Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କାରେ ଧମାଲ କରୁଛି ‘ବଦମାସ ଟୋକା’

ଭୁବନେଶ୍ଵର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପରେ ଷ୍ଟ୍ରିମିଂ ହେଉଛି ନୂଆ ଓଡିଆ ସିନେମା ‘ବଦମାସ ଟୋକା’। ଅଗଷ୍ଟ ୧୯ରୁ ଏହାର ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ନାୟକ ସାଜିଛନ୍ତି ଉଦୟନ ଅପରଜିତ। ଉଦୟନଙ୍କ ବିପକ୍ଷରେ ନାୟିକା ରହିଛନ୍ତି ବେଙ୍ଗଲୀ ସୁନ୍ଦରୀ ମାଳବିକା ବାନାର୍ଜୀ। ଟିନଏଜକୁ ନେଇ ସିନେମାଟି ନିର୍ମାଣ ହୋଇଛି। ଯେଉଁଥିରେ ଉଦୟନଙ୍କ ନାଁ ରହିଛି ରୁଦ୍ର ଓ ସେ ଜଣେ କଲେଜ ଛାତ୍ର ଭାବେ ନଜର ଆସିଛନ୍ତି। କଲେଜ ଛାତ୍ରରୁ ବଦମାସ ଟୋକା ପର୍ଯ୍ୟନ୍ତ ଯାତ୍ରାକୁ ଚମତ୍କାର ଢ଼ଙ୍ଗରେ ପରିବେଷଣ କରାଯାଇଛି।

ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। ଏହାକୁ ଟକ୍କର ଦେବା ଭଳି ପ୍ଲାଟଫର୍ମ ଓଡିଶାରେ ନଥିବା ବେଳେ ଦମଦାର କଣ୍ଟେଣ୍ଟ ଦର୍ଶକଙ୍କ ମନ କିଣିଛି। ନିକଟରେ ରିଲିଜ ହୋଇଥିବା ଗ୍ୟାଙ୍ଗସ ଅଫ ପୁରୀକୁ ୫୦ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ସ୍ୱର୍ଗତ ମିହିର ଦାସଙ୍କ ଅଭିନୀତ ଭିଜାମାଟିର ସ୍ୱର୍ଗ ଆଜି ବି ଜୀବନ୍ତ ହୋଇ ରହିଛି। ବ୍ରେକଅପ୍ ରୁଲସ, ମେନ ଫର ସେଲ, ଏକ୍ସପୋଜ, ଏ ମନ ମାନେନା ଭଳି କଣ୍ଟେଣ୍ଟ ପାଇଁ କଞ୍ଚାଲଙ୍କା ଓଡିଆ ଓଟିଟି ଦୁନିଆରେ ବାଦଶାହ ହୋଇପାରିଛି।