Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାତ୍ର ୧୧୫ ଟଙ୍କାରେ ୫୦୦ କିମି ଚାଲିବ ଏହି ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁଁ ସାରା ଦେଶରେ ଲୋକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଗତ କିଛି ଦିନ ମଧ୍ୟରେ ବୈଦ୍ୟୁତିକ ଯାନ ବିକ୍ରିରେ ବୃଦ୍ଧି ଘଟିଛି। ଲୋକମାନେ ବହୁ ସଂଖ୍ୟାରେ ବୈଦ୍ୟୁତିକ ଯାନ ଆଡକୁ ଯାଉଛନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ପେଟ୍ରୋଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ ଆପଣଙ୍କ ପାଇଁ ଅଧିକ ଶସ୍ତା ରହିବ, ତେବେ ଏହା ହେଉଛି ସଠିକ୍ ଚିନ୍ତାଧାରା। ଏହା ଏକ ଆପଣଙ୍କ ପାଇଁ ଲାଭଜନକ ହୋଇପାରେ।

ସେଥିପାଇଁ, ଆଜି ଆମେ ଆପଣଙ୍କୁ ଏପରି ଏକ ବୈଦ୍ୟୁତିକ ମୋଟରସାଇକେଲ ବିଷୟରେ କହିବାକୁ ଯାଉଛୁ, ଯାହାକି ମାତ୍ର ୨୩ ପଇସାରେ ୧ କିଲୋମିଟର ଚାଲିବ। ଯେକୌଣସି ପେଟ୍ରୋଲ ମୋଟରସାଇକେଲ ତୁଳନାରେ ଏହି ମୂଲ୍ୟ ବହୁତ କମ୍ ଅଟେ। ଏହାକୁ ବ୍ୟବହାର କରି ଆପଣ ପେଟ୍ରୋଲରେ ଖର୍ଚ୍ଚ ହୋଇଥିବା ଟଙ୍କା ସଞ୍ଚୟ କରିପାରିବେ। ଏହା ଗୋଟିଏ ଚାର୍ଜରେ ୯୫ କିମି ପର୍ଯ୍ୟନ୍ତ ଗତି କରିଥାଏ।

କମ୍ପାନୀର ଏହି ଦାବି ଅନୁଯାୟୀ, ଯଦି ଦେଖାଯାଏ, ତେବେ ଏହି ମୋଟରସାଇକେଲ୍ ୧୧୫ ଟଙ୍କା ପାଇଁ ୫୦୦ କିମି ପର୍ଯ୍ୟନ୍ତ ଡ୍ରାଇଭିଂ ପରିସର ଦେବ। ଏହି ବାଇକ୍ ହେଉଛି ଜୟ ଇ-ବାଇକ୍ ମୋନଷ୍ଟର, ଯାହା ୭୨ ଭି, ୩୯ ଏଏଚ ଲିଥିୟମ୍ ଆୟନ୍ ବ୍ୟାଟେରୀ ଦ୍ୱାରା ଚାଳିତ। ୧୫୦୦ଡବ୍ଲୁ ଡିସି ବ୍ରଶଲେସ୍ ହବ୍ ମୋଟର। ପୂର୍ଣ୍ଣ ଚାର୍ଜ ପାଇଁ ୫ ରୁ ସାଢେ ୫ ଘଣ୍ଟା ଲାଗେ। ଜୟ ଇ-ବାଇକ୍ ମୋନଷ୍ଟର ଇଲେକ୍ଟ୍ରିକ୍ ବାଇକରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୯୫ କିଲୋମିଟରର ଡ୍ରାଇଭିଂ ପରିସର ଅଛି।

Categories
ବିଶେଷ ଖବର ବ୍ୟବସାୟ

ମାତ୍ର 100 ଟଙ୍କା ମୂଲ୍ୟରେ 755 କିମି ଚାଲିବ ଏହି ସ୍କୁଟର, ଜାଣନ୍ତୁ ଏହାର ମୂଲ୍ୟ ଏବଂ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ଲୋକମାନେ ବୈଦ୍ୟୁତିକ ଯାନକୁ ସ୍ଥାନାନ୍ତରିତ ହେବା ଏକ ଉତ୍ତମ ବିକଳ୍ପ ହୋଇପାରେ। କାରଣ ପେଟ୍ରୋଲ ଚାଳିତ ଯାନ ତୁଳନାରେ ବୈଦ୍ୟୁତିକ ଯାନ ବ୍ୟବହାରରେ କମ୍ ଖର୍ଚ୍ଚ ହୋଇଥାଏ। ଏହା ଆପଣଙ୍କ ପାଇଁ ଏକ ଅର୍ଥ ସଞ୍ଚୟ କରିପାରେ। ଏଭଳି ପରିସ୍ଥିତିରେ ଅନେକ ଲୋକ ବୈଦ୍ୟୁତିକ ଯାନକୁ ବ୍ୟବହାର କରିବାକୁ ଇଚ୍ଛା କରୁଛନ୍ତି। ଯଦି ଆପଣ ମଧ୍ୟ ଏହିପରି ଲୋକମାନଙ୍କ ମଧ୍ୟରେ ଅଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ଏପରି ଏକ ବୈଦ୍ୟୁତିକ ସ୍କୁଟର ବିଷୟରେ ସୂଚନା ଦେବୁ, ଯାହା ପ୍ରାୟ 100 ଟଙ୍କାରେ 755 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ।

ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟରକୁ ଓଲା ଇଲେକ୍ଟ୍ରିକ୍ ଲଞ୍ଚ କରିଛି – OLA S1 ଏବଂ OLA S1 Pro। OLA S1 Pro ସ୍କୁଟର ସମ୍ପୂର୍ଣ୍ଣ ଚାର୍ଜରେ 181 କିଲୋମିଟର ଡ୍ରାଇଭ୍ ପରିସର ପ୍ରଦାନ କରେ। ଏହାର ବ୍ୟାଟେରୀ 3.97KWh, ଯାହାର ଅର୍ଥ ହେଉଛି ଥରେ ଚାର୍ଜ ହେବା ପରେ ଏହା 3.97 ୟୁନିଟ୍ ବିଦ୍ୟୁତ୍ ନେବ। ଯଦି ଆମେ ଏହାକୁ ସିଧାସଳଖ 4 ୟୁନିଟ୍ ବୋଲି ବିବେଚନା କରୁ ଏବଂ ବିଦ୍ୟୁତର ୟୁନିଟ୍ ହାରକୁ 6 ଟଙ୍କା ବୋଲି ବିଚାର କରୁ, ତେବେ ପୂର୍ଣ୍ଣ ଚାର୍ଜରେ ଥରେ ପ୍ରାୟ 24 ଟଙ୍କା ବିଦ୍ୟୁତ୍ ଲାଗିବ ଅର୍ଥାତ୍ ଏହା 24 ଟଙ୍କାରେ 181 କିଲୋମିଟର ଚାଲିବ। ଏହି ପଦ୍ଧତିରେ ଦେଖାଯାଏ, OLA S1 Pro ଆପଣଙ୍କୁ ପ୍ରାୟ 100 ଟଙ୍କା ବିଦ୍ୟୁତ୍ ମୂଲ୍ୟରେ ପ୍ରାୟ 755 କିଲୋମିଟର ଡ୍ରାଇଭିଂ ପରିସର ପ୍ରଦାନ କରିବ। ଏହାର ସର୍ବୋଚ୍ଚ ଗତି ହେଉଛି 115 କିଲୋମିଟର / ଘଣ୍ଟା। ଏହା 3 ସେକେଣ୍ଡରେ 40 କିଲୋମିଟର ବେଗ ହାସଲ କରିପାରିବ। ଏହାର ମୂଲ୍ୟ 1.10 ଲକ୍ଷରୁ 1.30 ଲକ୍ଷ ପର୍ଯ୍ୟନ୍ତ ରହିଛି।

ସେହିଭଳି OLA S1 ବିଷୟରେ କହିବାକୁ ଗଲେ, ଏହା ସମ୍ପୂର୍ଣ୍ଣ ଚାର୍ଜରେ 121 କିମି ଡ୍ରାଇଭ୍ ପରିସର ପ୍ରଦାନ କରେ। ଏହାର 2.98KWh ର ବ୍ୟାଟେରୀ ଅଛି, ଯାହାର ଅର୍ଥ ହେଉଛି ଥରେ ଚାର୍ଜ ହେବା ପରେ ଏହା 2.98 ୟୁନିଟ୍ ବିଦ୍ୟୁତ୍ ନେବ। ଯଦି ଆମେ ଏହାକୁ ସିଧାସଳଖ 3 ୟୁନିଟ୍ ବୋଲି ବିବେଚନା କରୁ ଏବଂ ବିଦ୍ୟୁତ୍ ର ୟୁନିଟ୍ ହାରକୁ ମାତ୍ର 6 ଟଙ୍କା ବୋଲି ବିଚାର କରୁ, ତେବେ ଏହା ପୂର୍ଣ୍ଣ ଚାର୍ଜରେ ଥରେ ପ୍ରାୟ 18 ଟଙ୍କା ବିଦ୍ୟୁତ୍ ନେବ ଯଥା ଏହା 121 କିଲୋମିଟରରେ ଚାଲିବ। ଏହି ଉପାୟରେ ଦେଖାଗଲା, OLA S1 ଆପଣଙ୍କୁ ପ୍ରାୟ 100 ଟଙ୍କା ବିଦ୍ୟୁତ୍ ମୂଲ୍ୟ ପାଇଁ ପ୍ରାୟ 672 କିଲୋମିଟର ଡ୍ରାଇଭିଂ ପରିସର ପ୍ରଦାନ କରିବ। ଏହାର ସର୍ବୋଚ୍ଚ ଗତି ଘଣ୍ଟା ପ୍ରତି 90 କିଲୋମିଟର, ଏହା 3.6 ସେକେଣ୍ଡରେ 40 କିଲୋମିଟର ବେଗ ହାସଲ କରିପାରିବ। ଏହାର ମୂଲ୍ୟ 85 ହଜାରରୁ 1 ଲକ୍ଷ ଟଙ୍କା ଯାଏ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶସ୍ତା ହେବ ପେଟ୍ରୋଲ ଡିଜେଲ!: ଷ୍ଟ୍ରାଟେଜିକ୍ ରିଜର୍ଭରୁ ଅଶୋଧିତ ତୈଳ ଲଞ୍ଚ କରିବ ଭାରତ ସରକାର

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇପାରେ। କାରଣ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ହୋଇପାରେ। ବଜାରରେ ଏହାର ଇନସୁରାନ୍ସ ଷ୍ଟ୍ରାଟେଜିକ୍ ରିଜର୍ଭରୁ ୫ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି।

୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳର ଷ୍ଟ୍ରାଟେଜିକ୍ ରିଜର୍ଭ:

ସୂଚନାନୁସାରେ, ଭାରତରେ ୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହା ଦେଶର ପୂର୍ବ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତଳ ସଂରକ୍ଷଣ କରାଯାଇଥାଏ। ସେଥିମଧ୍ୟରୁ ଆସନ୍ତା ୭ ରୁ ୧୦ ଦିନ ମଧ୍ୟରେ ୫ ମିଲିୟନ ବ୍ୟାରେଲ ତେଲ ବଜାରରେ ଲଞ୍ଚ ହେବ। ଏହାପୂର୍ବରୁ ଅଶୋଧିତ ତୈଳର ମୂଲ୍ୟକୁ ଦୃଷ୍ଟିରେ ରଖି ଆମେରିକା, ଜାପାନ, ଚୀନ୍ ସମେତ ଅନ୍ୟ କେତେକ ଦେଶ ମଧ୍ୟ ସେମାନଙ୍କ ରଣନୀତିକ ଭଣ୍ଡାରରୁ ଅଶୋଧିତ ତୈଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶଗୁଡିକର ଏଭଳିନିଷ୍ପତ୍ତି ପରେ ଅଶୋଧିତ ତୈଳ ମୂଲ୍ୟର ବୃଦ୍ଧିରେ ଲଗାମ ମଧ୍ୟ ଲାଗିଛି।

ପାଇପଲାଇନ ମାଧ୍ୟମରେ ଯୋଗାଣ କରାଯିବ:

କେନ୍ଦ୍ର ସରକାର ଏହାର ଷ୍ଟ୍ରାଟେଜିକ୍ ରିଜର୍ଭରେ ଗଚ୍ଛିତ ଏହି ଅଶୋଧିତ ତୈଳକୁ ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମକୁ ବିକ୍ରୟ କରିବେ, ଯାହାର ବିଶୋଧନାଗାର ପାଇପଲାଇନ ମାଧ୍ୟମରେ ଏହି ଭଣ୍ଡାର ସହିତ ସଂଯୁକ୍ତ।

ଆବଶ୍ୟକ ହେଲେ ଯୋଗାଣ ବୃଦ୍ଧି ପାଇବ:

ସରକାର ସୂଚିତ କରିଛନ୍ତି ଯେ, ଆବଶ୍ୟକ ହେଲେ ସରକାର ଏହି ରଣନୀତିକ ଭଣ୍ଡାରରୁ ଅଧିକ ଅଶୋଧିତ ତୈଳ ବଜାରରେ ବିକ୍ରି କରିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କୁ ଦାମୀ ଇନ୍ଧନ ମୂଲ୍ୟରୁ ଆରାମ ମିଳିପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଭାଟ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ରେ ଅନୁରୂପ ହ୍ରାସ କାର୍ଯ୍ୟକାରୀ କରିଛନ୍ତି। ଏହିପରି ତଥ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଜାରୀ କରାଯାଇଛି।

ତେବେ ୧୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ରେ ବର୍ତ୍ତମାନ ସୁଦ୍ଧା କୌଣସି ହ୍ରାସ କରିନାହାନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଲେ ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ,  ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପେଟ୍ରୋଲ ଲିଟର ପିଛା ଦରରେ ସର୍ବାଧିକ ୧୩ ଟଙ୍କା ୪୩ ପଇସା ହ୍ରାସ କରାଯାଇଛି। ଏହା ପଛକୁ କର୍ଣ୍ଣାଟକରେ ୧୩ ଟଙ୍କା ୩୫ ପଇସା ଏବଂ ପୁଡୁଚେରୀରେ ୧୨ ଟଙ୍କା ୮୫ ପଇସା ହ୍ରାସ କରାଯାଇଛି।

ସେହିପରି ଲଦାଖରେ ଡିଜେଲ ମୂଲ୍ୟରେ ସର୍ବାଧିକ ହ୍ରାସ କରାଯାଇଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୯ ଟଙ୍କା ୬୧ ପଇସା କମିଛି। ଏହାପଛକୁ କର୍ଣ୍ଣାଟକ ଓ ପୁଡୁଚେରୀ ଡିଜେଲ ଦର ହ୍ରାସରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, ଆସନ୍ତାକାଲିଠାରୁ ପେଟ୍ରୋଲ ଡିଜେଲ ହେବ ଶସ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦୀପାବଳି ପୂର୍ବ ସନ୍ଧ୍ୟାରେ ଭାରତ ସରକାର ସାଧାରଣ ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆସନ୍ତାକାଲି ଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫ ଏବଂ ୧୦ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଉତ୍ପାଦ ଶୁଳ୍କ ଦରରେ ହ୍ରାସ ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ମଧ୍ୟ ହ୍ରାସ ପାଇବ।

ପେଟ୍ରୋଲ ତୁଳନାରେ ଡିଜେଲ ଉପରେ ଦୁଇ ଗୁଣା ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ଆସନ୍ତା ରବି ଋତୁରେ ଏହା ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଲାଭାନ୍ବିତ କରିବ । ଗତ ମହାମାରୀଜନିତ ଲକଡାଉନ ସମୟରେ ଦେଶର ଚାଷୀମାନେ ସେମାନଙ୍କର କଠିନ ପରିଶ୍ରମ ବଳରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ବଜାୟ ରଖିପାରିଥିଲେ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଡିଜେଲ ମୂଲ୍ୟରେ ଅଧିକ ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଗତ କିଛି ମାସ ହେବ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏହାର ପରିଣାମ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିଥିଲା ଯାହାକି ମୂଦ୍ରାସ୍ଫିତୀ ଜନିତ ଚାପ ବୃଦ୍ଧି କରିଥିଲା। ବିଶ୍ବ ସ୍ତରରେ ସମସ୍ତ ପ୍ରକାରର ଇନ୍ଧନର ଅଭାବ ଏବଂ ମୂଲ୍ୟ ବୃଦ୍ଧି ମଧ୍ୟ ଦେଖାଦେଇଛି। ତେବେ ଦେଶରେ କିପରି ଭାବେ ଇନ୍ଧନ ସଙ୍କଟ ଦେଖାନଦେବ ଭାରତ ସରକାର ସେଥିପ୍ରତି ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଆମର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଳବ୍ଧ କରାଯାଇଛି।

ଭାରତର ଆକାଂକ୍ଷୀ ଜନସଂଖ୍ୟାର ଉଦ୍ୟମିତା କ୍ଷମତା ଦ୍ବାରା ପରିଚାଳିତ ହୋଇ ଭାରତୀୟ ଅର୍ଥବ୍ୟବସ୍ଥା କୋଭିଡ-୧୯ ପରବର୍ତ୍ତୀ ମାନ୍ଦାବସ୍ଥାରୁ ମୁକୁଳି ଉଲ୍ଲେଖନୀୟ ସୁଧାର ହାସଲ କରିପାରିଛି। ଉତ୍ପାଦନ, ସେବା କିମ୍ବା କୃଷି କ୍ଷେତ୍ର – ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଆର୍ଥିକ ଗତିବିଧିରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ। ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଉ ସମ୍ଭାଳି ହେଲା ନାହିଁ, କେନ୍ଦ୍ର ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳ ଯୁଦ୍ଧଂ ଦେହି ଡାକରା ଦେଇଛି। ରାଜଧାନୀ ଠାରୁ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଦଳ ପକ୍ଷରୁ ପ୍ରତିବାଦ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ।

ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‍ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ।

ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ କରୋଡା ମାଡ ସଦୃଶ୍ୟ ହୋଇଛି। ଏଲ୍‍ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ତାରିଖରେ ୧୪.୨ କିଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଯାହାକି ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‍ପିଜି ରନ୍ଧନଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଯାହାକି ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢାଇ ଦେବ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି । ତେବେ ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକର ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଯାହାକି ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି। ତୈଳ ଓ ଇନ୍ଧନ ଦରବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି। ଆଉ ସବୁଠାରୁ ଉଦ୍‍ବେଗର କଥା ହେଲା ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗାମାଡ ଅନୁଭୂତ ହେଉଛି ଆସନ୍ତା ୩୧ ତାରିଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ରର ବିଜେପି ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବାତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ।

ସେହିପରି ଆସନ୍ତା ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ କିମ୍ବା ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧିକୁ ସମାଜବାଦୀ ପାର୍ଟିର ନିନ୍ଦା

ଭୁବନେଶ୍ୱର: ଆଚ୍ଛା ଦିନର ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମହାଳାୟା’ ଭଳି ଏକ ଆଚ୍ଛାଦିନର ସୁଯୋଗ ନେଇ ଆଜି ପୁଣି ଦେଶର ସାଧାରଣ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଦେଇଛନ୍ତି। ଆଜି ପେଟ୍ରୋଲ ୩୦ ପଇସା ମହାଙ୍ଗା ହୋଇଥିବା ବେଳେ ଡ଼ିଜେଲ ୩୫ ପାଇସା ମହଙ୍ଗା ହୋଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୧୦୩ ଟଙ୍କା ୮୩ ପଇସାରେ ପହଞ୍ôଚ ଥିଲାବେଳେ ଡ଼ିଜେଲ ୯୯ ଟଙ୍କା ୭୨ ପଇସାରେ ପହଞ୍ଚିଛି। କିନ୍ତୁ ସେତିିକିରେ ଖାଉଟିଙ୍କୁ ଶୋଷଣ କରିବାର ଶୋଷ ମୋଦି ସରକାରଙ୍କ ମେଣ୍ଟିନାହିଁ। ଅଣ ସବ୍‌ସିଡ୍‌ଯୁକ୍ତ ରନ୍ଧନ ଗ୍ୟାସ୍‌ର ସିଲିଣ୍ଡର ପିଛା ଦାମ୍ ମଧ୍ୟ ୧୫ ଟଙ୍କା ବୃଦ୍ଧି ହୋଇ ଭୁବନେଶ୍ୱରରେ ୯୨୬ରେ ପହଞ୍ଚିଛି।

ଏଠାରେ ଉଲ୍ଲେଖଥାଉକି, ବିଗତ ଏକବର୍ଷ ଭିତରେ ରନ୍ଧନ ଗ୍ୟାସ୍ ହାରାହାରି ୧୯୦ ଟଙ୍କା ବୃଦ୍ଧି ପାଇସାରିଛି ଏବଂ ସେହିଭଳି ପେଟ୍ରୋଲ ୧୮ଟଙ୍କା ୭୮ ପଇସା ଓ ଡ଼ିଜେଲ ୨୦ ଟଙ୍କା ୬ ପଇସା ବୃଦ୍ଧି ଘଟିଛି। କରୋନା ସଂକ୍ରମଣରେ ଭାରତବର୍ଷର ୧୫ ଲକ୍ଷ ଲୋକ ଜୀବିକା ହରାଇ ଥିବାବେଳେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁ ଚାଷୀମାନଙ୍କର ଚାଷବାସ ଉଜୁଡ଼ି ଯାଇଥିବା ବେଳେ ମୋଦି ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ମହାଳୟା ଭେଟି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ପାର୍ଟିର ରାଜ୍ୟ କମିଟି ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତି ଜାରିକରି କହିଛନ୍ତି ଯେ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିଜେପି ଓ ଏନ୍‌ଡ଼ିଏ ସରକାରଙ୍କ ପାଇଁ ଆଗାମୀ ଦିନରେ କବର ଖୋଳିବ। ପେଟ ଆଉ ଭୋକର ଜ୍ୱାଳା ଏବଂ ବେକାରୀର ଦୁଃଖ କେନ୍ଦ୍ର ସରକାରକୁ ଗାଦିଚ୍ୟୁତ କରିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି। ସମସ୍ତ ବାମ ଗଣତାନ୍ତ୍ରିକ ରାଜନୈତିକ ଦଳ ଓ ଶକ୍ତିସମୂହ ଏକାଠି ହୋଇ ସରକାରଙ୍କ ମନୋମୁଖୀ ଦରଦାମ ବୃଦ୍ଧି, ବେକାରୀ ବିରୋଧି ପଦକ୍ଷେପ ଏବଂ କୃଷକମାନଙ୍କ ଦାବି ପ୍ରତି ଅଣଦେଖା ବିରୁଦ୍ଧରେ ଦୁର୍ବାର ଗଣଆନ୍ଦୋଳନ ଗଢିତୋଳିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ବିନମ୍ର ନିବେଦନ କରାଯାଇଛି। ମୁଦ୍ରାସ୍ଫିିତି, ଅଦ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର କ୍ରମାଗତ ମୂଲ୍ୟ ବୃଦ୍ଧି ଦେଶର ୪୫କୋଟି ପରିବାର ପାଇଁ ଆହ୍ୱାନ ସୃଷ୍ଟି କରିଛି।

କେନ୍ଦ୍ର ସରକାର ତୁରନ୍ତ ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ନ ଆଣିଲେ ତେଲ ଉପରୁ ଉତ୍ପାଦନ ଶୁଳ୍କ କମାଇବା ପାଇଁ ଓ ରାଜ୍ୟ ସରକାରମାନେ ଭାଟ୍ କମାଇବା ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି। ତୁରନ୍ତ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି। ଏହା ନହେଲେ ରାଜରାସ୍ତାରେ ଦଳ ପକ୍ଷରୁ ଦରଦାମ ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିବୃତ୍ତିରେ ସତର୍କ କରାଇ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ: ଜିଡିପି ବୃଦ୍ଧି ପାଉଛି ମାନେ ଗ୍ୟାସ ଡିଜେଲ ପେଟ୍ରୋଲ

ନୂଆଦିଲ୍ଲୀ: ଏଲପିଜି, ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ବୃଦ୍ଧିକୁ ନେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ‘ଜବରଦସ୍ତ ଆକ୍ରମଣ’ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜିଡିପି ପ୍ରକୃତରେ ବୃଦ୍ଧି ପାଉଛି।

ଜିଡିପି ଅର୍ଥ ହେଉଛି ଗ୍ୟାସ ଡିଜେଲ ପେଟ୍ରୋଲର ମୂଲ୍ୟ। ନରେନ୍ଦ୍ର ମୋଦୀ ସରକାରଙ୍କ ଶାସନ କାଳରେ ଜିଡିପି ଅଭିବୃଦ୍ଧି ଅର୍ଥ ମୋଟ ଘରୋଇ ଉତ୍ପାଦନ ନୁହେଁ, କିନ୍ତୁ ‘ଗ୍ୟାସ, ଡିଜେଲ ପେଟ୍ରୋଲ ଦର ବୃଦ୍ଧି ପାଉଛି’। ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି। ମୋଦୀଙ୍କ ଶାସନ କାଳରେ କୃଷକ, ମଧ୍ୟବିତ୍ତ, ବେତନ ଶ୍ରେଣୀ ଏବଂ ଶ୍ରମିକଙ୍କୁ ବିମୁଦ୍ରୀକରଣ କରାଯାଉଥିବାବେଳେ କେବଳ ‘ହମ ଦୋ ହମାରେ ଦୋ’ ପାଇଁ ବିମୁଦ୍ରୀକରଣ ଘଟୁଛି। ଏହାର ଅର୍ଥ ସ୍ପଷ୍ଟ ଯେ କେବଳ ମୋଦୀଙ୍କ ବନ୍ଧୁ ତଥା ଦୁଇ-ଚାରିଜଣ ଶିଳ୍ପପତିଙ୍କ ଉନ୍ନତି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟନେତା ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼େଙ୍ଗା, ନାରାୟଣ ଡ଼ାଳୁଆ, ସୁଶିଲ ଥାନପତ, ସୋମାନଥ ଖିଲ, ବେଣୁଥର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ଭାରତବର୍ଷର ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିସୟ କରିସାରିଲେଣି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଆକାଶଛୁଆ ଦରଦାମ ବୃଦ୍ଧି ଫଳରେ ଜନଗଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲେଣି ବୋଲି ନିଜ ବକ୍ତବ୍ୟରେ ବକ୍ତାମାନେ ଅଭିଯୋଗ କରିଥିଲେ।

ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: “ମନ କି ବାତ”ରେ ପେଟ୍ରୋଲ କଥା କୁହନ୍ତୁ ମୋଦୀ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତୈଳ ଦରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ଏହାସହ “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଏବଂ ଟୀକା ବିଷୟରେ କହିବା ଆବଶ୍ୟକ ବୋଲି ମମତା କହିଛନ୍ତି। ବବୁଲ ସୁପ୍ରିୟୋଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ହଟାଯିବା ପରେ ମମତା କହିଛନ୍ତି ଯେ, ୨୦୨୪ ପୂର୍ବରୁ ବିଜେପି ପରାଜିତକୁ ମାନିନେଇଛି।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସମସ୍ୟା ଉପରେ ଦେଇଥିବା ଚିଠିକୁ ନେଇ ପ୍ରଧାନମନ୍ତ୍ରୀ ଏଯାଏଁ କୌଣସି ଉତ୍ତର ଦେଇନାହାନ୍ତି। ରାଜ୍ୟପାଳ ଜଗଦୀପ ଧନଖଡକୁ ହଟାଇବା ପାଇଁ କହିଥିଲେ ମଧ୍ୟ ତାହା ଶୁଣାଯାଉନି।

Categories
ଆଜିର ଖବର ଜାତୀୟ ଖବର

ଏଥର ଦୂର ହେବ ପେଟ୍ରୋଲ ଚିନ୍ତା!: ପାଣିରେ ଚାଲିବ ମଟର ସାଇକେଲ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦାମ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଲାଣି। ଏନେଇ ଲୋକେ ଚିନ୍ତାରେ ଥିବା ବେଳେ ବିଏସସିରେ ପଢୁଥିବା ୫ ଜଣ ଛାତ୍ର ଏକ ଖୁସି ଖବର ଦେଇଛନ୍ତି। ଏହି ପାଞ୍ଚ ଜଣ ଛାତ୍ର ପେଟ୍ରୋଲ ବଦଳରେ ପାଣିରେ ବାଇକ ଚାଲିବା ଉପରେ ଏକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା କରି ଏକ କିଟ୍ ତିଆରି କରିଛନ୍ତି। ଯେଉଁଥିରେ ଲୋକେ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବାଇକରେ ଯାତ୍ରା କରିପାରିବେ ବୋଲି ଏହି ଛାତ୍ରମାନେ ଦୃଢତାର ସହ କହିଛନ୍ତି।

ଲକଡାଉନ ସମୟରେ ୟଶ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏହି କିଟ୍ ତିଆରି କରିଛନ୍ତି। ଯାହା ଦ୍ଵାରା ପାଣିର ସାହାଯ୍ୟରେ ବାଇକ ଚାଲିପାରିବ। ଏଥିପାଇଁ ସେମାନେ ପୁରୁଣା ଗାଡି ଏବଂ ଇଞ୍ଜିନକୁ ମଡ଼ିଫାଇ ବ୍ୟବହାର କରିଥିଲେ। ଖାରି ପାଣିରେ ହାଇଡ୍ରୋଜେନ ଏବଂ ଆକ୍ସିଜେନକୁ ଅଲଗା କରି ତାକୁ ପିଷ୍ଟନର ଇନ୍ଧନ ପାଇଁ ବ୍ୟବାହାର କରିଥିଲେ। ଏହା ଦ୍ଵାରା ବାୟୁ ପ୍ରଦୂଷଣ ହେବ ନାହିଁ ବୋଲି ୟଶ କହିଛନ୍ତି। ଏହି ରିସର୍ଚ୍ଚ ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଆର୍ଥିକ ସହାୟତା ମିଳିଲେ ଅଧିକ ରିସର୍ଚ୍ଚ କରି ହେବ ବୋଲି ସେମାନେ କହିଥିଲେ।