Categories
ଆଞ୍ଚଳିକ

ପ୍ରଥମ ପର୍ଯ୍ୟାୟ ଟିକାକାରଣ: ବାଲୁଗାଁ ହସ୍ପିଟାଲରେ ଟିକା ନେଲେ ସ୍ୱାସ୍ଥ୍ୟ କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା। ବିଶ୍ବରେ ଏହି ଭୂତାଣୁ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ମଧ୍ୟ ୧ ଲକ୍ଷ ୫୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗରେ ରହିଛି। ଭାରତ ଏକା ସଙ୍ଗେ ଦୁଇ ଦୁଇଟି କରୋନା ଟିକା ପ୍ରସ୍ତୁତ କରି ସବୁ ଦେଶକୁ ଚକିତ କରିଛି। ଭାରତ ପରି ଏକ ଜନ ବହୁଳ ରାଷ୍ଟ୍ରରେ କରୋନାକୁ ରୋକିବାର ଏକ ଚିନ୍ତାର ବିଷୟ ହୋଇପଡିଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ଆଜି ଠାରୁ ଭାରତରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଟିକାକାରଣ ପ୍ରକ୍ରିୟାକୁ ଶୁଭଉଦଘାଟନ କରିଛନ୍ତି।

ଏହି ଆଧାରରେ ଖୋର୍ଦ୍ଧା ଜିଲ୍ଲାର ବିମସି କୁ ବାଦଦେଇ ବାଲୁଗାଁ, ଖୋର୍ଦ୍ଧା, ଜଟଣୀ ମେଣ୍ଢାଶାଳ ଓ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୧୫ଟି ଭାଇଲ ପହଁଚିଛି। ମୋଟ ୬୧୫୦ଜଣଙ୍କୁ ଏହି କରନା ଟୀକା ଦିଆଯିବା ପାଇଁ ଆଜି ଟୀକା ଦାନ କାର୍ଯ୍ୟକ୍ରମ ଚାଲିଛି। ଭି.ଓ-୧-ଆଜି ପ୍ରଥମ ପର୍ଯ୍ୟାୟ ଟିକାଦାନ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ଡିପିସିଏଚଓ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଟୀକା କରଣ ଆରମ୍ଭ କରିଥିଲେ। ସମ୍ପୁର୍ଣ୍ଣ ଟୀକା ପ୍ରଦାନ କାର୍ଯ୍ୟକୁ ପରିଚାଳନା ଦାଇତ୍ୱରେ ଅଛନ୍ତି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିବ୍ୟଶକ୍ତି ଚାନ୍ଦ। ଡାକ୍ତର ଚାନ୍ଦଙ୍କ ସୂଚନା ଅନୁସାରେ ପ୍ରଥମେ ଆଜି ୧୦୦ଜଣଙ୍କୁ ଟୀକା ଦିଆଯିବ। ଏଠାରେ  ମୋଟ ୫୧୫ ଜଣଙ୍କୁ ୩ଟି ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।