଲ ରହିବ।

D. 22861 / 22862 ହାଓଡ଼ା-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

E. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଭୁବନେଶ୍ୱରରୁ ବାତିଲ ରହିବ।

F. 12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀ ନୀଳାଚଳ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

G.18005 / 08006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

H. 12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

I. 15630 ସିଲଘାଟ ଟାଉନ୍ (ଆସାମ) – ତାମ୍ବରମ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ସିଲଘାଟ ଟାଉନ୍ରୁ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ଜୋନ୍ ତାଲିକାର ଶୀର୍ଷରେ ପୂର୍ବତଟ ରେଳପଥ

ଭୁବନେଶ୍ଵର: ଭାରତୀୟ ରେଳପଥରେ ପୂର୍ବତଟ ରେଳପଥ ଚଳିତ ୨୦୨୨-୨୩ର ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ପରିବହନ କ୍ଷେତ୍ରରେ ଏପରି କରିବାରେ ପୂର୍ବତଟ ରେଳପଥ ପ୍ରଥମ ଜୋନ୍ ଭାବେ ଭାରତୀୟ ରେଳରେ ଇତିହାସ ସୃଷ୍ଟି କରିଛି।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପୂର୍ବତଟ ରେଳପଥ ୯.୩୭ ମିଲିଅନ୍ ଟନ୍ ଅଧିକ ପଣ୍ୟ ପରିବହନ କରିଛି । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୩୨.୧୩ ମିଲିଅନ ଟନ୍ ପଣ୍ୟ ପରିବହନ କରିଥିଲା।

ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳର ଏକମାତ୍ର ରେଳପଥ ଯାହା ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ୨୨୦ ମିଲିଅନ୍ ଟନ୍‌, ୨୩୦ ମିଲିଅନ୍ ଟନ୍ ଏବଂ ୨୪୦ ମିଲିଅନ୍ ଟନ୍ ପଣ୍ୟ ପରିବହନର ମାଇଲଷ୍ଟୋନକୁ ଅତିକ୍ରମ କରିଛି। ଭାରତୀୟ ରେଳ ମନ୍ତ୍ରଣାଳୟ ପୂର୍ବତଟ ରେଳପଥ ପାଇଁ ୨୪୦.୬୦ ମିଲିଅନ୍ ଟନ୍ ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ସଫଳତାର ସହ ଏହି ଲକ୍ଷ୍ୟ ହାସଲ ହୋଇଛି।

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ଦୈନିକ ହାରାହାରି ୧୦ ହଜାର ୱାଗନ ଉପରେ ଏହାର ସର୍ବଶ୍ରେଷ୍ଠ ଲୋଡିଂ କରିପାରିଛି। ଜନତାଙ୍କ ବିରୋଧ ଓ ଆନ୍ଦୋଳନ, ଲୋଡିଂ ଓ ଅନଲୋଡିଂରେ ଶ୍ରମିକଙ୍କ ସମସ୍ୟା, ମାଓବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ରେଳ ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ଅନେକ ସମସ୍ୟା ଏବଂ ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ପୂର୍ବତଟ ରେଳପଥର ଏହା ଏକ ଉଲ୍ଲେଖନୀୟ ପ୍ରଦର୍ଶନ।

ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ଉପଯୁକ୍ତ ତଥା ପ୍ରମୁଖ ହସ୍ତକ୍ଷେପ ଦ୍ୱାରା ଗତ ବର୍ଷର ଲୋଡିଂକୁ ଅତିକ୍ରମ କରିବା ଏବଂ ଚଳିତ ବର୍ଷର ଧାର୍ଯ୍ୟ ଲୋଡିଂର ଲକ୍ଷ୍ୟକୁ ପୂରଣ କରି ଏହାକୁ ଫାଷ୍ଟ ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ଉପରୋକ୍ତ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କୋଇଲା ହେଉଛି ପୂୂର୍ବତଟ ରେଳପଥ ଦ୍ୱାରା ପରିବାହିତ ମୁଖ୍ୟ ପଣ୍ୟଦ୍ରବ୍ୟ, ଯାହା ପ୍ରାୟ ୧୪୯.୬୪ ମିଲିଅନ ଟନ୍‌ର। କୋଇଲା ପରେ ୨୫.୫୬ ମିଲିଅନ ଟନ୍‌ର ଲୁହା, ୧୯.୩୩ ମିଲିଅନ ଟନ୍‌ର ଷ୍ଟିଲ୍‌, ୫.୯୦ ମିଲିଅନ ଟନ୍‌ର ଫର୍ଟିଲାଇଜର କଣ୍ଟେନର୍‌, ଷ୍ଟିଲ୍ ପ୍ଲାଣ୍ଟ ପାଇଁ ୭.୭୯ ମିଲିଅନ ଟନ୍‌ର କଞ୍ଚା ପଣ୍ୟ ପରିବହନ ହୋଇଛି।

ଭାରତର ୬୮ଟି ଡିଭିଜନ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜିନ ଏବଂ ୱାଲ୍ଟେର ଡିଭିଜନ ପଣ୍ୟ ପରିବହନରେ ଯଥାକ୍ରମେ ତୃତୀୟ ଏବଂ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ଖୋର୍ଦ୍ଧା ରୋଡ୍ ଡିଭିଜନରେ ୧୫୫.୩୪ ମିଲିଅନ ଟନ୍‌, ୱାଲ୍ଟେର ଡିଭିଜନରେ ୬୯.୬୩ ମିଲିଅନ ଟନ୍ ଏବଂ ସମ୍ବଲପୁର ଡିଭିଜନରେ ୧୬.୫୪ ମିଲିଅନ୍ ଟନ୍ ପଣ୍ୟ ପରିବହନ କରାଯାଇଛି, ଯାହା ଦ୍ୱାରା ଏହି ରେକର୍ଡ ସମ୍ଭବପର ହୋଇପାରିଛି।

ଗତ ଆର୍ଥିକ ବର୍ଷରେ ଭାରତୀୟ ରେଳର ମୋଟ୍ ଲୋଡିଂ ୧୫୧୨.୦୭୩ ମିଲିଅନ ଟନ୍ ଉପରେ ପୂର୍ବତଟ ରେଳପଥର ୧୫ % ଯୋଗଦାନ ରହିଛି। ପୂର୍ବତଟ ରେଳପଥ ପରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଚଳିତ ଆର୍ଥିକ ବର୍ଷରେ ୨୧୪.୫୮ ମିଲିଅନ ଟନ୍ ପରିବହନ କରି ଦ୍ୱିତୀୟ ସର୍ବାଧିକ ଲୋଡିଂ ଜୋନ୍ ହୋଇଥିବା ବେଳେ ଦକ୍ଷିଣ ପୂର୍ବ ରେଳପଥ ତୃତୀୟ ସ୍ଥାନରେ ୨୦୨.୬୧ ମିଲିଅନ ଟନ୍ ଲୋଡିଂ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ୩ଟି ଡିଭିଜନର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ବ୍ୟତୀତ କୋଇଲା ଖଣି, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ, ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି ବୋଲି ଶ୍ରୀ ମନୋଜ ଶର୍ମା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ ବୋଝେଇରେ ଏକ ନୂତନ ମାଇଲ ଖୁଣ୍ଟ: 11 ଦିନ ପୂର୍ବରୁ ପୂର୍ବତଟ ରେଳପଥର ସଫଳତା ହାସଲ

ଭୁବନେଶ୍ଵର: ଚଳିତ 2022-23 ଆର୍ଥିକ ବର୍ଷ ଶେଷ ହେବାର 11 ଦିନ ପୂର୍ବରୁ ପୂର୍ବତଟ ରେଳପଥ (ଇକୋର) ପଣ୍ୟ ପରିବହନ କ୍ଷେତ୍ରରେ ଏହାର ପରିସୀମା ମଧ୍ୟରୁ 232.32 ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। 2021-22 ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ପୂର୍ବତଟ ରେଳପଥ 223.64 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ବେଳେ 2021-22 ଆର୍ଥିକ ବର୍ଷରେ ସମୁଦାୟ 232.13 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା।

ଏଠାରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବ ତଟ ରେଳପଥ ହେଉଛି ଏକମାତ୍ର ରେଳପଥ ଯାହାକି 220 ନିୟୁତ ଟନ୍ ଏବଂ 230 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିସାରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ 240 ନିୟୁତ ଟନ୍ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଦୃଢ ବିଶ୍ୱାସ ରଖିଛି। ପୂର୍ବ ତଟ ରେଳପଥ ପାଇଁ ଚଳିତ ଆର୍ଥିକ ବର୍ଷରେ 240.60 ନିୟୁତ ଟନ୍ ପଣ୍ୟ ବୋଝେଇ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ ଦେଇଛି।

ଏହି ବାବଦରେ ଆୟ କ୍ଷେତ୍ରରୁ ପୂର୍ବତଟ ରେଳପଥ 2022-23 ଆର୍ଥିକ ବର୍ଷରେ ଉପରୋକ୍ତ ସମୟ ମଧ୍ୟରେ ପଣ୍ୟ ବୋଝେଇରୁ 23872.69 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷରେ ଏହି ବାବଦରେ ସମୁଦାୟ ଆୟ 22184.85 କୋଟି ଟଙ୍କାକୁ ଅତିକ୍ରମ କରି ପ୍ରାୟ 7.6% ବୃଦ୍ଧି ଆଣି ପାରିଛି।

ପଣ୍ୟ ବୋଝେଇ ଏବଂ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଏବଂ ପ୍ରତିକୂଳ ପ୍ରଭାବ ସତ୍ୱେ ପୂର୍ବତଟ ରେଳପଥ ଏହି ମାଇଲଖୁଣ୍ଟ ହାସଲ କରିଛି। ରେଳ ମନ୍ତ୍ରଣାଳୟର ଅଭିନବ ପଦକ୍ଷେପ ଏବଂ ପ୍ରମୁଖ ହସ୍ତକ୍ଷେପ ଉପରେ ଧ୍ୟାନ ଦେଇ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ଅତିକ୍ରମ କରି ପୂର୍ବତଟ ରେଳପଥ ରେକର୍ଡ ହାସଲ କରିଛି ଯାହା ଫାଷ୍ଟ-ଟ୍ରାକରେ ପହଞ୍ଚାଇବାରେ ସାହାଯ୍ୟ କରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଏହାର ତିନିଟି ରେଳ ମଣ୍ଡଳ ଓ ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ଏହା ସହିତ ସେ ରେଳପଥର ସହଭାଗୀ କୋଲିୟାରୀ, ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଏବଂ ଖାଦ୍ୟ ନିଗମ ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମ ଏବଂ ସହଯୋଗ ଯୋଗୁଁ ଏହି ସଫଳତା ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି.

Categories
ଆଜିର ଖବର ରାଜ୍ୟ ଖବର

କାଇପଦର ଷ୍ଟେସନ ୟାର୍ଡରେ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବା ନିୟନ୍ତ୍ରିତ

 ଭୁବନେଶ୍ଵର: ଆଜି ଅପରାହ୍ନ ପ୍ରାୟ 02 ଘ.25 ମି. ସମୟରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧା ରୋଡ଼ ଓ କାଇପଦର ମଧ୍ୟରେ କାଇପଦର ଷ୍ଟେସନ ୟାର୍ଡ଼ ଠାରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବାଗୁଡିକ ନିୟନ୍ତ୍ରଣ କରାଯାଇଥିଲା। କାଇପଦର ରୋଡରୁ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ପ୍ୟାନେଲ ରେଳ ନେଇ ଆସୁଥିବା ପଣ୍ୟବାହୀ ଟ୍ରେନ କ୍ରସିଂ ଦେଇ ଯାଉଥିବା ବେଳେ ପଛ ଟ୍ରଲି ଖସିପଡିଥିଲା ଯାହାଦ୍ୱାରା ଉଭୟ ମାର୍ଗ ଅବରୋଧିତ ହୋଇଯାଇଥିଲା।

ନିୟନ୍ତ୍ରିତ ହୋଇଥିବା ଟ୍ରେନ:

A: ଅପରାହ୍ନ 3ଘ.25ମି.ରେ ଭୁବନେଶ୍ୱର ଛାଡିବାକୁ 11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରଣ ହୋଇଥିଲା।

B: 12703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରିତ ଥିଲା।

C. 12868 ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ କାଳୁପଡାଘାଟ ରେ ନିୟନ୍ତ୍ରିତ ଥିଲା।

D. 12840 ଚେନ୍ନାଇ-ହାଓଡ଼ା ମେଲ୍ ୧କହିଲିକ ଷ୍ଟେସନ ଠାରେ ନିୟନ୍ତ୍ରିତ ଥିଲା।

E. 22826 ଚେନ୍ନାଇ-ଶାଲୀମାର ଏକ୍ସପ୍ରେସ ଖଲିକୋଟ ଠାରେ ନିୟନ୍ତ୍ରିତ ଥିଲା।

F. 12897 ପଣ୍ଡିଚେରୀ-ଭୁବନେଶ୍ୱର ସୁପରଫାଷ୍ଟ ବ୍ରହ୍ମପୁରରେ ନିୟନ୍ତ୍ରିତ ଥିଲା।

G.18417 ପୁରୀ-ଗୁଣୁପୁର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ଠାରେ ନିୟନ୍ତ୍ରିତ ଥିଲା।

ଏହି ଦୁର୍ଘଟଣାଗ୍ରସ୍ତ ହେତୁ କାହାରି ମୃତ୍ୟୁ କିମ୍ବା ଆଘାତ ହୋଇନାହିଁ। ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସି ଟ୍ରେନର ଆଗ ଭାଗକୁ ପ୍ରଥମେ ଅଲଗା କରିଥିଲା ଏବଂ ପୁନର୍ବାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ କର୍ମଚାରୀ ଓ ଅଧିକାରୀମାନଙ୍କ କଠିନ ପରିଶ୍ରମ ଯୋଗୁଁ ରେଳ ଧାରଣା ମରାମତି କାର୍ଯ୍ୟ ପ୍ରାୟ ଦୁଇଘଣ୍ଟା ମଧ୍ୟରେ ଶେଷ କରାଯାଇ ପାରିଥିଲା। ଟ୍ରେନ୍ ସେବାଗୁଡିକ ବର୍ତ୍ତମାନ ସ୍ୱାଭାବିକ ହୋଇଛି।