Categories
ଆଜିର ଖବର ରାଜ୍ୟ ଖବର

ଏସସିବି ମେଡ଼ିକାଲରେ ଅଘଟଣ: ଛାତରୁ ଫ୍ୟାନ୍ ଖସି ରୋଗୀ ଗୁରୁତର, ଆଇସିୟୁରେ ଭର୍ତ୍ତି

କଟକ: ପୁଣି କଟକ ବଡ଼ ମେଡ଼ିକାଲରେ ଘଟିଛି ଅଘଟଣ। ମେଡ଼ିକାଲ ଛାତରୁ ଫ୍ୟାନ୍ ଖସି ଜଣେ ଚିକିତ୍ସାଧିନ ମହିଳା ରୋଗୀଙ୍କ ଉପରେ ପଡିବାରେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଏହି ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନିଆଁରେ ପୋଡ଼ି ଆହତ ହୋଇଥିବା ଏହି ମହିଳା ଜଣକ ଗତ ୪ ଦିନ ପୂର୍ବେ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲରେ ଭର୍ତି ହୋଇଥିଲେ। ସେ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିଲେ। ତେବେ ଆଜି ହଠାତ୍ ଫ୍ୟାନ୍ ଟି ଘୁରୁଥିବା ଅବସ୍ଥାରେ ତାଙ୍କ ଉପରେ ଖସି ପଡିଥିଲା। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମେଡ଼ିକାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ବଡ଼ ମେଡ଼ିକାଲ ଛାତରୁ ଫ୍ୟାନ୍ ଖସିବା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଛାତରୁ ଫ୍ୟାନ୍ ଖସି ଚିକିତ୍ସାଧିନ ରୋଗୀ ଗୁରୁତର ହୋଇଥିବାର ନଜିର୍ ରହିଛି। ଅପରପକ୍ଷରେ ଆଜିର ଘଟଣା ପାଇଁ ମେଡ଼ିକାଲ କର୍ତୃପକ୍ଷଙ୍କ ଦାୟୀତ୍ୱହିନତା ଓ ଅପାରଗତାକୁ ଦାୟୀ କରିଛନ୍ତି ସେଠାରେ ଚିକିତ୍ସାଧିନ ଥିବା ଅନ୍ୟ ରୋଗୀ ଓ ସେମାନଙ୍କ ଆଟେଣ୍ଡାଂଟ।