Categories
ଆଜିର ଖବର ରାଜ୍ୟ ଖବର

ଧରାକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭାରତୀୟ ଯବାନଙ୍କ ପ୍ରାଣହାନୀ

ଆସିକା: ଧରାକୋଟ ଥାନା ବରଡ଼ାବିଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବସ୍‌ ଧକ୍କାରେ ଭାରତୀୟ ଯବାନଙ୍କ ମୃତ ହୋଇଛି। ମୃତ ଯବାନଙ୍କ ନାମ ଜିତେନ୍ଦ୍ର ପାଢ଼ୀ ବୋଲି ଜଣାପଡିଛି। ସେ ପଞ୍ଜାବରେ ବିଏସଏଫ ଯବାନ ଭାବେ କାର୍ଯ୍ୟକରୁଥିଲେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ବାଇକ ଯୋଗେ ସୋରଡ଼ାରୁ ନିଜ ଗ୍ରାମ କୁଶରାବ ଯିବା ବେଳେ ଆସ୍କା ପଟରୁ ଆସୁଥିବା ସାଇକ୍ରିଷ୍ଣା ନାମକ ବସ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ଧରାକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।